Web News

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍ଘାଟିତ ଭଜନ ସମାରୋହରେ ଆଧ୍ୟାତ୍ମିକ ପରିବେଶ, ଶତାଧିକ ଭକ୍ତଙ୍କ ଦର୍ଶନ
ଖୋର୍ଦ୍ଧା, -: ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଓ ଭଜନ ସମାରୋହ ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦ୍ଘାଟିତ ହୋଇଛି। ଓଡ଼ିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ, ପୁରୀର ଆନୁକୂଲ୍ୟରେ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି), ଖୋର୍ଦ୍ଧାର ସହଯୋଗରେ ଆୟୋଜିତ ଏହି ମହୋତ୍ସବ ଏକ ସପ୍ତାହ ଧରି ଚାଲିବ। ଏହି ଅବସରରେ ‘ଶ୍ରୀଜଗନ୍ନାଥ ଭଜନ ସମାରୋହ’ ସହ ‘ମହାପ୍ରଭୁଙ୍କ କଥାମୃତ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।ସନ୍ଥ ବିଶ୍ୱମ୍ବର ଦାସ ମହାରାଜ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପ୍ରେମାନନ୍ଦ ଦାସ ମହାରାଜ, ପରମେଶ୍ୱର ଦାସ ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶକ୍ତିଶଙ୍କର ମିଶ୍ର, ଭିଏଚ୍ପି ଭୁବନେଶ୍ୱର ମହାନଗର ସଭାପତି ପ୍ରଦୀପ ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ଅଭିମନ୍ୟୁ ଘଟୁଆଳ ଓ ମାତୃଶକ୍ତିର ସଂଯୋଜିକା ସ୍ମିତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳା, ମହାପ୍ରଭୁଙ୍କ ୩୨ ବେଶର ମହତ୍ତ୍ୱ ଏବଂ ଓଡ଼ିଆ ଜାତିର ଧାର୍ମିକ ଓ ସାଂସ୍କୃତିକ ଜୀବନରେ ଶ୍ରୀଜଗନ୍ନାଥ ସଂସ୍କୃତିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ଓ ଭାବଧାରାର ପ୍ରତୀକ ବୋଲି ସେମାନେ କହିଥିଲେ। ଭାବର ଠାକୁର, ଭାବ ବିନୋଦିଆ କାଳିଆ ସାଆନ୍ତ ଅଗଣିତ ଭକ୍ତଙ୍କ ଭାବନା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ବୋଲି ଅତିଥିମାନେ ମତ ଦେଇଥିଲେ।ବକ୍ତାମାନେ କହିଥିଲେ ଯେ, ପୁରୁଷୋତ୍ତମ କ୍ଷେତ୍ର ଶ୍ରୀନୀଳାଚଳଧାମରେ ବିଜେ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ନିଜ ରୀତିନୀତିରୁ ଊର୍ଦ୍ଧ୍ୱକୁ ଯାଇ ଅନେକ ଲୀଳା କରିଛନ୍ତି। ଭକ୍ତ ସାଲବେଗଙ୍କ ପାଇଁ ରଥ ଅଟକିବା, ଦାସିଆଙ୍କ ହାତରୁ ନଡ଼ିଆ ଗ୍ରହଣ କରିବା ଏବଂ ବଳରାମ ଦାସଙ୍କ ଭକ୍ତିରେ ବାଲିରଥରେ ବିଜେ କରିବା ଭଳି ଘଟଣା ମହାପ୍ରଭୁଙ୍କ ଭକ୍ତବତ୍ସଳତାର ଅନନ୍ୟ ଉଦାହରଣ। ରତ୍ନ ସିଂହାସନ ଛାଡ଼ି ରଥାରୂଢ଼ ହୋଇ ଅଗଣିତ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା କରିବା ମହାପ୍ରଭୁଙ୍କ ଅପାର କରୁଣା ଓ ଭକ୍ତପ୍ରେମର ପ୍ରତୀକ ବୋଲି ସେମାନେ କହିଥିଲେ।ଏହି ଅବସରରେ ଖୋର୍ଦ୍ଧା ମାଟିର ଶ୍ରୀଜଗନ୍ନାଥ ସଂସ୍କୃତି ସହ ରହିଥିବା ନିବିଡ଼ ସମ୍ପର୍କ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଖୋର୍ଦ୍ଧା କଳା, ସଂସ୍କୃତି ଓ ପରମ୍ପରାର ମାଟି ହୋଇଥିବା ବେଳେ ଶ୍ରୀମନ୍ଦିର ସହ ଏହି ଅଞ୍ଚଳର ସମ୍ପର୍କ ଐତିହାସିକ ଓ ଅତ୍ୟନ୍ତ ନିବିଡ଼ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଗଡ଼ଖୋର୍ଦ୍ଧାକୁ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଭାବେ ବର୍ଣ୍ଣନା କରିବା ସହ ଏଠାରେ ମହାପ୍ରଭୁଙ୍କ ପ୍ରଥମ ନବକଳେବର ଅନୁଷ୍ଠିତ ହୋଇଥିବା କଥା ଉଲ୍ଲେଖ କରିଥିଲେ। ଏଥିସହ ଚିଲିକା ମହାପ୍ରଭୁଙ୍କ ଦିବ୍ୟ ଓ ଗୁପ୍ତ ଲୀଳା ସହ ଜଡ଼ିତ ଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।ଓଡ଼ିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସର ଆବାହକ ଭବାନୀଚରଣ ପାଢ଼ୀଙ୍କ ତତ୍ତ୍ୱାବଧାନରେ ମହୋତ୍ସବ ଆୟୋଜିତ ହୋଇଛି। ଅନୁଷ୍ଠାନର ଦୃଷ୍ଟିବାଧିତ ଭାଇ ଓ ଭଉଣୀମାନେ ଶ୍ରୀଜଗନ୍ନାଥଙ୍କ ମନଛୁଆଁ ଭଜନ ଓ ଜଣାଣ ପରିବେଷଣ କରି ଉପସ୍ଥିତ ଭକ୍ତଙ୍କୁ ଭାବବିହ୍ୱଳ କରିଥିଲେ। ସେମାନଙ୍କ ଭଜନ ପରିବେଷଣରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବଧାରାରେ ଭରିଯାଇଥିଲା। ଭଜନ କାର୍ଯ୍ୟକ୍ରମରେ ‘ଜଗବନ୍ଧୁ ହେ ଗୋସାଇଁ’, ‘ଆହେ ନୀଳଶଇଳ’, ‘ସକଳ ତୀର୍ଥ ତୋ ଚରଣେ’, ‘କଥାମାନ ଚାଲ ଯିବା ପ୍ରଭୁ’ ଆଦି ଲୋକପ୍ରିୟ ଶ୍ରୀଜଗନ୍ନାଥ ଜଣାଣ ପରିବେଷଣ କରାଯାଇଥିଲା। ଭଜନ ଶୁଣିବା ସହ ଶତାଧିକ ଭକ୍ତ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଓ ୩୨ ବେଶ ଦର୍ଶନ କରିଥିଲେ। ସପ୍ତାହବ୍ୟାପୀ ଏହି ମହୋତ୍ସବରେ ଆଗାମୀ ଦିନଗୁଡ଼ିକରେ ମହାପ୍ରଭୁଙ୍କ ବିଭିନ୍ନ ବେଶ, ଭଜନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ମହିମା, ଓଡ଼ିଆ ଧର୍ମ-ସଂସ୍କୃତି ଓ ପରମ୍ପରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦିବ୍ୟାଙ୍ଗ କଳାକାରମାନଙ୍କ ପ୍ରତିଭାକୁ ମଧ୍ୟ ଉତ୍ସାହିତ କରାଯାଉଛି। କାର୍ଯ୍ୟକ୍ରମକୁ ପ୍ରଭାତ ପାଣିଗ୍ରାହୀ ସଂଯୋଜନା କରିଥିଲେ। ସନ୍ତୋଷ ଶ୍ରୀଚନ୍ଦନ, ଜିତେନ୍ଦ୍ର ବେହେରା, ରଞ୍ଜନ ବରାଳ, ରଶ୍ମୀରଞ୍ଜନ ମିଶ୍ର, କେ. ଆଦର୍ଶ ଅଂଶୁମାନ, ଏସ୍.ଏମ୍. ଦିବ୍ୟପ୍ରକାଶ, ଚନ୍ଦନ ମହାରଣା, ସତ୍ୟନାରାୟଣ ବିଶୋଇ ପ୍ରମୁଖ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ପ୍ରାର୍ଥନା ଗୃହ ଭଙ୍ଗାକୁ ବିରୋଧ: ଆର୍.ଆଇ. ଅଫିସ୍ ସମ୍ମୁଖରେ ଗ୍ରାମବାସୀଙ୍କ ପ୍ରତିବାଦ
ଖୋର୍ଦ୍ଧା: ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତାବର ପଞ୍ଚାୟତର ଅରିସଲ ଗ୍ରାମରେ ନିର୍ମାଣାଧୀନ ପ୍ରାର୍ଥନା ଗୃହକୁ ଭଙ୍ଗାଯିବାକୁ ବିରୋଧ କରି ସ୍ଥାନୀୟ ଜନସାଧାରଣ ଆର୍.ଆଇ. ଅଫିସ୍ ସମ୍ମୁଖରେ ପ୍ରତିବାଦ କରିଥିଲେ। ପ୍ରତିବାଦ ସମୟରେ ଘଟଣାସ୍ଥଳରେ ଜଟଣୀ ତହସିଲଦାରଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ ପହଞ୍ଚିଥିଲେ। ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ପ୍ରସ୍ତାବିତ ଉଚ୍ଛେଦ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏହି ସମୟରେ ଛତାବର ପଞ୍ଚାୟତର ସରପଞ୍ଚ ଶ୍ରୀ ବିଷ୍ଣୁ ପ୍ରସାଦ ଡେଙ୍ଗଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଓ ଗ୍ରାମବାସୀ ଉପସ୍ଥିତ ରହିଆଲୋଚନାରେ ସାମିଲ ହୋଇଥିଲେ।ପ୍ରାର୍ଥନା ଗୃହକୁ ନେଇ ଉପୁଜିଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନଜର ରହିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନୂଆପଡ଼ାକୁ ଜଳବାୟୁ ସହନଶୀଳ ମଡେଲ୍ ଜିଲ୍ଲା କରିବାକୁ ଗୁରୁତ୍ୱ: ଆଡାପ୍ଟ-୪-ଆର୍ ପ୍ରକଳ୍ପର ଦ୍ୱିତୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ନୂଆପଡ଼ା, ୨/୯: ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା ସହ ତୃଣମୂଳସ୍ତରରେ ଲୋକଙ୍କ ଜୀବନ ଓ ଜୀବିକାକୁ ଅଧିକ ସହନଶୀଳ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାରେ ଚାଲିଥିବା ଆଡାପ୍ଟ-୪-ଆର୍ (ADAPT4R–Adaptation for Resilience) ପ୍ରକଳ୍ପର ଦ୍ୱିତୀୟ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କମିଟି (DPIC-2) ବୈଠକ ଅନୁଷ୍ଠିତ ହୋଇଛି। ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ପ୍ରକଳ୍ପର ଏପର୍ଯ୍ୟନ୍ତ ଅଗ୍ରଗତି, ପ୍ରଥମ DPIC ବୈଠକର ନିଷ୍ପତ୍ତିର ଅନୁପାଳନ ଏବଂ ଆଗାମୀ ମାସଗୁଡ଼ିକର କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି ଜୀବିକା ସୁଦୃଢ଼ୀକରଣ, ସମ୍ପତ୍ତିକୁ ଜଳବାୟୁ ସହନଶୀଳ କରିବା, ଲାଷ୍ଟ ମାଇଲ୍ କ୍ଲାଇମେଟ୍ ସର୍ଭିସେସ୍ (LMCS) ଏବଂ ଜଳବାୟୁ ଅନୁକୂଳନ ଓ ସମାବେଶୀ ସମୁଦାୟ (CAICs) ଆଦି କାର୍ଯ୍ୟକ୍ରମ ସହ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରକଳ୍ପର ଜିଲ୍ଲା ନୋଡାଲ୍ ଅଧିକାରୀ ତଥା ଖଡ଼ିଆଳ ଡିଏଫ୍ଓ ଅଜିଜ ଖାନ୍ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଓ ଆଗାମୀ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ। ତୃଣମୂଳସ୍ତରରେ ପ୍ରକଳ୍ପର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ସେ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ସରକାରୀ ଯୋଜନା ଓ ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ନେଇ ଗୁରୁତ୍ୱାରୋପ କରିଥିଲେ। ପ୍ରକଳ୍ପ ଅଞ୍ଚଳରେ ସରକାରୀ ଯୋଜନାର ଶତପ୍ରତିଶତ ପରିପୂରଣ ପାଇଁ ବିଭାଗୀୟ ସମନ୍ୱୟ ବଢ଼ାଇବା ସହ ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍, ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜନସଚେତନତା ଏବଂ ‘କ୍ଲାଇମେଟ୍ ଚାମ୍ପିଅନ୍’ମାନଙ୍କର ତାଲିମ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ମୁକାବିଲା କରିବାକୁ ତୃଣମୂଳସ୍ତରରେ ସହନଶୀଳତା ବଢ଼ାଇବା ଦିଗରେ ପ୍ରକଳ୍ପକୁ ଅଧିକ ପ୍ରଭାବଶାଳୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନିୟମିତ ନିରୀକ୍ଷଣ ଓ ସମୀକ୍ଷା ସହ ସମ୍ପୃକ୍ତ ସମସ୍ତ ବିଭାଗର ସକ୍ରିୟ ସମନ୍ୱୟ ମାଧ୍ୟମରେ ନୂଆପଡ଼ାକୁ ଏକ ‘ଜଳବାୟୁ ସହନଶୀଳ ମଡେଲ୍ ଜିଲ୍ଲା’ ଭାବେ ଗଢ଼ିତୋଳିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ମଡେଲ୍କୁ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ପ୍ରୟୋଗ କରିବାର ଲକ୍ଷ୍ୟ ରହିଛି। ବୈଠକରେ ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ ସମୀର ସାହୁ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବୋଡେ଼ନ ଓ ଖଡ଼ିଆଳ ବିଡିଓ, ଏସିଏଫ୍, ରେଞ୍ଜ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ। ଏହାସହିତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା AJSA-Indiaର କର୍ମଚାରୀ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP)ର SPMU କର୍ମଚାରୀ ଏବଂ ନୂଆଦିଲ୍ଲୀସ୍ଥିତ WFPର NPMU ଟିମ୍ ଓ ଭୁବନେଶ୍ୱରସ୍ଥିତ WFP ଓଡ଼ିଶା ମୁଖ୍ୟାଳୟର ପ୍ରତିନିଧିମାନେ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।
Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା, ନୂଆପଡା

ମା’ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ପୂଜାରେ ଯୋଗଦେଲେ ଅରୁଣାଭ ସିଂହ
ବଅଁରପାଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅଧୀନ ବଅଁରପାଳ ବ୍ଲକର ବଉଳିଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅରାହାଟ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ପୂଜା ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ଏହି ପବିତ୍ର ଅବସରରେ ଅନୁଗୋଳ ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହ ମା’ ବ୍ରାହ୍ମଣୀଦେବୀଙ୍କ ନିକଟରେ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଆଶୀର୍ବାଦ ଲୋଡ଼ିଥିଲେ। ଏହି ଅବସରରେ ଗ୍ରାମବାସୀ ଓ ଭକ୍ତମାନଙ୍କ ସହ ସେ ସାକ୍ଷାତ କରି ପୂଜା ଓ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

କବିତା: ଜହ୍ନ
ଜହ୍ନ ଅଭିଳାଷ ପୂର୍ଣ୍ଣ ସନ୍ଧ୍ୟା ର , ଜହ୍ନ ଆଲୁଅ ର ପରିପୁଷ୍ଟିତ ତାରଙ୍କ ମେଳରେ....... ସତେ ଭାବନକୁ ଉଲଂଘନ କରି ଆଜି ସାଜିଛି ତୁମ ସ୍ଥିତି। ନୀଳ ବର୍ଣ୍ଣ ଆକାଶରେ, ଆଜି ଅନ୍ଧକାରମୟ ରାତି ର ଜ୍ୟୋସ୍ନା ପଲ୍ଲବୀରେ...... ମାଡ଼ି ଆସୁଥିବା ମୃଦଙ୍ଗ ବାଦନ ଶୁଣି ସତେ ଧୃମ କେତୁ ସଙ୍କୁଚିତ ନ କରି ଆଜି ସାଜିଛି ତୁମ ସତୀ। ଆଜି ମଲ୍ଲିକା ସାଜିଛି ମୂର୍ଚ୍ଛନାର, ପ୍ରୀତଗନ୍ଧା ବିଜୟୀନୀ ସୃଷ୍ଟି ର ରଜନୀ ରେ........ ବାସ୍ନା ମହକାଇ ଉତ୍ପନ୍ନ ହୋଇ ଆଜି ଜହ୍ନ ଆଲୁଅ ର ସାଥି। ସୂରଭି ହଜାଇ ଦେଇଛି ତାର, ଦିଗ ଯୋଡ଼ା ମନୋରଞ୍ଜନକ ଜହ୍ନ ରାଇଜରେ...... ହାତ ବଢ଼ାଇ ସାଉଁଟି ଲା ପରେ ଆଜି ପ୍ରେମ ଗଳ୍ପର ଗୀତୀ। ଚନ୍ଦ୍ର ବେଢିର କୁଣ୍ଡଳ ସ୍ପୁର , ସୈରକ ସାଜିଛି ସମ୍ପୁର୍ଣ୍ଣାର ଭାବରେ....... ସୁନେଲି ସପନ ର ସୌଦାଗର ବାସ୍ତବତାର ମୃଦଙ୍ଗ ରାତି। ଲିଲିପ୍ତା ପରିଡ଼ା ଗ୍ରାମ - ହରିପୁର। ସୁକିନ୍ଦା।
Jajpur (ଯାଜପୁର) • ରିପୋର୍ଟର ଅନିଲ କୁମାର ଜେନା କଳିଙ୍ଗନଗର

ଘରୁ ଚୋରି, ପୋଲିସ ହାତରେ ଅଭିଯୁକ୍ତ ଭଟଲି ପୋଲିସର ସଫଳତା, ସୁନା-ରୂପା ଗହଣା ସହ ନଗଦ ଟଙ୍କା ଉଦ୍ଧାର
ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଘରୁ ଚୋରି ଘଟଣାରେ ଭଟଲି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପିଣ୍ଟୁ ଭୁଏ ଓରଫ ଆଦି। ପୋଲିସର ସୂଚନା ଅନୁସାରେ, ଘରୁ ଚୋରି ଅଭିଯୋଗ ପରେ ଭଟଲି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ତାଙ୍କ ନିକଟରୁ ଚୋରି ହୋଇଥିବା ସୁନା ହାର, କାନଫୁଲ, ବାହୁଡ଼ି, ରୂପା ପାଏଲ, ମୁଦି, ମୋବାଇଲ୍ ଫୋନ୍ ଏବଂ ୭,୫୦୦ ଟଙ୍କା ନଗଦ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଚୋରି ଘଟଣାରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଭଟଲି ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଚୋରି ଘଟଣାର ଅନ୍ୟ କୌଣସି ପାଟି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।
Bargarh (ବରଗଡ଼) • ସତ୍ୟ ସୁରୁଜଳ

Durga Puja Preparations Begin in Nilji with Grand Festive Plans: 10 Avatars of Goddess Durga to Be Worshipped During 36th Annual Sharadiya Festival
Sinapali, September 2: Preparations for the upcoming Sharadiya Durga Puja have begun in full swing at Nilji village under Sinapali Block, with the Durga Puja Committee organising a preparatory meeting to chalk out plans for the grand celebration of its 36th annual Parban festival. The meeting, presided over by acting president Shadanana Sunani, witnessed detailed discussions on various aspects of the festival, including arrangements for the rituals, decoration, cultural programmes, crowd management and the overall smooth conduct of the puja. In a special decision aimed at making this year’s celebration more attractive and spiritually significant, the committee resolved to worship ten manifestations (avatars) of Goddess Durga during the festival. The initiative is expected to add a distinctive religious and cultural dimension to the annual celebration. To ensure that the puja is conducted in a grand, disciplined and organised manner, a new team of office-bearers was also selected during the meeting. Sushanta Kumar Pradhan was elected President of the committee, while Debabyas Sa was chosen as Vice-President. Shadanana Sunani was appointed Secretary and Satyaban Pradhan as Joint Secretary. Dhabaleswar Pradhan, Rakesh Mishra and Lomas Sa were selected as Treasurers. Meanwhile, for better coordination and management of the puja celebrations, Arabinda Pradhan was entrusted with the responsibility of President of the Puja Management Committee, while Kshitiram Majhi was appointed President of the Cultural Committee. The meeting witnessed active participation from committee members and villagers, including Rupadhar Nag, Hiralal Ghibela, Bhujabal Sa, Indra Sunani, Rohit Pradhan, Chandra Sa, Tulasi Sa, Nabina Majhi, Mahendra Nial, Bikash Pradhan, Sumit Pradhan, Pitambar Pradhan, Akash Pradhan, Pitambar Sa, Jagat Ram Parabhoi, Trinath Sagar, Ashok Bag, San Mali, Bada Mali and Birendra Pradhan, among others. The committee members expressed their commitment to making the 36th Sharadiya festival a grand, peaceful and memorable celebration while maintaining proper discipline and ensuring the active participation of villagers.
Nuapada (ନୂଆପଡ଼ା) • Reports: Malaya Meher, DC

Discontent Over BGBO Project List in Sinapali: Sarpanches and Panchayat Samiti Members Seek Reconsideration
Sinapali, September 2: Discontent has surfaced among Panchayati Raj representatives in Sinapali Block over the approved project list under the Bikashita Gaon Bikashita Odisha (BGBO) Scheme 2026-27. Seeking reconsideration of the approved list and inclusion of projects proposed by elected representatives, the Sarpanchs and Panchayat Samiti members of Sinapali Panchayat Samiti have submitted a written representation to the Nuapada District Collector. In their representation, the elected representatives stated that, in accordance with government guidelines regarding the BGBO scheme, the Zilla Parishad had invited project proposals from Panchayati Raj representatives. Subsequently, Sarpanchs and Panchayat Samiti members from various Gram Panchayats under Sinapali Block submitted proposals based on the local needs and problems faced by the people in their respective areas. The representatives further stated that feasibility reports were sought from the Sinapali Block Development Officer (BDO) to assess the viability of the proposed projects. According to the representation, the BDO subsequently submitted feasibility reports regarding the proposed projects. However, the representatives expressed dissatisfaction after finding that several of their proposed projects had not been included in the subsequently published approved project list. They alleged that the basic problems and genuine requirements of local communities had not been given due consideration while finalising the projects. The representatives maintained that failure to reconsider the approved project list could undermine the core objectives of the BGBO scheme. They also urged the administration to give due importance to the proposals submitted by democratically elected public representatives and prioritise projects based on local requirements. Accordingly, they have requested the District Collector to reconsider the BGBO 2026-27 approved project list and include at least one proposed project from each Sarpanch and Panchayat Samiti member of Sinapali Block in the approved list. The representatives expressed hope that the administration would seriously consider their demands and take appropriate steps to ensure that the BGBO scheme is implemented effectively by prioritising the basic needs of the people and the overall development of the local areas.
Nuapada (ନୂଆପଡ଼ା) • Reports: Malaya Meher, District Correspondent

ମଦ ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ, ପଦକ୍ଷେପ ଦାବି
କୋକସରା: ଗାଁରେ ମଦ ବିକ୍ରି ଓ ଚୋରା ମଦ କାରବାର ବନ୍ଦ କରିବା ଦାବିରେ ମହିଳାମାନେ ଏକଜୁଟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଦ୍ୟପାନ ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ଘରୋଇ ହିଂସା ବଢ଼ୁଥିବା ଅଭିଯୋଗରେ କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମର ମହିଳା ସଙ୍ଗଠନର ସଭାନେତ୍ରୀ ରୁକ୍ମଣୀ ମାଝିଙ୍କ ନେତୃତ୍ୱରେ ଶତାଧିକ ମହିଳାମାନେ ମଦ ବିକ୍ରି ବନ୍ଦ କରିବାକୁ ଏକ ରାଲି କରି ଗାଁ ପରିକ୍ରମା କରିବା ସହ NH-26 ଜାତୀୟ ରାଜପଥ କଲୋନୀପଡା ସ୍ଥିତ ଢ଼ାବା ପାଖରୁ ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ଦେଇ ଗାଁ କୁ ଆନ୍ଦୋଳନକାରି ମହିଳା ମାନେ ଆସିଥିଲେ l ଆନ୍ଦୋଳନକାରୀ ମହିଳାମାନେ କହିଛନ୍ତି ଯେ, ମଦ ପାଇଁ ଅନେକ ପରିବାରର ରୋଜଗାରର ବଡ଼ ଅଂଶ ଖର୍ଚ୍ଚ ହୋଇଯାଉଛି। ଫଳରେ ପିଲାମାନଙ୍କ ପାଠପଢ଼ା, ପରିବାରର ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପ୍ରଭାବିତ ହେଉଛି। ମଦ୍ୟପାନ ଯୋଗୁଁ ଅନେକ ସମୟରେ ଘରେ ଝଗଡ଼ା ଓ ହିଂସା ଭଳି ଘଟଣା ଘଟୁଛି ଏବଂ ଛୋଟ ଛୋଟ ପିଲା ମାନେ ମଧ୍ୟ ମଦ ପିଇ ତାଙ୍କର ଜୀବନ ନଷ୍ଟ ହୋଇଯାଉଛି ବୋଲି ସେମାନେ କହିଛନ୍ତି।ଏଥିରେ ମହିଳା ସଂଗଠନ ର ଉପସଭାନେତ୍ରୀ ମନ୍ଦାର କେତକୀ, ସମ୍ପାଦିକା ଯଶୋଦା ନାଏକ, ସହ ସମ୍ପାଦିକା ବିଓଏସ ଦଳପତି, କୋଷଧ୍ୟକ୍ଷ ପୁଷ୍ପାଞ୍ଜଳି ମାଝୀ,କୁମାରୀ ବଛା, ରେବତୀ କେତକୀ, ବୃନ୍ଦା ବଛା, ପୂର୍ଣମୀ ପୂଝlରୀ,ସରୋଜିନୀ ବଣୁଆ, ଓ ସୁଷମା ଦଳପତି ଗ୍ରାମର ଶତାଧିକ ମହିଳା ଆନ୍ଦୋଳନରେ ସାମିଲ ହୋଇଥିଲେ l ମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ କରିବା ସହ ଚୋରା ମଦ କାରବାର ଉପରେ କଡ଼ା ନଜର ରଖିବାକୁ ପ୍ରଶାସନ ଓ ପୁଲିସକୁ ମଧ୍ୟ ଦାବିପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି । ମଦ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ମଦ ବନ୍ଦ ନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ମହିଳାମାନେ ଚେତାବନୀ ଦେଇଛ
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଚିକିଟି ବ୍ଲକ୍ ରତନେଶ୍ୱରୀ ମନ୍ଦିରରେ ୧୨ ଫୁଟିଆ ଅହିରାଜ ଉଦ୍ଧାର
ଆରତୀ ବେଳେ ମା’ଙ୍କ ନିକଟରେ ସାପକୁ ଦେଖି ଆତଙ୍କ; ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ଚିକିଟି:ତା ୨/୯/୨୬: ଚିକିଟି ଅଞ୍ଚଳର ଆରାଧ୍ୟ ଦେବୀ ମା’ ରତନେଶ୍ୱରୀଙ୍କ ମନ୍ଦିରରେ ଆରତୀ ଚାଲିଥିବା ସମୟରେ ଏକ ବିରାଟକାୟ ଅହିରାଜ ସାପ ମନ୍ଦିର ପରିସରରେ ଦେଖିବାକୁ ମିଳିବା ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମା’ଙ୍କ ନିକଟରୁ ପ୍ରାୟ ୧୨ ଫୁଟ ଲମ୍ବର ଏହି ସାପକୁ ଦେଖି ପୂଜକ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦେଇଥିଲେ। ସୂଚନା ପାଇ ସ୍ନେକ୍ ହେଲ୍ପଲାଇନ୍ର ରାମଚନ୍ଦ୍ର ସାହୁ ଓ ଜଗନ୍ନାଥ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ। ପରେ ଏହାକୁ ନିରାପଦ ଭାବେ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇ ଛାଡ଼ି ଦିଆଯାଇଥିଲା। ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବିରାଟକାୟ ସାପ ଦେଖାଯିବା ଯୋଗୁଁ କିଛି ସମୟ ପାଇଁ ଭକ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟମାନେ ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସାପଟିକୁ ନ ମାରି ଉଦ୍ଧାର କରି ପ୍ରାକୃତିକ ପରିବେଶରେ ଛାଡ଼ିଦିଆଯାଇଥିବାରୁ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଚିକିଟି କି ପାତ୍ରପୁର କି ଯେଉଁଠି ହେଲେ ସାପ ଦାଉରୁ ରକ୍ଷା ପାଇଁ ସ୍ନେକ ହେଲ୍ପ ଲାଇନ ନମ୍ବର ଡାଇଲ କରନ୍ତୁ କିମ୍ବା ରାମ ସାହୁ ମୋବାଇଲ ୭୦୦୫୬୬୨୩୮୫ କୁ ଜଣାନ୍ତୁ ବୋଲି ଜଣାଇଛନ୍ତି।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

ସଫେଇ କର୍ମଚାରୀ ନିଯୁକ୍ତିକୁ ବିରୋଧ; ସ୍ଥାନୀୟଙ୍କୁ ସାମିଲ ପାଇଁ ଦାବି: ଟାଙ୍ଗୀ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର
ଟାଙ୍ଗୀ, ଖୋର୍ଦ୍ଧା: ନବଗଠିତ ଟାଙ୍ଗୀ ଏନ୍ଏସିର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସଫେଇ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଏଥିରେ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ନଦେଇ ବାହାର ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦାମାନେ ବିରୋଧ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଗ୍ରାମ ପଞ୍ଚାୟତକୁ ପୂର୍ବତନ ସରକାରଙ୍କ ସମୟରେ ଏନ୍ଏସି ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ସରକାର ପରିବର୍ତ୍ତନ ପରେ ବର୍ତ୍ତମାନର ସରକାର ପକ୍ଷରୁ ମଧ୍ୟ ଟାଙ୍ଗୀକୁ ଏନ୍ଏସି ଭାବେ ଘୋଷଣା କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ନୂଆ ଆଶା ସୃଷ୍ଟି ହୋଇଥିଲା। ନବଗଠିତ ଏନ୍ଏସିରେ ପରିମଳ ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଫେଇ କର୍ମଚାରୀ ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ଟାଙ୍ଗୀ ଏନ୍ଏସି ବାହାର ଅଞ୍ଚଳର କିଛି ଲୋକଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ଏନ୍ଏସିର ହରିଜନ ସାହିର ବାସିନ୍ଦାମାନେ ଏକତ୍ରିତ ହୋଇ ସ୍ଥାନୀୟ ଲୋକଙ୍କୁ ସଫେଇ କାର୍ଯ୍ୟରେ ସୁଯୋଗ ଦେବାକୁ ଦାବି କରିଛନ୍ତି। ଯୁବ ସମାଜସେବୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଟାଙ୍ଗୀ ଏନ୍ଏସିର ନିର୍ବାହୀ ଅଧିକାରୀ ରୁମାନା ଜାଫ୍ରିଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଟାଙ୍ଗୀ ଏନ୍ଏସି ଅଞ୍ଚଳର ଯୋଗ୍ୟ ସ୍ଥାନୀୟ ଲୋକଙ୍କୁ ସଫେଇ କାର୍ଯ୍ୟକ୍ରମରେ ସାମିଲ କରିବା ସହ ନିଯୁକ୍ତି ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ବିଚାରକୁ ନେବାକୁ ଅନୁରୋଧ କରାଯାଇଛି। ଏଥିସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଏନ୍ଏସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସାହି ବାସିନ୍ଦାମାନେ ଦାବି କରିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ମା’ ବ୍ରାହ୍ମଣୀଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବଅଁରପାଳ ବ୍ଲକ ବଉଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ଅରାହାଟ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ରାହ୍ମଣୀଙ୍କ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ଏହି ପବିତ୍ର ଉତ୍ସବରେ ଯୋଗଦେଇଛନ୍ତି ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ଅରାହାଟ ଗ୍ରାମର ଯୁବଗୋଷ୍ଠୀଙ୍କ ସହ ମିଶି ଅଭିମନ୍ୟୁ ସାହୁ ମା’ ବ୍ରାହ୍ମଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଗ୍ରାମବାସୀ ଓ ଯୁବଗୋଷ୍ଠୀଙ୍କ ସହ ଧାର୍ମିକ ଓ ସାମାଜିକ ବିଷୟରେ ଆଲୋଚନା ମଧ୍ୟ କରିଥିଲେ। ବାର୍ଷିକ ଉତ୍ସବକୁ ନେଇ ଅରାହାଟ ଗ୍ରାମରେ ଭକ୍ତି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ, ମା’ ବ୍ରାହ୍ମଣୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ଅଭିମନ୍ୟୁ ସାହୁ କାମନା କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
