ମା’ ବ୍ରାହ୍ମଣୀଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାSeptember 2, 2026108 views

ବଅଁରପାଳ: ବଅଁରପାଳ ବ୍ଲକ ବଉଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ଅରାହାଟ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ରାହ୍ମଣୀଙ୍କ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ଏହି ପବିତ୍ର ଉତ୍ସବରେ ଯୋଗଦେଇଛନ୍ତି ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ।
ଅରାହାଟ ଗ୍ରାମର ଯୁବଗୋଷ୍ଠୀଙ୍କ ସହ ମିଶି ଅଭିମନ୍ୟୁ ସାହୁ ମା’ ବ୍ରାହ୍ମଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଗ୍ରାମବାସୀ ଓ ଯୁବଗୋଷ୍ଠୀଙ୍କ ସହ ଧାର୍ମିକ ଓ ସାମାଜିକ ବିଷୟରେ ଆଲୋଚନା ମଧ୍ୟ କରିଥିଲେ।
ବାର୍ଷିକ ଉତ୍ସବକୁ ନେଇ ଅରାହାଟ ଗ୍ରାମରେ ଭକ୍ତି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ, ମା’ ବ୍ରାହ୍ମଣୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ଅଭିମନ୍ୟୁ ସାହୁ କାମନା କରିଥିଲେ।
