--:--:--
-- ---
Srishti News

Web News

ଦୀର୍ଘ ବର୍ଷ ଧରି ଗ୍ରାମୀଣ ସଡ଼କ ଯୋଜନା ରାସ୍ତା ନଥିବାରୁ ଗ୍ରାମବାସୀ ଅସନ୍ତୋଷ
Jun 29, 202675 views

ଦୀର୍ଘ ବର୍ଷ ଧରି ଗ୍ରାମୀଣ ସଡ଼କ ଯୋଜନା ରାସ୍ତା ନଥିବାରୁ ଗ୍ରାମବାସୀ ଅସନ୍ତୋଷ

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଅନ୍ତର୍ଗତ ଜୟପଲ୍ଲୀ ଗ୍ରାମଠାରୁ ସିଙ୍ଗପୁର ଗ୍ରାମ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ନଥିବାରୁ ଜନସାଧାରଣ ଲୋକ ଯାତାୟତ କରିବାରେ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତରେ ଅଭିଯୋଗ ଜଣାଇଥିଲେ ମଧ୍ୟ ପଂଚାୟତ କତୃପକ୍ଷ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି l ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସକାରାତ୍ମକ ପଦକ୍ଷେପ କିମ୍ବା ସ୍ପଷ୍ଟ ଉତ୍ତର ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ସ୍ଥାନୀୟ ଲୋକେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଆଇଆରସି ଭିଲେଜ୍ ହାଇସ୍କୁଲରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ, ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତକୁ ଗୁରୁତ୍ୱ
Jun 29, 202646 views

ଆଇଆରସି ଭିଲେଜ୍ ହାଇସ୍କୁଲରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ, ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜ୍ ହାଇସ୍କୁଲ ପରିସରରେ ସୋମବାର ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଓ ସୁବିଧାଜନକ ଯାତାୟାତ ପାଇଁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମ (BMC)ର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଉତ୍ତର ଭୁବନେଶ୍ୱରର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ୧୫ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ମାନସୀ ରାଣୀ ସୁନ୍ଦରରାୟ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ନୂତନ ରାସ୍ତା ନିର୍ମାଣ ଦ୍ୱାରା ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ଓ ସୁଗମ ହେବ। ସେଥିସହ ସହରୀ ଭିତ୍ତିଭୂମିର ବିକାଶ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ମୌଳିକ ସୁବିଧା ବୃଦ୍ଧି ପାଇଁ ବିଏମସି ଓ ସରକାର ପକ୍ଷରୁ ଏଭଳି ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଥିଲେ। ସ୍ଥାନୀୟ ବାସିନ୍ଦା ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ଶିକ୍ଷା ପରିବେଶକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ନିୟମଗିରି ସୁରକ୍ଷା ସମିତି ନେତା ଲଦ ସିକକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ପଳାତକ ଘୋଷଣା ଆଦେଶରେ ଚର୍ଚ୍ଚା
Jun 29, 202652 views

ନିୟମଗିରି ସୁରକ୍ଷା ସମିତି ନେତା ଲଦ ସିକକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ପଳାତକ ଘୋଷଣା ଆଦେଶରେ ଚର୍ଚ୍ଚା

ଭୁବନେଶ୍ୱର/କଳାହାଣ୍ଡି, ଜୁନ ୨୯: ନିୟମଗିରି ସୁରକ୍ଷା ସମିତିର ପ୍ରମୁଖ ନେତା ଲଦ ସିକକାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଉଠିଥିବା ବେଳେ, ଗତ ୧୫ ମାର୍ଚ୍ଚ ୨୦୨୬ରେ ଲାଞ୍ଜିଗଡ଼ ମୁନସିଫ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବାକୁ ଆଦେଶ ଜାରି କରିଛନ୍ତି। ଏହି ଆଦେଶ କଲ୍ୟାଣସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି। ଏହି ଘଟଣାକୁ ନେଇ ଓକିଲ, ମାନବିକ ଅଧିକାର ସଂଗଠନ, ନାଗରିକ ସମାଜ ଏବଂ ବିଭିନ୍ନ ରାଜନୈତିକ ଗୋଷ୍ଠୀରେ ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି। ଲଦ ସିକକା ଡଙ୍ଗରିଆ କନ୍ଧ ଜନଜାତିର ଏକ ସଦସ୍ୟ, ଯାହାକି ଓଡ଼ିଶା ସରକାରଙ୍କ ଦ୍ୱାରା ଚିହ୍ନିତ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ (PVTG) ଭିତରେ ଅନ୍ତର୍ଭୁକ୍ତ। ସେ ନିୟମଗିରି ପର୍ବତକୁ ବକ୍ସାଇଟ ଖଣି ଖନନରୁ ସୁରକ୍ଷା କରିବା ପାଇଁ ଚାଲିଥିବା ଦୀର୍ଘଦିନର ଜନଆନ୍ଦୋଳନର ଏକ ଅଗ୍ରଣୀ ନେତା । ଦଶନ୍ଧି ଧରି ଚାଲିଥିବା ଏହି ଆନ୍ଦୋଳନ ତାଙ୍କୁ ଓଡ଼ିଶା ସହିତ ସମଗ୍ର ଦେଶରେ ପରିଚିତ କରାଇଛି। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଚାଲିଥିବା ବିଭିନ୍ନ ଆନ୍ଦୋଳନରେ ସେ ସଂହତି ଜଣେଇବା ସହିତ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସଭାସମ୍ମେଳନରେ ଭାଗ ନେଇଆସୁଥିବା ସୂଚନା ମିଳିଛି। ଏହା ସହିତ ସେ ନିଜ ସମୁଦାୟର ମଙ୍ଗଳ ନିମନ୍ତେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହ ସମ୍ପର୍କ ରଖିଆସୁଛନ୍ତି। ବିଶେଷଜ୍ଞମାନଙ୍କ ମତାନୁସାରେ, ବିକାଶ ନାମରେ ଆଦିବାସୀଙ୍କ ଜୀବନଜୀବିକା ଉପରେ ପଡ଼ୁଥିବା ପ୍ରଭାବର ଏହା ଏକ ଉଦାହରଣ। ଲଦ ସିକକାଙ୍କୁ ପଳାତକ ଘୋଷଣା କରିବା ନେଇ ବୁଦ୍ଧିଜୀବୀ ମହଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏହି ଘଟଣା ଆଗାମୀ ଦିନରେ ରାଜ୍ୟର ଆଦିବାସୀ ଆନ୍ଦୋଳନ ଓ ମାନବାଧିକାର ପ୍ରସଙ୍ଗରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇପାରେ।

Kalahandi (କଳାହାଣ୍ଡି)ରିପୋର୍ଟ: ସୁକାନ୍ତ ପ୍ରଧାନ, ଭବାନୀପାଟଣା

କଳାହାଣ୍ଡିରେ ରହସ୍ୟଜନକ ମୃତ୍ୟୁ: ଡାଲଗୁମା ଧାନମଣ୍ଡି ନିକଟରୁ ଶୁକଦେବ ଧରୁଆଙ୍କ ମୃତଦେହ ଉଦ୍ଧାର, ତଦନ୍ତରେ ପୋଲିସ
Jun 29, 202655 views

କଳାହାଣ୍ଡିରେ ରହସ୍ୟଜନକ ମୃତ୍ୟୁ: ଡାଲଗୁମା ଧାନମଣ୍ଡି ନିକଟରୁ ଶୁକଦେବ ଧରୁଆଙ୍କ ମୃତଦେହ ଉଦ୍ଧାର, ତଦନ୍ତରେ ପୋଲିସ

କୋକସରା/କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡାଲଗୁମା ଧାନମଣ୍ଡି ନିକଟରୁ ଶୁକଦେବ ଧରୁଆଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ସୂଚନା ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, କୋକସରା

ଅଚ୍ୟୁତାନନ୍ଦ ଦାସଙ୍କ ପୀଠ ନେମାଳ ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା
Jun 29, 202690 views

ଅଚ୍ୟୁତାନନ୍ଦ ଦାସଙ୍କ ପୀଠ ନେମାଳ ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଲକ୍ଷାଧିକ ଭକ୍ତଙ୍କ ସମାଗମ | ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ନେମାଳ:ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ | ଭକ୍ତଙ୍କୁ ଦେଖିବା ପାଇଁ ଭଗବାନ ବ୍ୟାକୁଳ । କଳିଯୁଗର ଶ୍ରେଷ୍ଠ ଭକ୍ତ ଭବିଷ୍ୟ ମାଳିକା ରଚୟିତା ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ସାଧନା ପୀଠ ନେମାଳ ଠାରେ ଦେବସ୍ନାନ ପୂର୍ଣ୍ଣିମା ମହା ଆଡମ୍ବର ସହକାରେ ପାଳନ ହେଉଅଛି | ଏହି ଉପଲକ୍ଷେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଲୋକକଥା ଅନୁସାରେ ଏହି ଦିନ ସ୍ୱୟଂ ଜଗନ୍ନାଥ ମହାପ୍ରଭୂ ମାଟି ଗଦା ସାଆନ୍ତ ଅଚ୍ୟୁତଙ୍କ ଶରୀରରେ ଅବତୀର୍ଣ୍ଣ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମ ନିମନ୍ତେ ମନ୍ଦିର କମିଟି ଟ୍ରଷ୍ଟ ବୋର୍ଡ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ପ୍ରାତଃରୁ ବିଭିନ୍ନ ନୀତି କାନ୍ତି ମଧ୍ୟରେ ଭକ୍ତ ମାନେ ମହାପୁରୁଷଙ୍କୁ ଦର୍ଶନ କରୁଛନ୍ତି | ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ମାନଙ୍କ ଭିଡ଼ ଲାଗି ରହିଛି | ଏହି ଦେବସ୍ନାନ ପୂର୍ଣ୍ଣିମାକୁ ସୁଚାର ରୁପରେ ପରିଚାଳନା ପାଇଁ କଟକ ଜିଲ୍ଳା ପୋଲିସ୍ ପକ୍ଷରୁ ୧୩ ପ୍ଲାଟୁନ୍ ଫୋର୍ସ ସହ ଶାନ୍ତି କମିଟି ସଦସ୍ୟ ମାନେ ଭିଡ଼ ନିୟନ୍ତ୍ରଣ କରିବା ସହ ଭକ୍ତ ମାନଙ୍କୁ ସାହଯ୍ୟ କରୁଛନ୍ତି ।

Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ସେଣ୍ଟ୍ରାଲ ୱର୍କଶପ୍ କର୍ମଚାରୀଙ୍କ ମୌଳିକ ସୁବିଧା ଦାବି, ଏମ୍‌ସିଏଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ
Jun 29, 202651 views

ସେଣ୍ଟ୍ରାଲ ୱର୍କଶପ୍ କର୍ମଚାରୀଙ୍କ ମୌଳିକ ସୁବିଧା ଦାବି, ଏମ୍‌ସିଏଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ନିକଟସ୍ଥ ଏମ୍‌ସିଏଲ୍‌ର ସେଣ୍ଟ୍ରାଲ ୱର୍କଶପ୍‌ରେ ପ୍ରତିଦିନ ଶହ ଶହ ଭାରୀ ଯାନବାହନର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦିତ ହେଉଛି। ଏହି କାରଖାନାରେ ପ୍ରାୟ ୫୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିବା ସତ୍ତ୍ୱେ ସେମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାର ଅଭାବ ଥିବା ଅଭିଯୋଗ ହେଉଛି। କର୍ମଚାରୀଙ୍କ କହିବା ଅନୁଯାୟୀ, କାର୍ଯ୍ୟସ୍ଥଳରେ ବିଶ୍ରାମ ଗୃହ, ଆବାସ (କ୍ୱାର୍ଟର) ସହ ଅନ୍ୟାନ୍ୟ ମୌଳିକ ସୁବିଧାର ବ୍ୟବସ୍ଥା ନଥିବାରୁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ନିଜ ଦାୟିତ୍ୱକୁ ପ୍ରାଥମିକତା ଦେଇ ସେମାନେ ନିୟମିତ ଭାବେ କାର୍ଯ୍ୟ କରିଆସୁଛନ୍ତି। କର୍ମଚାରୀମାନେ ଏମ୍‌ସିଏଲ୍ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ସମସ୍ୟା ପ୍ରତି ସହାନୁଭୂତିଶୀଳ ହୋଇ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ହେଲେ କର୍ମଚାରୀମାନେ ଉପକୃତ ହେବା ସହ କାର୍ଯ୍ୟ ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼
Jun 29, 202657 views

ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼

ତାଳଚେର: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ତାଳଚେର ସାଉଥ୍ ବଲଣ୍ଡା ନିକଟସ୍ଥ ସେଣ୍ଟ୍ରାଲ ୱର୍କଶପ୍ ନିକଟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ଚତୁର୍ଧା ମୂର୍ତ୍ତିଙ୍କ ପବିତ୍ର ସ୍ନାନ ନୀତି ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହୋଇଥିଲା। ସ୍ନାନ ପୂର୍ଣ୍ଣିମା ନୀତିର ଦର୍ଶନ ପାଇଁ ସକାଳଠାରୁ ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ଶ୍ରୀବିଗ୍ରହଙ୍କ ଦର୍ଶନ କରି ପ୍ରଭୁଙ୍କ ନିକଟରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ସମଗ୍ର ଅଞ୍ଚଳ ହରିବୋଲ ଧ୍ୱନି ଓ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ମନ୍ଦିର ପକ୍ଷରୁ ସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ କରାଯାଇଥିବାବେଳେ ଭକ୍ତଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ ପଞ୍ଜୀକୃତ, ଶ୍ରମିକଙ୍କ ଅଧିକାର ସୁରକ୍ଷା ପାଇଁ ନୂଆ ପଦକ୍ଷେପ
Jun 29, 202691 views

ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ ପଞ୍ଜୀକୃତ, ଶ୍ରମିକଙ୍କ ଅଧିକାର ସୁରକ୍ଷା ପାଇଁ ନୂଆ ପଦକ୍ଷେପ

ଅନୁଗୋଳ: ତାଳଚେର ଫର୍ଟିଲାଇଜର କାରଖାନାର ଶ୍ରମିକମାନଙ୍କ ପାଇଁ ଏକ ଖୁସିର ଖବର। ଡାଇରେକ୍ଟରେଟ୍ ଅଫ୍ ଲେବର, ଓଡ଼ିଶା ପକ୍ଷରୁ ଟ୍ରେଡ୍ ୟୁନିଅନ ଆକ୍ଟ, ୧୯୨୬ ଅନୁଯାୟୀ "ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ" ସଫଳତାର ସହ ପଞ୍ଜୀକୃତ ହୋଇଛି। ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନେ ଠିକାଦାର ଓ କାରଖାନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସମସ୍ୟା, ମଜୁରୀ ପ୍ରଦାନରେ ବିଳମ୍ବ, ଶ୍ରମିକ ଅଧିକାର ଓ ଅନ୍ୟାନ୍ୟ କଲ୍ୟାଣମୂଳକ ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ। ନବଗଠିତ ୟୁନିଅନ ପଞ୍ଜୀକରଣ ପରେ ଶ୍ରମିକଙ୍କ ସମସ୍ୟାର ସମାଧାନ, ସେମାନଙ୍କ ନ୍ୟାୟସଙ୍ଗତ ଅଧିକାର ସୁରକ୍ଷା ଏବଂ ମଜୁରୀ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସଂଗଠିତ ଭାବେ କାର୍ଯ୍ୟ କରିବ ବୋଲି ୟୁନିଅନର କର୍ମକର୍ତ୍ତାମାନେ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ୟୁନିଅନ ନିଷ୍ଠାର ସହ କାର୍ଯ୍ୟ କରି ଶ୍ରମିକମାନଙ୍କ ସହଯୋଗରେ ସେମାନଙ୍କ ସ୍ୱାର୍ଥ ଓ ଅଧିକାର ରକ୍ଷା ପାଇଁ ସଦା ତତ୍ପର ରହିବ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସରେ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ
Jun 29, 202683 views

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସରେ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ

ଅନୁଗୋଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସ ଅବସରରେ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ‘ସଂକଳ୍ପ ଦିବସ’ ପାଳନ ସହ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ତାଳଚେର ଦେଉଳବେଡ଼ା ଦୁର୍ଗାପଡ଼ିଆସ୍ଥିତ ଡିସିଆଇ କ୍ଲବ୍ ପରିସରରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ବିଜେପି ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୧୭୫ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ତାଳଚେର ନଗରପାଳ ପବିତ୍ର ଭୂତିଆ, ପ୍ରକାଶ ମହାରଣା, ପେସ୍କାର ଗଡ଼ନାୟକ ଓ ରଙ୍ଗାଧର ନାହାକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ତାଳଚେର ରକ୍ତଭଣ୍ଡାରର ଡା. ବିଜୟ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ ଟେକ୍ନିସିଆନ ପ୍ରସନ୍ନ କୁମାର ବେହେରା, କୁମୁଦ ସାହୁ ଓ ଗୋପନଚନ୍ଦ୍ର ବେହେରା ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିବାବେଳେ ରାଜକିଶୋର ପ୍ରଧାନ, ଚନ୍ଦ୍ରମଣି ନାଏକ ଓ ଛବିନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ପାଳିତ
Jun 29, 202692 views

ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ପାଳିତ

ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ଧାର୍ମିକ ପରମ୍ପରା ଓ ଭକ୍ତିମୟ ପରିବେଶ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଗ୍ରାମବାସୀ ଓ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ବିଧିବଦ୍ଧ ରୀତିନୀତି ଅନୁସାରେ ଭୂମି ପୂଜା ସମ୍ପନ୍ନ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲୀଳାଞ୍ଚଳ ଖିଲାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଠା ଉପ-ସଭାପତି ସରୋଜ କାନ୍ତ ଗୌଡ଼, ସମ୍ପାଦକ ଦିଲ୍ଲୀପ କୁମାର ଗୌଡ଼, ସହ-ସମ୍ପାଦକ ସୁଶାନ୍ତ କୁମାର ମହାକୁଡ଼, ଗ୍ରାମ ସଭାପତି ଭାଗବତ ଗୌଡ଼ ଏବଂ ଗ୍ରାମ ସମ୍ପାଦକ ସୁରେନ୍ଦ୍ର ନାଥ ଗୌଡ଼ଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସମାଜର ଐକ୍ୟ, ଭ୍ରାତୃତ୍ୱ ଓ ପାରମ୍ପରିକ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଇଥିଲା।ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ପାଳିତ ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ପାଞ୍ଚଭୂତି ପାଞ୍ଚଭୂତି ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭୂମି ପୂଜା ଉତ୍ସବ ଧାର୍ମିକ ପରମ୍ପରା ଓ ଭକ୍ତିମୟ ପରିବେଶ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଗ୍ରାମବାସୀ ଓ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ବିଧିବଦ୍ଧ ରୀତିନୀତି ଅନୁସାରେ ଭୂମି ପୂଜା ସମ୍ପନ୍ନ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲୀଳାଞ୍ଚଳ ଖିଲାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଠା ଉପ-ସଭାପତି ସରୋଜ କାନ୍ତ ଗୌଡ଼, ସମ୍ପାଦକ ଦିଲ୍ଲୀପ କୁମାର ଗୌଡ଼, ସହ-ସମ୍ପାଦକ ସୁଶାନ୍ତ କୁମାର ମହାକୁଡ଼, ଗ୍ରାମ ସଭାପତି ଭାଗବତ ଗୌଡ଼ ଏବଂ ଗ୍ରାମ ସମ୍ପାଦକ ସୁରେନ୍ଦ୍ର ନାଥ ଗୌଡ଼ଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସମାଜର ଐକ୍ୟ, ଭ୍ରାତୃତ୍ୱ ଓ ପାରମ୍ପରିକ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଇଥିଲା।

Ganjam (ଗଞ୍ଜାମ)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ପାଞ୍ଚଭୂତି, ଜଗନ୍ନାଥ ପ୍ରସାଦ

ରାସ୍ତା ଉପରେ ଜଳିଗଲା ହାଇବା, ଅଳ୍ପକେ ବର୍ତ୍ତିଲେ ଚାଳକ
Jun 29, 202678 views

ରାସ୍ତା ଉପରେ ଜଳିଗଲା ହାଇବା, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ସମଲ କେନାଲ ବାଇପାସ ରାସ୍ତାରେ ରବିବାର ବିଳମ୍ବିତ ରାତି ପ୍ରାୟ ୧୨:୩୦ ସମୟରେ ଏକ ହାଇବା ଟ୍ରକରେ ଅଚାନକ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, OD 35 H 8199 ନମ୍ବର ବିଶିଷ୍ଟ ହାଇବା ଟ୍ରକଟି ଚଳାଚଳ କରୁଥିବା ବେଳେ ହଠାତ୍ ଶର୍ଟ ସର୍କିଟ ହେବାରୁ ଗାଡ଼ିରେ ନିଆଁ ଲାଗିଥିଲା। ପରିସ୍ଥିତିକୁ ବୁଝି ଚାଳକ ତୁରନ୍ତ ଗାଡ଼ିକୁ ରାସ୍ତା କଡ଼ରେ ଅଟକାଇ ବାହାରକୁ ଓହ୍ଲାଇ ପଡ଼ିଥିବାରୁ ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା ପାଇଥିଲେ। କିଛି ସମୟ ମଧ୍ୟରେ ନିଆଁ ସମଗ୍ର ଟ୍ରକକୁ ବ୍ୟାପିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଖବର ପାଇ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା ବେଳେ ଚାଳକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଶର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବଅଁରପାଳ ଥାନାରେ ଏସଡିପିଓଙ୍କ ସମୀକ୍ଷା ବୈଠକ, ଜନସେବାକୁ ଗୁରୁତ୍ୱ
Jun 29, 202690 views

ବଅଁରପାଳ ଥାନାରେ ଏସଡିପିଓଙ୍କ ସମୀକ୍ଷା ବୈଠକ, ଜନସେବାକୁ ଗୁରୁତ୍ୱ

ଅନୁଗୋଳ: ଅନୁଗୋଳ ଏସଡିପିଓ ବଅଁରପାଳ ଥାନା ପରିଦର୍ଶନ କରି ପୋଲିସ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ପୋଲିସର ବୃତ୍ତିଗତ ଦକ୍ଷତା ବୃଦ୍ଧି, ସାଧାରଣ ଲୋକଙ୍କ ସହ ସୌଜନ୍ୟପୂର୍ଣ୍ଣ ବ୍ୟବହାର, ଅଭିଯୋଗର ତ୍ୱରିତ ସମାଧାନ ଏବଂ ଗୁଣାତ୍ମକ ଜନସେବା ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ପୋଲିସ କର୍ମଚାରୀମାନଙ୍କୁ କର୍ତ୍ତବ୍ୟ ପାଳନ ବେଳେ ଶୃଙ୍ଖଳା, ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ପୋଲିସ ଆଚରଣର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ସହ ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରିବା ଦିଗରେ କାର୍ଯ୍ୟ କରିବାକୁ ଏସଡିପିଓ ପରାମର୍ଶ ଦେଇଥିଲେ। ବୈଠକରେ ଥାନାର ଆଇନ-ଶୃଙ୍ଖଳା ପରିସ୍ଥିତି ଓ ପୋଲିସିଂକୁ ଅଧିକ ଜନମୁଖୀ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା