ପ୍ରାର୍ଥନା ଗୃହ ଭଙ୍ଗାକୁ ବିରୋଧ: ଆର୍.ଆଇ. ଅଫିସ୍ ସମ୍ମୁଖରେ ଗ୍ରାମବାସୀଙ୍କ ପ୍ରତିବାଦ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 3, 202659 views

ଖୋର୍ଦ୍ଧା: ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତାବର ପଞ୍ଚାୟତର ଅରିସଲ ଗ୍ରାମରେ ନିର୍ମାଣାଧୀନ ପ୍ରାର୍ଥନା ଗୃହକୁ ଭଙ୍ଗାଯିବାକୁ ବିରୋଧ କରି ସ୍ଥାନୀୟ ଜନସାଧାରଣ ଆର୍.ଆଇ. ଅଫିସ୍ ସମ୍ମୁଖରେ ପ୍ରତିବାଦ କରିଥିଲେ।
ପ୍ରତିବାଦ ସମୟରେ ଘଟଣାସ୍ଥଳରେ ଜଟଣୀ ତହସିଲଦାରଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ ପହଞ୍ଚିଥିଲେ। ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ପ୍ରସ୍ତାବିତ ଉଚ୍ଛେଦ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।
ଏହି ସମୟରେ ଛତାବର ପଞ୍ଚାୟତର ସରପଞ୍ଚ ଶ୍ରୀ ବିଷ୍ଣୁ ପ୍ରସାଦ ଡେଙ୍ଗଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଓ ଗ୍ରାମବାସୀ ଉପସ୍ଥିତ ରହିଆଲୋଚନାରେ ସାମିଲ ହୋଇଥିଲେ।ପ୍ରାର୍ଥନା ଗୃହକୁ ନେଇ ଉପୁଜିଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନଜର ରହିଛି।
