Web News

ଭୁବନ ଏବିଭିପି ର ନୂତନ କର୍ମକର୍ତ୍ତା ଡଃ ଥବିର ଭୋଇ ସଭାପତି, ସ୍ୱୟଂଶମ୍ଭୁ ପୃଷ୍ଟି ସମ୍ପାଦକ
ଢ଼େଙ୍କାନାଳ , ୮.୯-: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନ ନଗର ଶାଖା ପକ୍ଷରୁ ମଙ୍ଗଳବାର ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଡଃ ଥବିର ଭୋଇଙ୍କୁ ନଗର ସଭାପତି ଏବଂ ସ୍ଵୟଂସମ୍ଭୁ ପୃଷ୍ଟିଙ୍କୁ ନଗର ସମ୍ପାଦକ ଭାବେ ମନୋନୀତ କରାଯାଇଛି। ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଉଭୟ ନବନିର୍ବାଚିତ କର୍ମକର୍ତ୍ତା ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷା କ୍ଷେତ୍ରର ବିଭିନ୍ନ ବିଷୟ ଏବଂ ଛାତ୍ର ସମାଜର ସାମଗ୍ରିକ ବିକାଶ ଦିଗରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରାଯାଇଛି। ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତା ଓ ବିଦ୍ୟାର୍ଥୀମାନେ ନୂତନ ଦାୟିତ୍ୱ ପାଇଥିବା ସଭାପତି ଡଃ ଥବିର ଭୋଇ ଓ ନଗର ସମ୍ପାଦକ ସ୍ଵୟଂସମ୍ଭୁ ପୃଷ୍ଟିଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂତନ ଶିକ୍ଷାବର୍ଷରେ ସଂଗଠନର କାର୍ଯ୍ୟକଳାପକୁ ଆହୁରି ବ୍ୟାପକ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ସମ୍ମିଳନୀରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଭାତ କୁମାର ଜେନା, ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ର ଓ ଭୁବନ ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଶୁଭମ୍ ବେହେରା, ଅଧ୍ୟାପକ ସଙ୍ଗୀତ ନନ୍ଦ ଙ୍କ ସହ ଯାଜପୁର ଜିଲ୍ଲା ପ୍ରମୁଖ ଅଧ୍ୟାପକ ପ୍ରଶାନ୍ତ କୁମାର୍ ରାଉତରାୟ ଯୋଗ ଦେଇ ଵିଦ୍ୟାର୍ଥୀ ପରିଷଦ ର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ କାର୍ଯ୍ୟକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ । କର୍ଯ୍ୟକ୍ରମ କୁ ପୂର୍ବତନ ବିଭାଗ ସଂଯୋଜକ ଗୁଲସନ କୁମାର ରାଉତ ସଂଯୋଜନା କରିବା ସହ ଶେଷରେ ନୁତନ ନଗର ସମ୍ପାଦକ ଛାତ୍ର ନେତା ସ୍ୱୟଂସମ୍ଭୁ ପୃଷ୍ଟି ଧନ୍ୟବାଦ ଦେବା ସହ ସଭା ସଂଗ କରିଥିଲେ । ଏହି ସମ୍ମିଳନୀ ରେ ଭୁବନ ନଗରର ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ
ଢ଼େଙ୍କାନାଳ: ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶ୍ରୀ ଶ୍ରୀନିବାସ ରାଉତ ଦାୟୀତ୍ଵ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ, ଶ୍ରୀ ରାଉତ କାର୍ଯ୍ୟରତ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇବା ସହ ଗତ ନଭେମ୍ବର ୨୦୨୩ ରୁ କାର୍ଯ୍ୟରତ ଅଧିକାରୀ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ସମାଜସେବୀ ମେନକା ସୁନ୍ଦରୀ ଭଞ୍ଜଙ୍କ ପ୍ରଥମ ସ୍ମୃତି ବାର୍ଷିକ ପାଳନ:
ସହରର ଅନ୍ୟତମ ସମାଜସେବିକା ତଥା ପରିବେଶ ଓ ପ୍ରକୃତି ପ୍ରେମୀ ମେନକା ସୁନ୍ଦରୀ ଭଞ୍ଜଙ୍କ ପ୍ରଥମ ସ୍ମୃତି ବାର୍ଷିକରେ ଭଦ୍ରକ ଗବସାହି ସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା ଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା,ରାଧାନାଥ ଦାସ, ସନ୍ତୋଷ ମହାପାତ୍ର, ଜୟନ୍ତ ଭୋଇ, ବିକାଶ ନାଥ, ଉଷାଶ୍ରୀ ବାରିକ୍, ଗଣେଶ ରାମ, ଦେବାଶିଷ ନାୟକ , ମନୋରଞ୍ଜନ ଦାସ, ଚିତ୍ତରଞ୍ଜନ ନାୟକ, ପ୍ରକାଶ ବାରିକ, କୌଶିକ୍ ଦାସ, ମହିଳା ନେତ୍ରୀ ଚାରୁଲତା ମହାପାତ୍ର ପ୍ରମୁଖ ଯୋଗଦେଇ ମେନକା ଦେବୀଙ୍କ ସ୍ମୃତି ଚାରଣ କରିବା ସହ ଆମ ଦେଶର ପରିବେଶ ନୀତିକୁ ବେଖାତିର କରି କେନ୍ଦ୍ର ସରକାର ପୁଞ୍ଜିପତି ମାନଙ୍କୁ ଜଙ୍ଗଲ କାଟିବା ପାଇଁ ଅନୁମତି ଦେବା ଘଟଣାକୁ ଏହି ସଭାରେ ତୀବ୍ର ନିନ୍ଦା କରାଯାଇଥିଲା ଓ ଏମ୍ ଏମ୍ ଡି ଆର ସଂଶୋଧନ ଆଇନ ବଳରେ କେନ୍ଦ୍ର ସରକାର ଓଡିଶାର ଖଣିଜ ସଂପଦକୁ ଲୁଣ୍ଠନ କରିବାର ଚକ୍ରାନ୍ତକୁ ମଧ୍ୟ ଏହି ସଭାରେ ତୀବ୍ର ନିନ୍ଦା କରାଯାଇଥିଲା । ଶେଷରେ ମେନକା ଦେବୀଙ୍କ ପୁତ୍ର ଆଇନଜୀବୀ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗ୍ରାମୀ ଅଭିବାଦନ ସହ ବିକାଶ ନାଥ
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଓରାଙ୍ଗଓଟାଙ୍ଗଙ୍କ ରହସ୍ୟଜନକ ଆବିର୍ଭାବ: ବିଚିତ୍ରପୁର ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ପ୍ରଜାତିର ଜୀବ ଉଦ୍ଧାର, ପରିବେଶବିତ୍ ଓ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ
: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ସଂରକ୍ଷିତ ଲୁଣା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଓଟାଙ୍ଗ (Orangutan) ଉଦ୍ଧାର ହେବା ଘଟଣା ସାରା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ସାଧାରଣତଃ ମାଲେସିଆ ଓ ଇଣ୍ଡୋନେସିଆ ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକର ଘଞ୍ଚ ବର୍ଷାଜଙ୍ଗଲରେ ଦେଖାଯାଉଥିବା ଏହି ବିଲୁପ୍ତପ୍ରାୟ ପ୍ରଜାତିର ଜୀବ ଉତ୍ତର ବାଲେଶ୍ଵରର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମିଳିବା ଏକ ବଡ଼ ପ୍ରାକୃତିକ ବ୍ୟତିକ୍ରମ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି। ପ୍ରାୟ ୩,୦୦୦ ରୁ ୫,୦୦୦ ହେକ୍ଟର ବିଶିଷ୍ଟ ଏହି ବିଚିତ୍ରପୁର ଲୁଣା ଜଙ୍ଗଲ ଠାରୁ ମାଲେସିଆ ଓ ଇଣ୍ଡୋନେସିଆର ଦୂରତା ଜଳପଥରେ ପ୍ରାୟ ୧,୮୦୦ ମାଇଲ। ଏତେ ଦୂର ବାଟର ଅନେକ ଦ୍ୱୀପପୁଞ୍ଜ ଅତିକ୍ରମ କରି ଏହି ଶାନ୍ତ ପ୍ରକୃତିର ଜୀବମାନେ ନିଜେ ସମୁଦ୍ର ପାରି ହୋଇ ଆସିବା ଅସମ୍ଭବ। ଅନ୍ୟପଟେ, ବିଚିତ୍ରପୁର ଠାରୁ ପ୍ରାୟ ୧୫୦ ରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ ବିଶ୍ଵପ୍ରସିଦ୍ଧ ସୁନ୍ଦରବନରୁ ଏମାନେ ଭାସି ଆସିଥାଇପାରନ୍ତି ବୋଲି କେହି କେହି ସନ୍ଦେହ କରୁଥିଲେ ହେଁ, ମଝିରେ ଥିବା ଗଙ୍ଗା ଓ ହୁଗୁଳି ନଦୀର ମୁହାଣ ଏବଂ ସେଠାକାର ପ୍ରଖର ସୁଅକୁ ଅତିକ୍ରମ କରିବା ଏହି ପ୍ରାଣୀଙ୍କ ପକ୍ଷେ ପ୍ରାୟତଃ ଅସମ୍ଭବ। ସାମ୍ପ୍ରତିକ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ୫ଟି ଓରାଙ୍ଗଓଟାଙ୍ଗଙ୍କ ଦୃଶ୍ୟମାନ ହେବା ଘଟଣାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର ଧରିଛି। କେତେକ ଲୋକ ଏହାକୁ ଏକ କୁଦରତର ଚମତ୍କାର ବୋଲି କହୁଥିବା ଦେଖା ଦେଇଛି। ଏହି ବିରଳ ପ୍ରଜାତିର ଜୀବଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର ନକରି, ସେମାନଙ୍କର ପ୍ରାକୃତିକ ପରିବେଶକୁ ଦୃଷ୍ଟିରେ ରଖି ସେହି ସ୍ଥାନୀୟ ବିଚିତ୍ରପୁର ସଂରକ୍ଷିତ ଅଞ୍ଚଳରେ ହିଁ ସୁରକ୍ଷିତ ଭାବେ ଛାଡ଼ିଦେବାକୁ ଭୋଗରାଇବାସୀ ଓ ଆଖପାଖର ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ବନ ବିଭାଗ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର

ଭତ୍ତା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି
ବରଗଡ଼, ୮/୯ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗଙ୍କ ସମେତ ବିଭିନ୍ନ ଭତ୍ତା ହିତାଧିକାରୀଙ୍କ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ବରଗଡ଼ରେ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବରଗଡ଼ ଗାନ୍ଧୀଛକରୁ ବିଜେଡି ନେତା ଓ କର୍ମୀମାନେ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଭତ୍ତା ସମସ୍ୟାର ଶୀଘ୍ର ସମାଧାନ ଏବଂ ହିତାଧିକାରୀଙ୍କୁ ବକେୟା ଭତ୍ତା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ପ୍ରାୟ ୪ ମାସ ହେବ ଅନେକ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗଙ୍କ ସମେତ ଅନ୍ୟାନ୍ୟ ହିତାଧିକାରୀ ଭତ୍ତା ପାଇନାହାନ୍ତି। ଫଳରେ ଭତ୍ତା ଉପରେ ନିର୍ଭରଶୀଳ ହିତାଧିକାରୀମାନେ ଅସୁବିଧାରେ ପଡ଼ୁଥିବା ଦଳ ପକ୍ଷରୁ କୁହାଯାଇଛି। ଆଗକୁ ନୂଆଖାଇ ପର୍ବ ଥିବାରୁ ତା’ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବକେୟା ସହ ଭତ୍ତା ପ୍ରଦାନ କରିବା ଏବଂ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ସୁଚାରୁ ରୂପେ କରିବାକୁ ବିଜେଡି ଦାବି କରିଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ରୀତା ସାହୁ, ଯୁବ ନେତା ସୁବ୍ରତ ସିଂଙ୍କ ସମେତ ବହୁ ବିଜେଡି କର୍ମୀ ଓ ଭତ୍ତା ହିତାଧିକାରୀ ଉପସ୍ଥିତ ରହିଥିଲେ।
Bargarh (ବରଗଡ଼) • ସତ୍ୟସୁରୁଜାଲ

ତିନି ମାସ ପରେ ବି ମିଳିଲାନି ସମାଧାନ ସର୍ବସାଧାରଣ କେନାଲରେ ଡ୍ରେନେଜ୍ ପାଣି ଛାଡ଼ିବା ବନ୍ଦ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ବରଗଡ଼: ସର୍ବସାଧାରଣ କେନାଲରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ଓ ବିଭିନ୍ନ ସଂସ୍ଥାର ଅପଚାରିତ ଡ୍ରେନେଜ୍ ପାଣି ଛଡ଼ାଯାଉଥିବା ଅଭିଯୋଗକୁ ନେଇ ପୁଣିଥରେ ପ୍ରଶାସନର ଦ୍ୱାରସ୍ଥ ହୋଇଛି NSUI ବରଗଡ଼। NSUI ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେନାଲରେ ଡ୍ରେନେଜ୍ ପାଣି ଛାଡ଼ାଯିବା ଯୋଗୁଁ ଜଳ ପ୍ରଦୂଷଣ ବଢ଼ିବା ସହ ପରିବେଶ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଛି। ଏଥିସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ସୂଚନା ଅନୁସାରେ, ଗତ ୨୦ ଜୁନ୍ ୨୦୨୬ ତାରିଖରେ ଏହି ସମସ୍ୟା ନେଇ କେନାଲ ସର୍କଲ, ବରଗଡ଼ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ NSUI ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ହେଲେ ସ୍ମାରକପତ୍ର ଦେବାର ପ୍ରାୟ ତିନି ମାସ ପରେ ମଧ୍ୟ ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି NSUI ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି। କେନାଲରେ ଅଶୋଧିତ ଡ୍ରେନେଜ୍ ପାଣି ଛାଡ଼ୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ତଦନ୍ତ କରାଯିବା ସହ ଆବଶ୍ୟକ ହେଲେ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। NSUIର ଦାବି ଅନୁଯାୟୀ, କେନାଲ ଭଳି ସର୍ବସାଧାରଣ ଜଳପଥରେ ଅପଚାରିତ ଡ୍ରେନେଜ୍ ପାଣି ଛାଡ଼ିବା ଫଳରେ ଜଳର ଗୁଣବତ୍ତା ଓ ପରିବେଶ ଉଭୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଭବିଷ୍ୟତରେ ଏଭଳି ଭାବେ ଡ୍ରେନେଜ୍ ପାଣି ନ ଛଡ଼ାଯିବା ପାଇଁ ନିୟମିତ ନଜରଦାରି ବ୍ୟବସ୍ଥା କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହି ସମ୍ପର୍କରେ NSUI ବରଗଡ଼ର ଗୌରବ ପତି (ଆଜାଦ) ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
Bargarh (ବରଗଡ଼) • ସତ୍ୟ ସୁରୁଜଳ

ବରଗଡ଼ର ସଂଗ୍ରାମ ନେପାକ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ
ବରଗଡ଼: ୮/୯/: ବରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ବରଗଡ଼ର ସଂଗ୍ରାମ ନେପାକଙ୍କୁ ନିଯୁକ୍ତି ମିଳିଛି। ଗତ ଚାରି ଦିନ ପୂର୍ବରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନୋନୀତ କରାଯାଇଥିବା ସେ କହିଛନ୍ତି। ନୂତନ ଦାୟିତ୍ୱ ପାଇବା ପରେ ସଂଗ୍ରାମ ନେପାକ ଏହି ନିଯୁକ୍ତି ପାଇଁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଶେଷକରି ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ, ସହପ୍ରଭାରୀ ଜେଟି କୁଶୁମ କୁମାରୀ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଭାଇସ୍ ପ୍ରେସିଡେଣ୍ଟ ଇନଚାର୍ଜ ସନ୍ତୋଷ ସିଂ ସାଲୁଜାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସଂଗ୍ରାମ ନେପାକ କହିଛନ୍ତି ଯେ, ଦଳ ତାଙ୍କ ଉପରେ ଯେଉଁ ବିଶ୍ୱାସ ଓ ଭରସା ରଖି ଏହି ଦାୟିତ୍ୱ ଦେଇଛି, ତାହାକୁ ସେ ନିଷ୍ଠାର ସହିତ ପାଳନ କରିବେ। ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି। ତାଙ୍କର ଏହି ନିଯୁକ୍ତିକୁ ନେଇ ବରଗଡ଼ ଜିଲ୍ଲା କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି। ଦଳୀୟ କର୍ମୀ ଓ ସମର୍ଥକମାନେ ନୂତନ ଦାୟିତ୍ୱ ପାଇଁ ସଂଗ୍ରାମ ନେପାକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ଦାୟିତ୍ୱ ମିଳିବା ପରେ ଆଗାମୀ ଦିନରେ ଓଡ଼ିଶା କଂଗ୍ରେସର ସାଂଗଠନିକ କାର୍ଯ୍ୟକୁ ଆହୁରି ମଜବୁତ କରିବାରେ ସଂଗ୍ରାମ ନେପାକଙ୍କ ଭୂମିକା କିପରି ରହିବ, ତାହା ଉପରେ ଏବେ ଦଳୀୟ ମହଲର ନଜର ରହିଛି।
Bargarh (ବରଗଡ଼) • ସତ୍ୟ ସୁରୁଜାଲ

କଳିଙ୍ଗ ହସ୍ପିଟାଲ ଛକରେ ଟ୍ରାଫିକ ବ୍ୟବସ୍ଥା ବେହାଲ
ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଛକ ନିକଟରେ ମନଇଚ୍ଛା ଗାଡ଼ି ଠିଆ କରାଯାଉଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଟ୍ରାଫିକ ସିଗ୍ନାଲ ଆଲୋକ ମଧ୍ୟ ଦୀର୍ଘଦିନ ଧରି ଠିକ୍ ଭାବେ ଜଳୁନାହିଁ। ଫଳରେ ଗାଡ଼ି ଚାଳକମାନେ ନିୟମ ମାନୁନଥିବା ଏବଂ ଛକରେ ଅବ୍ୟବସ୍ଥା ବଢ଼ୁଥିବା ଅଭିଯୋଗ ରହିଛି। ଫଟୋରେ ମଧ୍ୟ ଛକରେ ଭାରୀ ଯାନ ଚଳାଚଳ ଦେଖିବାକୁ ମିଳୁଛି। କଳିଙ୍ଗ ହସ୍ପିଟାଲ ଛକ ଏକ ବ୍ୟସ୍ତ ଚାରିମୁଖୀ ଜଙ୍କସନ ହୋଇଥିବାରୁ ଏଠାରେ ଟ୍ରାଫିକ ବ୍ୟବସ୍ଥା ସୁଚାରୁ ରହିବା ଅତ୍ୟନ୍ତ ଜରୁରୀ। ଏହି ଛକରେ ଟ୍ରାଫିକ ସିଗ୍ନାଲ ସମସ୍ୟା ପୂର୍ବରୁ ମଧ୍ୟ ଖବରରେ ଆସିଛି। OrissaPOST ତେଣୁ ତୁରନ୍ତ ଟ୍ରାଫିକ ସିଗ୍ନାଲ ମରାମତି, ଅବୈଧ ପାର୍କିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଟ୍ରାଫିକ ନିୟମ ପାଳନ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହେଉଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ନେଟୱର୍କ ସେବା ନଥିବାରୁ ନଇତଇଲା ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚାୟତର ଦୁର୍ଗମ ନଇତଇଲା ଗ୍ରାମରେ ଦୀର୍ଘଦିନ ଧରି ମୋବାଇଲ ନେଟୱର୍କ ସେବା ଅପହଞ୍ଚ ହୋଇ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି !ନଇତଇଲା ଗ୍ରାମ ନୂଆଗାଁ ବ୍ଲକର ଶେଷ ସୀମାନ୍ତ ଗ୍ରାମ ହୋଇଥିବା ବେଳେ ଏହାର ଆଖପାଖରେ ୭ରୁ ଅଧିକ ଗ୍ରାମ ରହିଛି!ଏହି ଅଞ୍ଚଳର ବହୁ ଲୋକ ମୋବାଇଲ ଯୋଗାଯୋଗ ପାଇଁ ନଇତଇଲା ଗ୍ରାମ ଠାରେ ନେଟୱର୍କ ଟାୱାର ସ୍ଥାପନର ଆବଶ୍ୟକତା ରହିଛି! ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,ନଇତଇଲା ଓ ଏହାର ଆଖପାଖ ଅଞ୍ଚଳରେ ଏୟାରଟେଲ ଓ ଜିଓ ସମେତ ମୋବାଇଲ ନେଟୱର୍କ ସେବା ଅତ୍ୟନ୍ତ ଦୁର୍ବଳ କିମ୍ବା ଅନୁପଲବ୍ଧ ଫଳରେ ଜରୁରୀକାଳୀନ ସମୟରେ ମଧ୍ୟ ଉଚ୍ଚସ୍ଥାନକୁ ଯାଇ ଫୋନ କରିବାକୁ ପଡୁଛି!ଏହାଦ୍ଵାରା ଛାତ୍ରଛାତ୍ରୀଙ୍କ ଅନଲାଇନ ଶିକ୍ଷା,ଅନଲାଇନ ସରକାରୀ ସେବା ଯୋଗାଯୋଗ ଏବଂ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି ନଇତଇଲା ନିକଟରେ ଥିବା ଜୟପଲ୍ଲୀ,ସିଙ୍ଗପୁର,ଆଙ୍ଗିସିଙ୍ଗି ଅଞ୍ଚଳକୁ ମଧ୍ୟ ଏହି ନେଟୱର୍କ ସମସ୍ୟାର ପ୍ରଭାବ ରହିଥିବା କୁହାଯାଉଛି!ଏତେ ବଡ଼ ଅଞ୍ଚଳର ଲୋକ ନେଟୱର୍କ ଅସୁବିଧାରେ ଥିବା ସତ୍ୱେ ଏ ପର୍ଯ୍ୟନ୍ତ ଏଠାରେ ଏକ ମୋବାଇଲ ଟାୱାର ସ୍ଥାପନ ନହେବାକୁ ନେଇ ପ୍ରଶ୍ନ ଉଠିଛି! ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉଦୟପୁର ପଞ୍ଚାୟତର ନଇତଇଲା ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ କରିବାପାଇଁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ସେବା ସଂସ୍ଥାନ, ଚିକିଟି ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ
ଚିକିଟି ତା୭/୯: ଗଞ୍ଜାମ ଜିଲ୍ଲା ଚିକିଟି ସେବା ସଂସ୍ଥାନ ତରଫରୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ୍ ଠାରେ ରନ୍ଧନ ଖାଦ୍ୟ ଅର୍ଣ୍ଣ ଦାନ କାର୍ଯ୍ୟ କରାଗଲା , ଯାହାକି ସେବା ସଂସ୍ଥାନ ର ହୃଦୟ ବାନ ସଦସ୍ୟ ମନଙ୍କ ଅକ୍ଲାନ୍ତ ପରିଶ୍ରମ , ଯାହାକି ଆର୍ଥିକ ମାନସିକ ଓ ଶାରୀରିକ ଭାବେ ସମ୍ପୂର୍ଣ କାର୍ଯ୍ୟ କରି , ଚିକିଟି ମାଟିର ଓ ଚିକିଟି ସେବା ସଂସ୍ଥାନ ର ଆଦର୍ଶ ଓ ଗୌରବର ପରିଚୟ ପାଇବାରେ ସକ୍ଷମ ହୋଇଛି, ଏହି ସଂସ୍ଥାନ ଅଞ୍ଚଳରେ ଅନେକ ସମୟରେ ଆଗରୁବି ବହୁତ୍ ଗୁଡ଼ିଏ ପ୍ରଶଂସନୀୟ କାର୍ଯ୍ୟ କରିଆସିଛି।ଏହି ମହାନ କାର୍ଯ୍ୟ ରେ ଉପସ୍ଥିତ ଥିବା ସେବାକାରୀ ଭାଇ ମାନେ ହେଲେ ସଂସ୍ଥାନର ସଭାପତି କୃଷ୍ଣଚନ୍ଦ୍ର ସାହୁ , ସମ୍ପାଦକ ନାରାୟଣ ସେଠି , କୋଷାଧ୍ୟକ୍ଷ ନୀଳମାଧଵ ପାଢି , ଶିକ୍ଷକ ତଥା ସମାଜସେବି କେ ସିମାଞ୍ଚଳ , ଶିକ୍ଷକ ସୁଶାନ୍ତ ପଟ୍ଟନାୟକ ,ପ୍ରକାଶ ରାଓ , ସୁନିଲ ବେହେରା , ବିଘନାରାଜ ବେହେରା , ମୀନକେତନ , ଶିବ ସାହୁ , ମହେଶ୍ୱର , ଭଗବାନ ସନ୍ତୋଷ ବେହେରା , ଶ୍ରୀନିବାସ , ଅଶୋକ ମୁଲି , ବୃନ୍ଦାବନ ବେହେରା , ଧୋବା ବେହେରା ପ୍ରଭୁତି ଉପସ୍ଥିତ ରହି ସେବା ଯୋଗାଇଦେଇ ଥିଲେ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ଖାଲଖମା ସରକାରଙ୍କ ନିଘା ନାହିଁ, ଯାତାୟାତରେ ନାକେଦମ୍ ଜନସାଧାରଣ
ଭୁବନେଶ୍ୱର: ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଜୟଦେବ ବିହାର–ନନ୍ଦନକାନନ ରୋଡ୍ ଏବେ ଅନେକ ସ୍ଥାନରେ ଖାଲଖମାରେ ଭରି ରହିଥିବା ଅଭିଯୋଗ ହେଉଛି। ରାତି ସମୟରେ ଆଲୋକ କମ୍ ଥିବାବେଳେ ଏହି ଖାଲଗୁଡ଼ିକ ଯାତ୍ରୀ ଓ ଦୁଇଚକିଆ ଚାଳକଙ୍କ ପାଇଁ ବିଶେଷ ବିପଦ ସୃଷ୍ଟି କରୁଛି। ଏହି ରାସ୍ତା ରାଜଧାନୀର ଏକ ବ୍ୟସ୍ତ ଯାତାୟାତ ମାର୍ଗ। ସରକାରୀ ଭାବେ ଏହି କରିଡରର ଉନ୍ନତି ଓ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ବିଭିନ୍ନ ପ୍ରକଳ୍ପ ଚାଲିଥିବା ସତ୍ତ୍ୱେ, ରାସ୍ତାର ଖାଲଖମା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। Chief Minister of Odisha ସ୍ଥାନୀୟ ଲୋକଙ୍କ ଦାବି, ରାସ୍ତାର ଖାଲଗୁଡ଼ିକୁ ତୁରନ୍ତ ମରାମତି କରାଯାଉ ଏବଂ ରାତିରେ ଦୁର୍ଘଟଣା ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଉ। ପୂର୍ବରୁ ମଧ୍ୟ ଏହି ରାସ୍ତାରେ pothole repair କାମର ସରକାରୀ ଉଲ୍ଲେଖ ରହିଛି। Works Department ପ୍ରଶ୍ନ ଉଠୁଛି—ରାଜଧାନୀର ଏତେ ବ୍ୟସ୍ତ ରାସ୍ତାରେ ଖାଲଖମା ମରାମତି ପାଇଁ ଆଉ କେତେ ଦିନ ଅପେକ୍ଷା କରିବେ ଲୋକେ? ଜନତାର ଦାବି: ତୁରନ୍ତ ରାସ୍ତା ମରାମତି କରାଯାଉ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ଗଣୁଆ PRFରେ ବେଆଇନ ଖଣିଜ ଉତ୍ତୋଳନ ଅଭିଯୋଗରେ ୨୧ ବର୍ଷୀୟ ଯୁବକ ଗିରଫ
ବଣାଇ, ୮/୯: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳ ଅଧୀନ ଗଣୁଆ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (PRF) ଅଞ୍ଚଳରେ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗରେ ବନ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି। ବନ ବିଭାଗର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୬ ତାରିଖରେ କୋଇଡା ବନାଞ୍ଚଳ ଅଧୀନ ଗଣୁଆ PRF ଅଞ୍ଚଳରେ ବନ କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ କିଛି ବ୍ୟକ୍ତି ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା କର୍ମଚାରୀମାନେ ଦେଖିଥିଲେ। ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଧରିବାକୁ ଉଦ୍ୟମ କରିବାରୁ ଅଧିକାଂଶ ବ୍ୟକ୍ତି ବିଭିନ୍ନ ଦିଗକୁ ଦୌଡ଼ି ପଳାଇଥିଲେ। ତେବେ ବନ କର୍ମଚାରୀମାନେ ପିଛା କରି ଜଣେ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଧରାପଡ଼ିଥିବା ଯୁବକ ଜଣକ ସନାତନ ପୂର୍ତ୍ତି (୨୧) ବୋଲି ବଣାଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବେଆଇନ ଖଣି ଖନନ ଓ ଖଣିଜ ଉତ୍ତୋଳନ ଉପରେ ରୋକ ଲଗାଇବା ପାଇଁ ଗଣୁଆ PRF ସମେତ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ଯାଞ୍ଚ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Sundargarh (ସୁନ୍ଦରଗଡ଼) • ବଣାଇରୁ ସୌମ୍ୟବ୍ରତ ଦଳବେହେରାଙ୍କ ରିପୋର୍ଟ
