ଚିକିଟି ବ୍ଲକ୍ ରତନେଶ୍ୱରୀ ମନ୍ଦିରରେ ୧୨ ଫୁଟିଆ ଅହିରାଜ ଉଦ୍ଧାର
Ganjam (ଗଞ୍ଜାମ)ଦୁର୍ଗା ମାଧବSeptember 2, 2026316 views

ଆରତୀ ବେଳେ ମା’ଙ୍କ ନିକଟରେ ସାପକୁ ଦେଖି ଆତଙ୍କ; ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ
ଚିକିଟି:ତା ୨/୯/୨୬: ଚିକିଟି ଅଞ୍ଚଳର ଆରାଧ୍ୟ ଦେବୀ ମା’ ରତନେଶ୍ୱରୀଙ୍କ ମନ୍ଦିରରେ ଆରତୀ ଚାଲିଥିବା ସମୟରେ ଏକ ବିରାଟକାୟ ଅହିରାଜ ସାପ ମନ୍ଦିର ପରିସରରେ ଦେଖିବାକୁ ମିଳିବା ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମା’ଙ୍କ ନିକଟରୁ ପ୍ରାୟ ୧୨ ଫୁଟ ଲମ୍ବର ଏହି ସାପକୁ ଦେଖି ପୂଜକ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦେଇଥିଲେ।
ସୂଚନା ପାଇ ସ୍ନେକ୍ ହେଲ୍ପଲାଇନ୍ର ରାମଚନ୍ଦ୍ର ସାହୁ ଓ ଜଗନ୍ନାଥ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ। ପରେ ଏହାକୁ ନିରାପଦ ଭାବେ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇ ଛାଡ଼ି ଦିଆଯାଇଥିଲା।
ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବିରାଟକାୟ ସାପ ଦେଖାଯିବା ଯୋଗୁଁ କିଛି ସମୟ ପାଇଁ ଭକ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟମାନେ ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ସାପଟିକୁ ନ ମାରି ଉଦ୍ଧାର କରି ପ୍ରାକୃତିକ ପରିବେଶରେ ଛାଡ଼ିଦିଆଯାଇଥିବାରୁ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଚିକିଟି କି ପାତ୍ରପୁର କି ଯେଉଁଠି ହେଲେ ସାପ ଦାଉରୁ ରକ୍ଷା ପାଇଁ ସ୍ନେକ ହେଲ୍ପ ଲାଇନ ନମ୍ବର ଡାଇଲ କରନ୍ତୁ କିମ୍ବା ରାମ ସାହୁ ମୋବାଇଲ ୭୦୦୫୬୬୨୩୮୫ କୁ ଜଣାନ୍ତୁ ବୋଲି ଜଣାଇଛନ୍ତି।
