--:--:--
-- ---
Srishti News

Web News

Sinapali College Students’ Union Formed Through Nomination Process; Newly Selected Representatives Take Oath
Oct 16, 2026•42 views

Sinapali College Students’ Union Formed Through Nomination Process; Newly Selected Representatives Take Oath

Sinapali, October 16: The Students’ Union of Sinapali College in Nuapada district has been constituted through a nomination process instead of a conventional election. Following the peaceful completion of the selection process, an oath-taking ceremony for the newly selected student representatives was held on Friday under the direct supervision of the college principal, A.B. Dungdung. During the ceremony, the newly selected representatives pledged to uphold the college’s principles, maintain discipline and discharge their responsibilities with sincerity and dedication. According to the selection process, Sachindra Kanda, a third-year Plus Three Arts student, was selected as the Students’ Union President. Ruby Meher, a first-year Plus Three Science student, was selected as Vice-President, while Subhendu Meher, a first-year Plus Three Science student, was chosen as General Secretary. Baruni Sunani, a second-year Plus Three Arts student, was selected as Cultural Secretary, and Bhupendra Singh Barik, a second-year Plus Three Arts student, was chosen as Sports Secretary. However, Bhupendra Singh Barik could not attend the oath-taking ceremony due to health issues. The programme was conducted under tight security arrangements made by the police administration to ensure peace and order throughout the process. The college principal, faculty members and a large number of students attended the ceremony. Following the oath-taking programme, political leaders and workers who had gathered outside the college’s main entrance welcomed the newly selected representatives by presenting them with flower garlands and traditional felicitations. The entire selection and oath-taking process concluded peacefully, reflecting an atmosphere of discipline and harmony on the college campus.

Nuapada (ନୂଆପଡ଼ା) • Reports: Malaya Meher, DC

ଓଏଭି ଜାହାରିଟୋଲିରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
Oct 16, 2026•26 views

ଓଏଭି ଜାହାରିଟୋଲିରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ଜାହାରିଟୋଲି, ୧୬ ଅକ୍ଟୋବର ୨୦୨୬: ପୁରୁଣାପାଣି କ୍ଲଷ୍ଟର ଅନ୍ତର୍ଗତ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜାହାରିଟୋଲି ପରିସରରେ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ପୁରୁଣାପାଣି କ୍ଲଷ୍ଟର ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ପ୍ରାୟ 160 ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଜାହାରିଟୋଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନାନକି କୁଜୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ସମାରୋହରେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସାଲଗେମୋନି ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମହୋତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର କଳା, ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ଯାପନୀ ସମାରୋହରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରୁଣାପାଣି କ୍ଲଷ୍ଟରର ସିଆରସିସି ଶ୍ରୀ ରମେଶ ଲାଖୁଆ ଏବଂ ଓଏଭି ଜାହାରିଟୋଲିର ଅଧ୍ୟକ୍ଷା ଶ୍ରୀମତୀ ନମିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶିଶୁ ମହୋତ୍ସବ ‘ସୁରଭି’ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହିତ ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଦକ୍ଷ, ସୃଜନଶୀଳ ଓ ଆତ୍ମବିଶ୍ୱାସୀ ନାଗରିକ ଭାବେ ଗଢ଼ିତୋଳିବାରେ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଛି।

Rourkela (ରାଉରକେଲା) • ଗଣପତି ଦାସ

ପ୍ରଥମ ବର୍ଷ ଦୁର୍ଗା ପୂଜା ପ୍ରତିଷ୍ଠା ମହୋତ୍ସବ ।୧୦୮ କଳସ ସ୍ଥାପନା ସମାରୋହ
Oct 16, 2026•20 views

ପ୍ରଥମ ବର୍ଷ ଦୁର୍ଗା ପୂଜା ପ୍ରତିଷ୍ଠା ମହୋତ୍ସବ ।୧୦୮ କଳସ ସ୍ଥାପନା ସମାରୋହ

ବିଶ୍ରା : ପ୍ରଥମ ବର୍ଷ ସର୍ବ ଜଗତ ଜନନୀ ମା ଦୁର୍ଗା ପୂଜା ପ୍ରଥମ ବର୍ଷ ପ୍ରତିଷ୍ଠା ମହୋତ୍ସବ ଓ୧୦୮ କଳସ ସ୍ଥାପନା ଶୋଭା ଯାତ୍ରା ଧୁମ୍ ଧାମରେ ପାଳିତ ହୋଇଯାଇଛି, ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଡରେଇ କେଳା ଗ୍ରାମପଞ୍ଚାୟତ ଅଧିନ ଡ଼ରେଇଲେଲା ଟୁଶୁ ଭବନ ପଡ଼ିଆରେ ସ୍ଥାନୀୟ ବ୍ୟବସାୟୀ ସୁରେନ୍ଦ୍ର କୁମାର ଦଳାଇ ପ୍ରଚେଷ୍ଟା ଓ ଭୂମିକ ଟୋଲୀ, ସମାଷୀ ଟୋଲୀ,ଡରେଇକେଳା ଗ୍ରାମ ବାସୀ ମାନଙ୍କ ମିଳିତ ସହଯୋଗରେ ପ୍ରଥମ ବର୍ଷ ସିଂହ ବାହିନୀ ମା ଦୁର୍ଗା ଙ୍କ ପ୍ରଥମ ବର୍ଷ କଳସ ପ୍ରତିଷ୍ଠା ଦିବସ ଓ କଳସ ଶୋଭାଯାତ୍ରା ଧୁମ୍ ଧାମରେ ପାଳନ କରାଯାଇଛି,ଆଜି ଅପରାହ୍ନ ସାଢେ ଚାରି ଟା ସମୟରେ ଟୁଶୁ ଭବନରୁ ସହ ସହ ମହିଳା ହାତରେ କଳସ,ମୁଣ୍ଡରେ ପଟି ସହ ମୁଣ୍ଡରେ ଓଢନୀ ଦେଇ ଏକ ଶୋଭା ଯାତ୍ରାରେ ବାହାରି ସମସି ଟୋଲୀ ସ୍ଥିତ ନାଳ ପାଖରେ ଥିବା ଶଙ୍କର ମନ୍ଦିର ନିକଟରେ ଥିବା ବେଲ ବୃକ୍ଷ ମୂଳରେ କର୍ତ୍ତା ଭାବରେ ସୁରେନ୍ଦ୍ର କୁମାର ଦଳାଇ ଓ ତାଙ୍କର ସହ ଧର୍ମଣି ଜ୍ୟୋତ୍ସ୍ନା ବେହେରା ଙ୍କ ତତ୍ତ୍ଵାବଧାନରେ ୧୦୮ ବର୍ତ୍ତି ମହିଳା ନାଳରୁ ପାଣି ଉଠାଇ ବେଲ ବୃକ୍ଷ ମୂଳରେ ବେଲ ବରଣି କରି ସେଠାରୁ ଶହ ଶହ ମହିଳା କଳସ ଶୋଭାଯାତ୍ରା ରେ ସାମିଲ ହୋଇ ବାଜା ବଜାଇ ରୋଷଣୀ ରେ ମୁଖ୍ୟ ରାସ୍ତା ଦେଇ ଏକ ଶୋଭା ଯାତ୍ରାରେ ବାହାରି ଡରେ ଇକେଳା ସ୍ଥିତ ଟୁଶୁ ଭବନ ପଡ଼ିଆ ରେ ନିର୍ମିତ ମାଆ ଦୁର୍ଗା ଙ୍କ ପୂଜା ମଣ୍ଡପ ରେ ରୋଷଣୀ ପଟୁଆର ରେ ପହଞ୍ଚି ଥିଲେ, ମଣ୍ଡପରେ ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣ କରି ପୁଜା ଅର୍ଚ୍ଚନା ଆରମ୍ଭ କରାଯାଇଥିଲା, ପୂଜାର ପ୍ରତିଷ୍ଠା ର କର୍ତ୍ତା ସୁରେନ୍ଦ୍ର କୁମାର ଦଳାଇ ଓ ତାଙ୍କର ସହ ଧର୍ମଣୀ ଜ୍ୟୋତ୍ସ୍ନାରାଣୀ ବେହେରା ପୂଜା ଅର୍ଚ୍ଚନା କରିବା ସହ ୧୦୮ କଳସ ସ୍ଥାପନା କରାଯାଇ ପୂଜା ଅର୍ଚ୍ଚନା ସମାପନ କରାଯାଇଥିଲା, ଏହି କଳସ ସ୍ଥାପନା ପ୍ରଥମ ବର୍ଷ ଦୁର୍ଗା ପୂଜା ଶୁଭାରମ୍ଭ ରେ ବିଶ୍ରା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ଅଧ୍ୟକ୍ଷ କୈଳାଶ ସାହୁ ଓ ତାଙ୍କର ସହ ଧର୍ମନୀ ବୈଜୟନ୍ତୀ ବଡ଼ାଇକି ଓ ପୂଜା ଆୟୋଜନ କମିଟି ର ତିନୋଟି ଗ୍ରାମ ର ରାଜୀବ ମାହାତୋ,ଶଶି ଭୂମିକ,ଜଗନ୍ନାଥ ସମାଷୀ, ବଣ୍ଟି ସିଂ, ଅନିଲ ସାହୁ, ଚିନ୍ମୟ ପାଣିଗ୍ରାହୀ,ସ୍ମୃତି ରଞ୍ଜନ ମହାନ୍ତି,ସନ୍ତୋଷ କୁମାର ବେହେରା ଙ୍କ ସମେତ ତିନୋଟି ଗ୍ରାମ ର ଶହ ଶହ ସଂଖ୍ୟାରେ ମହିଳା ହାତରେ କଳସ ମୁଣ୍ଡରେ ଓଢନୀ ଦେଇ ସହ ଯୁବକ ଯୁବତୀ ମାନେ ନିଜକୁ ସମର୍ପିତ କରି ସହଯୋଗ କରିଥିଲେ, ଫଟୋ ଅଛି,ଭିଜୁଆଲ ଅଛି, ବିଶ୍ରା ରୁ ମୁକେଶ ମାହାତୋ ଙ୍କ ରିପୋର୍ଟ

Rourkela (ରାଉରକେଲା) • ଗଣପତି ଦାସ

ଗୋଣ୍ଡୱାନା ଛାତ୍ର ସଙ୍ଘକୁ ଦୁର୍ବ୍ୟବହାର -ଟିଟିଲାଗଡ଼ ଥାନାରେ ଏତଲାଦେଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ
Oct 16, 2026•38 views

ଗୋଣ୍ଡୱାନା ଛାତ୍ର ସଙ୍ଘକୁ ଦୁର୍ବ୍ୟବହାର -ଟିଟିଲାଗଡ଼ ଥାନାରେ ଏତଲାଦେଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ

ଟିଟିଲାଗଡ଼ :-୧୬/୧୦/୨୬ ଗୋଣ୍ଡୱାନା ଛାତ୍ର ସଙ୍ଘର ଆଦିବାସୀ ଛାତ୍ରମାନେ ମଧ୍ୟପ୍ରଦେଶର ଭୋପାଲ ରେ ଥିବା ଆଦିବାସୀ ଆନ୍ଦୋଳନକୁ ଯାଉଥିବା ସମୟରେ ଭୋପାଲର ଟାଉନଥାନା ଇନ୍ସପେକ୍ଟର ରତନ ସିଂ ଛାତ୍ରମାନଙ୍କ ଗାଡିକୁ ଅଟକାଇ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗନେଇ ଆଜି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜିଲ୍ଲା ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଟିଟିଲାଗଡ଼ ଥାନାରେ ଭୋପାଲ ର ଥାନାଅଧିକାରୀଙ୍କ ନାମରେ ଏତଲା ଦେବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ମହାନିର୍ଦେଶକ ମଧ୍ୟପ୍ରଦେଶ ଭୋପାଲ ଓ ପୋଲିସ କମିଶନର ଭୋପାଲ, ପୋଲିସ ମହାନିର୍ଦେଶକ ଓଡିଶା କଟକ, ଅଧ୍ୟକ୍ଷ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ନୂଆଦିଲ୍ଲୀ କୁ ନକଲ ପ୍ରେରିତ କରି ଘଟଣାର ଭିଡିଓ ଶିଶିଟିଭି ଫୁଟେଜ ଓ ପ୍ରତ୍ୟେକ୍ଷ ଦର୍ଶୀଙ୍କ ବୟାନ ରେକର୍ଡକରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି l ସଙ୍ଘର ଅଭିଯୋଗ ଅନୁଯାୟୀ ଗୋଣ୍ଡୱାନା ଛାତ୍ରମାନଙ୍କ ଗାଡିକୁ ଅଟକାଇଥିଲେ ଭୋପାଲ ଟାଉନ ଥାନାଅଧିକାରୀ l ଛାତ୍ରମାନେ ଜୟ ଜୁହାର କହି ସମ୍ମାନ ଦେଇଥିଲେ l କିନ୍ତୁ ଥାନା ଅଧିକାରୀ ଛାତ୍ରମାନଙ୍କୁ ଗାଳି ଗୁଲଜ କରିବା ସହିତ ଅଶ୍ଳୀଳ ଅପମାନ ଜନକ ଓ ଧମକପୂର୍ଣ୍ଣ ଭାଷା ପ୍ରୟୋଗ କରିଥିଲେ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଅଭିଯୋଗ କରିଛି l ଏହି ଅଭିଯୋଗ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଟିଟିଲାଗଡ଼ବ୍ଲକ ଉପସଭାପତି ଇନ୍ଦ୍ରମଣି ମାଝୀ, ସମ୍ପାଦକ ଘାସିରାମ ମାଝୀ, ସହ ସମ୍ପାଦକ ସୁନୀଲ କୁମାର ମାଝୀ, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଉପଦେଷ୍ଟା ଦେବସିଂ ମାଝୀ, ସଙ୍ଘର ପରଂବ୍ରହ୍ମ ମାଝୀ, ଚୁଡାମଣି ମାଝୀ, ରୋହିତ ଝାଙ୍କର, ମୁରିବାହାଲ ବ୍ଲକ ସଭାପତି ରାଜୀବ କୁଅଁର, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ସଇଁତଲା ବ୍ଲକ କାର୍ଯ୍ୟକାରୀ ସଭାପତି ଶୁଭ ଛତ୍ରିଆ ଏବଂ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର

ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ, ଜିଲ୍ଲାର ବିକାଶ ନେଇ ଆଲୋଚନା ଖରିଆର ରୋଡ୍ ଏନ୍‌ଏସି ଅଧ୍ୟକ୍ଷା ତଥା ଜିଲ୍ଲା ବିଜେପି ଉପସଭାପତି ସୋନିଆ ଜୈନ ଜଣାଇଲେ ଶୁଭେଚ୍ଛା
Oct 16, 2026•15 views

ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ, ଜିଲ୍ଲାର ବିକାଶ ନେଇ ଆଲୋଚନା ଖରିଆର ରୋଡ୍ ଏନ୍‌ଏସି ଅଧ୍ୟକ୍ଷା ତଥା ଜିଲ୍ଲା ବିଜେପି ଉପସଭାପତି ସୋନିଆ ଜୈନ ଜଣାଇଲେ ଶୁଭେଚ୍ଛା

ନୂଆପଡ଼ା, ୧୬/୧୦ : ନୂଆପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅନ୍ୟା ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି ଖରିଆର ରୋଡ୍ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଅଧ୍ୟକ୍ଷା ତଥା ନୂଆପଡ଼ା ଜିଲ୍ଲା ବିଜେପି ଉପସଭାପତି ଶ୍ରୀମତୀ ସୋନିଆ ଜୈନ। ଏହି ଅବସରରେ ସେ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ନୂତନ ଦାୟିତ୍ୱ ପାଇଁ ଶୁଭକାମନା ଜଣାଇଥିଲେ। ସାକ୍ଷାତକାର ସମୟରେ ନୂଆପଡ଼ା ଜିଲ୍ଲାର ସାମଗ୍ରିକ ବିକାଶ ସହିତ ବିଶେଷ କରି ଖରିଆର ରୋଡ୍ ନଗରର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ପ୍ରଶାସନିକ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ଉନ୍ନତି ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ଜନପ୍ରତିନିଧି ଏବଂ ପ୍ରଶାସନ ମଧ୍ୟରେ ସୁସମନ୍ୱୟ ରହିବା ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତି ମିଳିବା ସହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହଜ ହୋଇପାରିବ ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ନବନିଯୁକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ କୁଶଳ ପ୍ରଶାସନିକ ନେତୃତ୍ୱ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ନୂଆପଡ଼ା ଜିଲ୍ଲା ବିକାଶର ନୂତନ ଦିଗ ଉନ୍ମୋଚନ କରିବ ବୋଲି ଆଶା ପ୍ରକାଶ କରାଯାଇଛି। ଜନସେବା, ସୁଶାସନ ଓ ବିକାଶକୁ ପ୍ରାଥମିକତା ଦେଇ ଏକ ସମୃଦ୍ଧ ଓ ବିକଶିତ ନୂଆପଡ଼ା ଗଠନ ଦିଗରେ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଆବଶ୍ୟକ। ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ଜାରି ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଶ୍ରୀମତୀ ସୋନିଆ ଜୈନ ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ସଫଳ କାର୍ଯ୍ୟକାଳ କାମନା କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ସଫଳତା ମିଳୁ ବୋଲି ଶୁଭେଚ୍ଛା ଜଣାଇଥିଲେ।

Nuapada (ନୂଆପଡ଼ା) • ବିଜୟ ବରିହା

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ, ଅଭ୍ୟାସଗତ ଅପରାଧୀ ଗିରଫ
Oct 16, 2026•30 views

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ, ଅଭ୍ୟାସଗତ ଅପରାଧୀ ଗିରଫ

ବ୍ରହ୍ମପୁର, ୧୫/୧୦( ) : ଠକେଇ, ମାଡ଼ମାର ଓ ଧମକ ଦେବା ମାମଲାରେ ବଡ଼ବଜାର ଥାନା ପୋଲିସ ଜଣେ ଅଭ୍ୟାସଗତ ଅପରାଧୀକୁ ଶୁକ୍ରବାର ଗିରଫ କରିଛି। ସୂଚନା ଅନୁଯାୟୀ,ଗତ ୦୬.୦୯.୨୦୨୬ ରେ ଜଣେ ମହିଳା ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସେହି ଅଭିଯୁକ୍ତ ବିରୁଦ୍ଧରେ ବଡ଼ବଜାର ଥାନା କେସ୍ ନଂ ୧୭୦/୨୦୨୬ (୧୧.୦୩.୨୦୨୬) ରୁଜୁ ହୋଇଥିଲା। ଜାମିନରେ ବାହାରିବା ପରେ ଅଭିଯୁକ୍ତ ପୁଣି ପୀଡ଼ିତାଙ୍କୁ ବିବାହ ବାହାନାରେ ସମ୍ପର୍କ ରଖିଥିଲା। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଔଷଧ ଦେଇ ଗର୍ଭପାତ କରାଇଥିଲା ଏବଂ ୦୬.୦୯.୨୦୨୬ ରେ ତା ଘର ପାଖରେ ପୀଡ଼ିତା ଓ ତାଙ୍କ ମାଆଙ୍କୁ ମାଡ଼ ମାରିବା ସହ ବିବାହ କରିବାକୁ ମନା କରି ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଥିଲା। ଏହି ଆଧାରରେ ବଡ଼ବଜାର ଥାନା କେସ୍ ନଂ ୬୭୦/୨୦୨୬ U/s ୮୯, ୧୧୫(୨), ୨୩୨(୨), ୩୫୧(୩) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ରୁଜୁ ହୋଇଛି। ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି, ସାକ୍ଷୀଙ୍କ ବୟାନ ଭାରତୀୟ ନ୍ୟାୟ ସଂହିତା ଧାରା ୧୮୦ ଅନୁଯାୟୀ ନେଇଛି, ପୀଡ଼ିତାଙ୍କ ବୟାନ ଅଡିଓ-ଭିଡିଓ ମୋଡ୍ ରେ ରେକର୍ଡ କରି କୋର୍ଟରେ ବିଏନଏସଏସ ଧାରା ୧୮୩ ଅନୁଯାୟୀ ରେକର୍ଡ କରାଇଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ସମ୍ପୃକ୍ତ କାଗଜପତ୍ର ଓ ଔଷଧ କଭର ଜବତ କରାଯାଇଛି। ପ୍ରାଥମିକ ପ୍ରମାଣ ଆଧାରରେ ସୁପ୍ରିମକୋର୍ଟଙ୍କ ସମସ୍ତ ଗାଇଡଲାଇନ୍ ପାଳନ କରି ଅଭିଯୁକ୍ତକୁ ଶୁକ୍ରବାର ୧୫.୧୦.୨୦୨୬ ଦିନ ୧୨.୩୦ ରେ ଗିରଫ କରାଯାଇଛି।ଗିରଫଦାରୀର କାରଣ ଜଣାଇ ପରିବାରକୁ ସୂଚନା ଦିଆଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟକୁ ପଠାଯିବା ସହ ମାମଲାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

Ganjam (ଗଞ୍ଜାମ) • ରିପୋର୍ଟ ଦୀପଜ କୁମାର ଚୌଧୁରୀ

ଚିକିଟି ବ୍ଲକସ୍ତରୀୟ ସୁରଭି ଉତ୍ସବ  ୯୪ ବିଦ୍ୟାଳୟର ୩୫୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ, ୩୦ ଜଣ ଜିଲ୍ଲାସ୍ତରକୁ ମନୋନୀତ
Oct 16, 2026•11 views

ଚିକିଟି ବ୍ଲକସ୍ତରୀୟ ସୁରଭି ଉତ୍ସବ ୯୪ ବିଦ୍ୟାଳୟର ୩୫୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ, ୩୦ ଜଣ ଜିଲ୍ଲାସ୍ତରକୁ ମନୋନୀତ

ଚିକିଟି, ୧୬/୧୦: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ବ୍ଲକର ୯୪ଟି ବିଦ୍ୟାଳୟରୁ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ୩୦ ଜଣ କୃତୀ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ସୁରଭି ଉତ୍ସବ ପାଇଁ ମନୋନୀତ ହୋଇଛନ୍ତି। ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଚିକିଟିର ଜଣେ ମୁଖ୍ୟ ଅତିଥି ଯୋଗଦେଇଥିବା ବେଳେ ବିଡିଓ ବିବେକାନନ୍ଦ ମିଶ୍ର, ସୁନାପୁର ସରପଞ୍ଚ ଲକ୍ଷ୍ମୀଧର ବେହେରା ଏବଂ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା ଓ ନାୟକ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ବିଷୟଭିତ୍ତିକ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପ୍ରତିଯୋଗୀମାନେ ନିଜର ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଏହି ଉତ୍ସବ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ଆତ୍ମବିଶ୍ୱାସ ବୃଦ୍ଧି ଓ ସୃଜନଶୀଳତାର ପରିପ୍ରକାଶ ପାଇଁ ଏକ ଉପଯୁକ୍ତ ମଞ୍ଚ ପାଲଟିଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀମାଞ୍ଚଳ ବେହେରା, ପ୍ରଧାନଶିକ୍ଷକ ଲଳିତ ମୋହନ ବେହେରା, ଶିକ୍ଷକ ବଳରାମ ବେହେରା ଓ ତ୍ରିଲୋଚନ ପ୍ରଧାନଙ୍କ ସମେତ ସମସ୍ତ ସିଆରସିସି, ପ୍ରଧାନଶିକ୍ଷକ-ପ୍ରଧାନଶିକ୍ଷୟିତ୍ରୀ ଏବଂ ଗାଇଡ୍ ଶିକ୍ଷକ-ଶିକ୍ଷୟିତ୍ରୀ ଉତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲାସ୍ତରକୁ ମନୋନୀତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।

Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ବେଗୁନିଆ ଅବକାରୀ ବିଭାଗର ଚଢ଼ାଉ, ୪୨ ଲିଟର ଦେଶୀ ମଦ ଜବତ; ୨ ଅଭିଯୁକ୍ତ ଗିରଫ
Oct 16, 2026•9 views

ବେଗୁନିଆ ଅବକାରୀ ବିଭାଗର ଚଢ଼ାଉ, ୪୨ ଲିଟର ଦେଶୀ ମଦ ଜବତ; ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ କାରବାର ବିରୋଧରେ ଚଢ଼ାଉ କରାଯାଇଛି। ଡାଳତୋଳା ଏବଂ ପରିଚ୍ଛଳ ଛକ ଅଞ୍ଚଳରେ ଚଢ଼ାଉ କରି ଅବକାରୀ ବିଭାଗ ୪୨ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଅବକାରୀ ବିଭାଗର ଏଭଳି ଚଢ଼ାଉ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଟାଙ୍ଗୀରେ ଅବକାରୀ ବିଭାଗର ଚଢ଼ାଉ, ମଦ ବୋତଲ ଜବତ ସହ ମହିଳା ଗିରଫ
Oct 16, 2026•8 views

ଟାଙ୍ଗୀରେ ଅବକାରୀ ବିଭାଗର ଚଢ଼ାଉ, ମଦ ବୋତଲ ଜବତ ସହ ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ସମୟରେ ମଦ ବୋତଲ ମଧ୍ୟ ଜବତ କରାଯାଇଛି। ତେବେ ଜବତ ମଦର ପରିମାଣ ଓ ଗିରଫ ମହିଳାଙ୍କ ପରିଚୟ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ଏହି ଘଟଣାକୁ ନେଇ ଟାଙ୍ଗୀ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ
Oct 16, 2026•8 views

ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ

ଖୋର୍ଦ୍ଧା: ନବରାତ୍ର ଉପଲକ୍ଷେ ଖୋର୍ଦ୍ଧାସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଭାରତୀୟ ପରମ୍ପରା, ସଂସ୍କୃତି ଓ ଲୋକନୃତ୍ୟର ମହତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଚେୟାରମ୍ୟାନ୍ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ବରିଷ୍ଠ ପରିଚାଳକ ସ୍ନେହାଞ୍ଜଳି ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ମାହାରୀ ନୃତ୍ୟଶିଳ୍ପୀ ରୋଜାଲିନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟର ଡିନ୍ ବନଦୁର୍ଗା ଶାହାଙ୍କ ନିର୍ଦ୍ଦେଶନାରେ ଅନେଶ୍ୱତା ପଟ୍ଟନାୟକ ଓ ରଚିତା ସ୍ୱାଇଁଙ୍କ ସଂଯୋଜନାରେ ଛାତ୍ରୀମାନେ ଆକର୍ଷଣୀୟ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ନବରାତ୍ରରେ ଦାଣ୍ଡିଆ ନୃତ୍ୟର ପରମ୍ପରା ଓ ଏହାର ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ପାରମ୍ପରିକ ପୋଷାକ ପରିଧାନ କରି ସଙ୍ଗୀତର ତାଳେ ତାଳେ ହାତରେ ଦାଣ୍ଡିଆ କାଠି ଧରି ଛାତ୍ରଛାତ୍ରୀମାନେ ମନୋମୁଗ୍ଧକର ନୃତ୍ୟ ପ୍ରଦର୍ଶନ କରିଥିଲେ। ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ମଧ୍ୟ ସାମିଲ ହୋଇ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ବୃଦ୍ଧି ସହ ସାମୂହିକ ଅଂଶଗ୍ରହଣ ଓ ସାଂସ୍କୃତିକ ଏକତାର ବାର୍ତ୍ତା ପ୍ରସାରିତ ହୋଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ-୨୦୨୬’ ଉଦ୍‌ଯାପିତ
Oct 16, 2026•5 views

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ-୨୦୨୬’ ଉଦ୍‌ଯାପିତ

**କେନ୍ଦୁଝର, ୧୬/୧୦/୨୦୨୬:** ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, କେନ୍ଦୁଝର ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ-୨୦୨୬’ ଧରଣୀଧର ସ୍ପୋର୍ଟସ୍‌ କମ୍ପ୍ଲେକ୍ସ, ଶଙ୍କରପୁର ଷ୍ଟାଡିୟମ୍‌ଠାରେ ଉଦ୍‌ଯାପିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, କ୍ରୀଡ଼ା ମନୋଭାବ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମହୋତ୍ସବର ପ୍ରଥମ ପର୍ଯ୍ୟାୟ ‘ଉତ୍ସାହ’ରେ ଶିଶୁମାନଙ୍କ ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବାଳକ ଓ ବାଳିକା ବର୍ଗରେ ୧୦୦ ମିଟର ଓ ୨୦୦ ମିଟର ଦୌଡ଼, ଲମ୍ବଡିଆଁ ଓ ଉଚ୍ଚଡିଆଁ ସହିତ କ୍ୟାରମ୍‌ ଓ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହା ସହିତ ଉଭୟ ବାଳକ ଓ ବାଳିକା ବର୍ଗରେ ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକ ଶିଶୁମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା, ଦଳଗତ ମନୋଭାବ ଓ ପ୍ରତିଯୋଗିତାମୂଳକ ଉତ୍ସାହ ବୃଦ୍ଧି କରିଥିଲା। ଦ୍ୱିତୀୟ ପର୍ଯ୍ୟାୟ ‘ମହକ’ରେ ଶିଶୁମାନଙ୍କ କଳା, ସାହିତ୍ୟ ଓ ସୃଜନଶୀଳ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଏକକ ସଙ୍ଗୀତ ଗାନ, ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍‌ ପ୍ରତିଯୋଗିତା ଜୁନିୟର ଓ ସିନିୟର ବର୍ଗରେ ଆୟୋଜନ କରାଯାଇଥିଲା। ଏହା ସହିତ ଗ୍ରୁପ୍‌ ଡ୍ୟାନ୍ସ ଓ ଟ୍ୟାଲେଣ୍ଟ ହଣ୍ଟ୍‌ ପ୍ରତିଯୋଗିତା ମହୋତ୍ସବର ପ୍ରମୁଖ ଆକର୍ଷଣ ପାଲଟିଥିଲା। ଶିଶୁମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଉତ୍ସବକୁ ଆନନ୍ଦମୟ ଓ ଉତ୍ସାହପୂର୍ଣ୍ଣ କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାରିଣୀ ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ଦାଶ ଯୋଗଦେଇଥିଲେ। ଶ୍ରୀମତୀ ତ୍ରିପାଠୀ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ଆଗାମୀ ଦିନରେ ଅଧିକ ସଫଳତା ହାସଲ କରିବା ପାଇଁ ଉତ୍ସାହିତ କରିଥିଲେ। ସେହିପରି ଶ୍ରୀ ଦାଶ ଶିଶୁମାନଙ୍କୁ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରିବା, ଭବିଷ୍ୟତ ଗଠନ ପାଇଁ ନିଷ୍ଠାର ସହ ଉଦ୍ୟମ କରିବା ଏବଂ ନିଜ ପ୍ରତିଭାର ସଠିକ୍‌ ଉପଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରିୟଙ୍କା ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବର ସମସ୍ତ ଆୟୋଜନ ଓ ପରିଚାଳନା ଦାୟିତ୍ୱ ଶ୍ରୀମତୀ ରଶ୍ମିରେଖା ସେନାପତି ତୁଲାଇଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଚାଇଲ୍ଡ ହେଲ୍ପଲାଇନ୍‌ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଶେଷରେ ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ସେବା ଓ ସଦର ପୋଲିସର କର୍ମଚାରୀଙ୍କ ସମେତ ସମସ୍ତ ସ୍ୱେଚ୍ଛାସେବୀ ଓ ସହଯୋଗୀଙ୍କୁ ଶ୍ରୀମତୀ ରଶ୍ମିରେଖା ସେନାପତି ଧନ୍ୟବାଦ ଜଣାଇବା ସହ ମହୋତ୍ସବର ସଫଳ ସମାପନ ଘୋଷଣା କରିଥିଲେ।

Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣି ଙ୍କ ରିପୋର୍ଟ

ଫର୍ଟିଲାଇଜର ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.
Oct 16, 2026•5 views

ଫର୍ଟିଲାଇଜର ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.

ରାଉରକେଲା: ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଫର୍ଟିଲାଇଜର ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ବିଶ୍ୱକର୍ମା ଭଵନ ପରିସରରେ ମଣ୍ଡଳ ସଭାପତି ପ୍ରତାପ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ ଦୀପ ପ୍ରଜ୍ୱଳନ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ। ସାମୂହିକ ବନ୍ଦେ ମାତରଂ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା । ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ସ୍ଵାଗତ ଭାଷଣରେ ବୈଠକର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ସଂଗଠନକୁ ସକ୍ରିୟ ଓ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଧ୍ୟକ୍ଷା ପୂର୍ଣ୍ଣିମା କେରକେଟା, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା, ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ତଥା ମଣ୍ଡଳ ପ୍ରଭାରୀ ପ୍ରଫୁଲ କୁମାର ମିଶ୍ର, ବରିଷ୍ଠ ନେତା ଉଦିତ ଅମାତ୍ ଆଦି ମଞ୍ଚାସୀନ ନେତୃ ବୃନ୍ଦ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା ସହିତ ସଂଗଠନକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥିରୂପେ ପୂର୍ବତନ ମଣ୍ଡଳ ସଭାପତି ରମାକାନ୍ତ ଜେନା ଓ ସନ୍ତୋଷ କୁମାର ଦାସଙ୍କ ଉପସ୍ଥିତ ସହିତ ମଣ୍ଡଳ କାର୍ଯ୍ୟକର୍ତ୍ତା ନରନାଥ କନ୍ଵାର, ଉତ୍ତମ ଜେନା, ବାସୁଦେବ ନାଥ, ମହେନ୍ଦ୍ର ସାମଲ, ସନ୍ତୋଷୀ ବର୍ଲା, ବିଜୟ ଲକ୍ଷ୍ମୀ, ମିନୁ ନାୟକ, କିଶୋର ତ୍ରିପାଠୀ, ରଶ୍ମିରଞ୍ଜନ ଚୌଧୁରୀ, ପ୍ରଫୁଲ୍ଲ ନାୟକ, ରବି ଘଡେଇ, ଚନ୍ଦନ ବେହେରା, ସୁଜିତ୍ ବିଶ୍ୱାଳ, ନିର୍ମଳା ମହାତଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ମଣ୍ଡଳ ସମ୍ପାଦକ ବୈକୁଣ୍ଠ ପାତ୍ର ପରିଚାଳନା କରିଥିବାବେଳେ ମଣ୍ଡଳ ଉପସଭାପତି ସଞ୍ଜୟ ଦାସ ଧନ୍ୟଵାଦ ଅର୍ପଣ କରିଥିଲେ ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ