--:--:--
-- ---
Srishti News

Web News

ଭୁବନ ଏନ୍ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ଦିବସ ପାଳିତ  : ବିଜେପି କାଉନସିଲର ଅନୁପସ୍ଥିତ
Aug 31, 2026•21 views

ଭୁବନ ଏନ୍ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ଦିବସ ପାଳିତ : ବିଜେପି କାଉନସିଲର ଅନୁପସ୍ଥିତ

ଢ଼େଙ୍କାନାଳ ୩୧.୮- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣରେ କହିଥିଲେ ଯେ,ସ୍ୱାୟତ୍ତ ଶାସନ କେବଳ ଏକ ପ୍ରଶାସନିକ ବ୍ୟବସ୍ଥା ନୁହେଁ,ଏହା ଜନସାଧାରଣଙ୍କ ସହଭାଗିତା,ଦାୟିତ୍ୱବୋଧ ଓ ବିକାଶର ଏକ ସୁଦୃଢ଼ ମାଧ୍ୟମ। ନିଜର କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ସହରକୁ ସ୍ୱଚ୍ଛ , ସୁନ୍ଦର ଓ ସୁସ୍ଥ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ଆମ ଭୁବନ କୁ ଆହୁରି ସ୍ୱଚ୍ଛ, ସୁନ୍ଦର ଓ ବିକଶିତ କରିବା ବୋଲି ଆହ୍ୱାନ ଦେଇଥିଲେ । ପରେ କାଳୀ ବଜାର ସ୍ଥିତ ସହିଦ ବୀର ବାଜି ରାଉତ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ସେବା,ସମର୍ପଣ ଓ ମାନବିକତାର ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ମାନିନୀ ସାହୁ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ, କଳ୍ପନା ବେହେରା,  ଙ୍କ ସମେତ ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ ଓ ଗୋଷ୍ଠୀ ସଙ୍ଗଠିକା ଚିକୁମୀନା ପଟ୍ଟନାୟକ,କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ ଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ତେବେ ସରକାରୀ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ବିଜେପି କାଉନସିଲର ମାନେ ଅନୁପସ୍ଥିତ ରହିବା ଘଟଣାକୁ ବୁଦ୍ଧିଜୀବୀ ଓ ରାଜନୀତିଜ୍ଞ ମହଲ ନାପସନ୍ଦ କରିବା ସହ କେଉଁ ଅଦୃଶ୍ୟ ଶକ୍ତିର ଚାପ/ନିର୍ଦ୍ଦେଶରେ ଏଭଳି ହେଉଛି ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ ଙ୍କ ମତାମତ ପାଇଁ ତାଙ୍କ ମୋବାଇଲ କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ୍ ସୁଇଚ ଅଫ ଥିଲା ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

‘Nabapallab’ Welcomes New Students with Warmth and Festive Spirit at Lakhiram Agrawal Higher Secondary School
Aug 31, 2026•128 views

‘Nabapallab’ Welcomes New Students with Warmth and Festive Spirit at Lakhiram Agrawal Higher Secondary School

Kalahandi, Kokasara, August 31: A warm and vibrant welcome ceremony titled ‘Nabapallab’ was organised at Lakhiram Agrawal Higher Secondary School at Behera in Kalahandi district to welcome the newly admitted first-year students. The programme reflected the spirit of friendship, affection and togetherness as second-year students welcomed their juniors by offering flowers and sandalwood paste and extending their heartfelt greetings and best wishes for a successful academic journey. The event was presided over by Principal Nirmal Chandra Nayak. Former students of the institution, including Madhusudan Nag, English Lecturer at Panchayat Samiti Higher Secondary School, Premlal Kanda, Assistant Teacher at Danteswari High School, and Tanuja Sahu, Guest Lecturer in the English Department at Negiguda Higher Secondary School, attended the programme as distinguished guests. Lecturers Ranjan Kumar Panda, Nikunja Sahu, Akshaya Pattnaik and Mohan Charan Bisi, along with Library Assistant Fakir Chandi and Physical Education Teacher Surendra Sahu, were also present. The guests and faculty members advised the students to remain focused on their studies, develop discipline and work with dedication to build a bright and successful future. The ceremony began with a welcome song presented by second-year students Ambika Sahu, Lovely Durga, Mamata Chhatriya, Babita Nial, Shivani Bag and Rashmita Tandi, creating a pleasant and memorable atmosphere. Second-year students Renuka Naik, Khiramati Jued, Jharana Patel, Meghalaya Bhoi and Manisha Meher shared their experiences and memories of campus life, offering valuable insights and encouragement to the newly admitted students. The programme was coordinated by Bikash Raut and Dropadi Gopal, while Duhita Gopal delivered the welcome address and proposed the vote of thanks. The second-year students later presented a series of cultural performances, adding colour and enthusiasm to the occasion. A special felicitation ceremony was also organised to honour students who secured First Division in the Annual Examination–2026. The achievers were felicitated in recognition of their academic performance and dedication, inspiring other students to strive for excellence. Sanurjya Gopal and the second-year students extended their cooperation in the smooth management of the programme. The ‘Nabapallab’ celebration concluded on a positive note, leaving the new students encouraged and motivated as they embarked on a new chapter of their educational journey.

Kalahandi (କଳାହାଣ୍ଡି) • Reports: Rupendra Sunani

ଅଦିନିଆ ବର୍ଷାରେ ଭାଙ୍ଗିଲା ମୁଖ୍ୟ ରାସ୍ତା, ଯାତାୟାତ ଠପ୍ : ଚାଉଳ ଗାଡ଼ିଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଇପାରୁନି, ତୁରନ୍ତ ମରାମତି ଦାବି
Aug 31, 2026•21 views

ଅଦିନିଆ ବର୍ଷାରେ ଭାଙ୍ଗିଲା ମୁଖ୍ୟ ରାସ୍ତା, ଯାତାୟାତ ଠପ୍ : ଚାଉଳ ଗାଡ଼ିଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଇପାରୁନି, ତୁରନ୍ତ ମରାମତି ଦାବି

ନୂଆପଡ଼ା, ୩୧/୦୮: ଅଦିନିଆ ବର୍ଷା ଯୋଗୁଁ ନୂଆପଡ଼ା ସଦର ବୋଇରଭାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଇରଭାଡି ଗାଁର ମୁଖ୍ୟ ରାସ୍ତାର ଗାଡ଼ୱାଲ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଗାଁକୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପରିକି ପଞ୍ଚାୟତକୁ ଚାଉଳ ନେଇ ଆସୁଥିବା ଗାଡ଼ି, ଲକ୍ଷ୍ମୀ ବସ୍, ସ୍କୁଲ ବସ୍ ଓ ଆମ୍ବୁଲାନ୍ସ ଭଳି ଜରୁରୀ ଯାନବାହନ ମଧ୍ୟ ଗାଁ ଭିତରକୁ ଯାଇପାରୁନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାର ଗାଡ଼ୱାଲ ଭାଙ୍ଗିଯିବା ପରେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା ସହ ଅସୁସ୍ଥ ରୋଗୀଙ୍କୁ ହସ୍ପିଟାଲ ନେବା ସମୟରେ ମଧ୍ୟ ଲୋକଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁ ନିକଟକୁ ମଧ୍ୟ ପହଞ୍ଚିପାରୁନଥିବା ଯୋଗୁଁ ରୋଗୀ ଓ ବୃଦ୍ଧମାନଙ୍କୁ ନେଇ ପରିବାର ଲୋକେ ଚିନ୍ତାରେ ରହୁଛନ୍ତି। ଅନ୍ୟପକ୍ଷରେ, ରାସ୍ତାରେ ବାଲି ଓ ଗୋଡ଼ି ପକାଇ ଦିଆଯାଇଥିଲେ ମଧ୍ୟ ନିର୍ମାଣ କାମର ମାନକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଠିକାଦାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କାମ ଠିକ୍ ଭାବରେ କରାଯାଉନଥିବାରୁ ଅଦିନିଆ ବର୍ଷା ହେଲେ ରାସ୍ତା ପୁଣି ଭାଙ୍ଗିଯିବାର ଆଶଙ୍କା ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ଷା ଋତୁରେ ରାସ୍ତାର ସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ଭାଙ୍ଗିଥିବା ଗାଡ଼ୱାଲର ତୁରନ୍ତ ମରାମତି ସହ ରାସ୍ତା ନିର୍ମାଣ କାମକୁ ଗୁଣାତ୍ମକ ଭାବେ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ନିର୍ମାଣ କାମର ମାନ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ରାସ୍ତାର ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଅଦିନିଆ ବର୍ଷାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହେବା ସହ ଗ୍ରାମବାସୀଙ୍କ ସମସ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

Nuapada (ନୂଆପଡ଼ା) • ବିଜୟ ବରିହା

ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ
Aug 31, 2026•16 views

ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ

ବରଗଡ -ବରପାଲି ସ୍ଥିତ ଓମ୍ ଶାନ୍ତି ବର ଦାନୀ ଭବନ ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ, ଭଲପାଇବା, ବିଶ୍ୱାସ ଓ ପରସ୍ପର ସୁରକ୍ଷାର ପବିତ୍ର ବନ୍ଧନକୁ ମଜବୁତ କରୁଥିବା ଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁ ଓ ଅତିଥି ଯୋଗଦେଇଥିଲେ। ଏହି ଅବସରରେ ବରପାଲି ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଏବଂ ବରପାଲି ଲିଟିଲ୍ ଏଞ୍ଜେଲ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ଭଉଣୀ ମଧୁସ୍ମିତା ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ରକ୍ଷା ବନ୍ଧନର ମହତ୍ତ୍ୱ ଏବଂ ସମାଜରେ ଭାଇଚାରା, ସ୍ନେହ, ସହଯୋଗ ଓ ମାନବିକତାର ଆବଶ୍ୟକତା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଭଉଣୀ ଗୌରୀ ଓ ଭଉଣୀ ଅଞ୍ଜଲି ସୁଚାରୁ ଭାବେ ପରିଚାଳନା କରିଥିଲେ। ଅତିଥିମାନଙ୍କ ବକ୍ତବ୍ୟ ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ଶାନ୍ତି, ସଦ୍‌ଭାବନା ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଯୋଗଦେଇଥିବା ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପରେ ଉପସ୍ଥିତ ସମସ୍ତଙ୍କୁ ଭୋଗ ବଣ୍ଟନ କରାଯାଇଥିଲା। ଏହା ଫଳରେ ସମଗ୍ର ପରିବେଶ ଆନନ୍ଦମୟ ଓ ଭକ୍ତିମୟ ହୋଇଉଠିଥିଲା।ରକ୍ଷା ବନ୍ଧନ କେବଳ ଏକ ପର୍ବ ନୁହେଁ, ଏହା ପରସ୍ପର ପ୍ରତି ସ୍ନେହ, ସମ୍ମାନ, ଦାୟିତ୍ୱ ଓ ସୁରକ୍ଷାର ପ୍ରତୀକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସମାଜରେ ଶାନ୍ତି, ଭାଇଚାରା ଓ ସଦ୍‌ଭାବନା ବଜାୟ ରଖିବା ସହିତ ମାନବିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ବି.କେ. ଶିବ କୁମାର, ବି.କେ. ଆକାଶ, ବି.କେ. ଅଞ୍ଜଲି, ବି.କେ. ସୁରେନ୍ଦ୍ର, ବି.କେ. ଅମୂଲ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଅତିଥି, ଶ୍ରଦ୍ଧାଳୁ ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

Bear Attack Sparks Panic in Sunabeda Forest Belt; Youth Critically Injured: Harendra Majhi Mauled While Grazing Cattle; Family Alleges Delay in Ambulance Service
Aug 31, 2026•26 views

Bear Attack Sparks Panic in Sunabeda Forest Belt; Youth Critically Injured: Harendra Majhi Mauled While Grazing Cattle; Family Alleges Delay in Ambulance Service

Nuapada: Panic has gripped the Sunabeda forest belt in Nuapada district following a bear attack that left a young man critically injured while he was grazing cattle. The incident has triggered fresh concern among residents of Gadabhata Pada and neighbouring villages over the growing movement of wild animals in the area. The injured youth has been identified as Harendra Majhi, a resident of Gadabhata Pada. According to local sources, Harendra was grazing cattle when a bear suddenly attacked him in the forest area. He sustained serious injuries to his head and around the eyes in the incident. Hearing the commotion, local residents rushed to the spot and rescued the injured youth. He was subsequently taken to the Sunabeda Health Centre, where he received preliminary treatment. Considering the seriousness of his injuries, doctors referred him to the Nuapada District Headquarters Hospital for further medical care. However, the victim’s family alleged that an ambulance was not made available promptly for shifting Harendra to the district headquarters hospital. The alleged delay caused considerable anxiety among his family members as they waited for timely transportation and advanced medical treatment. The incident has meanwhile sparked fear among residents of Gadabhata Pada and nearby villages. Locals claimed that sightings and movement of bears in the surrounding forest areas have become a matter of concern, particularly for villagers who enter the forest for cattle grazing and other livelihood-related activities. Residents have urged the Forest Department to intensify monitoring of wildlife movement in the region and take appropriate preventive measures. They have also sought regular awareness programmes and safety advisories so that villagers can exercise greater caution while venturing into forest areas. Locals further demanded immediate and proper medical assistance for Harendra Majhi and urged the authorities to strengthen coordination between healthcare and emergency services to ensure timely transportation of wildlife-attack victims. The incident has once again highlighted the need for effective coordination between local communities, health authorities and the Forest Department to ensure the safety of people living close to forested areas while protecting wildlife as well.

Nuapada (ନୂଆପଡ଼ା) • Reports: Malaya Meher

ଧାନ ବିକ୍ରି ପଞ୍ଜିକରଣ ସମୟ ବୃଦ୍ଧି ଦାବି ବରଗଡ଼ ଜିଲ୍ଲାପାଳଙ୍କୁ ସଂଯୁକ୍ତ କୃଷକ ସଂଗଠନର ଦାବିପତ୍ର
Aug 31, 2026•21 views

ଧାନ ବିକ୍ରି ପଞ୍ଜିକରଣ ସମୟ ବୃଦ୍ଧି ଦାବି ବରଗଡ଼ ଜିଲ୍ଲାପାଳଙ୍କୁ ସଂଯୁକ୍ତ କୃଷକ ସଂଗଠନର ଦାବିପତ୍ର

ବରଗଡ଼, ୨୯/୦୮: ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ସହ ପଞ୍ଜିକରଣ ସମୟସୀମା ବୃଦ୍ଧି କରିବାକୁ ଦାବି କରିଛି ସଂଯୁକ୍ତ କୃଷକ ସଂଗଠନ, ବରଗଡ଼। ଏନେଇ ସଂଗଠନ ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଜିକରଣ ସମ୍ପର୍କିତ ସମସ୍ୟା ଯୋଗୁଁ ଅନେକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇପାରିନାହାନ୍ତି। ସଂଗଠନର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୫,୫୮,୩୩୪ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ୧,୫୧,୧୯୮ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ତେବେ ଆହୁରି ଅନେକ ଚାଷୀ ପଞ୍ଜିକରଣ କରିପାରିନଥିବାରୁ ସେମାନଙ୍କ ପାଇଁ ପଞ୍ଜିକରଣ ସମୟ ଅତି କମରେ ୧୫ ଦିନ ବୃଦ୍ଧି କରିବାକୁ ସଂଗଠନ ଦାବି କରିଛି। ବର୍ଷା ଯୋଗୁଁ ଚାଷୀ ହନ୍ତସନ୍ତ ଲଗାଣ ବର୍ଷା ଯୋଗୁଁ ମଣ୍ଡି, ଚାଷଜମି ଓ ଗ୍ରାମାଞ୍ଚଳରେ ଯାତାୟାତ ସମସ୍ୟା ଦେଖାଦେଇଥିବାରୁ ଅନେକ ଚାଷୀ ସମୟ ମଧ୍ୟରେ ପଞ୍ଜିକରଣ କରିପାରିନଥିବା ଦାବିପତ୍ରରେ ଦର୍ଶାଯାଇଛି। ଏଥିସହ ପଞ୍ଜିକରଣ ପ୍ରକ୍ରିୟାରେ ଦେଖାଦେଉଥିବା ବୈଷୟିକ ଓ ଅନ୍ୟାନ୍ୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମଧ୍ୟ ଦାବି କରାଯାଇଛି। ଚାଷୀଙ୍କ ଧାନ ବିକ୍ରିରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ଏବଂ ସମସ୍ତ ପଞ୍ଜିକୃତ ଚାଷୀ ସୁବିଧାରେ ଧାନ ବିକ୍ରି କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସଂଗଠନ ଅନୁରୋଧ କରିଛି। ଅତି କମରେ ୧୫ ଦିନ ପଞ୍ଜିକରଣ ସମୟ ବୃଦ୍ଧି କରି ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ — ଏହି ଦାବି ରଖିଛି ସଂଯୁକ୍ତ କୃଷକ ସଂଗଠନ।

Bargarh (ବରଗଡ଼) • ସତ୍ୟ ସୁରୁଜାଲ

ବ୍ରହ୍ମପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର; ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ
Aug 31, 2026•56 views

ବ୍ରହ୍ମପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର; ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ

ବ୍ରହ୍ମପୁର : ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ଏକ କ୍ଲଷ୍ଟର ସ୍ତରୀୟ ଟ୍ରେନିଂ କ୍ୟାମ୍ପ ବ୍ରହ୍ମପୁରରେ ସଫଳତାର ସହ ସମାପ୍ତ ହୋଇଛି। ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାର ପ୍ରାୟ ୧୦୦ ଜଣ ସଦସ୍ୟ ଯୋଗଦେଇ ଡିଜିଟାଲ ସାମ୍ବାଦିକତା, ମିଡ଼ିଆ ନୀତି, ଦାୟିତ୍ୱବୋଧ ଓ ଡିଜିଟାଲ ମିଡ଼ିଆର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରଶିକ୍ଷଣର ପ୍ରଥମ ଅଧିବେଶନ ରେ ଦୈନିକ ‘ସକାଳ’ ଖବରକାଗଜର ଏଡିସନ୍ ଇନ୍‌ଚାର୍ଜ ଶ୍ରୀ ଶକ୍ତିଧର ରାଜଗୁରୁ ଉପସ୍ଥିତ ରହି ସାମ୍ବାଦିକତା ଓ ଖବର ପରିବେଷଣର ବିଭିନ୍ନ ଦିଗ ଉପରେ ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଦ୍ୱିତୀୟ ଅଧିବେଶନ ରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ, ଭଞ୍ଜନଗର ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଯିମ ଓ ମାସ କମ୍ୟୁନିକେସନ ବିଭାଗର ମୁଖ୍ୟ ଡ଼. ଜୟନ୍ତ କୁମାର ପଣ୍ଡା ଏବଂ ଓଟିଭି ର ବ୍ରହ୍ମପୁର ବ୍ୟୁରୋ ହେଡ୍ ଶ୍ରୀ ଅଶୋକ କୁମାର ବ୍ରହ୍ମା, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ, ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ  ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମହାସଂଘ ର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ମୀରାବାଈ ଦେଓ, ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର, ଉପସଭାପତି ଶ୍ରୀ ବିଜୟାନନ୍ଦ ତ୍ରିପାଠୀ, ଶ୍ରୀ ରୁଦ୍ର କୁମାର ପାତ୍ର ଓ ଶ୍ରୀ ପଦ୍ମନ ବାତ୍ରା, ଜୋନାଲ ସଂଗଠନ ସମ୍ପାଦକ ଶ୍ରୀ ଜି. ଅଜୟ କୁମାର, ଶ୍ରୀ ସୁକାନ୍ତ ପ୍ରଧାନ, ଶ୍ରୀ ଯଦାବ ବାଗ, ବରିଷ୍ଠ ସଦସ୍ୟ ଶ୍ରୀ ସତୀଶ ପଟ୍ଟନାୟକ ଓ ଶ୍ରୀ ସୁଶାନ୍ତ ମହାକୁଡ଼ଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ରାକେଶ କୁଲଦୀପ, ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ ବଛଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଦସ୍ୟ ଅରକ୍ଷିତ ପରିଛା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଘୁମୁସର ମଣ୍ଡଳ ସମ୍ପାଦକ ଲୋକନାଥ ମହାନ୍ତି, ବ୍ରହ୍ମପୁର ମଣ୍ଡଳ ସମ୍ପାଦକ ବିନୋଦ ପଣ୍ଡା, ବ୍ରହ୍ମପୁର ମଣ୍ଡଳ ଉପସଭାପତି ସତ୍ୟ ନାରାୟଣ ରେଡ୍ଡୀ, ନିଗମାନନ୍ଦ ପଣ୍ଡା, ଘୁମୁସର ମଣ୍ଡଳ ଉପସଭାପତି ସୁବ୍ରତ କୁମାର ଦାଶ, ଡ଼. ବି ପ୍ରକାଶ ପାତ୍ର ପ୍ରମୁଖ ଜିଲ୍ଲା ସଭାପତିଙ୍କ ତତ୍ତ୍ୱାବଧାନରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମପୁର କ୍ଲଷ୍ଟର ଅନ୍ତର୍ଗତ ଡିଜିଟାଲ ଚ୍ୟାନେଲ ମାଲିକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ‘ଜନ ବାଣୀ’ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକର୍ତ୍ତାମାନଙ୍କ ବିଶେଷ ସହଯୋଗ ପାଇଁ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂ ସାଧୁବାଦ ଜଣାଇଥିଲେ। ଏଥିସହ ଟ୍ରେନିଂ କ୍ୟାମ୍ପକୁ ସଫଳ କରିବାରେ ସହଯୋଗ କରିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ODMM ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା। ଡିଜିଟାଲ ମିଡ଼ିଆକୁ ଅଧିକ ଦାୟିତ୍ୱଶୀଳ, ଶକ୍ତିଶାଳୀ ଓ ଲୋକାଭିମୁଖୀ କରିବା ସହ ସଦସ୍ୟମାନଙ୍କ ଦକ୍ଷତା ବିକାଶ ଦିଗରେ ଏଭଳି ପ୍ରଶିକ୍ଷଣ ଶିବିର ODMMର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

Ganjam (ଗଞ୍ଜାମ) • ରିପୋର୍ଟ : କବିରାଜ ପାତ୍ର, ସ୍ବତନ୍ତ୍ର ପ୍ରତିନିଧି

ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ
Aug 31, 2026•48 views

ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ପୁରାତନ ତଥା ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥିବା ଏହି ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ଶିକ୍ଷକ, ଶିକ୍ଷୟିତ୍ରୀ, ରାଜନେତା, ସମାଜସେବୀ ଓ ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟରେ ଆୟୋଜିତ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ସେମାନଙ୍କୁ ଦାୟିତ୍ୱବୋଧ କରାଇବା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌ସିସି ଶିକ୍ଷକ ତଥା ମୁଖ୍ୟ ପରିଚାଳକ ସରୋଜ କୁମାର ସ୍ୱାଇଁ, ଜେଆରସି ଶିକ୍ଷକ ଅନିଲ କୁମାର ଦାସ, ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ, ସାଂସ୍କୃତିକ ସଂଯୋଜିକା ଅନିତା ଧଳ, କ୍ରୀଡ଼ା ଶିକ୍ଷକ ଶଶାଙ୍କ ଶେଖର ସାହୁଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ନିଜର ମୂଲ୍ୟବାନ ସମୟକୁ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ବିନିଯୋଗ କରିବାକୁ ଶିକ୍ଷକମାନେ ପରାମର୍ଶ ଦେଇଥିଲେ। ବିଶେଷକରି ମୋବାଇଲ୍‌ର ଅତ୍ୟଧିକ ବ୍ୟବହାରଠାରୁ ଦୂରେଇ ରହି ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଥିଲା। ଏଥିସହିତ ସୁସ୍ଥ ମଣିଷ ଓ ସୁସ୍ଥ ପରିବେଶ ଗଠନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଅତି କମ୍‌ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ମଧ୍ୟ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ସମାଜ ସହିତ ସବୁଜ ଓ ସୁସ୍ଥ ପରିବେଶ ଗଠନରେ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟ, ଏନ୍‌ସିସି ଶିକ୍ଷକ ସରୋଜ କୁମାର ସ୍ୱାଇଁ ଓ ଜେଆରସି ଶିକ୍ଷକ ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ। ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବା ଏବଂ ଦେଶର ମାନ-ସମ୍ମାନ ଓ ଗୌରବକୁ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନେ ସଙ୍କଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ତାପସ ବେହେରା, ରଶ୍ମିତା ତରାଇ, ଦିଲୀପ ପାତ୍ର, ଅଭିଷେକ ନାୟକ, ବିନୋଦ ବିହାରୀ ନାଥ, ବିନୋଦ ଜେନା, ଶାଶ୍ୱତୀ ସାହୁ, ସୁସ୍ମିତା ତରାଇ, ଗୋମତୀ ସ୍ୱାଇଁ ଓ ତପସ୍ୱିନୀ ମଲିକଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା

କୈବର୍ତ୍ତ ମହାସଭା ଯୋବ୍ରା, କଟକର ଜରୁରୀ ସାଧାରଣ ସଭା
Aug 31, 2026•51 views

କୈବର୍ତ୍ତ ମହାସଭା ଯୋବ୍ରା, କଟକର ଜରୁରୀ ସାଧାରଣ ସଭା

ରାଉରକେଲା/କଟକ: ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା, ଯୋବ୍ରା କଟକର ଏକ ଜରୁରୀ ସାଧାରଣ ସଭା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୈବର୍ତ୍ତ ମହାସଭାର ସଭାପତି ଡ଼କ୍ଟର ଦେବେନ୍ଦ୍ରନାଥ ବେହେରା ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଦେଇଥିଲେ. ତାଙ୍କ ଅଭିଭାଷଣରେ କୈବର୍ତ୍ତ ସମାଜର ସାମ୍ବିଧାନିକ ଅଧିକାର ପ୍ରତି ଆସିଥିବା ସମସ୍ୟାର ସମାଧାନ ତଥା କୈବର୍ତ୍ତ ସମାଜର ସମସ୍ୟା ପ୍ରତି ସଚେତନତା କରାଇବା ଏହି ସଭାର ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ । ମହାସଭାର ମୁଖ୍ୟ ଉପଦେଷ୍ଟା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମହାସଭାର ଉତ୍ପତ୍ତିଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସଂଘର୍ଷମୟ ଇତିହାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଏବର ସମସ୍ୟା କୁ ସାମ୍ନା କରିବାପାଇଁ ମିଳିତ ଭାବରେ କାର୍ଯ୍ୟକରିବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟଅତିଥି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଏହି ଆଲୋଚନାରେ ଭାଗ ନେଇ ଜାତିର ପୁରୋଧାମାନଙ୍କ କାର୍ଯ୍ୟକୁ ସ୍ମରଣକରାଇ ଜାତିପ୍ରତି ଯେକୌଣସି ବିପତ୍ତି ଆସୁ କିମ୍ବା ସାମ୍ବିଧାନିକ ଅଧିକାର ଛଡେଇ ନେବାର ଯେଉଁ ଗୋଷ୍ଠୀ ପ୍ରୟାସ କରିବ ତାର ଦୃଢ଼ ଜବାବ ସେ ଦେବେ ବୋଲି ତାଙ୍କ ଅଙ୍ଗିକାର ବଦ୍ଧତା ପ୍ରକାଶ କରିଥିଲେ । ଯାଜପୁର ଲୋକସଭା ସାଂସଦ ଡ ରବିନ୍ଦ୍ର ନାରାୟଣ ବେହେରା ମହାସଭାର ସାମ୍ବିଧାନିକ ଅଧିକାରକୁ ରକ୍ଷା କରିବା ପାଇଁ ପ୍ରତିରୋଧାତ୍ମକ ସମସ୍ୟାର ଉଚିତ ଜବାବ ଦେବାପାଇଁ ଓ ଜଗତସିଂହପୁର ସାଂସଦ ଡ ବିଭୁପ୍ରସାଦ ତରାଇ ଅନ୍ୟତମ ଅତିଥି ଭାବେ ତାଙ୍କ ଅଭିଭାଷଣରେ ସେ କିପରି ଛାତ୍ରାବସ୍ଥାରୁ ଏହି ମହାସଭାର କର୍ମକର୍ତ୍ତା ଭାବେ କାମ ଆରମ୍ଭକରି ୧୯୭୭ ମସିହାଠାରୁ ୨୦୦୨ ଲୋକସଭାରେ କୈବର୍ତ୍ତ ଜାତିକୁ ସଂରକ୍ଷଣ ସୁବିଧା ରୂପକ ସାମ୍ବିଧାନିକ ଅଧିକାର ଲାଭ କାରିବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ, ଏବଂ ସେହି ପରଠାରୁ ଆଜିପର୍ଯ୍ୟନ୍ତ ସେହି ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବାପାଇଁ ଚେଷ୍ଟା କରିଆସିଛନ୍ତି ବୋଲି ପ୍ରକାଶ କରିଥିଲେ। ସେ ସାମ୍ବିଧାନିକ ଅଧିକାର ପ୍ରତି କିଛି ବିପତ୍ତି ଆସିଲେ ଆଲୋଚନା ବା ଆନ୍ଦୋଳନ ମାଧ୍ୟମରେ ହେଉ ତାହାର ସମାଧାନ କରିବାକୁ ସେ ସଂକଳ୍ପବନ୍ଧ ବୋଲି ମତରଖିଥିଲେ। ସେ ମଧ୍ୟ ଡ଼ ମହାଲିଙ୍ଗଙ୍କ ବିରାଟ ସମାବେଶ ଆୟୋଜନ ପ୍ରସ୍ତାବକୁ ସମର୍ଥନ କରିଥିଲେ । ପୂର୍ବତନ ସାଂସଦ ମହେଶ ସାହୁ ଏହି ଆଲୋଚନାରେ ଭାଗ ନେଇ ଜାତିର ଐତିହ୍ୟ କୁ ମନେପକାଇ ସାମ୍ବିଧାନିକ ଅଧିକାର ପାଇବାର ସଂଘର୍ଷମୟ ଇତିହାସକୁ ସ୍ମରଣ କରିଥିଲେ । ସମାଜର ପ୍ରତ୍ୟକ ସ୍ତରରେ ସମସ୍ତେ ଏକଜୁଟ ହୋଇ ଜାତିପ୍ରତି ଯେକୌଣସି ବିପଦ ଆସିଲେ ତାହାର ସାମ୍ନା କରିବାପାଇଁ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ସଚେତନତା ସଭାର ଲକ୍ଷ୍ୟ ଏକତ୍ର ହୋଇ ଲଢ଼େଇ କରିବାକୁ କହିଥିଲେ। ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ ଏହି ଆଲୋଚନାରେ ଭାଗ ନେଇ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ କୈବର୍ତ୍ତ ବହୁଳ ଗ୍ରାମରେ ସଚେତନତା ସଭାମାନ କରି ସମାଜକୁ କୌଣସି ବିପଦର ସାମ୍ନା କରିବାକୁ ପ୍ରସ୍ତୁତ କରାଇବା ପାଇଁ ମତ ରଖିଥିଲେ । ଅନ୍ୟତମ ଅତିଥି ଭାବେ କାକଟପୁର ବିଧାୟକ ଇଂ ତୁଷାରକାନ୍ତି ବେହେରା ଏହି ସଭାରେ ନିଜ ବକ୍ତବ୍ୟରେ କୈବର୍ତ୍ତ ଜାତିର ସ୍ୱତନ୍ତ୍ର ପରିଚୟ ମହାଭାରତ, ରାମାୟଣ, ବୈଦେହୀଶ ବିଳାସ କୁ ଆଧାର କରି ଉପସ୍ଥାପନ କରିଥିଲେ । ଏହି ଜାତିର ଜଣେ ସକ୍ରିୟ ଯୋଦ୍ଧାଭାବେ ସେ ସବୁବେଳେ ଜାତିର ସମସ୍ୟା, ସାମ୍ବିଧାନିକ ଅଧିକାର ପ୍ରତି ଆସୁଥିବା ବିପଦ ସମାଧାନ ପାଇଁ ଆଗରେ ରହିବେ ବୋଲି ପ୍ରତିଶୃତି ଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅନ୍ୟତମ ଅତିଥିଭାବେ ତାଙ୍କ ବକ୍ତବ୍ୟରେ ଜାତିର ଏକତା ନିରାପତ୍ତା ତଥା ସୁରକ୍ଷା ପାଇଁ ସବୁପ୍ରକାର ସହଯୋଗ ଦେବେ ବୋଲି ପ୍ରତିଶୃତି ଦେବା ସହିତ ଜାତିର ପ୍ରତ୍ୟେକ ସାଂସଦ ଓ ବିଧାୟକ ମାନେ ପ୍ରତ୍ୟକ ବ୍ଲକ ରେ କୈବର୍ତ୍ତ ଭବନ ପ୍ରତିଷ୍ଠା କରିବା ପାଇଁ ପ୍ରଚେଷ୍ଟା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଦକ୍ଷିଣ ଓଡ଼ିଶାର କୈବର୍ତ୍ତ ସମାଜ କିପରି ଅବହେଳିତ ଏବଂ ଅନୁନ୍ନତ ଅବସ୍ଥାରେ ଜୀବନଯାପନ କରୁଛନ୍ତି, ତାହାର ଚିତ୍ର ପ୍ରଦାନ କରିବା ସହିତ ଜାତିର ସରକ୍ଷଣ ସୁବିଧା ବଜାୟ ରଖିବା ପାଇଁ ସବୁ ଆନ୍ଦୋଳନରେ ସେ ନେତୃତ୍ୱ ନେବେ ବୋଲି ମତ ରଖିଥିଲେ । ମହାସଭାର ବରିଷ୍ଠ ଉପଦେଷ୍ଟା ନାରାୟଣ ବେହେରା ତାଙ୍କ ବକ୍ତବ୍ୟରେ ସଂରକ୍ଷଣ ଜନିତ ସାମ୍ବିଧାନିକ ଅଧିକାର ପ୍ରତି ଆସିଥିବା ନିର୍ଦ୍ଧିଷ୍ଟ ବିପଦ ସମ୍ପର୍କରେ ଆଲୋଚନା କରିବା ସହିତ ମହାସଭା ଯାହା ପଦକ୍ଷପ ନେଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଇଂ ବ୍ରଜକିଶୋର ପରିଡ଼ା ତାଙ୍କ ବକ୍ତବ୍ୟରେ ଜାତିର ସାମ୍ବିଧାନିକ ଅଧିକାର ଛଡ଼ାଇବାର ପ୍ରଚେଷ୍ଟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତଥ୍ୟଦେବା ସହିତ ଏହା କେଉଁ ସ୍ତରରେ ଅସମାହିତ ହୋଇରହିଛି, ଏହାର ସମାଧାନ ପନ୍ଥା ନିର୍ଦ୍ଧାରଣ ରଣ ପାଇଁ ମତ ରଖିଥଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ବେହେରା,ପାଣ୍ଡଵ ବେହେରା, ପବିତ୍ର ସାହୁ,ମଞ୍ଜୁଲତା ନାୟକ ଓ ରଞ୍ଜନ ବେହେରା ସମସ୍ୟା ସମ୍ପର୍କରେ ତଥ୍ୟ ଦେବା ସହିତ ଏହାର ସମାଧାନ କିପରି ହୋଇପାରିବ ତାହା ଉପରେ ମତ ରଖିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ ।ଶେଷରେ ଝାରସୁଗୁଡ଼ାରୁ ଆସିଥିବା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ସମ୍ପାଦକ ଚୈତନ୍ୟ ଦଣ୍ଡସେନା ନିଜର ମତ ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାକୁ ଅଧ୍ୟାପକ ଶୁଭ୍ରାଂଶୁ କୁମାର ବେହେରା ସଂଯୋଜନା ଓ ସୁପରିଚାଳନା କରିବା ସହିତ ନିଜର ଅଭିମତ ରଖିଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠାତା ଦିବଂଙ୍ଗତ ସଭାପତି ମାନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରଦ୍ବୀପ ପ୍ରଜ୍ବଳନ କରିବା ସହିତ ଜାତି -ସଙ୍ଗୀତ ଗାନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୪ଶହ କୈବର୍ତ୍ତ ପ୍ରତିନିଧି ଯୋଗ ଦେଇଥିଲେ।

Rourkela (ରାଉରକେଲା) • Kunja Bihari Rout

କାର୍ ଭିତରୁ ତିନି ଗୋରୁ ଉଦ୍ଧାର, ଚାଳକ ଫେରାର
Aug 31, 2026•48 views

କାର୍ ଭିତରୁ ତିନି ଗୋରୁ ଉଦ୍ଧାର, ଚାଳକ ଫେରାର

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଗୋରୁ ଚାଲାଣକୁ ନେଇ ଚାଞ୍ଚଲ୍ୟ। ୧୬ ନମ୍ବର ଜାତୀୟ ରାଜପଥର ବାରିକପୁର ଓଭରବ୍ରିଜ୍ ନିକଟରେ ଏକ ଇଣ୍ଡିଗୋ କାର୍ ଭିତରୁ ତିନୋଟି ଗୋରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ କାର୍‌ଟିକୁ ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କାର୍ ଭିତରେ ତିନୋଟି ଗୋରୁ ଥିବା ଜଣାପଡ଼ିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଉକ୍ତ ଇଣ୍ଡିଗୋ କାର୍‌ଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଦ୍ଧାର ହୋଇଥିବା ତିନୋଟି ଗୋରୁଙ୍କୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି। ତେବେ କାର୍‌ଟି କେଉଁଠାରୁ ଗୋରୁ ନେଇ ଆସିଥିଲା ଏବଂ କେଉଁ ସ୍ଥାନକୁ ଯାଉଥିଲା, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି। ଫଳରେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପୋଲିସ କାର୍‌ଟିକୁ ଜବତ କରି ଏହାର ମାଲିକ, ଚାଳକ ଏବଂ ଗୋରୁଗୁଡ଼ିକୁ କେଉଁଠାକୁ ନିଆଯାଉଥିଲା ସେନେଇ ତଦନ୍ତ ଚଳାଇଛି। ଆବଶ୍ୟକ ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ଆଶା କରାଯାଉଛି। ଘଟଣାଟି ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଗୋରୁଗୁଡ଼ିକୁ କାର୍ ଭିତରେ କେଉଁ ପରିସ୍ଥିତିରେ ନିଆଯାଉଥିଲା ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହେଲା ଆନ୍ଦୋଳନ ମିଲିଟାରୀ ଛକ–ପଙ୍କପାଳ ବଙ୍ଗଳା ଛକ ରାସ୍ତା: ୩୧ରୁ ୩ ସ୍ଥାନରେ ମରାମତି ପ୍ରତିଶ୍ରୁତି ବାକି ରାସ୍ତା ପାଇଁ ହେବ ଅନୁମାନ, ଅନୁମୋଦନ ପରେ ଉନ୍ନତିକରଣ
Aug 31, 2026•28 views

ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହେଲା ଆନ୍ଦୋଳନ ମିଲିଟାରୀ ଛକ–ପଙ୍କପାଳ ବଙ୍ଗଳା ଛକ ରାସ୍ତା: ୩୧ରୁ ୩ ସ୍ଥାନରେ ମରାମତି ପ୍ରତିଶ୍ରୁତି ବାକି ରାସ୍ତା ପାଇଁ ହେବ ଅନୁମାନ, ଅନୁମୋଦନ ପରେ ଉନ୍ନତିକରଣ

କଳିଙ୍ଗନଗର, ତା.୨୯/୮ : ଦୀର୍ଘଦିନ ଧରି ଶିଳ୍ପାଞ୍ଚଳବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ମିଲିଟାରୀ ଛକରୁ ପଙ୍କପାଳ ବଙ୍ଗଳା ଛକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ମାର୍ଗର ଦୁରବସ୍ଥା ନେଇ ଶେଷରେ ପ୍ରଶାସନ ତତ୍ପର ହୋଇଛି। ରାସ୍ତାର ସ୍ଥାୟୀ ମରାମତି ଓ ଉନ୍ନତିକରଣ ଦାବିରେ ଅଗଷ୍ଟ ୩୧ରୁ ଧାରଣା ଓ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିବା ଶିଳ୍ପାଞ୍ଚଳବାସୀଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ପ୍ରସ୍ତାବିତ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ପୂର୍ତ୍ତ ବିଭାଗର ଲିଖିତ ପ୍ରତିଶ୍ରୁତି ଅନୁଯାୟୀ, ଅଗଷ୍ଟ ୩୧ରୁ ମିଲିଟାରୀ ଛକ ନିକଟ, ରାବଣା ଛକ ଓ ଭିସା ସାମ୍ନା ଗେଟ୍‌ ନିକଟରେ ପ୍ରାଥମିକତା ଭିତ୍ତିରେ ମରାମତି କାମ ଆରମ୍ଭ ହେବ। ରାସ୍ତାର ଅନ୍ୟ ଅଂଶ ପାଇଁ ଆବଶ୍ୟକ ଅନୁମାନ ପ୍ରସ୍ତୁତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିଆଯିବ ଏବଂ ଅର୍ଥ ଉପଲବ୍ଧତା ଅନୁଯାୟୀ ପରବର୍ତ୍ତୀ ମରାମତି ଓ ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି।ରାସ୍ତାର ଦୁରବସ୍ଥା ନେଇ ଲଗାତାର ଅଭିଯୋଗ ଓ ଆନ୍ଦୋଳନ ଚେତାବନୀ ପରେ ପୂର୍ତ୍ତ ବିଭାଗର ଏସ୍‌ଡିଓ ଦିଲ୍ଲୀପ କୁମାର ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ, ଜଖପୁରା ପୁଲିସ ଓ ଶିଳ୍ପାଞ୍ଚଳବାସୀ ମିଳିତ ଭାବେ ରାସ୍ତାର ଗ୍ରାଉଣ୍ଡ ରିପୋର୍ଟ କରିଥିଲେ। ମିଲିଟାରୀ ଛକରୁ ପଙ୍କପାଳ ବଙ୍ଗଳା ଛକ ପର୍ଯ୍ୟନ୍ତ ମୋଟରସାଇକେଲରେ ଯାଇ ବିଭିନ୍ନ ସ୍ଥାନର ରାସ୍ତା ଅବସ୍ଥା, ବଡ଼ବଡ଼ ଖାଲଖମା ଓ ଯାତାୟାତ ସମସ୍ୟା ପରଖାଯାଇଥିଲା।ବିଶେଷକରି ବର୍ଷା ଯୋଗୁଁ ରାସ୍ତାର ଖାଲରେ ପାଣି ଜମି ରହୁଥିବାରୁ ଗାଡ଼ି ଚାଳକମାନେ ବିପଦରେ ପଡ଼ୁଛନ୍ତି। ଶିଳ୍ପାଞ୍ଚଳର ଏହି ପ୍ରମୁଖ ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକଙ୍କ ସହ ବହୁ ସଂଖ୍ୟକ ଭାରୀଯାନ ଚଳାଚଳ କରୁଥିବାରୁ ସମସ୍ୟାଟି ଆହୁରି ଗମ୍ଭୀର ହୋଇଛି। କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ଉପସ୍ଥିତିରେ ପୂର୍ତ୍ତ ବିଭାଗର ଏସ୍‌ଡିଓ ଦିଲ୍ଲୀପ କୁମାର ନାୟକ ଶିଳ୍ପାଞ୍ଚଳବାସୀଙ୍କୁ ବିଭାଗର ଲିଖିତ ପତ୍ର ପ୍ରଦାନ କରିଥିଲେ। ପାଣିକୋଇଲି ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଗଷ୍ଟ ୨୯ରେ ଏଡିଏମ୍‌ଙ୍କୁ ଦିଆଯାଇଥିବା ପତ୍ରରେ ୩୧ରୁ ତିନିଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମରାମତି କାମ କରାଯିବା ସ୍ପଷ୍ଟ କରାଯାଇଛି।ଏହି ସମୟରେ ଅନିଲ ଧଳ, ପୁଷ୍ପକାନ୍ତ ନାୟକ, ଅକ୍ଷୟ ଧଳ, ସନ୍ଦୀପ ମହାନ୍ତି, ରାଜକିଶୋର ପଣ୍ଡା, ନୀଳମାଧବ ନାୟକ, ସରୋଜ ଜେନା, ଅନ୍ତର୍ଯ୍ୟାମୀ ନାୟକ, ଅକ୍ଷୟ ବାରିକ, ଅନିଲ କୁମାର ଜେନା ରାଜେନ୍ଦ୍ର ସାହୁ ଓ ଶରତ ବିଶ୍ୱାଳଙ୍କ ସମେତ ବହୁ ଶିଳ୍ପାଞ୍ଚଳବାସୀ ଉପସ୍ଥିତ ଥିଲେ।ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଶିଳ୍ପାଞ୍ଚଳବାସୀଙ୍କ ଦାବି ଏଠାରେ ଶେଷ ହୋଇନାହିଁ। ପ୍ରାୟ ୧୨ କିମି ଦୀର୍ଘ ବିଜୁ ପଟ୍ଟନାୟକ ମାର୍ଗର କେବଳ କେତେକ ସ୍ଥାନରେ ଜରୁରୀ ମରାମତି କଲେ ସମସ୍ୟାର ସ୍ଥାୟୀ ସମାଧାନ ହେବନାହିଁ। ତେଣୁ ସମଗ୍ର ରାସ୍ତାର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ସ୍ଥାୟୀ ମରାମତି ଓ ଆବଶ୍ୟକ ଉନ୍ନତିକରଣ କରାଯିବାକୁ ଦାବି ହୋଇଛି।କଳିଙ୍ଗନଗର ଭଳି ଦେଶର ଏକ ପ୍ରମୁଖ ଶିଳ୍ପାଞ୍ଚଳରେ ଶିଳ୍ପସଂସ୍ଥା, ଶ୍ରମିକ, କର୍ମଚାରୀ ଓ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଏହି ରାସ୍ତାର ଗୁରୁତ୍ୱ ଅତ୍ୟଧିକ। ଏଭଳି ସ୍ଥିତିରେ ବର୍ଷ ବର୍ଷ ଧରି ରାସ୍ତାର ଦୁରବସ୍ଥା ରହିବା ନେଇ ଲୋକଙ୍କ ଅସନ୍ତୋଷ ସ୍ୱାଭାବିକ ବୋଲି ମତ ପ୍ରକାଶ ପାଇଛି। ଏବେ ବଡ଼ ପ୍ରଶ୍ନ—୩୧ରୁ ସତରେ ଆରମ୍ଭ ହେବ କି କାମ?ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଅଗଷ୍ଟ ୩୧ର ଧାରଣା ପ୍ରତ୍ୟାହାର କରି ଶିଳ୍ପାଞ୍ଚଳବାସୀ ପ୍ରଶାସନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଏବେ ଏହି ଆସ୍ଥା ରଖିବାର ଦାୟିତ୍ୱ ପୂର୍ତ୍ତ ବିଭାଗର। ବିଭାଗ ପକ୍ଷରୁ ୩୧ରୁ ମିଲିଟାରୀ ଛକ, ରାବଣା ଛକ ଓ ଭିସା ସାମ୍ନା ଗେଟ୍‌ ନିକଟରେ କାମ ଆରମ୍ଭ କରାଯିବ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଇଥିବାରୁ ଏବେ ସମସ୍ତଙ୍କ ନଜର ୩୧ ତାରିଖ ଉପରେ। ଧାର୍ଯ୍ୟ ତାରିଖରେ କାମ ଆରମ୍ଭ ହେଉଛି କି ନାହିଁ ଏବଂ ପରବର୍ତ୍ତୀ ସମୟରେ ଅବଶିଷ୍ଟ ରାସ୍ତାର ସ୍ଥାୟୀ ଉନ୍ନତିକରଣ କେବେ ହେବ—ତାହା ହିଁ ଏବେ ଶିଳ୍ପାଞ୍ଚଳବାସୀଙ୍କ ମୁଖ୍ୟ ପ୍ରଶ୍ନ।ପ୍ରତିଶ୍ରୁତି ରହିବ କି କାର୍ଯ୍ୟରେ ପରିଣତ ହେବ—୩୧ ତାରିଖରେ ତାହାର ପ୍ରଥମ ପରୀକ୍ଷା। ପ୍ରଶାସନର ପ୍ରତିଶ୍ରୁତି ପାଳନରେ ବିଳମ୍ବ ହେଲେ ଆଗାମୀ ଦିନରେ ଆଇନସମ୍ମତ ଓ ଶାନ୍ତିପୂର୍ଣ୍ଣ ଭାବେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ଶିଳ୍ପାଞ୍ଚଳବାସୀ ସ୍ପଷ୍ଟ କରିଛନ୍ତି।

Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ କଳିଙ୍ଗନଗର

ଚିକିଟି ଏନ୍ ଏ ସି ତରଫରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା
Aug 31, 2026•70 views

ଚିକିଟି ଏନ୍ ଏ ସି ତରଫରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ଚିକିଟି ତା୩୧/୮:ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ବହୁ ପୂରାତନ। ଜାତୀୟ ସ୍ତରରେ ସ୍ବଚ୍ଛତା ପାଇଁ ତିନି ତିନି ଥର ପୁରସ୍କୃତ ହୋଇ ଜିଲ୍ଲା କୁ ଗୈ।ରାବାନ୍ବିତ କରିପାରିଛି ଚିକିଟି।ତେବେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆଜି ଏକ ନିଆରା ଭବ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏନ୍ ଏ ସି କର୍ତ୍ତୃପକ୍ଷ। ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପ୍ରଶାସନ ଓ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ପାଇଁ କାମ କରିଆସୁଥିବା ସମ୍ବାଦଦାତା ଙ୍କୁ ଏକ ଭବ୍ୟ ସମାରୋହରେ ଆଜି ସମ୍ମାନିତ କରୁଛନ୍ତି।ଚିକିଟି ରେ ପ୍ରଚଳିତ ପ୍ରମୁଖ ଖବର କାଗଜ ଓ ଟିଭି ନିଉସ ଯଥା ସମାଜ, ସମ୍ବାଦ, ଧରିତ୍ରୀ, ଅନୁପମ ଭାରତ, ପ୍ରଗତି ବାଣୀ, ଚେତନା ଟିଭି, ସାପ୍ତାହିକ ସମୀକ୍ଷା ରୁ ଦୁଇଜଣ, ଦୈନିକ ହିମ୍ମତ, ଆରମ୍ଭ, ଫୋକସପ୍ଲସ ଟିଭି, ନିଉସ୮ ଓଡ଼ିଆ, ଉତ୍କଳ ମେଲ୍, ପ୍ରବାହ, ଉତ୍କଳ ମେଲ୍ ଟିଭି, ଦୈନିକ ଭାସ୍କର, ଯୁଗାବ୍ଦ, ପ୍ରମେୟ, ଓ ପ୍ରତିକାର ପ୍ରଭୃତି ଦୈନିକ ଓ ସାପ୍ତାହିକ ଖବରକାଗଜ ର ପ୍ରତିନିଧି ମାନେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।ଏ ନେଇ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସବୁ ପ୍ରତିନିଧି ମାନଙ୍କୁ ଚିଠି ଦ୍ବାରା ଜଣାଇଛନ୍ତି। ବାସ୍ତବରେ ସମ୍ବାଦଦାତା ଙ୍କୁ ପ୍ରୋତ୍ସାହିତ କରିବା ଭଳି ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମାନେ ସ୍ବାଗତ କରିଛନ୍ତି।

Ganjam (ଗଞ୍ଜାମ) • ଦୁର୍ଗା ମାଧବ