ଘରୁ ଚୋରି, ପୋଲିସ ହାତରେ ଅଭିଯୁକ୍ତ ଭଟଲି ପୋଲିସର ସଫଳତା, ସୁନା-ରୂପା ଗହଣା ସହ ନଗଦ ଟଙ୍କା ଉଦ୍ଧାର
Bargarh (ବରଗଡ଼)ସତ୍ୟ ସୁରୁଜଳSeptember 2, 202622 views

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଘରୁ ଚୋରି ଘଟଣାରେ ଭଟଲି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପିଣ୍ଟୁ ଭୁଏ ଓରଫ ଆଦି।
ପୋଲିସର ସୂଚନା ଅନୁସାରେ, ଘରୁ ଚୋରି ଅଭିଯୋଗ ପରେ ଭଟଲି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ତାଙ୍କ ନିକଟରୁ ଚୋରି ହୋଇଥିବା ସୁନା ହାର, କାନଫୁଲ, ବାହୁଡ଼ି, ରୂପା ପାଏଲ, ମୁଦି, ମୋବାଇଲ୍ ଫୋନ୍ ଏବଂ ୭,୫୦୦ ଟଙ୍କା ନଗଦ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଚୋରି ଘଟଣାରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି।
ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଭଟଲି ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଚୋରି ଘଟଣାର ଅନ୍ୟ କୌଣସି ପାଟି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।
