ମା’ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ପୂଜାରେ ଯୋଗଦେଲେ ଅରୁଣାଭ ସିଂହ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାSeptember 2, 202684 views

ବଅଁରପାଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅଧୀନ ବଅଁରପାଳ ବ୍ଲକର ବଉଳିଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅରାହାଟ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ପୂଜା ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଛି।
ଏହି ପବିତ୍ର ଅବସରରେ ଅନୁଗୋଳ ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହ ମା’ ବ୍ରାହ୍ମଣୀଦେବୀଙ୍କ ନିକଟରେ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଆଶୀର୍ବାଦ ଲୋଡ଼ିଥିଲେ।
ଏହି ଅବସରରେ ଗ୍ରାମବାସୀ ଓ ଭକ୍ତମାନଙ୍କ ସହ ସେ ସାକ୍ଷାତ କରି ପୂଜା ଓ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ।
