--:--:--
-- ---
Srishti News

Web News

ସ୍ୱର୍ଗତା ଚମ୍ପାବତୀ ବାରିକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଲେ ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ
Aug 29, 2026•40 views

ସ୍ୱର୍ଗତା ଚମ୍ପାବତୀ ବାରିକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଲେ ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ

କଳିଙ୍ଗନଗର, ୨୯/୦୮: ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାରଗାଡ଼ିଆ ଗ୍ରାମର ବଡ଼ଭାଇ ଗୋଲଖ ବାରିକଙ୍କ ସ୍ୱର୍ଗତା ମାତା ଚମ୍ପାବତୀ ବାରିକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସୁକିନ୍ଦା ଅଞ୍ଚଳର ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ମୃତ୍ୟୁଞ୍ଜୟ ଦେଓ ସ୍ୱର୍ଗତା ଚମ୍ପାବତୀ ବାରିକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଜଣେ ସ୍ନେହଶୀଳ, ମମତାମୟୀ ଓ ପରିବାରପ୍ରତି ସମର୍ପିତ ମହିଳା ଭାବେ ସେ ସମସ୍ତଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ ବୋଲି ସେ କହିଥିଲେ। ଏହି ଅବସରରେ ପରିବାରବର୍ଗ, ସମ୍ପର୍କୀୟ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ସ୍ୱର୍ଗତା ଚମ୍ପାବତୀ ବାରିକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶ୍ରାଦ୍ଧବାର୍ଷିକୀ ଅବସରରେ ପରିବାର ପକ୍ଷରୁ ଧାର୍ମିକ ରୀତିନୀତି ମଧ୍ୟ ସମ୍ପନ୍ନ କରାଯାଇଥିଲା।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, କଳିଙ୍ଗନଗର

ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ
Aug 29, 2026•54 views

ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ

ଖଲ୍ଲିକୋଟ, ୨୮/୦୮: ଖଲ୍ଲିକୋଟ ସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି ଉଦ୍ଦେଶ୍ୟରେ ଏକ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ। ତାଙ୍କ ସହ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସଂଯୋଜିକା ରଶ୍ମିତା ସାହୁ, ଆତ୍ମରକ୍ଷା କାର୍ଯ୍ୟକ୍ରମର ସଂଯୋଜିକା ସାବିତ୍ରୀ ଜାନୀ ଏବଂ ଟି.ଏସ୍. ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସଂଯୋଜିକା ରଶ୍ମିତା ସାହୁ ସ୍ୱାଗତ ଭାଷଣ ଦେଇ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଆଜିର ସମାଜରେ ପ୍ରତ୍ୟେକ ନାରୀ ନିଜ ସୁରକ୍ଷା ପାଇଁ ସଚେତନ ହେବା ସହ ସାହସ ଓ ଆତ୍ମବିଶ୍ୱାସର ସହିତ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ପାତ୍ର କହିଥିଲେ ଯେ, ଆତ୍ମରକ୍ଷା ତାଲିମ କେବଳ ବିପଦ ସମୟରେ ନିଜକୁ ସୁରକ୍ଷା ଦେବାର ମାଧ୍ୟମ ନୁହେଁ; ଏହା ଛାତ୍ରୀମାନଙ୍କ ମଧ୍ୟରେ ମାନସିକ ଦୃଢ଼ତା, ଆତ୍ମବିଶ୍ୱାସ ଓ ଏକାଗ୍ରତା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ବାସନ୍ତୀ ପ୍ରଧାନ ଓ ଭାରତୀ ଗଉଡ଼ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ମାଧ୍ୟମରେ ଛାତ୍ରୀମାନେ ନିଜ ସୁରକ୍ଷା ସହିତ ଆତ୍ମବିଶ୍ୱାସର ସହ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାର ମନୋବଳ ହାସଲ କରିପାରିବେ ବୋଲି ମତପ୍ରକାଶ ପାଇଥିଲା। ଏହି ଅବସରରେ ପ୍ରାକ୍ତନ ସଭାପତି ତଥା ବିଧାୟିକା ସ୍ୱର୍ଗତା ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ନାରୀ ସଶକ୍ତିକରଣ କ୍ଷେତ୍ରରେ ଅବଦାନକୁ ସ୍ମରଣ କରାଯାଇଥିଲା। ତାଙ୍କ ନିର୍ଦ୍ଦେଶନାରେ ୨୦୧୩ ମସିହାରୁ ନାରୀମାନଙ୍କ ସଶକ୍ତିକରଣ ଓ ସୁରକ୍ଷା ପାଇଁ ଆତ୍ମରକ୍ଷା ତାଲିମ ପ୍ରଦାନର ପଦକ୍ଷେପ ଆରମ୍ଭ ହୋଇଥିବା କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ରାଜ୍ୟ ସ୍ତରରେ ବ୍ୟାପକ ରୂପ ନେଇଥିବା ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ବିଶ୍ୱଜିତ ବର୍ଦ୍ଧନ ସାମନ୍ତ, ବାସନ୍ତୀ ପ୍ରଧାନ ଓ ଭାରତୀ ଗଉଡ଼ ପ୍ରମୁଖ ସହଯୋଗ କରିଥିଲେ। ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଏହି ତାଲିମ ଶିବିରରେ ଯୋଗଦେଇଥିଲେ।

Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲ୍ଲିକୋଟ

ସବୁ କ୍ଷେତ୍ରରେ ଆଗେଇ ଆସୁଥିବା ନିଆରା ଜନସେବକ ଅଭିମନ୍ୟୁ ସାହୁ
Aug 29, 2026•116 views

ସବୁ କ୍ଷେତ୍ରରେ ଆଗେଇ ଆସୁଥିବା ନିଆରା ଜନସେବକ ଅଭିମନ୍ୟୁ ସାହୁ

ବଅଁରପାଳ : ମାନବ ସେବା ହିଁ ଜୀବନର ମୁଖ୍ୟ ଲକ୍ଷ୍ୟ ଏହି ଭାବନାକୁ ନେଇ ନିରନ୍ତର ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି । ବଅଁରପାଳ ବ୍ଲକ ବନ୍ଦା ଗ୍ରାମର ସମାଜସେବୀ ଅଭିମନ୍ୟୁ ସାହୁ। ଅସହାୟଙ୍କ ଦୁଃଖରେ ସାଥୀ ହେବା ହେଉ କି ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା, ଗରିବ ପରିବାରକୁ ଆର୍ଥିକ ସହଯୋଗ ହେଉ କି ଅନ୍ୟ କୌଣସି ଜନସମସ୍ୟା ଖବର ପାଇବା ମାତ୍ରେ ତୁରନ୍ତ ସହାୟତାର ହାତ ବଢ଼ାଇଥାନ୍ତି ଅଭିମନ୍ୟୁ। ନିଜ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ସମୟରେ ଆର୍ଥିକ ସହାୟତା, ଆବଶ୍ୟକ ସାମଗ୍ରୀ ଓ ମାନବିକ ସହଯୋଗ ପ୍ରଦାନ କରି ସେ ବଅଁରପାଳ ଅଞ୍ଚଳରେ ଜଣେ ପରିଚିତ ଜନସେବକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି। ତାଙ୍କର ଏଭଳି ନିରନ୍ତର ସେବା ଓ ସହଯୋଗ ଅନେକ ଅସହାୟ ପରିବାରଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇଛି। ସମାଜସେବାକୁ ଏକ ବ୍ରତ ଭାବେ ଗ୍ରହଣ କରିଥିବା ଅଭିମନ୍ୟୁ ସାହୁ ଜୀବନ ଥିବା ପର୍ଯ୍ୟନ୍ତ ଏହି ସେବା କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି। ନିଜ ପାଇଁ ନୁହେଁ, ଅନ୍ୟର ଦୁଃଖରେ ଠିଆ ହୋଇ ସହଯୋଗ କରିବାର ତାଙ୍କର ଏହି ପ୍ରୟାସ ତାଙ୍କୁ ଅନ୍ୟମାନଙ୍କଠାରୁ ନିଆରା କରିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ
Aug 29, 2026•70 views

ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ

କଳିଙ୍ଗନଗର, ୨୯/୦୮: ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଘର ବୁଲି ଲୋକଙ୍କ ସମସ୍ୟା ଓ ଅସୁବିଧା ବୁଝିବା ସହ କେତେକ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ସୁକିନ୍ଦାର ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ। ଗତକାଲି ସେ ବର୍ତ୍ତଣ୍ଡା ଗ୍ରାମପଞ୍ଚାୟତ ଅଧୀନ କନ୍ତିରା, ବହାବଳପୁର ଓ ବର୍ତ୍ତଣ୍ଡା ଗ୍ରାମରେ ପହଞ୍ଚି ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଗ୍ରାମବାସୀମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ତାଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହାପରେ ମୃତ୍ୟୁଞ୍ଜୟ କେତେକ ସମସ୍ୟାର ସମାଧାନ ପାଇଁ ତତ୍କାଳ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଓ ଆବଶ୍ୟକ ସହଯୋଗ ଯୋଗାଇଦେବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି। ଏହି ଗସ୍ତ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ତାଙ୍କୁ ନେଇ ଆଲୋଚନା ଦେଖିବାକୁ ମିଳିଥିଲା। ଆଗାମୀ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବା ସହ ବର୍ତ୍ତଣ୍ଡା ପଞ୍ଚାୟତ ଦଖଲ କରିବ ବୋଲି ମୃତ୍ୟୁଞ୍ଜୟ ଦେଓ ଆଶାବ୍ୟକ୍ତ କରିଛନ୍ତି।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, କଳିଙ୍ଗନଗର

ମା ବାଳକୁମାରୀ ଟୁର୍ନାମେଣ୍ଟ ଉଦଯାପିତ  ଚିକିଟି ପେଣ୍ଠ ବିଜେତା , କରବାଲୁଆ ଟିମ୍ ରନର
Aug 29, 2026•73 views

ମା ବାଳକୁମାରୀ ଟୁର୍ନାମେଣ୍ଟ ଉଦଯାପିତ ଚିକିଟି ପେଣ୍ଠ ବିଜେତା , କରବାଲୁଆ ଟିମ୍ ରନର

ଚିକିଟି, ୨୮/୮: ମା ବାଳକୁମାରୀ ଭଲିବଲ ଟିମ ୟୁଥ କ୍ଲବ ଆନୁକୂଲ୍ୟରେ ଚିକିଟି ଗଡ଼ ଆର ଆର ବି ପି ଖେଳ ପଡିଆରେ ଚାଲିଥିବା ଦୁଇ ଦିନିଆ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି ।ରାଜକବି ରାଧାମୋହନ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆରାଧେଶ୍ୱର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏବଂ ହରିଶ୍ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ପୁରୋହିତ ବଳରାମ ପଣ୍ଡା ପୂଜା କରିଥିଲେ l ଚିକିଟି ଏନ ଏ ସି ର ପାଞ୍ଚୋଟି ଦଳ ଟୁର୍ନାମେଣ୍ଟ ରେ ଭାଗ ନେଇଥିଲେ l ପ୍ରଥମ ଦିନ ରେ ଚିକିଟି ଗଡ଼ (ଏ ),ଚିକିଟି ପେଣ୍ଠ (ଏ ), କରବାଲୁଆ ଏବଂ ତ୍ରିନାଥ ନଗର ଟିମ ସେମି ଫାଇନାଲ କୁ ଉତୀର୍ଣ୍ଣ ହୋଇଥିଲେ l ଫାଇନାଲ ମ୍ୟାଚ ରେ ଚିକିଟି ପେଣ୍ଠ (ଏ )ଦଳ ୨-୧ ରେ ମ୍ୟାଚ୍ କୁ ଜିତି ଟୁର୍ନାମେଣ୍ଟ ଟ୍ରଫି ହାସଲ କରିଥିଲେ l ,କରବlଲୁଆ ରନର ଟ୍ରଫି ହାସଲ କରିଥିଲେ l ବେଷ୍ଟ ନେଟର ଭାବେ ବିଜେତା ଦଳ ର ବଳିଆ ସାହୁ, ବେଷ୍ଟ ହିଟର ଭାବେ ଚିକିଟି ଗଡ଼ (ଏ)ଟିମ ର ଗଗନ ମଲ୍ଲିକ ଏଵଂ ବେଷ୍ଟ ଖେଳାଳୀ ଭାବେ ବିଜେତା ଟିମ ର କ୍ୟାପ୍ଟଟନ ବଣ୍ଟି ସାହୁ ପୁରସ୍କୃତ ହୋଇଥିଲେ । ଉଦଯାପନୀ ଉତ୍ସବ ରେ ପୁର୍ବତନ ବରିଷ୍ଠ ବୟୋଜ୍ୟେଷ୍ଠ ଖେଳାଳୀ ଶ୍ରୀ ଜନାର୍ଦ୍ଦନ ଜେନା (ଆନ୍ନା) ଏଵଂ ଶ୍ରୀ ଜେ.ପୂର୍ଣ୍ଣଚନ୍ଦ୍ର ଆଚାରୀ ଅତିଥି ରୂପେ ଉପସ୍ଥିତ ରହି ଟ୍ରଫି ପ୍ରଦାନ କରିଥିଲେ। କୃଷ୍ଣପୁର ର ରାଜି ଭାଇ ରେଫେରି ଦାୟୀତ୍ବ ରେ ଥିବାବେଳେ ଅଶୋକ, ରାମଶଙ୍କର, ସନ୍ତୋଷ, ଆନନ୍ଦ ଏଵଂ ସିମାଞ୍ଚଳ ଟୁର୍ନାମେଣ୍ଟ କୁ କରିଥିଲେ। ୟୁଥ କ୍ଲବ ର ଅଶୋକ ପାଣିଗ୍ରାହୀ, ଡ଼. ରାମଶଙ୍କର ପଟ୍ଟନାୟକ, ସନ୍ତୋଷ ସାହୁ, ଡି ଆନନ୍ଦ ରାଓ ଆଚାରୀ, ସିମାଞ୍ଚଳ ସାହୁ, ଜିତୁ, ବାପ, ଅରବିନ୍ଦ, ବାବୁଲି, ଚୁଲବୁଲ ରୁନା, ରିଙ୍କୁ, ପପୁ, କେଞ୍ଚୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ରେଫ୍ରି ଭାବେ ରାଜି ଓ ଅଶୋକ, ସ୍କୋର ର ଭାବେ ଲକ୍ଷ୍ମୀ ଦାଶ ଏବଂ ଭାଷ୍ୟକାର ଭାବେ ପ୍ରମୋଦ ଦାୟିତ୍ୱ ତୁଳାଇଥିଲେ l

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ବେଙ୍ଗାଲୁରୁ ଜାତୀୟସ୍ତରୀୟ ହେକାଥନରେ କଳାହାଣ୍ଡିର ଅଙ୍କିତା
Aug 29, 2026•56 views

ବେଙ୍ଗାଲୁରୁ ଜାତୀୟସ୍ତରୀୟ ହେକାଥନରେ କଳାହାଣ୍ଡିର ଅଙ୍କିତା

“ହେକାଥନ—ହେକ୍ ଟୁ ଦ ଫ୍ୟୁଚର” ଆଲୋଚନାଚକ୍ରରେ ଜବାହର ଉଚ୍ଚ ବିଦ୍ୟାଳୟର ଦଶମ ଛାତ୍ରୀଙ୍କ ପ୍ରତିନିଧିତ୍ୱ କୋକସରା, ୨୯/୮: କଳାହାଣ୍ଡିର ଗ୍ରାମାଞ୍ଚଳରୁ ଜାତୀୟସ୍ତରରେ ନିଜ ପ୍ରତିଭାର ପରିଚୟ ଦେବାକୁ ଯାଉଛନ୍ତି କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଅଙ୍କିତା ପଟ୍ଟନାୟକ। ଆସନ୍ତା ୨୯ ଓ ୩୦ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁଠାରେ ଆୟୋଜିତ ହେବାକୁ ଥିବା “ହେକାଥନ—ହେକ୍ ଟୁ ଦ ଫ୍ୟୁଚର” ଆଲୋଚନାଚକ୍ରରେ କଳାହାଣ୍ଡି ଜିଲ୍ଲାରୁ ସେ ପ୍ରତିନିଧିତ୍ୱ କରିବେ। ଏହି ଗୌରବମୟ ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ଅଙ୍କିତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି। ବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀରାମ ଚଳାନଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଅଙ୍କିତାଙ୍କୁ ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ। ସୂଚନା ଅନୁସାରେ, ଗତ ମେ ମାସରେ ଭୁବନେଶ୍ୱରସ୍ଥିତ ଆଇଆଇଟି ପରିସରରେ ଆୟୋଜିତ “କ୍ୱେଷ୍ଟ ଆଲାଏନ୍ସ ହେକାଥନ—ହେକ୍ ଟୁ ଦ ଫ୍ୟୁଚର” କାର୍ଯ୍ୟକ୍ରମରେ ଅଙ୍କିତା କଳାହାଣ୍ଡି ଜିଲ୍ଲାରୁ ଅଂଶଗ୍ରହଣ କରିଥିଲେ। ସେଠାରେ ତାଙ୍କର ପ୍ରତିଭା ଓ ପ୍ରଦର୍ଶନକୁ ବିଚାର କରାଯାଇ ଜାତୀୟସ୍ତରୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। ଜାତୀୟସ୍ତରୀୟ ଆଲୋଚନାଚକ୍ରରେ ଅଂଶଗ୍ରହଣ ପାଇଁ ଅଙ୍କିତା ବୁଧବାର ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛନ୍ତି। ଜଣେ ଛାତ୍ରୀ ଭାବେ ନିଜ ଦକ୍ଷତାର ପରିଚୟ ଦେଇ ଜିଲ୍ଲାରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିବା ଘଟଣା ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି। ଅଙ୍କିତାଙ୍କ ଏହି ସଫଳତାକୁ ନେଇ କୋକସରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାତୀୟସ୍ତରୀୟ ମଞ୍ଚରେ ସେ ଉତ୍କୃଷ୍ଟ ପ୍ରଦର୍ଶନ କରି କଳାହାଣ୍ଡି ଜିଲ୍ଲା ତଥା ନିଜ ଅଞ୍ଚଳର ଗୌରବ ବଢ଼ାନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଖୁଣ୍ଟିଆରେ ମହିମାଧର୍ମାବଳମ୍ୱିଙ୍କ ଶ୍ରାବଣ ପୂର୍ଣ୍ଣିମା ପାଳନ ତଥା ନବାନ୍ନ ଭକ୍ଷଣ ଅନୁଷ୍ଠିତ
Aug 29, 2026•275 views

ଖୁଣ୍ଟିଆରେ ମହିମାଧର୍ମାବଳମ୍ୱିଙ୍କ ଶ୍ରାବଣ ପୂର୍ଣ୍ଣିମା ପାଳନ ତଥା ନବାନ୍ନ ଭକ୍ଷଣ ଅନୁଷ୍ଠିତ

କଳାହାଣ୍ଡି, କୋକସରା ୨୯/୦୮: ରୁପେନ୍ଦ୍ର ସୁନାନୀ: ଅଲେଖ ମହିମା ଧର୍ମ ହେଉଛି ବିଶ୍ଵ ପ୍ରସିଦ୍ଧ ଶ୍ରେଷ୍ଠ ଧର୍ମ। ମହିମା ଧର୍ମର ନୀତି ନିୟମ, ପୂଜା ପଦ୍ଧତି ସ୍ଵତନ୍ତ୍ର। ଅଲେଖ ମହିମା ଧର୍ମରେ ନବାନ୍ନ ଭକ୍ଷଣ ନୂଆଖାଇ ବା ନୂଆ ଖାଇବା ପରମ୍ପରା ଏକ ବିଶେଷ ଆଧ୍ୟାତ୍ମିକ ଏବଂ ପାରମ୍ପରିକ ମହତ୍ତ୍ୱ ବହନ କରେ। ମହିମା ଧର୍ମାବଲମ୍ବୀମାନେ ଅଲେଖ ପରଂବ୍ରହ୍ମଙ୍କୁ ସମସ୍ତ ସୃଷ୍ଟିର କର୍ତ୍ତା ଭାବେ ବିଶ୍ୱାସ କରନ୍ତି, ତେଣୁ ବର୍ଷର ନୂତନ ଶସ୍ୟ ବା ଅନ୍ନକୁ ପ୍ରଥମେ ପ୍ରଭୁଙ୍କୁ ସମର୍ପଣ କରି ନବାନ୍ନ ଭକ୍ଷଣ କରିଥାନ୍ତି।ମହିମା ଧର୍ମରେ କୌଣସି ମୂର୍ତ୍ତି ପୂଜା କରାଯାଏ ନାହିଁ। ସେଥିପାଇଁ ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, କ୍ଷୀରି ବା ଅନ୍ନକୁ ଶୂନ୍ୟରେ ବା ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ମନେ ମନେ ସମର୍ପଣ କରି ଭୋଗ ଭାବରେ ଅର୍ପଣ କରି ନବାନ୍ନ ଭକ୍ଷଣ କରାଯାଇଥାଏ।ଆଜି କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମରେ ମହିମାଧର୍ମାବଳମ୍ବିଙ୍କ ଶ୍ରାବଣ ପୂର୍ଣ୍ଣିମା ପାଳନ ତଥା ନବାନ୍ନ ଭକ୍ଷଣ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଖୁଣ୍ଟିଆ ଏବଂ ମିର୍ଜାପୁର ଗ୍ରାମର ସମସ୍ତ ଭକ୍ତ ମାନେ ଶ୍ରାବଣ ପୂର୍ଣ୍ଣିମା ପାଳନ ସହିତ ନବାର୍ଣ୍ଣ ଭକ୍ଷଣ କରିଥିଲେ।ସନ୍ଧ୍ୟାରେ ଯାଜ୍ଞିକ ଭାବେ ପୂଜ୍ୟ ସାଧୂ ହରଦାସ ବାବା ସହ ବିରଞ୍ଚି ନାରାୟଣ ବାବା ଅଖଣ୍ଡ ଧୂନି ପ୍ରଜ୍ବଳନ ସହିତ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ।ପରେ ଉପସ୍ଥିତ ସମସ୍ତ ସାଧୂ ଭକ୍ତ ମାନେ ପ୍ରଥମେ ଜଗତ କଲ୍ୟାଣ, ଦେଶ ରାଜ୍ୟ, ତଥା ସମସ୍ତ ପ୍ରାଣୀ ଜଗତର ମଙ୍ଗଳ ପ୍ରାର୍ଥନା କରି ଅଲେଖ ନାମ ଉଚ୍ଚାରଣ କରି ମୁଡ଼ିଆ ଦର୍ଶନ ସହିତ ଅହୋରାତ୍ର ପ୍ରଭୁଙ୍କ ନାମ ସ୍ମରଣ,ଭଜନ କୀର୍ତନ କରିଥିଲେ।ପରେ ସକାଳେ ବ୍ରହ୍ମ ମୁହୂର୍ତରେ ପଣା ପାଣି ଅର୍ପଣ ସହ ସମସ୍ତ ସାଧୂ ଭକ୍ତ ମାନେ ମିଳିତ ଭାବେ ନବାର୍ଣ୍ଣ ଭକ୍ଷଣ କରିଥିଲେ। ଆଜିର ଏହି ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ଦମନ ଭକ୍ତ, ଦକ୍ଷ ଭକ୍ତ, ବରୁଣ ଭକ୍ତ, ଲକ୍ଷ୍ମଣ ଭକ୍ତ, ପ୍ରଦୀପ ଭକ୍ତ, ଖିତିଞ୍ଜୟ ଭକ୍ତ, ଦୟାନନ୍ଦ ଭକ୍ତ, ମଧୁ ଭକ୍ତ, ବଂଶୀଧର ଭକ୍ତ, ରୁପେନ୍ଦ୍ର ଭକ୍ତ, କେଦାର ଭକ୍ତ, ଭାରତ ଭକ୍ତ, ଭକ୍ତ ଚରଣ ଭକ୍ତ, ନରସିଂହ ଭକ୍ତ ସମେତ ସମସ୍ତ ଖୁଣ୍ଟିଆ ଏବଂ ମିର୍ଜାପୁର ର ଭକ୍ତ ବୃନ୍ଦ ସାମିଲ୍ ରହିଥିଲେ।

Kalahandi (କଳାହାଣ୍ଡି) • ରୁପେନ୍ଦ୍ର ସୁନାନୀ:

ରାଜନଗର ତହସିଲଦାର ଙ୍କୁ ଚାଷୀ କୁଳ ପ୍ରଶଂସା
Aug 29, 2026•45 views

ରାଜନଗର ତହସିଲଦାର ଙ୍କୁ ଚାଷୀ କୁଳ ପ୍ରଶଂସା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣି ପଞ୍ଚାୟତ ରଙ୍ଗଣି ଗ୍ରାମର ୮୦ ବର୍ଷୀୟ ଜୟରାମ ଦଳାଇ ଗତ ୨୪ ତାରିଖ ଦିନ ରାଜନଗର ତହସିଲଦାର ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ,ଯେ ତାଙ୍କର ଜମି ପାଣି ନିଷ୍କାସନ ପାଇଁ ଏକମାତ୍ର କେନାଲ ଦେଇ ପାଣି ନିଷ୍କାସନ ହୁଏ,କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ସେହି ଗ୍ରାମର ଜଣେ ବ୍ୟକ୍ତି ନିରଞ୍ଜନ ଦଳାଇ ପଇସା ବଳରେ ମାଟି ପକାଇ ଘର ନିର୍ମାଣ କରିଥିଲେ, ସେଥି ପାଇଁ ଜୟରାମ ଦଳାଇ ଚାଷ କରାଇବା ପାଇଁ ବହୁତ ହଇରାଣ ହୋଇଥିଲେ, ତୁରନ୍ତ ତହସିଲଦାର ଜିଶୁକୃଷ୍ଣ ଦାସ ମୋହଦୟ ପଦକ୍ଷେପ ନେଇ ଉପୁଜୁଥିବା ସମସ୍ୟାକୁ ସମାଧାନ କରି ରଙ୍ଗଣି ରେ ଥିବା ଚାଷୀ ମାନଙ୍କ ମୁଖରେ ହସ ଫୁଟଇଥିଲେ ଏବଂ ଜୟରାମ ଦଳାଇ ଙ୍କୁ ମଧ୍ୟ ନ୍ୟାୟ ପ୍ରଦାନ କରିଥିଲେ , ଏହିଭଳି ତହସିଲଦାର ଙ୍କୁ ରାଜନଗର ମାଟି ରେଥିବା ସେଛାସେବୀ,ସମାଜସେବୀ, ବୁଦ୍ଧିଜୀବୀ,ବ୍ୟବସାୟ ସଙ୍ଗ, ଶିକ୍ଷାବିତ୍ ,ଯୁବକ ଙ୍କ ମହଲରେ ପ୍ରଶଂସାର ସୁଅ ଛୁଟୁଛି

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର: କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ

Young Poet Disambar Meher’s “Luha O Koha” Launched: Heart-touching poems portray the realities of society; appreciation pours in from literature lovers
Aug 29, 2026•94 views

Young Poet Disambar Meher’s “Luha O Koha” Launched: Heart-touching poems portray the realities of society; appreciation pours in from literature lovers

Sinapali, August 29: “Luha O Koha,” the first poetry collection by young poet Disambar Meher of Gandabahali village under Sinapali block of Nuapada district, was formally launched at a state-level celebration of Gangadhar Meher Jayanti. The event was organised under the aegis of the Gangadhar Saraswat Samiti, Sinapali. The poetry collection was unveiled during the special literary programme held to commemorate the birth anniversary of renowned Odia poet Gangadhar Meher. Khariar MLA Adhiraj Mohan Panigrahi attended the programme as the chief guest, while Nuapada Collector Madhusudan Das was present as the distinguished guest. Padma Shri awardee Mahendra Kumar Mishra attended as the chief speaker. The programme was presided over by Baishampayan Meher, with Baishnab Meher, president of the Gangadhar Saraswat Samiti, also in attendance. Senior litterateur Lalit Kumar Sunari conducted the book-launch programme. The collection “Luha O Koha” features several emotionally evocative poems based on human emotions, the joys and sorrows of life, and the realities of society. The poems reflect social realities while conveying messages of humanity, awareness and social learning. Literature lovers observed that readers can find reflections of their own lives and several untold stories of society in the poems. The collection presents the pain, tears and unspoken anguish of people through the language of poetry. Following the launch of his debut poetry collection, young poet Disambar Meher has received warm wishes and appreciation from writers, literature enthusiasts and readers. Literature lovers expressed hope that “Luha O Koha,” with its portrayal of human emotions and social realities, will earn a distinct place among readers in the days ahead.

Nuapada (ନୂଆପଡ଼ା) • Reports: Malaya Meher, District Correspondent

ବାଲିପାଟପୁର ବାଣପଡ଼ିଆରେ ଗହ୍ମା ଡିଆଁ ପର୍ବ ଅନୁଷ୍ଠିତ
Aug 29, 2026•72 views

ବାଲିପାଟପୁର ବାଣପଡ଼ିଆରେ ଗହ୍ମା ଡିଆଁ ପର୍ବ ଅନୁଷ୍ଠିତ

ଟାଙ୍ଗୀ, ଖୋର୍ଦ୍ଧା: ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣି ମଧ୍ୟରେ ଗହ୍ମା ପୂର୍ଣ୍ଣିମାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟପୁର ବାଣପଡ଼ିଆଠାରେ ଗହ୍ମା ପୂର୍ଣ୍ଣିମା ପାଳନ ଅବସରରେ ପାରମ୍ପରିକ ‘ଗହ୍ମା ଡିଆଁ’ ପର୍ବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ସମାଜସେବୀ ଗୋଲଖ ବିହାରୀ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଚିଲିକା କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସମିତି, ବାଲୁଗାଁର ନିର୍ଦ୍ଦେଶକ ଦିଲୀପ କୁମାର ବେହେରା ଯୋଗଦେଇଥିବା ବେଳେ ବାଲିପାଟପୁର ମୂଳକର ସଭାପତି ରବୀନ୍ଦ୍ର କୁମାର ସାମନ୍ତରାୟ, ସାମ୍ବାଦିକ ବିକ୍ରମ କେଶରୀ ସାହୁ, ସରୋଜ କୁମାର ପାଇକରାୟ ଏବଂ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ରଞ୍ଜିତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗହ୍ମା ଡିଆଁ ପର୍ବର ପରମ୍ପରା ଓ ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପରେ ଆୟୋଜିତ ଗହ୍ମା ଡିଆଁ ପ୍ରତିଯୋଗିତାରେ ୨୫ରୁ ଅଧିକ ଯୁବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଯୁବକମାନଙ୍କୁ ଆୟୋଜକ କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଆୟୋଜକ କମିଟିର ବରିଷ୍ଠ କର୍ମକର୍ତ୍ତା ବିରଞ୍ଚି ପ୍ରଧାନ ଓ ସାମ୍ବାଦିକ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଗହ୍ମା ଡିଆଁ ପର୍ବ ଦେଖିବା ପାଇଁ ବାଣପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ଓଡ଼ିଶାର ସଚେତନ ନାଗରିକ ବୃନ୍ଦଙ୍କ ଉଦ୍‌ବେଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି
Aug 29, 2026•12 views

ଓଡ଼ିଶାର ସଚେତନ ନାଗରିକ ବୃନ୍ଦଙ୍କ ଉଦ୍‌ବେଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି

​ଓଡ଼ିଶାର ବିଭିନ୍ନ ପ୍ରାକୃତିକ ସମ୍ପଦପୂର୍ଣ୍ଣ ଓ ଆଦିବାସୀ ବହୁଳ ଅଞ୍ଚଳରେ ଚାଲିଥିବା ଏବଂ ପ୍ରସ୍ତାବିତ ବକ୍ସାଇଟ୍ ଖନନ ପ୍ରକ୍ରିୟାକୁ ନେଇ ରାଜ୍ୟର ଅବସରପ୍ରାପ୍ତ ଅଧ୍ୟାପକ, ଗବେଷକ, ପ୍ରଶାସକ, ପରିବେଶବିତ୍‌ ଓ ସାମ୍ବାଦିକଙ୍କ ସମେତ ସଚେତନ ନାଗରିକବୃନ୍ଦ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ସନ୍ଦର୍ଭରେ ‘ଓଡ଼ିଶାର ସଚେତନ ନାଗରିକବୃନ୍ଦ’ଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର/ଖୋଲା ଚିଠି ପ୍ରେରଣ କରାଯାଇଛି। ​ଦାବିପତ୍ରର ମୁଖ୍ୟ ବିଷୟବସ୍ତୁ: ​ପରିବେଶ ଓ ଜୈବବିବିଧତା ପ୍ରତି ବିପଦ: କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରାକୃତିକ ସମ୍ପଦପୂର୍ଣ୍ଣ ଓ ଜୈବବିବିଧତା ଭରା ଗନ୍ଧମାର୍ଦ୍ଦନ, ଦେଓମାଳୀ, ସିଜିମାଳୀ, କୁଟ୍ରୁମାଳୀ, ମାଜିଙ୍ଗମାଳୀ ଏବଂ କୋଡ଼ିଙ୍ଗାମାଳୀ ଭଳି ପାହାଡ଼ଗୁଡ଼ିକରେ ବକ୍ସାଇଟ୍ ଖନନ ଯୋଗୁଁ ସ୍ଥାନୀୟ ଜଙ୍ଗଲ, ଜଳସମ୍ପଦ ଓ ପରିବେଶର ଗୁରୁତର କ୍ଷତି ହେଉଥିବା ଦର୍ଶାଯାଇଛି। ​ଜୀବିକା ଓ ସାମାଜିକ ସୁରକ୍ଷା: ବାଧାପ୍ରାପ୍ତ ଅଞ୍ଚଳର ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ସୁରକ୍ଷା ଏବଂ ସେମାନଙ୍କ ଆତ୍ମସମ୍ମାନ ସଙ୍କଟମୁଖୀ ହେଉଛି। ​ଗ୍ରାମସଭା ଓ ନାଗରିକ ଅଧିକାର: ସ୍ଥାନୀୟ ଗ୍ରାମସଭାଗୁଡ଼ିକୁ ଭୟ, ଚାପ କିମ୍ବା ବଳପ୍ରଯୋଗରୁ ମୁକ୍ତ ରଖି ଲୋକଙ୍କ ନିଜସ୍ୱ ମତପ୍ରକାଶର ଅଧିକାର ପ୍ରଦାନ କରିବାକୁ ଦାବି କରାଯାଇଛି। ବିରୋଧ କରୁଥିବା ନାଗରିକଙ୍କୁ ବେଆଇନ ଗିରଫଦାରୀ କିମ୍ବା ଚାପପ୍ରୟୋଗ କରାଯାଉଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି। ​ଖଣିଜ ସମ୍ପଦର ସୀମିତ ବ୍ୟବହାର: କେବଳ ରାଜସ୍ୱ ବୃଦ୍ଧି ଓ କୋର୍ପୋରେଟ୍ ସଂସ୍ଥାଗୁଡ଼ିକର ସ୍ୱାର୍ଥ ପାଇଁ ସର୍ବାଧିକ ହାରରେ ବକ୍ସାଇଟ୍ ଉତ୍ତୋଳନ ନକରି, ଆଗାମୀ ପିଢ଼ି (inter-generational equity) ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରିବାକୁ ନିବେଦନ କରାଯାଇଛି। ​ବିକଳ୍ପ ବିକାଶର ଆବଶ୍ୟକତା: ଖଣି ଆଧାରିତ ବିକାଶ ବଦଳରେ ପରିବେଶାନୁକୂଳ, ସାମାଜିକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ବିକାଶ ପ୍ରକ୍ରିୟା ଆପଣାଇବାକୁ ଗୁରୁତ୍ୱ ଦିଆଯାଇଛି। ​ନାଗରିକ ମଞ୍ଚ

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଭୁବନେଶ୍ୱର ସାଲିଆସାହିରେ ଶ୍ରଦ୍ଧାର ସହ ପାଳିତ ହେଲା ପବିତ୍ର ରାକ୍ଷୀ ପୂର୍ଣ୍ଣିମା:  ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ
Aug 29, 2026•23 views

ଭୁବନେଶ୍ୱର ସାଲିଆସାହିରେ ଶ୍ରଦ୍ଧାର ସହ ପାଳିତ ହେଲା ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

ସ୍ନେହ, ଆଦର ଓ ସୁରକ୍ଷାର ପ୍ରତୀକ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଭୁବନେଶ୍ୱରସ୍ଥିତ ସାଲିଆସାହି ଅଞ୍ଚଳରେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ​ଆଜିର ଏହି ବିଶେଷ ଦିନରେ ସାଲିଆସାହିର ସ୍ଥାନୀୟ ମହିଳା ଓ ଭଉଣୀମାନେ ଏକାଠି ହୋଇ ନିଜ ନିଜ ଭାଇମାନଙ୍କର ସୁଖ-ସମୃଦ୍ଧି, ଦୀର୍ଘାୟୁ ଓ ସୁରକ୍ଷା କାମନା କରି ହାତରେ ସ୍ନେହର ରାକ୍ଷୀ ବାନ୍ଧିଛନ୍ତି। ଭଉଣୀମାନେ ଭାଇଙ୍କ କପାଳରେ ତିଲକ ଲଗାଇ, ଆରତି ଉତାରି ମୁହଁ ମିଠା କରାଇଥିଲେ। ବଦଳରେ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସାହାଯ୍ୟ ଓ ଆଜୀବନ ସୁରକ୍ଷାର ବଚନ ଦେବା ସହ ଉପହାର ପ୍ରଦାନ କରିଥିଲେ। ​ଏହି ରକ୍ଷା ବନ୍ଧନ ଉତ୍ସବରେ ପାରିବାରିକ ସ୍ନେହ ଓ ଆତ୍ମୀୟତାର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ବରିଷ୍ଠ ନାଗରିକ ଏବଂ ମହିଳାମାନଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂରା ଅଞ୍ଚଳରେ ଏକ ଭାବପୂର୍ଣ୍ଣ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

Bhubaneswar (ଭୁବନେଶ୍ୱର) • ​ଭୁବନେଶ୍ୱର:ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼