Web News

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ତରଫରୁ ସାମ୍ବାଦିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ସମ୍ମାନୋତ୍ସବ ଅନୁଷ୍ଠିତ
ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ଆନୁକୂଲ୍ୟରେ ଡିଜିଟାଲ ମିଡ଼ିଆ ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି ଓ ସମ୍ବର୍ଦ୍ଧନା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡିଜିଟାଲ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ, ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଏବଂ ସମାଜସେବା ପାଇଁ ଶ୍ରୀ ଯଜ୍ଞାଜି କେଶରୀ ମହାନ୍ତି (Sri Jajati Keshari Mohanty) ଙ୍କୁ 'ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ' ପକ୍ଷରୁ ବିଶେଷ ଭାବେ ସମ୍ବର୍ଦ୍ଧିତ ଓ ମାନପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) କାର୍ଯ୍ୟକ୍ରମ: ଡିଜିଟାଲ ସାମ୍ବାଦିକ ଦକ୍ଷତା ବିକାଶ ଓ ସମ୍ବର୍ଦ୍ଧନା ସଭା ସମ୍ମାନିତ ବ୍ୟକ୍ତି : ଶ୍ରୀ ଯଜ୍ଞାଜି କେଶରୀ ମହାନ୍ତି (Sri Jajati Keshari Mohanty) ଉଦ୍ଦେଶ୍ୟ: ଡିଜିଟାଲ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ସଂଗଠିତ କରିବା, ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସମାଜରେ ସାମ୍ବାଦିକତାର ମୂଲ୍ୟବୋଧକୁ ସୁରକ୍ଷିତ ରଖିବା। ସଂଘର ମୁଖ୍ୟ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏହି ମାନପତ୍ର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଗଣମାଧ୍ୟମର ଭବିଷ୍ୟତ, ଡିଜିଟାଲ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଆଲେଚନା ହୋଇଥିଲା।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ସାଲିଆସାହି ଆଦିବାସୀ ଗାଁରେ ରକ୍ଷାବନ୍ଧନର ଆନନ୍ଦ:ଦୁଇ ଭାଇଙ୍କ ହାତରେ ରକ୍ଷୀ ବାନ୍ଧିଲେ ଭଉଣୀ
ସାରା ରାଜ୍ୟରେ ଆଜି ପବିତ୍ର ରକ୍ଷାବନ୍ଧନ ଓ ଗାମା ପୂର୍ଣ୍ଣିମା ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ସାଲିଆସାହି ଆଦିବାସୀ ସମ୍ପ୍ରଦାୟ ଗାଁରେ ମଧ୍ୟ ଏହି ପର୍ବର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ପରମ୍ପରା ଓ ସଂସ୍କୃତିକୁ ଆଧାର କରି ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧା ଓ ସ୍ନେହର ଅନନ୍ୟ ଛବି ଦେଖିବାକୁ ମିଳିଛି। ସାଲିଆସାହିର ଏକ ପରିବାରରେ ଭଉଣୀ ଜଣକ ସମ୍ପୂର୍ଣ୍ଣ ଆଦର ଓ ଶ୍ରଦ୍ଧାର ସହ ନିଜର ଦୁଇ ଭାଇଙ୍କ ହାତରେ ରକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ ଓ ସୁଖ-ସମୃଦ୍ଧି କାମନା କରିଛନ୍ତି। ଆଦିବାସୀ ସଂସ୍କୃତିରେ ରକ୍ଷାବନ୍ଧନ: ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରକୃତି ଓ ନିଜ ପରମ୍ପରାକୁ ଅତି ଆଦରର ସହ ପାଳନ କରନ୍ତି। ବର୍ତ୍ତମାନର ଆଧୁନିକ ଯୁଗରେ ସେମାନେ ମଧ୍ୟ ଭାଇ-ଭଉଣୀର ସ୍ନେହର ପ୍ରତୀକ 'ରକ୍ଷାବନ୍ଧନ' ପର୍ବକୁ ନିଜର ଆତ୍ମୀୟତା ସହ ପାଳନ କରୁଛନ୍ତି। ପୂଜାର୍ଚ୍ଚନା ଓ ଆଶୀର୍ବାଦ: ଭଉଣୀ ଭାଇଙ୍କ ମାଥାରେ ସିନ୍ଦୂର ଓ ଚାଉଳ ଲଗାଇ, ଭାଇଙ୍କ ଶୁଭକାମନା ସହ ହାତରେ ସ୍ନେହର ସୂତା (ରକ୍ଷୀ) ବାନ୍ଧୁଥିବା ଦେଖାଯାଇଛି। ସୁରକ୍ଷାର ସଂକଳ୍ପ: ଭାଇମାନେ ମଧ୍ୟ ନିଜ ଭଉଣୀକୁ ସଦାସର୍ବଦା ସୁରକ୍ଷା ଦେବାକୁ ଓ ସୁଖ-ଦୁଃଖରେ ସାଥୀ ହୋଇ ରହିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସୁନ୍ଦର ଦୃଶ୍ୟ ପ୍ରମାଣିତ କରେ ଯେ, ସ୍ନେହ ଓ ଭଲପାଇବାର କୌଣସି ସୀମାରେଖା ନଥାଏ। ଆଦିବାସୀ ସମ୍ପ୍ରଦାୟରେ ରକ୍ଷାବନ୍ଧନର ଏହି ଆନନ୍ଦମୟ ପାଳନ ପରମ୍ପରା ଓ ଭାଇ-ଭଉଣୀ ସମ୍ପର୍କକୁ ଆହୁରି ମଜବୁତ କରିଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ସପନା
ଯାଜପୁର ରୋଡ, ୨୭/୮: ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ୪୧ ବର୍ଷୀୟ ସପନ କୁମାର ଠାକୁର। କୋରେଇ ବ୍ଲକ ଅନ୍ତର୍ଗତ ତାରାକୁଟି ଗାଁର ପଦ୍ମନାଭ ବାରିକଙ୍କ ପୁଅ ସପନା ନାମରେ ପରିଚିତ ଥିଲେ। ତାଙ୍କ ପିତା ଅବସରପ୍ରାପ୍ତ ଫେରୋକ୍ରୋମ କାରଖାନା କର୍ମଚାରୀ ଥିଲେ। ପିତାଙ୍କ ମୃତ୍ୟୁର ଅଳ୍ପଦିନ ପରେ ଗତ ୨୬ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ସପନାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ଜଣେ ସରଳ, ମିଷ୍ଟଭାଷୀ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ଗାଁରେ ପରିଚିତ ଥିଲେ। ସପନାଙ୍କ ଅକାଳ ବିୟୋଗରେ ତାଙ୍କ ପଛରେ ରହିଗଲେ ସ୍ତ୍ରୀ, ଦୁଇଟି ଛୋଟ ଛୋଟ ପିଲା ଓ ବିଧବା ମାଆ। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମାଆ ଭାଙ୍ଗିପଡ଼ିଛନ୍ତି। ନିଜ ଦୁଃଖଠାରୁ ଅଧିକ ତାଙ୍କୁ ଚିନ୍ତା ଘାରିଛି ଦୁଇ ନାତି ଓ ବୋହୂଙ୍କ ଭବିଷ୍ୟତକୁ ନେଇ। ଏବେ ପରିବାରର ସମସ୍ତ ଦାୟିତ୍ୱ ବୃଦ୍ଧା ମାଆଙ୍କ ଉପରେ ପଡ଼ିଛି। ଆଗାମୀ ଦିନରେ ଯଦି ସରକାରଙ୍କ ପକ୍ଷରୁ ପରିବାରକୁ ଆବଶ୍ୟକ ସହାୟତା ମିଳେ, ତେବେ ଅସହାୟ ପରିବାରଟି କିଛି ମାତ୍ରାରେ ଆଶ୍ୱସ୍ତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସପନାଙ୍କ ଅକାଳ ବିୟୋଗରେ ସାରା ତାରାକୁଟି ଗାଁ ନିସ୍ତବ୍ଧ ହୋଇଯାଇଛି।
Jajpur (ଯାଜପୁର) • ରିପୋର୍ଟ: ପ୍ରଦୀପ କୁମାର ପୃଷ୍ଟି, ଯାଜପୁର ରୋଡ

ରାକ୍ଷୀ ପୂର୍ଣ୍ଣିମା: ସ୍ନେହ ଓ ସୁରକ୍ଷାର ପବିତ୍ର ବନ୍ଧନ
ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ଭାବେ ପାଳିତ ହୁଏ ରାକ୍ଷୀ ପୂର୍ଣ୍ଣିମା। ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ଏହି ପର୍ବ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଏ। ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମାର ରହିଛି ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ। ଏହି ଦିନକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମତିଥି ଭାବେ ମଧ୍ୟ ପୂଜା କରାଯାଏ। ପୁରୀ ଶ୍ରୀମନ୍ଦିରରେ ଭଉଣୀ ଦେବୀ ସୁଭଦ୍ରା ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଛି। ପରମ୍ପରା ଅନୁଯାୟୀ, ପୂର୍ଣ୍ଣିମା ଦିନ ଭଉଣୀମାନେ ସକାଳୁ ସ୍ନାନ କରି ଇଷ୍ଟଦେବତାଙ୍କୁ ପୂଜା କରିବା ପରେ ଭାଇଙ୍କ ମଥାରେ ତିଳକ ଲଗାଇ, ଆଳତି କରି ଡାହାଣ ହାତରେ ରାକ୍ଷୀ ବାନ୍ଧନ୍ତି। ଏହି ସମୟରେ ଭାଇଙ୍କ ମଙ୍ଗଳ, ସୁଖ ଓ ଦୀର୍ଘାୟୁ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀଙ୍କୁ ସୁରକ୍ଷା ଓ ସୁଖ-ଦୁଃଖରେ ସାଥୀ ହେବାର ପ୍ରତିଶ୍ରୁତି ଦେଇଥାନ୍ତି। ପୌରାଣିକ ମତାନୁସାରେ, ଦ୍ରୌପଦୀ ନିଜ ଶାଢ଼ିର ଏକ ଖଣ୍ଡ କନା ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧିଥିବା ଘଟଣା ସହ ଏହି ପର୍ବର ପରମ୍ପରାକୁ ଯୋଡ଼ାଯାଏ। ଏହା ସହିତ ଏହି ଦିନ ବ୍ରାହ୍ମଣମାନେ ବେଦପାଠ ଆରମ୍ଭ କରିବାର ପରମ୍ପରା ମଧ୍ୟ ରହିଛି। ଏହି ଦିନ ପାଠପଢ଼ା ଆରମ୍ଭ କଲେ ଶିକ୍ଷାରେ ଉନ୍ନତି ହୁଏ ବୋଲି ଲୋକବିଶ୍ୱାସ ରହିଛି। ପୁରାଣ ଓ ଶାସ୍ତ୍ରୀୟ ପରମ୍ପରା ଅନୁସାରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ମାଙ୍ଗଳିକ କାର୍ଯ୍ୟ କରାଯାଏ। ତେଣୁ ରାକ୍ଷୀ ବାନ୍ଧିବା ସମୟରେ ଭାଇଙ୍କୁ ପୂର୍ବ କିମ୍ବା ଉତ୍ତରମୁଖା କରି ବସାଇ ଭଉଣୀ ତାଙ୍କ ଡାହାଣ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ସମାପନ ପରେ ରାକ୍ଷୀ ପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ। ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରୁଥିବା ଏହି ପର୍ବ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୋଇଥାଏ।
Nuapada (ନୂଆପଡ଼ା) • ରିତେଶ କୁମାର ମୁଣ୍ଡ

Raksha Bandhan Festival Celebrated at Rajashree Public School with Message of Love, Care and Unity
Sinapali, August 27: A Raksha Bandhan festival was celebrated with enthusiasm and joy at Rajashree Public School in Sinapali on Thursday, highlighting the sacred bond of love, trust and mutual care between brothers and sisters. The programme was organised with the support of Disha and the Department of Odia Language, Literature and Culture, Government of Odisha. The central theme of the festival was “Bond of Love, Care and Unity.” Former BJP district president Subrat Thakur attended the event as the chief guest, while Satyabrata Gahir, Headmaster of Nilji Government Upper Primary School, was the chief speaker. Atul Kumar Patra, Headmaster of Kapsi Upper Primary School, and journalist Chintamani Netam attended as guests of honour. Rajesh Agrawal of Rajashree Public School presided over the programme, while Gobinda Sahu conducted the stage proceedings. The programme began with the lighting of the ceremonial lamp, followed by discussions on the significance, traditions and social message of Raksha Bandhan. Various competitions, including debate, singing, drawing and handmade Rakhi making, were organised for the students. Students participated enthusiastically and showcased their creativity and talents. The school premises turned festive with cultural performances and songs. The winners of different competitions were felicitated with trophies and certificates. The guests said that Raksha Bandhan is not merely a festival celebrating the relationship between brothers and sisters, but also conveys the values of mutual respect, affection, cooperation, unity and humanity. Teachers and staff members of the school extended their active cooperation in making the programme a success.
Nuapada (ନୂଆପଡ଼ା) • Reports: Malaya Meher

ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ
ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲା।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଭତ୍ତା ଖାଇଦେଲେ ବିଭାଗୀୟ ଅଧିକାରୀ! ହିତାଧିକାରୀଙ୍କ ଅଭିଯୋଗ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବରାଡ଼ଙ୍ଗା ଓ ତେତେଲପଦର ଅଞ୍ଚଳରୁ ଆସିଛି ଭତ୍ତା ଟଙ୍କାକୁ ନେଇ ସଙ୍ଗୀନ ଅଭିଯୋଗ। ଭତ୍ତା ଲିଷ୍ଟରେ ନାଁ ଥିବା ସତ୍ତ୍ୱେ ହିତାଧିକାରୀଙ୍କୁ ମିଳୁନି ଟଙ୍କା। ଏପରିକି ଜଣେ ଦିବ୍ୟାଙ୍ଗ ହିତାଧିକାରୀ ଚାରି ମାସର ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ବରାଡ଼ଙ୍ଗା ତେତେଲପଦରର ଦଶମତ ନାଗ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ନାଁ ଚାରି ମାସର ଭତ୍ତା ତାଲିକାରେ ରହିଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ସେହିପରି କୋକସରା ବ୍ଲକ ଝୁଲେନବର ଗାଁର ତାରା ଜାନିଙ୍କ ଭତ୍ତା ଟଙ୍କା ଆସିଥିଲେ ମଧ୍ୟ ସେ ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଭିଯୋଗକାରୀଙ୍କ କହିବା ଅନୁସାରେ, କେବଳ ଜଣେ ନୁହେଁ, ଆହୁରି ୨ରୁ ୩ ଜଣ ହିତାଧିକାରୀଙ୍କ ଭତ୍ତା ଟଙ୍କା ମଧ୍ୟ ହଡ଼ପ ହୋଇଥିବା ଅଭିଯୋଗ ରହିଛି। ତେବେ ପ୍ରକୃତରେ କାହିଁକି ହିତାଧିକାରୀଙ୍କୁ ମିଳୁନି ଭତ୍ତା? ଏହି ଅଭିଯୋଗ ପଛରେ କାହାର ଦାୟିତ୍ୱ ରହିଛି? ଏନେଇ ଅଭିଯୋଗକାରୀଙ୍କ ପ୍ରତିକ୍ରିୟା ଶୁଣିବା।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ରାକ୍ଷୀ: ଭାଈ ଭଉଣୀ ଙ୍କ ସମ୍ପର୍କ ର ସାକ୍ଷୀ
ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଓଡିଆ ମାନେ ଏହାକୁ ପ୍ରଭୁ ବଳଭଦ୍ରଙ୍କର ଜନ୍ମ ତିଥି ଭାବରେ ମଧ୍ୟ ପୂଜା କରନ୍ତି । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧନ୍ତି । ପରମ୍ପର ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହି ପବିତ୍ର ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରିଥାଆନ୍ତି । ତେବେ ଏହି ପୂର୍ଣ୍ଣିମା ପାଳନ କରାଯିବାର ମୁଖ୍ୟ ହେଉଛି ଦ୍ରୈାପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ । ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ । ଏହି ଦିନ ବ୍ରାହ୍ଣଣମାନେ ମଧ୍ୟ ବେଦ ପାଠ ଆରମ୍ଭ କରନ୍ତି ତେଣୁ ଏହି ଦିନରେ ପାଠପଢା ଆରମ୍ଭ କଲେ ପିଲାମାନେ ଉତ୍ତମ ପାଠ ପଢନ୍ତି ବୋଲି ବିଶ୍ୱାସ ରହିଛି । ପୂରାଣ ଶାସ୍ତ୍ର ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରାଯାଇ ସମସ୍ତ ମାଙ୍ଗଳିକ କାମ କରାଯାଏ । ତେଣୁ ଏହି ପବିତ୍ର ବନ୍ଧନରେ ମଧ୍ୟ ଭଭଣୀ ଭାଇକୁ ଉତ୍ତର କିମ୍ବା ପୂର୍ବ ମୁଖା କରି ବସାଇ ତାହା ଡାହାଣ ହାତରେ ରାକ୍ଷୀ ବାନ୍ଧିଥାଏ । ଶ୍ରୀମନ୍ଦିରରେ ସକାଳ ଧୁପ,ସୂର୍ଯ୍ୟପୂଜା, ମଇଲମ, ସକାଳ ଧୂପ ଆଦି ବିଭିନ୍ନ ପୂଜା ସରିବା ପରେ ଏହି ପର୍ବ ଆୟୋଜନ କରାଯାଇଥାଏ । ସାରା ଦେଶରେ ଏହି ପର୍ବକୁ ଅତି ଆଡମ୍ବରରେ ପାଳନ କରାଯାଇଥାଏ ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା
ରାଉରକେଲା : ଆଜି ପବିତ୍ର ରକ୍ଷା ବନ୍ଧନ ଏବଂ ଗହ୍ମା ପୂର୍ଣ୍ଣିମା ଅବସରରେ ବେଦବ୍ୟାସ ଠାରେ ଥିବା ଗୋଶାଳାକୁ ଯାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ନିଜ ଧର୍ମପତ୍ନୀ ସୁଚିତ୍ରା ତନ୍ତୀଙ୍କ ସହିତ ଗୋଶାଳା ପରିଷରରେ ଥିବା ଲଡ଼ୁ ଗୋପାଳ,ରାଧାକୃଷ୍ଣ ମନ୍ଦିରରେ ବିରାଜମାନ ଥିବା ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରିବାପରେ ସେଠାକାର ବ୍ୟବସ୍ଥା ଅନୁଯାୟୀ ସଂକଳ୍ପ କରି ପରିସରରେ ଥିବା ଗୋମାତା ଏବଂ ନନ୍ଦୀ ମହାରାଜାଙ୍କୁ ଗୁଡ଼, ଦାନା ଏବଂ ଘାସ ଆଦି ନିଜେ ଓ ଧର୍ମପତ୍ନୀ ସୁଚିତ୍ରା ଙ୍କ ସହିତ ଖୁଆଇ ଦେଇଥିଲେ । ଏହି ଅବସରରେ ଶ୍ରୀ ତନ୍ତୀଙ୍କ ସହିତ ଗୋଶାଳାର ବରିଷ୍ଟ ସଦସ୍ୟ ରମେଶ ଅଗ୍ରୱାଲ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ।
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳିଲା ଦର୍ଶୀ
ରାଉରକେଲା: ସାମାଜିକ ଅନୁଷ୍ଠାନ ଦର୍ଶୀ ରକ୍ଷାବନ୍ଧନ ଉତ୍ସବ ନିଆରା ଢଙ୍ଗରେ ପାଳନ କରିଛି। ୭/୧୭ ଛକଠାରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଦର୍ଶୀ, କେବଳ ଭାଇ ନୁହେଁ ପ୍ରକୃତି ଆମକୁ ଜୀବନ ଦେଉଥିବାରୁ, ଗଛକୁ ମଧ୍ୟ ସୁରକ୍ଷା ର ପ୍ରତିଶୃତି ରଖି ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରିଥିଲା। ଦର୍ଶୀ ର ମୁଖ୍ୟ ରଶ୍ମିରେଖା ମିଶ୍ର ଓ ସମ୍ପାଦିକା ସ୍ବାଗତିକା ପଣ୍ଡା ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ଡ ସୁମନ ଦତ୍ତ, ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ମତ ରଖିଥିଲେ। ଭାଇ ଯେପରି ଭଉଣୀ ର ସୁରକ୍ଷା ରେ ସହାୟତା କରେ, ସେହିପରି ବୃକ୍ଷ କେବଳ ଆମକୁ ଅମ୍ଳଜାନ ନୁହେଁ ଫଳ, ପୁଷ୍ପ,ପତ୍ର, ମୂର୍ତ୍ତିକା କ୍ଷୟ ରୁ ବଞ୍ଚାଇବା ସହ ଓ ପ୍ରକୃତିକୁ ସୈ।ନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏଥିପାଇଁ ପ୍ରତ୍ୟେକ ଜନସାଧାରଣ ଏ ସମ୍ପର୍କରେ ଅଧିକ ସଚେତନ ହୋଇ ଗଛର ସୁରକ୍ଷା ନେବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ସଦସ୍ୟା ମାନେ ରାକ୍ଷୀ ବାନ୍ଧିବା ସହ ଓ ପଥଚାରୀ ମାନଙ୍କୁ ବିଭିନ୍ନ ପ୍ରକାରର ଚାରା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଜାତା ସାହୁ, ସୁଜାତା ପାଣିଗ୍ରାହୀ, ସଂଯୁକ୍ତା ଜେନା, କଳ୍ପନା ଚକ୍ରବର୍ତ୍ତୀ, ରିଙ୍କି କୁମାରୀ, ରବିନାରାୟଣ ପଣ୍ଡା, ମାଧବାନନ୍ଦ ସାହୁ, ସତ୍ୟବ୍ରତ ପଣ୍ଡା, ବାବାଜୀ ସେନାପତି, ପ୍ରବୀର ଚକ୍ରବର୍ତ୍ତୀ, ପ୍ରବୋଧ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ରାଉରକେଲା ପୋଲିସ ପକ୍ଷରୁ ଅଢେଇ ବର୍ଷର ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ
ରାଉରକେଲା ୨୭/୮, ପୋଲିସ୍ ପକ୍ଷରୁ ଅଢେଇ ବର୍ଷ ତଳେ ଘଟିଥିବା ଏକ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଝିରପାଣି ଅଞ୍ଚଳରେ ମାମଲାଟି ଅଢ଼େଇ ବର୍ଷ ତଳେ ଘଟିଥିବା ସହ ବିଶ୍ରା ଜାମ୍ବର୍ନାର ମଙ୍ଗଳ ଓରାମଙ୍କ ହତ୍ୟା ଘଟଣା ସହିତ ଜଡିତ। ସୂଚନା ଅନୁସାରେ ମଙ୍ଗଳ ଓରାମ ୨୮.୦୨.୨୦୨୪ ତାରିଖରେ ତାଙ୍କର ମହିନ୍ଦ୍ରା ପିକ୍-ଅପ୍ ଓଡି-୧୪କ୍ଯୁ-୩୬୪୮ ଗାଡିରେ ଝିରପାଣି ସାପ୍ତାହିକ ବଜାରକୁ ଯାଇଥିଲେ ଏବଂ ତା’ପରେ ନିଖୋଜ ହୋଇଯାଇଥିଲେ। ତାଙ୍କର ଅଚିହ୍ନା ମୃତଦେହ ପରେ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଜଳଡେଗା ଥାନା ଅନ୍ତର୍ଗତ ଖାରୱାଗଡ଼ାରେ ଏକ ଜଳବନ୍ଦୀ କୃଷି କ୍ଷେତରୁ ଉଦ୍ଧାର କରାଯାଇଥିଲା। ମୃତଦେହ ଚିହ୍ନଟ ପରେ, ୦୮.୦୩.୨୦୨୪ ତାରିଖରେ ଝିରପାଣି ଥାନାରେ ଏକ ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା। ପୋଲିସ ପକ୍ଷରୁ ନିରନ୍ତର ତଦନ୍ତ ପରେ, ରାଉରକେଲା ପୋଲିସ ରାହୁଲ ଓରଫ୍ ସରଧନ ଶର୍ମା (୪୮) ଏବଂ ଅଜୟ ପାତ୍ର (୩୩)ଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡିଛି ଯେ, ୨୮.୦୨.୨୦୨୪ ତାରିଖ ସକାଳ ପ୍ରାୟ ୧୦ଟା ୩୦ ସମୟରେ, ଅଭିଯୁକ୍ତମାନେ ଜିନିଷପତ୍ର ପରିବହନ ବାହାନାରେ ଝିରପାଣି ସାପ୍ତାହିକ ବଜାରରୁ ମଙ୍ଗଳ ଓରାମଙ୍କ ଗାଡ଼ି ଭଡ଼ାରେ ନେଇଥିଲେ। ସେମାନେ କେଟିଏଚ୍ ଛକ ନିକଟରେ ତାଙ୍କୁ ଉଚ୍ଚ-ଶକ୍ତିଶାଳୀ ନିଦ୍ରା ବଟିକା ମିଶ୍ରିତ ଚା ପିଇବାକୁ ଦେଇଥିଲେ। ମଙ୍ଗଳ ଓରାମ ଅଚେତ ହେବା ପରେ, ଗାଡ଼ି ସହିତ ତାଙ୍କୁ ଝାଡ଼ଖଣ୍ଡ ଅଭିମୁଖେ ନେଇ ଯାଇଥିଲେ। ନିଦ୍ରା ବଟିକା ଖାଇ ଅଚେତ ଥିବା ପୀଡିତଙ୍କୁ ଜଳଡେଗାର ଖାରୱାଗଡା ନିକଟରେ ଏକ ଜଳବନ୍ଦୀ ପଡ଼ିଆରେ ଫିଙ୍ଗି ଦିଆଯାଇଥିଲା। ଅଭିଯୋଗ ହୋଇଛି, ସେଠାରେ ସେ ବୁଡ଼ି ଯିବାରୁ ମୃତ୍ୟୁବରଣ କରିଥିଲେ। ଅଭିଯୁକ୍ତମାନେ ପିକ୍-ଅପ୍ ନେଇ ପଳାଇ ଯାଇଥିଲେ ଏବଂ ଏହାକୁ ୧ ଲକ୍ଷ ୭୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଚୋରି ହୋଇଥିବା ମହିନ୍ଦ୍ରା ପିକ୍-ଅପ୍ ଭ୍ଯାନକୁ ପୋଲିସ୍ ପକ୍ଷରୁ ବର୍ତ୍ତମାନ ଉଦ୍ଧାର କରାଯାଇଛି। ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗିରଫ ଅଭିଯୁକ୍ତମାନଙ୍କର ଚୋରି ଓ ଡକାୟତି ସହିତ ଅନେକ ଅପରାଧିକ ମାମଲା ସହିତ ସମ୍ପୃକ୍ତି ରହିଛି । ପୋଲିସ ପକ୍ଷରୁ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଏବଂ ଅନ୍ୟ ଚୋରି ହୋଇଥିବା ଗାଡ଼ିଗୁଡ଼ିକ ଉଦ୍ଧାର ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ସମୟ ବିତିବା ସତ୍ତ୍ୱେ, ରାଉରକେଲା ପୋଲିସ ଅଚିହ୍ନା ଗୁରୁତର ଅପରାଧଗୁଡ଼ିକୁ ନିରନ୍ତର ଭାବରେ ଅନୁସରଣ କରିବା ଏବଂ ଅପରାଧୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ।
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ରକ୍ଷାବନ୍ଧନ ଉତ୍ସବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର
ଖୋର୍ଦ୍ଧା: ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ଖୋର୍ଦ୍ଧା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଭାଇଚାରା, ସ୍ନେହ ଓ ସମ୍ପର୍କର ବାର୍ତ୍ତା ନେଇ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ମାନନୀୟ ଗୁରୁଜୀ, ଗୁରୁମା ଓ ଶିଶୁମାନେ ମିଳି ଖୋର୍ଦ୍ଧା ଜେଲ, ଡାକ୍ତରଖାନା, ଥାନା, ମନ୍ଦିର ଆଦି ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଉପସ୍ଥିତ ବ୍ୟକ୍ତିମାନଙ୍କ ହାତରେ ରାଖୀବାନ୍ଧିଥିଲେ। ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ସ୍ନେହ, ସମ୍ପ୍ରୀତି ଓ ଭାଇଚାରାର ଭାବନା ସୃଷ୍ଟି ହୋଇଥିଲା। ଏଭଳି ମହତ୍ କାର୍ଯ୍ୟରେ ସାମିଲ ହୋଇ ଗୁରୁଜୀ, ଗୁରୁମା ଓ ଶିଶୁମାନେ ଆନନ୍ଦ ଅନୁଭବ କରିଥିଲେ।ବିଦ୍ୟାଳୟ ପରିସରରେ ମଧ୍ୟ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା। ମାନନୀୟ ପ୍ରଧାନ ଆଚାର୍ଯ୍ୟ ଗିରିଜା ଭାଇ ଗୋମାତାଙ୍କୁ ପୂଜାର୍ଚ୍ଚନା କରି ପରିବେଶକୁ ପବିତ୍ରମୟ କରିଥିଲେ। ଏହାସହ ସହ-ପ୍ରଧାନ ଆଚାର୍ଯ୍ୟ ମାନନୀୟ ପ୍ରଭାକର ଭାଇ ଶିଶୁମାନଙ୍କୁ ରକ୍ଷାବନ୍ଧନର ମହାନତା ଓ ଏହାର ପୌରାଣିକ ମହତ୍ତ୍ୱ ସମ୍ପର୍କରେ ବିଭିନ୍ନ କଥା ମାଧ୍ୟମରେ ବୁଝାଇଥିଲେ। ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ନୁହେଁ, ବରଂ ସମାଜରେ ପରସ୍ପର ପ୍ରତି ସ୍ନେହ, ସୁରକ୍ଷା, ସମ୍ମାନ ଓ ଭାଇଚାରାର ବନ୍ଧନକୁ ସୁଦୃଢ଼ କରିବାର ଏକ ପବିତ୍ର ଅବସର ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା
