Web News

କଲ୍ୟାଣୀ ରାୟ ମହାବିଦ୍ୟାଳୟ ଛାତ୍ରୀଙ୍କ ଥାନା ପରିଦର୍ଶନ
ରାଉରକେଲା: ହମିରପୁର ସ୍ଥିତ କଲ୍ୟାଣୀ ରାୟ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ମାନେ ସେକ୍ଟର ୧୯ ଥାନା ପରିଦର୍ଶନରେ ଆସି ଥାନାର କାର୍ଯ୍ୟକଳାପ, ଆଇନ କାନୁନ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ। ମହାବିଦ୍ୟାଳୟର ଶକ୍ତିଶ୍ରୀ ଏନପାୱରମେଣ୍ଟ ସେଲ ଅନ୍ତର୍ଗତ ପୋଷ ଓ ପୋସ୍କୋ ଆଇନ ସମ୍ପର୍କୀତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ସୁଜାତା ପାଢ଼ୀ, ଅଧ୍ୟାପିକା ଭାଗ୍ୟଶ୍ରୀ ବାରିକ, ଅଧ୍ୟାପିକା ମୀନତି ଦୀପ ଓ ଅଧ୍ୟାପକ ଅଭିରାମ ସରଘରିଆ ପ୍ରମୁଖଙ୍କ ନେତୃତ୍ୱରେ ଛାତ୍ରୀ ମାନେ ଥାନାରେ ପହଞ୍ଚିବା ପରେ ଥାନା ପକ୍ଷରୁ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଛାତ୍ରୀମାନେ ଥାନା ମଧ୍ୟରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ମାଲଖାନା, କମ୍ପ୍ୟୁଟର ବିଭାଗ ବୁଲିବା ସହ ଥାନାରେ ଟଙ୍ଗା ହୋଇଥିବା ବିଭିନ୍ନ ଚାର୍ଟ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଥାନା ପରିସରରେ ଏକ ସଚେତନତା ସଭା କରାଯାଇ ନିଶାମୁକ୍ତ ଆଇନ,ସାଇବର ଠକେଇ ରୁ କିପରି ବଞ୍ଚିବା,ଯୈ।ନ ନିର୍ଯାତନା ରକ୍ଷା ପାଇବା ପାଇଁ ପୋକ୍ସୋ ଆଇନ, ସମ୍ବିଧାନ, କର୍ତ୍ତବ୍ୟ,୬ ପ୍ରକାର ମୈ।ଳିକ ଅଧିକାର ତଥା ସମାଜ କିପରି ପୁରୁଷ କୈନ୍ଦ୍ରିକ ଓ ଆଇନ କିପରି ନାରୀ କୈନ୍ଦ୍ରିକ ସର୍ବୋପରି ସରକାରୀ ନିୟମ ପାଳନ ସମ୍ପର୍କରେ ଅବଗତ ହୋଇଥିଲେ। ସେହିପରି ଛାତ୍ରୀ ମାନଙ୍କ ତରଫରୁ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖି ଥାନା ପ୍ରଭାରୀ ଶ୍ରୀ ସାହୁ ପୁଲିସ କିପରି ଜନସାଧାରଣଙ୍କ ବନ୍ଧୁ, ତଥା ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ସବଇନ୍ସପେକ୍ଟର ଦୁର୍ଯୋଧନ ପ୍ରଧାନ ସ୍ବାଗତ ଭାଷଣ ସହ ଆଇନ୍ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ସବଇନ୍ସପେକ୍ଟର ରାଜେଶ ବେହେରା,ଏଏସଆଇ ମନୋରଞ୍ଜନ ପରିଡା, ଏଏସଆଇ ସୁରେଶ ଦାସ, ଏଏସଆଇ ବାସନ୍ତୀ ପ୍ରଧାନ, ନିଖିଲ ଡୁଙ୍ଗୁରି, ବନମାଳୀ ସାହୁ,ଆଇ ବି ସୋରେନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରୀମାନେ ଉପକୃତ ହୋଇଥିବାରୁ ମହାବିଦ୍ୟାଳୟ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

କଟକ ରୁ ତାଳଚୁଆ ଏକ ଯାତ୍ରୀ ବାହି ପ୍ରିନ୍ସ ବସ କଖାରୁଣୀ ଛକ ରୁ କିଛି ଦୂରରେ ଭାରସ୍ୟାମ ହରାଇ ବିଲ ଭିତରେ
କଟକରୁ ବାହାରି ରାଜନଗର ତାଲଚୁଆ ଅଭିମୁଖେ ଯିବା ବାଟରେ ପଟ୍ଟାମୁଣ୍ଡାଇ କଖାରୁଣୀ ଛକ ଠାରୁ କିଛି ଦୂରରେ ବସ ଟି ଭାରଶ୍ୟାମ ହରାଇ ବିଲ ଭିତରକୁ ପଶି ଯାଇଛି,ଏଥିରେ ବହୁତ ଯାତ୍ରୀ ଥିଲେ ଅଳ୍ପକେ ଯାତ୍ରୀ ବର୍ତ୍ତି ଯାଇଛନ୍ତି,କିଛି ଲୋକ ରକ୍ତ୍ତାତ ହୋଇଛନ୍ତି,ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ପଟ୍ଟାମୁଣ୍ଡାଇ ମେଡିକାଲ କୁ ସ୍ଥାନାନ୍ତାରିତ କରା ଯାଇଅଛି, ଏଥିରେ ବିଶେଷ କିଛି କାହାର କ୍ଷତି ହୋଇନାହିଁ,ବଡ ଦୁଃଖ ଏବଂ ପରିତାପର ବିଷୟ ପଟ୍ଟାମୁଣ୍ଡାଇ ଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତା ପ୍ୟାଚ ଛାଡ଼ି ଗଲାଣି ଏଥିରେ ବହୁତ ଦୁଇ ଚକିଆ ଯାନ ଆରୋହୀ ଦୁର୍ଘଟଣା ରେ ଜୀବନ ଚାଲିଯାଇଛି ଏହା ଏକ ଦୁର୍ଭାଗ୍ୟଯନ ବୋଲି ସାମାଜିକ କ୍ଷେତ୍ରରେ ଆଲୋଚନାର ବିଷୟ ପାଲଟିଛି
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ବହୁଦିନର ମନ୍ଦିର ସମସ୍ୟା ଦେବୋତ୍ତର କମିଶନର ସମାଧାନ କଲେ
ଚିକିଟି ତା ୯/୯: ଚିକିଟି ପେଣ୍ଠ ଚଉଁରା ସାହି , (ବଡ଼ ସାହି) ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତିର ପରିଚାଳନା ଗତ ବିବାଦ ବହୁ ବର୍ଷ ଧରି ଚାଲିଥିଲା ଏବଂ କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥିଲେ ସାହି ବାସିନ୍ଦା। ଆଦେଶ ମୁତାବକ ଆଜି ବିଭାଗୀୟ ଅଧିକାରୀ ମାନେ ଆସିଥିଲେ । ପୁନଃ ଯାଞ୍ଚ କରାଯିବ ସହ ଏଣ୍ଡୋମେଣ୍ଟ କମିଶନର ଙ୍କ ତତ୍ତ୍ଵବଧାନରେ ବିଧିବଦ୍ଧ ଭାବରେ ସମସ୍ତ ଦାୟିତ୍ୱ ମନ୍ଦିର କମିଟି କୁ ହସ୍ତାନ୍ତର କରାଯାଇଛି। ଖୁବ୍ ଶୀଘ୍ର ସମସ୍ତ ସମ୍ପତ୍ତି ଜବତ କରିବା ସହ ଏଣ୍ଡୋମେଣ୍ଟ କମିଶନର ମନ୍ଦିରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମନ୍ଦିର କମିଟି କୁ ହସ୍ତାନ୍ତର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଉକ୍ତ ଯାଞ୍ଚ ବେଳେ ଦେବୋତ୍ତର କମିଶନର ଶ୍ରୀ ସିଦ୍ଧାର୍ଥ ଶଙ୍କର ଜେନା,ନିରୀକ୍ଷକ ଶ୍ରୀ ଆୟୁଷ ପଣ୍ଡା,ଶ୍ରୀ ତନ୍ମୟ ପରିଡ଼ା,ଶ୍ରୀ ସୁକାନ୍ତ ପୁଜାରୀ, ଶ୍ରୀ ସନ୍ତୋଷ କୁମାର ପ୍ରୁଷ୍ଟି, ସ୍ଥାନୀୟ ତହସିଲଦାର ଶ୍ରୀ ବିଶ୍ୱ ରଂଜନ କହଁର ଓ ଶ୍ରୀ ଗୌତମ ସାହୁ, ମନ୍ଦିର ପରିଚାଳନା ନୂତନ କମିଟି,, ପୁଜାରୀ ଗଣ ଓ ଅଞ୍ଚଳ ବାସିନ୍ଦା ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ଧାନ ଜମିରେ ଘାସ ବାଛୁଥିବା ବେଳେ ଅଘଟଣ
ନୂଆଗାଁ, ୯/୯: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମଡ଼ା ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଲିମଡ଼ା ଗ୍ରାମର ସିଂହ ବସ୍ତିର ଏତୁଆ ସିଂହଙ୍କ ପତ୍ନୀ ସନିଆର ସିଂହ (୫୪)। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ସନିଆର ସିଂହ ନିଜ ଧାନ ଜମିରେ ଘାସ ବାଛୁଥିଲେ। ଏହି ସମୟରେ ହଠାତ୍ ଝଡ଼ତୋଫାନ ସହ ବର୍ଷା ଆରମ୍ଭ ହୋଇଥିଲା। ବିଜୁଳି ଓ ଘଡ଼ଘଡ଼ି ମଧ୍ୟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହେବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇ ଚାଷ ଜମିରେ ପଡ଼ିଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ତେବେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳେ କିଛି ଗ୍ରାମବାସୀ ଚାଷ ଜମିକୁ ଯାଇଥିବା ବେଳେ ସନିଆର ସିଂହଙ୍କୁ ଜମିରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ହାତୀବାରୀ ଥାନା ଅଧିକାରୀ ଗୀତାଞ୍ଜଳି ମିର୍ଦ୍ଧାଙ୍କ ନିର୍ଦ୍ଦେଶକ୍ରମେ ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତକଙ୍କ ସ୍ୱାମୀ ଏତୁଆ ସିଂହଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ସୂଚନା ଦେଇଛନ୍ତି। ମୃତକ: ସନିଆର ସିଂହ (୫୪), ସ୍ୱାମୀ– ଏତୁଆ ସିଂହ, ଗ୍ରାମ– ଲିମଡ଼ା, ହାତୀବାରୀ, ସୁନ୍ଦରଗଡ଼।
Rourkela (ରାଉରକେଲା) • Report: Ganapati Das

ପାଞ୍ଚ ଶିଶୁଙ୍କ ଶିକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ଆବେଦନ
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଲେଙ୍କାସାହି ଏବଂ କପିଳା ଅଞ୍ଚଳର ପାଞ୍ଚ ଜଣ ଶିଶୁଙ୍କ ଶିକ୍ଷା ଓ ଭବିଷ୍ୟତ ସୁରକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ନିମନ୍ତେ ଆବେଦନ କରାଯାଇଛି। ଲେଙ୍କାସାହି ନିବାସୀ ଅର୍ଚ୍ଚନା ପରିଡ଼ାଙ୍କ ସ୍ୱାମୀ ସ୍ମୃତି ରଞ୍ଜନ ପରିଡ଼ାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅଙ୍କ ଶିକ୍ଷା ପାଇଁ ଏହି ଆବେଦନ କରାଯାଇଛି। ସେହିପରି ଅଲକୁଣ୍ଡ ଥାନା ଅନ୍ତର୍ଗତ କପିଳା ଗ୍ରାମର ବାସିନ୍ଦା ସସ୍ମିତା ଜେନାଙ୍କ ସ୍ୱାମୀ ବିକାଶ ଜେନାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଓ ଜଣେ ଶିଶୁପୁତ୍ରଙ୍କ ଶିକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ନିମନ୍ତେ ଆବେଦନ କରାଯାଇଛି। ମାନବିକ ଅଧିକାର କର୍ମୀ ଉଦୟ ନାଥ ଜେନା ଓ ନିର୍ମଳ କୁମାର ଜେନାଙ୍କ ସହଯୋଗରେ ଏହି ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଆବେଦନକାରୀମାନେ ଆଶା ପ୍ରକାଶ କରିଛନ୍ତି ଯେ, ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟରତ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଯଦି ଆର୍ଥିକ ସହାୟତା ମିଳେ, ତେବେ ଅସହାୟ ପରିବାରର ଶିଶୁମାନେ ନିଜ ଶିକ୍ଷାକୁ ଠିକ୍ ଭାବେ ଜାରି ରଖିପାରିବେ। ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବାରେ ସରକାରୀ ସହାୟତା ମିଳିବ ବୋଲି ପରିବାରଗୁଡ଼ିକ ଆଶା ରଖିଛନ୍ତି। ଯାଜପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟ, ପଲିଟିକାଲ ଖଟି, ସୃଷ୍ଟି ନିୟୁଜ୍। ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଲେଙ୍କାସାହି ଏବଂ କପିଳା ଅଞ୍ଚଳର ପାଞ୍ଚ ଜଣ ଶିଶୁଙ୍କ ଶିକ୍ଷା ଓ ଭବିଷ୍ୟତ ସୁରକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ନିମନ୍ତେ ଆବେଦନ କରାଯାଇଛି। ଲେଙ୍କାସାହି ନିବାସୀ ଅର୍ଚ୍ଚନା ପରିଡ଼ାଙ୍କ ସ୍ୱାମୀ ସ୍ମୃତି ରଞ୍ଜନ ପରିଡ଼ାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅଙ୍କ ଶିକ୍ଷା ପାଇଁ ଏହି ଆବେଦନ କରାଯାଇଛି। ସେହିପରି ଅଲକୁଣ୍ଡ ଥାନା ଅନ୍ତର୍ଗତ କପିଳା ଗ୍ରାମର ବାସିନ୍ଦା ସସ୍ମିତା ଜେନାଙ୍କ ସ୍ୱାମୀ ବିକାଶ ଜେନାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଓ ଜଣେ ଶିଶୁପୁତ୍ରଙ୍କ ଶିକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ନିମନ୍ତେ ଆବେଦନ କରାଯାଇଛି। ମାନବିକ ଅଧିକାର କର୍ମୀ ଉଦୟ ନାଥ ଜେନା ଓ ନିର୍ମଳ କୁମାର ଜେନାଙ୍କ ସହଯୋଗରେ ଏହି ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଆବେଦନକାରୀମାନେ ଆଶା ପ୍ରକାଶ କରିଛନ୍ତି ଯେ, ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟରତ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଯଦି ଆର୍ଥିକ ସହାୟତା ମିଳେ, ତେବେ ଅସହାୟ ପରିବାରର ଶିଶୁମାନେ ନିଜ ଶିକ୍ଷାକୁ ଠିକ୍ ଭାବେ ଜାରି ରଖିପାରିବେ। ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବାରେ ସରକାରୀ ସହାୟତା ମିଳିବ ବୋଲି ପରିବାରଗୁଡ଼ିକ ଆଶା ରଖିଛନ୍ତି।
Jajpur (ଯାଜପୁର) • ଯାଜପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟ

ନୂଆଗାଁ ବ୍ଲକରେ ବ୍ଳକ ସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
ହାତୀବାରୀ/ନୂଆଗାଁ:- ନୂଆଗାଁ ବ୍ଲକରେ ମଙ୍ଗଳବାର ଅନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସାଲଗେମନି ତୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପି.ଏସ୍. ହାଇସ୍କୁଲ, ନୂଆଗାଁ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଚେୟାରମ୍ୟାନ୍ ଶ୍ରୀମତୀ ବିଶ୍ୱାସୀ ଟପ୍ନୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାକ୍ଷରତାର ଗୁରୁତ୍ୱ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ କରିବାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏ. ବି. ଓ ବାନେ କେଚୁଆ ଓ ପି.ଏସ୍. ହାଇସ୍କୁଲ, ନୂଆଗାଁର ପ୍ରଧାନ ଶିକ୍ଷୟିତ୍ରୀ ମଲ୍ଲିକ ମ୍ୟାଡାମ୍ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ମଙ୍ଗଳ କେରକେଟା କରିଥିବାବେଳେ ସି. ଆର ସି.ସି ପ୍ରଶାନ୍ତ କେରକେଟା ସହଯୋଗ କରିଥିଲେ। ଏଥିରେ ସି ଆର ସି ସି ସନ୍ତୋଷ ସିଂହ, ମଙ୍ଗଳଦାସ ଖଲଖୋ, ରମେଶ ଲାଖୁଆ, ଅଜୟ ସେଠୀ, ବିଶ୍ୱନାଥ ବଡ଼ାଇକ, ଅଘ୍ନୁ ବାରୁଆ, ବରିଷ୍ଠ ଶିକ୍ଷକ ଅଶୋକ ସିଂହ ଏବଂ ଶଙ୍କରଶଣ ବେହେରାଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନେ ସାକ୍ଷରତା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଉଲ୍ଲାସ କାର୍ଯ୍ୟକ୍ରମର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି କରିଥିଲେ। ରାଲି ମାଧ୍ୟମରେ “ସମସ୍ତଙ୍କ ପାଇଁ ଶିକ୍ଷା”, “ସାକ୍ଷରତା ହେଉଛି ବିକାଶର ମୂଳମନ୍ତ୍ର” ଏବଂ ଉଲ୍ଲାସ ମାଧ୍ୟମରେ ନିରକ୍ଷରତାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସମାଜରୁ ନିରକ୍ଷରତା ଦୂର କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୌଳିକ ଶିକ୍ଷା ସହ ଯୋଡ଼ିବା ପାଇଁ ଉଲ୍ଲାସ ଅଭିଯାନକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।
Rourkela (ରାଉରକେଲା) • Report: Ganapati Das

ଟିଟିଲାଗଡ଼ :-୧୫ଦଫା ଦାବୀନେଇ ଗର୍ଜିଲେ ଆଦିବାସୀ
ଟିଟିଲାଗଡ଼ :-୯/୯/୨୬ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଡାକରାରେ ଆଜି ଟିଟିଲାଗଡ଼ ଠାରେ ଏକ ବିରାଟ ଆଦିବାସୀ ମହାମେଲୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ମହା ସଚିବ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଯୋଗଦାନ ଦେଇଥିଲେ l ପ୍ରଥମେ ଆଦିବାସୀମାନେ ତାଙ୍କର ପାରମ୍ପରିକ ଅସ୍ତ୍ରଶସ୍ତ୍ର ବେଶଭୁଷା ସହିତ ଆଦିବାସୀ ଭବନ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ୧୫ଦଫା ଦାବିପତ୍ର ମହାମହିମ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ଉପଜିଲ୍ଲାପାଳ ମାଧ୍ୟମରେ ପ୍ରଦାନ କରିଥିଲେ l ତାଙ୍କର ଦାବୀ ଗୁଡିକହେଲା କେନ୍ଦ୍ର ସରକାର ଆଣିଥିବା ଏମଏମଡିଆର ଆକ୍ଟ ପ୍ରତ୍ୟାହାର କରାଯାଉ l ଆଦିବାସୀ ମାନଙ୍କୁ ଜଙ୍ଗଲଜମି ପଟ୍ଟା କରାଯାଉ l ଓଡିଶା ପଞ୍ଚମ ଅନୁସୂଚିତ ଅଞ୍ଚଳ ଅନ୍ତର୍ଭୁକ୍ତ ତେଣୁ ଆଦିବାସୀ ମାନଙ୍କ ଜମି ଅଣ ଆଦିବାସୀମାନଙ୍କୁ ବିକ୍ରି, ବନ୍ଧକ, ଲିଜ ଏଗ୍ରିମେଣ୍ଟ ଭଲି ହସ୍ତାନ୍ତର ଉଦ୍ୟମ ବନ୍ଦ କରାଯାଉ l ଓଡିଶା ରାଜ୍ୟର ୨୩%ଆଦିବାସୀ ର ରାଜନୈତିକ ବିକାଶ ପାଇଁ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୦୨୨ପୂର୍ବରୁ ଯେମିତି ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ପଦବୀ ୨୩%ସଂରକ୍ଷଣ ଥିଲା ସେମିତି କରାଯାଉ l ଆଦିବାସୀ ମାନଙ୍କ ସ୍ୱାୟତ୍ତ ଶାସନ ପାଇଁ ପେସା ଆକ୍ଟ ଲାଗୁ କରାଯାଉ l ଅନେଶ୍ୱା ଯୋଜନା ଆଦିବାସୀ ଛାତ୍ରଛାତ୍ରୀମାନେ ଇଂଲିଶ ମିଡ଼ିଅମ ସ୍କୁଲ ପଡୁଥିଲେ l ବର୍ତ୍ତମାନର ସରକାର ବନ୍ଦ କରିଛନ୍ତି ତାହା ପୂର୍ବବତ ଭଲି ନୂତନ ଆଡମିଶନ ଆରମ୍ଭ କରାଯାଉ l ଏହିଭଲି ଅନେକ ଗୁଡିଏ ଦାବୀ ଗୁଡିକ ଉପସ୍ଥାପନା କରିଥିଲେ l ଏହି ଦାବୀ ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଲଢେଇ ହେବବୋଲି ଆଦିବାସୀନେତାମାନେ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀରଜିଲ୍ଲା ର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ବ୍ଲକ ସଭାପତିମାନେ ଏବଂ ଅନେକ ଆଦିବାସୀନେତାମାନେ ଉପସ୍ଥିତ ଥିଲେ l
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀର

Gandabahali–Gambhariguda Road Turns into Garbage Zone, Administration Urged to Act
Sinapali, Sept. 9: While the government and district administration are taking various initiatives to promote cleanliness, sanitation and better hygiene in rural areas, the situation along the Gandabahali–Gambhariguda road in Sinapali block presents a contrasting picture. Large quantities of garbage and waste have reportedly been lying along the roadside near Gandabahali Gram Panchayat for a long period. The accumulated waste has not only affected the aesthetic appearance of the area but has also reportedly caused foul odour and increased the presence of insects, raising concerns among local residents. The issue has become more serious as school students regularly use this road for commuting. Every morning, children carrying their school bags pass through the area on their way to school. Residents and parents have expressed concern over students being exposed to unhygienic surroundings and foul-smelling waste on a daily basis. The situation also raises questions about the effectiveness of cleanliness awareness campaigns. While students are taught the importance of cleanliness and sanitation in schools, the sight of garbage piled up along their daily route sends a contradictory message. Local residents have urged the concerned Gram Panchayat and block administration to immediately remove the accumulated garbage and introduce a regular waste-cleaning system. They have also demanded measures to prevent people from dumping waste along the roadside. The condition has further raised questions about the monitoring of sanitation arrangements at the grassroots level and the proper utilisation of funds allocated for cleanliness and waste management. Residents have appealed to the administration to inspect the spot and take necessary action at the earliest. According to villagers, keeping the roadside clean is particularly important because of the regular movement of schoolchildren. They have demanded proper waste disposal arrangements along with awareness drives and strict measures against indiscriminate dumping. The Gandabahali–Gambhariguda road is more than just a route for local residents—it is a daily pathway for children heading towards education and a better future. However, the heaps of garbage along the road have turned the surroundings into an unpleasant sight. Now, all eyes are on the concerned Panchayat and block administration. Residents are waiting to see when the garbage will finally be cleared and the road will regain a clean and healthy environment. A clean village cannot remain merely a slogan; its impact must be visible on every road, street and public space.
Nuapada (ନୂଆପଡ଼ା) • Reports: Malaya Meher, DC

Odia in Administration to Make Governance More Simple, Transparent and People-Centric: Two-Day Practical Training Camp Inaugurated in Nuapada
Nuapada, Sept. 9: With an objective to make the use of the Odia language in government offices more simple, transparent, accessible and people-oriented, a two-day practical training camp was inaugurated in Nuapada district on Wednesday under the initiative of the Odia Language Institute. The training programme was organised at the conference hall of the District Institute of Education and Training (DIET), Nuapada. District Collector Madhusudan Dash inaugurated the programme by lighting the ceremonial lamp. Welcoming the trainers from the Odia Language Institute to Nuapada, the Collector urged officers and employees to actively participate in the two-day programme and make effective use of the knowledge gained during the training. Addressing the gathering, Collector Dash said that people can express their thoughts, feelings and opinions more naturally, clearly and effectively in their mother tongue. Therefore, the use of Odia in government functioning is not merely a matter of language, but an effective means of bringing the administration closer to the common people. He observed that when information relating to government decisions, schemes and public services reaches people in a language they can easily understand, governance becomes more effective and people-centric. The Collector also informed that proceedings and reports of various district-level review meetings are now being prepared in Odia. This, he said, has made it easier to understand decisions taken during meetings and has also facilitated their implementation, follow-up and subsequent review. Highlighting Nuapada’s rich heritage and ancient civilisation, Collector Dash spoke about the glorious history of the ancient civilisation of Maraguda. He expressed hope that the trainers would enjoy the district’s natural beauty, heritage and culture during their stay and appreciated Nuapada’s clean environment and fresh air. During the first day of the training, participants were imparted practical knowledge on several aspects of official communication in Odia. These included improving proficiency in official correspondence and communication, identifying challenges and solutions in the use of Odia in government work, preparing notes, drafts and orders in Odia from English, translation, and preparation of official documents and records in Odia. Training was also provided on promoting the use of Odia in administrative work, preparation of meeting proceedings, drafting office notes and letters in Odia, sentence formation and punctuation, practical use of vocabulary, correction of common errors in Odia writing, formulation of administrative terminology, correction of spelling mistakes, preparation of official files in Odia and use of abbreviations. Trainer Dr. Parameswar Mund said that conducting official work and communication in a language understood by the common people can make the administration more accessible and people-oriented. Officer on Special Duty of the Odia Language Institute Dr. Siddhartha Shankar Padhi, along with Dr. Santosh Kumar Rath, Dr. Biplab Ranjan Pradhan, Dr. Sanjay Kumar Panda and Dr. Parameswar Mund, participated as trainers and conducted different sessions of the programme. District-level officers, Block Development Officers, Tahasildars, Executive Officers of Notified Area Councils, Child Development Project Officers, Block Education Officers and officials and employees from various departments participated in the training camp. The programme was conducted by District Sports Officer Rajendra Badhei, while District Culture Officer Ramesh Mahara coordinated the event.
Nuapada (ନୂଆପଡ଼ା) • Reports: Malaya Meher & Bijay Bariha

ନୂଆଗାଁ ବ୍ଲକରେ ବ୍ଳକ ସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
ହାତୀବାରୀ/ନୂଆଗାଁ:- ନୂଆଗାଁ ବ୍ଲକରେ ମଙ୍ଗଳବାର ଅନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସାଲଗେମନି ତୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପି.ଏସ୍. ହାଇସ୍କୁଲ, ନୂଆଗାଁ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଚେୟାରମ୍ୟାନ୍ ଶ୍ରୀମତୀ ବିଶ୍ୱାସୀ ଟପ୍ନୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାକ୍ଷରତାର ଗୁରୁତ୍ୱ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ କରିବାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏ. ବି. ଓ ବାନେ କେଚୁଆ ଓ ପି.ଏସ୍. ହାଇସ୍କୁଲ, ନୂଆଗାଁର ପ୍ରଧାନ ଶିକ୍ଷୟିତ୍ରୀ ମଲ୍ଲିକ ମ୍ୟାଡାମ୍ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ମଙ୍ଗଳ କେରକେଟା କରିଥିବାବେଳେ ସି. ଆର ସି.ସି ପ୍ରଶାନ୍ତ କେରକେଟା ସହଯୋଗ କରିଥିଲେ। ଏଥିରେ ସି ଆର ସି ସି ସନ୍ତୋଷ ସିଂହ, ମଙ୍ଗଳଦାସ ଖଲଖୋ, ରମେଶ ଲାଖୁଆ, ଅଜୟ ସେଠୀ, ବିଶ୍ୱନାଥ ବଡ଼ାଇକ, ଅଘ୍ନୁ ବାରୁଆ, ବରିଷ୍ଠ ଶିକ୍ଷକ ଅଶୋକ ସିଂହ ଏବଂ ଶଙ୍କରଶଣ ବେହେରାଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନେ ସାକ୍ଷରତା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଉଲ୍ଲାସ କାର୍ଯ୍ୟକ୍ରମର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି କରିଥିଲେ। ରାଲି ମାଧ୍ୟମରେ “ସମସ୍ତଙ୍କ ପାଇଁ ଶିକ୍ଷା”, “ସାକ୍ଷରତା ହେଉଛି ବିକାଶର ମୂଳମନ୍ତ୍ର” ଏବଂ ଉଲ୍ଲାସ ମାଧ୍ୟମରେ ନିରକ୍ଷରତାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସମାଜରୁ ନିରକ୍ଷରତା ଦୂର କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୌଳିକ ଶିକ୍ଷା ସହ ଯୋଡ଼ିବା ପାଇଁ ଉଲ୍ଲାସ ଅଭିଯାନକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।
Rourkela (ରାଉରକେଲା) • Reports: Ganapati Das

ଏଚପି ଗ୍ୟାସ ନବ୍ୟା ୧୦ କେଜି ସିଲିଣ୍ଡର ର ଉଦଘାଟନ
ହିନ୍ଦୁସ୍ତାନ ପେଟ୍ରୋଲିୟମ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ମହାପ୍ରବନ୍ଧକ ଗଜେନ୍ଦ୍ର ସୁନହାରେ ଙ୍କ ନିର୍ଦ୍ଦେଶନା ଓ ସମ୍ବଲପୁର ଏଲପିଜି ଆରଓ ରମେଶ କୁମାର ଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଏଚପି ଗ୍ୟାସ୍ ନବ୍ୟା ୧୦ କେଜି ସିଲିଣ୍ଡରକୁ ଆଧୁନିକ ପରିବାର, ଯୁବ ବୃତ୍ତିଜୀବୀ ଏବଂ ଛୋଟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକର ସୁବିଧା, ସୁରକ୍ଷା ଏବଂ ନମନୀୟତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା ହାଲୁକା ଓଜନ,ଅର୍ଦ୍ଧ-ସ୍ୱଚ୍ଛ ଡିଜାଇନ୍,କଳଙ୍କମୁକ୍ତ ସାମଗ୍ରୀ ,ଦ୍ରୁତ କାଗଜପତ୍ର,ରିଫିଲ୍ ସୀମା ନାହିଁ,ଦୃତ ବିତରଣ ର ସୁବିଧା ରହିଛି। ଏହି ଅବସରରେ ଅଧିକାରୀ ମାନେ କହିଥିଲେ ଯେ ଏଚପି ନବ୍ୟା, ଏଲପିଜି କୁ ଅଧିକ ସୁଲଭ, ବ୍ୟବହାରକାରୀ-ଅନୁକୂଳ ଏବଂ ଗ୍ରାହକ-କେନ୍ଦ୍ରିକ କରିବା ଦିଗରେ ଏକ ପଦକ୍ଷେପ। ଗ୍ରାହକମାନେ ବର୍ତ୍ତମାନ ଏଜେନ୍ସୀ ଏବଂ ଏଚପିସିଏଲ ର ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଏଚପି ନବ୍ୟା ୧୦ କେଜି ସିଲିଣ୍ଡର ବୁକ୍ କରିପାରିବେ। ନୂଆ ସଂଯୋଗ ଏବଂ ବୁକିଂ ପାଇଁ ବିଘ୍ନେଶ ଏଚପି ଗ୍ୟାସ ଏଜେନ୍ସୀ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

୧ କ୍ୱିଣ୍ଟାଲ ୧୬ କେଜି ଗଞ୍ଜେଇ ସହ ନଗଦ ଟଙ୍କା ଓ କାର୍ ଜବତ, ଜଣେ ଗିରଫ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ। ‘ଅପରେସନ୍ ପ୍ରହାର’ ଅଭିଯାନ ଅଧୀନରେ ରେଲୱେ ଷ୍ଟେସନ ନିକଟରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ପୋଲିସ ୧ କ୍ୱିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ କରିଛି। ଚଢ଼ାଉ ସମୟରେ ୧ ଲକ୍ଷ ୬୬ ହଜାର ୮୦୦ ଟଙ୍କା ନଗଦ ଏବଂ ଗୋଟିଏ କାର୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଅରବିନ୍ଦ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଜରପଡା ଅଞ୍ଚଳରେ ଏହାର କାରବାର କରାଯାଉଥିଲା। ପରେ ଏହି ଗଞ୍ଜେଇକୁ ବାଲେଶ୍ୱର ଅଞ୍ଚଳକୁ ଚାଲାଣ କରାଯିବାକୁ ଥିବା ସୂଚନା ମିଳିଛି। ଗଞ୍ଜେଇ ଚାଲାଣ ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଅଭିଯାନ ଚଳାଇ ଏହି ବଡ଼ ସଫଳତା ହାସଲ କରିଛି। ତେବେ ଏହି ନିଶା କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହାର ନେଟୱର୍କ କେତେ ଦୂର ବ୍ୟାପିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା, ଅନୁଗୋଳ
