--:--:--
-- ---
Srishti News

ଓଡ଼ିଶାର ସଚେତନ ନାଗରିକ ବୃନ୍ଦଙ୍କ ଉଦ୍‌ବେଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି

Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 29, 202613 views
ଓଡ଼ିଶାର ସଚେତନ ନାଗରିକ ବୃନ୍ଦଙ୍କ ଉଦ୍‌ବେଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି
​ଓଡ଼ିଶାର ବିଭିନ୍ନ ପ୍ରାକୃତିକ ସମ୍ପଦପୂର୍ଣ୍ଣ ଓ ଆଦିବାସୀ ବହୁଳ ଅଞ୍ଚଳରେ ଚାଲିଥିବା ଏବଂ ପ୍ରସ୍ତାବିତ ବକ୍ସାଇଟ୍ ଖନନ ପ୍ରକ୍ରିୟାକୁ ନେଇ ରାଜ୍ୟର ଅବସରପ୍ରାପ୍ତ ଅଧ୍ୟାପକ, ଗବେଷକ, ପ୍ରଶାସକ, ପରିବେଶବିତ୍‌ ଓ ସାମ୍ବାଦିକଙ୍କ ସମେତ ସଚେତନ ନାଗରିକବୃନ୍ଦ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ସନ୍ଦର୍ଭରେ ‘ଓଡ଼ିଶାର ସଚେତନ ନାଗରିକବୃନ୍ଦ’ଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର/ଖୋଲା ଚିଠି ପ୍ରେରଣ କରାଯାଇଛି। ​ଦାବିପତ୍ରର ମୁଖ୍ୟ ବିଷୟବସ୍ତୁ: ​ପରିବେଶ ଓ ଜୈବବିବିଧତା ପ୍ରତି ବିପଦ: କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରାକୃତିକ ସମ୍ପଦପୂର୍ଣ୍ଣ ଓ ଜୈବବିବିଧତା ଭରା ଗନ୍ଧମାର୍ଦ୍ଦନ, ଦେଓମାଳୀ, ସିଜିମାଳୀ, କୁଟ୍ରୁମାଳୀ, ମାଜିଙ୍ଗମାଳୀ ଏବଂ କୋଡ଼ିଙ୍ଗାମାଳୀ ଭଳି ପାହାଡ଼ଗୁଡ଼ିକରେ ବକ୍ସାଇଟ୍ ଖନନ ଯୋଗୁଁ ସ୍ଥାନୀୟ ଜଙ୍ଗଲ, ଜଳସମ୍ପଦ ଓ ପରିବେଶର ଗୁରୁତର କ୍ଷତି ହେଉଥିବା ଦର୍ଶାଯାଇଛି। ​ଜୀବିକା ଓ ସାମାଜିକ ସୁରକ୍ଷା: ବାଧାପ୍ରାପ୍ତ ଅଞ୍ଚଳର ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ସୁରକ୍ଷା ଏବଂ ସେମାନଙ୍କ ଆତ୍ମସମ୍ମାନ ସଙ୍କଟମୁଖୀ ହେଉଛି। ​ଗ୍ରାମସଭା ଓ ନାଗରିକ ଅଧିକାର: ସ୍ଥାନୀୟ ଗ୍ରାମସଭାଗୁଡ଼ିକୁ ଭୟ, ଚାପ କିମ୍ବା ବଳପ୍ରଯୋଗରୁ ମୁକ୍ତ ରଖି ଲୋକଙ୍କ ନିଜସ୍ୱ ମତପ୍ରକାଶର ଅଧିକାର ପ୍ରଦାନ କରିବାକୁ ଦାବି କରାଯାଇଛି। ବିରୋଧ କରୁଥିବା ନାଗରିକଙ୍କୁ ବେଆଇନ ଗିରଫଦାରୀ କିମ୍ବା ଚାପପ୍ରୟୋଗ କରାଯାଉଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି। ​ଖଣିଜ ସମ୍ପଦର ସୀମିତ ବ୍ୟବହାର: କେବଳ ରାଜସ୍ୱ ବୃଦ୍ଧି ଓ କୋର୍ପୋରେଟ୍ ସଂସ୍ଥାଗୁଡ଼ିକର ସ୍ୱାର୍ଥ ପାଇଁ ସର୍ବାଧିକ ହାରରେ ବକ୍ସାଇଟ୍ ଉତ୍ତୋଳନ ନକରି, ଆଗାମୀ ପିଢ଼ି (inter-generational equity) ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରିବାକୁ ନିବେଦନ କରାଯାଇଛି। ​ବିକଳ୍ପ ବିକାଶର ଆବଶ୍ୟକତା: ଖଣି ଆଧାରିତ ବିକାଶ ବଦଳରେ ପରିବେଶାନୁକୂଳ, ସାମାଜିକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ବିକାଶ ପ୍ରକ୍ରିୟା ଆପଣାଇବାକୁ ଗୁରୁତ୍ୱ ଦିଆଯାଇଛି। ​ନାଗରିକ ମଞ୍ଚ