--:--:--
-- ---
Srishti News

ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା, କଳିଙ୍ଗନଗରAugust 29, 202671 views
ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ
କଳିଙ୍ଗନଗର, ୨୯/୦୮: ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଘର ବୁଲି ଲୋକଙ୍କ ସମସ୍ୟା ଓ ଅସୁବିଧା ବୁଝିବା ସହ କେତେକ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ସୁକିନ୍ଦାର ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ। ଗତକାଲି ସେ ବର୍ତ୍ତଣ୍ଡା ଗ୍ରାମପଞ୍ଚାୟତ ଅଧୀନ କନ୍ତିରା, ବହାବଳପୁର ଓ ବର୍ତ୍ତଣ୍ଡା ଗ୍ରାମରେ ପହଞ୍ଚି ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଗ୍ରାମବାସୀମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ତାଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହାପରେ ମୃତ୍ୟୁଞ୍ଜୟ କେତେକ ସମସ୍ୟାର ସମାଧାନ ପାଇଁ ତତ୍କାଳ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଓ ଆବଶ୍ୟକ ସହଯୋଗ ଯୋଗାଇଦେବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି। ଏହି ଗସ୍ତ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ତାଙ୍କୁ ନେଇ ଆଲୋଚନା ଦେଖିବାକୁ ମିଳିଥିଲା। ଆଗାମୀ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବା ସହ ବର୍ତ୍ତଣ୍ଡା ପଞ୍ଚାୟତ ଦଖଲ କରିବ ବୋଲି ମୃତ୍ୟୁଞ୍ଜୟ ଦେଓ ଆଶାବ୍ୟକ୍ତ କରିଛନ୍ତି।