--:--:--
-- ---
Srishti News

Web News

ଗାର୍ଡୱାଲ୍ ପଡ଼ି ମହିଳାଙ୍କ ମୃତ୍ୟୁ, ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ
Jun 28, 2026•62 views

ଗାର୍ଡୱାଲ୍ ପଡ଼ି ମହିଳାଙ୍କ ମୃତ୍ୟୁ, ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ

ହିଞ୍ଜିଳିକାଟୁ, ୨୨।୬ (ସଂଚାର ବ୍ୟୁରୋ): ହିଞ୍ଜିଳି ଥାନା ଅନ୍ତର୍ଗତ ଗାଁରେ ପାଚେରୀ ପଡ଼ି ଜଣୈକ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ପାଞ୍ଚାଳୀ ଗୌଡ଼ (୪୫) । ପାଚେରୀକୁ ଲାଗି ମହିଳା ଜଣକ ଗାଈ ଗୁହାଳ କରିଥିଲେ । ଆଜି ଅପରାହ୍ନ ସମୟରେ ଗୁହାଳ ସଫା କରୁଥିବା ବେଳେ ହଠାତ୍ ପ୍ରାଚୀର ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ । ହିଞ୍ଜିଳି ମେଡିକାଲରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏ ନେଇ ହିଞ୍ଜିଳି ଥାନାରେ ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଗଞ୍ଜାମ

ଶିକ୍ଷା, ସଂଗଠନ ଓ ସମାଜସେବାକୁ ପାଥେୟ କରି ଆମ୍ବେଦକର ୟୁଥ ବ୍ରିଗେଡର ନୂଆ ସଂକଳ୍ପ
Jun 28, 2026•145 views

ଶିକ୍ଷା, ସଂଗଠନ ଓ ସମାଜସେବାକୁ ପାଥେୟ କରି ଆମ୍ବେଦକର ୟୁଥ ବ୍ରିଗେଡର ନୂଆ ସଂକଳ୍ପ

ଗଣ୍ଡାମେର ପଞ୍ଚାୟତରେ ସାଙ୍ଗଠନିକ ବୈଠକ; ଶିକ୍ଷା କ୍ରାନ୍ତିରୁ ନିଶାମୁକ୍ତ ସମାଜ ଗଠନ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର, ଭାରତରତ୍ନ ଡ଼. ବି.ଆର୍. ଆମ୍ବେଦକରଙ୍କ ଏହି ଯୁଗାନ୍ତକାରୀ ବାର୍ତ୍ତାକୁ ପାଥେୟ କରି ଆମ୍ବେଦକର ୟୁଥ ବ୍ରିଗେଡ କ୍ଲବ, ନୂଆପଡ଼ା ପକ୍ଷରୁ ଗଣ୍ଡାମେର ପଞ୍ଚାୟତରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସମାଜରେ ଶିକ୍ଷାର ପ୍ରସାର, ଯୁବଶକ୍ତିଙ୍କୁ ସଂଗଠିତ କରିବା ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସାମାଜିକ ଓ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାମୂହିକ ପଦକ୍ଷେପ ଗ୍ରହଣ କରିବା ଏହି ବୈଠକର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ବୈଠକରେ ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳରେ ବଢ଼ୁଥିବା ବେକାରି, ଅଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା, ନିଶା ସେବନ, ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସମସ୍ୟା ଓ ମୌଳିକ ସୁବିଧାର ଅଭାବ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କେବଳ ସରକାରୀ ବ୍ୟବସ୍ଥା ଉପରେ ନିର୍ଭର ନରହି ସମାଜର ଯୁବପିଢ଼ି ନିଜେ ଆଗେଇ ଆସି ସମାଧାନର ଅଂଶୀଦାର ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ବୈଠକରେ **‘ଶିକ୍ଷା କ୍ରାନ୍ତି’**କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା। ଗରିବ ଓ ଅସହାୟ ପରିବାରର ଶିଶୁମାନଙ୍କୁ ଉନ୍ନତ ଶିକ୍ଷା ସୁଯୋଗ ଯୋଗାଇବା, ସ୍କୁଲ ଛାଡ଼ିଥିବା ପିଲାମାନଙ୍କୁ ପୁନର୍ବାର ଶିକ୍ଷା ସହିତ ଯୋଡ଼ିବା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା, ଗ୍ରାମରେ ପାଠାଗାର ସ୍ଥାପନ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ପର୍କରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାଛଡ଼ା ଅଧିକରୁ ଅଧିକ ଯୁବକ ଓ ଯୁବତୀଙ୍କୁ କ୍ଲବ ସହ ଯୋଡ଼ି ସମାଜସେବା ଦିଗରେ ସକ୍ରିୟ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। କ୍ଲବର ସଦସ୍ୟମାନେ ପ୍ରତ୍ୟେକ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଚିହ୍ନଟ କରିବେ ଓ ସମ୍ପୃକ୍ତ ବିଭାଗ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଗାମୀ ଦିନରେ କ୍ଲବ ପକ୍ଷରୁ ସାମାଜିକ ନ୍ୟାୟ, ସ୍ୱାସ୍ଥ୍ୟ ସଚେତନତା, ରକ୍ତଦାନ ଶିବିର, ପରିବେଶ ସୁରକ୍ଷା, ନିଶାମୁକ୍ତ ସମାଜ ଗଠନ, ମହିଳା ସଶକ୍ତିକରଣ, ସରକାରୀ ଯୋଜନା ସମ୍ପର୍କରେ ଜନଜାଗରଣ ଓ ମୌଳିକ ଅଧିକାର ସୁରକ୍ଷା ପାଇଁ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବାକୁ ସଂକଳ୍ପ ନିଆଯାଇଥିଲା। ବୈଠକରେ ନରେନ୍ଦ୍ର ନାଗ, ଲକ୍ଷପତି ସୁନା, ମୁଖ ସୁନା, ସଚିନ ବିଭାର, ଲକ୍ଷ୍ମୀକାନ୍ତ ତାଣ୍ଡି, ପାଣ୍ଡବ ବାଗ, ଚିଣ୍ଟୁ ଦୀପ, ମଦନ ଦୀପ, ଲାଲମନ, ଗୋକୁଳ, ବବଲୁ, ଶେଷଦେବ, ନରେଶ ଓ ତ୍ରିନାଥ ପ୍ରମୁଖ ଉପସ୍ଥିତ ରହି ବୈଠକକୁ ସଫଳ କରିଥିଲେ। ଶେଷରେ ସଦସ୍ୟମାନେ ଏକ ସ୍ୱରରେ କହିଥିଲେ ଯେ, “ସମାଜ ପରିବର୍ତ୍ତନ କେବଳ ଭାଷଣରେ ନୁହେଁ, ବରଂ କାର୍ଯ୍ୟରେ ସମ୍ଭବ। ଆଜିର ଛୋଟ ପ୍ରୟାସ ହିଁ ଆସନ୍ତାକାଲିର ସୁନ୍ଦର ଭବିଷ୍ୟତର ମୂଳଦୁଆ ହେବ।” ବାବାସାହେବଙ୍କ ଆଦର୍ଶକୁ ପାଥେୟ କରି କ୍ଲବ ଜନସେବା, ଶିକ୍ଷା ଓ ସାମାଜିକ ପରିବର୍ତ୍ତନ ଦିଗରେ ନିରନ୍ତର କାର୍ଯ୍ୟ କରିବାକୁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଛି ।

Nuapada (ନୂଆପଡ଼ା) • ରିପୋର୍ଟର: ଗିରେନ୍ଦ୍ର କୁମାର ଜଗତ

ଚୋରି ଉଦ୍ୟମ ପଣ୍ଡ,, ଚାରି ଜଣ ଫେରାର, ସ୍କଟି ସହ ଜଣକୁ ଧରି  ପୋଲିସ ଜିମା ଦେଲେ ଗ୍ରାମବାସୀ
Jun 28, 2026•78 views

ଚୋରି ଉଦ୍ୟମ ପଣ୍ଡ,, ଚାରି ଜଣ ଫେରାର, ସ୍କଟି ସହ ଜଣକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ନୟାଗଡ଼: ରଣପୁର ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଯୁବକ ମାନେ ପାଉଡର ସେବନ କରି ଅଞ୍ଚଳରେ ଗାଡ଼ି ଚୋରି ଠାରୁ ଆରମ୍ଭ କରି ରାସ୍ତା ଘାଟରେ ରାହାଜାନୀ ଡ଼କାୟତି କରୁଥିବା ଦେଖିବାକୁ ମିଳିଛି। ସୁଚନା ମୁତାବକ ଲୋଧାଚୁଆ ବେଗୁନିଆ ପୂର୍ତ୍ତ ବିଭାଗ ରାସ୍ତା ଗଡବାଣିକିଲୋ ଠାରେ ଏକ ଗ୍ୟାରେଜକୁ ଚୋରି କରିବାକୁ ଆସି ସ୍କୁଟିସହ ଜଣକୁ କାବୁ କଲେ ଗ୍ରାମବାସୀ ଆଉ ଚାରିଜଣ ଖସିଗଲେ। ସୁଚନା ମୁତାବକ ଗଲା ଶନିବାର ରାତି ପ୍ରାୟ ସାଢେ଼ ବାରଟା ରାତିରେ ପାଞ୍ଚଜଣ ଯୁବକ ଦୁଇଟି ଗାଡ଼ିରେ ଆସି ଗ୍ୟାରେଜ ବନ୍ଦ କରି ବାପ ପୁଅ ଶୋଇଥିବା ଅବସ୍ଥାରେ ଅଚାନକ ମାରଣାଅସ୍ତ୍ର ଦେଖାଇ ଗାଳି ଗୁଲଜ କରିବା ସହିତ ଧମକ ଚମକ କରି ଆକ୍ରମଣ କରିଥିଲେ। ଅତି ଚତୁରତାର ସହିତ ଗ୍ୟାରେଜ ମାଲିକଙ୍କ ଛୋଟପୁଅ ଘରକୁ ଫୋନ୍ କରି ଦେଇଥିଲେ ଫଳରେ ଘର ଲୋକମାନେ ସାହି ପଡିଶା ଙ୍କୁ ଡାକି ତୁରନ୍ତ ପହଞ୍ଚିଥିଲେ। ଗହଳି ଦେଖି ତିନିଜଣ ଗୋଟିଏ ବାଇକରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ଆଉ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗାଡ଼ିଛାଡ଼ି ଅନ୍ଧାରରେ ବିଲରେ ଦୈଡି ପଳାଇବା ବେଳେ OD25S 4295 ଜୁପିଟର ସ୍କୁଟି ସହ ଜଣକୁ କାବୁ କରି 112 ସହାୟତା ରେ ପୋଲିସ ଙ୍କୁ ଜିମା ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ। ପୋଲିସ ସେମାନଙ୍କୁ ଥାନା କୁ ନେଇ ପଚରା ଉଚରା କରୁଛି। ଏହି ବେଗୁନିଆ ଲୋଧାଚୁଆ ରାସ୍ତାରେ ପୋଲିସର କଡ଼ା ପେଟ୍ରୋଲିଙ୍ଗ ନଥିବାରୁ ଚୋରି ରାହାଜାନୀ ଏବଂ ଧଳା ଜହର କାରବାର ର ହବ ପାଲଟିଛି ।ପାଉଡର ଭଳି ନିଶା ସେବନ କରି ଅସାମାଜିକ ଯୁବକ ମାନେ ଏହି ରାସ୍ତା ରେ ଅସାମାଜିକ କାଣ୍ଡ ଭିଆଇବା ପାଇଁ ସୁରକ୍ଷିତ ମନେ କରିଛନ୍ତି। କିଛି ଦିନ ତଳେ ଗଡବାଣିକିଲୋ ଗ୍ରାମରୁ ଗାଡ଼ି ଚୋରି ଭଲି ଅଭିଯୋଗ ମଧ୍ୟ ଥାନା ଫାଣ୍ଡିରେ ଅଭିଯୋଗ ଅଛି। ଆଗାମୀ ଦିନରେ ଏହି ଖୋର୍ଦ୍ଧା ନୟାଗଡ଼ ସୀମାର ଲୋଧାଚୁଆ ଗଡବାଣିକିଲୋ ବେଗୁନିଆ ପୁତ୍ତ ବିଭାଗ ରାସ୍ତାରେ ରାତିରେ କଡ଼ା ପେଟ୍ରୋଲିଙ୍ଗ ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନ କୁ ଅନୁରୋଧ କରିଛନ୍ତି।

Nayagarh (ନୟାଗଡ଼) • ରିପୋର୍ଟ: ନିରଞ୍ଜନ ମହାପାତ୍ର, ଗଡବାଣିକିଲୋ, ରଣପୁର

ପୋଖରୀ ଖନନ ଯୋଗୁଁ ରାସ୍ତା ବନ୍ଦ, ଚିନ୍ତାରେ ଚାଷୀ ଓ ଛେଳି ଫାର୍ମ ମାଲିକ
Jun 28, 2026•95 views

ପୋଖରୀ ଖନନ ଯୋଗୁଁ ରାସ୍ତା ବନ୍ଦ, ଚିନ୍ତାରେ ଚାଷୀ ଓ ଛେଳି ଫାର୍ମ ମାଲିକ

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଅଞ୍ଚଳର ଆଲୁମିନିୟମ୍ ପାର୍କ ନିକଟରେ ପୋଖରୀ ଖନନ କାର୍ଯ୍ୟ ଯୋଗୁଁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ନିକଟରେ ଥିବା ଏକ ଛେଳି ଫାର୍ମକୁ ଯାତାୟାତ ପାଇଁ ଏହି ରାସ୍ତା ଏକମାତ୍ର ସଂଯୋଗ ହୋଇଥିବାରୁ ଫାର୍ମକୁ ଯିବା ଆସିବାରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି। ରାସ୍ତା ବନ୍ଦ ହେବା ଫଳରେ ଫାର୍ମର ଦୈନନ୍ଦିନ ପରିଚାଳନା, ପଶୁଖାଦ୍ୟ ପରିବହନ ଏବଂ ଅନ୍ୟାନ୍ୟ କୃଷି ସମ୍ପର୍କିତ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ତୁରନ୍ତ ସମାଧାନ କରି ଯାତାୟାତ ସୁବିଧା ପୁନଃସ୍ଥାପନ କରିବା ପାଇଁ ବନ୍ଦା ଗ୍ରାମର ଚନ୍ଦ୍ରଶେଖର ସାହୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଆପତ୍ତି ଜଣାଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧୁଳି-ଧୁଆଁରେ ଅତିଷ୍ଠ ତାଳଚେରବାସୀ
Jun 28, 2026•58 views

ଧୁଳି-ଧୁଆଁରେ ଅତିଷ୍ଠ ତାଳଚେରବାସୀ

ତାଳଚେର: ତାଳଚେର ଅଞ୍ଚଳରେ ଥିବା ଜଗନ୍ନାଥ ମାଇନ୍ସର ରେଲୱେ ସାଇଡିଂରୁ ପ୍ରତିଦିନ ହଜାର ହଜାର ଟନ୍ କୋଇଲା ଟ୍ରକ୍ ଓ ଟ୍ରେନ୍ ଯୋଗେ ବାହାରକୁ ପରିବହନ କରାଯାଉଛି। ମାତ୍ର କୋଇଲା ପରିବହନ ସମୟରେ ଧୁଳି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ନ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଅଭିଯୋଗ ଅନୁସାରେ, ରାସ୍ତାରେ ନିୟମିତ ପାଣି ସିଞ୍ଚନ କରି ଧୁଳି ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଓ ଅନୁମତି ଥିବା ସତ୍ତ୍ୱେ ତାହାର ସଠିକ୍ ପାଳନ କରାଯାଉନାହିଁ। ଫଳରେ କୋଇଲା ବୋଝେଇ ଗାଡ଼ି ଚଳାଚଳ ବେଳେ ପ୍ରବଳ ଧୁଳି ଉଡ଼ୁଛି, ଯାହାର ପ୍ରଭାବରେ ଆଖପାଖ ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକମାନେ ଶ୍ୱାସକଷ୍ଟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ଧୁଳି ପ୍ରଦୂଷଣ ରୋକିବା ପାଇଁ ନିୟମିତ ପାଣି ସିଞ୍ଚନ ସହ ଅନ୍ୟାନ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ସ୍ଥାନୀୟ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ:ସନାତନ କର ଓ ସରୋଜ କାନ୍ତ ଜେନା

ଦୟନୀୟ ଅବସ୍ଥାରେ ବଗାଧର କୁଷ୍ଠ କଲୋନୀ, ମୌଳିକ ସୁବିଧାରୁ ବଞ୍ଚିତ ବାସିନ୍ଦା
Jun 28, 2026•66 views

ଦୟନୀୟ ଅବସ୍ଥାରେ ବଗାଧର କୁଷ୍ଠ କଲୋନୀ, ମୌଳିକ ସୁବିଧାରୁ ବଞ୍ଚିତ ବାସିନ୍ଦା

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଢ଼ା ଗ୍ରାମପଞ୍ଚାୟତରେ ଅବସ୍ଥିତ ବଗାଧର କୁଷ୍ଠ କଲୋନୀର ବାସିନ୍ଦାମାନେ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଜୀବନ ବିତାଉଛନ୍ତି। ଏହି କଲୋନୀର ଅଧିକାଂଶ ବାସିନ୍ଦା ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। କଲୋନୀରେ ପିଇବା ପାଣିର ସୁବିଧା ନଥିବା ବେଳେ ଗାଧୋଇବା ପାଇଁ ମଧ୍ୟ କୌଣସି ପୋଖରୀ କିମ୍ବା ବିକଳ୍ପ ବ୍ୟବସ୍ଥା ନାହିଁ। ଏହି ଅଭାବ ଯୋଗୁଁ ବାସିନ୍ଦାମାନେ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ କହିବା ଅନୁସାରେ, ବହୁଥର ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। କୁଷ୍ଠ କଲୋନୀର ବାସିନ୍ଦାମାନେ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ଯେ, ସେମାନଙ୍କ ଦୁର୍ଦ୍ଦଶା ପ୍ରତି ଶୀଘ୍ର ଦୃଷ୍ଟି ଦେଇ ପିଇବା ପାଣି, ସ୍ନାନ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉ। ପ୍ରଶାସନ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଲେ କଲୋନୀବାସୀ ଚିର ଉପକୃତ ହେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଦିନ ଦ୍ବିପହରେ ବୁଲିଲା ଖଣ୍ଡା
Jun 28, 2026•216 views

ଦିନ ଦ୍ବିପହରେ ବୁଲିଲା ଖଣ୍ଡା

ଟିଟିଲାଗଡ଼ :-ଟିଟିଲାଗଡ଼ ସହରର ମଙ୍ଗଳା ମନ୍ଦିର ନିକଟରେ ଗତକାଲି ଶନିବାର ଦିନ ଦ୍ବିପହର ରେ ଗୁଣ୍ଡାମାନଙ୍କ ଆତଙ୍କ l ସୂଚନାକ୍ରମେ ନିଶାଶକ୍ତ ଯୁବକମାନେ ଏକ କାର ରେ ଯାଉଥିବା ସମୟରେ ଅଳ୍ପକେ ବର୍ତ୍ତିଲେ ଏକ ବାଇକ ଚାଳକ l ଅଳ୍ପଦୂର ମଙ୍ଗଳା ମନ୍ଦିର ନିକଟରେ କାର ରେ ଥିବା ଯୁବକ ମାନେ ଅଟକିଥିବା ସମୟରେ ବାଇକ ଚାଳକ ସେମାନଙ୍କୁ କାହିଁକି ଏମିତି ଗାଡି ଚଳାଉଛନ୍ତି ବୋଲି କହିବାରୁ ସଙ୍ଗେ ସଙ୍ଗେ ବାଇକ ଚାଳକ କୁ ମାଡ଼ମାରି କାର ରୁ ଖଣ୍ଡା ବାହାର କରିଥିଲେ l ଏତିକି ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ବାଇକ ଚାଳକକୁ ବଞ୍ଚାଇଥିଲେ l ପରେ ଟିଟିଲାଗଡ଼ ପୋଲିସ ପହଞ୍ଚି ନିଶାସକ୍ତ ଯୁବକ ମାନଙ୍କୁ ଥାନା କୁ ନେଇ ଅଟକ ରଖିଥିଲେ l ନିଶାଶକ୍ତ ଯୁବକମାନେ ବଡ଼ମାଲ ଅଞ୍ଚଳର ବୋଲି ଜଣା ପଡିଛି l ଟିଟିଲାଗଡ଼ ସହରରେ କ୍ରାଇମ ବଢ଼ୁଥିବାରୁ ଚିନ୍ତାରେ ଜନସାଧାରଣ l

Balangir (ବଲାଙ୍ଗୀର) • ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀଙ୍କ ରିପୋର୍ଟ

ଦେବୋତ୍ତର ଜମିରେ ବେଆଇନ ପୋଲ ନିର୍ମାଣ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ
Jun 28, 2026•76 views

ଦେବୋତ୍ତର ଜମିରେ ବେଆଇନ ପୋଲ ନିର୍ମାଣ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଢେଙ୍କାନାଳ: ହିନ୍ଦୋଳ ବ୍ଲକ ପାଇକପୁରୁଣା କୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାତଜା ମୌଜାର ଦେବୋତ୍ତର ଜମିରେ ବେଆଇନ ଭାବେ ପୋଲ ନିର୍ମାଣ ହେଉଥିବା ଅଭିଯୋଗ ଆସିଛି। ଏନେଇ ସ୍ଥାନୀୟ ପୂଜକମାନେ ହିନ୍ଦୋଳ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପାଉଁଶିଆ ନାଳ ଉପରେ ନିର୍ମାଣାଧୀନ ପୋଲ ପାଇଁ ଦେବୋତ୍ତର ଜମି ବ୍ୟବହାର କରାଯାଉଛି। ପୂଜକମାନଙ୍କ ସହ କୌଣସି ଆଲୋଚନା ନକରି ବଳପୂର୍ବକ ନିର୍ମାଣ କାମ ଚାଲିଥିବା ସହ ସେଠାରେ ଥିବା ମୂଲ୍ୟବାନ ଗଛ ମଧ୍ୟ କାଟି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାସହ ନିର୍ମାଣ ସ୍ଥଳରେ ସୂଚନା ଫଳକ ନଥିବାରୁ କେଉଁ ବିଭାଗ ଏହି କାମ କରୁଛି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ କରି ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ପୂଜକମାନେ ଦାବି କରିଛନ୍ତି।

Dhenkanal (ଢେଙ୍କାନାଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସମ୍ପ୍ରସାରଣ ପାଇଁ ଜନଶୁଣାଣି, ସ୍ଥାନୀୟ ନିଯୁକ୍ତି ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦାବି
Jun 28, 2026•95 views

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସମ୍ପ୍ରସାରଣ ପାଇଁ ଜନଶୁଣାଣି, ସ୍ଥାନୀୟ ନିଯୁକ୍ତି ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦାବି

ଅନୁଗୋଳ: ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି) ଏବଂ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ୱାବଧାନରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ରାଜସ୍ୱ) ଉଦୟ କୁମାର ମହାପାତ୍ର ଏହାର ଅଧ୍ୟକ୍ଷତା କରିଥିଲେ। ଜନଶୁଣାଣିରେ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ସମ୍ପ୍ରସାରଣ, ପରିବେଶ ପରିଚାଳନା ଓ ଗୋଷ୍ଠୀ ବିକାଶ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ବର୍ତ୍ତମାନ କାରଖାନାର ୫.୬ ମିଲିୟନ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତାକୁ ୭.୧ ମିଲିୟନ ଟନ୍ ଏବଂ ଫିନିଶ୍ଡ ଷ୍ଟିଲ୍ ଉତ୍ପାଦନକୁ ୮.୩ ମିଲିୟନ ଟନ୍‌କୁ ବୃଦ୍ଧି କରିବା ପ୍ରସ୍ତାବ ରହିଛି। ଏହି ଅବସରରେ ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତିରେ ପ୍ରଥମ ପ୍ରାଥମିକତା, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଖେଳପଡ଼ିଆ ଓ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଦାବି କରିଥିଲେ। ସେହିପରି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ବଢ଼ୁଥିବା ଶିଳ୍ପ ପ୍ରଦୂଷଣ ପ୍ରତି ଚିନ୍ତା ବ୍ୟକ୍ତ କରି ସମ୍ପ୍ରସାରଣ ସହ ପରିବେଶ ସୁରକ୍ଷା ଏବଂ ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶକୁ ସମାନ ଗୁରୁତ୍ୱ ଦେବାକୁ ଲୋକେ ଦାବି ଉଠାଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ନେଇ ଭବାନୀପାଟଣାରେ AISFର ବିକ୍ଷୋଭ, ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
Jun 28, 2026•50 views

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ନେଇ ଭବାନୀପାଟଣାରେ AISFର ବିକ୍ଷୋଭ, ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ଭବାନୀପାଟଣା: ଅଖିଳ ଭାରତ ଛାତ୍ରସଂଘ (AISF) କଳାହାଣ୍ଡି ଜିଲ୍ଲା ପରିଷଦ ପକ୍ଷରୁ ଆଜି ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ନେଇ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଜିଲ୍ଲା ନେତା ଦୋଳେଶ୍ୱର ଖମାରିଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଥିଲା। ପ୍ରତିବାଦ ସଭାକୁ ସମ୍ବୋଧିତ କରି ଜିଲ୍ଲା ସଭାପତି ରାଜାରାମ ଡଙ୍ଗରୀ ଓ ଦୋଳେଶ୍ୱର ଖମାରି କହିଥିଲେ ଯେ, ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏଭଳି ତ୍ରୁଟି ଶିକ୍ଷାର ମାନକୁ ହ୍ରାସ କରୁଥିବା ବେଳେ ଏହା ପ୍ରତି ସରକାର ଦାୟିତ୍ୱ ନେବା ଆବଶ୍ୟକ ବୋଲି ସେମାନେ ଦାବି କରିଥିଲେ। ସଂଗଠନ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଥିଲା ଯେ, ପାଠ୍ୟପୁସ୍ତକର ତ୍ରୁଟି ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରୁଛି। AISF ପକ୍ଷରୁ ଉଠାଯାଇଥିବା ପ୍ରମୁଖ ଦାବିଗୁଡ଼ିକ ହେଲା— ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ଓ ବିଜ୍ଞାନସମ୍ମତ ପାଠ୍ୟପୁସ୍ତକ ଯୋଗାଇବା, ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ବ୍ୟୟ ହୋଇଥିବା ଅର୍ଥ ସଂପୃକ୍ତ ମନ୍ତ୍ରୀ ଓ ଅଧିକାରୀଙ୍କଠାରୁ ଆଦାୟ କରିବା, ଦାୟୀ ବିଶେଷଜ୍ଞ ଓ ସମ୍ପାଦକମାନଙ୍କୁ କଳାତାଲିକାଭୁକ୍ତ କରିବା, ସଂଶୋଧନ ପୁସ୍ତିକା ପରିବର୍ତ୍ତେ ପୂର୍ବରୁ ପ୍ରଚଳିତ ପାଠ୍ୟପୁସ୍ତକ ଆଧାରରେ ଚଳିତ ଶିକ୍ଷାବର୍ଷରେ ପାଠଦାନ ଜାରି ରଖିବା ଏବଂ ଜାତୀୟ ଶିକ୍ଷା ନୀତି–୨୦୨୦ ପ୍ରତ୍ୟାହାର କରିବା। ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଦାବିଗୁଡ଼ିକ ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ। ଏହି ବିକ୍ଷୋଭରେ ରାଜାରାମ ଡଙ୍ଗରୀ, ରୋହିତ ବେଶ୍ରା, ଆକାଶ ନିଆଲ, ଶିବା ମାଝୀ, ଭକ୍ତ ମାଝୀ, ଦୋଳେଶ୍ୱର ଖମାରିଙ୍କ ସମେତ ବହୁ ଛାତ୍ର ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ।

Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଭବାନୀପାଟଣା/କଳାହାଣ୍ଡି

ଦେବଗଡ଼ରେ ଶିଶୁଶ୍ରମ ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ, ସଚେତନତା ଓ ସମନ୍ୱିତ କାର୍ଯ୍ୟ ଉପରେ ଗୁରୁତ୍ୱ
Jun 28, 2026•60 views

ଦେବଗଡ଼ରେ ଶିଶୁଶ୍ରମ ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ, ସଚେତନତା ଓ ସମନ୍ୱିତ କାର୍ଯ୍ୟ ଉପରେ ଗୁରୁତ୍ୱ

ଦେବଗଡ଼: ରାଜ୍ୟବ୍ୟାପୀ ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନ ଅନ୍ତର୍ଗତ ଦେବଗଡ଼ ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ସହ ସୂଚନା-ଶିକ୍ଷା-ଯୋଗାଯୋଗ (IEC) ଓରିଏଣ୍ଟେସନ୍ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)-ର ମାନ୍ୟବର ସଦସ୍ୟା ଶ୍ରୀମତୀ କସ୍ତୁରୀ ମିଶ୍ର ଓ ଶ୍ରୀମତୀ ଚନ୍ଦନା ଦାସ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ଶ୍ରମ ନିରାକରଣ ଦିଗରେ ସମନ୍ୱିତ ପଦକ୍ଷେପର ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ADM), ପୁଲିସ ଅଧୀକ୍ଷକ (SP), ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)-ର ସଚିବ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସାମାଜିକ ଅନୁଷ୍ଠାନ, ନିଯୁକ୍ତିଦାତା, ଶ୍ରମିକ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାର ମାନେ ଉପସ୍ଥିତ ରହିଥିଲେ। ରିସୋର୍ସ ପର୍ସନ୍ ଶ୍ରୀମତୀ ସୁନୀତା ତ୍ରିପାଠୀ ଶିଶୁ ଶ୍ରମ ନିବାରଣ, ଶିଶୁ ଅଧିକାର ସୁରକ୍ଷା, ପ୍ରଚଳିତ ଆଇନ ଏବଂ ବିଭିନ୍ନ ଅଂଶୀଦାରଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଆଲୋଚନା କାଳରେ OSCPCR-ର ସଦସ୍ୟାଦ୍ୱୟ ଶିଶୁ ଶ୍ରମିକଙ୍କ ଉଦ୍ଧାର, ପୁନର୍ବାସ, ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା, ସାମୁଦାୟିକ ସହଭାଗିତା ଓ ବ୍ୟାପକ ସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ମାଧ୍ୟମରେ ଶିଶୁ ଶ୍ରମମୁକ୍ତ ଦେବଗଡ଼ ଗଠନ ପାଇଁ ସମସ୍ତ ଅଂଶୀଦାର ସଂକଳ୍ପବଦ୍ଧ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ଶିଶୁ ଅଧିକାର ସୁରକ୍ଷା ଓ ଶିଶୁ ଶ୍ରମ ଉଚ୍ଛେଦ ପ୍ରତି ସଚେତନତା ବୃଦ୍ଧି ସହ ସମନ୍ୱିତ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

Deogarh (ଦେଓଗଡ଼) • ରିପୋର୍ଟ: ସୌମ୍ୟବ୍ରତ ଦଳବାହେରା, ଦେବଗଡ଼

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Jun 28, 2026•61 views

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଦେବଗଡ଼ : ଆଜି ତିଲେଇବଣି ବ୍ଲକ୍ ସଡୋ ଗ୍ରାମ ପଞ୍ଚାୟତ ସମ୍ମିଳନି କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୪୨ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୩୬ ଟି ବ୍ୟକ୍ତିଗତ ଏବଂ ୬ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି ।ଜମିବାଡ଼ି ବିବାଦ, ବିକଳାଙ୍ଗ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପାନୀୟ ଜଳ ,ନୂତନ ରାସ୍ତା ନିର୍ମାଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ , ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ,ବନଖଣ୍ଡ ଅଧିକାରୀ ମିସ୍ ରଶ୍ମି ଜି,ଉପଜିଲ୍ଲାପାଳ ପରିକ୍ଷିତ ସାହୁ ,ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର,ଗୋଷ୍ଠି ଉନ୍ନୟନ ଅଧିକାରୀ ତିଲେଇବଣି ପ୍ରିୟଦର୍ଶୀନି ମିର୍ଦ୍ଧା ଓ ତହସିଲଦାର ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Deogarh (ଦେଓଗଡ଼) • ରିପୋର୍ଟ: ସୌମ୍ୟବ୍ରତ ଦଳବେହେରା, ତିଳେଇବଣି