Web News

ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ; ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରଞ୍ଜିତ କେ.ଏନ୍. ସାମନ୍ତରାୟ ସମ୍ବର୍ଦ୍ଧିତ
ଖୋର୍ଦ୍ଧା, : ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘବର୍ଷ ଧରି ଉଲ୍ଲେଖନୀୟ ଅବଦାନ, ନିରପେକ୍ଷ ସମ୍ବାଦ ପରିବେଷଣ ଏବଂ ଜନସାଧାରଣଙ୍କ ସମସ୍ୟାକୁ ସମ୍ବାଦ ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ଭୂମିକା ପାଇଁ ଦୈନିକ ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରଞ୍ଜିତ କେ.ଏନ୍. ସାମନ୍ତରାୟଙ୍କୁ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ୍ ହଲ୍ଠାରେ ପୌର ପରିଷଦ ପକ୍ଷରୁ ଆୟୋଜିତ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ସମାରୋହରେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି ଏବଂ ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାମନ୍ତରାୟଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଦୀର୍ଘଦିନର ସେବାକୁ ସମାରୋହରେ ପ୍ରଶଂସା କରାଯାଇଥିଲା।ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଶ୍ରୀ ସାମନ୍ତରାୟ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତମହାବିଦ୍ୟାଳୟରୁ ସ୍ନାତକ ସମ୍ମାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ୱରସ୍ଥିତ କେ.ଏମ୍.ଏସ୍.ରୁ ସାମ୍ବାଦିକତା ଓ ଗଣଯୋଗାଯୋଗରେ ଡ଼ିଗ୍ରୀ ହାସଲ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ସାମ୍ବାଦିକତା କ୍ଷେତ୍ରରେ ପାଦ ରଖିଥିଲେ ଏବଂ ନିଜର ପ୍ରତିଭା, ପରିଶ୍ରମ ଓ ନିଷ୍ଠା ବଳରେ ଏହି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।ସାମ୍ବାଦିକତା ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ନିତିଦିନ’ରେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ପ୍ରସଙ୍ଗ, ଜନ ସମସ୍ୟା, ପ୍ରଶାସନିକ ଘଟଣା ଓ ସାମାଜିକ ପ୍ରସଙ୍ଗ ସମ୍ପର୍କିତ ଖବର ପରିବେଷଣ କରି ଅଭିଜ୍ଞତା ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ଦୈନିକ ହିନ୍ଦୀ ସମ୍ବାଦପତ୍ର ‘ନବଭାରତ’ରେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏଥିସହ ୨୦୨୦ ମସିହାରୁ ସେ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଘଟୁଥିବା ଘଟଣାବଳୀ, ପ୍ରଶାସନିକ ନିଷ୍ପତ୍ତି, ସରକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ, ଆଇନଶୃଙ୍ଖଳା ଓ ସାମାଜିକ କ୍ଷେତ୍ରର ବିଭିନ୍ନ ଖବରକୁ ସେ ନିୟମିତ ଭାବେ ସମ୍ବାଦପତ୍ରରେ ପ୍ରକାଶ କରିଆସୁଛନ୍ତି।ବିଶେଷକରି ତୃଣମୂଳ ସ୍ତରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଅଭାବ-ଅସୁବିଧାକୁ ପ୍ରଶାସନର ଦୃଷ୍ଟିକୁ ଆଣିବାରେ ତାଙ୍କର ଖବରଗୁଡ଼ିକ ଗୁରୁତ୍ୱ ବହନ କରିଆସିଛି। ସମ୍ବାଦପତ୍ର କେବଳ ଘଟଣାର ବିବରଣୀ ପ୍ରଦାନ କରିବାର ମାଧ୍ୟମ ନୁହେଁ, ବରଂ ଏହା ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରେ—ଏହି ଦୃଷ୍ଟିକୋଣକୁ ନେଇ ସେ ନିଜର ସାମ୍ବାଦିକତା ଜାରି ରଖିଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଶ୍ରୀ ସାମନ୍ତରାୟ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ନିଜ କାର୍ଯ୍ୟ ପ୍ରତି ଦାୟିତ୍ୱବୋଧ, ସମୟାନୁବର୍ତ୍ତିତା ଓ ନିରନ୍ତର ଖବର ସଂଗ୍ରହ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ସହକର୍ମୀ ଓ ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ପରିଚିତ କରାଇଛି।ସ୍ୱାୟତ୍ତ ଶାସନ ଦିବସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ପୌର ପରିଷଦ ପକ୍ଷରୁ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯିବା ତାଙ୍କର ସାମ୍ବାଦିକତା ଜୀବନରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି। ଏହି ସମ୍ମାନ ତାଙ୍କୁ ଭବିଷ୍ୟତରେ ଆହୁରି ନିଷ୍ଠାର ସହ ସାମ୍ବାଦିକତା କରିବାକୁ ପ୍ରେରଣା ଯୋଗାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଶ୍ରୀ ସାମନ୍ତରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଖୋର୍ଦ୍ଧା ଜିଲ୍ଲାର ସାମ୍ବାଦିକ ମହଲ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ଖୋର୍ଦ୍ଧା: ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଖୋର୍ଦ୍ଧା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର।ଶିବିରରେ ଖୋର୍ଦ୍ଧା ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ।ଜନସାଧାରଣଙ୍କ ଅଭିଯୋଗକୁ ଜିଲ୍ଲାପାଳ ଗୁରୁତ୍ୱର ସହ ଶୁଣିବା ସହ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।ଜନଶୁଣାଣି ଶିବିର ମାଧ୍ୟମରେ ସିଧାସଳଖ ଭାବେ ପ୍ରଶାସନ ନିକଟରେ ନିଜ ସମସ୍ୟା ଜଣାଇବାର ସୁଯୋଗ ପାଇଥିବାରୁ ଲୋକଙ୍କ ମଧ୍ୟରେ ମଧ୍ୟ ସନ୍ତୋଷ ପ୍ରକାଶ ପାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା
ବରଗଡ଼ -୩୧ ଅଗଷ୍ଟ ୨୦୨୬: ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଅବସର ଉପଲକ୍ଷେ ୩୧ ଅଗଷ୍ଟ ୨୦୨୬ ତାରିଖରେ ମହାବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ଷ୍ଟାଫ୍ କାଉନସିଲ୍ ସମ୍ପାଦିକା ଶ୍ରୀମତୀ ମଧୁସ୍ମିତା ନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଦୀର୍ଘ ଶିକ୍ଷାଦାନ ଓ ପ୍ରଶାସନିକ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ସହକର୍ମୀମାନେ ସ୍ମୃତିଚାରଣ କରିଥିଲେ। ଡଃ. ସଂଘମିତ୍ରା ମିଶ୍ର, ଡଃ ସତ୍ୟନାରାୟଣ ନନ୍ଦ, ଡଃ ଲକ୍ଷ୍ମୀବନ୍ତ ସାହୁ, ସୁଶ୍ରୀ ଅନୁପମା ଚାନ୍ଦ, ଶ୍ରୀମତୀ ବବିତା ଷଡ଼ଙ୍ଗୀ ଓ ଶ୍ରୀମତୀ ଅର୍ପିତା ପଣ୍ଡା ତାଙ୍କର ବହୁମୁଖୀ ପ୍ରତିଭା, ମାନବିକତା ଓ ଅନୁଷ୍ଠାନ ପ୍ରତି ଅବଦାନକୁ ଉଲ୍ଲେଖ କରିଥିଲେ। ବକ୍ତାମାନେ କହିଥିଲେ ଯେ ଡଃ ପ୍ରଧାନ ଜଣେ ପ୍ରକୃତିପ୍ରେମୀ ଓ ସମ୍ବେଦନଶୀଳ ବ୍ୟକ୍ତିତ୍ୱ। କୃଷି ଓ କୃଷିକାର୍ଯ୍ୟ ପ୍ରତି ତାଙ୍କର ବିଶେଷ ଆଗ୍ରହ ତାଙ୍କ ବ୍ୟକ୍ତିତ୍ୱର ଏକ ଅନନ୍ୟ ଦିଗ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ସେ ସାମାଜିକ ସେବା ଓ ଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ଉପହାର ଓ ଉପଢୌକନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ
ବରଗଡ -ଆଜି ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ ଡିଏଫଓ ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ୱେଲଫେୟାର୍ ବୋର୍ଡର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ଡିଭିଜନ ରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ମୃତ୍ୟୁକାଳିନ ସହାୟତା ଯୋଗାଇ ଦେବାକୁ ୬୨ ଜଣ କେନ୍ଦୁପତ୍ର ତୋଳାଳି,୭ ଜଣ ସିଜିନାଲ କର୍ମଚାରୀ,ଜଣ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ପ୍ରତି ପରିବାର କୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଦେବା ପାଇଁ ପ୍ରସ୍ତାବ ନିଆଯାଇଛି । ଏତଦ ବ୍ୟତୀତ ଓଡ଼ିଶାରେ କେନ୍ଦୁପତ୍ର ତୋଳାଳି ମାନଙ୍କୁ ରାଜ୍ଯ ସରକାର ୬୪ କୋଟି ଟଙ୍କା ବୋନସ ପ୍ରଦାନ କରିଥିବାରୁ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ପ୍ରଦାନ କରା ଯାଇଥିଲା । ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି ମାନେ ବୋସନ ବାବଦକୁ ୧ କୋଟି ୪୦ ଲକ୍ଷ ଟଙ୍କା ପାଇଥିବା କଥା ଡିଏଫଓ ସୂଚନା ଦେଇ ଥିଲେ । ସମସ୍ତ ସରକାରୀ କର୍ମଚାରୀ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ୟମରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ରର ଗୋଟିଏ ଲଟ୍ କ୍ବିଣ୍ଟାଲ ପ୍ରତି ୫୨ ହଜାର ୬୫୫ ଟଙ୍କାରେ ବିକ୍ରି ହୋଇଥିବାରୁ ଓ ଏହା ଓଡ଼ିଶାର ସର୍ବାଧିକ ଟଙ୍କା ହୋଇଥିବାରୁ ଡିଏଫଓ ଶ୍ରୀ ବେହେରା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ୱେଲଫେୟାର୍ ବୋର୍ଡ ବୈଠକରେ ଶ୍ରମିକ ନେତା ତଥା ବରଗଡ ଲୋକ ସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଏସିଏଫ ଶ୍ରୀ ଆତ୍ମରାମ ମହାନନ୍ଦ,ଏଡିଡବ୍ଲୁ ଶ୍ରୀ ସଞ୍ଜିୟ ଲେଙ୍କା,କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସଂପାଦକ ଶ୍ରୀ କୋକିଳ ସାହୁ ଉପସ୍ଥିତ ଥିଲେ ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଯମୁନା କନ୍ଧୁଣୀ ମନ୍ଦିର ନିର୍ମାଣ ପାଇଁ ସାଂସଦଙ୍କ ପାଖରେ ଦାବି
ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଡାକ ବଙ୍ଗଳା ପରିସରରେ କନ୍ଧ ଓ ବିଞ୍ଝାଳ ସମାଜର ପ୍ରମୁଖ ବ୍ୟକ୍ତିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ସାଂସଦ ପ୍ରତିନିଧି ପ୍ରିତମ ମେହେରଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ନବକିଶୋର ବରିହାଙ୍କ ସହ କନ୍ଧ ଓ ବିଞ୍ଝାଳ ସମାଜର ପ୍ରତିନିଧିମାନେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏଙ୍କୁ ସାକ୍ଷାତ କରିଥିଲେ । ଆଲୋଚନାରେ କନ୍ଧ ସମାଜର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଯମୁନା କନ୍ଧୁଣୀଙ୍କ ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିବା ନେଇ ଦାବି ଉଠିଥିଲା । ସେହିପରି ବିଞ୍ଝାଳ ସମାଜ ପକ୍ଷରୁ ବୋଡ଼ାସମ୍ବର ଅଞ୍ଚଳର ପ୍ରତିଷ୍ଠା ଓ ବିକାଶରେ ଅବଦାନ ରଖିଥିବା ବାରଭାଇ ବେଣ୍ଟକାରଙ୍କ ଇତିହାସକୁ ପୁନର୍ଜୀବିତ କରିବା ଏବଂ ତାଙ୍କ ଜୀବନୀ ଓ କାର୍ଯ୍ୟକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ନେଇ ଆଲୋଚନା କରାଯାଇଥିଲା । ଉଭୟ ସମାଜର ଐତିହାସିକ ବ୍ୟକ୍ତିତ୍ୱଙ୍କ ଅବଦାନ ସମ୍ପର୍କରେ ଯୁବପିଢ଼ି ଜାଣିବା ସହ ସେମାନଙ୍କ ଜୀବନ ଓ ସଂଘର୍ଷରୁ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ରଖିବା ପାଇଁ କନ୍ଧ ଓ ବିଞ୍ଝାଳ ସମାଜ ପକ୍ଷରୁ ୧୦ ଜଣିଆ ଏକ ପ୍ରତିନିଧି ଦଳ ଗଠନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଲୋଚନା ସମୟରେ କନ୍ଧ ସମାଜ ପକ୍ଷରୁ ନିର୍ମଳ ଚାହିର, ଭଗବତିଆ ମଲ୍ଲିକ, ବିଶି ଚାହିର, ମୁକ୍ତି ମୁଟକିଆ ଓ ହୃଦାନନ୍ଦ ଭୋଇଙ୍କ ସମେତ ବିଞ୍ଝାଳ ସମାଜ ପକ୍ଷରୁ ବିକ୍ରମ ବେଟକାର, ମହେନ୍ଦ୍ର ବେଟକାର, ଭିକାରି ବରିହା, ଚନ୍ଦ୍ରମଣି ସାମିନି, ଅନାଦି ବରିହା, ରିଙ୍କୁ ବରିହା, ପ୍ରଶାନ୍ତ ବରିହା ଓ ବାଦୀମାଲଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଉଭୟ ସମାଜର ଐତିହ୍ୟ, ପରମ୍ପରା ଓ ଐତିହାସିକ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ସଂରକ୍ଷଣ କରିବା ସହ ଏହାକୁ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାର ସ୍ରୋତ କରିବା ଉପରେ ଗୁରୁତ୍ୱ ଦିଆଯାଇଛ l
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ସ୍ୱଚ୍ଛ, ସୁନ୍ଦର ଓ ସମୃଦ୍ଧ ସହର ଗଠନ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ
ବିଜେପୁର-ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସୋମବାର ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ବିଜେପୁରର ସର୍ବାଙ୍ଗୀନ ବିକାଶ ଓ ଜନସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏନ୍ଏସି ଅଧ୍ୟକ୍ଷା ସୀତା ବାରିକ ଓ ସାଂସଦ ପ୍ରତିନିଧି ସୁନାଫୁଲ ସେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାକୁ ଏମ୍ଆଇଏସ୍ କମ୍ପ୍ୟୁଟର ପ୍ରୋଗ୍ରାମ ମ୍ୟାନେଜର ଧର୍ମପ୍ରିୟ ସେଠୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଅତିଥି ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ପରେ ବିଧାୟକ ଗଡ଼ତୀୟା ସ୍ୱାୟତ୍ତ ଶାସନ ଦିବସର ପତାକା ଉତ୍ତୋଳନ କରିଥିଲେ। ଏହାପରେ ନବନିର୍ମିତ ଭିଡିଓ କନ୍ଫରେନ୍ସ ଗୃହକୁ ମୁଖ୍ୟ ଅତିଥିଙ୍କ କରକମଳରେ ଉଦ୍ଘାଟନ କରାଯାଇଥିଲା।ସଭାରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ସ୍ୱାୟତ୍ତ ଶାସନ ଦିବସର ଐତିହାସିକ ତାତ୍ପର୍ଯ୍ୟ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଭୂମିକା ଉପରେ ଆଲୋକପାତ କରିଥିଲେ। ଜନସହଭାଗିତା ଓ ପ୍ରଶାସନିକ ବ୍ୟବସ୍ଥାର ସମନ୍ୱୟ ମାଧ୍ୟମରେ ଜନସାଧାରଣଙ୍କ ନିକଟତର ଶାସନ ଓ ଉତ୍ତମ ଜନସେବା ସୁନିଶ୍ଚିତ କରାଯାଇପାରିବ ବୋଲି ସେ କହିଥିଲେ। ବିଜେପୁର ଏନ୍ଏସି ପକ୍ଷରୁ ବିଜେପୁରର ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଥିବା ସେ ପ୍ରକାଶ କରିଥିଲେ। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ମଧ୍ୟରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ବିଜେପୁର ଏନ୍ଏସି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଉଚ୍ଚ ପ୍ରଶଂସା ଲାଭ କରିଥିବାରୁ ଏହା ଏନ୍ଏସି ପାଇଁ ଗର୍ବର ବିଷୟ ବୋଲି ସେ ଉଲ୍ଲେଖ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଗଡ଼ତୀୟା ସ୍ୱାୟତ୍ତ ଶାସନ ଦିବସର ଗୁରୁତ୍ୱ ଉପରେ ମତ ରଖି କହିଥିଲେ ଯେ, ସହରାଞ୍ଚଳର ସାମଗ୍ରିକ ବିକାଶରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣଙ୍କ ଆବଶ୍ୟକତା ଓ ସମସ୍ୟାକୁ ପ୍ରାଥମିକତା ଦେଇ ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ସମସ୍ତଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ। ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବା ସହ ବିଜେପୁରର ସର୍ବାଙ୍ଗୀନ ବିକାଶ ପାଇଁ ଜନପ୍ରତିନିଧି, ପ୍ରଶାସନ ଓ ଜନସାଧାରଣଙ୍କ ସମନ୍ୱିତ ଓ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ ବୋଲି ସେ ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ସୁନାଫୁଲ ସେଠ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବା ଦ୍ୱାରା ପରିବାର ସହ ସମଗ୍ର ସମାଜର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ କରିବା, ସେମାନଙ୍କ ଦକ୍ଷତା ବିକାଶ ଏବଂ ସରକାରୀ ଯୋଜନାରେ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସଭାରେ ବିଜେପୁର ଏନ୍ଏସିର ସାମଗ୍ରିକ ବିକାଶ, ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା ଓ ଜନସେବାକୁ ଆହୁରି ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସହରର ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ଆଲୋକୀକରଣ ସମେତ ବିଭିନ୍ନ ମୌଳିକ ନାଗରିକ ସୁବିଧାର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଜନସାଧାରଣଙ୍କ ସହଯୋଗ, ସହଭାଗିତା ଓ ସଚେତନତା ରହିଲେ ବିଜେପୁରକୁ ଏକ ସ୍ୱଚ୍ଛ, ସୁନ୍ଦର, ସମୃଦ୍ଧ ଓ ବିକଶିତ ସହର ଭାବେ ଗଢ଼ି ତୋଳିବା ସମ୍ଭବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ। ସାମୂହିକ ପ୍ରୟାସରେ ବିଜେପୁରକୁ ଏକ ଆଦର୍ଶ ସହରରେ ପରିଣତ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଗଙ୍ଗାଧର ପାଇକରାୟଙ୍କ ୨୭ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ
ଭୁବନେଶ୍ୱର: ବିଶିଷ୍ଟ ଜନନେତା ତଥା ଓଡ଼ିଶାର ପୂର୍ବତନ ବିଧାୟକ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ସ୍ମୃତିରେ ୨୭ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଗଙ୍ଗାଧର ପାଇକରାୟ ଦୀର୍ଘ ସମୟ ଧରି ଜନସାଧାରଣ, ବିଶେଷକରି ଗରିବ ଓ ଚାଷୀଙ୍କ ସମସ୍ୟାକୁ ନେଇ ସ୍ୱର ଉଠାଇଥିଲେ। ସେ ବେଗୁନିଆ ନିର୍ବାଚନମଣ୍ଡଳୀରୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। � Wikipedia +1 ଏହି ସ୍ମୃତି ସମାରୋହରେ ଗଙ୍ଗାଧର ପାଇକରାୟଙ୍କ ଜୀବନ, ଆଦର୍ଶ, ସାମାଜିକ ଓ ରାଜନୈତିକ ଅବଦାନ ଉପରେ ଆଲୋଚନା କରାଯିବ। ତାଙ୍କ ଆଦର୍ଶ ଓ ଜନସେବାର ଚିନ୍ତାଧାରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଏହି ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଗଙ୍ଗାଧର ପାଇକରାୟଙ୍କ ସ୍ମୃତିକୁ ଜୀବନ୍ତ ରଖିବା ସହ ତାଙ୍କ ଜନମୁଖୀ ଚିନ୍ତାଧାରାକୁ ଆଜିର ସମାଜରେ ପହଞ୍ଚାଇବା ପାଇଁ ଏହି ରାଜ୍ୟସ୍ତରୀୟ ସମାରୋହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ଭୁବନ ଏନ୍ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ଦିବସ ପାଳିତ : ବିଜେପି କାଉନସିଲର ଅନୁପସ୍ଥିତ !
ଢ଼େଙ୍କାନାଳ ୩୧.୮- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣରେ କହିଥିଲେ ଯେ,ସ୍ୱାୟତ୍ତ ଶାସନ କେବଳ ଏକ ପ୍ରଶାସନିକ ବ୍ୟବସ୍ଥା ନୁହେଁ,ଏହା ଜନସାଧାରଣଙ୍କ ସହଭାଗିତା,ଦାୟିତ୍ୱବୋଧ ଓ ବିକାଶର ଏକ ସୁଦୃଢ଼ ମାଧ୍ୟମ। ନିଜର କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ସହରକୁ ସ୍ୱଚ୍ଛ , ସୁନ୍ଦର ଓ ସୁସ୍ଥ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ଆମ ଭୁବନ କୁ ଆହୁରି ସ୍ୱଚ୍ଛ, ସୁନ୍ଦର ଓ ବିକଶିତ କରିବା ବୋଲି ଆହ୍ୱାନ ଦେଇଥିଲେ । ପରେ କାଳୀ ବଜାର ସ୍ଥିତ ସହିଦ ବୀର ବାଜି ରାଉତ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ସେବା,ସମର୍ପଣ ଓ ମାନବିକତାର ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ମାନିନୀ ସାହୁ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ, କଳ୍ପନା ବେହେରା, ଙ୍କ ସମେତ ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ ଓ ଗୋଷ୍ଠୀ ସଙ୍ଗଠିକା ଚିକୁମୀନା ପଟ୍ଟନାୟକ,କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ ଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ତେବେ ସରକାରୀ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ବିଜେପି କାଉନସିଲର ମାନେ ଅନୁପସ୍ଥିତ ରହିବା ଘଟଣାକୁ ବୁଦ୍ଧିଜୀବୀ ଓ ରାଜନୀତିଜ୍ଞ ମହଲ ନାପସନ୍ଦ କରିବା ସହ କେଉଁ ଅଦୃଶ୍ୟ ଶକ୍ତିର ଚାପ/ନିର୍ଦ୍ଦେଶରେ ଏଭଳି ହେଉଛି ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ ଙ୍କ ମତାମତ ପାଇଁ ତାଙ୍କ ମୋବାଇଲ କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ୍ ସୁଇଚ ଅଫ ଥିଲା ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ନିଜସ୍ୱ ପାଣ୍ଠି ସଂଗ୍ରହରେ ହିନ୍ଦୋଳ ଏନ୍ ଏ ସି ରାଜ୍ୟରେ ଶ୍ରେଷ୍ଠ
ଢ଼େଙ୍କାନାଳ ୩୧ .୮ - ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ନିଜସ୍ୱ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମାନିତ ହୋଇଛି। ଭୁବନେଶ୍ୱରଠାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହିନ୍ଦୋଳ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ କେଶବ ଚନ୍ଦ୍ର ପ୍ରଧାନ ଓ ନିର୍ବାହୀ ଅଧିକାରୀ ଶ୍ରୀ ରାଜୀବ ଲୋଚନ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏଥିସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନ୍ ଏ ସି କୁ ୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ମିଳିଛି। ଏହି ସଫଳତା ପଛରେ ମୁଖ୍ୟତଃ ହୋଲ୍ଡିଂ ଟ୍ୟାକ୍ସର ବକେୟା ଅର୍ଥ ଆଦାୟକୁ ପ୍ରାଧାନ୍ୟ ଦିଆଯାଇଥିବା ନେଇ ଏନ୍ ଏ ସି ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ଆଦାୟ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା। ହିନ୍ଦୋଳ ଏନ୍ ଏ ସି ର ଜନସାଧାରଣ ମଧ୍ୟ ସହଯୋଗ କରି ବକେୟା ଅର୍ଥ ପୈଠ କରିଥିଲେ। ଏଥିସହିତ ଏନ୍ ଏ ସି ଅଧୀନରେ ନିଲାମ ହୋଇନଥିବା ବିଭିନ୍ନ ସୈରାତକୁ ନିଲାମ କରାଯାଇ ଅନ୍ୟାନ୍ୟ ଉତ୍ସରୁ ରାଜସ୍ୱ ସଂଗ୍ରହକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି କ୍ରମରେ ୪୪ଟି ଟେଣ୍ଡର ପ୍ରକ୍ରିୟା କରାଯାଇ ନିଜସ୍ୱ ପାଣ୍ଠି ସଂଗ୍ରହ ବୃଦ୍ଧି କରାଯାଇଥିଲା। ମିଳିଥିବା ୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶିକୁ ମଧ୍ୟ ଭବିଷ୍ୟତରେ ଏନ୍ ଏ ସି ର ନିଜସ୍ୱ ପାଣ୍ଠିକୁ ଆହୁରି ସୁଦୃଢ଼ କରିବା ଦିଗରେ ବିନିଯୋଗ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ଏଥିସହିତ ଦୋକାନ ଗୃହ, ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ କରାଯାଇ ସେଗୁଡ଼ିକରୁ ନିୟମିତ ରାଜସ୍ୱ ଆଦାୟ ମାଧ୍ୟମରେ ଏନ୍ ଏ ସି ର ଆର୍ଥିକ ସ୍ୱାବଲମ୍ବନକୁ ଆହୁରି ମଜବୁତ କରିବାର ଯୋଜନା ରହିଛି।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ନୂଆପଡ଼ା ଏନ୍ଏସିକୁ ରାଜ୍ୟସ୍ତରୀୟ ସମ୍ମାନ; ମିଳିଲା ୨ କୋଟିର ପୁରସ୍କାର
ନୂଆପଡ଼ା, ୩୧/୦୮ : ନିଜସ୍ୱ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରି ନୂଆପଡ଼ା ଜିଲ୍ଲାର ସଫଳତା ତାଲିକାରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି ନୂଆପଡ଼ା ଏନ୍ଏସି। ଉତ୍କୃଷ୍ଟ ରାଜସ୍ୱ ସଂଗ୍ରହ ପାଇଁ ନୂଆପଡ଼ା ଏନ୍ଏସିକୁ ‘ବେଷ୍ଟ ପରଫର୍ମିଂ ଅର୍ବାନ୍ ଲୋକାଲ୍ ବଡି (ULB)’ ଭାବେ ସମ୍ମାନିତ କରାଯାଇଥିବା ବେଳେ ଏଥିପାଇଁ ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT)ର କୃଷି ଶିକ୍ଷା ସଦନଠାରେ ସୋମବାର ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଏନ୍ଏସି ପକ୍ଷରୁ ଅଧ୍ୟକ୍ଷ ମହମ୍ମଦ ଆଦମ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରାକରଙ୍କୁ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରିଥିଲେ। ‘ଗ୍ରୋଥ୍ ଇନ୍ କଲେକ୍ସନ୍ ଅଫ୍ ଓଏସ୍ଆର୍’ ବର୍ଗରେ ରାଜ୍ୟର ୧୫ଟି ସହରାଞ୍ଚଳ ସଂସ୍ଥାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ULB ଭାବେ ଚୟନ କରାଯାଇଥିବା ବେଳେ ନୂଆପଡ଼ା ଏନ୍ଏସି ଏହି ଗୌରବମୟ ତାଲିକାରେ ସ୍ଥାନ ପାଇଛି। ନିଜସ୍ୱ ରାଜସ୍ୱ ସଂଗ୍ରହ ବଢ଼ାଇବା ଦିଗରେ ଏନ୍ଏସି ପକ୍ଷରୁ ବିଶେଷକରି ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠା, ସମନ୍ୱିତ ପ୍ରୟାସ ଏବଂ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ଫଳରେ ଏନ୍ଏସିର ନିଜସ୍ୱ ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଏହି ସାମୂହିକ ପ୍ରୟାସକୁ ରାଜ୍ୟସ୍ତରରେ ସ୍ୱୀକୃତି ମିଳିବା ନୂଆପଡ଼ା ଏନ୍ଏସି ପାଇଁ ଏକ ବଡ଼ ସଫଳତା ବୋଲି ମତ ପ୍ରକାଶ ପାଇଛି। ଏହି ସମ୍ମାନ ନୂଆପଡ଼ା ଏନ୍ଏସିର ରାଜସ୍ୱ ପରିଚାଳନାରେ ନୂଆ ଉତ୍ସାହ ସୃଷ୍ଟି କରିବା ସହ ଆଗାମୀ ଦିନରେ ସହରର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତି ଦେବ ବୋଲି ଆଶା କରାଯାଉଛି ।
Nuapada (ନୂଆପଡ଼ା) • ବିଜୟ ବରିହା

ନୁଆଗାଁ ଯୋନାଲ ସ୍ତରୀୟ ଖେଳ ଓ କ୍ରୀଡ଼ା ଚୟନ ସଫଳତା ର ସହ ଅନୁଷ୍ଠିତ
ହାତୀବାରୀ- ଆଜି ନୂଆଗାଁ ବ୍ଳକ ର ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ବରେ ଇ ଗଡ଼ା ଜନତା ହାଇସ୍କୁଲ ଠାରେ ପ୍ରଥମ ଜୋନାଲ ଲେବୁଲ କ୍ରୀଡା ଆୟୋଜିତ ହୋଇ ଯାଇଛି. ତିନୋଟି କ୍ଳଷ୍ଟର ର ପ୍ରାୟ 100 ରୁ ଅଧିକ ଛାତ୍ରଛାତ୍ରୀ ଏହି ଜୋନାଲ ଲେବୁଲ ରେ ଭାଗ ନେଇଥିଲେ l ଏହି ଜୋନାଲ ଲେବୁଲ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସାଲଗେମନି ଟୁଡୁ, ଜନତା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଜୟ ନାରାୟଣ ସିଂହ, ପରିଚାଳନା କମିଟିର ସଭାପତି ଉପସ୍ଥିତ ଥିବା ବେଳେ ବ୍ଲକ ସ୍ତରୀୟ କ୍ରୀଡା କମିଟି ର ବଡ଼ଯୋଜଦା ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ କ୍ରିଷ୍ଣା ଚନ୍ଦ୍ର ସାହୁ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ urmei ର ପ୍ରଧାନ ଶିକ୍ଷକ ଜଗଦୀପ୍ କିଷାନ ଓ ବ୍ଲକ ର ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥାଇ ଜୋନାଲ ଲେବୁଲ କ୍ରୀଡା ପ୍ରତିଯୋଗିତା କୁ ସାଫଲ୍ୟ ମଣ୍ଡିତ କରିଥିଲେ l ସଭା ଶେଷରେ ବରେଇଗଡ଼ା ର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Sundargarh (ସୁନ୍ଦରଗଡ଼) • ନୁଆଗାଁ ବ୍ଲକ ରୁ ଜିଲ୍ଲା ପ୍ରତିନିଧି ଗଣପତି ଦାଶ ଙ୍କ ରିପୋର୍ଟ

ଇଂରେଜୀ ମାନଙ୍କ ନାମିତ ବିଶ୍ରା ଏବେବି ଜୀବିତ,ଚିହ୍ନ ଅଛି,ବର୍ଣ୍ଣ ନାହିଁ
ବିଶ୍ରା: ଦେଶ ସ୍ୱାଧୀନ ପୂର୍ବରୁ ଇଂରେଜୀ ଶାସନ କାଳରେ ନାମିତ ବିଶ୍ରା ଆଜିବି ଜୀବିତ,କେବଳ ନାମ ରହିଗଲା କିନ୍ତୁ ବର୍ଣ୍ଣ ଉଡ଼ିଗଲା ଯାହାକୁ ନେଇ ସ୍ଥାନୀୟ ଲୋକେ ମାନେ କହନ୍ତି ଇଂରେଜୀ ଶାସନ କାଳରେ ନାମିତ ହୋଇଛି ଏହି ନାମ, ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ସୀମାକୁ ଲାଗିଥିବା ବିଶ୍ରା ଥିଲା ଗଡ ଜାତ ଅଞ୍ଚଳ, ଏଠାରେ ଥିବା ପାହାଡ ଜଙ୍ଗଲ ପରିପୂର୍ଣ ଅଞ୍ଚଳରେ ବସ ବାସ କରୁଥିବା ଆଦିମ ଅଧିବାସୀ ମାନେ ଶିକ୍ଷା ଦୀକ୍ଷା କଣ ଜାଣିନଥିଲେ, ଏହି ଅଞ୍ଚଳକୁ ଗଡ ଜାତ ଅଞ୍ଚଳ ନାଁରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ବସ ବାସ କରୁଥିବା ଆଦିମ ଜନଜାତି ମାନେ ନିଜକୁ ଗର୍ବିତ ମନେ କରୁ ଥିଲେ, ସ୍ୱାଧୀନତା ପୂର୍ବର କିଛି ବର୍ଷ ପୂର୍ବରୁ ଇଂରେଜୀ ଶାସନ କାଳରେ କଲିକତାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟବସାୟ ଯାତାୟତ ପାଇଁ ରେଳ ଧାରଣା କାର୍ଯ୍ୟ ଆରମ୍ଭ କରିଥିଲେ,ସେତେବେଳେ ଘର ନିର୍ମାଣ ପାଇଁ ଇଟା କିମ୍ବା ସିମେଣ୍ଟ ବ୍ୟବହାର ପାଇଁ ନଥିବା ବେଳେ ଚୂନ ପଥରରେ ବିଭିନ୍ନ ପ୍ରକାର ଗୃହ ନିର୍ମାଣ କରାଯାଇ ଥିଲା ,ଚୂନ ର ଅଭାବ ପାଇଁ ଇଂରେଜୀ ଶାସନ କାଳରେ ସେମାନେ ବିଶ୍ରା କୁ ସୁରକ୍ଷିତ ମନେ କରି ଚୂନ ଉତ୍ପାଦନ ପାଇଁ ବିଶ୍ରା ଏକ କାରଖାନା ପ୍ରତିଷ୍ଠା କରିଥିଲେ, ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତ ବୀରମିତ୍ରପୁର ସେବେ କାର ଗାଙ୍ଗପୁର ରେ ପାହାଡ଼ ତଳେ ଲାଇମି ଷ୍ଟୋନ୍ କରି ବିଶ୍ରା ସ୍ଥିତ କାରଖାନାକୁ ଆଣି ସେଥିରୁ ଚୂନ ଉତ୍ପାଦନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ,ଆଜିବି ଉକ୍ତ ଚୂନ ଉତ୍ପାଦନ କାରଖାନା ର ଚିହ୍ନ ଅଛି ବର୍ଣ୍ଣ ନାହିଁସଦୃଶ ରେ ପଡି ରହିଛି,ସରକାର ଠାରୁ ହଜାର ହଜାର ଏକର ଜମି ଜବରଦଖଲ କରି ସେଠାରେ ବିଶ୍ରା ଆଇରନ ଏଣ୍ଡ ଷ୍ଟିଲ ରିସୋର୍ସ ଆସୋଷାଇଟ ନାମରେ କାରଖାନା ପ୍ରତିଷ୍ଠା କରି ଚୂନ ଉତ୍ପାଦନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, ସେହିଦିନଠାରୁ ଏହାର ନାମ ବିଶ୍ରା ନାମରେ ନାମିତ ହୋଇଛି,ଚୂନ ଉତ୍ପାଦନ କାରଖାନା ଏବେବି ଭଗ୍ନ ସ୍ତୁପରେ ପଡ଼ିରହିଛି, ବୀରମିତ୍ରପୁର ଖଣି ବନ୍ଦ ହୋଇ ପଡ଼ିଛି, ଯାହାଫଳରେ ହଜାର ହଜାର ଶ୍ରମିକ ସେମାନଙ୍କ ଜୀବନ ଜୀବିକା ହରାଇଛନ୍ତି, ଦେଶ ସ୍ୱାଧୀନ ହେବାପରେ ଇଂରେଜୀ ମାନେ ଦେଶ ଛାଡ଼ିବା ପରେ ଉକ୍ତ କାରଖାନା ଜମି ସ୍ଥାନୀୟ ଲୋକେ ମାନେ ଜବରଦଖଲ କରି କିଏ ଘର କଲାଣି ତ କିଏ ବ୍ୟବସାୟ ପ୍ରତିଷ୍ଠାନ କଲାଣି,ଉକ୍ତ ଜମି ଉପରେ ସରକାରୀ ବାବୁ ମାନଙ୍କ ନିୟନ୍ତ୍ରଣ ନାହିଁ,ଜୋର ଯାର ମୂଲକ ତାର ନୀତିରେ ଜମି ସବୁ ଜବରଦଖଲ,କେବଳ କାରଖାନାର କେବଳ ଚିହ୍ନ ରହିଯାଇଛି,କିନ୍ତୁ ବର୍ଣ୍ଣ ନାହିଁ, ଦେଖା ଯାଉ ସରକାର କେବେ ଉକ୍ତ ଜମି ନିଜ ଆକ୍ତିୟର ରେ ନେଉଛି ନା ଚୁପ୍ ହୋଇ ବସି ରହୁଛି ତାହାଇ ସମୟ କହିବ l
Sundargarh (ସୁନ୍ଦରଗଡ଼) • ମୁକେଶ ମାହାତୋ ଙ୍କ ରିପୋର୍ଟ
