ସବୁ କ୍ଷେତ୍ରରେ ଆଗେଇ ଆସୁଥିବା ନିଆରା ଜନସେବକ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 29, 2026117 views

ବଅଁରପାଳ : ମାନବ ସେବା ହିଁ ଜୀବନର ମୁଖ୍ୟ ଲକ୍ଷ୍ୟ ଏହି ଭାବନାକୁ ନେଇ ନିରନ୍ତର ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି । ବଅଁରପାଳ ବ୍ଲକ ବନ୍ଦା ଗ୍ରାମର ସମାଜସେବୀ ଅଭିମନ୍ୟୁ ସାହୁ। ଅସହାୟଙ୍କ ଦୁଃଖରେ ସାଥୀ ହେବା ହେଉ କି ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା, ଗରିବ ପରିବାରକୁ ଆର୍ଥିକ ସହଯୋଗ ହେଉ କି ଅନ୍ୟ କୌଣସି ଜନସମସ୍ୟା ଖବର ପାଇବା ମାତ୍ରେ ତୁରନ୍ତ ସହାୟତାର ହାତ ବଢ଼ାଇଥାନ୍ତି ଅଭିମନ୍ୟୁ।
ନିଜ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ସମୟରେ ଆର୍ଥିକ ସହାୟତା, ଆବଶ୍ୟକ ସାମଗ୍ରୀ ଓ ମାନବିକ ସହଯୋଗ ପ୍ରଦାନ କରି ସେ ବଅଁରପାଳ ଅଞ୍ଚଳରେ ଜଣେ ପରିଚିତ ଜନସେବକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି। ତାଙ୍କର ଏଭଳି ନିରନ୍ତର ସେବା ଓ ସହଯୋଗ ଅନେକ ଅସହାୟ ପରିବାରଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇଛି।
ସମାଜସେବାକୁ ଏକ ବ୍ରତ ଭାବେ ଗ୍ରହଣ କରିଥିବା ଅଭିମନ୍ୟୁ ସାହୁ ଜୀବନ ଥିବା ପର୍ଯ୍ୟନ୍ତ ଏହି ସେବା କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି। ନିଜ ପାଇଁ ନୁହେଁ, ଅନ୍ୟର ଦୁଃଖରେ ଠିଆ ହୋଇ ସହଯୋଗ କରିବାର ତାଙ୍କର ଏହି ପ୍ରୟାସ ତାଙ୍କୁ ଅନ୍ୟମାନଙ୍କଠାରୁ ନିଆରା କରିଛି।
