--:--:--
-- ---
Srishti News

Web News

ଏଚପି ଗ୍ୟାସ ନବ୍ୟା ୧୦ କେଜି ସିଲିଣ୍ଡର ର ଉଦଘାଟନ
Sep 9, 2026•82 views

ଏଚପି ଗ୍ୟାସ ନବ୍ୟା ୧୦ କେଜି ସିଲିଣ୍ଡର ର ଉଦଘାଟନ

ହିନ୍ଦୁସ୍ତାନ ପେଟ୍ରୋଲିୟମ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ମହାପ୍ରବନ୍ଧକ ଗଜେନ୍ଦ୍ର ସୁନହାରେ ଙ୍କ ନିର୍ଦ୍ଦେଶନା ଓ ସମ୍ବଲପୁର ଏଲପିଜି ଆରଓ ରମେଶ କୁମାର ଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଏଚପି ଗ୍ୟାସ୍ ନବ୍ୟା ୧୦ କେଜି ସିଲିଣ୍ଡରକୁ ଆଧୁନିକ ପରିବାର, ଯୁବ ବୃତ୍ତିଜୀବୀ ଏବଂ ଛୋଟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକର ସୁବିଧା, ସୁରକ୍ଷା ଏବଂ ନମନୀୟତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା ହାଲୁକା ଓଜନ,ଅର୍ଦ୍ଧ-ସ୍ୱଚ୍ଛ ଡିଜାଇନ୍,କଳଙ୍କମୁକ୍ତ ସାମଗ୍ରୀ ,ଦ୍ରୁତ କାଗଜପତ୍ର,ରିଫିଲ୍ ସୀମା ନାହିଁ,ଦୃତ ବିତରଣ ର ସୁବିଧା ରହିଛି। ଏହି ଅବସରରେ ଅଧିକାରୀ ମାନେ କହିଥିଲେ ଯେ ଏଚପି ନବ୍ୟା, ଏଲପିଜି କୁ ଅଧିକ ସୁଲଭ, ବ୍ୟବହାରକାରୀ-ଅନୁକୂଳ ଏବଂ ଗ୍ରାହକ-କେନ୍ଦ୍ରିକ କରିବା ଦିଗରେ ଏକ ପଦକ୍ଷେପ। ଗ୍ରାହକମାନେ ବର୍ତ୍ତମାନ ଏଜେନ୍ସୀ ଏବଂ ଏଚପିସିଏଲ ର ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଏଚପି ନବ୍ୟା ୧୦ କେଜି ସିଲିଣ୍ଡର ବୁକ୍ କରିପାରିବେ। ନୂଆ ସଂଯୋଗ ଏବଂ ବୁକିଂ ପାଇଁ ବିଘ୍ନେଶ ଏଚପି ଗ୍ୟାସ ଏଜେନ୍ସୀ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

୧ କ୍ୱିଣ୍ଟାଲ ୧୬ କେଜି ଗଞ୍ଜେଇ ସହ ନଗଦ ଟଙ୍କା ଓ କାର୍ ଜବତ, ଜଣେ ଗିରଫ
Sep 9, 2026•72 views

୧ କ୍ୱିଣ୍ଟାଲ ୧୬ କେଜି ଗଞ୍ଜେଇ ସହ ନଗଦ ଟଙ୍କା ଓ କାର୍ ଜବତ, ଜଣେ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ। ‘ଅପରେସନ୍ ପ୍ରହାର’ ଅଭିଯାନ ଅଧୀନରେ ରେଲୱେ ଷ୍ଟେସନ ନିକଟରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ପୋଲିସ ୧ କ୍ୱିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ କରିଛି। ଚଢ଼ାଉ ସମୟରେ ୧ ଲକ୍ଷ ୬୬ ହଜାର ୮୦୦ ଟଙ୍କା ନଗଦ ଏବଂ ଗୋଟିଏ କାର୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଅରବିନ୍ଦ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଜରପଡା ଅଞ୍ଚଳରେ ଏହାର କାରବାର କରାଯାଉଥିଲା। ପରେ ଏହି ଗଞ୍ଜେଇକୁ ବାଲେଶ୍ୱର ଅଞ୍ଚଳକୁ ଚାଲାଣ କରାଯିବାକୁ ଥିବା ସୂଚନା ମିଳିଛି। ଗଞ୍ଜେଇ ଚାଲାଣ ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଅଭିଯାନ ଚଳାଇ ଏହି ବଡ଼ ସଫଳତା ହାସଲ କରିଛି। ତେବେ ଏହି ନିଶା କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହାର ନେଟୱର୍କ କେତେ ଦୂର ବ୍ୟାପିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା, ଅନୁଗୋଳ

NTPC ବିସ୍ଫୋରଣ ମୃତକଙ୍କ ପରିବାରକୁ ୩୩ ଲକ୍ଷ କ୍ଷତିପୂରଣ, ଜଣଙ୍କୁ ନିଯୁକ୍ତି ନିଷ୍ପତ୍ତି
Sep 9, 2026•36 views

NTPC ବିସ୍ଫୋରଣ ମୃତକଙ୍କ ପରିବାରକୁ ୩୩ ଲକ୍ଷ କ୍ଷତିପୂରଣ, ଜଣଙ୍କୁ ନିଯୁକ୍ତି ନିଷ୍ପତ୍ତି

କଣିହାଁ: NTPC କଣିହାଁ Stage-1/Unit-1 ବଙ୍କରରେ ଘଟିଥିବା ବିସ୍ଫୋରଣରେ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିବା ରଙ୍ଗବେଡା ଗ୍ରାମର ରଖଗେଶ୍ୱର ସାହୁଙ୍କ ମୃତଦେହ କଣିହାଁ ଫେରିବା ପରେ ତାଙ୍କ ଶେଷ ଦର୍ଶନ କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଏହାସହ ଶୋକସନ୍ତପ୍ତ ପରିବାରକୁ ଭେଟି ବିଧାୟକ ଗଭୀର ସମବେଦନା ଜଣାଇଥିଲେ। ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଓ ସହାୟତା ଦାବିରେ ବିଧାୟକଙ୍କ ଦୃଢ଼ ହସ୍ତକ୍ଷେପ ପରେ NTPC ଓ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ୩୩ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଏବଂ ମୃତକଙ୍କ ପୁଅଙ୍କ +୨ ପର୍ଯ୍ୟନ୍ତ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଇଛି। ଏହି ସମୟରେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମୃତକଙ୍କ ଆତ୍ମାର ସଦଗତି ସହ ପରିବାରକୁ ଏହି ଦୁଃଖ ସହିବାକୁ ଧୈର୍ଯ୍ୟ ଦେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା କଣିହାଁ

ପାଇକମାଳରେ ବିଶ୍ୱ ସାକ୍ଷରତା ଦିବସ ପାଳିତ
Sep 9, 2026•21 views

ପାଇକମାଳରେ ବିଶ୍ୱ ସାକ୍ଷରତା ଦିବସ ପାଳିତ

ବରଗଡ -ନୀରକ୍ଷରତା ଦୂରୀକରଣ ସହ ଶିକ୍ଷାକୁ ଜୀବନ ଓ ଜୀବିକା ସହ ଯୋଡ଼ିବା ଉପରେ ଗୁରୁତ୍ୱ । ଏହି ଲକ୍ଷ୍ୟ ନେଇ ପଦ୍ମପୁର ଉପଖଣ୍ଡ ପାଇକମାଲରେ ପାଳିତ ହୋଇଛି ବିଶ୍ୱ ସାକ୍ଷରତା ଦିବସ । ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଆୟୋଜିତ ହୋଇଥିଲା ଏହି ସଚେତନତାମୂଳକ କାର୍ଯ୍ୟକ୍ରମ । ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଉଦୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ବିଇଓ ଶୁଭମ୍ କୁମାର ପତିଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା । ୧୫ ବର୍ଷରୁ ଊର୍ଦ୍ଧ୍ୱ ନିରକ୍ଷର ବ୍ୟକ୍ତିଙ୍କୁ ଚିହ୍ନଟ କରି ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ଓ ରୋଜଗାରର ସୁଯୋଗ ସୃଷ୍ଟି କରି ସ୍ୱାବଲମ୍ବୀ କରିବା ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ବିଡିଓ ପ୍ରଫୁଲ୍ଲ କୁମାର ଉଦୁ ସାକ୍ଷରତାର ଗୁରୁତ୍ୱ ବିଷୟରେ ମତ ରଖିଥିଲେ । ନୀରକ୍ଷରତା ଦୂର କରିବା ପାଇଁ ପ୍ରଶାସନ ସହ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଜରୁରୀ ବୋଲି ସେ କହିଥିଲେ । ବିଇଓ ଶୁଭମ୍ କୁମାର ପତି ପିପିଟି ମାଧ୍ୟମରେ ନୀରକ୍ଷରତାର ସ୍ଥିତି, ଏହାର ପ୍ରଭାବ ଏବଂ ନୀରକ୍ଷରତା ହାର କମାଇବାର ବିଭିନ୍ନ ଉପାୟ ସମ୍ପର୍କରେ ବୁଝାଇଥିଲେ । ପାଇକମାଳ ବ୍ଲକର ୨୨ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୧୫ ଜଣ ସିଆର୍‌ସିସି ଏବଂ ୨୨ ଜଣ ପିଆର୍‌ଆଇ ସଦସ୍ୟ ଏଥିରେ ଯୋଗ ଦେଇଥିଲେ । ନିଜ ନିଜ ଅଞ୍ଚଳରେ ନୀରକ୍ଷରଙ୍କୁ ଚିହ୍ନଟ କରି ସାକ୍ଷରତା କାର୍ଯ୍ୟକ୍ରମ ସହ ଯୋଡ଼ିବା ନେଇ ଜନପ୍ରତିନିଧିଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ସିଡିପିଓ ବାସନ୍ତୀ ପୂର୍ତ୍ତି, ବୁକୁରାମୁଣ୍ଡା ସିଏଚସିର ପୁଷ୍ପାଞ୍ଜଳି ସାହୁଙ୍କ ସମେତ ବିଭିନ୍ନ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅତିଥିମାନେ କହିଥିଲେ, ସାକ୍ଷରତା କେବଳ ଅକ୍ଷର ଚିହ୍ନିବା ନୁହେଁ, ଏହା ବ୍ୟକ୍ତିର ଆତ୍ମବିଶ୍ୱାସ, ଦକ୍ଷତା ଓ ସ୍ୱାବଲମ୍ବନର ମାଧ୍ୟମ । ନୀରକ୍ଷରତା ଦୂର ହେଲେ ସମାଜର ସାମଗ୍ରିକ ବିକାଶ ଆହୁରି ତ୍ୱରାନ୍ୱିତ ହେବ । ଶେଷରେ ଏବିଇଓ ରାଧେଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଚୁନିଦାରେ ଦୁଃଖଦ ଘଟଣା: ପୁଅଙ୍କ ମୃତ୍ୟୁ ଅଭିଯୋଗରେ ବାପା ଗିରଫ
Sep 9, 2026•66 views

ଚୁନିଦାରେ ଦୁଃଖଦ ଘଟଣା: ପୁଅଙ୍କ ମୃତ୍ୟୁ ଅଭିଯୋଗରେ ବାପା ଗିରଫ

ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ଅନ୍ତର୍ଗତ ଚୁନିଦା ବଜାର କୁମ୍ଭାର ସାହିରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବିବାହର ମାତ୍ର ଚାରି ମାସ ପରେ ସ୍ୱାମୀଙ୍କ ମୃତଦେହ ଦେଖି ତାଙ୍କ ସ୍ତ୍ରୀ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପାରିବାରିକ ବିବାଦକୁ କେନ୍ଦ୍ର କରି ଘଟଣାଟି ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମୃତ ଯୁବକଙ୍କ ବାପା ପୂର୍ବରୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ବାପା ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ମିଶି ପ୍ରଥମ ସ୍ତ୍ରୀଙ୍କ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଯୁବକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତ ଯୁବକଙ୍କ ବାପାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ମହିଳା ସଶକ୍ତୀକରଣ ଦିଗରେ ନୂଆ ପଦକ୍ଷେପ: ଛତ୍ରପୁର ଜିଲ୍ଲା ପରିଷଦ ପରିସରରେ ‘ସୁଭଦ୍ରା ଶକ୍ତି କାଫେ’ ଉଦ୍ଘାଟିତ
Sep 9, 2026•23 views

ମହିଳା ସଶକ୍ତୀକରଣ ଦିଗରେ ନୂଆ ପଦକ୍ଷେପ: ଛତ୍ରପୁର ଜିଲ୍ଲା ପରିଷଦ ପରିସରରେ ‘ସୁଭଦ୍ରା ଶକ୍ତି କାଫେ’ ଉଦ୍ଘାଟିତ

ଛତ୍ରପୁର: ସ୍ଥାନୀୟ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ଏକ ଭବ୍ୟ କାର୍ଯ୍ୟକ୍ରମରେ ‘ସୁଭଦ୍ରା ଶକ୍ତି କାଫେ’ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଓ ସଶକ୍ତ କରିବା ସହିତ ସାଧାରଣ ଜନସାଧାରଣଙ୍କୁ ସ୍ୱଚ୍ଛ ଓ ସୁବିଧାଜନକ ଭାବେ ଗୁଣାତ୍ମକ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଏହି କାଫେର ଶୁଭାରମ୍ଭ କରାଯାଇଛି। ସରକାରଙ୍କ ଏହି ଅଭିନବ ପ୍ରୟାସ ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ଆଶା କରାଯାଉଛି। ଏହି ସ୍ପେଶାଲ କାଫେର ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ଛତ୍ରପୁର ବିଧାୟକ, ଗଞ୍ଜାମ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସି.ଡି.ଓ) ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ ସଂପୃକ୍ତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥିମାନେ ପ୍ରକାଶ କରିଛନ୍ତି ଯେ, ଏହି କାଫେ ଦ୍ୱାରା ମହିଳାମାନେ କେବଳ ସ୍ୱାବଲମ୍ବୀ ହେବେ ନାହିଁ, ବରଂ ସେମାନଙ୍କ ମଧ୍ୟରେ ଉଦ୍ୟୋଗିତା ଭାବନାର ବିକାଶ ଘଟିବ। ଏହାସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ଓ କର୍ମଚାରୀମାନେ ଏଠାରେ ସୁଲଭ ମୂଲ୍ୟରେ ଉତ୍ତମ ଖାଦ୍ୟ ପାଇପାରିବେ। ଏହି ପଦକ୍ଷେପ ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: ପିତାମ୍ବର ମହାରଣା ଛତ୍ରପୁର

ଗଛ ମୂଳେ ପୂଜା ପାଉଛନ୍ତି ମା"ଭୂଇଁଆଣି ଆଦିବାସୀଙ୍କ ଆରାଧ୍ୟା ଦେବୀ
Sep 9, 2026•54 views

ଗଛ ମୂଳେ ପୂଜା ପାଉଛନ୍ତି ମା"ଭୂଇଁଆଣି ଆଦିବାସୀଙ୍କ ଆରାଧ୍ୟା ଦେବୀ

ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ କୋଷ୍କା ରାସ୍ତାଠାରୁ ପ୍ରାୟ ୪କିଲୋମିଟର ଦୂରରେ ଅବସ୍ଥିତ ଏହି ମା"ଭୂଇଁଆଣି ଙ୍କ ପୀଠ ଆଜି ଅଞ୍ଚଳବାସୀଙ୍କ ଭକ୍ତିରେ ଏକ ପବିତ୍ର ସ୍ଥାନ ପାଲଟିଛି! ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ପୂଜିତ ଭୂଇଁଆଣି ମା"ଙ୍କୁ ଅଞ୍ଚଳବାସୀ ପ୍ରତ୍ୟକ୍ଷ ଦେବୀ ଭାବେ ବିଶ୍ୱାସ କରିଆସୁଛନ୍ତି ଭୂଇଁଆଣି ମା"କେବଳ ଦେବୀ ନୁହନ୍ତି,ସ୍ଥାନୀୟ ଆଦିବାସୀ ସମାଜର ପରମ୍ପରା ଓ ସଂସ୍କୃତିର ଏକ ଅଂଶ ଦୀର୍ଘବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଭୂଇଁଆଣି ମା"ଙ୍କୁ ପୂଜା କରିଆସୁଛନ୍ତି!ମା"ଙ୍କ ନିକଟରେ ଭକ୍ତିର ସହ ପ୍ରାର୍ଥନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି!

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଅପରାଧ ଓ ତଦନ୍ତ ଅଗ୍ରଗତିର ସମୀକ୍ଷା କଲେ ପାଲଲହଡା ଓ ତାଳଚେର ଏସଡିପିଓ
Sep 9, 2026•78 views

ଅପରାଧ ଓ ତଦନ୍ତ ଅଗ୍ରଗତିର ସମୀକ୍ଷା କଲେ ପାଲଲହଡା ଓ ତାଳଚେର ଏସଡିପିଓ

ତାଳଚେର: ଅନୁଗୋଳ ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ନେଇ ପୋଲିସିଂ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ପାଲଲହଡା ଏସଡିପିଓ ଓ ତାଳଚେର ଏସଡିପିଓ ନିଜ ନିଜ ଉପଖଣ୍ଡ ଅଧୀନରେ ଥିବା ବିଭିନ୍ନ ପୋଲିସ ଷ୍ଟେସନର ଅପରାଧ ସ୍ଥିତି ସମୀକ୍ଷା କରିଥିଲେ। ବୈଠକରେ ବିଚାରାଧୀନ ମାମଲା, ଚାଲିଥିବା ତଦନ୍ତ ଏବଂ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କଠାରୁ ତଥ୍ୟ ନିଆଯାଇଥିଲା। ମାମଲାଗୁଡ଼ିକର ତଦନ୍ତକୁ ଶୀଘ୍ର ଓ ପ୍ରଭାବଶାଳୀ ଭାବେ ସମ୍ପନ୍ନ କରିବା ସହ ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ନେଇ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଥିଲା। ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ, ଅପରାଧ ରୋକିବା ଏବଂ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ଉପରେ ପୋଲିସ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ଅନୁଗୋଳ ପୋଲିସ ବୃତ୍ତିଗତ ଓ ଜନ-ଅନୁକୂଳ ପୋଲିସିଂ ପାଇଁ ପ୍ରତିବଦ୍ଧ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା, ତାଳଚେର

ବୁଲେଟ୍‌ ରାଇଡରଙ୍କ ଉତ୍ପାତ ଉପରେ ପୋଲିସର ନଜର, ୧୦ ବାଇକ୍‌ ଜବତ
Sep 9, 2026•90 views

ବୁଲେଟ୍‌ ରାଇଡରଙ୍କ ଉତ୍ପାତ ଉପରେ ପୋଲିସର ନଜର, ୧୦ ବାଇକ୍‌ ଜବତ

ତାଳଚେର:ଗଣେଶ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ବିକଟାଳ ଶବ୍ଦ କରୁଥିବା ବାଇକ୍‌ ବିରୋଧରେ ତାଳଚେର କୋଲିୟରୀ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଛକ, ମାର୍କେଟ, ରାଜପଥ ସମେତ ବିଭିନ୍ନ ରାସ୍ତାରେ ଯାଞ୍ଚ କରି ପୋଲିସ ୧୦ଟି ବୁଲେଟ୍‌ ଜବତ କରିବା ସହ ମୋଟ ୬୭ ହଜାର ଟଙ୍କା ଫାଇନ ଆଦାୟ କରିଛି। ବିଶେଷକରି ବୁଲେଟ୍‌ରେ ବିକଟାଳ ସାଇଲେନ୍ସର ଲଗାଇ ପ୍ରଚଣ୍ଡ ଶବ୍ଦ କରିବା ସହ ଅତ୍ୟଧିକ ହର୍ଣ୍ଣ ବଜାଇ ବଜାର ଅଞ୍ଚଳରେ ଯାତାୟାତ କରୁଥିବା ଅଭିଯୋଗ ହୋଇଆସୁଥିଲା। ଏହାଦ୍ୱାରା ବୃଦ୍ଧବୃଦ୍ଧା, ଛୋଟ ପିଲା ଓ ହୃଦରୋଗୀଙ୍କ ସମେତ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ କୋଲିୟରୀ ପୋଲିସର ଏଭଳି ବ୍ୟାପକ ଚଢ଼ାଉକୁ ସାଧାରଣରେ ସ୍ୱାଗତ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ବିକଟାଳ ଶବ୍ଦ କରୁଥିବା ଯାନବାହନ ଉପରେ ଅଙ୍କୁଶ ଲାଗିବା ସହ ରାସ୍ତାରେ ଉତ୍ପାତ କରୁଥିବା ଯୁବକମାନେ ସାବାଡ଼ ହେବେ ବୋଲି ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତକାଲି ତାଳଚେର ଟାଉନ୍‌ ପୋଲିସ ପକ୍ଷରୁ ୧୨ଟି ବୁଲେଟ୍‌ ଜବତ କରାଯାଇଥିବା ବେଳେ ଆଜି କୋଲିୟରୀ ପୋଲିସ ପକ୍ଷରୁ ଆଉ ୧୦ଟି ବୁଲେଟ୍‌ ଜବତ କରାଯାଇଛି। ପୋଲିସର ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

​ନାବାଳକ ସଞ୍ଚୟ ଖାତାରୁ ୯୯,୯୯୫ ଟଙ୍କା ହଡ଼ପ ଅଭିଯୋଗ: ୟୁନିୟନ ବ୍ୟାଙ୍କ ନୟାପଲ୍ଲି ଶାଖା ସମ୍ମୁଖରେ ଧାରଣା
Sep 9, 2026•49 views

​ନାବାଳକ ସଞ୍ଚୟ ଖାତାରୁ ୯୯,୯୯୫ ଟଙ୍କା ହଡ଼ପ ଅଭିଯୋଗ: ୟୁନିୟନ ବ୍ୟାଙ୍କ ନୟାପଲ୍ଲି ଶାଖା ସମ୍ମୁଖରେ ଧାରଣା

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (Union Bank of India) ର ନ୍ୟାପଲ୍ଲୀ ଶାଖା ବିରୋଧରେ ଏକ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ନାବାଳକଙ୍କ ସଞ୍ଚୟ ଖାତାରୁ (Minor Savings Account) ୯୯,୯୯୫ ଟଙ୍କା ହଡ଼ପ / ଲୁଟ୍ ହୋଇଥିବା ଅଭିଯୋଗ କରି କ୍ଷତିଗ୍ରସ୍ତ ପରିବାର ଓ ସମ୍ପର୍କୀୟମାନେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି। ​ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ନାବାଳକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବେଆଇନ ଭାବେ ୯୯,୯୯୫ ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ଟଙ୍କା ଫେରସ୍ତ କରାଯାଇ ନାହିଁ। ​ଏହାର ପ୍ରତିବାଦରେ ଓ ନ୍ୟାୟ ଦାବିରେ ପରିବାର ଲୋକେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ୟୁନିୟନ ବ୍ୟାଙ୍କ (ନ୍ୟାପଲ୍ଲୀ) ବିରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ହଡ଼ପ ହୋଇଥିବା ଟଙ୍କା ତୁରନ୍ତ ଫେରସ୍ତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଟାଙ୍ଗୀରେ ନିର୍ମାଣାଧୀନ ଧନ୍ଦାମୂଳକ ସରକାରୀ ଉଚ୍ଚତମ ବିଦ୍ୟାଳୟକୁ ବିରୋଧ ଅଭିଯୋଗ : କାମ ବନ୍ଦ ହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ
Sep 9, 2026•60 views

ଟାଙ୍ଗୀରେ ନିର୍ମାଣାଧୀନ ଧନ୍ଦାମୂଳକ ସରକାରୀ ଉଚ୍ଚତମ ବିଦ୍ୟାଳୟକୁ ବିରୋଧ ଅଭିଯୋଗ : କାମ ବନ୍ଦ ହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ

ଟାଙ୍ଗୀ, ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏନ୍‌ଏସି ଅଞ୍ଚଳର ଟାଙ୍ଗୀ କଲେଜ ନିକଟରେ ନିର୍ମାଣ ହେବାକୁ ଥିବା ଧନ୍ଦାମୂଳକ ସରକାରୀ ଉଚ୍ଚତମ ବିଦ୍ୟାଳୟକୁ ନେଇ ଏବେ ବିବାଦ ଦେଖାଦେଇଛି। ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ସହ ଧନ୍ଦାମୂଳକ ତାଲିମ ପ୍ରଦାନ କରିବା ଲକ୍ଷ୍ୟରେ ଏହି ଶିକ୍ଷାନୁଷ୍ଠାନ ନିର୍ମାଣ କରାଯାଉଛି। ଏହି ବିଦ୍ୟାଳୟରେ +୨ କଳା ଓ ବିଜ୍ଞାନ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଧନ୍ଦାମୂଳକ ତାଲିମ ଦିଆଯିବ। ପ୍ରତିବର୍ଷ କଳା ଓ ବିଜ୍ଞାନ ବିଭାଗରେ ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷା ପାଇବାର ସୁଯୋଗ ପାଇବେ। ଟାଙ୍ଗୀ ଅଞ୍ଚଳ ସମେତ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ମଧ୍ୟ ଏଠାରେ ଶିକ୍ଷା ଗ୍ରହଣ କରିପାରିବେ। ଏହାଦ୍ୱାରା ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହ ଭବିଷ୍ୟତରେ ରୋଜଗାର ସୁଯୋଗ ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଅର୍ଥ ମଞ୍ଜୁର ହେବା ପରେ ଠିକାଦାରଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟ ନିର୍ମାଣ ପାଇଁ ଟାଙ୍ଗୀ ଗ୍ରାମପଞ୍ଚାୟତ ପକ୍ଷରୁ ତତ୍କାଳୀନ ସରପଞ୍ଚ ଶ୍ରୀ କିଶୋର କୁମାର ବେହେରାଙ୍କ ଉଦ୍ୟମରେ ଗତ ୧୫ ଅଗଷ୍ଟ ୨୦୨୪ରେ ପଲ୍ଲୀସଭାରେ ଗ୍ରାମବାସୀଙ୍କ ସହଯୋଗରେ ଜମି ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବର୍ତ୍ତମାନର ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ନଡ଼ିଆ ବାଡ଼େଇ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ତେବେ ଅଞ୍ଚଳର ବିକାଶ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରକଳ୍ପକୁ କେତେକ ବ୍ୟକ୍ତି ନିଜସ୍ୱ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ବିରୋଧ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାର ପରିଣାମରେ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଟାଙ୍ଗୀ ବନ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ ସେ ଘଟଣା ଉପରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତାଙ୍କ କହିବା ଅନୁଯାୟୀ, ଅଞ୍ଚଳର ଜଣେ ବ୍ୟକ୍ତି ବାରମ୍ବାର ଫୋନ୍ କରି ବିଭିନ୍ନ ପ୍ରକାରର ଧମକ ଦେଉଥିବାରୁ ବନ ବିଭାଗ ପକ୍ଷରୁ ସେଠାକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ପ୍ରଶାସନ ଘଟଣାର ନିରପେକ୍ଷ ତଦନ୍ତ କରି ନିର୍ମାଣ କାର୍ଯ୍ୟ ଶୀଘ୍ର ପୁନଃଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Khordha (ଖୋର୍ଦ୍ଧା) • ରିପୋର୍ଟ :ଯଦୁମଣି ବେହେରା, ଟାଙ୍ଗୀ. ଖୋର୍ଦ୍ଧା

ଚିକିଟି-ଖେମୁଣ୍ଡି ହରିଦ୍ରା ତୈଳିକ ବୈଶ୍ୟ ସମାଜର ଶପଥ ପାଠ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍  କାର୍ଯ୍ୟକ୍ରମ ଅନୁଷ୍ଠିତ
Sep 9, 2026•41 views

ଚିକିଟି-ଖେମୁଣ୍ଡି ହରିଦ୍ରା ତୈଳିକ ବୈଶ୍ୟ ସମାଜର ଶପଥ ପାଠ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିକିଟି-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଅଧ୍ୟକ୍ଷତା ଏବଂ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ନିର୍ଦ୍ଦେଶାନୁସାରେ ରବିବାର ଦିନ ଚାନ୍ଦପୁର ଗ୍ରାମ ସ୍ଥିତ ସମାଜ କୋଠଘର ଠାରେ ଶପଥ ପାଠ ଉତ୍ସବ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କୁଳଗଙ୍ଗା ଙ୍କ ନିକଟରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରୀୟ ସଭାପତି ତଥା ବିଶିଷ୍ଟ ଧର୍ମ ପ୍ରଚାରକ ଶ୍ରୀମାନ ଉତ୍ସବ ସାହୁ ଯୋଗ ଦେଇ ନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ କୁଳଗଙ୍ଗା ଙ୍କ ନିକଟରେ ୨୧ ତମ ଶପଥ ପାଠ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରିବା ସହ ମୁଖ୍ୟ ଅତିଥି ଏବଂ ସମସ୍ତ ଗ୍ରାମ୍ୟ, ଆଞ୍ଚଳିକ ପରିଷଦ ର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଓ କେନ୍ଦ୍ରୀୟ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ସହ ସମ୍ମାନୀତ କରାଯାଇଥିଲା। ପରେ ପରେ ରାଜେଶ୍ୱରି ସାହୁ ଓ ଆଦ୍ୟାଶା ସାହୁ ମିଶି ସମାଜ ମଙ୍ଗଳ ଗୀତିକା ଗାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ସହ ସମସ୍ତ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ହୋଇ ସଭା ମଣ୍ଡିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମହାସଭାର ନିର୍ଦ୍ଧାରଣ ଓ ଆୟ ବ୍ୟୟ ପୁସ୍ତିକା ଉନ୍ମଚନ କରାଯାଇ ବଣ୍ଟନ କରାଯାଇଥିଲା। ତାହା ସଙ୍ଗେ ସଙ୍ଗେ ନିମନ୍ତ୍ରିତ ଅତିଥି ଶିକ୍ଷକ ନରେନ୍ଦ୍ର ସାହୁ ମହାସଭା ଉପବିଧୀ ନିର୍ଦ୍ଧାରଣ ପୁସ୍ତିକା ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ ଆୟ ବ୍ୟୟ ଉପସ୍ଥାପନ କରିଥିଲେ। ପରିଶେଷରେ ବରିଷ୍ଠ କର୍ମକର୍ତ୍ତା ମାନେ ନୂତନ କର୍ମକର୍ତ୍ତା ମାନଙ୍କୁ ସୁ ସମାଜ କିପରି ଗଠନ କରିପାରିବା ତାହା ଉପରେ ନିଜ ନିଜର ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରି ଉପଯୁକ୍ତ ତାଲିମ୍ ମାଧ୍ୟମରେ ଦେଇଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣ ସାହୁ ପରିଚାଳନା କରିଥିବା ବେଳେ ସଭାପତି ଦଣ୍ଡାସି ସାହୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ। ଚାନ୍ଦପୁର ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହା ରଣା