ଏଚପି ଗ୍ୟାସ ନବ୍ୟା ୧୦ କେଜି ସିଲିଣ୍ଡର ର ଉଦଘାଟନ
Rourkela (ରାଉରକେଲା)କୁଞ୍ଜବିହାରୀ ରାଉତSeptember 9, 202682 views

ହିନ୍ଦୁସ୍ତାନ ପେଟ୍ରୋଲିୟମ କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ମହାପ୍ରବନ୍ଧକ
ଗଜେନ୍ଦ୍ର ସୁନହାରେ ଙ୍କ ନିର୍ଦ୍ଦେଶନା ଓ ସମ୍ବଲପୁର ଏଲପିଜି ଆରଓ ରମେଶ କୁମାର ଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ
ଏଚପି ଗ୍ୟାସ୍ ନବ୍ୟା ୧୦ କେଜି ସିଲିଣ୍ଡରକୁ ଆଧୁନିକ ପରିବାର, ଯୁବ ବୃତ୍ତିଜୀବୀ ଏବଂ ଛୋଟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକର ସୁବିଧା, ସୁରକ୍ଷା ଏବଂ ନମନୀୟତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା ହାଲୁକା ଓଜନ,ଅର୍ଦ୍ଧ-ସ୍ୱଚ୍ଛ ଡିଜାଇନ୍,କଳଙ୍କମୁକ୍ତ ସାମଗ୍ରୀ ,ଦ୍ରୁତ କାଗଜପତ୍ର,ରିଫିଲ୍ ସୀମା ନାହିଁ,ଦୃତ ବିତରଣ ର ସୁବିଧା ରହିଛି। ଏହି ଅବସରରେ ଅଧିକାରୀ ମାନେ କହିଥିଲେ ଯେ ଏଚପି ନବ୍ୟା, ଏଲପିଜି କୁ ଅଧିକ ସୁଲଭ, ବ୍ୟବହାରକାରୀ-ଅନୁକୂଳ ଏବଂ ଗ୍ରାହକ-କେନ୍ଦ୍ରିକ କରିବା ଦିଗରେ ଏକ ପଦକ୍ଷେପ। ଗ୍ରାହକମାନେ ବର୍ତ୍ତମାନ ଏଜେନ୍ସୀ ଏବଂ ଏଚପିସିଏଲ ର ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଏଚପି ନବ୍ୟା ୧୦ କେଜି ସିଲିଣ୍ଡର ବୁକ୍ କରିପାରିବେ। ନୂଆ ସଂଯୋଗ ଏବଂ ବୁକିଂ ପାଇଁ ବିଘ୍ନେଶ ଏଚପି ଗ୍ୟାସ ଏଜେନ୍ସୀ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
