ନାବାଳକ ସଞ୍ଚୟ ଖାତାରୁ ୯୯,୯୯୫ ଟଙ୍କା ହଡ଼ପ ଅଭିଯୋଗ: ୟୁନିୟନ ବ୍ୟାଙ୍କ ନୟାପଲ୍ଲି ଶାଖା ସମ୍ମୁଖରେ ଧାରଣା
Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼September 9, 202650 views

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (Union Bank of India) ର ନ୍ୟାପଲ୍ଲୀ ଶାଖା ବିରୋଧରେ ଏକ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ନାବାଳକଙ୍କ ସଞ୍ଚୟ ଖାତାରୁ (Minor Savings Account) ୯୯,୯୯୫ ଟଙ୍କା ହଡ଼ପ / ଲୁଟ୍ ହୋଇଥିବା ଅଭିଯୋଗ କରି କ୍ଷତିଗ୍ରସ୍ତ ପରିବାର ଓ ସମ୍ପର୍କୀୟମାନେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି।
ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ନାବାଳକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବେଆଇନ ଭାବେ ୯୯,୯୯୫ ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ଟଙ୍କା ଫେରସ୍ତ କରାଯାଇ ନାହିଁ।
ଏହାର ପ୍ରତିବାଦରେ ଓ ନ୍ୟାୟ ଦାବିରେ ପରିବାର ଲୋକେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ୟୁନିୟନ ବ୍ୟାଙ୍କ (ନ୍ୟାପଲ୍ଲୀ) ବିରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ହଡ଼ପ ହୋଇଥିବା ଟଙ୍କା ତୁରନ୍ତ ଫେରସ୍ତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି
