--:--:--
-- ---
Srishti News

Web News

ରାଜନଗର ନିର୍ବାଚନ ମଣ୍ଡଳୀ ରେ ଏକ ନିଆରା ସମ୍ବର୍ଧନା ଉତ୍ସବ
Jul 3, 2026177 views

ରାଜନଗର ନିର୍ବାଚନ ମଣ୍ଡଳୀ ରେ ଏକ ନିଆରା ସମ୍ବର୍ଧନା ଉତ୍ସବ

ରାଜନଗର ନିର୍ବାଚନ ମଣ୍ଡଳୀରେ ଏକ ନିଆରା ସମ୍ବର୍ଧନା ଉତ୍ସବରେ ଭାରତୀୟ ଜନତା ପାର୍ଟି ସୁନ୍ଦର ପ୍ରୟାସ ଜାରି ରଖିଛନ୍ତି, ରାଜନଗର ମାଟିର ଏକ ଲଢୁଆ ଯୁବ ସମାଜସେବୀ ସଂଗ୍ରାମୀ ନେତା,ଗତ ନିର୍ବାଚନ ଯିଏ ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚିତ ଲଢ଼ୁଥିଲେ,ସେ ଆଉ କେହି ନୁହନ୍ତି,ସେ ହେଉଛନ୍ତି ଲଳିତ କୁମାର ବେହେରା ଯେ ଛୋଟ ବେଳୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି,ତାଙ୍କ ସହିତ ସବୁବେଳେ ପାଖା ପାକ୍ଷୀ ରହି ସମସ୍ତ କାର୍ଯ୍ୟ ତୁଲାଇଥିବା ଅତି ଛୋଟ ବୟସରେ ରାଜନୀତି ରେ ପାଦ ଥାପି ପଟ୍ଟାମୁଣ୍ଡାଇ ବ୍ଲକ ର ୧୭ ନମ୍ବର ଜୋନ ରେ ସଭାପତି ଭାବେ କାର୍ଯ୍ୟ କରୁଥିବା ସ୍ଵାଗତ କୁମାର ଦାସ,ସେ ଜଣେ ଏକ ପ୍ରକାର ଲେଖକ, ଭାବୁକ ,ସ୍ନେହୀ ,ଦରଦୀ ,ବନ୍ଧୁ ସେ ଚନ୍ଦନ ନଗର ଗ୍ରାମ ପଞ୍ଚାୟତର ଜନ୍ମ ଗ୍ରହଣ କରିଛନ୍ତି, ରାଜନଗର ନିର୍ବାଚନ ମଣ୍ଡଳୀ ରେ ବୁଲିି ବୁଲି ଲୋକ ମାନଙ୍କ ର ଦୁଃଖ ସୁଖ ପଚାରି ବୁଝିବା ସହିତ ପ୍ରତ୍ୟେକ ପଞ୍ଚାୟତରେ ସମାଜସେବୀ, ପ୍ରାପ୍ତ ବୟସ ହୋଇଯାଇଥିବା କଳାକାର, ଲେଖକ,କବି,ଏମିତିକି ଅନେକ ପ୍ରତିଭା ବାନ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ କରି ସମ୍ବର୍ଦ୍ଧନା କାର୍ଯ୍ୟ କର୍ମ ଜାରି ରଖିଛନ୍ତି,

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ୍ - କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ଜିଲ୍ଲା ର ବିଶିଷ୍ଟ ସଂଗ୍ରାମୀ ବିଜେଡି ଯୁବ  ସଂଗଠକ ଓ ଆଳୀ ର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପଦ୍ୟୁନ୍ ଦାଶ ଙ୍କ ଦେହାନ୍ତ ରେ ଜିଲ୍ଲା ରେ ଶୋକ ର ଛାୟା
Jul 3, 202647 views

ଜିଲ୍ଲା ର ବିଶିଷ୍ଟ ସଂଗ୍ରାମୀ ବିଜେଡି ଯୁବ ସଂଗଠକ ଓ ଆଳୀ ର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ପଦ୍ୟୁନ୍ ଦାଶ ଙ୍କ ଦେହାନ୍ତ ରେ ଜିଲ୍ଲା ରେ ଶୋକ ର ଛାୟା

କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳ ର ସଂଗ୍ରାମୀ ଯୁବ ସଂଗଠକ, ଆଳି ବ୍ଲକର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଝରଣା ଦାଶ ଙ୍କ ପ୍ରତିନିଧି ଙ୍କ ଅକାଳ ବିୟୋଗ ଆଳି ସମେତ ସମଗ୍ର ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି, ତାଙ୍କ ସହଧର୍ମିଣୀ ଝରଣା ଦାଶ ବ୍ଲକ ଅଧ୍ୟକ୍ଷା ଥିଲାବେଳେ ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଓ ପ୍ରାକ୍ତନ ମନ୍ତ୍ରୀ ବର୍ତ୍ତମାନ ର ବିଧାୟକପ୍ରତାପ ଦେବ ଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ ତାଙ୍କ ର ଗତକାଲି ଅକାଳ ବିୟୋଗ ରେ ଆଜି ତାଙ୍କ ନୂଆଗାଁ ବାସଭବନ ରେ ବିଧାୟକ ପ୍ରତାପ ଦେବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବରିଷ୍ଟ ବିଜେଡି ନେତା ଭୀଷ୍ମ ମହାନ୍ତି କଂଗ୍ରେସ ବିଧାୟିକା ପ୍ରlଥୀ ତଥା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ, ଦେବସ୍ମିତା ଶର୍ମା ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ବାବୁଲି ବାବୁ ବରିଷ୍ଟ ଶିକ୍ଷାବିତ ପ୍ରାକ୍ତନ ବିଜେଡ଼ି ସଭାପତି ଜଗଦାନନ୍ଦ ବଳ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଦୀପକ ଭୂୟାଁ ପ୍ରାକ୍ତନ ବିଜେଡି ସଭାପତି ସନାତନ ମିଶ୍ର ଯୁବ ବିଜେଡ଼ି ସଭାପତି କେଦାର ବେହେରା ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ବେହେରା, ବରିଷ୍ଟ କଂଗ୍ରେସ ନେତା ଦର୍ପ ନାରାୟଣ ସାହୁ ନିଆଳ ସରପଞ୍ଚ ଅଶୋକ ମହାନ୍ତି ବରିଷ୍ଟ ବିଜେଡି ନେତା ଅଚ୍ୟୁତାନନ୍ଦ ବଳ ବଡଆମ୍ବିଲା ସରପଞ୍ଚ ସଚଳl ମହି ପ୍ରାକ୍ତନ ସରପଞ୍ଚ ଭରତ ସେଠୀ ବରିଷ୍ଟ ବିଜେଡ଼ି ନେତା ବିଜୟ କୁମାର ମହି ଦେସlହି ସମିତି ସଭ୍ୟ କୈଳାଶ ବେହେରା ସମେତ ଅlଳୀ ରାଜକନିକା ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ସମେତ ଜିଲ୍ଲା ର ବିଭିନ୍ନ ବ୍ଲକରୁ ରାଜନୀତିକ ନେତା ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସମାଜ ସେବୀ ସାମ୍ବାଦିକ ଯୁବ ଛାତ୍ର ତାଙ୍କ ପରିବାର କୁ ସମବେଦନଜଣାଇବା ସହିତ ସବାଧlରରେ ସାମିଲ ହୋଇଥିଲେ ତାଙ୍କ ବଡ଼ଝିଅ ଲିଚିଶ୍ମିତା ଦାଶ ମୁଖlଙ୍ଗୀ ଦେଇ ଥିବା ବେଳେ ମା ଭାରତୀ ଦାଶ,ସହଧର୍ମିଣୀ ଝରଣା ଦାଶ ସାନଝିଅ ପ୍ରାଚୀ ଦାଶ ଭାଇ ପ୍ରସନ୍ନ ଦାଶ କୈଳାଶ ଦାଶ ଭଉଣୀ ଜ୍ୟୋତ୍ସ୍ନା ମୟି ଦାଶ ପ୍ରେମ ମୟୀ ଦାଶ ଭେଣୋଇ ମନୋଜ କୁମାର ରଥ ହରିଶଙ୍କର ମିଶ୍ର ଝିଆରୀ ମେଘନାଦ, ଦାଶ ସୁଚସ୍ମୀତା ଦାଶ ପୁଅ ଜଗନ୍ନାଥ ଦାଶ ସମେତ ବନ୍ଧୁ କୁଟୁମ୍ବ ଶବାଧାରରେ ସାମିଲ ହୋଇଥିଲେ ବ୍ଳକ ସୋସିଆଲ ଅଡିଟ୍ ୟୁନିଟ ରୁ ବରିଷ୍ଠ ନାରୀନେତ୍ରୀ ସଂଯୁକ୍ତାତରାଇ ଜ୍ୟୋସ୍ନାରାଣି ମହାକୁଡ ସୂପ୍ନାରାଣୀ ନାୟକ ନିରୁପମାଚଣ୍ଡ ତପସ୍ବତୀ ପରିଡା ସ୍ମିତା ଦାସ ରମଳା ସୂତାର ଖବରପାଇଁ ଅଗ୍ରଣୀ ସ୍ଵେଚ୍ଛା ସେବି ସଂଗଠନ ଧୁବ ଅନ୍ନପୂର୍ଣ୍ଣା ସେବା ପରିଷଦ ର ସଭାପତି ସମାଜ ସେବି ନଳିନୀକାନ୍ତ ସ୍ୱାଇଁ ତାଙ୍କ ସହଧର୍ମିଣୀ ପ୍ରାକ୍ତନ ବ୍ଲକ ଅଧକ୍ଷା ଝରଣା ଦାଶ ଓ ସପରିବାର ପାଖରେ ଉପସ୍ଥିତ ହୋଇ ସମବେଦନା ଯରାଇଛନ୍ତି

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ୍ : କୈଳାଶ ଚନ୍ଦ୍ର ବଳ

ବାଘମାରି ଠାରେ ଗ୍ୟାସ ବୋଝେଇ ଟ୍ରକ ସହ ବାଲି ବୋଝେଇ ହାଇୱା ଧକ୍କା
Jul 3, 202693 views

ବାଘମାରି ଠାରେ ଗ୍ୟାସ ବୋଝେଇ ଟ୍ରକ ସହ ବାଲି ବୋଝେଇ ହାଇୱା ଧକ୍କା

ଖୋର୍ଦ୍ଧା-ବାଘମାରି–ବାଙ୍କୀ ରାସ୍ତାର ପୋଡ଼ାଡ଼ିହ ନିକଟରେ ଗ୍ୟାସ ବୋଝେଇ ଏକ ଟ୍ରକ ସହ ବାଲି ବୋଝେଇ ଏକ ହାଇୱାର ଧକ୍କା ଘଟିଛି। ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ବାଲି ଚାଲାଣ ଚୋରାଭାବେ ହେଉଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇ ଗାଁ, ନୂଆ ଟ୍ରାନ୍ସଫର୍ମର ଦାବିରେ କଲେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ
Jul 3, 202646 views

କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇ ଗାଁ, ନୂଆ ଟ୍ରାନ୍ସଫର୍ମର ଦାବିରେ କଲେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ

କିଛି ଦିନ ପୂର୍ବେ ବିଜୁଳି ଚଡକ ମାରିବାରୁ ଗାଁ ର ଟ୍ରାନ୍ସଫର୍ମର ଜଳିଯାଇଥିଲା I ସେହି ଦିନ ଠାରୁ ବିଦ୍ୟୁତ ସେବା ଗାଁ ରେ ଠପ୍ ହୋଇଯାଇଛି I ପରେ ଗ୍ରାମବାସୀ ବୀରମିତ୍ରପୁର TPWODL କର୍ତ୍ତୃପକ୍ଷ ଙ୍କୁ ସୂଚନା ଦେବା ସହିତ ନୂଆ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଦରଖାସ୍ତ ମଧ୍ୟ ଦେଇଥିଲେ I ହେଲେ କୋଡ଼ିଏ ଦିନ ରୁ ଉର୍ଦ୍ଧ ଦିନ ବିତିଯାଇଥିଲେ ସୁଦ୍ଧା ସମସ୍ୟା ର ସମାଧାନ ହୋଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ l ବାଧ୍ୟ ହୋଇ ଦୁଇ ଗାଁ ଲୋକେ ଆଜି ବୀରମିତ୍ରପୁର ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟ ପହଂଚି କାର୍ଯ୍ୟାଳୟ କୁ ଘେରାଉ କରିଥିଲେ l ଏପରି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ଓ ଭଦରପୁର ଗାଁ ରେ l କୋଡ଼ିଏ ଦିନ ହୋଇଗଲା ଗାଁ ଲୋକେ ଅନ୍ଧାରେ ଜୀବନ କାଟୁଛନ୍ତି I ଛାତ୍ରଛାତ୍ରୀ ଙ୍କ ପାଠ ପଢା ହେଉ ବା ପିଇବା ପାଣି ସମସ୍ୟା ବିଜୁଳି ନ ଥିବା ଯୋଗୁ ଲୋକେ ଗରମ ରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେବା ସହ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ l

Sundargarh (ସୁନ୍ଦରଗଡ଼)ରିପୋର୍ଟ : ଗଣପତି ଦାସ

ଜନବସତି ମଧ୍ୟରେ ବିଦେଶୀ ମଦ ଦୋକାନକୁ ବିରୋଧ, ତହସିଲଦାରଙ୍କୁ ଦାବିପତ୍ର
Jul 3, 202639 views

ଜନବସତି ମଧ୍ୟରେ ବିଦେଶୀ ମଦ ଦୋକାନକୁ ବିରୋଧ, ତହସିଲଦାରଙ୍କୁ ଦାବିପତ୍ର

ଜନବସତି ଭିତରେ ବିଦେଶୀ ମଦ ଦୋକାନ ଖୋଲାକୁ ନେଇ ବଢ଼ିଛି ଜନଅସନ୍ତୋଷ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ର ମୋଚିଟୋଲା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ମଦ ଦୋକାନ ବିରୋଧରେ ଆନ୍ଦୋଳନ କରିଛନ୍ତି। ପଦଯାତ୍ରା କରିବା ସହ କୁଆଁରମୁଣ୍ଡା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରି ତୁରନ୍ତ ଦୋକାନ ସ୍ଥାନାନ୍ତର ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ପ୍ରସ୍ତାବିତ ମଦ ଦୋକାନ ନିକଟରେ ସ୍କୁଲ, ମନ୍ଦିର ଏବଂ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ କେଉଁ ନିୟମ ଆଧାରରେ ଏବଂ କାହାର ଅନୁମତିରେ ଏଠାରେ ମଦ ଦୋକାନ ଖୋଲାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନେ। ଏହାଦ୍ୱାରା ଅଞ୍ଚଳର ସାମାଜିକ ପରିବେଶ ନଷ୍ଟ ହେବା ସହିତ ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବା ବେଳେ ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Sundargarh (ସୁନ୍ଦରଗଡ଼)ରିପୋର୍ଟ : ଗଣପତି ଦାସ

ବଣେଇ ରୁ ନୂଆଗାଁ 28 ବର୍ଷର ଶିକ୍ଷକତା କରି ଅବସର ନେଲେ ଅନଦା ସାର, ଶିକ୍ଷକ ସଂଘ ଓ ଛାତ୍ର ଛାତ୍ରୀ ଦେଲେ  ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା
Jul 3, 2026139 views

ବଣେଇ ରୁ ନୂଆଗାଁ 28 ବର୍ଷର ଶିକ୍ଷକତା କରି ଅବସର ନେଲେ ଅନଦା ସାର, ଶିକ୍ଷକ ସଂଘ ଓ ଛାତ୍ର ଛାତ୍ରୀ ଦେଲେ ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା

ହାତୀବାରୀ-2/07/2026 =ଅନଦା ଶଙ୍କର ପାଢ଼ୀ ଜଣେ ଉଚ୍ଚଶିକ୍ଷିତ ତଥା ଜଣା ଶୁଣାଶିକ୍ଷକ ଭାବରେ ନୂଆଗାଁ ବ୍ଲକ ରେ ତାଙ୍କ ବେଶ ନା ରହିଥିଲା, 1997 ରେ ପ୍ରଥମେ ବଣେଇଶିକ୍ଷାଜିଲ୍ଲା ରେ ଶିକ୍ଷକ ଭାବରେ ପ୍ରଥମେ ନିଯୁକ୍ତି ପାଇଥିବା ଶିକ୍ଷକ ପାଢ଼ୀ ପରେ ନୂଆଗାଁ ବ୍ଲକ କୁ ବଦଳୀ ହୋଇଆସିଥିଲେ, ତେବେ ଦୀର୍ଘ 28 ବର୍ଷ ର ଚାକରି ଜୀବନରେ ସେ ଜଣେ ନିଷ୍ଠାପର, ସମୟାନୁବର୍ତ୍ତିତା, ମିଷ୍ଠଭାଷି ଶିକ୍ଷକ ଭାବରେ ବ୍ଲକରେ ଜଣାଶୁଣା ଥିଲେ ତାଙ୍କ ସମୟ ରେ ହିଁ ହାତିବାରୀ ଠାରେ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଏବଂ ସେ ହିଁ ସେଇ ସ୍କୁଲ ର ପ୍ରଥମ ପ୍ରଧାନ ଶିକ୍ଷକ ଭାବରେ ଦାୟୀତ୍ବ ତୁଲେଇଥିଲେ, ମଙ୍ଗଳବାର ତାଙ୍କୁ ଅବସର କାଳୀନ ବିଦlୟ ଦିଆଯାଇଥିଲା ତାଙ୍କ ସହ ନୂଆଗାଁ ବ୍ଲକ ର ଦୁଇ ଜଣ ଶିକ୍ଷୟତ୍ରୀ ଙ୍କୁ ମଧ୍ୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି,ନୂଆଗାଁ ସାହୁଟୋଲୀ ସ୍କୁଲ ର ଶିକ୍ଷୟତ୍ରୀ ସୋଶlନ ଡାଙ୍ଗ ଏବଂ ପୁରୁଣlପାଣି ୟୁପି ସ୍କୁଲ ର ଶିକ୍ଷୟତ୍ରୀ ରୋଜମେରୀ ଶାନ୍ତି ସୋରେଙ୍ଗ ଅବସର ଗ୍ରହଣ କରିଥିବା ବେଳେ ପୁରୁଣାପାଣି ନିକଟସ୍ଥ ଟିସ୍କୋ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅନଦା ଶଙ୍କର ପାଢ଼ୀ ଅବସର ଗ୍ରହଣ କରିଛନ୍ତି ଅବସରର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନିଜ ନିଜ ସ୍କୁଲ ରେ ଛାତ୍ର ଛାତ୍ରୀ ମାନେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରି ନିଜ ନିଜ ପ୍ରିୟ ଶିକ୍ଷକ ଙ୍କୁ ଵିଦାୟ ଦେଇଥିଲେ, ସେହି ଭଳି ନୂଆଗାଁ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଦିଲୀପ କୁମାର ସାହୁ, ଶିକ୍ଷକ ଅଶୋକ କୁମାର ସାହୁ, ମଙ୍ଗଲ କେର୍କେଟା,ପର୍ଶୁରାମ ବେହେରା, ରଂଜିତ ଏକ୍କା, ମଧୁସୂଦନ କୋରିଆଲି, ସଞ୍ଜୟ ରଥ, ଅରୁଣ ବେହେରା, ଶଙ୍କର୍ଷଣ ବେହେରା, ବାସୁଦେବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ମାନଙ୍କୁ ମଧ୍ୟ ସମସ୍ତ ଅବସର ଗ୍ରହଣ କରିଥିବା ତିନିଜଣ ଶିକ୍ଷକ ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସେମାନଙ୍କ ଉତ୍ତରତ୍ତର କାମନା କରିଥିଲେ

Sundargarh (ସୁନ୍ଦରଗଡ଼)ରିପୋର୍ଟ : ଗଣପତି ଦାସ

ଜୁନାଗଡ଼ ବ୍ଲକ କଟନି ଛଟନି ଓ ମୌସମୀ ଜନିତ ବର୍ଷା ରେ ଚାଷୀ ବେହାଲ
Jul 3, 2026130 views

ଜୁନାଗଡ଼ ବ୍ଲକ କଟନି ଛଟନି ଓ ମୌସମୀ ଜନିତ ବର୍ଷା ରେ ଚାଷୀ ବେହାଲ

ଜୁନାଗଡ - ଜୁନାଗଡ ବ୍ଲକ ଚାଷୀଙ୍କ ଦୁଃଖ ବୁଝିବ କିଏ। ଗୋଟିଏ ପଟେ ମୌସମୀ ଜନିତ ବର୍ଷା ଓ ଆଉଗୋଟେ ପଟେ ମିଲର୍ସ ଙ୍କ ମନମୁଖୀ କଟନି ଛଟନି l ରେ ଚାଷୀ ମାନେ ଶୋଷିତ । ସରକାର ଧାନ କ୍ୟୁଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି ।କିନ୍ତୁ ବାସ୍ତବରେ ଚାଷୀକୁ ମିଳୁଛି କେତେ। ମୁଁ ଜୁନାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡି ର ଚାଷୀଙ୍କ ସହ ଆଲୋଚନା କରିଛି। ଚାଷୀଙ୍କ କହିବା ଅନୁସାରେ ପ୍ରତି ୧୦୦ କିଲୋଗ୍ରାମ ଓଜନର ୭ ରୁ ୯ କିଲୋଗ୍ରାମ ପର୍ଯ୍ୟନ୍ତ ମଣ୍ଡି କଟନି ନାମରେ ମିଲର୍ସ ଶୋଷଣ କରୁଛନ୍ତି ତା ସହିତ ବସ୍ତା ପିଛା ପ୍ରାୟ ୧.୫ - ୨ କିଲୋଗ୍ରାମ ପୁନର୍ବାର ବସ୍ତା ଓଜନ ନାମରେ ଚାଷୀଙ୍କ ଠାରୁ ଅଧିକ ନେଉଥିବା ଚାଷୀ ପ୍ରକାଶ କରିଛନ୍ତି। ଠିକ୍ ସେହିପରି ଧାନ ଉଜନ କରୁଥିବା ଶ୍ରମିକ ମାନେ ବସ୍ତା ପିଛା ୭ରୁ୧୦ ଟଙ୍କା ନେବା ନଜର କୁ ଆସିଛି।ଚାଷୀ କେବଳ ଶୋଷଣ ର ଶିକାର ହେଉଛି। ଏହା ହେଉଛି ମଣ୍ଡି ର ବାସ୍ତବତା। ଚାଷୀ ଙ୍କ ଉପାର୍ଜିତ ଧାନ କୁ କିପରି ଭାବରେ ହରିଲୁଟ ଚାଲିଛି ଟିକିଏ ବିଚାର କରନ୍ତୁ।ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ
Jul 3, 202632 views

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ନୂତନ ସଭାପତି ଭାବେ ରୋଟାରୀଆନ ଡ ସଞ୍ଜୁକ୍ତା ପତି ମନୋନୀତ ହେବା ପରେ ପ୍ରଥମ ପ୍ରୟାସ ସ୍ଵରୁପ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମରେ ଛେଣ୍ଡ ପ୍ରଥମ ଫେଜ ରେ ଥିବା ଡାକଘର ଠାରେ ଏକ ୱଟର କୁଲର ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଦାୟିତ୍ଵ ନେଇଥିବା ୩୨୬୧ ଜିଲ୍ଲା ଗଭର୍ଣ୍ଣର ଆଲାମ ସିଂ ରୂପ୍ରା ଓ ଫାଷ୍ଟ ଲେଡି ହରପାଲ ରୂପ୍ରା ଅତିଥି ଭାବେ ଯୋଗ ଦେଇ ଏହି ଥଣ୍ଡା ପାନୀୟ ଯନ୍ତ୍ରକୁ ଉଦ୍ଘାଟନ କରିଥିଲେ। ଫଳରେ ଏଠାରେ ଆବଶ୍ୟକ ହେଉଥିବା ତଥା ସେହି ରାସ୍ତା ରେ ଯାଉଥିବା ସମସ୍ତ ପଥଚାରୀ ଏହାର ସୁଫଳ ପାଇପାରିବେ ବୋଲି କୁହାଯାଇଛି। ପ୍ରାରମ୍ଭରେ ସଭାପତି ରୋଟାରୀଆନ ଡ ପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ସାଧାରଣ ସମ୍ପାଦକ ରୋଟାରୀଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ତଥା ପ୍ରାକ୍ତନ ସଭାପତି ଡ ମୀନତି ପଣ୍ଡା, ପ୍ରଶାନ୍ତ କୁମାର ପତି,ଅଜିତ ପୁଜାରୀ, ଗଣେଶ୍ୱର ପଟ୍ଟନାୟକ, ପ୍ରଶାନ୍ତ ରଞ୍ଜନ ପାତ୍ର, ସବିତା ମହାନ୍ତି, ବସନ୍ତ କୁମାର ତନ୍ତୀ, ସଞ୍ଜୟ ମହାନ୍ତି,ସୋମା ମହାପାତ୍ର, ବିଗ୍ନେଶ ପତି, ଶ୍ରୀଧର ମଲ୍ଲିକ, ଅଞ୍ଜଳି ହୋତା ,ସଞ୍ଜିତ ଛୋଟରାୟ, ଅଶୋକ କୁମାର ମିଶ୍ର, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସନ୍ତୋଷ ମହାପାତ୍ର, ନିତ୍ୟାନନ୍ଦ ବିଶ୍ବାଳ, ପ୍ରସନ୍ନ ତ୍ରିପାଠୀ, ରବିନ୍ଦ୍ର ପଣ୍ଡା, ବ୍ରଜକିଶୋର ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

Rourkela (ରାଉରକେଲା)ରିପୋର୍ଟ : ସୁବାସ କୁମାର ଗୁପ୍ତା

ଓଡ଼ିଆ ସାହିତ୍ୟରେ ବର୍ଷା ଆଲୋଚନାଚକ୍ର
Jul 3, 202629 views

ଓଡ଼ିଆ ସାହିତ୍ୟରେ ବର୍ଷା ଆଲୋଚନାଚକ୍ର

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ସେକ୍ଟର ୧୭ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାସିକିଆ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଶାଖାର ସଭାପତି ବିଜୟିନୀ ଜେନାଙ୍କ ସଭାପତିତ୍ବ ଓ ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ସାହିତ୍ୟରେ ବର୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଉଭୟ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ବର୍ଷା ର ଆଗମନ, ବର୍ଷା ଋତୁର ସୈ।ନ୍ଦର୍ଯ୍ୟବୋଧ, ଚାଷୀ ଭାଇର ମିତ, ବର୍ଷା କୁ ନେଇ କିପରି ସାହିତ୍ୟିକ କବିମାନଙ୍କ ର କଲମ ଚଳଚଞ୍ଚଳ ହୁଏ ତଥା ବିଭିନ୍ନ ସାହିତ୍ୟିକଙ୍କ ଲେଖନୀ ଚାଳନାରେ ସାହିତ୍ୟ କିପରି ଉଦବୁଦ୍ଧ ହୋଇଛି ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ପରେ ପୁଷ୍ପାରାଣୀ ପଟେଲ ଏକ ଅଣୁ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ବାପା ସମ୍ପର୍କିତ କବିତା ପାଠ କାର୍ଯ୍ୟକ୍ରମରେ ଇଂ ଅଶୋକ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲାବେଳେ କବୀ ଅର୍ଚ୍ଚନା ପାତ୍ର କବିତା ଗୁଡ଼ିକ ସଂଯୋଜନା କରିଥିଲେ। ସର୍ବଶ୍ରୀ ତ୍ରିଲୋଚନ ମଥାନ, ହରମୋହନ ମିଶ୍ର,ମୀନକେତନ ପଶାୟତ, ବିଜୟିନୀ ଜେନା,କୁଞ୍ଜବିହାରୀ ରାଉତ, ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ, ଗଙ୍ଗାଧର ପୁହାଣ, ଅଶୋକ କୁମାର ପଟ୍ଟନାୟକ, ଅର୍ଚ୍ଚନା ପାତ୍ର ପ୍ରମୁଖ ବାପା ସମ୍ପର୍କିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ କଥନ ଓ ଶିକ୍ଷାବିତ ସୈ।ମ୍ୟପ୍ରସାଦ ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶାଖାର ଉପସଭାପତି ପ୍ରବୀର କୁମାର ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ସସ୍ମିତା ପ୍ରଧାନ, କୈଳାଶ ଚନ୍ଦ୍ର ମାହାଳୀ, ଗଣେଶ ଜୟସିଂହ, ରମେଶ ମହନ୍ତ, ଲୀଳାବତୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା)ରିପୋର୍ଟ : ସୁବାସ କୁମାର ଗୁପ୍ତା

ରାଉରକେଲା ପୁଲିସର ନିଶାମୁକ୍ତ ଓଡିଶା ଅଭିଯାନ
Jul 3, 202681 views

ରାଉରକେଲା ପୁଲିସର ନିଶାମୁକ୍ତ ଓଡିଶା ଅଭିଯାନ

ରାଉରକେଲା: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଓଡ଼ିଶା ପୁଲିସର ନିଶାମୁକ୍ତ ଓଡିଶା କାର୍ଯ୍ୟକ୍ରମରେ ଡିଏସପି ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ସେକ୍ଟର ୧୯ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଶତାଧିକ ଛାତ୍ର ଯୋଗଦେଇଥିଲାବେଳେ ପ୍ରାକ୍ତନ ପୁଲିସ ଅଧିକାରୀ ଡ ସୁମନ ଦତ୍ତ, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ଯୋଗଗୁରୁ ଗଙ୍ଗାଧର ଦାଶ, ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରର ଅଧ୍ୟାପକ ପାର୍ଥସାରଥୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଶା ବ୍ୟବହାର ର ଅପକାରିତା ଓ ଏହା କିପରି ଜନଜୀବନ, ସାମାଜିକ ସ୍ଥିତି କୁ ନଷ୍ଟ କରେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡିଏସପି ଶ୍ରୀ ପ୍ରଧାନ ଓ ଥାନା ପ୍ରଭାରୀ ଶ୍ରୀ ସାହୁ ନିଶା ବର୍ଜନ ପାଇଁ ଛାତ୍ରମାନଙ୍କୁ ଶପଥ ପାଠ କରାଇଥିଲେ। ଶ୍ରୀ ପ୍ରଧାନ ନିଶା ବର୍ଜନ ପାଇଁ ଗୁରୁତ୍ୱାରୋପ କରିଥିଲା ବେଳେ ଶ୍ରୀ ସାହୁ ପଞ୍ଚନ୍ଦ୍ରିୟ କୁ ନିୟନ୍ତ୍ରଣ ସହ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ତଥା ସମସ୍ତ ଅତିଥି ନିଜ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏଏସଆଇ ମନୋରଞ୍ଜନ ପରିଡା ନିଶା ଅପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥାନା ପକ୍ଷରୁ ଏସଆଇ ଦୁର୍ଯୋଧନ ପ୍ରଧାନ, ଏଏସଆଇ ସୁରେଶ ଦାସ, ବସନ୍ତ ବେହେରା,ଗୁଲାବ ଖାନ୍, ସ୍ନେହଲତା ମିଶ୍ର, ଆରତୀ ନାଏକ, ବାଲେଶ୍ଵରୀ ସିଂ,ନଖିଲ ଡୁଙ୍ଗୁରୀ,କମଳ ନାୟକ, ଶ୍ୟାମସୁନ୍ଦର ଜୟପୁରିଆ, ଯଶମିନ ଜାତେ,ଅଜିତ ନାଗ,ଅନୁପ ଏକ୍କା,ଲାଜରୁସ କାଣ୍ଡୁଲନା, ପ୍ରଶାନ୍ତ ଆପଟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା)ରିପୋର୍ଟ : ସୁବାସ କୁମାର ଗୁପ୍ତା

ସହଯୋଗ ର ହାତ ବଢ଼ାଇଲା ଆମ ସ୍ୱାଭିମାନ ଟ୍ରଷ୍ଟ
Jul 3, 202686 views

ସହଯୋଗ ର ହାତ ବଢ଼ାଇଲା ଆମ ସ୍ୱାଭିମାନ ଟ୍ରଷ୍ଟ

କେନ୍ଦ୍ରାପଡ଼ା : ଆଳି, ଅଗ୍ନି ବିପନ୍ନଙ୍କୁ ସହାୟତା ହାତ ବଢାଇଲା ଆମ ସ୍ବାଭିମାନ ଟ୍ରଷ୍ଟ l ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ଅହ୍ଳିଆ ଗ୍ରାମର ମିନତି ମଲିକ ଙ୍କ ବହୁ ପୂର୍ବରୁ ସ୍ବାମୀ ଙ୍କ ମୃତ୍ୟୁ ଘଟିଥିଲା l ମିନତିଙ୍କ ଅସହାୟତା ଦେଖି ତାଙ୍କ ନିକଟରେ ବିବାହିତ ଝିଅର ଦୁଇ ଝିଅ ଅର୍ଥାତ ନାତୁଣୀଙ୍କୁ ନେଇ ରହୁଥିଲେ l ଗତ ଜୁନ ମାସ ୨୬ ତାରିଖ ଦିନ ସନ୍ଧ୍ୟାରେ ହଠାତ ମିନତୀଙ୍କ ଚାଳ ଛପର ଘରେ ନିଆଁ ଲାଗି ଯାଇଥିଲା l ଅଗ୍ନିକାଣ୍ଡ ର କରାଳତାଣ୍ଡବ ରେ ଘରର ଆସବାବପତ୍ର ସହିତ ଦୁଇ ନାତୁଣୀ ଙ୍କର ଖାତାବହି ଓ ପିନ୍ଧିବା ବସ୍ତ୍ର ସବୁ ପୋଡ଼ି ଯାଇଥିଲା l ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ଆଳି ବ୍ଲକ ମାଣିକପାଟଣା ଠାରେ ଗଢିଉଠିଥିଥିବା ଆମ ସ୍ବାଭିମାନ ଟ୍ରଷ୍ଟ ସଦସ୍ୟା ମାନେ ସହଯୋଗ ର ହାତ ବଢ଼ାଇଛନ୍ତି l ଏହି ଖବରଟି ପାଇବା ପରେ ଟ୍ରଷ୍ଟ ମୁଖ୍ୟ ମ‌୍ୟାନେଜମେଟ ଦେବେନ୍ଦ୍ର ଦାଶ, ସଭାପତି ବିନୋଦ କୁମାର ତରାଇ ସମସ୍ତ ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଆଦାୟ ଅର୍ଥ ରାଶି ନେଇ ମିନତୀ ଙ୍କ ନିକଟରେ ପହଞ୍ଚିଥିଲେ l ଏହି ସହଯୋଗ ରେ ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ତଥା ବରିଷ୍ଠ ସମାଜସେବୀ ଚକ୍ରଧର ଦାଶ ଚକ୍ରଧର ଦାଶ ମଧ୍ୟ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ଦ୍ଵାରା ଅର୍ଥ ରାଶି ସାହାଯ୍ୟ କରିଥିଲେl ଟ୍ରଷ୍ଟ ର ମୁଖ୍ୟ ପରିଚାଳକ ନବକିଶୋର ପରିଡ଼ା, ବିକାଶ ସାହୁ, ବିଚିତ୍ର ଲେଙ୍କା, ବିପିନ୍ ବେହେରା, ଶିବ ପ୍ରସାଦ ବେହେରା ଅନିରୁଦ୍ଧ ସେଠୀ, ସୁଶାନ୍ତ ବିଶ୍ୱାଳ, ସଞ୍ଜୟ ଦାସ ଉପସ୍ଥିତ ଟ୍ରଷ୍ଟ ର ସମସ୍ତ ସଦସ୍ୟ ମାନେପରିଚାଳନା ରେ ସହଯୋଗ କରିଥିଲେ l

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲ୍ଲୀପ ପରିଡା, ଆଳି

ମହିଳାଙ୍କୁ ମାଡ ମାରି ବିଳମ୍ବିତ ରତିରେ ଘରେ ପଶି ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନଗଦ ୨୫ ହଜାର ଟଙ୍କା
Jul 3, 202669 views

ମହିଳାଙ୍କୁ ମାଡ ମାରି ବିଳମ୍ବିତ ରତିରେ ଘରେ ପଶି ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନଗଦ ୨୫ ହଜାର ଟଙ୍କା

ଘରେ ସୋଇଥିବା ସମୟରେ ମହିଳାଙ୍କ ଵେକରୁ ସୁନା ଚେନ କାଟିଲେ ଆଉ ମହିଳାଙ୍କୁ ମାଡ ମାରି କ୍ଷତ ବିକ୍ଷତ କଲେ ଦୁର୍ବୃତ୍ତ ଆଉ ଲୁଟି ନେଇ ଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନଗଦ ୨୫ ହଜାର ଟଙ୍କା। ଏଭଳି ଚାଞ୍ଚଲ୍ୟକର ଘାଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧିନ ନିଆଳ ଗ୍ରାମର ଧର୍ମୋଜୟ ନନ୍ଦଙ୍କ ସଂପର୍କୀୟ ସାନ ଭାଇ ଙ୍କ ବିବାହ ଘର ଥିଲା ସେହି ଟେଣ୍ଟ ବନ୍ଧାହୋଇଥିବା ବାଉଁଶ ସାହାଯ୍ୟ ରେ ଛାତ ଉପରେ ଚଢ଼ି ସେଢ଼ି ଘର ଅଜବେଷ୍ଟ କୁ ତାଡ଼ି ଘରେ ପଶିଥିଲେ ଦୁଇ ଜଣ ଲୁଟେରା l ଘରେ ଶୋଇଥିବା ବେଳେ ଧର୍ମୋଜୟ ସ୍ତ୍ରୀ ଓ ତାଙ୍କ ମା ଙ୍କୁ ମାଡ ମାରି ପରିଧାନ କରିଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଘରେ କଳାକନା ବୁଲେଇ ଦେଇଛନ୍ତି ଦୁଇ ଜଣ ଲୁଟେରା। ଘର ଲୋକ ପାଟି କରିବାରୁ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ପରିବାର ଲୋକ ପୋଲିସ କୁ ଜଣେଇବେ ପରେ ଘଟଣା ସ୍ଥଳରେ ଆଳି ପୋଲିସ୍ ପହଞ୍ଚି ଏତଲା ଅଧାରରେ ତଦନ୍ତ ଆରମ୍ଭ କରିଛି l

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡା, ରାଜକନିକା