Web News

ଚିକିଟି ରେ ଉତ୍ସାହର ସହ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ-୨୦୨୬ ,ସହରର ବିକାଶରେ ଜନସାଧାରଣଙ୍କ ସହଭାଗିତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବl ନିହାତି ଜରୁରୀ
ଚିକିଟି :ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଚିକିଟି ରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଚିକିଟି ସ୍ଥିତ ରାଜ କବି ରାଧାମୋହନ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିକିଟି ଜନସାଧାରଣ, ଛାତ୍ର ଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି,ଏନ. ଏ. ସି ଅଧକ୍ଷା ଦୀପାକୁମାରୀ ସାହୁ,ବି. ଡି. ଓ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ୱରଂଜନ କଂହର, ବି. ଇ. ଓ ପନ୍ନଗ ଭୂଷଣ ମାଝୀ,ଏନ. ଏ. ସି ଏ. ଓ. ସିଦ୍ଧାର୍ଥ ସୋରେନ ଏବଂ 12 ଟି ୱାର୍ଡ ର କଂlଉସିଲେର ସମ୍ମାନିତ ଅତିଥି, ଭାବେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ କହିଥିଲେ ଯେ, ସ୍ୱାୟତ୍ତ ଶାସନ ହେଉଛି ତୃଣମୂଳସ୍ତରରେ ଗଣତନ୍ତ୍ରକୁ ମଜବୁତ କରିବାର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ। ସହରର ଉନ୍ନତି କେବଳ ସରକାର କିମ୍ବା ଏନ. ଏ. ସି ଓ ପୌରପାଳିକାର ଦାୟିତ୍ୱ ନୁହେଁ; ଏଥିରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗ ଆବଶ୍ୟକ। ସେ କହିଥିଲେ ଯେ ଚିକିଟି ସହରର ବିକାଶ ପାଇଁ ରାସ୍ତା, ଡ୍ରେନେଜ, ପାନୀୟଜଳ, ଆଲୋକୀକରଣ, ସ୍ୱଚ୍ଛତା ଓ ନାଗରିକ ସୁବିଧା ଭଳି ମୌଳିକ ଆବଶ୍ୟକତାଗୁଡ଼ିକୁ ପ୍ରାଥମିକତା ଦେବା ଆବଶ୍ୟକ। ଚିକିଟି ବିଜ୍ଞାପିତ ଅଞ୍ଚଳ କୁ ଏକ ସୁନ୍ଦର, ସ୍ୱଚ୍ଛ ଓ ସୁସ୍ଥ ସହର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଚିକିଟି ଗଠନ ପାଇଁ ଘରୁ ଅଳିଆ ବାହାର କରିବା ସମୟରେ ଆବର୍ଜନାକୁ ପୃଥକୀକରଣ, ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବା ଏବଂ ଏନ. ଏ. ସି.ର ସ୍ୱଚ୍ଛତା ଅଭିଯାନରେ ନାଗରିକମାନେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ନାଗରିକଙ୍କ ସହଯୋଗ ବିନା ସ୍ୱଚ୍ଛ ଓ ସୁନ୍ଦର ସହର ଗଠନ ସମ୍ଭବ ନୁହେଁ ବୋଲି ସେ କହିଥିଲେ। ଅତିଥି ମାନେ ନିଜ ନିଜ ଭାଷଣ କହିଥିଲେ ଯେ, ବିଜ୍ଞାପିତ ଅଞ୍ଚଳ ର ମୂଳ ଲକ୍ଷ୍ୟ ହେଉଛି ନାଗରିକଙ୍କୁ ଉତ୍ତମ ଓ ଗୁଣାତ୍ମକ ସେବା ପ୍ରଦାନ କରିବା। ନାଗରିକମାନଙ୍କ ଆବଶ୍ୟକତା ଓ ସମସ୍ୟାକୁ ଗୁରୁତ୍ୱ ଦେଇଏନ. ଏ. ସି.ପକ୍ଷରୁ ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣମୂଳକ ପଦକ୍ଷେପ ନିଆଯାଉଛି ।କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ “ସ୍ୱଚ୍ଛ, ସୁସ୍ଥ, ସୁନ୍ଦର ଓ ବିକଶିତ "ଚିକିଟି ” ଗଠନ ପାଇଁ ପ୍ରଶାସନ, ବିଜ୍ଞାପିତ ଅଞ୍ଚଳ ଓ ନାଗରିକମାନେ ଏକତ୍ରିତ ହୋଇ କାର୍ଯ୍ୟ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
Ganjam (ଗଞ୍ଜାମ) • ରିପୋର୍ଟ: ଦୁର୍ଗାମାଧବ ମହାରଣା

Sinapali Adarsha Yubak Sangha Calls for Better Roads, Tourist Facilities and Safety Measures at Sunabeda-Chauladhua
Sinapali/Komna: A cleanliness awareness and exploration programme was organised by the Sinapali Adarsha Yubak Sangha and Virus Gang at Sunabeda and Chauladhua Waterfalls under Komna block. Along with exploring the scenic beauty of the area, the members also visited the revered Maa Sunadei Temple and interacted with visitors regarding the need to preserve the cleanliness and natural beauty of the tourist destinations. During the programme, the members appealed to tourists and visitors not to throw plastic, food waste and other garbage indiscriminately in and around the waterfall area. They stressed that maintaining cleanliness is essential for protecting the natural environment and ensuring that the area remains attractive and safe for visitors. The members also paid obeisance to Maa Sunadei. The shrine enjoys deep faith and devotion among the people, with hundreds of devotees visiting the temple every day. Despite heavy rainfall, a large number of devotees continue to visit the shrine, reflecting its strong religious significance among the people. Chauladhua Waterfall has recently been attracting considerable attention among tourists and nature lovers and is increasingly becoming a popular destination. Taking note of its growing popularity, the youth group visited the site to explore its tourism potential and assess the problems faced by visitors. The group has urged the administration to take immediate steps for the overall development of the waterfall and surrounding areas. Their demands include construction of a proper approach road to the waterfall, promotion and publicity of Chauladhua as a tourist destination, development of basic tourism infrastructure and provision of adequate facilities for visitors coming from distant places. The group also stressed the need for proper accommodation facilities for tourists as well as devotees visiting Maa Sunadei Temple. They called for improvement of the temple premises, development of a suitable parikrama pathway, better road connectivity to the temple and necessary infrastructure for the convenience of devotees. Besides tourism and religious infrastructure, the members demanded effective measures for the protection of wildlife and the surrounding natural environment. They also sought deployment of police personnel in the waterfall area to ensure the safety and security of tourists and visitors, particularly during periods of heavy tourist inflow. The youth group expressed hope that coordinated efforts by the administration and concerned departments would help transform Chauladhua and the Maa Sunadei shrine into well-developed tourism and pilgrimage destinations. Such development, they said, could also provide a boost to the local economy and create new opportunities for the surrounding communities. Those present during the programme included Bablu Meher, Akhil Meher, Naru Meher, Rinku Meher, Pinku Meher, Malaya Meher, Dialu Naik, Bhawani Meher, Pramod Meher, Pustam Meher, Kanhā Meher, Jitendra Meher, Yuge Meher and Pintu Meher, along with other members of the organisation.
Nuapada (ନୂଆପଡ଼ା) • Reports: Malaya Meher, District Correspondent

Gangadhar Meher Jayanti Celebrated in Dharmagarh: Speakers Highlight the Poet’s Deep Connection with Nature and Social Consciousness
Dharmagarh: The birth anniversary of renowned Odia poet and ‘Swabhaba Kabi’ Gangadhar Meher was celebrated with literary fervour and solemnity at Panchayat College, Dharmagarh. The programme was jointly organised by the Kalahandi Lekhak Kala Parishad, Bhawanipatna, and Panchayat College, Dharmagarh. The Jayanti celebration was held at the college auditorium under the chairmanship of In-charge Principal Nimai Charan Patra. Educationist and noted writer Pratap Kishore Mund attended the programme as the chief guest, while retired professor Dr. Harekrushna Meher was the chief speaker. Dr. Dasharathi Acharya, Kalahandi Lekhak Kala Parishad president Umesh Chandra Panda and secretary Bhabanath Rayaguru were present as distinguished guests. The programme began with a welcome song and Meher compositions performed by students of the Bhawanipatna Music College, creating a rich literary and cultural atmosphere. In his address, chief speaker Dr. Harekrushna Meher discussed the social realities reflected in Gangadhar Meher’s literary works and highlighted their continued relevance in contemporary society. Chief guest Pratap Kishore Mund elaborated on the poet’s profound love for nature and the remarkable presence of nature-consciousness in his writings. At the concluding session, prizes were presented to the successful participants of the previously organised speech and essay-writing competitions based on the life and literary contributions of Gangadhar Meher. Head of the Odia Department Ganapati Bag coordinated the programme, while lecturer Sadaya Pradhan proposed the vote of thanks. Professor Saroj Kumar Panda, other faculty members of the college, students of the Odia Department and senior members of the Kalahandi Lekhak Kala Parishad attended the event. Odia lecturer Dinabandhu Bag and lecturers Anjali Majhi and Bithika Manjari Thakur extended their cooperation in making the programme successful.
Kalahandi (କଳାହାଣ୍ଡି) • Reports: Rupendra Sunani

ଗୋମାତା ଜନ୍ମ ଦେଲା ଅଦ୍ଭୁତ ଛୁଆ, ତିନୋଟି କାନ ଦେଖିବାକୁ ଲୋକଙ୍କ ଭିଡ଼
ଭଦ୍ରକ, ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଜୟନଗର ଗ୍ରାମରେ ଏକ ଅଦ୍ଭୁତ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗ୍ରାମର ଦୋଳଗୋବିନ୍ଦ ଜେନା ଦୀର୍ଘଦିନ ଧରି ଏକ ଗାଈ ପାଳି ଆସୁଥିଲେ। ପରିବାର ଲୋକମାନେ ମଧ୍ୟ ଗାଈଟିକୁ ନିଜ ପରିବାରର ଜଣେ ସଦସ୍ୟ ଭଳି ଅତ୍ୟନ୍ତ ସ୍ନେହ ଓ ଯତ୍ନରେ ରଖିଥିଲେ। ତେବେ ଆଜି ଗାଈଟି ଏକ ଛୁଆ ଜନ୍ମ ଦେବା ପରେ ପରିବାର ଲୋକଙ୍କ ଖୁସିର ସୀମା ରହିନଥିଲା। ମାତ୍ର ଛୁଆଟିକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କାରଣ ନବଜାତ ଛୁଆଟିର ତିନୋଟି କାନ ଥିବା ଦେଖିବାକୁ ମିଳିଛି। ଏହି ଅସାଧାରଣ ଦୃଶ୍ୟର ଖବର ଧୀରେ ଧୀରେ ଆଖପାଖ ଅଞ୍ଚଳରେ ପ୍ରଚାର ହେବା ପରେ ଜୟନଗର ଗ୍ରାମରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। ବହୁ ଲୋକ ନବଜାତ ଛୁଆଟିକୁ ଦେଖିବା ପାଇଁ ଦୋଳଗୋବିନ୍ଦ ଜେନାଙ୍କ ଘରେ ପହଞ୍ଚୁଛନ୍ତି। ଗାଈଟି ସୁସ୍ଥ ଭାବେ ଛୁଆ ଜନ୍ମ ଦେଇଥିବାରୁ ପରିବାର ଲୋକେ ଖୁସି ଥିବା ବେଳେ ତିନୋଟି କାନ ଥିବା ଏହି ଅଦ୍ଭୁତ ଛୁଆଟି ଏବେ ସମଗ୍ର ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ପାଲଟିଛି। ଘଟଣାଟିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ବେଶ୍ କୌତୂହଳ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନେ ଗାଈଟିକୁ ଦୀର୍ଘଦିନ ଧରି ନିଜ ପରିବାରର ଛୁଆ ଭଳି ଭଲପାଇ ଆସୁଥିଲେ। ତେଣୁ ଏହି ନବଜାତ ଛୁଆଟିକୁ ମଧ୍ୟ ସେମାନେ ସେହିପରି ଯତ୍ନ ଓ ସ୍ନେହରେ ରଖିବେ ବୋଲି କହିଛନ୍ତି। ତେବେ ଏପରି ଜନ୍ମଗତ ଭିନ୍ନତାର କାରଣ କ’ଣ, ତାହା ଜାଣିବା ପାଇଁ ପଶୁ ଚିକିତ୍ସକଙ୍କ ପରାମର୍ଶ ନିଆଯିବା ଆବଶ୍ୟକ। ଘଟଣାଟି ଏବେ ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ନିଅନ୍ତୁ ଅବସର ନନ୍ଦ ସାର୍… କିନ୍ତୁ ଆସୁଥିବେ, ଯାଉଥିବେ… ଆମ ସ୍କୁଲକୁ, ଆମ ହୃଦୟକୁ
ଅବସର ଥିଲା, ହେଲେ ପରିବେଶ ଥିଲା ଉତ୍ସବମୁଖର। ଡିଜେ ବାଜୁଥିଲା, ବାଣ ଫୁଟୁଥିଲା, ଢୋଲ-ମହୁରୀରେ ଦୁଲୁଥିଲା ପରିବେଶ। ହଣ୍ଡା ବସିଥିଲା, ଭୋଜିଭାତର ଆୟୋଜନ ହୋଇଥିଲା। କିନ୍ତୁ ଏହି ଖୁସିର ମାହୋଲ ଭିତରେ ଲୁଚିଥିଲା ଏକ ଅସରା ଦୁଃଖ… ଛାତ୍ରଛାତ୍ରୀଙ୍କ ଆଖିରୁ ଝରୁଥିଲା ଲୁହ। କାରଣ, ସେମାନଙ୍କ ପ୍ରିୟ ନନ୍ଦ ସାର୍ ଆଜି ବିଦ୍ୟାଳୟରୁ ନେଉଥିଲେ ଅବସର। ଭଦ୍ରକ ଜିଲ୍ଲା ଧାମନଗର ଶିକ୍ଷାମଣ୍ଡଳ ଅଧୀନସ୍ଥ ଡିହଭଟ୍ଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ଶ୍ରୀ ନନ୍ଦ କିଶୋର ଦଳାଇଙ୍କ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ସଭା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମରଣୀୟ କାର୍ଯ୍ୟକ୍ରମର ଆରମ୍ଭରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନନ୍ଦ ସାରଙ୍କ କର୍ତ୍ତବ୍ୟନିଷ୍ଠା, ଦକ୍ଷତା, ମିଷ୍ଟଭାଷୀ ସ୍ୱଭାବ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଆତ୍ମୀୟତାକୁ ସ୍ମରଣ କରିଥିଲେ। ତେବେ ନନ୍ଦ ସାରଙ୍କ ଅବସରକୁ ଆହୁରି ସ୍ୱତନ୍ତ୍ର କରିଥିଲା ଏକ ଭାବପ୍ରବଣ ଘଟଣା। ଯେଉଁ ବିଦ୍ୟାଳୟରେ ସେ ନିଜେ ପାଠ ପଢ଼ିଥିଲେ, ସେହି ବିଦ୍ୟାଳୟରେ ହିଁ ଶିକ୍ଷକ ହୋଇଥିଲେ… ଆଉ ଶେଷରେ ସେହି ବିଦ୍ୟାଳୟରୁ ହିଁ ନେଲେ ଅବସର। ଏହା କେବଳ ଏକ ଚାକିରିର ଶେଷ ନୁହେଁ, ଏହା ଥିଲା ଏକ ଦୀର୍ଘ ଶିକ୍ଷାଦାନ ଯାତ୍ରାର ଭାବପ୍ରବଣ ପରିସମାପ୍ତି। ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷା ଅଧିକାରୀ ଶ୍ରୀଚରଣ ମଲ୍ଲିକ, ଭଟ୍ଟସାହି ପଞ୍ଚାୟତର ସରପଞ୍ଚ ଶ୍ରୀ ଶୀତାକାନ୍ତ ମିଶ୍ର, ସମାଜସେବୀ ଶ୍ରୀ ଦୟାନିଧି ମିଶ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କମଳାକାନ୍ତ ମିଶ୍ରଙ୍କ ସମେତ ଗ୍ରାମବାସୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉତ୍ସବ ଥିଲା ଖୁସିର, କିନ୍ତୁ ଆଖିରେ ଥିଲା ଲୁହ। ବିଦାୟ ଥିଲା ଶିକ୍ଷକଙ୍କର, କିନ୍ତୁ ସ୍ମୃତି ରହିଗଲା ଚିରଦିନ ପାଇଁ। ନନ୍ଦ ସାର୍ ଅବସର ନେଇଛନ୍ତି… ହେଲେ ତାଙ୍କ ଶିକ୍ଷା, ତାଙ୍କ ସ୍ନେହ ଏବଂ ତାଙ୍କ ସ୍ମୃତି ଏହି ବିଦ୍ୟାଳୟର ପ୍ରତିଟି କୋଣରେ ସବୁଦିନ ଜୀବନ୍ତ ରହିବ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଗୀତା ଆବୃତ୍ତିରେ ୧୨୧ ପ୍ରତିଯୋଗୀଙ୍କ ଅଂଶଗ୍ରହଣ: ବ୍ଲକସ୍ତରୀୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ
କଳାହାଣ୍ଡି: ଭଗବଦ୍ ଗୀତାର ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାର କରିବା ଉଦ୍ଦେଶ୍ୟରେ ଭବାନୀପାଟଣା ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ବାଲାଜୀ ବିହାରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭବାନୀପାଟଣା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମୋଟ ୧୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ୍ ଭଗବଦ୍ ଗୀତାର ବିଭିନ୍ନ ଅଧ୍ୟାୟ ଆବୃତ୍ତି କରିଥିଲେ। ପ୍ରତିଯୋଗିତାର ତୃତୀୟରୁ ପଞ୍ଚମ ଶ୍ରେଣୀ ବର୍ଗରେ ଦିବ୍ୟାଂଶୀ ପଣ୍ଡା ପ୍ରଥମ, ଆଦ୍ୟାଶା ଗୌଡ଼ ଓ ଅନୁକସ୍କା ପଟେଲ ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ରିତେଶ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବର୍ଗରେ ପ୍ରିୟାଂଶୀ ମୁଣ୍ଡ ପ୍ରଥମ, ପୁନମ ସାହୁ ଦ୍ୱିତୀୟ ଏବଂ ଖ୍ରୀତ ପ୍ରଜ୍ଞାନ ଦାଶ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ନବମରୁ ଉଚ୍ଚ ମାଧ୍ୟମିକ ସ୍ତର ବର୍ଗରେ ବାବୁଲି ମାଝୀ ପ୍ରଥମ, ଭାନୁ ପ୍ରତାପ ନାୟକ ଦ୍ୱିତୀୟ ଏବଂ ଲବଣି କାନ୍ତ ବୋଡ଼କିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଗିରିଜା ଶଙ୍କର ବାବୁ, ସନତ ମହାପାତ୍ର, ସୁଶ୍ରୀ ସବିତା ପଟ୍ଟନାୟକ, ନୀଳକଣ୍ଠ ବେହେରା, ହେମନ୍ତ ମୁଣ୍ଡ, ବିଭୂତି ଭୂଷଣ ପଣ୍ଡା ଓ ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ହେମନ୍ତ ମୁଣ୍ଡ, ଅରୁଣ ପାଣିଗ୍ରାହୀ, ଆଦିତ୍ୟ ବେହେରା, ବିଶ୍ୱନାଥ ଦାସ, ଦୁଷ୍ମନ୍ତ ମୁଣ୍ଡ ଓ ସୁଚିତ୍ରା ତ୍ରିପାଠୀ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତାର ମୂଲ୍ୟବୋଧ ଓ ନୈତିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏହି ପ୍ରତିଯୋଗିତା ଏକ ସାର୍ଥକ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ ଭବାନୀପାଟଣା

ଚିକିଟି ରେ ସ୍ବାୟତଶାସନ ଦିବସ- ରାଧାମୋହନ ବିଦ୍ୟାପୀଠ କୁ ମିଳିଲା ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର
ଚିକିଟି ତା ୩୧/୮: ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର 54 ତମ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ , ରାଜକବି ରାଧାମୋହନ ବିଦ୍ୟାପୀଠ, ଚିକିଟିକୁ ଶ୍ରେଷ୍ଠ ନିର୍ମଳ ବିଦ୍ୟାଳୟ ପୁରସ୍କାର ରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର କୁ ମାନନୀୟ ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ସୋରେନ, ଚିକିଟି ତହସିଲଦାର ଶ୍ରୀ ବିଶ୍ୱରଞ୍ଜନ କହଁର, ଚିକିଟି ବିଡ଼ିଓ ଶ୍ରୀ ବିବେକାନନ୍ଦ ମିଶ୍ର ଓ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପନ୍ନଗ ଭୂଷଣ ମାଝୀ ପ୍ରମୁଖ ପ୍ରଦାନ କରିଥିଲେ । ରାଜକବି ରାଧାମୋହନ ବିଦ୍ୟାପୀଠ ତରଫରୁ ପ୍ରଧାନ ଶିକ୍ଷକ ଶ୍ରୀ ଆରାଧ୍ୟେଶ୍ୱର ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ହରିଶ୍ଚନ୍ଦ୍ର ଦାସ ,ବରିଷ୍ଠ ଶିକ୍ଷକ ଶ୍ରୀ ସୁଧୀର କୁମାର ପ୍ରଧାନ, ଶ୍ରୀ ସନ୍ତୋଷ କୁମାର ସାହୁ, ଶ୍ରୀ ତ୍ରିପତି ପ୍ରଧାନ, ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ବିଦ୍ୟୁତପ୍ରଭା ବେହେରା , କର୍ମଚାରୀ ବିଭୂତି ତରସିଆ ପ୍ରମୁଖ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ; ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରଞ୍ଜିତ କେ.ଏନ୍. ସାମନ୍ତରାୟ ସମ୍ବର୍ଦ୍ଧିତ
ଖୋର୍ଦ୍ଧା, : ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘବର୍ଷ ଧରି ଉଲ୍ଲେଖନୀୟ ଅବଦାନ, ନିରପେକ୍ଷ ସମ୍ବାଦ ପରିବେଷଣ ଏବଂ ଜନସାଧାରଣଙ୍କ ସମସ୍ୟାକୁ ସମ୍ବାଦ ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ଭୂମିକା ପାଇଁ ଦୈନିକ ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରଞ୍ଜିତ କେ.ଏନ୍. ସାମନ୍ତରାୟଙ୍କୁ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ୍ ହଲ୍ଠାରେ ପୌର ପରିଷଦ ପକ୍ଷରୁ ଆୟୋଜିତ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ସମାରୋହରେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି ଏବଂ ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାମନ୍ତରାୟଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଦୀର୍ଘଦିନର ସେବାକୁ ସମାରୋହରେ ପ୍ରଶଂସା କରାଯାଇଥିଲା।ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଶ୍ରୀ ସାମନ୍ତରାୟ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତମହାବିଦ୍ୟାଳୟରୁ ସ୍ନାତକ ସମ୍ମାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ୱରସ୍ଥିତ କେ.ଏମ୍.ଏସ୍.ରୁ ସାମ୍ବାଦିକତା ଓ ଗଣଯୋଗାଯୋଗରେ ଡ଼ିଗ୍ରୀ ହାସଲ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ସାମ୍ବାଦିକତା କ୍ଷେତ୍ରରେ ପାଦ ରଖିଥିଲେ ଏବଂ ନିଜର ପ୍ରତିଭା, ପରିଶ୍ରମ ଓ ନିଷ୍ଠା ବଳରେ ଏହି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।ସାମ୍ବାଦିକତା ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ନିତିଦିନ’ରେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ପ୍ରସଙ୍ଗ, ଜନ ସମସ୍ୟା, ପ୍ରଶାସନିକ ଘଟଣା ଓ ସାମାଜିକ ପ୍ରସଙ୍ଗ ସମ୍ପର୍କିତ ଖବର ପରିବେଷଣ କରି ଅଭିଜ୍ଞତା ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ଦୈନିକ ହିନ୍ଦୀ ସମ୍ବାଦପତ୍ର ‘ନବଭାରତ’ରେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏଥିସହ ୨୦୨୦ ମସିହାରୁ ସେ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଘଟୁଥିବା ଘଟଣାବଳୀ, ପ୍ରଶାସନିକ ନିଷ୍ପତ୍ତି, ସରକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ, ଆଇନଶୃଙ୍ଖଳା ଓ ସାମାଜିକ କ୍ଷେତ୍ରର ବିଭିନ୍ନ ଖବରକୁ ସେ ନିୟମିତ ଭାବେ ସମ୍ବାଦପତ୍ରରେ ପ୍ରକାଶ କରିଆସୁଛନ୍ତି।ବିଶେଷକରି ତୃଣମୂଳ ସ୍ତରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଅଭାବ-ଅସୁବିଧାକୁ ପ୍ରଶାସନର ଦୃଷ୍ଟିକୁ ଆଣିବାରେ ତାଙ୍କର ଖବରଗୁଡ଼ିକ ଗୁରୁତ୍ୱ ବହନ କରିଆସିଛି। ସମ୍ବାଦପତ୍ର କେବଳ ଘଟଣାର ବିବରଣୀ ପ୍ରଦାନ କରିବାର ମାଧ୍ୟମ ନୁହେଁ, ବରଂ ଏହା ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରେ—ଏହି ଦୃଷ୍ଟିକୋଣକୁ ନେଇ ସେ ନିଜର ସାମ୍ବାଦିକତା ଜାରି ରଖିଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଶ୍ରୀ ସାମନ୍ତରାୟ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ନିଜ କାର୍ଯ୍ୟ ପ୍ରତି ଦାୟିତ୍ୱବୋଧ, ସମୟାନୁବର୍ତ୍ତିତା ଓ ନିରନ୍ତର ଖବର ସଂଗ୍ରହ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ସହକର୍ମୀ ଓ ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ପରିଚିତ କରାଇଛି।ସ୍ୱାୟତ୍ତ ଶାସନ ଦିବସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ପୌର ପରିଷଦ ପକ୍ଷରୁ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯିବା ତାଙ୍କର ସାମ୍ବାଦିକତା ଜୀବନରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି। ଏହି ସମ୍ମାନ ତାଙ୍କୁ ଭବିଷ୍ୟତରେ ଆହୁରି ନିଷ୍ଠାର ସହ ସାମ୍ବାଦିକତା କରିବାକୁ ପ୍ରେରଣା ଯୋଗାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଶ୍ରୀ ସାମନ୍ତରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଖୋର୍ଦ୍ଧା ଜିଲ୍ଲାର ସାମ୍ବାଦିକ ମହଲ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ଖୋର୍ଦ୍ଧା: ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଖୋର୍ଦ୍ଧା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର।ଶିବିରରେ ଖୋର୍ଦ୍ଧା ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ।ଜନସାଧାରଣଙ୍କ ଅଭିଯୋଗକୁ ଜିଲ୍ଲାପାଳ ଗୁରୁତ୍ୱର ସହ ଶୁଣିବା ସହ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।ଜନଶୁଣାଣି ଶିବିର ମାଧ୍ୟମରେ ସିଧାସଳଖ ଭାବେ ପ୍ରଶାସନ ନିକଟରେ ନିଜ ସମସ୍ୟା ଜଣାଇବାର ସୁଯୋଗ ପାଇଥିବାରୁ ଲୋକଙ୍କ ମଧ୍ୟରେ ମଧ୍ୟ ସନ୍ତୋଷ ପ୍ରକାଶ ପାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା
ବରଗଡ଼ -୩୧ ଅଗଷ୍ଟ ୨୦୨୬: ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଅବସର ଉପଲକ୍ଷେ ୩୧ ଅଗଷ୍ଟ ୨୦୨୬ ତାରିଖରେ ମହାବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ଷ୍ଟାଫ୍ କାଉନସିଲ୍ ସମ୍ପାଦିକା ଶ୍ରୀମତୀ ମଧୁସ୍ମିତା ନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଦୀର୍ଘ ଶିକ୍ଷାଦାନ ଓ ପ୍ରଶାସନିକ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ସହକର୍ମୀମାନେ ସ୍ମୃତିଚାରଣ କରିଥିଲେ। ଡଃ. ସଂଘମିତ୍ରା ମିଶ୍ର, ଡଃ ସତ୍ୟନାରାୟଣ ନନ୍ଦ, ଡଃ ଲକ୍ଷ୍ମୀବନ୍ତ ସାହୁ, ସୁଶ୍ରୀ ଅନୁପମା ଚାନ୍ଦ, ଶ୍ରୀମତୀ ବବିତା ଷଡ଼ଙ୍ଗୀ ଓ ଶ୍ରୀମତୀ ଅର୍ପିତା ପଣ୍ଡା ତାଙ୍କର ବହୁମୁଖୀ ପ୍ରତିଭା, ମାନବିକତା ଓ ଅନୁଷ୍ଠାନ ପ୍ରତି ଅବଦାନକୁ ଉଲ୍ଲେଖ କରିଥିଲେ। ବକ୍ତାମାନେ କହିଥିଲେ ଯେ ଡଃ ପ୍ରଧାନ ଜଣେ ପ୍ରକୃତିପ୍ରେମୀ ଓ ସମ୍ବେଦନଶୀଳ ବ୍ୟକ୍ତିତ୍ୱ। କୃଷି ଓ କୃଷିକାର୍ଯ୍ୟ ପ୍ରତି ତାଙ୍କର ବିଶେଷ ଆଗ୍ରହ ତାଙ୍କ ବ୍ୟକ୍ତିତ୍ୱର ଏକ ଅନନ୍ୟ ଦିଗ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ସେ ସାମାଜିକ ସେବା ଓ ଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ଡଃ ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ଉପହାର ଓ ଉପଢୌକନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ
ବରଗଡ -ଆଜି ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ ଡିଏଫଓ ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ୱେଲଫେୟାର୍ ବୋର୍ଡର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ଡିଭିଜନ ରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ମୃତ୍ୟୁକାଳିନ ସହାୟତା ଯୋଗାଇ ଦେବାକୁ ୬୨ ଜଣ କେନ୍ଦୁପତ୍ର ତୋଳାଳି,୭ ଜଣ ସିଜିନାଲ କର୍ମଚାରୀ,ଜଣ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ପ୍ରତି ପରିବାର କୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଦେବା ପାଇଁ ପ୍ରସ୍ତାବ ନିଆଯାଇଛି । ଏତଦ ବ୍ୟତୀତ ଓଡ଼ିଶାରେ କେନ୍ଦୁପତ୍ର ତୋଳାଳି ମାନଙ୍କୁ ରାଜ୍ଯ ସରକାର ୬୪ କୋଟି ଟଙ୍କା ବୋନସ ପ୍ରଦାନ କରିଥିବାରୁ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ପ୍ରଦାନ କରା ଯାଇଥିଲା । ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି ମାନେ ବୋସନ ବାବଦକୁ ୧ କୋଟି ୪୦ ଲକ୍ଷ ଟଙ୍କା ପାଇଥିବା କଥା ଡିଏଫଓ ସୂଚନା ଦେଇ ଥିଲେ । ସମସ୍ତ ସରକାରୀ କର୍ମଚାରୀ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ୟମରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ରର ଗୋଟିଏ ଲଟ୍ କ୍ବିଣ୍ଟାଲ ପ୍ରତି ୫୨ ହଜାର ୬୫୫ ଟଙ୍କାରେ ବିକ୍ରି ହୋଇଥିବାରୁ ଓ ଏହା ଓଡ଼ିଶାର ସର୍ବାଧିକ ଟଙ୍କା ହୋଇଥିବାରୁ ଡିଏଫଓ ଶ୍ରୀ ବେହେରା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ୱେଲଫେୟାର୍ ବୋର୍ଡ ବୈଠକରେ ଶ୍ରମିକ ନେତା ତଥା ବରଗଡ ଲୋକ ସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଏସିଏଫ ଶ୍ରୀ ଆତ୍ମରାମ ମହାନନ୍ଦ,ଏଡିଡବ୍ଲୁ ଶ୍ରୀ ସଞ୍ଜିୟ ଲେଙ୍କା,କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସଂପାଦକ ଶ୍ରୀ କୋକିଳ ସାହୁ ଉପସ୍ଥିତ ଥିଲେ ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଯମୁନା କନ୍ଧୁଣୀ ମନ୍ଦିର ନିର୍ମାଣ ପାଇଁ ସାଂସଦଙ୍କ ପାଖରେ ଦାବି
ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଡାକ ବଙ୍ଗଳା ପରିସରରେ କନ୍ଧ ଓ ବିଞ୍ଝାଳ ସମାଜର ପ୍ରମୁଖ ବ୍ୟକ୍ତିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ସାଂସଦ ପ୍ରତିନିଧି ପ୍ରିତମ ମେହେରଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ନବକିଶୋର ବରିହାଙ୍କ ସହ କନ୍ଧ ଓ ବିଞ୍ଝାଳ ସମାଜର ପ୍ରତିନିଧିମାନେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏଙ୍କୁ ସାକ୍ଷାତ କରିଥିଲେ । ଆଲୋଚନାରେ କନ୍ଧ ସମାଜର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଯମୁନା କନ୍ଧୁଣୀଙ୍କ ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିବା ନେଇ ଦାବି ଉଠିଥିଲା । ସେହିପରି ବିଞ୍ଝାଳ ସମାଜ ପକ୍ଷରୁ ବୋଡ଼ାସମ୍ବର ଅଞ୍ଚଳର ପ୍ରତିଷ୍ଠା ଓ ବିକାଶରେ ଅବଦାନ ରଖିଥିବା ବାରଭାଇ ବେଣ୍ଟକାରଙ୍କ ଇତିହାସକୁ ପୁନର୍ଜୀବିତ କରିବା ଏବଂ ତାଙ୍କ ଜୀବନୀ ଓ କାର୍ଯ୍ୟକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ନେଇ ଆଲୋଚନା କରାଯାଇଥିଲା । ଉଭୟ ସମାଜର ଐତିହାସିକ ବ୍ୟକ୍ତିତ୍ୱଙ୍କ ଅବଦାନ ସମ୍ପର୍କରେ ଯୁବପିଢ଼ି ଜାଣିବା ସହ ସେମାନଙ୍କ ଜୀବନ ଓ ସଂଘର୍ଷରୁ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ରଖିବା ପାଇଁ କନ୍ଧ ଓ ବିଞ୍ଝାଳ ସମାଜ ପକ୍ଷରୁ ୧୦ ଜଣିଆ ଏକ ପ୍ରତିନିଧି ଦଳ ଗଠନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଲୋଚନା ସମୟରେ କନ୍ଧ ସମାଜ ପକ୍ଷରୁ ନିର୍ମଳ ଚାହିର, ଭଗବତିଆ ମଲ୍ଲିକ, ବିଶି ଚାହିର, ମୁକ୍ତି ମୁଟକିଆ ଓ ହୃଦାନନ୍ଦ ଭୋଇଙ୍କ ସମେତ ବିଞ୍ଝାଳ ସମାଜ ପକ୍ଷରୁ ବିକ୍ରମ ବେଟକାର, ମହେନ୍ଦ୍ର ବେଟକାର, ଭିକାରି ବରିହା, ଚନ୍ଦ୍ରମଣି ସାମିନି, ଅନାଦି ବରିହା, ରିଙ୍କୁ ବରିହା, ପ୍ରଶାନ୍ତ ବରିହା ଓ ବାଦୀମାଲଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଉଭୟ ସମାଜର ଐତିହ୍ୟ, ପରମ୍ପରା ଓ ଐତିହାସିକ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ସଂରକ୍ଷଣ କରିବା ସହ ଏହାକୁ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାର ସ୍ରୋତ କରିବା ଉପରେ ଗୁରୁତ୍ୱ ଦିଆଯାଇଛ l
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ
