ଚୁନିଦାରେ ଦୁଃଖଦ ଘଟଣା: ପୁଅଙ୍କ ମୃତ୍ୟୁ ଅଭିଯୋଗରେ ବାପା ଗିରଫ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 9, 202668 views

ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ଅନ୍ତର୍ଗତ ଚୁନିଦା ବଜାର କୁମ୍ଭାର ସାହିରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବିବାହର ମାତ୍ର ଚାରି ମାସ ପରେ ସ୍ୱାମୀଙ୍କ ମୃତଦେହ ଦେଖି ତାଙ୍କ ସ୍ତ୍ରୀ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପାରିବାରିକ ବିବାଦକୁ କେନ୍ଦ୍ର କରି ଘଟଣାଟି ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମୃତ ଯୁବକଙ୍କ ବାପା ପୂର୍ବରୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ଦ୍ୱିତୀୟ ବିବାହ କରିଥିଲେ।
ଏହାପରେ ବାପା ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ମିଶି ପ୍ରଥମ ସ୍ତ୍ରୀଙ୍କ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଯୁବକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
ଘଟଣା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତ ଯୁବକଙ୍କ ବାପାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।
