--:--:--
-- ---
Srishti News

ଗଛ ମୂଳେ ପୂଜା ପାଉଛନ୍ତି ମା"ଭୂଇଁଆଣି ଆଦିବାସୀଙ୍କ ଆରାଧ୍ୟା ଦେବୀ

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁSeptember 9, 202655 views
ଗଛ ମୂଳେ ପୂଜା ପାଉଛନ୍ତି ମା"ଭୂଇଁଆଣି ଆଦିବାସୀଙ୍କ ଆରାଧ୍ୟା ଦେବୀ
ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ କୋଷ୍କା ରାସ୍ତାଠାରୁ ପ୍ରାୟ ୪କିଲୋମିଟର ଦୂରରେ ଅବସ୍ଥିତ ଏହି ମା"ଭୂଇଁଆଣି ଙ୍କ ପୀଠ ଆଜି ଅଞ୍ଚଳବାସୀଙ୍କ ଭକ୍ତିରେ ଏକ ପବିତ୍ର ସ୍ଥାନ ପାଲଟିଛି! ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ପୂଜିତ ଭୂଇଁଆଣି ମା"ଙ୍କୁ ଅଞ୍ଚଳବାସୀ ପ୍ରତ୍ୟକ୍ଷ ଦେବୀ ଭାବେ ବିଶ୍ୱାସ କରିଆସୁଛନ୍ତି ଭୂଇଁଆଣି ମା"କେବଳ ଦେବୀ ନୁହନ୍ତି,ସ୍ଥାନୀୟ ଆଦିବାସୀ ସମାଜର ପରମ୍ପରା ଓ ସଂସ୍କୃତିର ଏକ ଅଂଶ ଦୀର୍ଘବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଭୂଇଁଆଣି ମା"ଙ୍କୁ ପୂଜା କରିଆସୁଛନ୍ତି!ମା"ଙ୍କ ନିକଟରେ ଭକ୍ତିର ସହ ପ୍ରାର୍ଥନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି!