NTPC ବିସ୍ଫୋରଣ ମୃତକଙ୍କ ପରିବାରକୁ ୩୩ ଲକ୍ଷ କ୍ଷତିପୂରଣ, ଜଣଙ୍କୁ ନିଯୁକ୍ତି ନିଷ୍ପତ୍ତି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା କଣିହାଁSeptember 9, 202636 views

କଣିହାଁ: NTPC କଣିହାଁ Stage-1/Unit-1 ବଙ୍କରରେ ଘଟିଥିବା ବିସ୍ଫୋରଣରେ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିବା ରଙ୍ଗବେଡା ଗ୍ରାମର ରଖଗେଶ୍ୱର ସାହୁଙ୍କ ମୃତଦେହ କଣିହାଁ ଫେରିବା ପରେ ତାଙ୍କ ଶେଷ ଦର୍ଶନ କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଏହାସହ ଶୋକସନ୍ତପ୍ତ ପରିବାରକୁ ଭେଟି ବିଧାୟକ ଗଭୀର ସମବେଦନା ଜଣାଇଥିଲେ।
ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଓ ସହାୟତା ଦାବିରେ ବିଧାୟକଙ୍କ ଦୃଢ଼ ହସ୍ତକ୍ଷେପ ପରେ NTPC ଓ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ୩୩ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଏବଂ ମୃତକଙ୍କ ପୁଅଙ୍କ +୨ ପର୍ଯ୍ୟନ୍ତ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଇଛି।
ଏହି ସମୟରେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମୃତକଙ୍କ ଆତ୍ମାର ସଦଗତି ସହ ପରିବାରକୁ ଏହି ଦୁଃଖ ସହିବାକୁ ଧୈର୍ଯ୍ୟ ଦେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ।
