ଅପରାଧ ଓ ତଦନ୍ତ ଅଗ୍ରଗତିର ସମୀକ୍ଷା କଲେ ପାଲଲହଡା ଓ ତାଳଚେର ଏସଡିପିଓ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା, ତାଳଚେରSeptember 9, 202678 views

ତାଳଚେର: ଅନୁଗୋଳ ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ନେଇ ପୋଲିସିଂ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ପାଲଲହଡା ଏସଡିପିଓ ଓ ତାଳଚେର ଏସଡିପିଓ ନିଜ ନିଜ ଉପଖଣ୍ଡ ଅଧୀନରେ ଥିବା ବିଭିନ୍ନ ପୋଲିସ ଷ୍ଟେସନର ଅପରାଧ ସ୍ଥିତି ସମୀକ୍ଷା କରିଥିଲେ।
ବୈଠକରେ ବିଚାରାଧୀନ ମାମଲା, ଚାଲିଥିବା ତଦନ୍ତ ଏବଂ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କଠାରୁ ତଥ୍ୟ ନିଆଯାଇଥିଲା। ମାମଲାଗୁଡ଼ିକର ତଦନ୍ତକୁ ଶୀଘ୍ର ଓ ପ୍ରଭାବଶାଳୀ ଭାବେ ସମ୍ପନ୍ନ କରିବା ସହ ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ନେଇ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଥିଲା।
ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ, ଅପରାଧ ରୋକିବା ଏବଂ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ଉପରେ ପୋଲିସ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ଅନୁଗୋଳ ପୋଲିସ ବୃତ୍ତିଗତ ଓ ଜନ-ଅନୁକୂଳ ପୋଲିସିଂ ପାଇଁ ପ୍ରତିବଦ୍ଧ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
