--:--:--
-- ---
Srishti News

Web News

କୋକସରାରେ ପିକଅପ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଡ୍ରାଇଭର ଓ ହେଲପର ଗୁରୁତର
Sep 28, 2026•20 views

କୋକସରାରେ ପିକଅପ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଡ୍ରାଇଭର ଓ ହେଲପର ଗୁରୁତର

କୋକସରା, : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳ ଦେଇ ଯାଇଥିବା ଏନ୍‌ଏଚ୍‌-୨୬ ଜାତୀୟ ରାଜପଥରେ ପିକଅପ୍‌ ଓ ମାଲବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପିକଅପ୍‌ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଦୁଇଜଣ ହେଲେ କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ କୋଶାଗୁଡ଼ା ଗ୍ରାମର ନନ୍ଦ ଭତରା ଓ ମଙ୍ଗଳ ମୁଦୁଲି। ସୂଚନା ଅନୁସାରେ, ପିକଅପ୍‌ଟି ଆମପାଣି ପଟୁ ଦ୍ରୁତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଭବାନୀପାଟଣା ପଟୁ ଆସୁଥିବା ଏକ ମାଲବୋଝେଇ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ଟ୍ରକ୍‌ଟି ପିକଅପ୍‌ ଉପରେ ଚଢ଼ିଯିବାରୁ ଡ୍ରାଇଭର ଗାଡ଼ି ଭିତରେ ଚାପି ରହିଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ କୋକସରା ଥାନା ଅଧିକାରୀ ଡମ୍ବରୁଧର ଭର୍ତ୍ତିଆ, ଏସ୍‌ଆଇ ଡି. ମୋହନଙ୍କ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାସହ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କାଶ୍ୟପ କୁମାର ପଟ୍ଟନାୟକ, ସୁନୀଲ ରଞ୍ଜନ ବର୍ଲା, ଲଳିତ ପୁଟେଲ, ଉମାଶଙ୍କର ନାଏକ, ରାଧେଶ୍ୟାମ ପ୍ରଧାନୀ, ଦେବାଶିଷ ମହାପାତ୍ର ଓ ବିଶ୍ୱଜିତ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସ୍ଥାନୀୟ ବାସିନ୍ଦା ସନ୍ତୋଷ ନାଏକ, ଜିତୁ ପ୍ରଧାନୀଙ୍କ ସମେତ କୋକସରା ୟଙ୍ଗ୍ ଷ୍ଟାର କ୍ଲବର ସଦସ୍ୟମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଉଦ୍ଧାର ପରେ ଉଭୟ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡ୍ରାଇଭର ନନ୍ଦ ଭତରାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଭୋଟ ଚୋରି ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି  ଯାଜପୁରରେ ଜିଲ୍ଲା କଂଗ୍ରେସର ଗଣଆନ୍ଦୋଳନ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Sep 28, 2026•15 views

ଭୋଟ ଚୋରି ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ଯାଜପୁରରେ ଜିଲ୍ଲା କଂଗ୍ରେସର ଗଣଆନ୍ଦୋଳନ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଯାଜପୁର: ଭୋଟ ଚୋରି ପ୍ରସଙ୍ଗକୁ ନେଇ ଯାଜପୁରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଣଆନ୍ଦୋଳନ କରାଯାଇଛି। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନାଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ସହ ଭୋଟ ସମ୍ପର୍କିତ ଅଭିଯୋଗର ତଦନ୍ତ ଦାବି କରାଯାଇଥିଲା। ଆନ୍ଦୋଳନକାରୀମାନେ ଗଣତନ୍ତ୍ରର ସୁରକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ଦାବି ଉଠାଇଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା କହିଥିଲେ ଯେ, ଗଣତନ୍ତ୍ରକୁ ଦୁର୍ବଳ କରିବାର ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ହେଲେ ଦଳ ପକ୍ଷରୁ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେ କହିଥିଲେ। ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଦାବିଗୁଡ଼ିକ ସମ୍ପର୍କିତ ଏକ ଦାବିପତ୍ର ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ପରେ କଂଗ୍ରେସ ନେତା ଓ କର୍ମୀମାନେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Jajpur (ଯାଜପୁର) • ଯାଜପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟ

ବେଗୁନିଆ ପୁଲିସର ବଡ଼ ସଫଳତା
Sep 28, 2026•36 views

ବେଗୁନିଆ ପୁଲିସର ବଡ଼ ସଫଳତା

ଖୋର୍ଦ୍ଧା: ବେଗୁନିଆ ଥାନା ଅଞ୍ଚଳରେ ଘଟିଥିବା ATM ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ବେଗୁନିଆ ପୁଲିସ। ଘଟଣାର ତଦନ୍ତ କରି ପୁଲିସ ଲୁଟ୍ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଲୁଟ୍ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି।ପୁଲିସ ସୂଚନା ଅନୁଯାୟୀ, ATM ଲୁଟ୍ ଘଟଣାରେ ୨୦ ହଜାର ଟଙ୍କା ଉଦ୍ଧାର କରାଯାଇଛି। ଏହାସହ ଲୁଟ୍‌ରେ ବ୍ୟବହୃତ ବାଇକ୍, ଶାବଳ ଓ ହେଲମେଟ୍ ଜବତ କରିଛି ପୁଲିସ। ଜବତ ବାଇକ୍‌ର ନମ୍ବର OD-33-AT-3384 ବୋଲି ଜଣାପଡ଼ିଛି।ATM ଲୁଟ୍ ଘଟଣା ପରେ ବେଗୁନିଆ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ବିଭିନ୍ନ ଦିଗକୁ ଯାଞ୍ଚ କରି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଲୁଟ୍ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ କଣ, ସେନେଇ ପୁଲିସର ତଦନ୍ତ ଜାରି ରହିଛି। ଘଟଣାରେ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ପୁଲିସ ଖୋଳତାଡ଼ କରୁଛି।

Kalahandi (କଳାହାଣ୍ଡି) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଲକ୍ଷେଘର ଗଣ୍ଡା ସମାଜ ର ନୂଆଁଖାଇ ଭେଟଘାଟ
Sep 28, 2026•121 views

ଲକ୍ଷେଘର ଗଣ୍ଡା ସମାଜ ର ନୂଆଁଖାଇ ଭେଟଘାଟ

ଟିଟିଲାଗଡ଼ :-୨୮/୯/୨୬ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ କଲ୍ୟାଣ ମଣ୍ଡପ ପରିସରରେ ଲାକ୍ଷେଘର ଗଣ୍ଡା ସମାଜ ଟିଟିଲାଗଡ଼ ପକ୍ଷରୁ ଭବ୍ୟ ନୂଆଁଖାଇ ଭେଟଘାଟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ଅର୍ଜୁନ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଆଶକିରନ୍ ପ୍ରାଇଭେଟ୍ ଲିମିଟେଡ ର C M D ମନମୋହନ କୁମ୍ଭାର ଓ ସମ୍ମାନିତ ଅତିଥି ଗଣ୍ଡାସମାଜ ରାଷ୍ଟ୍ରୀୟ ସଂଯୋଜକ ଭଗଵାନ ନାୟକ,ସହ ସଂଯୋଜକ ବନମାଳୀ ଛୁରା,ଯୁବ ସଂଯୋଜକ ଆଶିଷ ତାଣ୍ଡି, ବୁର୍ବତନ୍ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷ ଭାରତ ତାଣ୍ଡି,ଛତିଶଗଡ NTPC GM ବିରୁସିଂ ନାଗ,ବରିଷ୍ଟ ସମାଜ ସେବୀ ପ୍ରଦୀପ ତାଣ୍ଡି,EO ଅର୍ଜୁନ ଛୁରା,ଶିକ୍ଷକ ବୃନ୍ଦାବନ ଛୁରା,ଟିଟିଲାଗଡ ବ୍ଲକ କଂଗ୍ରେସ ସଭାପତି ମଗନ୍ ନାଗ,ସୂର୍ଡା ସରପଞ୍ଚ ଚିନ୍ତାମଣି ସୁନା ମଞ୍ଚାସିନ ଥିଲେ।ସମାଜର ବହୁ ସଂଖ୍ୟକ ସଦସ୍ୟ, ମହିଳା, ଯୁବକ-ଯୁବତୀ ଓ ବରିଷ୍ଠ ବ୍ୟକ୍ତିମାନେ ଯୋଗଦେଇ ନୂଆଁଖାଇର ଭାଇଚାରା ଓ ଏକତାର ବାର୍ତ୍ତାକୁ ଆହୁରି ମଜବୁତ କରିଥିଲେ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରା, ସାମାଜିକ ଏକତା, ପରସ୍ପର ସ୍ନେହ ଓ ସମ୍ପର୍କକୁ ମଜବୁତ କରିବାର ଏକ ଅନନ୍ୟ ପରମ୍ପରା। ଏହି ଅବସରରେ ଆୟୋଜିତ ନୂଆଁଖାଇ ଭେଟଘାଟରେ ସମସ୍ତେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସମାରୋହରେ ସମାଜର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ସମାଜର ଏକତା, ଶିକ୍ଷା, ଯୁବପିଢ଼ିର ଭୂମିକା ଏବଂ ସମାଜର ସାମଗ୍ରିକ ବିକାଶ ନେଇ ଆଲୋଚନା କରାଯାଇଥିଲା। ବରିଷ୍ଠମାନେ ନୂଆଁଖାଇ ପରମ୍ପରାର ମହତ୍ତ୍ୱ ଓ ଆମ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ରଖିଥିଲେ।ଏହି ଭେଟଘାଟ ସମାରୋହ ମାଧ୍ୟମରେ ସମାଜର ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ଭାଇଚାରା ଓ ଆତ୍ମୀୟତାର ଭାବନା ଆହୁରି ଦୃଢ଼ ହୋଇଥିଲା। ଶେଷରେ ସମାଜର ସଭାପତି ଶ୍ରୀ ଅର୍ଜୁନ ନାଗ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ସମାଜର ଏକତା ଓ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ।ଉକ୍ତ କାର୍ଯ୍ୟକର୍ମ କୁ ସମ୍ପାଦକ ଇନ୍ଦ୍ରମଣି ସ୍ୱାଗତ କରିଥିବା ବେଳେ,ସଭାପତି ଶ୍ରୀ ଅର୍ଜୁନ ନାଗ ମଞ୍ଚ ପରିଚାଳନା କରି କୈବର୍ତ୍ତ ବାଗ ଧନ୍ୟବାଦ୍ ଅର୍ପଣ କର୍ଥିଲେ।ସାମ୍ବାଦିକ ହରିଶଙ୍କର ନାଗ,ଜିତେନ୍ଦ୍ର ବାଗ,ହୀରା ତାଣ୍ଡି, ଓ ବ୍ଲକ ଓର୍ଗନାଇସର୍ କିଶାନ ନାଗ ପ୍ରମୁକ୍ ଉପସ୍ଥିତ ଥିଲେ।ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ, ଆନନ୍ଦ ଓ ଭାଇଚାରାର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର

ବାତ୍ୟାରେ ଭୁଶୁଡ଼ି ପଡ଼ିଲା ଚାଳଘର
Sep 28, 2026•18 views

ବାତ୍ୟାରେ ଭୁଶୁଡ଼ି ପଡ଼ିଲା ଚାଳଘର

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜୟପଲ୍ଲୀ ଗ୍ରାମର ବ୍ରଜବନ୍ଧୁ ଯାନୀ ଚାଳଘର ବାତ୍ୟାର ପ୍ରଭାବରେ ପ୍ରବଳ ପବନ ବହିବା ଯୋଗୁଁ ଏକ ଚାଳଘର ଭୁଶୁଡ଼ି ପଡ଼ିଛି। ଘରର କାଠ ଓ ଚାଳ ଭାଙ୍ଗି ତଳେ ପଡ଼ିଥିବା ବେଳେ ଘରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାଫଳରେ ପରିବାରଟି ଅସୁବିଧାରେ ପଡ଼ିଛି। କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନଙ୍କୁ ଦାବି କରାଯାଇଛି।

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ଭାରତର ସ୍ବାଧୀନତା ଇତିହାସରେ ଇରମ ମାଟିର ବଳିଦାନ ଚିର ଅମ୍ଳାନ: ବାସୁଦେବପୁର ଜନକଲ୍ୟାଣ ପରିଷଦ ତରଫରୁ ଇରମ ସହିଦ ସ୍ମୃତି ଦିବସ ପାଳିତ
Sep 28, 2026•2 views

ଭାରତର ସ୍ବାଧୀନତା ଇତିହାସରେ ଇରମ ମାଟିର ବଳିଦାନ ଚିର ଅମ୍ଳାନ: ବାସୁଦେବପୁର ଜନକଲ୍ୟାଣ ପରିଷଦ ତରଫରୁ ଇରମ ସହିଦ ସ୍ମୃତି ଦିବସ ପାଳିତ

ରାଉରକେଲା: ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେପ୍ଟେମ୍ବର ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଇରମ ମାଟିରେ ଇଂରେଜ ଫୌଜଙ୍କ ଗୁଳିରେ ପ୍ରାଣ ହରାଇଥିବା ୨୯ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ରାଉରକେଲାର ବାସୁଦେବପୁର ଜନକଲ୍ୟାଣ ପରିଷଦ ପକ୍ଷରୁ ଏକ ସ୍ମୃତି ସଭା ସେକ୍ଟର -୨୦ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ ଉପସଭାପତି ଡା. ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଅନ୍ୟତମ ଉପସଭାପତି ଉଦୟ କୁମାର ସାହୁ, ଅନ୍ୟତମ ବକ୍ତା ବିଶ୍ବନାଥ ସାହୁ, ବଳରାମ ରାଉଳ, ସନାତନ ପତି, ସୁବାସ ଚନ୍ଦ୍ର ମହାପାତ୍ର, କୃପାସିନ୍ଧୁ ବେହେରା ଏବଂ କୈଳାସ ଚନ୍ଦ୍ର ବନ୍ଧ ପ୍ରମୁଖ ଯୋଗ ଦେଇ ଇରମ ମାଟିର ସେହି ଅମର ବୀରମାନଙ୍କ ମହାନତା, ଦେଶପ୍ରେମ ଓ ସ୍ୱାଧୀନତା ପାଇଁ ସେମାନଙ୍କର ସର୍ବସ୍ୱ ତ୍ୟାଗର କାହାଣୀ ମନେ ପକାଇ କହିଲେ ଯେ, "ଯେଉଁ ମାନଙ୍କ ରକ୍ତରେ ଇରମର ମାଟି ଭିଜିଥିଲା, ସେମାନଙ୍କର ବଳିଦାନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଚିର ଅମ୍ଳାନ ରହିବ।" ଏହି କାର୍ଯ୍ୟକ୍ରମରେ ଅଞ୍ଜୁ ବାରିକ, ଜ୍ୟୋତିର୍ମୟୀ ପତି, ସୁକାନ୍ତି ଲତା ପାଢ଼ୀ ଏବଂ ନିବେଦିତା ଜେନା ପ୍ରମୁଖ ସହାୟତା କରିଥିବା ବେଳେ, ସତ୍ୟନାରାୟଣ ପଣ୍ଡା, ନିଶାନ୍ତ ପଣ୍ଡା, ନରେନ୍ଦ୍ର କୁମାର ଜେନା, ଆର୍ତ୍ତତ୍ରାଣ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ଦାଶ ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇ ସେହି ମହାନ ସହିଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ
Sep 28, 2026•3 views

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ରାଉରକେଲା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଭାବେ କାର୍ଯ୍ୟ କରି ଏକ ବିରଳ ରେକର୍ଡ କରିଛନ୍ତି। ଏହି ଅବସରରେ ରାଉରକେଲା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋମବାର ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ବରିଷ୍ଠ ଶିକ୍ଷାବୀତ୍‌ ତଥା ସଙ୍ଗଠକ ଡ. ସନାତନ ପ୍ରଧାନ ଯୋଗଦେଇ ଏହି ଅଭିଯାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ବିଶେଷ କରି ନରେନ୍ଦ୍ର ମୋଦିଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ଯୋଗୁଁ ସେ ଗତ ୨୫ ବର୍ଷ ଧରି ନିରବଛିନ୍ନଭାବେ ଶାସନ ମୁଖ୍ୟ ରହିଆସିଛନ୍ତି। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସାରା ବିଶ୍ୱରେ ଭାରତର ମର୍ଯ୍ୟାଦା ବୃଦ୍ଧି ହେବା ସର୍ବୋପରି ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି ରାଷ୍ଟ୍ରର ହିତ ପାଇଁ କାର୍ଯ୍ୟ ସମ୍ପର୍କରେ ଡ. ପ୍ରଧାନ ବିଭିନ୍ନ ଉଦାହରଣ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପାନପୋଷ ଜିଲ୍ଲା ବିଜେପି ସଭାପତି ପୂର୍ଣ୍ଣିମା କେର୍କେଟା ଯୋଗଦେଇ ସେବା ସଂକଳ୍ପ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ମହାବିଦ୍ୟାଳୟ ପୂର୍ବତନ ଛାତ୍ର ସଂଘର ସାଧାରଣ ସମ୍ପାଦକ ରୋଶନ ସାହୁ ଏବଂ ବିଜେପି ଦଳର ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଏବଂ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଙ୍କୁଶ ବର୍ମା ପ୍ରମୁଖ ଉପସ୍ଥିତ ରହି ବିକଶିତ ଭାରତର ସ୍ୱପ୍ନ ସାକାର ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ପୂର୍ବରୁ +୨ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ +୨ ଓ +୩ ଉଭୟ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ଦୁଇଜଣ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସୁଜାତା ଖାଲ୍‌କୋ ଏବଂ ମହାବିଦ୍ୟାଳୟର ଅନ୍ୟତମ ଅଧ୍ୟାପିକା ରଜନୀ କିସାନଙ୍କ ମଞ୍ଚ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଅନନ୍ତ ବରିହା ଧନ୍ୟବାଦ ଦେଇଥିଲେ। ଶେଷ ପର୍ଯ୍ୟାୟରେ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୌଧ ଧର୍ମ ସମ୍ପର୍କୀତ ‘ସାତୀପୁତ୍ତ’ ନାମକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ବାସନ୍ତୀ ପାଠାଗାରର ସ୍ବତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା
Sep 28, 2026•2 views

ବାସନ୍ତୀ ପାଠାଗାରର ସ୍ବତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ସ୍ବତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ, ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ସଂଯୋଜନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଧା କଥାରେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ ସନାତନ ପ୍ରଧାନ ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ନୈତିକତା ଉପରେ ଆଲୋଚନା କରିଥିଲେ। ତାଙ୍କ ସହ କଥା ହୋଇଥିଲେ ଇଂ ସୁବାସ ମହାପାତ୍ର। ଡ ପ୍ରଧାନ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ପ୍ରକୃତି ହେଉଛି ଆମର ଦେବତା, ତେଣୁ ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ଵ। ଏହା ସହ ଆଦି ଦୈବିକ, ଆଦି ଭୈ।ତିକ, ଆଦି ଆଧ୍ୟାତ୍ମିକ ସମ୍ପର୍କରେ ଆଲୋଚନା କରିବା ସହ ଭାରତୀୟ ସଂସ୍କୃତି ସହ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ବିଶିଷ୍ଟ ଶଲ୍ୟ ଚିକିତ୍ସିକ ଡାକ୍ତର ଗୋକୁଳାନନ୍ଦ ସାହୁ ରୋଗ ନିରାକରଣରେ ମନୋବଳ ଓ ସକରାତ୍ମକ ଚିନ୍ତା ଉପରେ ଆଲୋଚନା କରିଥିଲେ। ତାଙ୍କ ସହ ସିଧା କଥା ହୋଇଥିଲେ ଗୀତାରାଣୀ ବେହେରା। ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ଡାକ୍ତର ସାହୁ କହିଲେ ଯେ ଚିକିତ୍ସା ବିଜ୍ଞାନ ସମ୍ପୁର୍ଣ୍ଣ ବିଜ୍ଞାନ ନୁହେଁ। ଚିକିତ୍ସା ପାଉଥିବା ବ୍ୟକ୍ତି ପାଖରେ ଦୃଢ ମନୋବଳ,ଧନବଳ,ଜନବଳ ଓ ଜ୍ଞାନବଳ ରହିବା ସହ ସକରାତ୍ମକ ମନୋଭାବ ରହିବା ଆବଶ୍ୟକ। ଇଶ୍ଵର ବିଶ୍ଵାସ ଓ ମାନସିକ ଦୃଢତା ହିଁ ରୋଗ ନିରାକରଣରେ ସହାୟକ ହୁଏ। ଅନ୍ୟତମ ଆଲୋଚକ ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ ଅଶ୍ବିନୀ କୁମାର ରାୟ ଓଡିଆ ଭାଷା ଓ ଓଡ଼ିଆ ଅସ୍ମିତା, ଆମର ଦାୟିତ୍ବ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହ ସିଧା କଥା ହୋଇଥିଲେ ସୁସ୍ମିତା ମହାପାତ୍ର। ଡ ରାୟ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଜଗନ୍ନାଥ ଦାସ, ମଧୁବାବୁ, ସାରଳା ଦାସ, କପିଳେନ୍ଦ୍ର ଦେବ ପ୍ରମୁଖ ଆମ ଅସ୍ମିତାର ପରିଚୟ। ହୀନମନ୍ୟତା ପାଇଁ ଭାଷା ମରିଯାଏ,ଭାଷାହୀନ ପ୍ରାଣୀ ମୃତ ସମାନ। ସରକାରୀ ସ୍ତରରେ ଓଡ଼ିଆ ଭାଷା ବଞ୍ଚିପାରିବନି, ଆମେ ବିଶେଷତ ମା ମାନେ ଭାଷା ମାରିବାରେ ଦାୟୀ। ନିଜ ଭିତରେ ଅହଂ ପଣିଆ ରହିଲେ ଭାଷା ବଂଚିବ । ପ୍ରତ୍ୟେକ ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ସର୍ବଶ୍ରୀ ଡା କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ରଶ୍ମିବାଳା ରାଉତରାୟ,ଡା ଗୀତାଞ୍ଜଳି ପତ୍ରି, ରଶ୍ମି ସାହୁ, ସଞ୍ଜୀବ କୁମାର ଭୋଇ, ସୁନିତା ସାହୁ, ସୁଶ୍ରୀ ଗାୟତ୍ରୀ ସେଠୀ, ଗଦାଧର ରଥ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ ଯୋଗଦେଇଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଭାଗବତ ପାଠର ଉପାଦେୟତା ଆଲୋଚନାଚକ୍ର: ଭାଗବତ ହେଉଛି ସମ୍ବେଦନଶୀଳର ଉନ୍ମୁକ୍ତ ଆକାଶ : ଡ ବେହେରା  ଚେତନାର ଉତ୍ତରଣ ଭାଗବତରେ ଥାଏ: ବିଜୟିନୀ
Sep 28, 2026•13 views

ଭାଗବତ ପାଠର ଉପାଦେୟତା ଆଲୋଚନାଚକ୍ର: ଭାଗବତ ହେଉଛି ସମ୍ବେଦନଶୀଳର ଉନ୍ମୁକ୍ତ ଆକାଶ : ଡ ବେହେରା ଚେତନାର ଉତ୍ତରଣ ଭାଗବତରେ ଥାଏ: ବିଜୟିନୀ

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ଓ ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଭାଗବତ ପାଠ ର ଉପାଦେୟତା ସମ୍ପର୍କରେ ଏକ ଆଲୋଚନାଚକ୍ର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡ ତ୍ରିନାଥ ଦାଶ ମୋହିନୀଙ୍କ ସଭାପତିତ୍ବ ଓ ସହ ସମ୍ପାଦିକା ଶ୍ବେତାଲିନା ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ ସୁରେନ୍ଦ୍ର କୁମାର ବେହେରା ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ବିଜୟିନୀ ଜେନା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ମାର୍ମିକ ବକ୍ତବ୍ୟ ରଖିଥିଲେ। ବିଷୟ ବିଶେଷଜ୍ଞ ଡ ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ ଭାଗବତ ଆଧ୍ୟାତ୍ମିକ ଗ୍ରନ୍ଥର ଆଲୋକ ବର୍ତ୍ତିକା। ଭାଗବତ ଏମିତି ଏକ କାବ୍ୟ ଯାହାର ପ୍ରତ୍ୟେକ ପଂକ୍ତି ଜୀବନରେ ମାର୍ଗଦର୍ଶନ ଦେଇଥାଏ। ଏହା ହେଉଛି ସମ୍ବେଦନଶୀଳର ଉନ୍ମୁକ୍ତ ଆକାଶ। ଧୈର୍ଯ୍ୟ, ସହନଶୀଳତା, ନମ୍ରତା, ସ୍ଥିରତା ଓ ଉତ୍ତମ ସିଦ୍ଧାନ୍ତ ପାଇଁ ଏହାର ଉପାଦେୟତା ରହିଛି। ଅନ୍ୟତମ ବିଷୟ ବିଶେଷଜ୍ଞା ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ ସାମାଜିକ ବ୍ୟବସ୍ଥାରେ ଶୃଙ୍ଖଳିତ ଓ ସଂସ୍କାରିତ କରିବା ପାଇଁ ଭାଗବତ ପଠନର ଆବଶ୍ୟକତା ରହିଛି। ମୃତ୍ୟୁ ଭୟକୁ ଜୟ କରିବା ର ରାସ୍ତା ଦେଖାଇବା, ଚେତନାର ଉତ୍ତରଣ ଭାଗବତରେ, ତଥା ନୈତିକ ମୂଲ୍ୟବୋଧର କଥା ଭାଗବତରେ ଥାଏ ବୋଲି ମତ ରଖିଥିଲେ। ବିଶିଷ୍ଟ ଶିକ୍ଷାବିତ ଶାନ୍ତନୁ କୁମାର ମୁଦୁଲି ଭାଗବତ ଟୁଙ୍ଗି ର ଆବଶ୍ୟକତା ସହ ଭାଗବତରେ ବିଜ୍ଞାନ, ସାଂସ୍କୃତିକ ଚେତନା ଓ ସାମାଜିକ ବାର୍ତ୍ତା ବହନ କରିଥାଏ ବୋଲି ମତ ରଖିଥିଲେ। ସଭାପତିତ୍ବ ଅଭିଭାଷଣରେ ଡ ଦାଶ ମୋହିନୀ କହିଲେ ଯେ ଠିକ୍ ବର୍ଷକ ତଳେ ଭାଗବତ ଜନ୍ମର କାର୍ଯ୍ୟକ୍ରମ ଏହିଠାରେ ଆରମ୍ଭ ହୋଇ ଏହାର ମହତ୍ତ୍ୱ ,ବର୍ଷ ପୂରାଣୀରେ ଏଭଳି ଆଲୋଚନା ଉପସ୍ଥିତ ସମସ୍ତଙ୍କୁ ପ୍ରେରିତ କରିଛି ବୋଲି ମତ ରଖିଥିଲେ। ଆରମ୍ଭରେ ଉପସଭାପତି ସୁବାସ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟତମ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଶକ୍ତି ଓ ଶରତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଜୟ କୁମାର ମିଶ୍ର, ଆଦିତ୍ୟ କୁମାର ଷଡଙ୍ଗୀ, ଲୀଳାବତୀ ମହାପାତ୍ର,ସୈ।ଦାମିନୀ ମହାକୁଳ, ସୁଶ୍ରୀ ଶୁଭଲକ୍ଷ୍ମୀ ନାଥ ଶର୍ମା, ଶ୍ବେତଲିନା ଶତପଥୀ, କୁଞ୍ଜବିହାରୀ ରାଉତ,ଶୁଚିସ୍ମିତା ପଣ୍ଡା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକାଡେମୀର ସମ୍ପାଦିକା ପ୍ରତିଭା ଦାଶ ମୋହିନୀଙ୍କ ଦ୍ବାରା ଭାଗବତ ପୂଜନ ଓ ଏକ ଅଧ୍ୟାୟ ପଠନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଡ ତ୍ରିନାଥ ଦାଶ ମୋହିନୀ ଙ୍କୁ ଡକ୍ଟରେଟ ଉପାଧି ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ହରିଶ ଚନ୍ଦ୍ର ପାଣିଗ୍ରାହୀ, ଶଶିକଳା ସ୍ବାଇଁ, ପ୍ରଶାନ୍ତ କୁମାର ପାଣି, ଅଶୋକ କୁମାର ସାମଲ,ସୈ।ରଭ ଦୁବେ, ସୁବର୍ଣ୍ଣା ଦତ୍ତ, ବ୍ରଜକିଶୋର ଦୋରା,ସନାତନ ସାହୁ, ଅନ୍ନପୂର୍ଣ୍ଣା ଟୁଡୁ ଙ୍କ ସହ ଏକାଡେମୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସୈ।ରଭ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର
Sep 28, 2026•7 views

ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର

ରାଉରକେଲା: ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ର ମାସିକ ସାହିତ୍ୟ ଆସର କଲ୍ଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ଡା କୃପାସିନ୍ଧୁ ନାୟକ,ଆଲୋଚକ ଭାବେ ଗଗନ ବିହାରୀ ଧଳ ଯୋଗଦେଇଥିଲା ବେଳେ ବଳରାମ ରାଉଳ ସଭାପତିତ୍ବ କରିଥିଲେ। ଆଲୋଚକ ଶ୍ରୀ ଧଳ ଇତିହାସ ପୁନର୍ଲିଖନ ବିଷୟରେ ଆଲୋଚନା କରି କହିଲେ ଯେ ବୈଜ୍ଞାନିକ ଓ ଯୁକ୍ତିସଙ୍ଗତ ଆଲୋଚନା କରିବାକୁ ହେଲେ ପ୍ରଥମେ ଆମକୁ ଇତିହାସ କ’ଣ ତାହା ବୁଝିବାକୁ ପଡ଼ିବ। ଇତିହାସ କେବଳ ଅତୀତର କାହାଣୀ ନୁହେଁ। ଏହା ପ୍ରମାଣ ଉପରେ ଆଧାରିତ ବିଜ୍ଞାନ। ପ୍ରତ୍ନତତ୍ତ୍ୱ, ଶିଳାଲେଖ, ମୁଦ୍ରା, ସାହିତ୍ୟ, ବିଦେଶୀ ପର୍ଯ୍ୟଟକଙ୍କ ବିବରଣୀ, ଡିଏନଏ ଅଧ୍ୟୟନ ଭଳି ବହୁ ଉତ୍ସରୁ ତଥ୍ୟ ସଂଗ୍ରହ କରି ଇତିହାସ ଲେଖାଯାଏ। ତେଣୁ ଯେ କୌଣସି ପୁନର୍ଲିଖନ ଦାବି କଲେ ତାହା ଭାବାବେଗ ନୁହେଁ, ପ୍ରମାଣ ଦ୍ୱାରା ପରୀକ୍ଷିତ ହେବା ଉଚିତ। ମୁଖ୍ୟଅତିଥି ଡା ନାୟକ ପ୍ରାକ୍ତନ ରାଜ୍ୟପାଳ ସୁରେନ୍ଦ୍ର ନାଥ ଦ୍ବିବେଦୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଅଧିକ ଆଲୋଚନା ଓ ଲିଖନ ସମ୍ପର୍କରେ ଗୁରୁତ୍ୱାରୋପ ସହ ଏକ କବିତା ପାଠ କରିଥିଲେ। ପରେ ଗୈ।ତମ ଦାସ ବିଚାର ନାମରେ ଏକ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ ପ୍ରତାପ ପଣ୍ଡା, ହୃଦାନନ୍ଦ ପଟେଲ, କୁଞ୍ଜବିହାରୀ ରାଉତ, ସଞ୍ଜୀବ କୁମାର ଭୋଇ, ବ୍ରଜେନ୍ଦ୍ର ଦାଶ, ରଶ୍ମି ସାହୁ,ପରେଶ ବିଶ୍ବାଳ, ଗୀତାରାଣୀ ବେହେରା, ଅଶୋକ ପଟ୍ଟନାୟକ,ଆଲୋକ ବୋଷ, ଅକ୍ଷୟ ସାମଲ, ବଳରାମ ରାଉଳ, କାଶୀନାଥ ପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ ବସନ୍ତ କୁମାର ଦାସ, ପୀତବାସ ପ୍ରଧାନ,ଜଗନ୍ନାଥ ରାଉତ, ସସ୍ମିତା ପ୍ରଧାନ,ଡ ସୁମନ ଦତ୍ତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବସନ୍ତ ନାୟକ, ସୁକାନ୍ତ ମହାପାତ୍ର, ପର୍ଶୁରାମ ପଟ୍ଟନାୟକ, ନଗେନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଓଡ଼ାପଡ଼ାଠାରେ ସେବା ସଂକଳ୍ପ ଅଭିଯାନ
Sep 28, 2026•3 views

ଓଡ଼ାପଡ଼ାଠାରେ ସେବା ସଂକଳ୍ପ ଅଭିଯାନ

ଢେଙ୍କାନାଳ ୨୮.୯- ଆଜି ମଧ୍ୟାହ୍ନରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଢେଙ୍କାନାଳ ତରଫରୁ “ସେବା ସଂକଲ୍ପ ଅଭିଯାନ – ୨୦୨୬” ପଞ୍ଚାୟତ ସମିତି, ଓଡାପଡା, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ, ଶ୍ରୀ ଆଶିଷ ଇଶ୍ଵର ପାଟିଲ, ସୁଧା ଚୌହାନ, (ଭା.ପ୍ର.ସେ.), ପ୍ରୋବେସନ, ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଆରକ୍ଷୀ ଅଧୀକ୍ଷକ, ଶ୍ରୀ ଦିପ୍ତିରଞ୍ଜନ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଦିଲ୍ଲୀପ କୁମାର ଷଡଙ୍ଗୀ,ବ୍ଲକ ଉନ୍ନୟନ ଅଧିକାରୀ, ଓଡାପଡା, ଶ୍ରୀ ତପନ କୁମାର ସୂତାର, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଶ୍ରୀ ଭବାନୀ ଶଙ୍କର ବେଜ, ସହାୟକ ଶ୍ରମ ଅଧିକାରୀ, ଢେଙ୍କାନାଳଙ୍କ ଉପସ୍ଥିତିରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ/ମନୋନୀତ ବ୍ୟକ୍ତିଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଅଛି । ଉକ୍ତ ଶିବିରରେ ୨ ଜଣ ଆବେଦନକାରୀଙ୍କୁ ଟ. ୪୮,୪୦୦/- (ଶିକ୍ଷା ସହାୟତା), ୪ ଜଣ ଆବେଦନକାରୀଙ୍କୁ ଟ. ୨,୦୦,୦୦୦ /- (ବିବାହ ସହାୟତା), ୪ ଜଣ ମନୋନୀତ ବ୍ୟକ୍ତିଙ୍କୁ ଟ. ୧୦,୦୦,୦୦୦/- (ମୃତ୍ୟୁକାଳୀନ ସହାୟତା) ଓ ୩ ଜଣ ମନୋନୀତ ବ୍ୟକ୍ତିଙ୍କୁ ଟ. ୧୫,୦୦୦/-(ଅନ୍ତ୍ୟେଷ୍ଟିକ୍ରିୟା ସହାୟତା) ସର୍ବ ମୋଟ ୧୩ ଜଣ ନିର୍ମାଣ ଶ୍ରମିକଙ୍କୁ ଟ. ୧୨,୬୩,୪୦୦/- ଙ୍କା ରାଶି ହିତାଧିକାରୀଙ୍କ ଆକାଉଣ୍ଟ କୁ NEFT/RTGS ମାଧ୍ୟମରେ ପ୍ରଦାନ କରାଯାଇଅଛି ଏବଂ ୫୦ ଜଣ ହିତାଧିକାରୀ ଙ୍କୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର
Sep 28, 2026•5 views

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଗାଇସିଲେଟ -ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ବ୍ୟତୀତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ, ଉପଜିଲ୍ଲାପାଳ ଶ୍ରୀ ହେମସାଗର ଭୋଇ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣ୍ଡବ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମାଝୀ ଏବଂ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଆଧାରିତ ସମୁଦାୟ ୧୬୧ ଗୋଟି ଅଭିଯୋଗ ମଧ୍ୟରୁ ୧୦୫ ଗୋଟି ବ୍ୟକ୍ତିଗତ ଏବଂ ୫୬ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ