Web News

ପଞ୍ଚଭୂତିରେ ମା’ ମହାମାୟୀଙ୍କ ଆରାଧନା, ପ୍ରତି ଶନିବାର ଜମୁଛି ଭକ୍ତଙ୍କ ଭିଡ଼
ପଞ୍ଚଭୂତିରେ ଆରାଧ୍ୟ ଦେବୀ ମା’ ମହାମାୟୀ। ପ୍ରତି ଶନିବାର ମା’ଙ୍କ ପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଆଶୀର୍ବାଦ ପାଇଁ ଭକ୍ତମାନେ ଏଠାକୁ ଆସି ପୂଜା କରୁଛନ୍ତି। ବିଶେଷ କଥା ହେଉଛି, ଗାଁର ଯୁବକ-ଯୁବତୀମାନେ ଏକାଠି ହୋଇ ମା’ଙ୍କ ପୂଜାର ଆୟୋଜନ କରୁଛନ୍ତି। ପାରମ୍ପରିକ ରୀତିନୀତି ସହ ଧୂପ, ଦୀପ ଓ ଫୁଲରେ ମା’ଙ୍କୁ ସଜାଇ ଆରାଧନା କରାଯାଉଛି। ପ୍ରତି ଶନିବାର ଏହି ପୂଜାକୁ ନେଇ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ

ମଇଳା ପାଣିରେ ବୁଡ଼ିଛି ଓମ ସାଇବିହାର ରାସ୍ତା
ଭୁବନେଶ୍ୱର: ରାଜଧାନୀର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଗାଡ଼କଣ ନିକଟସ୍ଥ ଓମ ସାଇବିହାରର ଦାଣ୍ଡ ରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ଅବସ୍ଥାରେ ପଡ଼ିଛି। ରାସ୍ତା ଉପରେ ମଇଳା ପାଣି ଜମି ରହିବା ସହ ଯାତାୟାତରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅନ୍ତେବାସୀଙ୍କ ଅଭିଯୋଗ ଅନୁଯାୟୀ, ମଇଳା ଚାମ୍ବର ନିୟମିତ ସଫା କରାଯାଉନାହିଁ। ଫଳରେ ଚାମ୍ବର ଜାମ୍ ହୋଇ ମଇଳା ପାଣି ଓଭରଫ୍ଲୋ କରି ରାସ୍ତା ଉପରକୁ ଚାଲିଆସୁଛି। ଦୀର୍ଘ ସମୟ ଧରି ରାସ୍ତାରେ ମଇଳା ପାଣି ଜମି ରହିବା ଯୋଗୁଁ ପରିବେଶ ମଧ୍ୟ ଦୂଷିତ ହେଉଛି। ଏହି ରାସ୍ତା ଦେଇ ଯାତାୟାତ କରିବା ସମୟରେ ସ୍ଥାନୀୟ ଲୋକଙ୍କ ସମେତ ଛୋଟ ପିଲାମାନେ ବିଶେଷ ଅସୁବିଧାରେ ପଡ଼ୁଛନ୍ତି। ମଇଳା ପାଣି ଯୋଗୁଁ ଦୁର୍ଗନ୍ଧ ମଧ୍ୟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ସମସ୍ୟାର ତୁରନ୍ତ ସମାଧାନ କରି ଚାମ୍ବର ସଫା କରିବା ସହ ରାସ୍ତାରୁ ମଇଳା ପାଣି ହଟାଇବାକୁ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟରେ ଅନ୍ତେବାସୀମାନେ ଦାବି କରିଛନ୍ତି।
Bhubaneswar (ଭୁବନେଶ୍ୱର) • ଲକ୍ଷ୍ମୀଧର ମୁର୍ମୁ

ଗଞ୍ଜାମରୁ ଗଜପତି ଓ ଆନ୍ଧ୍ର ପାତ୍ରପୁରରେ ବାଲି ମାଫିଆଙ୍କ 'ମେଗା ନେଟୱାର୍କ' ? ତୁରୁବୁଡ଼ି ପଞ୍ଚାୟତରେ ବେଆଇନ ବାଲି ଡମ୍ପିଂ; ଦିନ ଦ୍ୱିପ୍ରହରରେ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ
ପାତ୍ରପୁର:୧୯/୯ : ଗଞ୍ଜାମ ଜିଲ୍ଲାରେ ବେଆଇନ ଖଣିଜ ଲୁଟ୍ ରୋକିବା ପାଇଁ ପ୍ରଶାସନର ଦାବି ଯେତିକି ଉଚ୍ଚାରିତ, ବାସ୍ତବ ଚିତ୍ର ସେତିକି ବିପରୀତ। ଖଣି ମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ସୀମାନ୍ତ ଅଞ୍ଚଳ ଏବେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ବିଶେଷ କରି ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ତୁରୁବୁଡ଼ି ପଞ୍ଚାୟତରେ ଦିନ ଦ୍ୱିପ୍ରହରରେ ଚାଲିଛି ଖୋଲା ଲୁଟ୍। ସ୍ଥାନୀୟ ନଦୀପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ତୁରୁବୁଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ପାହାଡ଼ ଭଳି ବାଲି ଡମ୍ପିଂ କରି ରଖାଯାଉଛି। ଏହାପରେ ପ୍ରଶାସନର ଆଖିରେ ଧୂଳି ଦେଇ ଲକ୍ଷ ଲକ୍ଷ ଟଙ୍କାର ବାଲି ପଡ଼ୋଶୀ ଗଜପତି ଜିଲ୍ଲା ଏବଂ ସୀମାନ୍ତ ଡେଇଁ ଆନ୍ଧ୍ରପ୍ରଦେଶକୁ ଅହରହ ଚାଲାଣ କରାଯାଉଛି। କିଭଳି ଚାଲିଛି ଏହି ମାଫିଆ ସିଣ୍ଡିକେଟ୍ ? ନଦୀପଠାରୁ ଟ୍ରାକ୍ଟର ଯୋଗେ ବାଲି ବୋହି ତୁରୁବୁଡ଼ି ପଞ୍ଚାୟତର ନିର୍ଜନ ତଥା ସୁବିଧାଜନକ ସ୍ଥାନରେ ଗଦା କରାଯାଉଛି। ସରକାରୀ ନିୟମ ଅନୁସାରେ କୌଣସି ବୈଧ ଲିଜ୍ କିମ୍ବା ଡମ୍ପିଂ ଅନୁମତି ନଥାଇ ଏହି ଗୋଦାମ ଚାଲିଛି। ଅନ୍ତଃରାଜ୍ୟ ଚାଲାଣ ? ଗଚ୍ଛିତ ବାଲିକୁ ହାଇୱା ଏବଂ ୧୦ ଚକିଆ ଟ୍ରକରେ ଲୋଡ୍ କରାଯାଇ ନିୟମିତ ଭାବେ ଗଜପତି ଏବଂ ସୀମାପାର କରାଇ ଆନ୍ଧ୍ରପ୍ରଦେଶ ପଠାଯାଉଛି। ପ୍ରତିଦିନ ସରକାର ହରାଉଛନ୍ତି ଲକ୍ଷାଧିକ ଟଙ୍କାର ରୟାଲ୍ଟି ଏବଂ ରାଜସ୍ୱ। ଅନ୍ୟପଟେ ମାଫିଆମାନେ ରାତାରାତି ମାଲାମାଲ୍ ହେଉଛନ୍ତି ? ଜନଜୀବନ ଅସ୍ତବ୍ୟସ୍ତ ? ଦିନ ଦ୍ୱିପ୍ରହରରେ ବେପରୁଆ ଭାବେ ଦ୍ରୁତଗତିରେ ଚଳାଚଳ କରୁଥିବା ଓଭରଲୋଡେଡ୍ ଗାଡ଼ି ଯୋଗୁଁ ଗ୍ରାମ୍ୟ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣାର ଆଶଙ୍କା ଲାଗି ରହୁଛି।କାହା ଛତ୍ରଛାୟାରେ ଏହି କାରବାର ? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ସ୍ଥାନୀୟ ରାଜସ୍ୱ ବିଭାଗ, ତହସିଲ ପ୍ରଶାସନ ଏବଂ ପୋଲିସ ଏ ବିଷୟରେ ଜାଣିଶୁଣି ଅନ୍ଧ ପାଲଟିଛନ୍ତି କି ? ଚେକ୍ପୋଷ୍ଟ ଏବଂ ପ୍ରଶାସନିକ ନଜର ଥାଇ ମଧ୍ୟ ସୀମା ପାର ହୋଇ ଆନ୍ଧ୍ରପ୍ରଦେଶକୁ ଶହ ଶହ ଟ୍ରକ୍ ବାଲି କିଭଳି ଯାଉଛି ? ରାଜ୍ୟରେ 'ଡବଲ ଇଞ୍ଜିନ ସରକାର' ଏବଂ 'ଶୂନ୍ୟ ସହନଶୀଳତା'ର ବାର୍ତ୍ତା ଭିତରେ ମନ୍ତ୍ରୀଙ୍କ ନିଜ ଘର ସାମ୍ନାରେ ଏଭଳି ଖୁଲମଖୁଲା ଡକାୟତି ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। କେବଳ କାଗଜପତ୍ରରେ ଚଢ଼ାଉ ନାମରେ ଫମ୍ପା ଡିଣ୍ଡିମ ନପିଟି, ତୁରୁବୁଡ଼ିର ଏହି ବେଆଇନ ବାଲି ଗଦା ଉପରେ ପ୍ରଶାସନ କେବେ ବୁଲଡୋଜର ଚଳାଇବ, ତାହା ଉପରେ ଏବେ ସମଗ୍ର ଦକ୍ଷିଣ ଓଡ଼ିଶାର ନଜର।
Ganjam (ଗଞ୍ଜାମ) • ପପୁନ ଷଡ଼ଙ୍ଗୀ :

ତୋଟାପଡ଼ା ଛକରେ ଭୟାବହ ସଡ଼କ ଦୁର୍ଘଟଣା
ଖୋର୍ଦ୍ଧା: ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ତୋଟାପଡ଼ା ଛକ ଉପରେ ଘଟିଛି ଭୟାବହ ସଡ଼କ ଦୁର୍ଘଟଣା। ଏକ ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଟ୍ରକ୍ ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛି।ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରକ୍ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଟ୍ରକ୍ର ଚାଳକ ଓ ହେଲ୍ପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଓ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସୂଚନା ମିଳିବା ବାକି ରହିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ସେବା ସଂକଳ୍ପ ଅଭିଯାନରେ ପଶୁ ସ୍ୱାସ୍ଥ୍ୟ ଓ ବନ୍ଧ୍ୟାତ୍ୱ ଶିବିର
ଖୋର୍ଦ୍ଧା: ସେବା ସଂକଳ୍ପ ଅଭିଯାନ ଅବସରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ପଶୁ ସ୍ୱାସ୍ଥ୍ୟ ଶିବିର ସହ ବନ୍ଧ୍ୟାତ୍ୱ ଚିକିତ୍ସା ଶିବିର ଆୟୋଜିତ ହୋଇଛି। ଏହି ଶିବିର ମାଧ୍ୟମରେ ପଶୁପାଳକମାନଙ୍କୁ ପଶୁ ଚିକିତ୍ସା ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ପ୍ରଦାନ କରାଯାଇଛି।ଶିବିରରେ ବିଭିନ୍ନ ରୋଗରେ ଆକ୍ରାନ୍ତ ପଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ଚିକିତ୍ସା ଏବଂ ପଶୁପାଳନ ସମ୍ପର୍କିତ ପରାମର୍ଶ ଦିଆଯାଇଥିଲା। ଏଥିସହ ପଶୁମାନଙ୍କ ପ୍ରଜନନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ବନ୍ଧ୍ୟାତ୍ୱ ଚିକିତ୍ସା ଓ ଆବଶ୍ୟକ ପରାମର୍ଶ ଯୋଗାଇ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳର ପଶୁପାଳକମାନେ ଏହି ଶିବିରରେ ଯୋଗଦେଇ ପଶୁ ସ୍ୱାସ୍ଥ୍ୟ ଓ ପ୍ରଜନନ ସେବାର ସୁଯୋଗ ନେଇଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବଡ଼ କର୍ଲାକୋଟରେ ଦୁଇ ବିଶାଳ ଗଣେଶ ପୂଜା ମେଢ଼
କଳାହାଣ୍ଡି ଜୟପାଟଣା ଭଗବାନ ଗଣେଶଙ୍କ ପୂଜନ ଅବ ସର ରେ ଦୁଲ୍ କି ଉଠୁଛି ଜୟପାଟଣା ବ୍ଲକର ବଡ କର୍ଲାକୋଟ ଅଞ୍ଚଳ । ୧୪ତମ ଗଣେଶପୂଜା ବଡ଼କର୍ଲାକୋଟ ବସ୍ତି ପଡା ଏବଂ ୧୫ତମ ଗଣେଶ ପୂଜା ଶୁଣ୍ଡି ପଡା ସିଦ୍ଧି ବିନାୟକ ପୂଜା ସମଗ୍ର ଜୟପାଟଣାବ୍ଲକ ଅଞ୍ଚଳ ନିମନ୍ତେ ଏକ ନିଆରା ସନ୍ଦେଶ ଦେଇଛି । ବହୁଅର୍ଥ ବ୍ୟୟରେ ନିର୍ମିତ ବସ୍ତିପଡ଼ା ପୂଜା ମଣ୍ଡପ କେଦାରନାଥ ମନ୍ଦିରର ରୂପ ସଜ୍ଜା ସହ ସ୍ଥାନୀୟ ଯୁବ ବନ୍ଧୁ ମାନଙ୍କ କଳା କୃତିରେ ଭଗବାନ ଗଣେଷଙ୍କ ମୂର୍ତି ଏବଂ ସାଜସଜ୍ଜା ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରି ଟାଣି ନେଉଥିବାବେଳେ, ମୀନାବଜାର, ଜେମସା ନାଚ, ଖୋଟଳା ନାଚ, ଘୁମୁରା, ଦୂଲଦୁଲି, ବାଳିକା କୀର୍ତନ, ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ସମସ୍ତଙ୍କର ମନ ମୋହି ଦେଇଛି । ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜନ ଉତ୍ସବ ଦଶମୀ ତିଥ୍ ନୂ ଆଖାଇ ପର ଦିନ ପର୍ଯ୍ୟନ୍ତ ସମାରୋହର ସହ ପାଳିତ ହେବାକୁ ଥିବାବେଳେ ଦିନ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭିଡ଼ ଜମୁଥିବା ପରିଲକ୍ଷିତ ହେଉଛି । ବସ୍ତିପଡ଼ା ପୂଜନ ଉତ୍ସବରେ କର୍ତ୍ତା କର୍ମ ଗିରିଜା ପ୍ରସାଦ କଣ୍ଟା ଓ ତାଙ୍କ ସହଧର୍ମିଣୀ ଭଜମନି କଣ୍ଟା ନିଷ୍ଠାର ସହ ସମ୍ପାଦନ କରି ଆସୁଥିବାବେଳେ, ପୂଜକ କର୍ମ ଲାଖ ବାହାଲି ଗ୍ରାମର ଗୌତମ ଖମାରି ଦାୟିତ୍ଵ ତୁଲେଇ ଆସୁଛନ୍ତି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପୂଜା କମିଟି ର ସଦସ୍ୟ, ଗ୍ରାମ୍ୟ ମହିଳା ଦଳ, ଯୁବକ ମାନେ ଅତି ସ୍ନେହ ଶ୍ରଦ୍ଧାର ସହ ସାହାଯ୍ୟ, ସହଯୋଗ, ଭାଇଚାରର ସମ୍ପର୍କ ମଧ୍ୟରେ ପରିଚାଳିତ କରି ଆସୁଥିବ। ଦେଖାଯାଏ। ସେହିପରି ଶୁଣ୍ଡିପଡ଼ା ସିଦ୍ଧି ବିନାୟକ ଙ୍କ ପୂଜନ ଉତ୍ସବରେ ନିର୍ମିତ ରାଷ୍ଟ୍ରପତି ଭବନର ଅପରୂପ ସହ ସିଦ୍ଧି ବିନାୟକଙ୍କ ମୂର୍ତ୍ତି ଏବଂ ସାଚ ସଜ୍ଜା ଉଚ୍ଚ କେ ଟି ର ହୋଇପାରିଛି । ସ୍ଥାନୀୟ ଯୁବକ ମାନଙ୍କ ପ୍ରଗାଢ଼ ଉଦ୍ୟ ମରେ ନିର୍ମିତ ମଣ୍ଡପ, ତୋରଣ ସମଗ୍ର ଅଞ୍ଚଳ ପାଇଁ ନିଜର କଳା କୌଶଳର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ମଣ୍ଡପରେ କର୍ତ୍ତା ଭାବେ ସୁବାଷ ଚନ୍ଦ୍ର ପଟେଲ ଓ ତାଙ୍କ ଧର୍ମ ପତ୍ନୀ କୁମାରୀ ପଟେଲ ଭକ୍ତି ଓ ନିଷ୍ଠାର ସହ ନିଜକୁ ସମର୍ପିତ କରି ଦେଇଥିବାବେଳେ ପୂଜକ ଭାବେ ରବି ନାରାୟଣ ଦାସ ସମସ୍ତ ହୋମ ଯଜ୍ଞ, ପୂଜନ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ଯୁବକ, ମହିଳା ମାନେ ଏଠାରେ ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ସକ୍ରିୟ ଅଂଶ ଗ୍ରହଣ କରିଆସୁଥିବାବେଳେ କମିଟି ତରଫରୁ ସମ୍ପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ସୁବ୍ୟବସ୍ଥା କରିଥିବା ଦେଖାଯାଏ । ଚଳିତ ବର୍ଷ ୧୫ତମ ବା ର୍ଷିକ ସିଦ୍ଧି ବିନାୟକ ପୂଜନ ଅତି ଶାନ୍ତି ଶୃଙ୍ଖଳା ମଧ୍ୟରେ ବ୍ୟ ବ ସ୍ଥି ତ ଥ୍ ବା ଯୋଗୁଁ ଦର୍ଶ ନାଭିଳାଷୀ ମାନେ ସ୍ଵଚ୍ଛନ୍ଦରେ ଦର୍ଶନସାରୀ ଫେରୁଛନ୍ତି । ଏହିପରି ଭାବେ ବସ୍ତି ପଡା ଓ ଶୁଣ୍ଡି ପଡା ପୂଜା କମିଟି ମଧ୍ୟରେ ଏକ ଭାବପୂର୍ଣ୍ଣ, ଏକତା ମନୋଭାବ, ସାହାଯ୍ୟ ସହଯୋଗର ହାତ ବଢ଼େଇ ଗ୍ରାମର ଏକତା ବଜାୟ ରଖୁଥିବା ଯୋଗୁଁ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାଇଚାରାର ନିଦର୍ଶନ ଏହାର ନିଚ୍ଛକ ଉଦାହରଣ ସାଜିଛି । ତତସହ ଜନସାଧାରଣ ଶାନ୍ତି, ଶୃଙ୍ଖଳାର ସହ ବଡ କର୍ଲାକୋଟ ଗଣେଶ ପୂଜା ଉତ୍ସବକୁ ଭକ୍ତି ପୂର୍ଣ୍ଣ ସମାବେଶ ମଧ୍ୟରେ ଉପଭୋଗ କରି ଆସୁଥିବା ଯୋଗୁଁ ବସ୍ତି ପଡା ପୂଜା କମିଟିର ସଭାପତି ଦୁର୍ଲ୍ଲଭ ନାଏକ, ବିଳାଶ ମାଝୀ, ଦେବ ରାଜ କଣ୍ଟା, ମୁରଲୀଧର ଦଳେଇ, ସିଦ୍ଧେଶ୍ଵର ନାଏକ, ଗୁରୁ ପ୍ରସାଦ ନାଏକ ପ୍ରମୁଖ ଅଂଚଳ ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ନଳକୂଅ ପାଣି ଦୂଷିତ ଅଭିଯୋଗ, ପ୍ରଶାସନର ଦୃଷ୍ଟି ପଡ଼ୁନି
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ ନଈତଈଲା ଗ୍ରାମ ଆଦିବାସୀ ସାହିରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଚିନ୍ତା ବଢ଼ାଉଥିବା ବେଳେ ନଳକୂଅ ପାଣି ଦୂଷିତ ହେଉଥିବା ନେଇ ଅଭିଯୋଗ ହୋଇଛି। ନଳକୂଅରୁ ବାହାରୁଥିବା ପାଣିର ଗୁଣବତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଏନେଇ ଅଭିଯୋଗ ପରେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ନେଇ ଅସନ୍ତୋଷ ଦେଖାଦେଇଛି। ପାନୀୟ ଜଳ ଭଳି ଏକ ମୌଳିକ ଆବଶ୍ୟକତା ପ୍ରତି ଅବହେଳା ଯୋଗୁଁ ଲୋକେ ଚିନ୍ତାରେ ରହିଛନ୍ତି। ଦୂଷିତ ପାଣି ବ୍ୟବହାର ଦ୍ୱାରା ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ନଳକୂଅ ପାଣିର ମାନ ପରୀକ୍ଷା କରିବା ସହ ଆବଶ୍ୟକ ମରାମତି ଓ ବିଶୋଧନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରୁ ବୋଲି ଦାବି ହୋଇଛି।
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ବଅଁରପାଳରେ କାଶତଣ୍ଡିର ଶୁଭ୍ର ସମ୍ଭାର, ଶରତର ଆଗମନୀ ବାର୍ତ୍ତା
ବଅଁରପାଳ: ବର୍ଷା ଋତୁର ବିଦାୟ ସହ ବଅଁରପାଳ ଅଞ୍ଚଳରେ ଅନୁଭୂତ ହେଉଛି ଶରତର ଆଗମନୀ ସ୍ପର୍ଶ। ରାସ୍ତାପାର୍ଶ୍ୱ, ଖୋଲା ପଡ଼ିଆ ଓ ଖାଲି ଜମିରେ ଫୁଟିଥିବା ଧଳା କାଶତଣ୍ଡି ପ୍ରକୃତିକୁ କରିଛି ଅପୂର୍ବ ସୁନ୍ଦର। ହାଲୁକା ପବନରେ ଉଡୁଥିବା କାଶତଣ୍ଡିଫୁଲ ଯେପରି ଶରତର ଆଗମନୀ ବାର୍ତ୍ତା ଦେଉଛି। ସବୁଜ ପରିବେଶ ମଧ୍ୟରେ ଧଳା କାଶଟତଣ୍ଡିଫୁଲର ଦୃଶ୍ୟ ପଥଚାରୀ ଓ ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରୁଛି। କାଶତଣ୍ଡିର ଶୁଭ୍ରତା ସହ ଧୀରେ ଧୀରେ ଅଞ୍ଚଳରେ ପାର୍ବଣର ମାହୋଲ ମଧ୍ୟ ଜମିବାରେ ଲାଗିଛି। ଆଗକୁ ଦୁର୍ଗାପୂଜା ସମେତ ବିଭିନ୍ନ ପାର୍ବଣ ଥିବାରୁ ଲୋକଙ୍କ ମନରେ ଉତ୍ସାହ ବଢ଼ୁଛି। କାଶତଣ୍ଡିଫୁଲର ଏହି ଶୁଭ୍ର ସମ୍ଭାର ଶରତ ଓ ପାର୍ବଣ ଋତୁର ଆଗମନକୁ ସ୍ୱାଗତ କରୁଥିବା ଭଳି ଲାଗୁଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଅନୁଗୋଳରେ ‘ଅପରେସନ୍ ପ୍ରହାର’: ଗିରାଙ୍ଗରୁ ବିପୁଳ ବିଦେଶୀ ମଦ ଜବତ, ୨ ଅଟକ
ବଅଁରପାଳ: ଅନୁଗୋଳ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ନିଶା କାରବାର ବିରୋଧରେ ଚାଲିଥିବା ‘ଅପରେସନ୍ ପ୍ରହାର’ରେ ମିଳିଛି ବଡ଼ ସଫଳତା। ନାଲ୍କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଚଢ଼ାଉ କରି ସ୍ପେଶାଲ ସ୍କ୍ୱାଡ୍ ବିପୁଳ ପରିମାଣର ବେଆଇନ ବିଦେଶୀ ମଦ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ସୂଚନା ଅନୁସାରେ, ଗିରାଙ୍ଗ ଗ୍ରାମର ଏକ ଦୋକାନ ଓ ଘରେ ଦୀର୍ଘଦିନ ଧରି ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ମଦ ଜବତ କରାଯାଇଥିଲା। ତେବେ ନାଲ୍କୋ ଥାନାଠାରୁ ମାତ୍ର ପ୍ରାୟ ୨ କିଲୋମିଟର ଦୂରରେ ଦୀର୍ଘଦିନ ଧରି ଏଭଳି ବେଆଇନ ମଦ କାରବାର ଚାଲିଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ପୋଲିସର ଅଜାଣତରେ ଏତେ ପରିମାଣର ମଦ କାରବାର କିପରି ଚାଲିଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ନାଲକୋ , ଅନୁଗୋଳ

ଦୁଃଖର ସମୟରେ ଶୋକସନ୍ତପ୍ତ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ଅନୁଗୋଳ ଜିଲ୍ଲା ତଳଗଡ଼ ଗ୍ରାମର ସ୍ୱର୍ଗତ ହୃଦା ବେହେରାଙ୍କ ଦେହାନ୍ତରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ସମୟରେ ଲୁଲୁ ସେନା ଟିମ୍ ତଳଗଡ଼ ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏଥିସହ ଲୁଲୁ ସେନା ପକ୍ଷରୁ ପରିବାରକୁ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରାଯାଇଥିଲା। ଅସହାୟ ଓ ଦୁଃଖୀ ପରିବାରଙ୍କ ଦୁଃଖ ସମୟରେ ସାଥୀ ହୋଇ ମାନବିକତାର ପରିଚୟ ଦେଇଛି ଲୁଲୁ ସେନା। ସ୍ୱର୍ଗତ ହୃଦା ବେହେରାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଲୁଲୁ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତଳଗଡ ,ଅନୁଗୋଳ

ପାର୍ବଣ ଋତୁରେ ଅନୁଗୋଳ ପୋଲିସର କଡ଼ା ପଦକ୍ଷେପ
ଅନୁଗୋଳ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ସାରା ଜିଲ୍ଲାରେ ରାତିକାଳୀନ ବ୍ଲକିଂ, ଏମଭି ଚେକିଂ ଏବଂ ମଦ୍ୟପାନ କରି ଗାଡ଼ି ଚାଳନା ଯାଞ୍ଚକୁ ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ଟିମ୍ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖାଯାଉଛି। ବିଶେଷକରି ମଦ୍ୟପାନ କରି ଗାଡ଼ି ଚାଳନା ଭଳି ବିପଜ୍ଜନକ ଅଭ୍ୟାସକୁ ରୋକିବା ଉପରେ ପୋଲିସ ଗୁରୁତ୍ୱ ଦେଉଛି। ପାର୍ବଣ ସମୟରେ ଲୋକଙ୍କ ଯାତାୟାତ ବୃଦ୍ଧି ପାଉଥିବାରୁ ସଡ଼କ ଦୁର୍ଘଟଣା ରୋକିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ବିଶ୍ୱକର୍ମା ପୂଜା ଦେଖିବାକୁ ଯିବା ବେଳେ ଦୁର୍ଘଟଣା
ବଅଁରପାଳ: ବିଶ୍ୱକର୍ମା ପୂଜା ଦେଖିବାକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୫୫ ନମ୍ବର ଜାତୀୟ ରାଜପଥର ନୂଆହତା ନିକଟରେ ଏକ ହାଇୱା ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀ ହେଲେ କେନ୍ଦୁଝରର ସୁମିତ୍ରା ମହନ୍ତ। ତାଙ୍କ ସହ ଥିବା ଇରା ଦୁଆରି ଓ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଦୁହେଁ ସାମଲ କେୟାର ହସ୍ପିଟାଲରେ ଷ୍ଟାଫ୍ ନର୍ସ ଭାବେ କାମ କରୁଥିଲେ। ଡ୍ୟୁଟି ସାରି ନାଲକୋ ନଗରର ବିଶ୍ୱକର୍ମା ପୂଜା ଦେଖିବାକୁ ଯାଉଥିବା ବେଳେ OD-14-U-7207 ନମ୍ବର ହାଇୱାଟି ତାଙ୍କୁ ଧକ୍କା ଦେଇଥିଲା। ପୋଲିସ ହାଇୱାକୁ ଜବତ କରିବା ସହ ଚାଳକଙ୍କୁ କାବୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ
