ଲକ୍ଷେଘର ଗଣ୍ଡା ସମାଜ ର ନୂଆଁଖାଇ ଭେଟଘାଟ
Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀରSeptember 28, 2026128 views

ଟିଟିଲାଗଡ଼ :-୨୮/୯/୨୬ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ କଲ୍ୟାଣ ମଣ୍ଡପ ପରିସରରେ ଲାକ୍ଷେଘର ଗଣ୍ଡା ସମାଜ ଟିଟିଲାଗଡ଼ ପକ୍ଷରୁ ଭବ୍ୟ ନୂଆଁଖାଇ ଭେଟଘାଟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ଅର୍ଜୁନ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଆଶକିରନ୍ ପ୍ରାଇଭେଟ୍ ଲିମିଟେଡ ର C M D ମନମୋହନ କୁମ୍ଭାର ଓ ସମ୍ମାନିତ ଅତିଥି ଗଣ୍ଡାସମାଜ ରାଷ୍ଟ୍ରୀୟ ସଂଯୋଜକ ଭଗଵାନ ନାୟକ,ସହ ସଂଯୋଜକ ବନମାଳୀ ଛୁରା,ଯୁବ ସଂଯୋଜକ ଆଶିଷ ତାଣ୍ଡି, ବୁର୍ବତନ୍ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷ ଭାରତ ତାଣ୍ଡି,ଛତିଶଗଡ NTPC GM ବିରୁସିଂ ନାଗ,ବରିଷ୍ଟ ସମାଜ ସେବୀ ପ୍ରଦୀପ ତାଣ୍ଡି,EO ଅର୍ଜୁନ ଛୁରା,ଶିକ୍ଷକ ବୃନ୍ଦାବନ ଛୁରା,ଟିଟିଲାଗଡ ବ୍ଲକ କଂଗ୍ରେସ ସଭାପତି ମଗନ୍ ନାଗ,ସୂର୍ଡା ସରପଞ୍ଚ ଚିନ୍ତାମଣି ସୁନା ମଞ୍ଚାସିନ ଥିଲେ।ସମାଜର ବହୁ ସଂଖ୍ୟକ ସଦସ୍ୟ, ମହିଳା, ଯୁବକ-ଯୁବତୀ ଓ ବରିଷ୍ଠ ବ୍ୟକ୍ତିମାନେ ଯୋଗଦେଇ ନୂଆଁଖାଇର ଭାଇଚାରା ଓ ଏକତାର ବାର୍ତ୍ତାକୁ ଆହୁରି ମଜବୁତ କରିଥିଲେ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରା, ସାମାଜିକ ଏକତା, ପରସ୍ପର ସ୍ନେହ ଓ ସମ୍ପର୍କକୁ ମଜବୁତ କରିବାର ଏକ ଅନନ୍ୟ ପରମ୍ପରା। ଏହି ଅବସରରେ ଆୟୋଜିତ ନୂଆଁଖାଇ ଭେଟଘାଟରେ ସମସ୍ତେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ସମାରୋହରେ ସମାଜର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ସମାଜର ଏକତା, ଶିକ୍ଷା, ଯୁବପିଢ଼ିର ଭୂମିକା ଏବଂ ସମାଜର ସାମଗ୍ରିକ ବିକାଶ ନେଇ ଆଲୋଚନା କରାଯାଇଥିଲା। ବରିଷ୍ଠମାନେ ନୂଆଁଖାଇ ପରମ୍ପରାର ମହତ୍ତ୍ୱ ଓ ଆମ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ରଖିଥିଲେ।ଏହି ଭେଟଘାଟ ସମାରୋହ ମାଧ୍ୟମରେ ସମାଜର ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ଭାଇଚାରା ଓ ଆତ୍ମୀୟତାର ଭାବନା ଆହୁରି ଦୃଢ଼ ହୋଇଥିଲା। ଶେଷରେ ସମାଜର ସଭାପତି ଶ୍ରୀ ଅର୍ଜୁନ ନାଗ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ସମାଜର ଏକତା ଓ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ।ଉକ୍ତ କାର୍ଯ୍ୟକର୍ମ କୁ ସମ୍ପାଦକ ଇନ୍ଦ୍ରମଣି ସ୍ୱାଗତ କରିଥିବା ବେଳେ,ସଭାପତି ଶ୍ରୀ ଅର୍ଜୁନ ନାଗ ମଞ୍ଚ ପରିଚାଳନା କରି କୈବର୍ତ୍ତ ବାଗ ଧନ୍ୟବାଦ୍ ଅର୍ପଣ କର୍ଥିଲେ।ସାମ୍ବାଦିକ ହରିଶଙ୍କର ନାଗ,ଜିତେନ୍ଦ୍ର ବାଗ,ହୀରା ତାଣ୍ଡି, ଓ ବ୍ଲକ ଓର୍ଗନାଇସର୍ କିଶାନ ନାଗ ପ୍ରମୁକ୍ ଉପସ୍ଥିତ ଥିଲେ।ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ, ଆନନ୍ଦ ଓ ଭାଇଚାରାର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।
