ବେଗୁନିଆ ପୁଲିସର ବଡ଼ ସଫଳତା
Kalahandi (କଳାହାଣ୍ଡି)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 28, 202637 views

ଖୋର୍ଦ୍ଧା: ବେଗୁନିଆ ଥାନା ଅଞ୍ଚଳରେ ଘଟିଥିବା ATM ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ବେଗୁନିଆ ପୁଲିସ। ଘଟଣାର ତଦନ୍ତ କରି ପୁଲିସ ଲୁଟ୍ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଲୁଟ୍ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି।ପୁଲିସ ସୂଚନା ଅନୁଯାୟୀ, ATM ଲୁଟ୍ ଘଟଣାରେ ୨୦ ହଜାର ଟଙ୍କା ଉଦ୍ଧାର କରାଯାଇଛି। ଏହାସହ ଲୁଟ୍ରେ ବ୍ୟବହୃତ ବାଇକ୍, ଶାବଳ ଓ ହେଲମେଟ୍ ଜବତ କରିଛି ପୁଲିସ। ଜବତ ବାଇକ୍ର ନମ୍ବର OD-33-AT-3384 ବୋଲି ଜଣାପଡ଼ିଛି।ATM ଲୁଟ୍ ଘଟଣା ପରେ ବେଗୁନିଆ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ବିଭିନ୍ନ ଦିଗକୁ ଯାଞ୍ଚ କରି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଲୁଟ୍ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଲୁଟ୍ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ କଣ, ସେନେଇ ପୁଲିସର ତଦନ୍ତ ଜାରି ରହିଛି। ଘଟଣାରେ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ପୁଲିସ ଖୋଳତାଡ଼ କରୁଛି।
