ବାତ୍ୟାରେ ଭୁଶୁଡ଼ି ପଡ଼ିଲା ଚାଳଘର
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁSeptember 28, 202622 views

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜୟପଲ୍ଲୀ ଗ୍ରାମର ବ୍ରଜବନ୍ଧୁ ଯାନୀ ଚାଳଘର ବାତ୍ୟାର ପ୍ରଭାବରେ ପ୍ରବଳ ପବନ ବହିବା ଯୋଗୁଁ ଏକ ଚାଳଘର ଭୁଶୁଡ଼ି ପଡ଼ିଛି। ଘରର କାଠ ଓ ଚାଳ ଭାଙ୍ଗି ତଳେ ପଡ଼ିଥିବା ବେଳେ ଘରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାଫଳରେ ପରିବାରଟି ଅସୁବିଧାରେ ପଡ଼ିଛି। କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନଙ୍କୁ ଦାବି କରାଯାଇଛି।
