--:--:--
-- ---
Srishti News

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

Rourkela (ରାଉରକେଲା)କୁଞ୍ଜବିହାରୀ ରାଉତSeptember 28, 20263 views
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ
ରାଉରକେଲା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଭାବେ କାର୍ଯ୍ୟ କରି ଏକ ବିରଳ ରେକର୍ଡ କରିଛନ୍ତି। ଏହି ଅବସରରେ ରାଉରକେଲା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋମବାର ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ବରିଷ୍ଠ ଶିକ୍ଷାବୀତ୍‌ ତଥା ସଙ୍ଗଠକ ଡ. ସନାତନ ପ୍ରଧାନ ଯୋଗଦେଇ ଏହି ଅଭିଯାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ବିଶେଷ କରି ନରେନ୍ଦ୍ର ମୋଦିଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ଯୋଗୁଁ ସେ ଗତ ୨୫ ବର୍ଷ ଧରି ନିରବଛିନ୍ନଭାବେ ଶାସନ ମୁଖ୍ୟ ରହିଆସିଛନ୍ତି। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସାରା ବିଶ୍ୱରେ ଭାରତର ମର୍ଯ୍ୟାଦା ବୃଦ୍ଧି ହେବା ସର୍ବୋପରି ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି ରାଷ୍ଟ୍ରର ହିତ ପାଇଁ କାର୍ଯ୍ୟ ସମ୍ପର୍କରେ ଡ. ପ୍ରଧାନ ବିଭିନ୍ନ ଉଦାହରଣ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପାନପୋଷ ଜିଲ୍ଲା ବିଜେପି ସଭାପତି ପୂର୍ଣ୍ଣିମା କେର୍କେଟା ଯୋଗଦେଇ ସେବା ସଂକଳ୍ପ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ମହାବିଦ୍ୟାଳୟ ପୂର୍ବତନ ଛାତ୍ର ସଂଘର ସାଧାରଣ ସମ୍ପାଦକ ରୋଶନ ସାହୁ ଏବଂ ବିଜେପି ଦଳର ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଏବଂ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଙ୍କୁଶ ବର୍ମା ପ୍ରମୁଖ ଉପସ୍ଥିତ ରହି ବିକଶିତ ଭାରତର ସ୍ୱପ୍ନ ସାକାର ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ପୂର୍ବରୁ +୨ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ +୨ ଓ +୩ ଉଭୟ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ଦୁଇଜଣ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସୁଜାତା ଖାଲ୍‌କୋ ଏବଂ ମହାବିଦ୍ୟାଳୟର ଅନ୍ୟତମ ଅଧ୍ୟାପିକା ରଜନୀ କିସାନଙ୍କ ମଞ୍ଚ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଅନନ୍ତ ବରିହା ଧନ୍ୟବାଦ ଦେଇଥିଲେ। ଶେଷ ପର୍ଯ୍ୟାୟରେ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୌଧ ଧର୍ମ ସମ୍ପର୍କୀତ ‘ସାତୀପୁତ୍ତ’ ନାମକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।