--:--:--
-- ---
Srishti News

ବାସନ୍ତୀ ପାଠାଗାରର ସ୍ବତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା

Rourkela (ରାଉରକେଲା)କୁଞ୍ଜବିହାରୀ ରାଉତSeptember 28, 20262 views
ବାସନ୍ତୀ ପାଠାଗାରର ସ୍ବତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା
ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ସ୍ବତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ, ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ସଂଯୋଜନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଧା କଥାରେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ ସନାତନ ପ୍ରଧାନ ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ନୈତିକତା ଉପରେ ଆଲୋଚନା କରିଥିଲେ। ତାଙ୍କ ସହ କଥା ହୋଇଥିଲେ ଇଂ ସୁବାସ ମହାପାତ୍ର। ଡ ପ୍ରଧାନ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ପ୍ରକୃତି ହେଉଛି ଆମର ଦେବତା, ତେଣୁ ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ଵ। ଏହା ସହ ଆଦି ଦୈବିକ, ଆଦି ଭୈ।ତିକ, ଆଦି ଆଧ୍ୟାତ୍ମିକ ସମ୍ପର୍କରେ ଆଲୋଚନା କରିବା ସହ ଭାରତୀୟ ସଂସ୍କୃତି ସହ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ବିଶିଷ୍ଟ ଶଲ୍ୟ ଚିକିତ୍ସିକ ଡାକ୍ତର ଗୋକୁଳାନନ୍ଦ ସାହୁ ରୋଗ ନିରାକରଣରେ ମନୋବଳ ଓ ସକରାତ୍ମକ ଚିନ୍ତା ଉପରେ ଆଲୋଚନା କରିଥିଲେ। ତାଙ୍କ ସହ ସିଧା କଥା ହୋଇଥିଲେ ଗୀତାରାଣୀ ବେହେରା। ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ଡାକ୍ତର ସାହୁ କହିଲେ ଯେ ଚିକିତ୍ସା ବିଜ୍ଞାନ ସମ୍ପୁର୍ଣ୍ଣ ବିଜ୍ଞାନ ନୁହେଁ। ଚିକିତ୍ସା ପାଉଥିବା ବ୍ୟକ୍ତି ପାଖରେ ଦୃଢ ମନୋବଳ,ଧନବଳ,ଜନବଳ ଓ ଜ୍ଞାନବଳ ରହିବା ସହ ସକରାତ୍ମକ ମନୋଭାବ ରହିବା ଆବଶ୍ୟକ। ଇଶ୍ଵର ବିଶ୍ଵାସ ଓ ମାନସିକ ଦୃଢତା ହିଁ ରୋଗ ନିରାକରଣରେ ସହାୟକ ହୁଏ। ଅନ୍ୟତମ ଆଲୋଚକ ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ ଅଶ୍ବିନୀ କୁମାର ରାୟ ଓଡିଆ ଭାଷା ଓ ଓଡ଼ିଆ ଅସ୍ମିତା, ଆମର ଦାୟିତ୍ବ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହ ସିଧା କଥା ହୋଇଥିଲେ ସୁସ୍ମିତା ମହାପାତ୍ର। ଡ ରାୟ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଜଗନ୍ନାଥ ଦାସ, ମଧୁବାବୁ, ସାରଳା ଦାସ, କପିଳେନ୍ଦ୍ର ଦେବ ପ୍ରମୁଖ ଆମ ଅସ୍ମିତାର ପରିଚୟ। ହୀନମନ୍ୟତା ପାଇଁ ଭାଷା ମରିଯାଏ,ଭାଷାହୀନ ପ୍ରାଣୀ ମୃତ ସମାନ। ସରକାରୀ ସ୍ତରରେ ଓଡ଼ିଆ ଭାଷା ବଞ୍ଚିପାରିବନି, ଆମେ ବିଶେଷତ ମା ମାନେ ଭାଷା ମାରିବାରେ ଦାୟୀ। ନିଜ ଭିତରେ ଅହଂ ପଣିଆ ରହିଲେ ଭାଷା ବଂଚିବ । ପ୍ରତ୍ୟେକ ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ସର୍ବଶ୍ରୀ ଡା କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ରଶ୍ମିବାଳା ରାଉତରାୟ,ଡା ଗୀତାଞ୍ଜଳି ପତ୍ରି, ରଶ୍ମି ସାହୁ, ସଞ୍ଜୀବ କୁମାର ଭୋଇ, ସୁନିତା ସାହୁ, ସୁଶ୍ରୀ ଗାୟତ୍ରୀ ସେଠୀ, ଗଦାଧର ରଥ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ ଯୋଗଦେଇଥିଲେ।