--:--:--
-- ---
Srishti News

Web News

ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ
Sep 20, 2026•66 views

ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

ତାଳଚେର: ତାଳଚେରର ଗଣପର୍ବ ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇଥିବା ବେଳେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ତାଳଚେରର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଐତିହ୍ୟକୁ ଆଗେଇ ନେଉଥିବା ବିଭିନ୍ନ ଗଣେଶ ପୂଜା କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ତାଳଚେରର ଭାଇଚାରା, ସାଂସ୍କୃତିକ ଏକତା ଓ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥିସହ ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ଉତ୍ତରୋତ୍ତର ଉନ୍ନତି, ସମୃଦ୍ଧି ଓ ଅଶେଷ ସଫଳତା କାମନା କରାଯାଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ ବିଭିନ୍ନ ମନୋରଞ୍ଜନଧର୍ମୀ ଓ ପାରମ୍ପରିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ଗଣ୍ଡିବେଢ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
Sep 20, 2026•52 views

ଗଣ୍ଡିବେଢ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ଅନୁଗୋଳ: ମରାତିରାସ୍ଥିତ ଗଣ୍ଡିବେଢ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରଥମ ପ୍ରାକ୍‌ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ୧୯୭୭ ମସିହା ଜୁଲାଇ ୧ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ୨୦୨୭ରେ ୫୦ ବର୍ଷ ପୂରଣ କରିବ। ଏହି ଅବସରକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୈଠକରେ ବିଭିନ୍ନ ପଞ୍ଚାୟତର ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ସୁଚାରୁ ପରିଚାଳନା ଏବଂ ବିଭିନ୍ନ ଉପ-କମିଟି ଗଠନ ନେଇ ଆଲୋଚନା ହୋଇଥିଲା। ଆଗାମୀ ଉତ୍ସବକୁ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଅନୁଗୋଳ କଲେଜରେ ‘ନିଶାମୁକ୍ତ ଭାରତ’ ସଂକଳ୍ପ ସମାରୋହ
Sep 20, 2026•44 views

ଅନୁଗୋଳ କଲେଜରେ ‘ନିଶାମୁକ୍ତ ଭାରତ’ ସଂକଳ୍ପ ସମାରୋହ

ଅନୁଗୋଳ: ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ଅନୁଷ୍ଠିତ ହୋଇଯାଇଛି। ‘ମୋ ଯୁବ ଭାରତ’ ଓ NSSର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତ ଗଠନର ମୁଖ୍ୟ ଆଧାର ବୋଲି କହିଥିଲେ। ଏହି ଅବସରରେ NSS ଓ NCC ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ନିଶାମୁକ୍ତି ସଚେତନତା ନାଟକ ଏବଂ ‘ସଂକଳ୍ପ ଚକ୍ର’ର ସାଙ୍କେତିକ ପ୍ରଦର୍ଶନୀ କରାଯାଇଥିଲା। ସେହିପରି ଦସ୍ତଖତ ଅଭିଯାନରେ ମଧ୍ୟ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସୁଦୀପ ଗଡ଼ନାୟକ, ଅନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ବବଲୁ ମୁଣ୍ଡା, ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବଙ୍କ ସମେତ ବହୁ ଅତିଥି ଯୋଗଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଗଣେଶ ପୂଜାରେ ଆଜ୍ଞା ଲଡୁ ନିଲାମ, ଯୋଗଦେଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ
Sep 20, 2026•65 views

ଗଣେଶ ପୂଜାରେ ଆଜ୍ଞା ଲଡୁ ନିଲାମ, ଯୋଗଦେଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ

ଅନୁଗୋଳ: ଅନୁଗୋଳ ବ୍ଲକ କୁମୁରିସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ବାହାଳ ଗ୍ରାମରେ ଏଲିଗାଣ୍ଟ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ପବିତ୍ର ଶ୍ରୀ ଶ୍ରୀ ଗଣେଶ ପୂଜା ଉପଲକ୍ଷେ ଆଜ୍ଞା ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦ କାମନା କରିଥିଲେ। ଏଥିସହ ଉପସ୍ଥିତ ଶ୍ରଦ୍ଧାଳୁ ଓ ଆୟୋଜକମାନଙ୍କ ସହ ଆଲୋଚନା କରି ପୂଜାର ସମସ୍ତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ସମାଜସେବୀ କ୍ଷୀରୋଦ ନାୟକ, କୁମୁରିସିଂହା ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟୋଧନ ସାହୁ, ପଞ୍ଚାୟତ ବିଜେଡି ସଭାପତି ଯୋଗେନ୍ଦ୍ର ବିଶ୍ୱାଳ ଏବଂ ଏଲିଗାଣ୍ଟ ୟୁଥ୍ କ୍ଲବ୍ ସଭାପତି ସଞ୍ଜୟ ଜେନାଙ୍କ ସମେତ ବହୁ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ନାଲକୋରେ ବିଶ୍ୱକର୍ମା ପୂଜା: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅନୁଗୋଳ ଏସ୍‌ପି
Sep 20, 2026•60 views

ନାଲକୋରେ ବିଶ୍ୱକର୍ମା ପୂଜା: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅନୁଗୋଳ ଏସ୍‌ପି

ଅନୁଗୋଳ: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ନାଲକୋ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଗୋଳ ଏସ୍‌ପି ବିଭିନ୍ନ ପୋଲିସ ଡ୍ୟୁଟି ପଏଣ୍ଟ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ପୋଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ଏସ୍‌ପି ସ୍ଥାନୀୟ ଜନସାଧାରଣଙ୍କ ସହ ମଧ୍ୟ ଆଲୋଚନା କରି ପୂଜା ସମୟରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ସମ୍ପର୍କରେ ମତାମତ ନେଇଥିଲେ। ପୋଲିସର ସୁରକ୍ଷା ବ୍ୟବସ୍ଥା ଓ ମୁତୟନକୁ ନେଇ ଜନସାଧାରଣ ସନ୍ତୋଷ ପ୍ରକାଶ କରିଥିଲେ। ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ବିଶ୍ୱକର୍ମା ପୂଜା ପାଳନରେ ସହଯୋଗ କରିଥିବା ଅନୁଗୋଳବାସୀ ଏବଂ ନାଲକୋ ପରିବାରକୁ ଅନୁଗୋଳ ପୋଲିସ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ନାଲକୋ , ଅନୁଗୋଳ

ଅରାଜକତା ଭିତରେ ଗତି କରୁଛି ଖଲ୍ଲିକୋଟ ସହର!  ଅଧାପନ୍ତରିଆ ପ୍ରକଳ୍ପ, ରାସ୍ତା ଓ ଡ୍ରେନେଜ୍‌ ସମସ୍ୟାକୁ ନେଇ ଜନଅସନ୍ତୋଷ
Sep 20, 2026•113 views

ଅରାଜକତା ଭିତରେ ଗତି କରୁଛି ଖଲ୍ଲିକୋଟ ସହର! ଅଧାପନ୍ତରିଆ ପ୍ରକଳ୍ପ, ରାସ୍ତା ଓ ଡ୍ରେନେଜ୍‌ ସମସ୍ୟାକୁ ନେଇ ଜନଅସନ୍ତୋଷ

ଗଞ୍ଜାମ: ଖଲ୍ଲିକୋଟ, ୨୦/୦୯: ଐତିହାସିକ ଓ ଆଭିଜାତ୍ୟପୂର୍ଣ୍ଣ ସହର ଭାବେ ପରିଚିତ ଖଲ୍ଲିକୋଟର ବିକାଶମୂଳକ କାର୍ଯ୍ୟକୁ ନେଇ ଏବେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସହରର ବିଭିନ୍ନ ସ୍ଥାନରେ ଅଧାପନ୍ତରିଆ କାମ, ଡ୍ରେନେଜ୍‌ ସମସ୍ୟା, ରାସ୍ତା ନିର୍ମାଣର ମାନ ଏବଂ ପ୍ରଶାସନିକ ତଦାରଖକୁ ନେଇ ପ୍ରଶ୍ନ ଉଠିଛି। ୧୯୭୨ ମସିହାରେ ଖଲ୍ଲିକୋଟ ଏନ୍‌ଏସି ସ୍ଥାପିତ ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ପରେ ମଧ୍ୟ ସହରର ଅନେକ ମୌଳିକ ସମସ୍ୟାର ସମାଧାନ ହୋଇପାରିନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଶେଷକରି ଟେଣ୍ଡର ପ୍ରକ୍ରିୟାକୁ ନେଇ ବିବାଦ ଓ ଧସ୍ତାଧସ୍ତି ଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ବିକାଶମୂଳକ କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ସହରର ନେଳିଆ ବନ୍ଧ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ବିଭିନ୍ନ ସ୍ଥାନରେ ନିର୍ମିତ ମିଶନ ଶକ୍ତି ଗୃହଗୁଡ଼ିକ ମଧ୍ୟ ଅବ୍ୟବହୃତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଅନେକ ୱାର୍ଡରେ ଡ୍ରେନ୍‌ ସମସ୍ୟା ମଧ୍ୟ ଦୂର ହୋଇନଥିବାରୁ ବର୍ଷା ସମୟରେ ଜଳ ନିଷ୍କାସନ ନେଇ ଲୋକେ ଅସୁବିଧା ଭୋଗୁଥିବା କୁହାଯାଇଛି। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ପକ୍ଷରୁ ହରିଡ଼ାମୂଳ ଛକଠାରୁ ନିର୍ମଳଝର ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାମକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପୁରୁଣା ରାସ୍ତା ଉପରେ ନୂଆ ପରସ୍ତ ଦିଆଯାଇଥିବାରୁ କେତେକ ସ୍ଥାନରେ ରାସ୍ତାର ଉଚ୍ଚତା ୪ରୁ ୫ ଇଞ୍ଚ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଫଳରେ କରଣସାହିସ୍ଥିତ ତହସିଲଦାରଙ୍କ ସରକାରୀ ବାସଭବନଠାରୁ ଜଗନ୍ନାଥ ବିହାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହୁଥିବା ଅଭିଯୋଗ ହୋଇଛି। ଏହି ଜଳବନ୍ଦୀ ପରିସ୍ଥିତି ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହ ବାଇକ୍‌ ଆରୋହୀମାନେ ମଧ୍ୟ ଦୁର୍ଘଟଣାର ଆଶଙ୍କାରେ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହାସହ ସହରର ପ୍ରଶାସନିକ ବ୍ୟବସ୍ଥା ଓ ଅଧିକାରୀମାନଙ୍କ ମୁଖ୍ୟାଳୟରେ ଉପସ୍ଥିତିକୁ ନେଇ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଅନେକ ଅଧିକାରୀ ମୁଖ୍ୟାଳୟରେ ନିୟମିତ ରହୁନଥିବାରୁ ସରକାରୀ କାର୍ଯ୍ୟରେ ଲୋକଙ୍କୁ ଅସୁବିଧା ହେଉଥିବା ଅଭିଯୋଗ ଆସିଛି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଅଧାପନ୍ତରିଆ ପ୍ରକଳ୍ପ, ରାସ୍ତା ଓ ଡ୍ରେନେଜ୍‌ ସମସ୍ୟାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସରକାର ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ନିକଟରେ ଦାବି କରିଛନ୍ତି ଖଲ୍ଲିକୋଟବାସୀ।

Ganjam (ଗଞ୍ଜାମ) • ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

ବଣିଆମାଳ କ୍ଲବ ପକ୍ଷରୁ ଗଣେଶ ମେଢ଼କୁ ସମ୍ବର୍ଦ୍ଧନା
Sep 20, 2026•109 views

ବଣିଆମାଳ କ୍ଲବ ପକ୍ଷରୁ ଗଣେଶ ମେଢ଼କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା ସହରର ବଣିଆ ମାଳ ସ୍ଥିତ ପୁରାତନ ପତିତପାବନ କ୍ଲବ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇ ଆଜି ପ୍ରଶଂସିତ ହୋଇଛି। କେନ୍ଦ୍ରାପଡ଼ାରେ ଆୟୋଜିତ ହେଉଥିବା ଗଣେଶ ପୂଜା ଭଷାଣିରେ ନୂଆବସଷ୍ଟାଣ୍ଡ ଠାରେ ବିସର୍ଜନଘାଟକୁ ଆସୁଥିବା ପ୍ରତ୍ୟେକ ମେଢ଼ର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା କରିବା ସହ ଭୋଗଲାଗି କରାଯାଇଥିଲା। କେନ୍ଦ୍ରାପଡ଼ା ସହର ମୁଖ୍ୟତଃ ଭାଇଚାରାର ସହର। ଏଠି ମୁସଲିମ ଓ ହିନ୍ଦୁ ଏକାଠି ହୋଇ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି। ଚଳିତ ବର୍ଷ ଗଣେଶ ପୂଜା ଭଷାଣି ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିବାରୁ ପତିତପାବନ କ୍ଲବ ବଣିଆମାଳ ପକ୍ଷରୁ ଆଜି ସମସ୍ତ ପୂଜାମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ପର୍ବରେ ପତିତପାବନ କ୍ଲବର ଉପଦେଷ୍ଟା ତଥା ପୂର୍ବତନ ପୌରପରିଷଦର ବିରୋଧୀ ଦଳ ନେତା ଶରତ କୁମାର ବେହୁରା, ଗ୍ରାମ କମିଟିର ସଭାପତି ଗୁଣନିଧି ଜଗତି, ସମ୍ପାଦକ ବ୍ରହ୍ମାନନ୍ଦ ତ୍ରିପାଠୀ, ଉପଦେଷ୍ଟା ରାଜକିଶୋର ରାଉତରାୟ, ନୃସିଂହ ପାତ୍ର, ଅକ୍ଷୟ ପାତ୍ରଙ୍କ ସମେତ କ୍ଳବର ସଭାପତି, ଉପସଭାପତି, ସମ୍ପାଦକଙ୍କ ସହ ସମସ୍ତ କର୍ମକର୍ତ୍ତା ସମ୍ବର୍ଦ୍ଧନା ପର୍ବରେ ସାମିଲ ହୋଇଥିଲେ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ -ଦିଲୀପ ପରିଡା

କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ୧୬୩ ବର୍ଷ ପୂର୍ତ୍ତି: ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ,  ବିଭିନ୍ନ କମିଟି ଗଠନ — ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ଆର୍ଥିକ ସହଭାଗିତା ପାଇଁ ଆହ୍ୱାନ
Sep 20, 2026•115 views

କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ୧୬୩ ବର୍ଷ ପୂର୍ତ୍ତି: ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ, ବିଭିନ୍ନ କମିଟି ଗଠନ — ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ଆର୍ଥିକ ସହଭାଗିତା ପାଇଁ ଆହ୍ୱାନ

କେନ୍ଦ୍ରାପଡ଼ା, ୨୦ ସେପ୍ଟେମ୍ବର ୨୦୨୬: କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଗୌରବମୟ ୧୬୩ ବର୍ଷର ସେବା, ପରମ୍ପରା ଓ ଉତ୍କର୍ଷକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୯ ନଭେମ୍ବର ୨୦୨୬ରେ ହେବାକୁ ଥିବା ଭବ୍ୟ ଉତ୍ସବର ପ୍ରସ୍ତୁତି ନିମନ୍ତେ ଆଜି ବିଦ୍ୟାଳୟ ପରିସରରେ ଏକ ବୃହତ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀ ଅମୀୟ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମଞ୍ଚରେ କାର୍ଯ୍ୟକାରୀ ସଭାପତି ଶ୍ରୀ ସୟଦ ଅକମଲ ଅଲୀ, ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ଭଗତ, ଆୟୋଜନ ସମ୍ପାଦକ ଶ୍ରୀ ବିଶ୍ୱଜିତ ରାଉତରାୟ, ଯୁଗ୍ମ ସମ୍ପାଦକ ଶ୍ରୀ ରାଖାଲ ସାମନ୍ତ ଓ ଶ୍ରୀ ଏସ୍.କେ. ଏମ୍. ଫୟାଜୁଦ୍ଦିନ, ଉପଦେଷ୍ଟା ଶ୍ରୀ ସୟଦ ଜାହିଦ୍ ଏବଂ ମୁଖ୍ୟ ଉପଦେଷ୍ଟା ଡଃ ବିଶ୍ୱରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ କମିଟି ଗଠନ ୧୬୩ ବର୍ଷ ପୂର୍ତ୍ତି ଉତ୍ସବକୁ ସୁଚାରୁ, ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ବୈଠକରେ ବିଭିନ୍ନ କମିଟି ଗଠନ ଓ ଦାୟିତ୍ୱ ବଣ୍ଟନ ଉପରେ ଆଲୋଚନା ହୋଇଥିଲା। ଏଥିରେ— ସ୍ୱାଗତ ଓ ଅଭ୍ୟର୍ଥନା କମିଟି ମୁଖ୍ୟ ଆୟୋଜନ କମିଟି, ଅତିଥି ଚୟନ ଯୋଗାଯୋଗ କମିଟି, ଅର୍ଥ କମିଟି, ସ୍ମରଣିକା କମିଟି, ସମେତ ଅନ୍ୟାନ୍ୟ ଆବଶ୍ୟକ କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତ୍ୟେକ ବ୍ୟାଚରୁ ଦୁଇଜଣ ପୁରାତନ ଛାତ୍ରଙ୍କୁ ବିଭିନ୍ନ କମିଟିରେ ସାମିଲ କରି ଉତ୍ସବକୁ ସମସ୍ତଙ୍କ ମିଳିତ ପ୍ରୟାସରେ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟଯୋଜନା ଉପସ୍ଥାପନ ବୈଠକରେ ଯୁଗ୍ମ ସମ୍ପାଦକ (ଆୟୋଜନ) ଶ୍ରୀ ଏମ୍.ଡି. ଅସଗର ଅଲୀ ଉତ୍ସବର ସମ୍ପୂର୍ଣ୍ଣ କାର୍ଯ୍ୟଯୋଜନା, ସମୟସୂଚୀ, କମିଟିଭିତ୍ତିକ ଦାୟିତ୍ୱ ଓ ଆଗାମୀ କାର୍ଯ୍ୟକ୍ରମର ରୂପରେଖା ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ସମସ୍ତ ପୁରାତନ ଛାତ୍ରଙ୍କୁ ସହଯୋଗ ପାଇଁ ଆହ୍ୱାନ ବୈଠକରେ ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରି କହିଥିଲେ ଯେ, ଏହି ଐତିହାସିକ ଉତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ବିଦ୍ୟାଳୟର ୧୬୩ ବର୍ଷର ଗୌରବମୟ ଇତିହାସ ଓ ଅସଂଖ୍ୟ ପୁରାତନ ଛାତ୍ରଙ୍କ ସ୍ମୃତିର ଏକ ମିଳନ ଉତ୍ସବ। ଏହି ମହାନ ଆୟୋଜନକୁ ସଫଳ କରିବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଉପସ୍ଥିତି, ସକ୍ରିୟ ସହଯୋଗ, ଆର୍ଥିକ ସହାୟତା ଓ ନିଜସ୍ୱ ଅବଦାନ ଦେବାକୁ ଆହ୍ୱାନ କରାଯାଇଥିଲା। ଦେଶ-ବିଦେଶ ଓ ବିଭିନ୍ନ ସ୍ଥାନରେ ରହୁଥିବା ସମସ୍ତ ପୁରାତନ ଛାତ୍ରଙ୍କ ସହଯୋଗ ଓ ସମର୍ଥନ ଆଶା କରାଯାଇଛି। ବୈଠକରେ ୨୦୦ରୁ ଅଧିକ ପୁରାତନ ଛାତ୍ର ଓ ସଦସ୍ୟ ଯୋଗଦେଇ ଏହି ଐତିହାସିକ ଆୟୋଜନ ପ୍ରତି ନିଜର ଉତ୍ସାହ ଓ ସମର୍ଥନ ପ୍ରକାଶ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ଭଗତ ଉପସ୍ଥିତ ସମସ୍ତ ସଦସ୍ୟ, ପୁରାତନ ଛାତ୍ର ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। “ଏକ ବିଦ୍ୟାଳୟ — ଏକ ପରିବାର — ୧୬୩ ବର୍ଷର ଗୌରବ” ଆସନ୍ତୁ, ସମସ୍ତେ ମିଶି ଏହି ଐତିହାସିକ ଉତ୍ସବକୁ ସ୍ମରଣୀୟ କରିବା।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲ୍ଲୀପ ପରିଡା

ନୃସିଂହନାଥରେ ରାଜ୍ୟସ୍ତରୀୟ ଅଖିଳଭାରତୀୟ ଗେଣ୍ଡାୱାନା ମହାସଭାର ନୁଆଁଖାଇ ଭେଟ ଘାଟ
Sep 20, 2026•9 views

ନୃସିଂହନାଥରେ ରାଜ୍ୟସ୍ତରୀୟ ଅଖିଳଭାରତୀୟ ଗେଣ୍ଡାୱାନା ମହାସଭାର ନୁଆଁଖାଇ ଭେଟ ଘାଟ

ପାଇକମାଲ -ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ପକ୍ଷରୁ ପବିତ୍ର ପୀଠ ନୃସିଂହନାଥସ୍ଥିତ ଆଇଓସିଏଲ୍‌ ପରିସରରେ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଭାଇଚାରା, ସାମାଜିକ ଏକତା ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ଏହି ଭେଟଘାଟରେ ବିଭିନ୍ନ ଅଞ୍ଚଳରୁ ସମାଜର ବହୁ ବ୍ୟକ୍ତିବିଶେଷ ଓ ଅତିଥି ଯୋଗଦେଇଥିଲେ। ଏହି ସାଂସ୍କୃତିକ ମହାମିଳନରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ମାନ୍ୟବର ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଇ, ନୂଆପଡ଼ା ଜିଲ୍ଲା SDC ଅଧ୍ୟକ୍ଷ ହୋମ ସିଂ ମାଝୀ ଏବଂ ବଲାଙ୍ଗୀର ଜିଲ୍ଲା SDC ଅଧ୍ୟକ୍ଷ ବଲ୍ଲଭ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ନୂଆଁଖାଇ ପର୍ବର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ନୂଆଁଖାଇ କେବଳ ନବାନ୍ନ ଭକ୍ଷଣର ପର୍ବ ନୁହେଁ, ବରଂ ଏହା ଭାଇଚାରା, ପାରସ୍ପରିକ ସ୍ନେହ, ସମ୍ପର୍କର ନବୀକରଣ ଓ ସାମାଜିକ ଏକତାର ଏକ ମହାନ ପରମ୍ପରା ବୋଲି ମତ ପ୍ରକାଶ ପାଇଥିଲା। ପାରମ୍ପରିକ ରୀତିନୀତି, କଳା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖି ଆଗାମୀ ପିଢ଼ି ମଧ୍ୟରେ ଏହାର ମହତ୍ତ୍ୱ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଗୋଣ୍ଡୱାନା ସମାଜର ସାମାଜିକ ଓ ଆର୍ଥିକ ବିକାଶ, ଶିକ୍ଷାର ପ୍ରସାର, ଯୁବପିଢ଼ିଙ୍କ ଭୂମିକା, ପାରମ୍ପରିକ ସଂସ୍କୃତିର ସୁରକ୍ଷା ଏବଂ ସମାଜର ସାମଗ୍ରିକ ଉନ୍ନତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସମାଜର ସମସ୍ତ ବର୍ଗଙ୍କୁ ଏକତ୍ରିତ କରି ସାମାଜିକ ଭାଇଚାରାକୁ ଆହୁରି ସୁଦୃଢ଼ କରିବା ନେଇ ମତ ପ୍ରକାଶ ପାଇଥିଲା। ଭେଟଘାଟ କାର୍ଯ୍ୟକ୍ରମରେ ସମାଜର ମହିଳା, ଯୁବକ ଓ ବରିଷ୍ଠ ସଦସ୍ୟମାନଙ୍କ ସମେତ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ। ଦୀର୍ଘ ସମୟ ପରେ ପରସ୍ପରଙ୍କ ସହ ଭାବ ବିନିମୟ ଓ ନୂଆଁଖାଇ ଜୁହାର ଜଣାଇବାର ସୁଯୋଗ ପାଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ସମାଜର ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ନୂଆଁଖାଇ ଜୁହାର ଜଣାଇବା ସହ ସମାଜର ଏକତା, ଉନ୍ନତି ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଏଭଳି ମିଳନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବା ଆବଶ୍ୟକତା ଉପରେ ମତ ପ୍ରକାଶ ପାଇଥିଲା।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ନୃସିଂହନାଥରେ ତୈଳିକ ବୈଶ୍ୟ ସାହୁ ସମାଜର ନୁଆଁଖାଇ ଭେଟଘାଟ
Sep 20, 2026•9 views

ନୃସିଂହନାଥରେ ତୈଳିକ ବୈଶ୍ୟ ସାହୁ ସମାଜର ନୁଆଁଖାଇ ଭେଟଘାଟ

ପାଇକମାଲ -ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ପାଇକମାଲ ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ବଳରାମ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ସଭାପତି ଭିକାରୀ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରଗଡ଼ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ସମ୍ପାଦକ ଭକ୍ତପୁରଣ ସାହୁ ମୁଖ୍ୟ ବକ୍ତା ଏବଂ ପାଇକମାଲ ତୈଳିକ ବୈଶ୍ୟ ସାହୁ ସମାଜର ସମ୍ପାଦକ ଯୁଧିଷ୍ଠିର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ନୂଆଁଖାଇର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ, ସମାଜରେ ଏକତା, ଭାଇଚାରା ଓ ପରସ୍ପର ସହଯୋଗ ବଜାୟ ରଖିବା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ନୂଆଁଖାଇ ଭେଟଘାଟ ମାଧ୍ୟମରେ ସମାଜର ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କ ଆହୁରି ଦୃଢ଼ ହେଉ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗଙ୍ଗାଧର ସାହୁ, ଭରତ ଚନ୍ଦ୍ର ସାହୁ, ମୁକୁନ୍ଦ ସାହୁ, କୌତୁକ ସାହୁ, ଋଣମଣ ସାହୁ, ସୁବାଷ ଚନ୍ଦ୍ର ସାହୁ, ହୁତାସନ ପାଣ୍ଡେ, କିଶୋର ଚନ୍ଦ୍ର ସାହୁ ଓ କେଶବ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ- ବଂଶୀଧର ନାୟକ

ରୋଲାଣ୍ଡ କଲେଜ ନିକଟରେ ଦୁର୍ଘଟଣା, ଏକାଧିକ ମହିଳା ଆହତ
Sep 20, 2026•147 views

ରୋଲାଣ୍ଡ କଲେଜ ନିକଟରେ ଦୁର୍ଘଟଣା, ଏକାଧିକ ମହିଳା ଆହତ

ବ୍ରହ୍ମପୁର; ଗୋଳନ୍ଥରା ଥାନା ନିକଟସ୍ଥ ରୋଲାଣ୍ଡ କଲେଜ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକାଧିକ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଯାଇଛି। ଘଟଣାସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ କରୁଛି।

Ganjam (ଗଞ୍ଜାମ) • Deepak Choudhury

ବୀରପଦ୍ମନାଭପୁର ବିଦ୍ୟାଳୟ ଚୋରି ମାମଲା: ୩ ଗିରଫ, ୩ ନାବାଳକ ଅଟକ
Sep 20, 2026•68 views

ବୀରପଦ୍ମନାଭପୁର ବିଦ୍ୟାଳୟ ଚୋରି ମାମଲା: ୩ ଗିରଫ, ୩ ନାବାଳକ ଅଟକ

ଦିଗପହଣ୍ଡି, ୨୦/୯: ଦିଗପହଣ୍ଡି ଥାନା ଅନ୍ତର୍ଗତ ବୀରପଦ୍ମନାଭପୁର ଉପ୍ରା ବିଦ୍ୟାଳୟରୁ ଚାଉଳ ଓ ଖେଳନା ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ୩ ଜଣ ଆଇନ ସହ ସଂଘର୍ଷରତ ଶିଶୁ (CICL)ଙ୍କୁ ଧରିଛି। ଏ ନେଇ ଦିଗପହଣ୍ଡି ଥାନାରେ କେସ୍‌ ନଂ ୩୯୬/୨୦୨୬ରେ ବିଏନ୍‌ଏସ୍‌ର ଧାରା ୩୩୧(୪)/୩୦୫ରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ, ୧୬ ତାରିଖ ରାତିରେ ବିଦ୍ୟାଳୟର ଷ୍ଟୋର ରୁମ୍‌ରୁ ୫୦ କେଜି ଲେଖାଏଁ ୩୦ ପ୍ୟାକେଟ୍‌ ଚାଉଳ ଓ ପ୍ରାୟ ୧୦ ହଜାର ଟଙ୍କାର ଖେଳନା ଚୋରି ହୋଇଥିଲା। ୧୭ ତାରିଖ ରାତି ୧୦ଟା ୨୫ରେ ପ୍ରଧାନଶିକ୍ଷକ ଜାତିଆ ମଲ୍ଲିକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଛୁଟି ସମୟରେ ବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ନଥିବାର ସୁଯୋଗ ନେଇ ଚୋରି ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସନାଦୁମୁଳାର ଜେ. ଆକାଶ ପାତ୍ର ଓରଫ ଜାତ୍ରା (୧୯), ଜେ. ବାଲକୃଷ୍ଣ ପାତ୍ର ଓରଫ ଟମାଟୋ (୨୪) ଓ କରାପଡ଼ାର ସିଲୁ ପ୍ରଧାନ (୨୧)। ସେମାନଙ୍କଠାରୁ ଏକ ଡାଲା ଅଟୋ (ଓଡି ୦୭ ୱାଇ ୫୦୨୫), ୪୦୦ କେଜି ଚାଉଳ ଓ ବିଦ୍ୟାଳୟର ବିଭିନ୍ନ ଖେଳନା ଜବତ ହୋଇଛି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ୩ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Ganjam (ଗଞ୍ଜାମ) • Deepak Choudhury