ଭୋଟ ଚୋରି ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ଯାଜପୁରରେ ଜିଲ୍ଲା କଂଗ୍ରେସର ଗଣଆନ୍ଦୋଳନ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Jajpur (ଯାଜପୁର)ଯାଜପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟSeptember 28, 202616 views

ଯାଜପୁର: ଭୋଟ ଚୋରି ପ୍ରସଙ୍ଗକୁ ନେଇ ଯାଜପୁରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଣଆନ୍ଦୋଳନ କରାଯାଇଛି। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନାଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ।
କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ସହ ଭୋଟ ସମ୍ପର୍କିତ ଅଭିଯୋଗର ତଦନ୍ତ ଦାବି କରାଯାଇଥିଲା। ଆନ୍ଦୋଳନକାରୀମାନେ ଗଣତନ୍ତ୍ରର ସୁରକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ଦାବି ଉଠାଇଥିଲେ।
ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା କହିଥିଲେ ଯେ, ଗଣତନ୍ତ୍ରକୁ ଦୁର୍ବଳ କରିବାର ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ହେଲେ ଦଳ ପକ୍ଷରୁ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେ କହିଥିଲେ।
ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଦାବିଗୁଡ଼ିକ ସମ୍ପର୍କିତ ଏକ ଦାବିପତ୍ର ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ପରେ କଂଗ୍ରେସ ନେତା ଓ କର୍ମୀମାନେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ।
