--:--:--
-- ---
Srishti News

Web News

ସହୟୋଗ ଅନୁଷ୍ଠାନ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Jul 15, 2026•57 views

ସହୟୋଗ ଅନୁଷ୍ଠାନ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବରଗଡ : ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ସହୟୋଗ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ସମ୍ମିଳନୀରେ ସଂଗଠନ ର ସମ୍ପାଦକ ତାପସ କୁମାର ନାୟକ ୧୬ ତାରିଖ ସହୟୋଗ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ତିନିଗୋଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ଦୁଇ ଜଣ ସ୍ୱେଚ୍ଛାସେବୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ହେମସାଗର ଭୋଇ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର ଯୋଗଦେବା କାର୍ଯ୍ଯକ୍ରମ ରହିଥିବା ବେଳେ କୁନି କୁନି ଶିଶୁ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅକାଶ ପଣ୍ତା, ଅବିନାଶ ବହିଦାର ଓ ଦୁର୍ଗାମାଧବ କରଡିଆ ପରିଚାଳନା କରିଥିବା ବେଳେ ସଭାପତି ମୌସମ ପାଗଡା, କୋଷାଧ୍ୟକ୍ଷ ପ୍ରଭୁଦତ୍ତ ପଣ୍ତା, ପ୍ରଦ୍ୟୁମ୍ନ ମେହେର, ରମାକାନ୍ତ ବହିଦାର,ଶିବାଶିଷ ପଟ୍ଟନାୟକ, ରାଜ୍ ସିଂ, ସୋମ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ : ବଂଶୀଧର ନାୟକ, ବରଗଡ଼

ବୀର ମାଟିରେ ଉତ୍କଳମଣିଙ୍କୁ  ଶ୍ରଦ୍ଧାଞ୍ଜଳି ଓ ତିଳତର୍ପଣ
Jul 15, 2026•53 views

ବୀର ମାଟିରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଓ ତିଳତର୍ପଣ

ବରଗଡ: ବୀର ମାଟିରେ ଦେଶପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଓ ତିଳ ତର୍ପଣ ଅର୍ପଣ କରାଯାଇଛି। ସାରା ରାଜ୍ୟରେ ‘ସମାଜ’ ସମ୍ବାଦପତ୍ର ପକ୍ଷରୁ ଗୋପବନ୍ଧୁଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଉଥିବା ବେଳେ, ଏହି କ୍ରମରେ ରେଙ୍ଗାଳିକ୍ୟାମ୍ପ ‘ସମାଜ’ ପ୍ରତିନିଧି ଆକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୀରାକୁଦ ମୁଖ୍ୟ କେନାଲରେ ମନ୍ତ୍ରପାଠ ପୂର୍ବକ ପୂଜାର୍ଚ୍ଚନା କରାଯାଇ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ଏହା ପରେ ବୀର ଜନାର୍ଦ୍ଦନ ସିଂଙ୍କ ଜନ୍ମ ମାଟି ପାହରଶ୍ରିଗିଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସାହୁଙ୍କ ସଭାପତିତ୍ୱରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା। ଏହି ସାରସ୍ଵତ ତଥା ସ୍ମୃତି ସଭାରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବିଶିଷ୍ଟ ଶିକ୍ଷୟିତ୍ରୀ ତଥା ସମାଜସେବୀ ଅନୁସୁୟା ଦେବତା ମୁଖ୍ୟବକ୍ତା ଏବଂ ପାହାରଶ୍ରିଗିଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ ସେଠ୍ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ ଗୋପବନ୍ଧୁ ମେହେର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ଉତ୍କଳମଣିଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସଭାରେ ମୁଖ୍ୟବକ୍ତା ଶ୍ରୀମତୀ ଦେବତା ନିଜ ବକ୍ତବ୍ୟରେ କହିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଏକାଧାରରେ ଜଣେ ସମାଜ ସଂସ୍କାରକ, ମହାନ ଦେଶପ୍ରେମୀ, ଅନନ୍ୟ ଶିକ୍ଷାବିତ୍ ଓ ଓଡ଼ିଆ ସାମ୍ବାଦିକତାର ମାଇଲଖୁଣ୍ଟ ସହ ଜଣେ ସୁ ଲେଖକ ମଧ୍ୟ ଥିଲେ। ତାଙ୍କର ଉଚ୍ଚ ଜାତୀୟତାବାଦୀ ଚିନ୍ତାଧାରା, ନିଃସ୍ଵାର୍ଥପର ମାନବ ସେବା ଏବଂ ସତ୍ୟ ଓ ମାନବିକତାର ସର୍ବୋଚ୍ଚ ସୀମାରେ ରହି କାର୍ଯ୍ୟ କରିବାର ଦିବ୍ୟ ଗୁଣ ତାଙ୍କୁ ଜଣେ ସାଧାରଣ ମଣିଷରୁ ‘ଉତ୍କଳର ମଣି’ରେ ରୂପାନ୍ତରିତ କରିପାରିଥିଲା। ତାଙ୍କ ପ୍ରଦର୍ଶିତ ମାର୍ଗକୁ ଜୀବନରେ ପ୍ରତିଫଳିତ କରାଇବା ହିଁ ତାଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ଗୋପବନ୍ଧୁଙ୍କ ଅମଳିନ ଜୀବନାଦର୍ଶ ଓ ଓଡ଼ିଆ ଜାତୀୟତା ଆନ୍ଦୋଳନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦେଶାତ୍ମବୋଧରେ ଅନୁପ୍ରାଣିତ ହେବାକୁ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମାଜ ପ୍ରତିନିଧି ଶ୍ରୀଯୁକ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ପ୍ରତିନିଧି ଶ୍ରୀଯୁକ୍ତ ମିଶ୍ର ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଝସ୍ମିତା ଗଡତିଆ, ରାକ୍ଷୀ ଭୋଇ, ସୁଶ୍ରୀ ସୀମିତା ସାହୁ, ରଞ୍ଜିତା ସାହୁ ଏବଂ ଶିକ୍ଷକ କ୍ଷୀରୋଦ କୁମାର ଖିଲାର ଓ ରୋଷହିଁ କୁମାର ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ : ବଂଶୀଧର ନାୟକ

ଅମିତ ପ୍ରଧାନ ଙ୍କ ସ୍ମୃତି ରେ ରକ୍ତଦାନ ଶିବିର, ଚିକିଟି ବିଧାୟକ, ଥାନା ଏଏସଆଇ ସମେତ 105ଜଣଙ୍କ ରକ୍ତଦାନ
Jul 15, 2026•68 views

ଅମିତ ପ୍ରଧାନ ଙ୍କ ସ୍ମୃତି ରେ ରକ୍ତଦାନ ଶିବିର, ଚିକିଟି ବିଧାୟକ, ଥାନା ଏଏସଆଇ ସମେତ 105ଜଣଙ୍କ ରକ୍ତଦାନ

ଚିକିଟି, ୧୫/୭(ଦୁର୍ଗା ମାଧବ):ଲିଆଖାଇ ସ୍ଥିତ ରଞ୍ଜନ ପ୍ରଧାନ ଙ୍କ ବାସଭବନରେ ଅମିତ ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଚିକିଟି ମନୁସେନା ଏବଂ ସମ୍ବାଦ ଆମ ଓଡିଶା ସହଯୋଗ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମନୁସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶିବିର କୁ ଆରମ୍ଭ କରିଥିଲେ l ଏହି ଶିବିର ରୁ ମୋଟ ୧୦୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ରକ୍ତଦାନ କରିଥିଲେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା,କେ ତୁଳସାୟା ରେଡି, ପି. ଦେବରାଜ, ସନ୍ତୋଷ କୁମାର ରେଡି, ଵି. ଶ୍ରୀନୁ, କୈଳାଶ ଚନ୍ଦ୍ର ପ୍ରଧାନ, ପ୍ରମୁଖ 105 ଜଣ ରକ୍ତଦାତା।ଜଣେ ଭିନ୍ନକ୍ଷମ ମଧ୍ୟ ରକ୍ତ ଦାନ କରିଥିଲେ।ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଏହା ପୂର୍ବରୁ ୬୨ଥର ରକ୍ତ ଦେବା କଥା ପ୍ରକାଶ କରିଥିଲେ। ମନୁସେନା ଓ ସମ୍ବାଦ ଆମ ଓଡ଼ିଶାର ତରଫରୁ ଏଶିବିର କୁ ଚିକିଟି ପ୍ରତିନିଧି ବିଭୂଧେନ୍ଦ୍ର ପାଢ଼ୀ ଆୟୋଜନ କରିଥିଲେ ଓ ସ୍ଥାନୀୟ ଯୁବକ ମାନେ ପରିଚାଳନା କରିଥିଲେ।l ବ୍ରହ୍ମପୁର ରକ୍ତଭଣ୍ଡାର ରୁ ଡାକ୍ତର ଟୁନୁ ଭତ୍ରିଆ, ଗୋପାଳ ପଣ୍ଡା, ଦେବରାଜ ଭୋଇ, ବିକ୍ରମ ବିଦିତ, ଗୋପାଳ କୃଷ୍ଣ ସାହୁ, ଡମ୍ବରୁଧର କାର୍କୀ, ଆର. ପ୍ରଧାନ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ l

Ganjam (ଗଞ୍ଜାମ) • ରିପୋର୍ଟ : ଦୁର୍ଗାମାଧବ ମହାରଣା, ଚିକିଟି

My City, My Responsibility: Sankalp Seva Sangh Conducts Cleanliness Drive During Gundicha Rath Yatra
Jul 15, 2026•248 views

My City, My Responsibility: Sankalp Seva Sangh Conducts Cleanliness Drive During Gundicha Rath Yatra

Sinapali, July 15 The Gundicha Rath Yatra is not merely a festival of devotion and spirituality; it also conveys a powerful message of social responsibility. Upholding this noble spirit, Sankalp Seva Sangh, Sinapali, organized a large-scale cleanliness drive across several key locations in the town. Armed with brooms, a spirit of selfless service, and a deep sense of civic responsibility, the volunteers dedicated their time and effort to spread the message of cleanliness and community service. Keeping in mind the convenience of devotees and the importance of maintaining a clean environment during Lord Jagannath’s Gundicha Yatra, the volunteers cleaned Jagannath Chowk, Triveni Chowk, Ravan Chowk, Gayatri Chowk, Durga Mandir Road, Trinath Chowk, Tahasil Office Road, Gudiya Chowk, the Bus Stand, and the Mausi Maa Temple premises. They collected garbage from public places and also appealed to citizens to maintain cleanliness and protect the environment. Speaking on the occasion, members of the organization emphasized that cleanliness is not solely the responsibility of the government but a shared duty of every responsible citizen. They said that if every individual resolves to keep their surroundings clean, it will pave the way for a healthier, cleaner, and more beautiful society. Their dedicated service has inspired many and created a positive awareness within the community. The cleanliness campaign witnessed the active participation of Narendra Naik, Dinesh Kumar Meher, Vidyadhar Sahu (Shailesh), Chittaranjan Meher (Jaga), Lilakar Sahu (Montu), Ganesh Ram Meher, Sanurjya Meher, Buddhadev Meher (Raju), Suraj Kumar Meher, Yudhishthir Meher (Kahnu), Naresh Kumar Majhi, Mahendra Meher (Sangram), Sohan Meher, Kunjabihari Barik (Montu), Lingaraj Jagat (Manoj), and Girish Majhi, who voluntarily devoted their valuable time to the noble cause. Local intellectuals and residents highly appreciated this commendable initiative of Sankalp Seva Sangh. They expressed that such community service activities strengthen the values of discipline, volunteerism, and social responsibility among the youth while encouraging greater public participation in keeping the town clean. With the inspiring message that “The highest form of devotion is service, and the truest expression of service is cleanliness,” the cleanliness drive by Sankalp Seva Sangh has emerged as an exemplary initiative for the people of Sinapali, demonstrating that collective efforts can bring meaningful and lasting change to society.

Nuapada (ନୂଆପଡ଼ା) • By Malaya Meher

ବାଲୁଗାଁ ସାରଳାପଦର ଛକରେ ପୋଲିସର ଚଢ଼ାଉ; ବିଦେଶୀ ମଦ ସହ ବାଇକ ଜବତ, ଜଣେ ଗିରଫ
Jul 15, 2026•109 views

ବାଲୁଗାଁ ସାରଳାପଦର ଛକରେ ପୋଲିସର ଚଢ଼ାଉ; ବିଦେଶୀ ମଦ ସହ ବାଇକ ଜବତ, ଜଣେ ଗିରଫ

ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ସାରଳାପଦର ଛକରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ମଦ ପରିବହନରେ ବ୍ୟବହୃତ ଏକ ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅବକାରୀ ଓ ସମ୍ପୃକ୍ତ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ପାଇଁ ପୋଲିସର ଏଭଳି ସ୍ୱତନ୍ତ୍ର ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଚାଳପୁର ସ୍ଥିତ  ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟରପରିଚାଳନା କମିଟି ଗଠିତ
Jul 15, 2026•80 views

ଚାଳପୁର ସ୍ଥିତ ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟରପରିଚାଳନା କମିଟି ଗଠିତ

ଖୋର୍ଦ୍ଧା-ନୟାଗଡ଼ ଜିଲ୍ଲାର ଚାନ୍ଦପୁରସ୍ଥିତ ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବିଦ୍ୟାଳୟ ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ବାହାଡା ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅଭିଭାବକ ଓ ଅଭିଭାବିକାଙ୍କ ମଧ୍ୟରୁ ବିଭିନ୍ନ ବର୍ଗର ୧୫ ଜଣ ସଭ୍ୟ ଓ ସଭ୍ୟାଙ୍କୁ ପରିଚାଳନା କମିଟି ପାଇଁ ମନୋନୀତ କରାଯାଇଥିଲା। ପରବର୍ତ୍ତୀ ମନୋନୟନ ପ୍ରକ୍ରିୟାରେ ରାମକୃଷ୍ଣ ସାମନ୍ତରାୟ ସଭାପତି ଏବଂ ରଶ୍ମିତା ସାହୁ ଉପସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ।ନବନିର୍ବାଚିତ ସଭାପତି ଓ ଉପସଭାପତିଙ୍କୁ ବିଦ୍ୟାଳୟ ପକ୍ଷରୁ ମାନସ ବେହେରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି ପ୍ରସ୍ତାବକୁ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଗୋପାଳକୃଷ୍ଣ ନାୟକ, ସୁଶାନ୍ତ ମଲ୍ଲିକ, ବାସୁଦେବ ସାହୁ, ଦିପ୍ତି ସେନାପତି ଓ ଉପସ୍ଥିତ ସମସ୍ତ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମର୍ଥନ ଜଣାଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ବାହାଡା ସିଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସମ୍ପର୍କିତ ମାର୍ଗଦର୍ଶିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପ୍ତି ଘୋଷଣା କରିଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଆଞ୍ଚଳିକ ହାଇସ୍କୁଲ ଦେଉଳିର ନବ ନିର୍ବାଚିତ ପରିଚାଳନା କମିଟି ସଭାପତିଙ୍କୁ ବିଧାୟକଙ୍କ ଶୁଭେଚ୍ଛା
Jul 15, 2026•82 views

ଆଞ୍ଚଳିକ ହାଇସ୍କୁଲ ଦେଉଳିର ନବ ନିର୍ବାଚିତ ପରିଚାଳନା କମିଟି ସଭାପତିଙ୍କୁ ବିଧାୟକଙ୍କ ଶୁଭେଚ୍ଛା

ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତର ଆଞ୍ଚଳିକ ହାଇସ୍କୁଲ, ଦେଉଳିର ନବ ନିର୍ବାଚିତ ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି।ଏହି ଅବସରରେ ସ୍ଥାନୀୟ ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ନୂତନ ପରିଚାଳନା କମିଟିର ସଫଳ କାର୍ଯ୍ୟକାଳ କାମନା କରିବା ସହ ବିଦ୍ୟାଳୟର ଉନ୍ନତି, ଗୁଣାତ୍ମକ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନିରାକାରପୁର ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ
Jul 15, 2026•79 views

ନିରାକାରପୁର ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ

ଖୋର୍ଦ୍ଧା-ଟାଙ୍ଗୀ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ନିରାକାରପୁରସ୍ଥିତ ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ସ୍କୁଲ ପରିଚାଳନା କମିଟି (SMC) ଗଠନ ପାଇଁ ଆଜି ସଦସ୍ୟ ଚୟନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଭିଭାବିକାମାନେ ସକ୍ରିୟ ଭାବେ ଯୋଗଦେଇ ନୂତନ ପରିଚାଳନା କମିଟି ଗଠନରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଅଭିଭାବକ-ଅଭିଭାବିକା, ପ୍ରଧାନଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ହୃଦୟରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ। ଆପଣମାନଙ୍କର ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ବିଦ୍ୟାଳୟର ସୁପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଆଶା କରାଯାଉଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ : ବିଦ୍ୟାଳୟ ରେ ନୈତିକ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ
Jul 15, 2026•50 views

ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ : ବିଦ୍ୟାଳୟ ରେ ନୈତିକ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ

ଖୋର୍ଦ୍ଧା -ଖୋର୍ଦ୍ଧା ପୌରପରିଷଦ ଅଧୀନ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁଜଙ୍ଗ ର ନୂତନ ବିଦ୍ୟାଳୟ ପରିଚାଳନା କମିଟି (SMC)ଗଠନ ହୋଇଛି l ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ଜେନା ଙ୍କ ଆବାହକତ୍ୱରେ ଏହି କମିଟି ବୈଠକ ହୋଇଥିଲା ବେଳେ ସଭାପତି ରୂପେ ଗୌତମ କୁମାର ପଟ୍ଟଯୋଶୀ, ଉପ ସଭାପତି ଭାବେ ରେଣୁବାଳା ବେହେରା ମନୋନୀତ ହୋଇଥିଲେ l ସେହିପରି ଅନ୍ୟତମ ସଦସ୍ୟ ରୂପେ ସମରେନ୍ଦ୍ର ନାଥ ଶତପଥି,, ଗୋପାଳ କୃଷ୍ଣ ପ୍ରଧାନ, ମନୋରଞ୍ଜନ ରଣା, ମମତା ମହାରଣା, ଜ୍ୟୋଷ୍ଣାରାଣୀ ବେହେରା, ସୁରେନ୍ଦ୍ର କୁମାର ଛାଟୋଇ, ସନ୍ତୋଷ କୁମାର ସାହୁ, ଛବିନ୍ଦ୍ର ମହାପାତ୍ର, ଗାୟତ୍ରୀ ପ୍ରିୟା ଶତପଥି, ପ୍ରଫୁଲ କୁମାର ନାୟକ, ସସ୍ମିତା ମହାରଣା, ମଞ୍ଜୁଲତା ଦିଗଲ ପ୍ରମୁଖ ସଦସ୍ୟ ମନୋନୀତ ହୋଇଥିଲେ l ଅନ୍ୟପଟେ ସ୍ଥାୟୀ ସଦସ୍ୟ ରୂପେ ସ୍ଥାନୀୟ କାଉନସିଲର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,, ବରିଷ୍ଠ ଶିକ୍ଷକ, ଶିକ୍ଷାବିତ,ମଧ୍ୟ କମିଟିରେ ରହିଥିଲେ l ତେବେ ବର୍ତମାନ ର ସମୟରେ ସରକାରୀ ନୀତି ନିୟମ ଅନୁସାରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଗୁଣାତ୍ମକ, ଶିକ୍ଷାକୁ ଗୁରୁତ୍ୱ ଦେଇ ଚାଲିଥିଲା ବେଳେ ଏହି ଅବସରେ ନବନିର୍ବାଚିତ ସଦସ୍ୟ ସଦସ୍ୟା ମାନେ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଷୟ ବସ୍ତୁ ପାଠ ପଢା ସହିତ ନୈତିକ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲେ l ସେହିପରି ବିଦ୍ୟାଳୟ ରେ କିଭଳି ଶତପ୍ରତିଶତ ରେଜଲ୍ଟ ହେବ, ଡ୍ରାପ ଆଉଟ ହ୍ରାସ କରିବା, ବିଦ୍ୟାଳୟ ରେ ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା,, ଶୃଙ୍ଖଳା,କୁ ଦୃଷ୍ଟିରେ ରଖି ବିଶେଷ କରି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସହଯୋଗରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ, l ସେହିପରି ବିଦ୍ୟାଳୟ ରେ କେଉଁ କେଉଁ ସମସ୍ୟା ରହିଛି ତାହା କୁ ଲିପବଦ୍ଧ କରି ଆସନ୍ତା ବୈଠକ ରେ ଉଥଥାପନ କରିବାକୁ ପ୍ରଧାନ ଶିକ୍ଷକ ଙ୍କୁ ପରାମର୍ଶ ଦିଆଯାଇଥିଲା l, ସଭାପତି, ଉପସଭାପତି ସମସ୍ତ ସଦସ୍ୟ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ସୁଚିତ୍ରା ନାୟକ ଧନ୍ୟବାଦ ଦେଇଥିଲେ l,

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟାଙ୍କା ମହାପାତ୍ର, ଖୋର୍ଦ୍ଧା

ଟାଙ୍ଗୀ ବ୍ଲକ୍‌ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Jul 15, 2026•60 views

ଟାଙ୍ଗୀ ବ୍ଲକ୍‌ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଖୋର୍ଦ୍ଧା-: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାର ସ୍ମିଥ ପାରୁଶୋତ୍ତମ୍ ଦାସଙ୍କ ଉପସ୍ଥିତିରେ ବ୍ଲକ୍ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଟାଙ୍ଗୀ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ସାଧାରଣ ଲୋକମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ପ୍ରଶାସନଙ୍କ ନିକଟରେ ଦରଖାସ୍ତ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଲୋକଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବେଦନଗୁଡ଼ିକର ଗ୍ରହଣ ଓ ତ୍ୱରିତ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେଇଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
Jul 15, 2026•66 views

ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା ସହ ସାଙ୍ଗଠନିକ କାର୍ଯ୍ୟକଳାପକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରବୀଣା ଭଞ୍ଜ ଦେଓ, ଜିଲ୍ଲା ଉପସଭାପତି ଶ୍ରୀମତୀ ରୋଜିନା ରାଣୀ ଦାଶ ଓ ଶ୍ରୀ ଦିଲ୍ଲୀପ ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୋଜ କିଶୋର ନନ୍ଦ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ ଉମାକାନ୍ତ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ସଂଗଠନର ବିଭିନ୍ନ କାର୍ଯ୍ୟଯୋଜନା, ମହିଳା କର୍ମୀମାନଙ୍କ ଭୂମିକା ଓ ଆଗାମୀ ଦିନରେ ଜନସଂପର୍କ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ନେଇ ମତବିନିମୟ କରାଯାଇଥିଲା। ବୈଠକ ଶେଷରେ ସଂଗଠନର ଲକ୍ଷ୍ୟ ପୂରଣ ପାଇଁ ସମସ୍ତ କର୍ମୀଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବଡ଼ ସଫଳତା
Jul 15, 2026•70 views

ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବଡ଼ ସଫଳତା

ଖୋର୍ଦ୍ଧା ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରୁ କ୍ରମାଗତ ଭାବେ ଦୁଇଚକିଆ ଯାନ ଚୋରି କରି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏକ ଅନ୍ତର୍ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ।ସ୍ୱତନ୍ତ୍ର ଟିମ୍‌ର ଚଢ଼ାଉରେ ଏହି ଗ୍ୟାଙ୍ଗ୍‌ର ୪ ଜଣ ସଦସ୍ୟଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୧୬ଟି ଚୋରି ମୋଟରସାଇକେଲ ଜବତ କରାଯାଇଛି। ଜବତ ଗାଡ଼ି ମଧ୍ୟରେ ହିରୋ ଗ୍ଲାମର, ପଲସର, ସ୍ପ୍ଲେଣ୍ଡର, ଏଚଏଫ ଡିଲକ୍ସ, ମାଏଷ୍ଟ୍ରୋ, ସ୍କୁଟି, ସିଡି ଡିଲକ୍ସ ଓ ବଜାଜ ବକ୍ସର ଭଳି ବିଭିନ୍ନ ମଡେଲର ବାଇକ୍ ରହିଛି। ଏହି ତ୍ୱରିତ ଓ ସଫଳ କାର୍ଯ୍ୟାନୁଷ୍ଠାନ ପାଇଁ ଖୋର୍ଦ୍ଧା ପୋଲିସକୁ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି। ସେପଟେ ଏହି ଚୋର ଚକ୍ର ସହ ଜଡ଼ିତ ଅନ୍ୟ ସଦସ୍ୟଙ୍କୁ ଠାବ କରିବା ପାଇଁ ପୋଲିସର ତଦନ୍ତ ଜାରି

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା