--:--:--
-- ---
Srishti News

ନିରାକାରପୁର ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 15, 202637 views
ନିରାକାରପୁର ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ
ଖୋର୍ଦ୍ଧା-ଟାଙ୍ଗୀ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ନିରାକାରପୁରସ୍ଥିତ ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ସ୍କୁଲ ପରିଚାଳନା କମିଟି (SMC) ଗଠନ ପାଇଁ ଆଜି ସଦସ୍ୟ ଚୟନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଭିଭାବିକାମାନେ ସକ୍ରିୟ ଭାବେ ଯୋଗଦେଇ ନୂତନ ପରିଚାଳନା କମିଟି ଗଠନରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଅଭିଭାବକ-ଅଭିଭାବିକା, ପ୍ରଧାନଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ହୃଦୟରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ। ଆପଣମାନଙ୍କର ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ବିଦ୍ୟାଳୟର ସୁପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଆଶା କରାଯାଉଛି।