--:--:--
-- ---
Srishti News

ବାଲୁଗାଁ ସାରଳାପଦର ଛକରେ ପୋଲିସର ଚଢ଼ାଉ; ବିଦେଶୀ ମଦ ସହ ବାଇକ ଜବତ, ଜଣେ ଗିରଫ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 15, 2026112 views
ବାଲୁଗାଁ ସାରଳାପଦର ଛକରେ ପୋଲିସର ଚଢ଼ାଉ; ବିଦେଶୀ ମଦ ସହ ବାଇକ ଜବତ, ଜଣେ ଗିରଫ
ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ସାରଳାପଦର ଛକରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ମଦ ପରିବହନରେ ବ୍ୟବହୃତ ଏକ ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅବକାରୀ ଓ ସମ୍ପୃକ୍ତ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ପାଇଁ ପୋଲିସର ଏଭଳି ସ୍ୱତନ୍ତ୍ର ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।