--:--:--
-- ---
Srishti News

Web News

ଭୂବନ ଏନ୍ ଏ ସି  ୧୬ ତମ ସାଧାରଣ ବୈଠକ : ବିଧାୟକ ଙ୍କ ସମେତ ବିଜେପି କାଉନସିଲର ଅନୁପସ୍ଥିତ
Aug 24, 2026•31 views

ଭୂବନ ଏନ୍ ଏ ସି ୧୬ ତମ ସାଧାରଣ ବୈଠକ : ବିଧାୟକ ଙ୍କ ସମେତ ବିଜେପି କାଉନସିଲର ଅନୁପସ୍ଥିତ

ଭୁବନ ୨୪.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ପ୍ରଥମେ ୱାର୍ଡ ସମସ୍ୟା ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ,ଭୁବନ ସହରରେ ଦ୍ୱିତୀୟ ଦଶହରାର ପରିଚୟ ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ରାମ ମନ୍ଦିର ଛକରୁ ବାହାରି ଟୋଲଙ୍କବେରେଣି ,ବଉଳ ଛକ ,ସିନେମା ହଲ୍ ଛକ ଓ ଗୋଡ଼ି ପୋଖରୀ ଛକ ଦେଇ ସହର ପରିକ୍ରମା କରିଥାଏ । ୨୦ ଟି କ୍ଳବର ପ୍ରାୟ ୨ ହଜାର ଯୁବକ ( ଜେନ ଜି) ଏହି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି । ବର୍ତ୍ତମାନ ଏହି ରାସ୍ତାରେ ଗାଡ଼ିଆ ସୃଷ୍ଟି ହୋଇଛି ।ତେଣୁ ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କରିବାକୁ ଦୃଢ଼ ଦାବି କରିଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନ ର ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଶୈବଭକ୍ତ ଓ ବୋଲବମ ଭକ୍ତ ମାନେ ମନ୍ଦିରକୁ ଯାଇ ପାରିଲେ ନାହିଁ । ଦକ୍ଷୀଣ କାଳୀ ପୀଠ ପୂର୍ବରୁ ଥିବା ଘୋଷରା ରେ ପ୍ରାୟ ୨/୩ ଫୁଟ ପାଣି ପ୍ରବାହିତ ହେଉଥିଲା । ଏହି ଘୋଷରା ବଦଳରେ ବକ୍ସ କଲଭର୍ଟ କରି ଜଗନ୍ନାଥ ମନ୍ଦିର ଠାରୁ ବୁଦ୍ଧେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଉଚ୍ଚା ରାସ୍ତା ନିର୍ମାଣ କରାଯିବା ସହିତ ଚିନରା ପୋଖରୀ ଠାରୁ ହିଙ୍ଗୁଳା ମନ୍ଦିର ପର୍ଯ୍ୟନ୍ତ ଉଚ୍ଚା ରାସ୍ତା ନିର୍ମାଣ କରାଯିବା ପାଇଁ ବୈଠକରେ ଦାବି ହୋଇଥିଲା । ଗୁଜୁରି ହାଟ ରେ ଆମିଷ ବିକ୍ରି ଯୋଗୁ ପ୍ରବଳ ଗହଳି ହେବା ସହିତ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ଶ୍ରଦ୍ଧାଳୁ ମାନେ ଜଗନ୍ନାଥ ମନ୍ଦିର ଓ ବୁଦ୍ଧେଶ୍ୱର ମନ୍ଦିର କୁ ଯିବାରେ ସମସ୍ୟା ହେଉଛି । ଏଥିପାଇଁ ଏକ ନୂତନ ଆମିଷ ବଜାର କରାଯିବାକୁ ଜାଗା ସ୍ଥିର କରାଯାଇଥିଲା । ଉପାଧ୍ୟକ୍ଷା ମାନିନୀ ସାହୁ ଙ୍କ ସମେତ କାଉନସିଲର ପପୁ କୁମାର ସାହୁ,କଳ୍ପନା ବେହେରା, ଝୁନି ନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏନ୍ ଏ ସି କର୍ମଚାରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।। ଏକ ତୃତୀୟାଂଶ ସଦସ୍ୟଙ୍କ ଉପସ୍ଥିତିରେ କୋରମ ହୋଇ ଉପରୋକ୍ତ ପ୍ରସ୍ତାବ ପାରିତ ହୋଇଥିଲା । ତେବେ ବିଧାୟକ ଙ୍କ ସମେତ ସମସ୍ତ ବିଜେପି କାଉନସିଲର ବୈଠକରେ ଅନୁପସ୍ଥିତ ରହିବା ଘଟଣା ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି । ଏହି ଅସହଯୋଗ ପାଇଁ ସରକାରୀ ଦଳକୁ କ୍ଷତି ସହିବାକୁ ପଡିବ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲ ମତ ଦେଉଛନ୍ତି ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଶେଷ ସୋମବାର ଧବଳେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ଭିଡ଼
Aug 24, 2026•131 views

ଶେଷ ସୋମବାର ଧବଳେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଟିଟିଲାଗଡ଼ :-୨୪/୮/୨୬ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା l ବୋଲବମ ଭକ୍ତମାନେ ରବିବାର ସନ୍ଧ୍ୟାରେ ପହଞ୍ଚି ଶିବ ମନ୍ଦିର ପ୍ରାଙ୍ଗଣରେ ରହିଥିଲେ l ଭୋର ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚନା କରିବା ପାଇଁ ଲମ୍ବା ଲାଇନରେ ଶ୍ରଦ୍ଧାଳୁମାନେ ଛିଡା ହୋଇଥିଲେ l ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଚଳଚଞ୍ଚଳ ହୋଇପଡ଼ିଥିଲା କୁମୁଡା ପାହାଡ଼ ଧବଳେଶ୍ୱର ମନ୍ଦିର l ଏଥିରେ ଅନେକ ପ୍ରକାର ଦୁକାନବଜାର ଷ୍ଟଲ ଲାଗିଥିଲା l ସୋମବାର ଭୋର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଜମିଥିଲା l ଶ୍ରଦ୍ଧାଳୁମାନଙ୍କୁ ଅର୍ଣ୍ଣଭୋଗ ମଧ୍ୟ ଦାତା ମାନଙ୍କ ପକ୍ଷରୁ ବଣ୍ଟନ କରାଯାଇଥିଲା l ବହୁତ ଦୂରଦୁରାନ୍ତ ରୁ ଶ୍ରଦ୍ଧାଳୁମାନେ ଧବଳେଶ୍ୱର ମନ୍ଦିର କୁ ଆସିଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀର

ପନ୍ଦର ବର୍ଷ କୋଣରେ ପଡ଼ିରହିଛି ଭିନ୍ନକ୍ଷମ ନମିତା ମୁଦୁଲି ଜୀବନ
Aug 24, 2026•17 views

ପନ୍ଦର ବର୍ଷ କୋଣରେ ପଡ଼ିରହିଛି ଭିନ୍ନକ୍ଷମ ନମିତା ମୁଦୁଲି ଜୀବନ

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୈଇସିରିଆ ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁର ଥାନା ଵୈଇସିରିଆ ଗ୍ରାମ ର ପୂର୍ଣ୍ଣ ଚନ୍ଦ୍ର ମୁଦୁଲିଙ୍କ ଏକମାତ୍ର କନ୍ୟା ବହୁ ହସ ଖୁସିରେ ଜୀବନ ବିତାଉ ଥିଲେ ଭାଗ୍ୟର ବିଡମ୍ବନା ହଠାତ୍ ବ୍ରେନ ଟ୍ୟୁମର ହେବା ଦ୍ଵାରା ସମସ୍ତ ଶରୀର ବିକଳାଙ୍ଗ ହୋଇଯାଇଛି। ବିଛଣିରୁ ଉଠିବା ପାଇଁ ଅସମର୍ଥ ହେଲେ ଆଜି ପଯ୍ୟନ୍ତ ଏ ମେଡିକାଲ ରୁ ସେ ମେଡିକାଲ ଦୈାଡି ଦୈାଡି ନିରାଶ ହେଲାଣି ହେଲେ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ୨୧/୭/୨୦୨୧ ଭିନ୍ନ କ୍ଷମ ପ୍ରଣାଣ ପତ୍ର ପାଇବା ପାଇଁ ଆବେଦନ କରିଥିଲେ ହେଲେ ତାକୁ ଏ ପର୍ଯ୍ୟନ୍ତ କୋୖଣସି ସୁବିଧା ମିଳି ପାରିଲା ନାହିଁ। ଦେଖାଯାଉ ଆଗକୁ ପ୍ରଶାସନ କି ପ୍ରଦଯେପ ନେଉଛି।

Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

କିଶୋରନଗରରେ ମିଳିତ ଜନ ଅଭିଯୋଗ ଶୁଣାଣି
Aug 24, 2026•70 views

କିଶୋରନଗରରେ ମିଳିତ ଜନ ଅଭିଯୋଗ ଶୁଣାଣି

କିଶୋରନଗର: ବ୍ଲକ ହେଡକ୍ୱାର୍ଟର କିଶୋରନଗରଠାରେ ଜିଲ୍ଲାପାଳ, ଅନୁଗୋଳ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ମୋଟ ୪୩ଟି ଅଭିଯୋଗ ଶୁଣାଯାଇଥିବା ବେଳେ, ସେଥିମଧ୍ୟରୁ ୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ଶୁଣାଣି ସମୟରେ ୩ ଜଣ ଅଭାବୀ ଓ ଦୁଃଖୀ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ମୋଟ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
Aug 24, 2026•21 views

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ବରଗଡ -ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ବରଗଡ଼ ଉପ-ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସୁବାଷ ଅଗ୍ରୱାଲ, ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରିପୁନାଥ ସୁନା ଏବଂ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୭୪ ଗୋଟି ଅଭିଯୋଗ ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ ଏବଂ ୨୯ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଶ୍ରାବଣ ର ଶେଷ ସୋମବାରରେ ଦୁଇ ଶୈବ ପୀଠ ରେ ରକ୍ତ ଦାନ ଶିବିର
Aug 24, 2026•16 views

ଶ୍ରାବଣ ର ଶେଷ ସୋମବାରରେ ଦୁଇ ଶୈବ ପୀଠ ରେ ରକ୍ତ ଦାନ ଶିବିର

ବରଗଡ -ଉତ୍କଟ ରକ୍ତାଭାବକୁ କିଛି ପରିମାଣ ରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ପ୍ରାୟାସ।ପବିତ୍ର ଶ୍ରାବଣ ମାସ ଅବସରରେ ବରଗଡ଼ ଜିଲ୍ଲାର ଗାଇସିମା ଠାରେ ଅବସ୍ଥିତ ଅଷ୍ଟଶମ୍ଭୁ ଶୈବ ପୀଠ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ବର ମନ୍ଦୀର ପ୍ରାଙ୍ଗଣ ରେ ନିଷ୍ଠା ପରିବାର ଓ ମନ୍ଦୀର ପରିଚାଳନା କମିଟି ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଯୁବ ସରପଞ୍ଚ ଶ୍ରୀ ଧିରେନ ମହାପାତ୍ର ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ #୪୩ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଠିକ୍ ସେହିପରି ଝାଡେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଅନୁରୂପ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଝଡେଶ୍ଵର ଶିବ ମନ୍ଦିର ର ବରିଷ୍ଠ କମିଟି ସଦସ୍ୟ ରୋହିତ ଭୋଇ,ସଭାପତି ସୁକାନ୍ତ ଭୋଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ #୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ #୭୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶ୍ରାବଣ ମାସର ଶେଷ ସୋମବାର ଅବସରରେ ମନ୍ଦୀରକୁ ପ୍ରଭୂ ଙ୍କ ପୂଜାର୍ଚ୍ଚନା ପାଇଁ ଆସୁଥିବା ଭକ୍ତ ମାନେ ସ୍ଵତଃ ରକ୍ତ ଦାନ କରିଥିଲେ। ଉଭୟ ଶିବିର ରେ ରକ୍ତ ଦାନ କରିଥିବା ରକ୍ତ ଦାତା,ସହଯୋଗୀ ଓ ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ତେଲ ନଦୀ ବନ୍ୟା ପାଣିରେ ଫସିଥିବା ୬ ଚାଷୀଙ୍କୁ ଉଦ୍ଧାର: ବୋଟ୍‌ ଯୋଗେ ସୁରକ୍ଷିତ ଭାବେ ଉଦ୍ଧାର କଲା ଗୋଲାମୁଣ୍ଡା ଅଗ୍ନିଶମ ବାହିନୀ
Aug 24, 2026•60 views

ତେଲ ନଦୀ ବନ୍ୟା ପାଣିରେ ଫସିଥିବା ୬ ଚାଷୀଙ୍କୁ ଉଦ୍ଧାର: ବୋଟ୍‌ ଯୋଗେ ସୁରକ୍ଷିତ ଭାବେ ଉଦ୍ଧାର କଲା ଗୋଲାମୁଣ୍ଡା ଅଗ୍ନିଶମ ବାହିନୀ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ପଞ୍ଚାୟତ ଅଧୀନ କାର୍ଲି ଗ୍ରାମ ନିକଟରେ ତେଲ ନଦୀରେ ଅଚାନକ ବନ୍ୟା ପାଣି ବଢ଼ିଯିବାରୁ ପାଣି ଘେରରେ ଫସିଯାଇଥିଲେ ୬ ଜଣ ଚାଷୀ। ଖବର ପାଇ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଆଜି ସୋମବାର ସକାଳେ କାର୍ଲି ଗ୍ରାମର ୬ ଜଣ ଚାଷୀ ଶୁଶାନ୍ତ ବିଶ୍ୱାଳ, ବିଭୂତି ବୁଦ୍ଧିଆ, ଉମା ବୁଦ୍ଧିଆ, ଯୁଧିଷ୍ଠିର ବୁଦ୍ଧିଆ, ନିରଞ୍ଜନ ହଂସ ଏବଂ ଘନଶ୍ୟାମ ବୁଦ୍ଧିଆ ତେଲ ନଦୀକୁ ଲାଗି ରହିଥିବା କଛାର ଅଞ୍ଚଳକୁ ଚାଷ କାମ ପାଇଁ ଯାଇଥିଲେ। ତେବେ ଘରକୁ ଫେରିବା ସମୟରେ ହଠାତ୍ ତେଲ ନଦୀର ଜଳସ୍ତର ବଢ଼ିଯାଇଥିଲା। ବନ୍ୟା ପାଣିର ପ୍ରଖର ସ୍ରୋତ ଯୋଗୁଁ ଚାଷୀମାନେ ଆଉ ଫେରିପାରିନଥିଲେ। ଫଳରେ ସେମାନେ ଏକ ଜମି ହୁଡ଼ା ଉପରେ ଆଶ୍ରୟ ନେଇଥିଲେ। କିନ୍ତୁ ସମୟ ବଢ଼ିବା ସହ ଜଳସ୍ତର ଆହୁରି ବଢ଼ିବାରୁ ସେଠାରେ ରହିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଗୋଲାମୁଣ୍ଡାର ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ତୁରନ୍ତ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିବା ସହ ପ୍ରଶାସନକୁ ମଧ୍ୟ ଅବଗତ କରିଥିଲେ। ସୂଚନା ପାଇବା ପରେ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦଶପୁର ଫାଣ୍ଡି ପୁଲିସ, ଅତିରିକ୍ତ ତହସିଲଦାର ଏବଂ ବୋରଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ବୋଟ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ତେଲ ନଦୀର ବନ୍ୟା ପାଣି ଘେରରୁ ସମସ୍ତ ୬ ଜଣ ଚାଷୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି। ଘଟଣା ପରେ ନଦୀକୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।Slug _ତେଲ ନଦୀ ବନ୍ୟା ପାଣିରେ ଫସିଥିବା ୬ ଚାଷୀଙ୍କୁ ଉଦ୍ଧାର: ବୋଟ୍‌ ଯୋଗେ ସୁରକ୍ଷିତ ଭାବେ ଉଦ୍ଧାର କଲା ଗୋଲାମୁଣ୍ଡା ଅଗ୍ନିଶମ ବାହିନୀ Anchor:- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ପଞ୍ଚାୟତ ଅଧୀନ କାର୍ଲି ଗ୍ରାମ ନିକଟରେ ତେଲ ନଦୀରେ ଅଚାନକ ବନ୍ୟା ପାଣି ବଢ଼ିଯିବାରୁ ପାଣି ଘେରରେ ଫସିଯାଇଥିଲେ ୬ ଜଣ ଚାଷୀ। ଖବର ପାଇ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଆଜି ସୋମବାର ସକାଳେ କାର୍ଲି ଗ୍ରାମର ୬ ଜଣ ଚାଷୀ ଶୁଶାନ୍ତ ବିଶ୍ୱାଳ, ବିଭୂତି ବୁଦ୍ଧିଆ, ଉମା ବୁଦ୍ଧିଆ, ଯୁଧିଷ୍ଠିର ବୁଦ୍ଧିଆ, ନିରଞ୍ଜନ ହଂସ ଏବଂ ଘନଶ୍ୟାମ ବୁଦ୍ଧିଆ ତେଲ ନଦୀକୁ ଲାଗି ରହିଥିବା କଛାର ଅଞ୍ଚଳକୁ ଚାଷ କାମ ପାଇଁ ଯାଇଥିଲେ। ତେବେ ଘରକୁ ଫେରିବା ସମୟରେ ହଠାତ୍ ତେଲ ନଦୀର ଜଳସ୍ତର ବଢ଼ିଯାଇଥିଲା। ବନ୍ୟା ପାଣିର ପ୍ରଖର ସ୍ରୋତ ଯୋଗୁଁ ଚାଷୀମାନେ ଆଉ ଫେରିପାରିନଥିଲେ। ଫଳରେ ସେମାନେ ଏକ ଜମି ହୁଡ଼ା ଉପରେ ଆଶ୍ରୟ ନେଇଥିଲେ। କିନ୍ତୁ ସମୟ ବଢ଼ିବା ସହ ଜଳସ୍ତର ଆହୁରି ବଢ଼ିବାରୁ ସେଠାରେ ରହିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଗୋଲାମୁଣ୍ଡାର ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ତୁରନ୍ତ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିବା ସହ ପ୍ରଶାସନକୁ ମଧ୍ୟ ଅବଗତ କରିଥିଲେ। ସୂଚନା ପାଇବା ପରେ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦଶପୁର ଫାଣ୍ଡି ପୁଲିସ, ଅତିରିକ୍ତ ତହସିଲଦାର ଏବଂ ବୋରଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ବୋଟ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ତେଲ ନଦୀର ବନ୍ୟା ପାଣି ଘେରରୁ ସମସ୍ତ ୬ ଜଣ ଚାଷୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି। ଘଟଣା ପରେ ନଦୀକୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ସଂଶୋଧିତ MMDR ଆଇନ ବିରୋଧରେ ଚାରି ଦଳର ଆହ୍ୱାନ: ରାଜ୍ୟର ଅଧିକାର ଓ ଆଦିବାସୀଙ୍କ ଜୀବିକା ସୁରକ୍ଷା ଦାବି; ସେପ୍ଟେମ୍ବର ୧ରୁ ୧୦ ଯାଏଁ ପ୍ରତିବାଦ ଆନ୍ଦୋଳନ
Aug 24, 2026•15 views

ସଂଶୋଧିତ MMDR ଆଇନ ବିରୋଧରେ ଚାରି ଦଳର ଆହ୍ୱାନ: ରାଜ୍ୟର ଅଧିକାର ଓ ଆଦିବାସୀଙ୍କ ଜୀବିକା ସୁରକ୍ଷା ଦାବି; ସେପ୍ଟେମ୍ବର ୧ରୁ ୧୦ ଯାଏଁ ପ୍ରତିବାଦ ଆନ୍ଦୋଳନ

ଭୁବନେଶ୍ୱର, ୨୪/୮: ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୨୦୨୬କୁ ନେଇ ରାଜ୍ୟରେ ରାଜନୈତିକ ବିରୋଧ ତୀବ୍ର ହୋଇଛି। କେନ୍ଦ୍ର ସରକାରଙ୍କ ଖଣି ନୀତିକୁ କର୍ପୋରେଟ୍‌ ସପକ୍ଷ ଓ ରାଜ୍ୟର ଅଧିକାର ସଂକୁଚିତ କରୁଥିବା ଅଭିଯୋଗ କରି ଚାରି ଦଳ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି। ପ୍ରେସ୍‌ ନୋଟ୍‌ରେ କୁହାଯାଇଛି ଯେ, ସଂଶୋଧିତ ଆଇନ ଦ୍ୱାରା ରାଜ୍ୟଗୁଡ଼ିକର ଖଣିଜ ରାଜସ୍ୱ ଆଦାୟ କ୍ଷମତା ସଂକୁଚିତ ହେବା ସହ ଖଣିଜ ସମ୍ପଦ ଉପରେ କେନ୍ଦ୍ରର ନିୟନ୍ତ୍ରଣ ବଢ଼ିବ। ବିଶେଷକରି ଆଇନର ଧାରା ୯-ଡି ରାଜ୍ୟମାନଙ୍କ ଖଣି ଓ ଖଣି ସଂଲଗ୍ନ ଜମି ଉପରେ ଟିକସ ବା ସେସ୍‌ ଲାଗୁ କରିବାର ଅଧିକାରକୁ ସୀମିତ କରୁଥିବା ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟଙ୍କ ୨୦୨୪ ଜୁଲାଇ ରାୟ ପରେ ଓଡ଼ିଶା ପିଛିଲା ଖଣିଜ ରାଜସ୍ୱ ବାବଦରେ ପ୍ରାୟ ୧ ଲକ୍ଷରୁ ୧.୨୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାର ସୁଯୋଗ ପାଇଥିବା ବେଳେ ସଂଶୋଧିତ ଆଇନ ଏହି ଅଧିକାରକୁ ପ୍ରଭାବିତ କରିବ ବୋଲି ଦଳଗୁଡ଼ିକ ଦାବି କରିଛନ୍ତି। ଏଥିସହ ଖଣିଜ ଉପରେ ନୂଆ କର ବା ସେସ୍‌ ଲାଗୁ କରି ରାଜ୍ୟ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ପାଇପାରୁଥିବା ସମ୍ଭାବନା ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି। କ୍ୟାପ୍ଟିଭ୍‌ ଖଣିର ଖଣିଜକୁ ବାହାର ବଜାରରେ ବିକ୍ରି କରିବାର ସୁଯୋଗ ବଢ଼ାଯିବାକୁ ନେଇ ମଧ୍ୟ ପ୍ରେସ୍‌ ନୋଟ୍‌ରେ ଆପତ୍ତି ଉଠାଯାଇଛି। ଏହା ଦ୍ୱାରା ବଡ଼ ଖଣି କମ୍ପାନୀଗୁଡ଼ିକ ନିଜ କାରଖାନା ପାଇଁ ମିଳିଥିବା ଖଣିଜକୁ ବାଣିଜ୍ୟିକ ଭାବେ ବିକ୍ରି କରି ଅଧିକ ଲାଭ କରିବାର ସୁଯୋଗ ପାଇବେ ବୋଲି ଅଭିଯୋଗ ହୋଇଛି। ଏଥିସହ ଚାଲୁଥିବା ଖଣି ଅଞ୍ଚଳକୁ ନିର୍ଦ୍ଦିଷ୍ଟ ସୀମାରେ ବୃଦ୍ଧି କରିବାର ବ୍ୟବସ୍ଥା ଦ୍ୱାରା ଜଙ୍ଗଲ, ଜମି, ଜଳସ୍ରୋତ ଓ ସ୍ଥାନୀୟ ଜୀବନଜୀବିକା ଉପରେ ଚାପ ବଢ଼ିବ ବୋଲି ଦଳଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି। ଜଙ୍ଗଲ ଅଧିକାର ଆଇନ, ପେସା ଆଇନ ଓ ଅନୁସୂଚିତ ଅଞ୍ଚଳ ସମ୍ବନ୍ଧୀୟ ଅଧିକାରକୁ ଅଣଦେଖା କରାଯିବାର ଆଶଙ୍କା ମଧ୍ୟ ପ୍ରକାଶ କରାଯାଇଛି। ଓଡ଼ିଶାର ବକ୍ସାଇଟ୍‌, ଲୁହପଥର, କ୍ରୋମାଇଟ୍‌, ମାଙ୍ଗାନିଜ୍‌ ଓ କୋଇଲା ଭଳି ଖଣିଜ ସମ୍ପଦରୁ କର୍ପୋରେଟ୍‌ ସଂସ୍ଥା ଲାଭବାନ ହେଉଥିବା ବେଳେ ଖଣି ଅଞ୍ଚଳର ଲୋକେ ବିସ୍ଥାପନ, ଜମିହରା, ଜଙ୍ଗଲ ନଷ୍ଟ, ପ୍ରଦୂଷଣ ଓ ଜୀବିକା ସଙ୍କଟର ସମ୍ମୁଖୀନ ହେଉଥିବା ଅଭିଯୋଗ କରାଯାଇଛି। ଯାନ୍ତ୍ରିକ ଖଣି ଖନନ ବଢ଼ିଲେ ଉତ୍ପାଦନ ବୃଦ୍ଧି ହେଲେ ମଧ୍ୟ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ସ୍ଥାୟୀ ନିଯୁକ୍ତିର ସୁଯୋଗ ସୀମିତ ରହିବ ବୋଲି ମତ ପ୍ରକାଶ ପାଇଛି। ପ୍ରେସ୍‌ ନୋଟ୍‌ରେ ସଂଶୋଧିତ MMDR ଆଇନ, ୨୦୨୬ ପ୍ରତ୍ୟାହାର, ରାଜ୍ୟମାନଙ୍କ ଖଣିଜ ରାଜସ୍ୱ ଓ କର ଆଦାୟର ଅଧିକାର ସୁରକ୍ଷା, କ୍ୟାପ୍ଟିଭ୍‌ ଖଣିଜର ବାଣିଜ୍ୟିକ ବିକ୍ରି ନୀତି ପ୍ରତ୍ୟାହାର ଏବଂ ଗ୍ରାମସଭା, ଆଦିବାସୀ ଅଧିକାର, ଜଙ୍ଗଲ ଅଧିକାର ଓ ପରିବେଶ ଆଇନର ସୁରକ୍ଷା ଦାବି କରାଯାଇଛି। ଏଥିସହ ଓଡ଼ିଶା ସମେତ ଖଣିଜ ସମ୍ପଦଶାଳୀ ରାଜ୍ୟଗୁଡ଼ିକରେ ନୂଆ ଖଣି ଖୋଲିବା ଉପରେ ରୋକ ଲଗାଇ ପୂର୍ବରୁ ଚାଲୁଥିବା ଖଣିଗୁଡ଼ିକର ସାମାଜିକ, ଆର୍ଥିକ ଓ ପରିବେଶଗତ ସମୀକ୍ଷା କରିବାକୁ ଦାବି ହୋଇଛି। ଖଣିଜ ସମ୍ପଦ ଜନସାଧାରଣଙ୍କର ଏବଂ ଏହା ଭବିଷ୍ୟତ ପିଢ଼ିର ମଧ୍ୟ ଅଧିକାର ବୋଲି ଉଲ୍ଲେଖ କରି ଶ୍ରମିକ, କୃଷକ, ଆଦିବାସୀ, ଦଳିତ ଓ ଗଣତାନ୍ତ୍ରିକ ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।

Bhubaneswar (ଭୁବନେଶ୍ୱର) • ସୁକାନ୍ତ ପ୍ରଧାନ

ସଂଶୋଧିତ ଖଣି ଆଇନକୁ ବିରୋଧ: ରାଜ୍ୟ ଅଧିକାର ଓ ଆଦିବାସୀଙ୍କ ଜୀବିକା ପ୍ରତି ବିପଦ ଅଭିଯୋଗ
Aug 24, 2026•31 views

ସଂଶୋଧିତ ଖଣି ଆଇନକୁ ବିରୋଧ: ରାଜ୍ୟ ଅଧିକାର ଓ ଆଦିବାସୀଙ୍କ ଜୀବିକା ପ୍ରତି ବିପଦ ଅଭିଯୋଗ

କେନ୍ଦ୍ରର ଖଣି ନୀତି ବିରୋଧରେ ବ୍ୟାପକ ଜନଆନ୍ଦୋଳନ ପାଇଁ ଆହ୍ୱାନ ଭୁବନେଶ୍ୱର, ୨୪/୦୮: କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୨୦୨୬କୁ ନେଇ ରାଜ୍ୟରେ ବିରୋଧର ସ୍ୱର ତୀବ୍ର ହୋଇଛି। ଏହି ସଂଶୋଧନ ଦେଶର ଖଣିଜ ସମ୍ପଦ ଉପରେ ବଡ଼ କର୍ପୋରେଟ୍‌ ଗୋଷ୍ଠୀଙ୍କ ପ୍ରଭାବ ବଢ଼ାଇବା ସହ ରାଜ୍ୟଗୁଡ଼ିକର ଆର୍ଥିକ ଓ ସାମ୍ବିଧାନିକ ଅଧିକାରକୁ ସଂକୁଚିତ କରିବ ବୋଲି ଅଭିଯୋଗ ହୋଇଛି। ବିଶେଷକରି ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ଭଳି ରାଜ୍ୟ ଏହାଦ୍ୱାରା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଅଭିଯୋଗକାରୀମାନେ କହିଛନ୍ତି। ଏହା ସହ ଖଣି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜମି, ଜଙ୍ଗଲ, ଜଳ ଓ ଜୀବିକା ଅଧିକାର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ସଂଶୋଧିତ ଆଇନର ଧାରା ୯-ଡିକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ଏହି ବ୍ୟବସ୍ଥା ଫଳରେ ଖଣି ଓ ଖଣି ସଂଲଗ୍ନ ଜମି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକସ କିମ୍ବା ସେସ୍‌ ଆଦାୟ କରିବାର କ୍ଷମତା ସୀମିତ ହେବ ବୋଲି ଅଭିଯୋଗ ହୋଇଛି। ଏହା ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ କ୍ଷମତାକୁ ଦୁର୍ବଳ କରିବ ବୋଲି ମତ ପ୍ରକାଶ ପାଇଛି। ୨୦୨୪ ଜୁଲାଇରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡ଼ିଶା ପୂର୍ବତନ ଖଣିଜ ରାଜସ୍ୱ ବାବଦରେ ପ୍ରାୟ ୧ ଲକ୍ଷରୁ ୧.୨୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାର ସୁଯୋଗ ପାଇଥିଲା ବୋଲି ଦାବି କରାଯାଇଛି। ନୂଆ ସଂଶୋଧନ ଏହି ଅଧିକାରକୁ ପ୍ରଭାବିତ କରିପାରେ ବୋଲି ଅଭିଯୋଗ ରହିଛି। ସେହିପରି ଖଣିଜ ଉପରେ ସେସ୍‌ କିମ୍ବା ଅତିରିକ୍ତ କର ମାଧ୍ୟମରେ ରାଜ୍ୟ ପ୍ରତିବର୍ଷ ପ୍ରାୟ ୧୨ରୁ ୧୭ ହଜାର କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ପାଇବାର ସମ୍ଭାବନା ହରାଇବ ବୋଲି ଦାବି କରାଯାଇଛି। ଅନ୍ୟପକ୍ଷରେ, ପୂର୍ବରୁ ହୋଇଥିବା ସଂଶୋଧନର ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ କ୍ୟାପ୍ଟିଭ୍‌ ଖଣିରୁ ଉତ୍ପାଦିତ ଖଣିଜକୁ ଖୋଲା ବଜାରରେ ବିକ୍ରି କରିବାର ସୁଯୋଗ ବଢ଼ାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହା ଫଳରେ ଖଣିଜ ସମ୍ପଦର ବାଣିଜ୍ୟିକ ବ୍ୟବହାର ବଢ଼ିବା ସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଅବହେଳିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଖଣିଜ ସମ୍ପଦ କେବଳ ଶିଳ୍ପ ଓ ରାଜସ୍ୱର ଉତ୍ସ ନୁହେଁ; ଏହା ସହ ଜଙ୍ଗଲ, ଜଳ, ପରିବେଶ ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ଜଡ଼ିତ। ତେଣୁ ଖଣି ନୀତି ନିର୍ଦ୍ଧାରଣରେ ରାଜ୍ୟର ଅଧିକାର, ଆଦିବାସୀଙ୍କ ସ୍ୱାର୍ଥ ଓ ଭବିଷ୍ୟତ ପିଢ଼ିର ଅଧିକାରକୁ ସୁରକ୍ଷିତ ରଖିବାକୁ ଦାବି ହୋଇଛି। ସଂଶୋଧିତ ଖଣି ଆଇନର ବିରୋଧରେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ଗଢ଼ି ତୋଳିବା ସହ ଏହି ଆଇନର ପ୍ରଭାବ ଉପରେ ବ୍ୟାପକ ଜନଆଲୋଚନା କରିବାକୁ ଆହ୍ୱାନ ଦିଆଯାଇଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁଶାନ୍ତ କୁମାର ମହାକୁଡ଼

ଗୋପାଳପୁରରେ ଦିନ ଦ୍ୱିପ୍ରହରେ ଚୋରି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା-ରୂପା ଲୁଟ
Aug 24, 2026•22 views

ଗୋପାଳପୁରରେ ଦିନ ଦ୍ୱିପ୍ରହରେ ଚୋରି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା-ରୂପା ଲୁଟ

ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଗୋପାଳପୁରରେ ଦିନ ଦ୍ୱିପ୍ରହରେ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଗୋପାଳପୁର ଗ୍ରାମର ନିତ୍ୟାନନ୍ଦ ସାହୁଙ୍କ ଘରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ସହ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୯ଟା ୩୦ରୁ ୧୦ଟା ୩୦ ମଧ୍ୟରେ ଏହି ଚୋରି ଘଟିଥିବା କୁହାଯାଉଛି। ନିତ୍ୟାନନ୍ଦ ସାହୁ ଭଟଲି ଯାଇଥିବା ବେଳେ ତାଙ୍କ ଧର୍ମପତ୍ନୀ ଜଣେ ଶିକ୍ଷୟିତ୍ରୀ ହୋଇଥିବାରୁ ସ୍କୁଲକୁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଘର ଭିତରେ ଥିବା ବିଭିନ୍ନ ସାମଗ୍ରୀକୁ ହସ୍ତବ୍ୟସ୍ତ କରିବା ସହ ଆଲମାରି ଆଦି ଖୋଜାଖୋଜି କରି ଦୁର୍ବୃତ୍ତମାନେ ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ରହିଛି। ଘଟଣା ସମ୍ପର୍କରେ ଭଟଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଭଟଲି ପୁଲିସ ପକ୍ଷରୁ ତନାଘନା ଜାରି ରହିଛି।

Bargarh (ବରଗଡ଼) • ସତ୍ୟ ସୁରୁଜାଲ

ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ,୪ ଗିରଫ : ମାରଣାସ୍ତ୍ର ଓ ତାଲା ଭାଙ୍ଗିବା ସାମଗ୍ରୀ ଜବତ
Aug 24, 2026•52 views

ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ,୪ ଗିରଫ : ମାରଣାସ୍ତ୍ର ଓ ତାଲା ଭାଙ୍ଗିବା ସାମଗ୍ରୀ ଜବତ

ପଟ୍ଟାମୁଣ୍ଡାଇ, ୨୪/୦୮: ଡକାୟତି ଯୋଜନା କରୁଥିବା ବେଳେ ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଦୋକାନ ଓ ଘରର ତାଲା ଭାଙ୍ଗିବା ପାଇଁ ବ୍ୟବହୃତ କିଛି ଯନ୍ତ୍ରପାତି ଜବତ କରାଯାଇଛି। ସୂଚନା ଅନୁଯାୟୀ, ୨୨ ତାରିଖ ରାତି ପ୍ରାୟ ୨ଟା ସମୟରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ତାତନା ପାର୍କ ନିକଟରେ କିଛି ଯୁବକ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ନେଇ ପଟ୍ଟାମୁଣ୍ଡାଇ ମଡେଲ ଥାନା ପୋଲିସକୁ ସୂଚନା ମିଳିଥିଲା। ଆଇଆଇସି ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍‌ ତୁରନ୍ତ ସେଠାରେ ଚଢ଼ାଉ କରି ୪ ଜଣଙ୍କୁ କାବୁ କରିଥିଲା। ପୋଲିସର ପଚରାଉଚରା ବେଳେ ଗିରଫ ବ୍ୟକ୍ତିମାନେ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରିଥିବା ଜଣାପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ବ୍ୟକ୍ତିମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଗିରଫ ୪ ଜଣଙ୍କୁ ଆଜି ପଟ୍ଟାମୁଣ୍ଡାଇ କୋର୍ଟକୁ ଫରୱାର୍ଡ କରିଛି। ଡକାୟତି ଘଟିବା ପୂର୍ବରୁ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ପୋଲିସର ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପଟ୍ଟାମୁଣ୍ଡାଇ ମଡେଲ ଥାନା ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଓ ପୋଲିସ ଟିମ୍‌କୁ ପ୍ରଶଂସା କରିଛନ୍ତି।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ

ଧୋକୁଟାର ଦୁଃଖୀ ମା’ଙ୍କ ପାଖରେ ଲୁଲୁ ସେନା
Aug 24, 2026•91 views

ଧୋକୁଟାର ଦୁଃଖୀ ମା’ଙ୍କ ପାଖରେ ଲୁଲୁ ସେନା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଧୋକୁଟା ଗ୍ରାମର ବିକାଶ ଭୋଇ କିଛି ଦିନ ତଳେ ବୋଲବମ୍ ଯାଉଥିବା ସମୟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା। ବିକାଶଙ୍କ ଅକାଳ ମୃତ୍ୟୁରେ ପରିବାର ସହ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ବିକାଶ ପରିବାରର ଏକମାତ୍ର ପୁଅ ଥିବାବେଳେ ତାଙ୍କ ବାପାଙ୍କ ମଧ୍ୟ ଇତିମଧ୍ୟରେ ଦେହାନ୍ତ ହୋଇସାରିଛି। ଏକମାତ୍ର ପୁଅକୁ ହରାଇ ତାଙ୍କ ମା’ ଏବେ ଏକା ହୋଇପଡ଼ିଛନ୍ତି। ଘଟଣା ସମ୍ପର୍କରେ ଧୋକୁଟା ଗ୍ରାମର ଯୁବକମାନେ ଲୁଲୁ ସେନାକୁ ଜଣାଇବା ପରେ, ଲୁଲୁ ସେନାର ଟିମ୍ ବିକାଶଙ୍କ ପରିବାର ନିକଟରେ ପହଞ୍ଚି ଶୋକସନ୍ତପ୍ତ ମା’ଙ୍କୁ ସାନ୍ତ୍ୱନା ଦେଇଥିଲେ। ଏଥିସହିତ ତାଙ୍କ ସାମର୍ଥ୍ୟ ଅନୁଯାୟୀ ପରିବାରକୁ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ଦୁଃଖର ଏଭଳି ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇବାକୁ ମାନବିକତାର ଉଦାହରଣ ବୋଲି କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ଗରିବ, ଦୁଃଖୀ ଓ ଅସହାୟଙ୍କ ପାଖରେ ରହି ସେବା ଜାରି ରଖିବାକୁ ଲୁଲୁ ସେନା ପକ୍ଷରୁ କୁହାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା