--:--:--
-- ---
Srishti News

Web News

Ayushman Card Not Honoured at Hi-Tech Hospital, Patient's Family Alleges Harassment
May 31, 2026722 views

Ayushman Card Not Honoured at Hi-Tech Hospital, Patient's Family Alleges Harassment

Ayushman Card Not Honoured at Hi-Tech Hospital, Patient's Family Alleges Harassment Rourkela: Serious allegations have surfaced against Hi-Tech Hospital, Rourkela, regarding the non-acceptance of an Ayushman Bharat health card for a patient admitted in the hospital. According to the complaint, Rahul Sah, who is undergoing treatment in Bed No. 3 of the Surgery Ward on the first floor of Hi-Tech Hospital, has allegedly been denied the benefits of his Ayushman Card. The patient's attendants claim that despite being eligible under the Ayushman Bharat scheme, they were asked to deposit ₹10,100 initially and have now been directed to pay ₹4,400. The family has alleged that the patient is being subjected to unnecessary financial burden and harassment despite the existence of a government-sponsored health insurance facility intended to provide cashless treatment to eligible beneficiaries. The matter has raised concerns regarding the implementation of the Ayushman Bharat scheme in private healthcare institutions. The patient's family has appealed to the concerned authorities to intervene immediately and ensure that the benefits of the scheme are extended without further delay. Further investigation and clarification from the hospital administration are awaited.

Rourkela (ରାଉରକେଲା)Bureau Report

ଆଇପିଏଲ୍ ବେଟିଂ ରାକେଟ୍ ଉପରେ ପୋଲିସର ଚଢ଼ାଉ : ଜଣେ ଗିରଫ, ଜଣେ ଫେରାର, ୪ ଲକ୍ଷ ଟଙ୍କା ସହ କାର୍ ଜବତ
May 29, 2026117 views

ଆଇପିଏଲ୍ ବେଟିଂ ରାକେଟ୍ ଉପରେ ପୋଲିସର ଚଢ଼ାଉ : ଜଣେ ଗିରଫ, ଜଣେ ଫେରାର, ୪ ଲକ୍ଷ ଟଙ୍କା ସହ କାର୍ ଜବତ

ଆଇପିଏଲ୍ ବେଟିଂ ରାକେଟ୍ ଉପରେ ପୋଲିସର ଚଢ଼ାଉ : ଜଣେ ଗିରଫ, ଜଣେ ଫେରାର, ୪ ଲକ୍ଷ ଟଙ୍କା ସହ କାର୍ ଜବତ ହାତୀବାରୀ: ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନଲାଇନ୍ ଜୁଆ ଓ ଆଇପିଏଲ୍ ବେଟିଂର ପ୍ରକୋପ ବଢ଼ୁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହାତୀବାରୀ ଥାନା ଅନ୍ତର୍ଗତ ନୂଆଗାଁ ଫାଣ୍ଡି ଅଧୀନ ଯୋକେଇତା (ହାସନବେଡା) ଗ୍ରାମରେ ଅନଲାଇନ୍ ମାଧ୍ୟମରେ ଆଇପିଏଲ୍ ବେଟିଂ ଚାଲୁଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ହାତୀବାରୀ ଥାନା ଅଧିକାରୀ ଗୀତାଞ୍ଜଳି ମିର୍ଦ୍ଧାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଜେନ୍ଦ୍ର ସାହୁଙ୍କୁ ଗିରଫ କରିଥିବା ବେଳେ ବଜନ୍ତି ସାହୁ (୨୭) ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଗଜେନ୍ଦ୍ରଙ୍କ ନିକଟରୁ ୩ ଲକ୍ଷ ୯୫ ହଜାର ୫୯୦ ଟଙ୍କା ନଗଦ, ଏକ ଲାଲ୍ ରଙ୍ଗର ମାରୁତି ସୁଜୁକି କାର୍ (OR-14S-0061), ତିନୋଟି ମୋବାଇଲ୍ ଫୋନ୍, ପାସ୍‌ବୁକ୍, ଚେକ୍‌ବୁକ୍, ଆଧାର କାର୍ଡ ଓ ସିମ୍ କାର୍ଡ ଜବତ କରିଛି। ଏହି ଘଟଣାରେ ହାତୀବାରୀ ଥାନା କେସ୍ ନମ୍ବର ୧୫୦, ତାରିଖ ୨୭/୦୫/୨୬ ଅନୁସାରେ ବିଏନଏସ୍‌ର ଧାରା ୩୧୮(୪), ୩୧୮(୨), ୧୧୨(୨), ୩(୫) ସହ ଓପିଜି ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଆସାମୀ ଗଜେନ୍ଦ୍ର ସାହୁଙ୍କୁ ବୀରମିତ୍ରପୁର JMFC କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

Sundargarh (ସୁନ୍ଦରଗଡ଼)ନୂଆଗାଁ ହାତିବାରୀରୁ ଗଣପତି ଦାସଙ୍କ ରିପୋର୍ଟ, ସ୍ରିଷ୍ଟି ନିୟୁଜ

ୟୁଜିଆଇଇ ଆଲୁମିନି ଆସୋସିଏସନ୍ ପକ୍ଷରୁ ପ୍ରଥମ ଥର ପାଇଁ ‘ରଜ ଉତ୍ସବ ୨୦୨୬’ ଆୟୋଜନ
May 28, 2026142 views

ୟୁଜିଆଇଇ ଆଲୁମିନି ଆସୋସିଏସନ୍ ପକ୍ଷରୁ ପ୍ରଥମ ଥର ପାଇଁ ‘ରଜ ଉତ୍ସବ ୨୦୨୬’ ଆୟୋଜନ

ୟୁଜିଆଇଇ ଆଲୁମିନି ଆସୋସିଏସନ୍ ପକ୍ଷରୁ ପ୍ରଥମ ଥର ପାଇଁ ‘ରଜ ଉତ୍ସବ ୨୦୨୬’ ଆୟୋଜନ ରାଉରକେଲା: ୟୁଜିଆଇଇ ଆଲୁମିନି ଆସୋସିଏସନ୍ ଲେଡିଜ୍ କ୍ଲବ ପକ୍ଷରୁ ପ୍ରଥମ ଥର ପାଇଁ “ରଜ ଉତ୍ସବ ୨୦୨୬” ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ଆଲୁମିନି ସଦସ୍ୟଙ୍କ ସ୍ତ୍ରୀମାନେ, ମହିଳା ଆଲୁମିନି ଓ ସଂଘର ଶୁଭେଚ୍ଛୁମାନଙ୍କ ପାଇଁ ଆୟୋଜିତ ହେବ। ଆସନ୍ତା ଜୁନ ୭ ଓ ୧୪ ତାରିଖରେ ଯୁଜିଆଇଇ ଅଡିଟୋରିଅମ୍ ହଲ୍‌ରେ ସନ୍ଧ୍ୟା ୪ଟା ୩୦ରୁ ଏହି ଉତ୍ସବ ଅନୁଷ୍ଠିତ ହେବ। ରଜ ଉତ୍ସବ ଅବସରରେ ବିଭିନ୍ନ ପାରମ୍ପରିକ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଆୟୋଜନ ହେବ। ଜୁନ ୭ ତାରିଖରେ ପୋଡା ପିଠା ପ୍ରତିଯୋଗିତା, ପାନ ଭଙ୍ଗା ପ୍ରତିଯୋଗିତା ଓ ରଜ ଓଡ଼ିଆଣୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ପାରମ୍ପରିକ ଓଡ଼ିଆ ପୋଷାକ ଓ ଗହଣା ପିନ୍ଧି ଅଂଶଗ୍ରହଣ କରିବେ। ସେହିପରି ଓଡ଼ିଶାର ପର୍ବପର୍ବାଣୀ ଓ ପରମ୍ପରା ସମ୍ପର୍କିତ ପ୍ରଶ୍ନୋତ୍ତର ମଧ୍ୟ ହେବ। ଜୁନ ୧୪ ତାରିଖରେ ପୁରସ୍କାର ବିତରଣୀ ସଭା ସହ ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମସ୍ତ ପ୍ରତିଯୋଗୀଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଆଗ୍ରହୀ ପ୍ରତିଯୋଗୀ ମାନଙ୍କୁ ଶୀଘ୍ର ନାମ ପଞ୍ଜିକରଣ କରି ଏହି ରଜ ଉତ୍ସବକୁ ସଫଳ କରିବାକୁ ଅନୁରୋଧ କରାଯାଇଛି। ପ୍ରତି ବିଭାଗ ପାଇଁ ପଞ୍ଜିକରଣ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟ

ବିଜୟ ଥଲାପତିଙ୍କ ଦିଲ୍ଲୀ ଗ୍ରସ୍ତ, ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ
May 27, 2026125 views

ବିଜୟ ଥଲାପତିଙ୍କ ଦିଲ୍ଲୀ ଗ୍ରସ୍ତ, ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ତାମିଲଗା ଭେଟ୍ରି କାଜାଗାମ (TVK) ମୁଖ୍ୟ ସି. ଜୋସେଫ ବିଜୟ ଶପଥ ଗ୍ରହଣ କରିବା ପରେ ଦେଶର ରାଜଧାନୀକୁ ନିଜର ପ୍ରଥମ ଆଧିକାରୀକ ଗସ୍ତ ସମୟରେ ବୁଧବାର ଦିନ ନୂଆଦିଲ୍ଲୀସ୍ଥିତ ତାମିଲନାଡୁ ଭବନରେ ପହଞ୍ଚିଛନ୍ତି। ବିଜୟ ବୁଧବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାମିଲନାଡୁର ଦୀର୍ଘ ଦିନରୁ ବିଚାରାଧୀନ ଥିବା ଦାବିଗୁଡ଼ିକ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଜନକଲ୍ୟାଣ ଓ ଭିତ୍ତିଭୂମି ପ୍ରକଳ୍ପ, ବିକାଶମୂଳକ ମଞ୍ଜୁରୀ ଏବଂ ମେକେଦାତୁ ଜଳ ବିବାଦ ସାମିଲ ଅଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ନିଜ ଗସ୍ତ ସମୟରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି।

ବ୍ୟୁରୋ ରିପୋର୍ଟ, ପାଲିଟିକାଲ ଖଟି

ସୁଧୀର ପାତ୍ର ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସର ବଡ଼ ଆକ୍ସନ: ରାଜସ୍ଥାନରୁ ଆସୁଥିଲେ, ବାଟରେ ଦୁଇ ସୁପାରୀ କିଲରଙ୍କୁ ଏନକାଉଣ୍ଟର !
May 26, 2026106 views

ସୁଧୀର ପାତ୍ର ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସର ବଡ଼ ଆକ୍ସନ: ରାଜସ୍ଥାନରୁ ଆସୁଥିଲେ, ବାଟରେ ଦୁଇ ସୁପାରୀ କିଲରଙ୍କୁ ଏନକାଉଣ୍ଟର !

ସୁଧୀର ପାତ୍ର ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସର ବଡ଼ ଆକ୍ସନ: ରାଜସ୍ଥାନରୁ ଆସୁଥିଲେ, ବାଟରେ ଦୁଇ ସୁପାରୀ କିଲରଙ୍କୁ ଏନକାଉଣ୍ଟର ! ଗଞ୍ଜାମ ଜିଲ୍ଲା ଗୋପାଳପୁରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ନିର୍ମମ ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ମାମଲାର ଦୁଇ ପ୍ରମୁଖ ଫେରାର ଅଭିଯୁକ୍ତ ତଥା ସୁପାରୀ କିଲରଙ୍କୁ ଗତକାଲି ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି ପୋଲିସ। ପୋଲିସ କବଜାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବ୍ରହ୍ମପୁର ଉପକଣ୍ଠ ରତ୍ନପୁର ନିକଟରେ ଏହି ଗୁଳିବିନିମୟ ଘଟିଛି। ​ଅଭିଯୁକ୍ତଙ୍କ ପରିଚୟ: ଆହତ ଦୁଇ ଅଭିଯୁକ୍ତ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ ଏବଂ ହିଞ୍ଜିଳିକାଟୁ ସିକିରି ଅଞ୍ଚଳର (ସୁରତରେ ରହୁଥିବା) ସରୋଜ ପଣ୍ଡା। ​ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରତ୍ନପୁର ଛକ ନିକଟରେ ରାତି ପ୍ରାୟ ୧୨ଟାରେ ଘଟିଛି ଏହି ଏନକାଉଣ୍ଟର। ​ବର୍ତ୍ତମାନର ସ୍ଥିତି: ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗୋପାଳପୁର ଡିଫେନ୍ସ କଲୋନୀର ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ପରେ ଅତି ବର୍ବର ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ରଞ୍ଜନ ଓ ସରୋଜ ଓଡ଼ିଶାରୁ ଫେରାର ହୋଇ ରାଜସ୍ଥାନରେ ଆତ୍ମଗୋପନ କରିଥିଲେ। ବ୍ରହ୍ମପୁର ପୋଲିସର ଏକ ସ୍ପେଶାଲ ଟିମ୍ ସେମାନଙ୍କୁ ରାଜସ୍ଥାନରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଥିଲେ। ​ତେବେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରତ୍ନପୁର ନିକଟରେ ଅଭିଯୁକ୍ତମାନେ ପରିସ୍ରା ଯିବା ବାହାନାରେ ଗାଡ଼ି ଅଟକାଇବାକୁ କହିଥିଲେ। ସେମାନଙ୍କ ସହ ସୁରକ୍ଷା ପାଇଁ ଜଣେ ASI ଏବଂ କନେଷ୍ଟବଳ ଓହ୍ଲାଇଥିବା ବେଳେ, ଦୁଇ ଅଭିଯୁକ୍ତ ଅତର୍କିତ ଭାବେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଏସଆଇଙ୍କ ସର୍ଭିସ୍ ରିଭଲଭର ଛଡ଼ାଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ​ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ କରିବାରୁ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ଯେଉଁଥିରେ ରଞ୍ଜନ ଏବଂ ସରୋଜଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ପୋଲିସ ସେମାନଙ୍କୁ ପୁଣି କାବୁ କରିବାରେ ସଫଳ ହୋଇଥିଲା ​ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ହତ୍ୟାକାଣ୍ଡ ପଛରେ ପାରିବାରିକ ଶତ୍ରୁତା ଓ ସୁପାରୀ କିଲିଂର ବଡ଼ ଲିଙ୍କ ରହିଥିଲା। ସୁଧୀର ପାତ୍ରଙ୍କ ଝିଆରୀ ନିବେଦିତା ଓ ତାଙ୍କ ପ୍ରେମିକ କାଳୁ ପ୍ରଧାନ ମିଶି ହତ୍ୟାର ସ୍ଲଟ୍ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସୁରଟ ଜେଲରେ ଥିବା ସୂର୍ଯ୍ୟ ପ୍ରତାପ ସିଂହ ଓରଫ ଗୋଲୁ ମାଧ୍ୟମରେ ରଞ୍ଜନ ଏବଂ ସରୋଜଙ୍କୁ ସୁଧୀରଙ୍କୁ ରାସ୍ତାରୁ ହଟାଇବା ପାଇଁ କଣ୍ଟ୍ରାକ୍ଟ ଦିଆଯାଇଥିଲା। ​ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ନିକଟରେ ଘଟିଥିବା ବିଭିନ୍ନ ଅପରାଧିକ ମାମଲାରେ ପୋଲିସ ଜଗନ୍ନାଥ ସାହୁ, ମୁକେଶ ସାହୁ ଏବଂ ଦୀପୁନା ନାୟକଙ୍କ ଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରି ସାରିଥିବା ବେଳେ, ସୁଧୀର ପାତ୍ର ମାମଲାରେ ଏହି ଦୁଇଜଣଙ୍କୁ ମିଶାଇ ଜିଲ୍ଲାରେ ଏନକାଉଣ୍ଟର ସଂଖ୍ୟା ୪ରେ ପହଞ୍ଚିଛି। ଏହି ଆକ୍ସନ ପରେ ସ୍ଥାନୀୟ ଅଞ୍ଚଳରେ ଅପରାଧୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ପାଲିଟିକାଲ ଖଟି, ଗୋପାଳପୁର

Odisha Govt Takes Cognizance of ODMM Complaint Over Delay in Jamunanaki–Chhend Bridge Project
May 26, 2026980 views

Odisha Govt Takes Cognizance of ODMM Complaint Over Delay in Jamunanaki–Chhend Bridge Project

Odisha Govt Takes Cognizance of ODMM Complaint Over Delay in Jamunanaki–Chhend Bridge Project Bhubaneswar/Rourkela: The Odisha Government has officially taken cognizance of the complaint submitted by the Odisha Digital Media Mahasangha (ODMM) regarding the delay, cost escalation, and alleged lack of accountability in the Jamunanaki–Chhend Bridge Project in Rourkela. As per an official communication issued by the Planning and Convergence Department, Government of Odisha, Joint Secretary Shri Dileswar Majhi forwarded the grievance petition submitted by ODMM State President Manoj Satapathy to the Collector and Chairperson-cum-Managing Trustee of DMF Trust, Sundargarh District, for necessary action. The letter refers to the complaint filed by ODMM on April 11, 2026, highlighting serious concerns over the prolonged delay in construction of the bridge connecting Jamunanaki on the Kuarmunda side with Chhend Colony in Rourkela. The project is being executed under the District Mineral Foundation (DMF) fund through the Roads and Buildings Department. According to the memorandum, the delay in completion of the bridge has caused severe inconvenience to the public and led to significant escalation in project cost, raising questions over planning, supervision, execution, and accountability of the contractor and concerned officials. ODMM had demanded a detailed inquiry into the delay and cost escalation, fixation of responsibility on erring officials and contractors, recovery of excess public expenditure, and immediate completion of the bridge project within a fixed timeline. The forwarding of the complaint by the state government is being seen as a significant administrative step towards addressing public concerns related to the much-delayed bridge project in Rourkela.

Sundargarh (ସୁନ୍ଦରଗଡ଼)Bureau Report, Bhubaneswar / Rourkela

ଅପର୍ତିପୁରରେ ଶୋକର ଛାୟା : ମିଳନସାର ବ୍ୟକ୍ତିତ୍ୱ ଯୁଗଳ କିଶୋର ଦାସଙ୍କ ପରଲୋକ
May 26, 2026165 views

ଅପର୍ତିପୁରରେ ଶୋକର ଛାୟା : ମିଳନସାର ବ୍ୟକ୍ତିତ୍ୱ ଯୁଗଳ କିଶୋର ଦାସଙ୍କ ପରଲୋକ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅପର୍ତିପୁର ଗ୍ରାମର ଜଣେ ପରିଚିତ ଓ ମିଳନସାର ବ୍ୟକ୍ତିତ୍ୱ ଯୁଗଳ କିଶୋର ଦାସଙ୍କ ପରଲୋକ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ହଠାତ୍ ହୃଦ୍‌ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଡାକ୍ତରମାନେ ନିରନ୍ତର ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଶେଷରେ ସମସ୍ତ ପ୍ରୟାସ ବିଫଳ ହୋଇଥିଲା ଏବଂ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ରାୟ ୪ ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ହୃଦ୍‌ରୋଗରେ ଦେହାନ୍ତ ଘଟିଥିଲା। ପରିବାରରେ ଏହା ଦ୍ୱିତୀୟ ଦୁଃଖଦ ଘଟଣା ହେବାରୁ ପରିବାର ସହ ସମଗ୍ର ଅଞ୍ଚଳ ମର୍ମାହତ ହୋଇପଡ଼ିଛି। ଯୁଗଳ କିଶୋର ଦାସ ଜଣେ ଶାନ୍ତ, ଭଦ୍ର ଓ ସହୃଦୟ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ହସମୁଖ ସ୍ୱଭାବ ଓ ସମସ୍ତଙ୍କ ସହ ସ୍ନେହପୂର୍ଣ୍ଣ ବ୍ୟବହାର ପାଇଁ ସେ ଅନେକଙ୍କର ପ୍ରିୟ ଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର, ସମ୍ପର୍କୀୟ, ବନ୍ଧୁବର୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ତାଙ୍କର ୪ ପୁଅଙ୍କୁ ଛାଡ଼ି ଚିରବିଦାୟ ନେଇଥିବା ବେଳେ ବିଭିନ୍ନ ମହଲର ବ୍ୟକ୍ତିବିଶେଷ ତାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଭଗବାନ ତାଙ୍କ ଅମର ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ ଏବଂ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।

Angul (ଅନୁଗୋଳ)ରୁଦ୍ର ମୋହାନ ସାହୁ ସରୋଜ କାନ୍ତ ଜେନା, ବଅଁରପାଳ

ଗଣମାଧ୍ୟମକୁ କଟାକ୍ଷ କରିବା ଅଭିଯୋଗରେ ଟାଙ୍ଗୀ ଥାନାରେ ସାମ୍ବାଦିକ ସଂଘ ପକ୍ଷରୁ ଅରିନ୍ଦମ ରାୟଙ୍କ ବିରୁଦ୍ଧରେ ଏତେଲା
May 20, 2026136 views

ଗଣମାଧ୍ୟମକୁ କଟାକ୍ଷ କରିବା ଅଭିଯୋଗରେ ଟାଙ୍ଗୀ ଥାନାରେ ସାମ୍ବାଦିକ ସଂଘ ପକ୍ଷରୁ ଅରିନ୍ଦମ ରାୟଙ୍କ ବିରୁଦ୍ଧରେ ଏତେଲା

ଗଣମାଧ୍ୟମକୁ କଟାକ୍ଷ କରିବା ଅଭିଯୋଗରେ ଟାଙ୍ଗୀ ଥାନାରେ ସାମ୍ବାଦିକ ସଂଘ ପକ୍ଷରୁ ଅରିନ୍ଦମ ରାୟଙ୍କ ବିରୁଦ୍ଧରେ ଏତେଲା

Cuttack (କଟକ)ବ୍ୟୁରୋ ରିପୋର୍ଟ, ଟାଙ୍ଗୀ, କଟକ

ରାଉରକେଲାରେ ଷ୍ଟେଟ ୟୁନିଭରସିଟି ପ୍ରତିଷ୍ଠା ଦାବୀ ତେଜିଲା: ଉଠିଲା ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ପ୍ରଶ୍ନ
May 20, 2026473 views

ରାଉରକେଲାରେ ଷ୍ଟେଟ ୟୁନିଭରସିଟି ପ୍ରତିଷ୍ଠା ଦାବୀ ତେଜିଲା: ଉଠିଲା ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ପ୍ରଶ୍ନ

​ପଲିଟିକାଲ ଖଟି:(ବ୍ୟୁରୋ): ଇସ୍ପାତ ସହର ରାଉରକେଲାରେ ଏକ ସରକାରୀ ରାଜ୍ୟ ବିଶ୍ୱବିଦ୍ୟାଳୟ (State University) ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଚାଲିଆସିଥିବା ଦାବି ଏବେ ପୁଣି ତେଜିବାରେ ଲାଗିଛି। ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସଙ୍କ ଆହ୍ୱାନକ୍ରମେ ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ସଚେତନ ନାଗରିକ ମାନେ, ବୁଦ୍ଧିଜୀବୀ ଓ ଯୁବ-ଛାତ୍ର ସଂଗଠନ ଗୁଡ଼ିକ ଏହି ଦାବିକୁ ନେଇ ଏବେ ସ୍ୱର ଶାଣିତ କରିଛନ୍ତି। ସେମାନଙ୍କ କହିବା କଥା, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଥିବା ଏହି ଅଞ୍ଚଳରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଯାହା ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ​ରାଉରକେଲା ଏବଂ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଏକ ସ୍ୱତନ୍ତ୍ର ସରକାରୀ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ବହୁ ପୂର୍ବରୁ ଅନୁଭୂତ ହୋଇଆସୁଛି। ସହରରେ ଏନଆଇଟି (NIT) ଭଳି ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ଥିଲେ ମଧ୍ୟ, ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଗ୍ରହଣ କରିବା ଏବେ ବି ଏକ ବଡ଼ ଆହ୍ୱାନ ହୋଇ ରହିଛି। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା, ସରକାରୀ ସ୍ତରରେ ଏ ପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ​ ​ବୁଦ୍ଧିଜୀବୀଙ୍କ ମତରେ, ଯଦି ରାଉରକେଲାରେ ଏହି ଷ୍ଟେଟ୍ ୟୁନିଭରସିଟି କାର୍ଯ୍ୟକାରୀ ହୁଏ, ତେବେ ଏହା କେବଳ ରାଉରକେଲା ନୁହେଁ, ବରଂ ଆଖପାଖର ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ସମଗ୍ର ସୁନ୍ଦରଗଡ ଜିଲ୍ଲା ଏବଂ ପଡ଼ୋଶୀ ଜିଲ୍ଲା ତଥା ଝାରଖଣ୍ଡ ଓ ଛତିଶଗଡ ଭଳି ରାଜ୍ୟର ହଜାର ହଜାର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ବଦଳାଇ ଦେବ। ​ ପିଲାମାନଙ୍କୁ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ଆଉ ଭୁବନେଶ୍ୱର, ସମ୍ବଲପୁର କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ​ ସ୍ଥାନୀୟ ଅଞ୍ଚଳରେ ରୋଜଗାରକ୍ଷମ ଶିକ୍ଷାର ବିକାଶ ହେବ ଏବଂ ଶିଳ୍ପ ସମୃଦ୍ଧ ସହର ହୋଇଥିବାରୁ ପିଲାମାନଙ୍କୁ ସହଜରେ ନିଯୁକ୍ତି ମିଳିପାରିବ। ​ରାଉରକେଲାରେ ଶ୍ରେଟ ୟୁନିଭରସିଟି ପ୍ରତିଷ୍ଠା ନେଇ ସରକାର ତୁରନ୍ତ ଘୋଷଣା ନକଲେ ଆଗାମୀ ଦିନରେ ଏହି ଦାବି ଏକ ବଡ଼ ଜନଆନ୍ଦୋଳନର ରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l ​"ଆମ ପିଲାମାନଙ୍କ ପାଖରେ ମେଧା ଅଛି, କିନ୍ତୁ ସୁଯୋଗର ଅଭାବ ରହିଛି। ରାଉରକେଲାରେ ୟୁନିଭରସିଟି ହେଲେ ଏହା ଆଞ୍ଚଳିକ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।"

Rourkela (ରାଉରକେଲା)କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶା

ଋଷ-ୟୁକ୍ରେନ ଯୁଦ୍ଧର ଭୟାବହତା: ୟୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଲେ ଗଞ୍ଜାମର ଓଡ଼ିଆ ଯୁବକ ଏ. ରାମୟା
May 20, 2026116 views

ଋଷ-ୟୁକ୍ରେନ ଯୁଦ୍ଧର ଭୟାବହତା: ୟୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଲେ ଗଞ୍ଜାମର ଓଡ଼ିଆ ଯୁବକ ଏ. ରାମୟା

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ନିଆଁ ଏବେ ଜଣେ ଓଡ଼ିଆ ପରିବାରର ହସଖୁସିକୁ ଛାରଖାର କରିଦେଇଛି। ୟୁକ୍ରେନ ପକ୍ଷରୁ ମସ୍କୋ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଏ. ରାମୟା (୩୦)। ​ସୂଚନା ଅନୁଯାୟୀ, ଏ. ରାମୟା ଗତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେବ ମସ୍କୋ ସ୍ଥିତ ଏକ ଗାଜପ୍ରୋମ୍ ଅଏଲ୍ ରିଫାଇନାରୀ ନିର୍ମାଣ କମ୍ପାନୀରେ ଷ୍ଟ୍ରକଚର ଫିଟର ଭାବେ କାର୍ଯ୍ୟ କରୁଥିଲେ। ଗତ ମହାଶିବରାତ୍ରି ସମୟରେ ସେ ଛୁଟିରେ ଗାଁକୁ ଆସିଥିଲେ ଏବଂ ମାର୍ଚ୍ଚ ୨୨ ତାରିଖରେ ପୁଣି ଋଷ ଫେରିଯାଇଥିଲେ। ଶନିବାର ରାତିରେ ନିଜର ନାଇଟ୍ ଡ୍ୟୁଟି ସାରି ରବିବାର ସକାଳ ପ୍ରାୟ ୫ଟା ସମୟରେ ଅନ୍ୟ ସାଥୀମାନଙ୍କ ସହ ସେ ବସକୁ ଅପେକ୍ଷା କରିଥିବା ବେଳେ ହଠାତ୍ ୟୁକ୍ରେନ ପକ୍ଷରୁ ମସ୍କୋ ଅଞ୍ଚଳକୁ ଲକ୍ଷ୍ୟ କରି ଭୟାବହ ଡ୍ରୋନ ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ରାମୟାଙ୍କର ମୃତ୍ୟୁ ହୋଇଥିଲା। ​ରାମୟା ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଚାଷୀ ବାପା ଏ. ନିମା ଓ ମା'ଙ୍କ ସହ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ବିଦେଶ ଯାଇଥିଲେ। ଚଳିତ ବର୍ଷ ତାଙ୍କର ବିବାହ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ବଜ୍ରପାତ ସଦୃଶ ଖବର ପୂରା ପରିବାରକୁ ଭାଙ୍ଗି ଚୁରମାର କରିଦେଇଛି। ପୁଅର ମୃତ୍ୟୁ ଖବର ଶୁଣି ମା' ସଂଜ୍ଞାହୀନ ହୋଇପଡ଼ିଥିବା ବେଳେ ସମଗ୍ର ମାଧବନ୍ଧ ଗ୍ରାମରେ କାନ୍ଦବୋବାଲ ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ​ମୃତଦେହ ଫେରାଇ ଆଣିବାକୁ ପ୍ରଶାସନର ପ୍ରୟାସ: ​ଘଟଣା ପରେ ଶୋକସନ୍ତପ୍ତ ପରିବାର ସଦସ୍ୟ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି.ଙ୍କୁ ଭେଟି ରାମୟାଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ, ​"ଆମେ ନୂଆଦିଲ୍ଲୀରେ ଥିବା ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ସହ ନିରନ୍ତର ଯୋଗାଯୋଗରେ ଅଛୁ। ସେମାନେ ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ସହ କୂଟନୈତିକ ସ୍ତରରେ ଆଲୋଚନା କରୁଛନ୍ତି, ଯେପରି ଯଥାଶୀଘ୍ର ରାମୟାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଅଣାଯାଇପାରିବ।" ​ଅପରପକ୍ଷରେ ନୂଆଦିଲ୍ଲୀରେ ଥିବା ଋଷ ଦୂତାବାସ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ବ୍ୟକ୍ତ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛି। ବର୍ତ୍ତମାନ ପରିବାର ଲୋକେ ମୃତଦେହକୁ ଶେଷ ଦର୍ଶନ କରିବା ପାଇଁ ଚାତକ ଭଳି ଅପେକ୍ଷା କରି ରହିଛନ୍ତି।

Ganjam (ଗଞ୍ଜାମ)କବିରାଜ ପାତ୍ର, ଚିକିଟି

ମୃତଦେହ ଅପେକ୍ଷା କରିଥିଲା… କିନ୍ତୁ ସବବାହକ ଚାଳକ ଘରେ ଶୋଇଥିଲେ!
May 20, 2026121 views

ମୃତଦେହ ଅପେକ୍ଷା କରିଥିଲା… କିନ୍ତୁ ସବବାହକ ଚାଳକ ଘରେ ଶୋଇଥିଲେ!

ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼ରେ ଆଜି ମଙ୍ଗଳବାର ଦିନ ଏକ ଅତ୍ୟନ୍ତ ଦୁଃଖଦ ଓ ଅମାନବୀୟ ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲ ପରିସରରେ ସବବାହକ ଗାଡ଼ି ଛିଡା ହୋଇଥିବା ସତ୍ତ୍ୱେ ଡିଉଟିରେ ଥିବା ଗାଡ଼ି ଚାଳକ ଉପସ୍ଥିତ ନଥିଲେ। ଫୋନ୍ କରିବା ପରେ ସେ ନିଜ ଘରେ ଶୋଇଥିବା କଥା ଜଣାପଡ଼ିଥିଲା। ଏପଟେ ଶୋକାକୁଳ ପରିବାର ଲୋକେ ନିଜ ପ୍ରିୟଜନଙ୍କ ମୃତଦେହକୁ ଘରକୁ ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ଶେଷରେ ନିରୁପାୟ ହୋଇ ସେମାନେ ପ୍ରାଇଭେଟ ଗାଡ଼ି ଭଡା କରି ମୃତଦେହକୁ ନେବାକୁ ବାଧ୍ୟ ହେଲେ। ଏହା କେବଳ କର୍ତ୍ତବ୍ୟରେ ଅବହେଳା ନୁହେଁ, ଏହା ମାନବିକତା ପ୍ରତି ଏକ ଗଭୀର ଆଘାତ। ଯେଉଁ ସମୟରେ ଗୋଟିଏ ପରିବାର ନିଜ ଆତ୍ମୀୟଙ୍କୁ ହାରାଇ ଅସହାୟ ଅବସ୍ଥାରେ ଥାଏ, ସେହି ସମୟରେ ଏପରି ଅବହେଳା ସେମାନଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଉଛି। ସରକାରୀ ସେବା ଲୋକଙ୍କ ସୁବିଧା ପାଇଁ ନା କି ଲୋକଙ୍କୁ ହଇରାଣ କରିବା ପାଇଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି ? ଏପରି ଘଟଣା ସାଧାରଣ ଲୋକଙ୍କ ଭରସାକୁ ଧ୍ୱଂସ କରୁଛି। ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି ଓ ଆଗାମୀ ଦିନରେ ଏପରି ଅମାନବୀୟ ଘଟଣା ପୁଣି ନ ଘଟୁ ଏହାହିଁ ସମସ୍ତଙ୍କ ଆଶା ।

Bargarh (ବରଗଡ଼)ତରଣୀ ପଟେଲ

ରୁଷ-ୟୁକ୍ରେନ ଯୁଦ୍ଧର ଭୟାବହତା, ୟୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
May 18, 2026116 views

ରୁଷ-ୟୁକ୍ରେନ ଯୁଦ୍ଧର ଭୟାବହତା, ୟୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୟୁକ୍ରେନ ପକ୍ଷରୁ ରୁଷର ମସ୍କୋ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣରେ ଜଣେ ଓଡ଼ିଆ ଯୁବକ ପ୍ରାଣ ହରାଇଛନ୍ତି। ​ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ପିତତଳୀ (ମାଧବନ୍ଧ) ଅଞ୍ଚଳର ଏ. ରମେୟା (A. Rameya) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ରମେୟା ମାତ୍ର ମାସେ ତଳେ କାମ କରିବା ପାଇଁ ରୁଷ ଯାଇଥିଲେ। ସେଠାରେ କାର୍ଯ୍ୟରତ ଥିବା ସମୟରେ ହଠାତ ୟୁକ୍ରେନର ଏକ ଡ୍ରୋନ ମାଡ଼ର ଶିକାର ହୋଇଥିଲେ। ​ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ଚିକିଟି