--:--:--
-- ---
Srishti News

ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 15, 202668 views
ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା ସହ ସାଙ୍ଗଠନିକ କାର୍ଯ୍ୟକଳାପକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରବୀଣା ଭଞ୍ଜ ଦେଓ, ଜିଲ୍ଲା ଉପସଭାପତି ଶ୍ରୀମତୀ ରୋଜିନା ରାଣୀ ଦାଶ ଓ ଶ୍ରୀ ଦିଲ୍ଲୀପ ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୋଜ କିଶୋର ନନ୍ଦ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ ଉମାକାନ୍ତ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ସଂଗଠନର ବିଭିନ୍ନ କାର୍ଯ୍ୟଯୋଜନା, ମହିଳା କର୍ମୀମାନଙ୍କ ଭୂମିକା ଓ ଆଗାମୀ ଦିନରେ ଜନସଂପର୍କ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ନେଇ ମତବିନିମୟ କରାଯାଇଥିଲା। ବୈଠକ ଶେଷରେ ସଂଗଠନର ଲକ୍ଷ୍ୟ ପୂରଣ ପାଇଁ ସମସ୍ତ କର୍ମୀଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।