--:--:--
-- ---
Srishti News

Web News

ଋଷ-ୟୁକ୍ରେନ ଯୁଦ୍ଧର ଭୟାବହତା: ୟୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଲେ ଗଞ୍ଜାମର ଓଡ଼ିଆ ଯୁବକ ଏ. ରାମୟା
May 20, 2026116 views

ଋଷ-ୟୁକ୍ରେନ ଯୁଦ୍ଧର ଭୟାବହତା: ୟୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଲେ ଗଞ୍ଜାମର ଓଡ଼ିଆ ଯୁବକ ଏ. ରାମୟା

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ନିଆଁ ଏବେ ଜଣେ ଓଡ଼ିଆ ପରିବାରର ହସଖୁସିକୁ ଛାରଖାର କରିଦେଇଛି। ୟୁକ୍ରେନ ପକ୍ଷରୁ ମସ୍କୋ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଏ. ରାମୟା (୩୦)। ​ସୂଚନା ଅନୁଯାୟୀ, ଏ. ରାମୟା ଗତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେବ ମସ୍କୋ ସ୍ଥିତ ଏକ ଗାଜପ୍ରୋମ୍ ଅଏଲ୍ ରିଫାଇନାରୀ ନିର୍ମାଣ କମ୍ପାନୀରେ ଷ୍ଟ୍ରକଚର ଫିଟର ଭାବେ କାର୍ଯ୍ୟ କରୁଥିଲେ। ଗତ ମହାଶିବରାତ୍ରି ସମୟରେ ସେ ଛୁଟିରେ ଗାଁକୁ ଆସିଥିଲେ ଏବଂ ମାର୍ଚ୍ଚ ୨୨ ତାରିଖରେ ପୁଣି ଋଷ ଫେରିଯାଇଥିଲେ। ଶନିବାର ରାତିରେ ନିଜର ନାଇଟ୍ ଡ୍ୟୁଟି ସାରି ରବିବାର ସକାଳ ପ୍ରାୟ ୫ଟା ସମୟରେ ଅନ୍ୟ ସାଥୀମାନଙ୍କ ସହ ସେ ବସକୁ ଅପେକ୍ଷା କରିଥିବା ବେଳେ ହଠାତ୍ ୟୁକ୍ରେନ ପକ୍ଷରୁ ମସ୍କୋ ଅଞ୍ଚଳକୁ ଲକ୍ଷ୍ୟ କରି ଭୟାବହ ଡ୍ରୋନ ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ରାମୟାଙ୍କର ମୃତ୍ୟୁ ହୋଇଥିଲା। ​ରାମୟା ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଚାଷୀ ବାପା ଏ. ନିମା ଓ ମା'ଙ୍କ ସହ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ବିଦେଶ ଯାଇଥିଲେ। ଚଳିତ ବର୍ଷ ତାଙ୍କର ବିବାହ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ବଜ୍ରପାତ ସଦୃଶ ଖବର ପୂରା ପରିବାରକୁ ଭାଙ୍ଗି ଚୁରମାର କରିଦେଇଛି। ପୁଅର ମୃତ୍ୟୁ ଖବର ଶୁଣି ମା' ସଂଜ୍ଞାହୀନ ହୋଇପଡ଼ିଥିବା ବେଳେ ସମଗ୍ର ମାଧବନ୍ଧ ଗ୍ରାମରେ କାନ୍ଦବୋବାଲ ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ​ମୃତଦେହ ଫେରାଇ ଆଣିବାକୁ ପ୍ରଶାସନର ପ୍ରୟାସ: ​ଘଟଣା ପରେ ଶୋକସନ୍ତପ୍ତ ପରିବାର ସଦସ୍ୟ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି.ଙ୍କୁ ଭେଟି ରାମୟାଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ, ​"ଆମେ ନୂଆଦିଲ୍ଲୀରେ ଥିବା ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ସହ ନିରନ୍ତର ଯୋଗାଯୋଗରେ ଅଛୁ। ସେମାନେ ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ସହ କୂଟନୈତିକ ସ୍ତରରେ ଆଲୋଚନା କରୁଛନ୍ତି, ଯେପରି ଯଥାଶୀଘ୍ର ରାମୟାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଅଣାଯାଇପାରିବ।" ​ଅପରପକ୍ଷରେ ନୂଆଦିଲ୍ଲୀରେ ଥିବା ଋଷ ଦୂତାବାସ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ବ୍ୟକ୍ତ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛି। ବର୍ତ୍ତମାନ ପରିବାର ଲୋକେ ମୃତଦେହକୁ ଶେଷ ଦର୍ଶନ କରିବା ପାଇଁ ଚାତକ ଭଳି ଅପେକ୍ଷା କରି ରହିଛନ୍ତି।

Ganjam (ଗଞ୍ଜାମ)କବିରାଜ ପାତ୍ର, ଚିକିଟି

ମୃତଦେହ ଅପେକ୍ଷା କରିଥିଲା… କିନ୍ତୁ ସବବାହକ ଚାଳକ ଘରେ ଶୋଇଥିଲେ!
May 20, 2026121 views

ମୃତଦେହ ଅପେକ୍ଷା କରିଥିଲା… କିନ୍ତୁ ସବବାହକ ଚାଳକ ଘରେ ଶୋଇଥିଲେ!

ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼ରେ ଆଜି ମଙ୍ଗଳବାର ଦିନ ଏକ ଅତ୍ୟନ୍ତ ଦୁଃଖଦ ଓ ଅମାନବୀୟ ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲ ପରିସରରେ ସବବାହକ ଗାଡ଼ି ଛିଡା ହୋଇଥିବା ସତ୍ତ୍ୱେ ଡିଉଟିରେ ଥିବା ଗାଡ଼ି ଚାଳକ ଉପସ୍ଥିତ ନଥିଲେ। ଫୋନ୍ କରିବା ପରେ ସେ ନିଜ ଘରେ ଶୋଇଥିବା କଥା ଜଣାପଡ଼ିଥିଲା। ଏପଟେ ଶୋକାକୁଳ ପରିବାର ଲୋକେ ନିଜ ପ୍ରିୟଜନଙ୍କ ମୃତଦେହକୁ ଘରକୁ ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ଶେଷରେ ନିରୁପାୟ ହୋଇ ସେମାନେ ପ୍ରାଇଭେଟ ଗାଡ଼ି ଭଡା କରି ମୃତଦେହକୁ ନେବାକୁ ବାଧ୍ୟ ହେଲେ। ଏହା କେବଳ କର୍ତ୍ତବ୍ୟରେ ଅବହେଳା ନୁହେଁ, ଏହା ମାନବିକତା ପ୍ରତି ଏକ ଗଭୀର ଆଘାତ। ଯେଉଁ ସମୟରେ ଗୋଟିଏ ପରିବାର ନିଜ ଆତ୍ମୀୟଙ୍କୁ ହାରାଇ ଅସହାୟ ଅବସ୍ଥାରେ ଥାଏ, ସେହି ସମୟରେ ଏପରି ଅବହେଳା ସେମାନଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଉଛି। ସରକାରୀ ସେବା ଲୋକଙ୍କ ସୁବିଧା ପାଇଁ ନା କି ଲୋକଙ୍କୁ ହଇରାଣ କରିବା ପାଇଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି ? ଏପରି ଘଟଣା ସାଧାରଣ ଲୋକଙ୍କ ଭରସାକୁ ଧ୍ୱଂସ କରୁଛି। ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି ଓ ଆଗାମୀ ଦିନରେ ଏପରି ଅମାନବୀୟ ଘଟଣା ପୁଣି ନ ଘଟୁ ଏହାହିଁ ସମସ୍ତଙ୍କ ଆଶା ।

Bargarh (ବରଗଡ଼)ତରଣୀ ପଟେଲ

ରୁଷ-ୟୁକ୍ରେନ ଯୁଦ୍ଧର ଭୟାବହତା, ୟୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
May 18, 2026116 views

ରୁଷ-ୟୁକ୍ରେନ ଯୁଦ୍ଧର ଭୟାବହତା, ୟୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୟୁକ୍ରେନ ପକ୍ଷରୁ ରୁଷର ମସ୍କୋ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣରେ ଜଣେ ଓଡ଼ିଆ ଯୁବକ ପ୍ରାଣ ହରାଇଛନ୍ତି। ​ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ପିତତଳୀ (ମାଧବନ୍ଧ) ଅଞ୍ଚଳର ଏ. ରମେୟା (A. Rameya) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ରମେୟା ମାତ୍ର ମାସେ ତଳେ କାମ କରିବା ପାଇଁ ରୁଷ ଯାଇଥିଲେ। ସେଠାରେ କାର୍ଯ୍ୟରତ ଥିବା ସମୟରେ ହଠାତ ୟୁକ୍ରେନର ଏକ ଡ୍ରୋନ ମାଡ଼ର ଶିକାର ହୋଇଥିଲେ। ​ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ଚିକିଟି

ଗୁଡାରିରେ  ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
May 18, 2026166 views

ଗୁଡାରିରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଗୁଡରି ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ଗୋଷୁନର ବାର୍ଲା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୩୧ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୨୬ ବ୍ୟକ୍ତିଗତ,୦୫ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିବା ସହ ଗ୍ରହଣ କରିଥିବା ପଦକ୍ଷେପର ବିବରଣୀ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶିବିରରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଲିଡ଼ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଗୁଡାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚିସ୍ମିତା ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠୀତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ତହସିଲଦାର ଆଡାଲା ସ୍ନେହଲତା ଗୁଡରି ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ପ୍ରମୁଖ ଯୋଗ ଦେଇଥିଲେ ।

Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀ, ଗୁଡ଼ାରୀ, ଗୁଣୁପୁର

ସମାଜ ପାଇଁ କାମ କରୁଥିବା ଅଜଣା ନାୟକ ମାନଙ୍କୁ ମିଳିବ ସମ୍ମାନ, ଆରମ୍ଭ ହେଲା ‘ଓଡିଶା ଆଇକନିକ୍ ଆୱାର୍ଡ’ ପାଇଁ ନୋମିନେସନ
May 18, 2026379 views

ସମାଜ ପାଇଁ କାମ କରୁଥିବା ଅଜଣା ନାୟକ ମାନଙ୍କୁ ମିଳିବ ସମ୍ମାନ, ଆରମ୍ଭ ହେଲା ‘ଓଡିଶା ଆଇକନିକ୍ ଆୱାର୍ଡ’ ପାଇଁ ନୋମିନେସନ

ସମାଜ ପାଇଁ କାମ କରୁଥିବା ଅଜଣା ନାୟକ ମାନଙ୍କୁ ମିଳିବ ସମ୍ମାନ, ଆରମ୍ଭ ହେଲା ‘ଓଡିଶା ଆଇକନିକ୍ ଆୱାର୍ଡ’ ପାଇଁ ନୋମିନେସନ ଓଡ଼ିଶାରେ ସମାଜ ସେବା, ସାମ୍ବାଦିକତା, ଡିଜିଟାଲ ମିଡିଆ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ ଭଳି ବିଭିନ୍ନ କ୍ଷେତ୍ରରେ ନିଷ୍ଠାର ସହ କାମ କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା ପାଇଁ ଓଡିଶା ଆଇକନିକ୍ ଆୱାର୍ଡ ପାଇଁ ନୋମିନେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମ୍ମାନକୁ ଓଡିଶା ଡିଜିଟାଲ ମିଡିଆ ମହାସଂଘ ତରଫରୁ ଆୟୋଜନ କରାଯାଉଛି ବୋଲି ଓଡିଶା ଆଇକନିକ୍ ଆୱାର୍ଡ ସଂଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ କାନ୍ତ ଜେନା ଓ ମୁଖ୍ୟ ସଂଯୋକକ ଶ୍ରୀ ଗୌରାଙ୍ଗ ଚରଣ ମହି ଜଣାଇଛନ୍ତି l ସମାଜରେ ନିରବଛିନ୍ନ ଭାବେ ସେବା କରୁଥିବା ଅନେକ ବ୍ୟକ୍ତି ଆଜି ମଧ୍ୟ ସମାଜର ଆଲୋକରୁ ଦୂର ରେ ଅଛନ୍ତି। ସେମାନଙ୍କର କାର୍ଯ୍ୟକୁ ରାଜ୍ୟସ୍ତରରେ ପରିଚୟ ଦେବା ଏବଂ ଯୁବପିଢିଙ୍କୁ ପ୍ରେରଣା ଦେବା ଲକ୍ଷ୍ୟରେ ଏହି “ଓଡିଶା ଆଇକନିକ୍ ଆୱାର୍ଡ” କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି। ଏହି ଆୱାର୍ଡ ମାଧ୍ୟମରେ ସମାଜ ସେବା, ସାମ୍ବାଦିକତା, ଡିଜିଟାଲ ମିଡିଆ କାର୍ଯ୍ୟକ୍ରମ, ପରିବେଶ, ମହିଳା ସଶକ୍ତିକରଣ, ଯୁବ ନେତୃତ୍ୱ, ସ୍ୱାସ୍ଥ୍ୟ ଏବଂ ଲିଗାଲ ଅୱେରନେସ୍ ଭଳି ଆଠଟି କ୍ଷେତ୍ରରେ ସମ୍ମାନ ପ୍ରଦାନ କରାଯିବ। ଆବେଦକମାନେ ନିଜର ବାୟୋଡାଟା, ସମାଜସେବା ସମ୍ପର୍କିତ ଫଟୋ ଓ ବିବରଣୀ ଏବଂ ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କର ସୁପାରିଶ ପତ୍ର ସହିତ ନୋମିନେସନ ଇ-ମେଲ ବା ୱାଟ୍ସଅପ ମାଧ୍ୟମରେ ପଠାଇପାରିବେ। ପ୍ରତ୍ୟେକ ବିଭାଗରୁ ଜଣଙ୍କୁ ଆୱାର୍ଡ ପ୍ରଦାନ କରାଯିବା ସହିତ, ଜୁରି ପ୍ୟାନେଲ୍ ଦ୍ୱାରା ୫ଟି ବିଶେଷ ସମ୍ମାନ ମଧ୍ୟ ଦିଆଯିବ। ଆପଣଙ୍କ ଅଞ୍ଚଳରେ ଯଦି କେହି ସେମିତି ନିଷ୍ଠାର ସହ ସମାଜ ପାଇଁ କାମ କରୁଛନ୍ତି, ତେବେ ତାଙ୍କର ନାମ ନୋମିନେଟ୍ କରନ୍ତୁ। ଏହି ସନ୍ଦେଶକୁ ସେୟାର କରନ୍ତୁ ଓ ଓଡ଼ିଶାର ଅସଲି ହିରୋମାନଙ୍କୁ ଆଗକୁ ଆଣନ୍ତୁ। ନୋମିନେସନ ଇ-ମେଲ ବା ୱାଟ୍ସଅପ ମାଧ୍ୟମରେ ପଠାଯାଇ ପାରିବ l E-Mail: odmmdigital@gmail.com WhatsApp: 7852922654 ସବିଶେଷ ବିବରଣୀ ପାଇଁ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସହିତ ଯୋଗାଯୋଗ କରିବା ପାଇଁ ସଂଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ କାନ୍ତ ଜେନା ( 9937181210), ମୁଖ୍ୟ ସଂଯୋଜକ ଶ୍ରୀ ଗୌରାଙ୍ଗ ଚରଣ ମହି (7608938710) ଏବଂ ସଂଯୋଜନା କମିଟି ସଦସ୍ୟ ଶ୍ରୀ ପଦ୍ମନ ଭାତ୍ରା (8018186011), ଶ୍ରୀ ନିଗମାନନ୍ଦ ପଣ୍ଡା ( 9437887010), ଶ୍ରୀ ଜଦାବ ବାଗ (8249248140) ଓ ଶ୍ରୀ ସୁବ୍ରତ କୁମାର ମହାନ୍ତି (8280086585) ପ୍ରମୁଖ ନିବେଦନ କରିଛନ୍ତି l

Bhubaneswar (ଭୁବନେଶ୍ୱର)କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶା ପ୍ରଦେଶ

ନିଲମ୍ବିତ ହେଲେ ଆସିକା SDPO ସନ୍ତୋଷ କୁମାର ଜେନା
May 15, 2026161 views

ନିଲମ୍ବିତ ହେଲେ ଆସିକା SDPO ସନ୍ତୋଷ କୁମାର ଜେନା

କାର୍ଯ୍ୟ ରେ ଅବହେଳା ଓ ସୁନା ଦୋକାନୀଙ୍କ ସହ ବିବାଦ ଅଭିଯୋଗରେ ନିଲମ୍ବିତ ହେଲେ ଆସିକା SDPO ସନ୍ତୋଷ ଜେନା ଓଡ଼ିଶା ପୋଲିସ ବିଭାଗରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଓ  ସୁନା  ଦୋକାନୀ ଙ୍କ ସହ ବିବାଦ ନେଇ ଆସିକାର ଉପଖଣ୍ଡ ପୋଲିସ ଅଧିକାରୀ (SDPO) ସନ୍ତୋଷ କୁମାର ଜେନା (OPS) ଙ୍କୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସିଭିଲ ସର୍ଭିସ (Classification, Control & Appeal) Rules, 1962 ର Rule 12(1) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ​ସୂଚନା ଅନୁଯାୟୀ, ଆସିକାର ଜଣେ ସୁନା ଗହଣା ଦୋକାନୀ SDPO ସନ୍ତୋଷ ଜେନାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, SDPO ସେହି ଦୋକାନରୁ ସୁନା ଗହଣା ନେଇ ସେଥିପାଇଁ ଦେୟ ବା ଟଙ୍କା ପୈଠ କରିନଥିଲେ। ଏହି ବିଷୟକୁ ନେଇ ସୁନା ଦୋକାନୀ ଜଣକ ପୋଲିସ ମହାନିର୍ଦ୍ଦେଶକ (DGP) ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ (CM Grievance Cell) ଲିଖିତ ଆପତ୍ତି କରିବା ସହ ସୋସିଆଲ ମିଡିଆରେ ମଧ୍ୟ ନିଜର ଦୁଃଖ ପ୍ରକାଶ କରି ଏକ ଭିଡିଓ ପୋଷ୍ଟ କରିଥିଲେ (ଯାହା ପରବର୍ତ୍ତୀ ସମୟରେ ଡିଲିଟ୍ ହୋଇଯାଇଥିଲା)। ​ଏହି ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଘଟଣାର ତଦନ୍ତ କରି ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା। ଏସପିଙ୍କ ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ଗୃହ ବିଭାଗ ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ନିଲମ୍ବନ ଅବଧି ମଧ୍ୟରେ ସନ୍ତୋଷ ଜେନାଙ୍କ ମୁଖ୍ୟ ଦପ୍ତର (Headquarters) ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆଇଜି (IGP, Southern Range) ଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରଣ କରାଯାଇଛି। ସେ ସେହି କାର୍ଯ୍ୟାଳୟର ପ୍ରଶାସନିକ ନିୟନ୍ତ୍ରଣରେ ରହିବେ ଏବଂ ବିନା ଅନୁମତିରେ ସେହି ମୁଖ୍ୟ ଦପ୍ତର ଛାଡ଼ି ବାହାରକୁ ଯାଇପାରିବେ ନାହିଁ। ନିଲମ୍ବନ ସମୟରେ ଓଡ଼ିଶା ସର୍ଭିସ କୋଡ୍ ର ନିୟମ ୯୦ ଅନୁଯାୟୀ ସେ ନିର୍ବାହ ଭତ୍ତା (Subsistence Allowance) ପାଇବାକୁ ଯୋଗ୍ୟ ହେବେ। ​ଉଲ୍ଲେଖଯୋଗ୍ୟ ଯେ, ସନ୍ତୋଷ ଜେନା ପୂର୍ବରୁ ବଡ଼ଗଡ଼ ଥାନା ଅଧିକାରୀ ଭାବେ କାର୍ଯ୍ୟ କରି ସେହି ଥାନାକୁ ଦେଶର ଶ୍ରେଷ୍ଠ ଥାନା ସମ୍ମାନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ସାମ୍ପ୍ରତିକ ସମୟରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏକ ଗର୍ଭବତୀ ମହିଳା ହତ୍ୟାକାଣ୍ଡ ମାମଲାର ଚାଲୁଥିବା ତଦନ୍ତ ମଧ୍ୟରେ ତାଙ୍କର ଏହି ହଠାତ୍ ନିଲମ୍ବନ ସ୍ଥାନୀୟ ଅଞ୍ଚଳ ଏବଂ ପୋଲିସ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ଆସିକା

ବନ୍ଧମୁଣ୍ଡା ଫିଟନେସ୍ ପାର୍କ ଏବଂ ବସ୍ତି ଅଞ୍ଚଳର ଉନ୍ନୟନ ପାଇଁ ବିଜେପି ମଣ୍ଡଳ ସଭାପତି ଆର.ଏମ.ସି କମିଶନରଙ୍କୁ ଦେଲେ ସ୍ମାରକପତ୍ର
May 14, 2026117 views

ବନ୍ଧମୁଣ୍ଡା ଫିଟନେସ୍ ପାର୍କ ଏବଂ ବସ୍ତି ଅଞ୍ଚଳର ଉନ୍ନୟନ ପାଇଁ ବିଜେପି ମଣ୍ଡଳ ସଭାପତି ଆର.ଏମ.ସି କମିଶନରଙ୍କୁ ଦେଲେ ସ୍ମାରକପତ୍ର

ବନ୍ଧମୁଣ୍ଡା ଅଞ୍ଚଳର ବିଭିନ୍ନ ଜନସମସ୍ୟା ଏବଂ ମୌଳିକ ସୁବିଧାକୁ ନେଇ ବନ୍ଧମୁଣ୍ଡା ଭାଜପା ମଣ୍ଡଳ ସଭାପତି ଶ୍ରୀ ଲଖନ ଲୋହାର ଆର.ଏମ.ସି କମିଶନର Ms Dheenah Dastageer ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ର ମାଧ୍ୟମରେ ସେ ବଣ୍ଡାମୁଣ୍ଡା ଫିଟନେସ୍ ପାର୍କରେ ବୃଦ୍ଧବୃଦ୍ଧା ଓ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଆବଶ୍ୟକ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ଦାବି କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପ୍ରତିଦିନ ବହୁ ସଂଖ୍ୟକ ଯୁବକ, ମହିଳା ଓ ବୃଦ୍ଧବୃଦ୍ଧାମାନେ ମର୍ଣ୍ଣିଙ୍ଗ ୱାକ୍ ଓ ବ୍ୟାୟାମ ପାଇଁ ଫିଟନେସ୍ ପାର୍କକୁ ଆସୁଛନ୍ତି। ସନ୍ଧ୍ୟା ସମୟରେ ପାର୍କରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପାର୍କ ପରିସରରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା, ପଦଯାତ୍ରା ପାଇଁ ପାଭର ବ୍ଲକ୍ ବିଛାଇବା ଏବଂ ବୃଦ୍ଧବୃଦ୍ଧାଙ୍କ ବସିବା ପାଇଁ ଚେୟାର ଓ ବେଞ୍ଚ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଏହାସହ ବନ୍ଧମୁଣ୍ଡା ଅଞ୍ଚଳର ବିଭିନ୍ନ ବସ୍ତି ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍, ରାସ୍ତା ଓ ନାଳା ନିର୍ମାଣ ଦାବି ମଧ୍ୟ ଜୋରଦାର ଭାବେ ଉଠାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ଅନେକ ବସ୍ତି ଅଞ୍ଚଳରେ ରାସ୍ତା ଓ ନାଳାର ଯଥୋଚିତ ବ୍ୟବସ୍ଥା ନଥିବାରୁ ବର୍ଷା ଦିନରେ ଲୋକମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାସହ ରାତି ସମୟରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ଦୁର୍ଘଟଣା ଓ ଅସୁରକ୍ଷାର ଆଶଙ୍କା ବଢ଼ୁଛି। ଭାଜପା ବନ୍ଧମୁଣ୍ଡା ମଣ୍ଡଳ ସଭାପତି ଶ୍ରୀ ଲଖନ ଲୋହାର ନଗର ନିଗମ ପ୍ରଶାସନକୁ ଜନହିତକୁ ଦୃଷ୍ଟିରେ ରଖି ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବା ସହ ଉଭୟ ଦାବି ଉପରେ ସକାରାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଭାଜପା ବନ୍ଧମୁଣ୍ଡା ମଣ୍ଡଳର ମହାସଚିବ ଏଲ୍. ହରି ଡୋରା, ଶକ୍ତି କେନ୍ଦ୍ର ପ୍ରମୁଖ ସତ୍ୟଜିତ ପ୍ରଧାନ, ମୁକଲେଶ ସିଂହ ଏବଂ ଦେବେନ୍ଦ୍ର ଦାସ ଉପସ୍ଥିତ ଥିଲେ।

Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟ, ବନ୍ଧମୁଣ୍ଡା

ଭଞ୍ଜନଗରରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ; ଭଞ୍ଜନଗର ପୌରାଧ୍ୟକ୍ଷ ହେଲେ ଗଞ୍ଜାମ ଶାଖାର ଉପଦେଷ୍ଟା
May 10, 2026153 views

ଭଞ୍ଜନଗରରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ; ଭଞ୍ଜନଗର ପୌରାଧ୍ୟକ୍ଷ ହେଲେ ଗଞ୍ଜାମ ଶାଖାର ଉପଦେଷ୍ଟା

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଥିବା ଶ୍ରୀ ଜଗନ୍ନାଥ ବେଙ୍କ୍ୱେଟ ହଲ୍ ଏବଂ ରିସର୍ଟ ଠାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ପୌର ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ ସାଂଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ମହି, ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ବନ ବିଭାଗ କର୍ମଚାରୀ ତଥା ବିଶିଷ୍ଟ ପରିବେଶବିତ୍ ଶୂଳପାଣି ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ଗଞ୍ଜାମ ଜିଲ୍ଲା ଉପସଭାପତି ସୁବ୍ରତ କୁମାର ଦାଶ, ନିଗମାନନ୍ଦ ପଣ୍ଡା, ସହସମ୍ପାଦକ ଜ୍ୟୋତିରଞ୍ଜନ ଗୌଡ଼ ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଭଞ୍ଜନଗର ପୌରାଧ୍ୟକ୍ଷ ଶ୍ରୀ ମହାପାତ୍ର ସାମ୍ବାଦିକତା କ୍ଷେତ୍ରରେ ଡିଜିଟାଲ ମିଡ଼ିଆ ହେଉଛି ଆଗାମୀ ଭବିଷ୍ୟତ ବୋଲି କହିବା ସହ ବିକାଶଶୀଳ ରାଜ୍ୟ ତଥା ଦେଶକୁ ବିକଶିତ ରାଜ୍ୟ ତଥା ଦେଶରେ ପରିଣତ କରିବାରେ ଗଣମାଧ୍ୟମର ଭୂମିକା ସର୍ବାଗ୍ରେ ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ଶତପଥୀ ମଧ୍ୟ ସାମ୍ବାଦିକଙ୍କୁ ସବୁ କ୍ଷେତ୍ରରେ ଅଗ୍ରସର ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ । ରାଜ୍ୟ ସମ୍ପାଦକ ଶ୍ରୀ ମହି ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେବା ସହ ସମସ୍ତେ ମିଳିମିଶି କାର୍ଯ୍ୟ କରି ଜିଲ୍ଲା ସଭାପତି ଅମରେନ୍ଦ୍ର ପଟ୍ଟନାୟକ ଏବଂ ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ହାତମୁଠାକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ପକ୍ଷରେ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସଠିକ୍ ଖବର ପରିବେଷଣ କରିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ଉପସଭାପତି ସୁବ୍ରତ କୁମାର ଦାଶ ଏବଂ ନିଗମାନନ୍ଦ ପଣ୍ଡା ମଧ୍ୟ ସାମ୍ବାଦିକ ମାନଙ୍କୁ ଗୋଟିଏ ଫୁଲର ମାଳ ପରି ଏକଜୁଟ ରହିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ମହି, ଭଞ୍ଜନଗର ପୌରାଧ୍ୟକ୍ଷଙ୍କୁ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଗଞ୍ଜାମ ଶାଖାର ଉପଦେଷ୍ଟା ଭାବରେ ରହିବାକୁ ପ୍ରସ୍ତାବ ଦେଇଥିବା ସ୍ଥଳେ ଶ୍ରୀ ମହାପାତ୍ର ତାହାକୁ ସ୍ବୀକାର କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ସଦସ୍ୟ ଅରକ୍ଷିତ ପରିଛା ସଂଯୋଜନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଦୀପକ କୁମାର ଚୌଧୁରୀ, ମନୋଜ କୁମାର କୁଣ୍ଡ, ଶ୍ରୀବତ୍ସ ଲାଞ୍ଚନ ସାହୁ, ଶେଫାଳୀ ପଟ୍ଟନାୟକ, ଶଙ୍କର ପାଣିଗ୍ରାହୀ, ଦୁର୍ଗା ମାଧବ ମହାରଣା, ଅରୁଣ କୁମାର ପ୍ରଧାନ, ବିନାୟକ ଗୌଡ଼, ଦିଲ୍ଲୀପ କୁମାର ପଗଡ, ଲୋକନାଥ ମହାନ୍ତି, ପି. କେଦାରନାଥ ପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ବିନାୟକ ଗୌଡ଼, ଲୋକନାଥ ମହାନ୍ତି, ପି. କେଦାରନାଥ ପାତ୍ରଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ସହ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମଲ୍ଲିକ, କାର୍ଯ୍ୟକାରିଣୀ ସଦସ୍ୟ ଜିତୁ ବେହେରା ଏବଂ ରାଜ୍ୟ ପରିଚାଳନା ପରିଷଦ ସଦସ୍ୟ ସରୋଜ କୁମାର ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ, ସେମାନଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଫଟୋ ଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ଥାନୀୟ ବିଭିନ୍ନ ବରିଷ୍ଠ ସାମ୍ବାଦିକଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଅରକ୍ଷିତ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ।

Ganjam (ଗଞ୍ଜାମ)ବ୍ୟୁରୋ ରିପୋର୍ଟ, ଭଞ୍ଜନଗର

ଚାଲିଗଲେ ବିଷ୍ଣୁ ଭାଇ...
May 9, 2026440 views

ଚାଲିଗଲେ ବିଷ୍ଣୁ ଭାଇ...

ଓଡିଶା ତଥା ରାଉରକେଲା ହରାଇଲା ଜଣେ ମହାନ ଜନନେତା ଓ ଶ୍ରମିକଙ୍କ ସ୍ୱର। ବିଶିଷ୍ଟ ଶ୍ରମିକ ନେତା, CITU ର କେନ୍ଦ୍ରୀୟ ଉପସଭାପତି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତିଙ୍କ ଦେହାନ୍ତ ସମ୍ବାଦ ସମଗ୍ର ଓଡିଶା ତଥା ରାଉରକେଲା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଶ୍ରମିକ ଅଧିକାର ପାଇଁ ଦୀର୍ଘ ସଂଗ୍ରାମ, ସମର୍ପଣ ଓ ସାମାଜିକ ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ଏହି ଦୁଃଖଦ ଘଟଣାରେ “ସ୍ରିଷ୍ଟି ନ୍ୟୁଜ” ଓ “ପଲିଟିକାଲ ଖଟି” ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଥିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସହାନୁଭୂତି ଜଣାଯାଇଛି। ଭଗବାନ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରୁନ୍ତୁ।

Bhubaneswar (ଭୁବନେଶ୍ୱର)ମନୋଜ ଶତପଥୀ, ସମ୍ପାଦକ, ସ୍ରିଷ୍ଟି ନିୟୁଜ

ଡ୍ରେନ୍‌ରେ ଅଳିଆ, ରାସ୍ତାରେ ଭାସୁଛି ପାଣି : ରାସ୍ତାରେ ବହୁଛି ବର୍ଷା ପାଣି
May 8, 2026131 views

ଡ୍ରେନ୍‌ରେ ଅଳିଆ, ରାସ୍ତାରେ ଭାସୁଛି ପାଣି : ରାସ୍ତାରେ ବହୁଛି ବର୍ଷା ପାଣି

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ରାଜପଥର ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ହୋଇଛି। ଏହା ଅଳିଆ ଆବର୍ଜନାରେ ପରିପୂର୍ଣ ହୋଇ ରହିଥ‌ିବା ବେଳେ ରାସ୍ତାରେ ଛକ, ପାଡୁଆ ବଜାର, ବାଲଡ଼ା ବଜାର ଡ୍ରେନରେ ଅକ୍ତିଆ ଭତ୍ତ ରାସ୍ନାରେ ଭାସୁଛି ।ରାସ୍ତାର ନନ୍ଦପୁର ଚାଟପଦା, ବସ୍‌ଷ୍ଟାଣ୍ଡ, ତହସିଲ,ଅବକାରୀ କାର୍ଯ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଆଇଟିଆଇ ଆଦି ଶିକ୍ଷାନୁଷ୍ଠାନ ସମ୍ମୁଖ ଡ୍ରେନ୍ ଓ ରାସ୍ତାରେ ଦେଖ‌ିବାକୁ ମିଳୁଛି। ଡ୍ରେନ୍ ଓ ରାସ୍ତା ନିର୍ମାଣ କରିଥିବା ପୂର୍ବ ବିଭାଗ, ନିଜ ଅଞ୍ଚଳରେ ସ୍ବଚ୍ଛତା ଅଭିଯାନ କରୁଥିବା ପଞ୍ଚାୟତ, ବ୍ଲକ ପ୍ରଶାସନ, ରାସ୍ତା ପାର୍ଶ୍ଵରେ ଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ନିର୍ମାଣ କରି ବ୍ୟବହାର କରୁଥିବା ମାଲିକ ଡ୍ରେନ୍ ଓ ରାସ୍ତାର ଦୂରବସ୍ଥା ଦେଖ୍ ନୀରବଦ୍ରଷ୍ଟା ସାଜୁଛନ୍ତି। ରାସ୍ତା ଓ ଡ୍ରେନ ନିର୍ମାଣକାରୀ ସଂସ୍ଥା ପୂର୍ବ ବିଭାଗ, ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପାଣ୍ଡିତ । ସଫା କରିବା ସହ ଲୋକଙ୍କୁ ସଚେତନ କରିବାକୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

Koraput (କୋରାପୁଟ)ଗୋବିନ୍ଦ ତ୍ରିପାଠୀ, ପାଡୁଆ-ନନ୍ଦପୁର

ଗୁଡାରିର ଗୌରବ: OCA ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଆୟୁଷା ମିଶ୍ରଙ୍କ ଚୟନ
Apr 20, 2026420 views

ଗୁଡାରିର ଗୌରବ: OCA ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଆୟୁଷା ମିଶ୍ରଙ୍କ ଚୟନ

ରାୟଗଡା: ରାୟଗଡା ଜିଲ୍ଲାର ଗୁଡାରି ବ୍ଲକରୁ ଆସିଥିବା ଯୁବ କ୍ରିକେଟର ଆୟୁଷା ମିଶ୍ର OCA ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ପାଇଁ ଚୟନିତ ହୋଇଛନ୍ତି। ଏହି ଟୁର୍ନାମେଣ୍ଟ କଟକରେ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶା କ୍ରିକେଟ ଆସୋସିଏସନ (OCA)ର ଚୟନ କମିଟି ଦ୍ୱାରା ୧୫ ଜଣିଆ ଦଳରେ ଆୟୁଷାଙ୍କୁ ସ୍ଥାନ ମିଳିଛି। ସେ ଗଞ୍ଜାମ ଜିଲ୍ଲା ଟିମ ପକ୍ଷରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଆୟୁଷା ମିଶ୍ର, ମିନତ ମିଶ୍ର (ମିନୁ)ଙ୍କ ଝିଅ, ତାଙ୍କର ଏହି ସଫଳତା ଦ୍ୱାରା ଗୁଡାରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖୁସିର ଲହରି ଦେଖାଦେଇଛି। ଆୟୁଷାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଥିବା ବେଳେ, ମା ମାଣିକେଶ୍ବରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ଯେ ସେ ଆଗାମୀ ଦିନରେ ଜାତୀୟ ଦଳରେ ସ୍ଥାନ ଲଭି ଗୁଡାରିର ନାମକୁ ଦେଶ ଓ ବିଶ୍ୱ ସ୍ତରରେ ଉଜ୍ଜ୍ୱଳ କରନ୍ତୁ।

Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀ, ଗୁଡ଼ାରୀ

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
Apr 17, 2026158 views

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ : ଅନୁଗୋଳରେ ମାଲ୍ୟାର୍ପଣ ସହ ସ୍ମୃତିଚାରଣ ସଭା ମହାନ୍ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଗଭୀର ଶ୍ରଦ୍ଧା ସହ ପାଳନ କରାଯାଇଛି। ପ୍ରଥମେ ଅନୁଗୋଳ ସହରର ବିଜୁ ମଇଦାନ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଚଣ୍ଡୀଖମଣ ଠାରେ ଏକ ସାଧାରଣ ସଭା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଜୁ ବାବୁଙ୍କ ଅସାଧାରଣ ଦେଶପ୍ରେମ ଓ ଓଡ଼ିଶାର ସମଗ୍ର ବିକାଶରେ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ରାଜ୍ୟ ବିଜେଡି ପରିଷଦ ସଭ୍ୟ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ବିଜେଡି ଉପ ସଭାପତି ବାଉରୀ ବନ୍ଧୁ ସାହୁ ସହ ଅନ୍ୟାନ୍ୟ ଜିଲ୍ଲା ଓ ନଗର ନେତୃତ୍ୱ ଉପସ୍ଥିତ ଥିଲେ। ସେହିପରି କାଉନସିଲର ସଦାନନ୍ଦ ପଣ୍ଡା, ସୁଶୀଲ ମୁଖୀ, ଶଙ୍କର ସେଠୀ, ରଞ୍ଜିତ୍ ମଣ୍ଡୋଠିଆ, ବଳରାମ ଜେନା, ଜିଲ୍ଲା ବିଜେଡି ସମ୍ପାଦକ ନକୁଳ ସାହୁ, ଅଜିତ୍ ଦ୍ୱିବେଦୀ, ଉଚ୍ଚବ ଦେହୁରୀ, ନଗର ବିଜେଡି ସଭାନେତ୍ରୀ ମାଳିନୀ ସର, ନଗର ସଭାପତି ବୃନ୍ଦାବନ ସ୍ୱାଇଁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ ଗଡ଼ନାୟକ ପ୍ରମୁଖ ଯୋଗଦେଇଥିଲେ। ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ଭାବେ ଅନୁଷ୍ଠିତ ହୋଇଥିଲା। ଏହି ଅବସର ମାଧ୍ୟମରେ ବିଜୁ ବାବୁଙ୍କ ଆଦର୍ଶ ଓ ନୀତିକୁ ଅନୁସରଣ କରି ସମାଜ ସେବା ଓ ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ହେବାର ଆହ୍ୱାନ ଜଣାଇଥିଲେ।

Angul (ଅନୁଗୋଳ)ରୁଦ୍ର ମୋହାନ ସାହୁ