--:--:--
-- ---
Srishti News

Web News

ଜିଲ୍ଲାର ଗୈ।ରବ ବଢାଇଲେ ପୂର୍ଣ୍ଣେନ୍ଦୁ ଓ ଶୁଭେନ୍ଦୁ
Aug 11, 2026•26 views

ଜିଲ୍ଲାର ଗୈ।ରବ ବଢାଇଲେ ପୂର୍ଣ୍ଣେନ୍ଦୁ ଓ ଶୁଭେନ୍ଦୁ

ରାଉରକେଲା : ସୁନ୍ଦରଗଡ଼ର ମେଧାବୀ ଭ୍ରାତୃଦ୍ୱୟ ପୂର୍ଣ୍ଣେନ୍ଦୁ ଧର ଓୟୁଏଟି ୧୦୦ ପରସେଣ୍ଟାଇଲ୍ ସହ ୩ୟ ସ୍ଥାନରେ ଏବଂ ସାନଭାଇ ଶୁଭେନ୍ଦୁ ଧରଙ୍କ ଦଶମ ବୋର୍ଡରେ ୯୭ ପ୍ରତିଶତ ମାର୍କ ସହ ଅଭୂତପୂର୍ବ ସଫଳତା ପାଇ ଜିଲ୍ଲା କୁ ଗୈ।ରବାନ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ର ପିତା ଉମାଶଙ୍କର ଧର ଏବଂ ମାତା ଦିବ୍ୟଶ୍ରୀ ଧରଙ୍କ ଦୁଇଟି ଯାକ ମେଧାବୀ ପୁତ୍ର ଚଳିତ ଶିକ୍ଷାବର୍ଷର ବିଭିନ୍ନ ପ୍ରମୁଖ ବୋର୍ଡ ଏବଂ ଜାତୀୟ ଓ ରାଜ୍ୟ ସ୍ତରୀୟ ପରୀକ୍ଷାରେ ବିରଳ କୃତିତ୍ୱ ପ୍ରଦର୍ଶନ କରି ସମଗ୍ର ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି। ଦୁଇ ଭାଇଙ୍କର ଏହି ଗୌରବମୟ ସଫଳତା ବଡ଼ ଭାଇ ପୂର୍ଣ୍ଣେନ୍ଦୁ ଧରଙ୍କ ଓୟୁଏଟି ପରୀକ୍ଷା (ଓଡ଼ିଶା କୃଷି ଓ ବେଷାୟିକ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା)ରେ ସର୍ବଶ୍ରେଷ୍ଠ ୧୦୦ ପରସେଣ୍ଟାଇଲ୍ ରଖି ସମଗ୍ର ରାଜ୍ୟରେ ଯୋଗ୍ୟତା ଭିତ୍ତିରେ ୩ୟ ସ୍ଥାନ ହାସଲ କରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ ଐତିହାସିକ ସଫଳତା ଆଣିଦେଇଛନ୍ତି। ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତମାର୍କ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୬.୪ ପ୍ରତିଶତ ମାର୍କ ରଖି ନିଜର ଶିକ୍ଷାଗତ ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି। ଜେଇଇ ଆଡଭାନ୍ସଡ୍ ଓ ନିଟ୍ ଜାତୀୟ ସ୍ତରର ଅତ୍ୟନ୍ତ କଠିନ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ଉଭୟ ପ୍ରବେଶିକା ପରୀକ୍ଷାରେ ସେ ଉଚ୍ଚ ସ୍ଥାନ ସହ ସଫଳତା ପାଇଛନ୍ତି। ସେହିପରି ସାନ ଭାଇ ଶୁଭେନ୍ଦୁ ଧର ଦଶମ ବୋର୍ଡ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ହାସଲ କରି ପରିବାର ଓ ଅଞ୍ଚଳର ଗୌରବ ବଢ଼ାଇଛନ୍ତି।ଏକ ସଙ୍ଗେ ଗୋଟିଏ ପରିବାରର ଦୁଇ ଭାଇଙ୍କର ଏଭଳି ବିରଳ ଏବଂ ସର୍ବୋଚ୍ଚ ସଫଳତା ପାଇବା ପଛରେ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଏକାଗ୍ରତା, ପିତାମାତାଙ୍କର ସଠିକ୍ ସଂସ୍କାର ଓ ସହଯୋଗ ଏବଂ ଗୁରୁଜନ ମାନଙ୍କର ସଠିକ୍ ମାର୍ଗଦର୍ଶନ ରହିଛି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ପଦ୍ମପୁରରେ ନିଃଶୁଳ୍କ କର୍କଟ ରୋଗ ନିରୂପଣ ଓ ସ୍ୱାସ୍ଥ୍ୟ ଶିବିର
Aug 11, 2026•13 views

ପଦ୍ମପୁରରେ ନିଃଶୁଳ୍କ କର୍କଟ ରୋଗ ନିରୂପଣ ଓ ସ୍ୱାସ୍ଥ୍ୟ ଶିବିର

ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ସହ ସଂପୃକ୍ତ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡେସନ, ମୁମ୍ବାଇର ଆନୁକୂଲ୍ୟରେ ଫାଇଟର୍ସ ଗୃପ, ବରଗଡ଼ ଏବଂ ଟାଉନ କ୍ଲବ୍, ପଦ୍ମପୁରର ସହଯୋଗରେ ପଦ୍ମପୁର ଠାରେ ନିଶୁଳ୍କ କର୍କଟ ରୋଗ ନିରୂପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ସାଧାରଣ ଲୋକଙ୍କର ଉତ୍ସାହ ଜନକ ସମର୍ଥନ ମିଳିଥିଲା । ଉଦ୍‌ଘାଟନୀ ଅବସରରେ ଟାଉନ କ୍ଲବ୍, ପଦ୍ମପୁରର ସଭାପତି ପ୍ରିତେଶ ବହିଦାର ସଭାପତିତ୍ୱ କରିଥିଲେ । ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜି ସମୀକ୍ଷା କରିଥିବା ବେଳେ ସଦସ୍ୟା ପ୍ରତିଭା ବାରିକ ମଞ୍ଚ ସଞ୍ଚାଳନ କରିଥିଲେ । ଶିବିରରେ ଅନୁଭବୀ କର୍କଟ ବିଶେଷଜ୍ଞ ଡା. ଦିଲୀପ କରଙ୍କ ଦ୍ୱାରା କର୍କଟ ରୋଗର ପ୍ରାରମ୍ଭିକ ନିରୂପଣ ପରୀକ୍ଷା କରାଯାଇଥିଲା । ଏହା ସହ ଅସ୍ଥିରୋଗ ବିଶେଷଜ୍ଞ ଡା. ପ୍ରବୀଣ ନାୟକ, ସାଧାରଣ ଚିକିତ୍ସକ ଡା. ସୁନୀଲ ସାହୁ, ସ୍ତ୍ରୀରୋଗ ବିଶେଷଜ୍ଞ ଡା ପ୍ରିତୀଶ ଭୋଇ, ବରଗଡ଼ କ୍ୟାନ୍ସର ୱିଙ୍ଗର ଡା. ଭକ୍ତିଭୂଷଣ ପତି ଏବଂ ଶଲ୍ୟ ବିଶେଷଜ୍ଞ ଡା. ରାକେଶ, ପଦ୍ମପୁରର ଡାକ୍ତର ଯଦୁମଣି ସାହୁଙ୍କ ଦ୍ୱାରା ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଓ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା । ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜି ଓ ଫାଇଟର୍ସ ଗୃପର ସହଯୋଗୀ ସଦସ୍ୟ ବିଜୟ ସାହୁ, ଗୋପବନ୍ଧୁ ସିକା ଓ ଟାଉନ କ୍ଲବର ଉପ ସଭାପତି ଅଶୋକ ମିଶ୍ର, ନରେଶ ସୁନ୍ଦର ସାହୁ, ସମ୍ପାଦକ କୁନାଲ ପାଣିଗ୍ରାହୀ, ଅଖିଳ ପଟନାୟକ, ସୁବାଷ ପାତ୍ର, ସରୋଜ ମିଶ୍ର, ନରୋତ୍ତମ ପ୍ରଧାନ, ଚନ୍ଦନ ବଂଶଳ, ରମିଜ ରାଜା, ପ୍ରତାପ ନାଥ, ସରୋଜ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଦୀନେଶ ବାରିକ, ସୁରଜ ସୁନା, ଜୋସ୍ନାରାଣୀ କର, ସୁନୀଲ ଅଗ୍ରୱାଲ, ସୁଶୀଲ ଅଗ୍ରୱାଲ, ସୁରେନ୍ଦ୍ର ସାହୁ, ସୁରେଶ ସାହୁ, ଟୁନା ଦଣ୍‌ଣ୍ଡସେନା, ଅକ୍ଷୟ ସାହୁ, ରୁଦ୍ର ସାହୁ, ଅମୀର ମେହେର, ସୁଧାଂଶୁ କୁମ୍ଭୀର, ବିରେନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିବିର ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ଏପରି ସ୍ୱାସ୍ଥ୍ୟମୂଳକ ପ୍ରୟାସ ଗ୍ରାମାଞ୍ଚଳରେ କର୍କଟ ସଚେତନତା ବୃଦ୍ଧି ସହ ପ୍ରାରମ୍ଭିକ ଚିହ୍ନଟକୁ ଅଧିକ ସୁଗମ କରିବ ବୋଲି ମତ ପ୍ରକାଶ ପାଇଛି । ଶିବିରରେ ପଦ୍ମପୁର ସହର ତଥା ପାଖଆଖ ଅଂଚଳ ମହିଳା ଓ ପୁରୁଷ ଚିକିତ୍ସା ପରାମର୍ଶ ଗ୍ରହଣ ସହ ଚିକିତ୍ସା ପାଇଥିଲେ । ପଦ୍ମପୁର ଟାଉନ୍ ହଲରେ ଆୟୋଜନ କରାଯାଇ ଥିବା କର୍କଟ ରୋଗ ନିରୂପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅବସରରେ ଡିସିବି ପଦ୍ମପୁର ଶାଖା ତରଫରୁ ଏହି ଶିବିରରେ ଉପସ୍ଥିତ ଥିବା ସମସ୍ତଙ୍କୁ ପାନୀୟ ଜଳ, ଫ୍ରୁଟ ଜୁସ ସହିତ ଫଳମୂଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶାଖା ପ୍ରବନ୍ଧକ ଏମ ରାଜେଶଙ୍କ ନିରୀକ୍ଷଣରେ ଉପଶାଖା ପ୍ରବନ୍ଧକ ରାଜୀବ ପଟ୍ଟନାୟକ, ଦିଲ୍ଲୀପ ଭୋଳ ଏବଂ ଅରବିନ୍ଦ ବିଶ୍ୱାଳ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଶିବିରରେ ଜିନିଥ୍‌ ନର୍ସିଂ କଲେଜର ଷ୍ଟାଫ୍‌ମାନେ ମଧ୍ୟ ସହଯୋଗ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ନବନିର୍ମାଣ କୃଷକ  ସଂଗଠନର ଜରୁରୀ ବୈଠକ
Aug 11, 2026•15 views

ନବନିର୍ମାଣ କୃଷକ ସଂଗଠନର ଜରୁରୀ ବୈଠକ

ଆଜି ନବନିର୍ମାଣ କୃଷକ ସଂଗଠନର ଯାଜପୁର ଜିଲ୍ଲା ସାଧାରଣ ପରିଷଦ ବୈଠକ ବରୁଆଁ ନିକଟସ୍ଥ ତାରାଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ଶ୍ରୀ ଦୁର୍ଗାପ୍ରସାଦ ଦାଶଙ୍କ ଅନୁମତି କ୍ରମେ ବରିଷ୍ଠ ଚାଷୀ ଚୋଧୁରୀ ଜେନା ସଭାପତିତ୍ୱ କରିଥିଲେ। ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ବର୍ତ୍ତମାନ ଚାଶିର ବିପର୍ଯ୍ୟୟ ଅବସ୍ଥା ଓ ଧାନମଣ୍ଡିରେ ପଞ୍ଜିକରଣ ସମସ୍ୟା ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସାଂଗଠନିକ ଆଲୋଚନାକୁ ଆଗେଇ ନେଇ ପ୍ରତିଷ୍ଠାତା ଅକ୍ଷୟ କୁମାର ପ୍ରତ୍ୟେକ ସଦସ୍ୟ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଶୃଙ୍ଖଳା ସମ୍ପର୍କରେ ବୁଝାଇ କହିଥିଲେ।ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନେତୃତ୍ୱ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଷୀ ଙ୍କ ନେତୃତ୍ୱ ନେଇଥିବା ମାଧବାନନ୍ଦ ଶାନ୍ତି, ନଗେଶ ଜେନା, ଧନଞ୍ଜୟ ବିଶ୍ୱାଳ, ବଲ୍ଲଭ ଜେନା , ବ୍ରହ୍ମାନନ୍ଦ ଦାଶ, ପ୍ରଶାନ୍ତ ସ୍ୱାଇଁ, ରଙ୍ଗାଧର ଦାସ, ହରିଶ ଦଳାଇ, ଶରତ ନାୟକ, ରବିନ୍ଦ୍ର ସାହୁ, ପ୍ରଫୁଲ୍ଲ କଣ୍ଠ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମକୁ କିପରି ତୃଣମୂଳ ସ୍ତରରେ ମଜଭୂତ କରି ମଣ୍ଡି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଚାଶିଙ୍କୁ ଧାନ ବିକ୍ରୟର ସୁବିଧା ମିଳିବାର ପ୍ରଚେଷ୍ଟା ଜାରି ରହିବ ସେତିପ୍ରତି ଗୁରୁତ୍ବ ଦିଆଯିବ, ସାର , ଔଷଧ ସମସ୍ତ ଚାଶିଙ୍କୁ ମିଳିବା ଦରକାର,ଋଣଛାଡ ଉପରେ ସଂଗଠନର ଦାବିକୁ ପୁନର୍ବାର ଦୃଢ଼ୀକରଣ କରାଗଲା। ଶେଷରେ ରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Jajpur (ଯାଜପୁର) • ରିପୋର୍ଟ _ ନିରୋଜ କୁମାର ସେଠୀ

ନଦୀ ପଠାରେ ଫଶିଥିବା ଯୁବକ ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହୀନି
Aug 11, 2026•18 views

ନଦୀ ପଠାରେ ଫଶିଥିବା ଯୁବକ ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହୀନି

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ  ଗୋବିନ୍ଦପୁର ଗ୍ରାମରେ ଜନୈକ ଯୁବକ କାଠ ଆଣିବାକୁ ଯାଇ ନଦୀ କୁଦରେ ଫଶି ଯାଇଥିଲେ l ଅଜି ସକାଳ ସମୟରେ ଗୋବିନ୍ଦପୁର ଗ୍ରାମର ଦୁଇ ଯୁବକ ମିଥୁନ ମଲିକ୍ ଓ ଦେବାଶିଷ ଦାସ ବନ୍ୟାରେ ବ୍ରାହ୍ମଣୀ ନଦୀରେ କାଠ ଆସୁଥିବା ଜାଣି ନଦୀକୁ ଯାଇଥିଲେ I କିଛି ସମୟ ଭିତରେ ନଦୀରେ ମାତ୍ରାଧିକ ପାଣି ଆସିବାରୁ ଚତୁଃପାର୍ଶ୍ଵରେ ପାଣି ଘେରି ଯାଇଥିଲା ଓ ଦୁଇ ଜଣ ଙ୍କ ରହିଯାଇଥିଲେ । ମିଥୁନ ସାହସ କରି ପହଁରି ଆସିଥିବା ବେଳେ ଅନ୍ୟ ଜଣକ ଆସିପାରି ନଥିଲେ । କୁଦରେ ଜଣେ ରହିଯାଇଥିବା ସମ୍ପର୍କରେ ଲୋକଙ୍କୁ କହିବା ସହ ଅଗ୍ନିଶମ ବାହୀନି ଙ୍କୁ ଫୋନ କରି ଜଣାଇଥିଲେ l ଘଟଣା ସ୍ଥଳରେ ଭୁବନ ଅଗ୍ନିଶମ ବାହୀନି ପହଞ୍ଚି ବୋଟ ସାହାଯ୍ଯ ରେ ସୁରକ୍ଷିତ ସହ ଉଦ୍ଧାର କରିଥିଲେ l ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହୀନି ର ମୁଖ୍ୟ ଅଗ୍ନି ଯୋଦ୍ଧା ସୁଶାନ୍ତ କୁମାର ରାଉତ, ଜିତେନ୍ଦ୍ର କୁମାର ସ୍ଵାଇଁ , ରାଜ କିଶୋର ମହାନ୍ତି,ମୁନା ସାହୁ, ଅଖିଲ ମୋହନ ପରିଡା, ଅଲେଖ ରାଉତ, ମାନସ ରଞ୍ଜନ ବେହେରା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରିଥିଲେ ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ବାଜିରାଉତ କଲେଜ ରେ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ
Aug 11, 2026•44 views

ବାଜିରାଉତ କଲେଜ ରେ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ କଲେଜ ପ୍ରଶାସନ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ମିଳିତ ଆନୁକୂଲ୍ୟରେ ଏକ ବିଶାଳ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଭୂୟାଁ ଯୋଗଦେଇ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ ସ୍ମରଣ କରିବା ସହ 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନର ବାର୍ତ୍ତାକୁ ସହରରୁ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସ୍ୱତନ୍ତ୍ର ଶୋଭାଯାତ୍ରାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଏନ୍.ସି.ସି. ଓ ସ୍କାଉଟ୍‌ର କ୍ୟାଡେଟମାନଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏବିଭିପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଚିନ୍ମୟୀ ପ୍ରଧାନ, ଛାତ୍ରୀ ନେତ୍ରୀ ଶୁଭସ୍ମିତା ମହନ୍ତ, ଶ୍ରୀୟା ବାରିକ, ନେହା ଅଗ୍ରୱାଲା, ବର୍ଷାରାଣୀ ସାମନ୍ତରାୟ, ପ୍ରୀତି, ପୂଜା ଦାସ ଏବଂ ଛାତ୍ର ନେତା ପ୍ରଜ୍ଞାରଞ୍ଜନ ସାହୁ, ବିଶ୍ୱଜିତ୍ ବେହେରା, ପ୍ରଶାନ୍ତ ଦାଶ, ପ୍ରୀତି ରଞ୍ଜନ ସାହୁ, ସତ୍ୟଜିତ୍ ସାହୁ, ମହେଶ୍ୱର କର, ରାଜା, ରୁଦ୍ର ଦାସ, ଆଶିଷ ସାହୁ ଓ ରାଜେଶ ସାହୁଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ବେଗୁନିଆରେ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା  ଦେଶଭକ୍ତିର ନାରାରେ ପ୍ରକମ୍ପିତ ହେଲା ବେଗୁନିଆ ଅଞ୍ଚଳ
Aug 11, 2026•87 views

ବେଗୁନିଆରେ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଦେଶଭକ୍ତିର ନାରାରେ ପ୍ରକମ୍ପିତ ହେଲା ବେଗୁନିଆ ଅଞ୍ଚଳ

ଖୋର୍ଦ୍ଧା, ବେଗୁନିଆ: ଦେଶପ୍ରେମ ଓ ଜାତୀୟତାବୋଧର ବାର୍ତ୍ତା ନେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଜେପି ନେତା ଯତୀନ ମହାନ୍ତି ଓ ମାନସ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ। ହାତରେ ଜାତୀୟ ପତାକା ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଲୋକେ ବିଭିନ୍ନ ଦେଶଭକ୍ତିମୂଳକ ନାରା ଦେଇଥିଲେ। ଏଥିରେ ସମଗ୍ର ବେଗୁନିଆ ଅଞ୍ଚଳ ଦେଶପ୍ରେମର ଭାବନାରେ ଉଦ୍‌ବେଳିତ ହୋଇଥିଲା। ଶୋଭାଯାତ୍ରା ଅବସରରେ ଜାତୀୟ ଏକତା, ଦେଶର ଅଖଣ୍ଡତା ଓ ଦେଶପ୍ରେମର ବାର୍ତ୍ତା ଦିଆଯାଇଥିଲା। ବିଭିନ୍ନ ବର୍ଗର ଲୋକଙ୍କ ଉପସ୍ଥିତି ଓ ଉତ୍ସାହ ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ: ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଅନୁଗୋଳ ବନ୍ଦ: କଣିହାଁରେ କଂଗ୍ରେସର ମାଷ୍ଟର ପ୍ଲାନ୍
Aug 11, 2026•112 views

ଅନୁଗୋଳ ବନ୍ଦ: କଣିହାଁରେ କଂଗ୍ରେସର ମାଷ୍ଟର ପ୍ଲାନ୍

କଣିହାଁ: ଆସନ୍ତା ଅଗଷ୍ଟ ୧୨ ତାରିଖରେ ହେବାକୁ ଥିବା ‘ଅନୁଗୋଳ ଜିଲ୍ଲା ବନ୍ଦ’କୁ ସଫଳ କରିବା ଉଦ୍ଦେଶ୍ୟରେ କଣିହାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପବିତ୍ର ନଗରସ୍ଥିତ ପବିତ୍ର ମୋହନ ସ୍ମୃତି ପୀଠ ପରିସରରେ ଆୟୋଜିତ ଏହି ବୈଠକ ପାଲଲହଡ଼ା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକଙ୍କ ନେତୃତ୍ୱରେ ହୋଇଥିଲା। ବୈଠକରେ ଅନୁଗୋଳ ଜିଲ୍ଲାବାସୀଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସହ ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏଥିରେ କଣିହାଁ ବ୍ଲକ କଂଗ୍ରେସ ସଭାପତି ମାନସ ରଞ୍ଜନ ପ୍ରଧାନ, ୧୦ ନମ୍ବର ଜୋନ୍ ସଭାପତି ବିଭୂତି ଭୂଷଣ ମହାନ୍ତିଙ୍କ ସମେତ ବରିଷ୍ଠ କଂଗ୍ରେସ କର୍ମୀ ନବ କିଶୋର ଗଡ଼ନାୟକ, ମହେଶ୍ୱର ପ୍ରଧାନ, ଶିବ ଦାସ, ନରେନ୍ଦ୍ର ଗଡ଼ନାୟକ, ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଗରିବଙ୍କୁ ସରକାରୀ ଯୋଜନାରେ ସାମିଲ ଓ ରାସ୍ତା ଆଲୋକୀକରଣ ଦାବି
Aug 11, 2026•91 views

ଗରିବଙ୍କୁ ସରକାରୀ ଯୋଜନାରେ ସାମିଲ ଓ ରାସ୍ତା ଆଲୋକୀକରଣ ଦାବି

ତାଳଚେର: ତାଳଚେର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଛି। ଘଣ୍ଟପଡ଼ା ଆର୍‌ଆଇ ସର୍କଲ ଅଧୀନ ଚାଳଗଡ଼ ଗ୍ରାମର ଗରିବ ଓ ଦିନମଜୁରିଆ ପରିବାରଙ୍କୁ ବସୁନ୍ଧରା, ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଭଳି ସରକାରୀ ଯୋଜନାରେ ସାମିଲ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ୨୦୨୧ରୁ ଏନେଇ ଦାବି ହୋଇଆସୁଥିଲେ ମଧ୍ୟ ଏଯାଏଁ ସୁଫଳ ମିଳିନଥିବା ଅଭିଯୋଗ କରାଯାଇଛି। ସେହିପରି ହାଣ୍ଡିଧୁଆଁ ଛକରୁ ବଳରାମ ପ୍ରସାଦ ଛକ ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀକରଣ ସହ ସିସିଟିଭି କ୍ୟାମେରା ଲଗାଇବାକୁ ଅନ୍ୟ ଏକ ଦାବିପତ୍ର ଦିଆଯାଇଛି। ଉକ୍ତ ରାସ୍ତାରେ ଯାତାୟାତ ବୃଦ୍ଧି ସହ ଚୋରି, ଛିନତାଇ ଓ ଅନ୍ୟାନ୍ୟ ଅପରାଧ ବଢ଼ୁଥିବାରୁ ରାତିରେ ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ଆଲୋକୀକରଣ ଓ ସିସିଟିଭି ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଭୂପେନ ଥମ୍ବ, ସମ୍ପାଦକ ଦ୍ରୁମଦ କୁମାର ପ୍ରଧାନ, ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୫୦ ବର୍ଷର ବାଲିଆ ମାର୍କେଟ ଓ ହରିଜନ ବସ୍ତି ଉଚ୍ଛେଦ ନୋଟିସକୁ ବିରୋଧ
Aug 11, 2026•125 views

୫୦ ବର୍ଷର ବାଲିଆ ମାର୍କେଟ ଓ ହରିଜନ ବସ୍ତି ଉଚ୍ଛେଦ ନୋଟିସକୁ ବିରୋଧ

ବଅଁରପାଳ: ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଆସୁଥିବା କନ୍ୟାବେଢା ହରିଜନ ସାହି ବସ୍ତି ଓ ବାଲିଆ ମାର୍କେଟକୁ ଉଚ୍ଛେଦ କରିବା ନେଇ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ଧରି ସେମାନେ ଏଠାରେ ଘର କରି ପରିବାର ସହ ରହିଆସୁଛନ୍ତି। କେତେକ ପରିବାର ନିୟମିତ ଖଜଣା ପ୍ରଦାନ କରୁଥିବା ବେଳେ, ଅନେକ ଲୋକ ମାର୍କେଟରେ ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି। ବସ୍ତିବାସିନ୍ଦାଙ୍କ ଦାବି ଅନୁଯାୟୀ, ସେମାନେ ଦୀର୍ଘ ବର୍ଷ ଧରି ଭୋଟର ପରିଚୟପତ୍ର, ଆଧାର, ବିଦ୍ୟୁତ ସଂଯୋଗ ସମେତ ବିଭିନ୍ନ ସରକାରୀ ସୁବିଧା ପାଇଆସୁଛନ୍ତି। ଏପରିକି କିଛି ପରିବାର ସରକାରୀ ଆବାସ ଯୋଜନାରେ ଘର ମଧ୍ୟ ପାଇଥିବା କହିଛନ୍ତି। ଏଭଳି ସ୍ଥିତିରେ ବସ୍ତି ଓ ମାର୍କେଟ ଉଚ୍ଛେଦ ପାଇଁ ନୋଟିସ ଜାରି ହେବା ପରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି। ଉଚ୍ଛେଦ ପୂର୍ବରୁ ପ୍ରଭାବିତ ପରିବାରଙ୍କ ଥଇଥାନ, ବିକଳ୍ପ ବ୍ୟବସ୍ଥା ଓ ବ୍ୟବସାୟୀଙ୍କ ଜୀବିକା ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏବେ ପ୍ରଶାସନ ଏହି ନୋଟିସ ନେଇ କି ପଦକ୍ଷେପ ଗ୍ରହଣ କରୁଛି ଏବଂ ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

New Spl. Land Acquisition & Rehabilitation Resettlement Officer Welcomed by Lower Indra Jan Kalyan Sangathan
Aug 11, 2026•118 views

New Spl. Land Acquisition & Rehabilitation Resettlement Officer Welcomed by Lower Indra Jan Kalyan Sangathan

The newly joined Special Land Acquisition-cum-Rehabilitation and Resettlement Officer was accorded a warm welcome and felicitation by the Lower Indra Jan Kalyan Sangathan, Dumerbahal. Members of the organisation presented a bouquet to the officer and held a detailed discussion on the long-pending problems faced by people affected by the Lower Indra Irrigation Project. During the interaction, the organisation drew the officer’s attention to various issues concerning the residents of 30 displaced and project-affected villages under the Lower Indra Irrigation Project. The representatives urged the officer to take necessary steps for the early resolution of issues relating to rehabilitation, resettlement, land acquisition, compensation and other pending demands of the affected families. The organisation members highlighted that several families who had sacrificed their land, homes and livelihood for the project are still awaiting proper resolution of their grievances. They appealed to the administration to take concrete measures so that the legitimate concerns of the displaced and affected people could be addressed at the earliest. Responding to the concerns, the newly appointed officer patiently heard the issues raised by the organisation and assured the representatives that the matters would be examined seriously. The officer also expressed willingness to take appropriate steps towards resolving the genuine problems of the affected people in accordance with the applicable provisions and administrative procedures. The organisation members welcomed the positive response from the officer and expressed hope that the long-standing issues of the displaced and project-affected families would receive due attention and speedy resolution. On the occasion, Lower Indra Jan Kalyan Sangathan, Dumerbahal president Gaurang Jagat, secretary Harihar Behera, vice-president Nirakar Bag, treasurer Rajkishore Barik, and members Kashyap Jagat, Indu Kaibarta, Tebavati Deep, Kanti Chhatriya and Kuntala Bemal were present. The interaction between the organisation and the newly joined officer is being viewed as a positive step towards strengthening coordination between the affected people and the administration and addressing their long-pending rehabilitation and resettlement concerns.

Nuapada (ନୂଆପଡ଼ା) • Report: Kashyap Jagat

କଂଗ୍ରେସ ନେତା ରଶ୍ମିକାନ୍ତ ସାମଲଙ୍କ ଅକାଳ ବିୟୋଗ | ଅଞ୍ଚଳରେ ଶୋକରଛାୟା |  ରଶ୍ମିକାନ୍ତଙ୍କ ବିୟୋଗରେ ବୁଧବାର ଜଗତପୁର ବଜାର ବନ୍ଦ ନିଷ୍ପତ୍ତି
Aug 11, 2026•33 views

କଂଗ୍ରେସ ନେତା ରଶ୍ମିକାନ୍ତ ସାମଲଙ୍କ ଅକାଳ ବିୟୋଗ | ଅଞ୍ଚଳରେ ଶୋକରଛାୟା | ରଶ୍ମିକାନ୍ତଙ୍କ ବିୟୋଗରେ ବୁଧବାର ଜଗତପୁର ବଜାର ବନ୍ଦ ନିଷ୍ପତ୍ତି

ଜଗତପୁର:ଜଗତପୁର ଅଞ୍ଚଳର କଂଗ୍ରେସ ନେତା ରଶ୍ମିକାନ୍ତ ସାମଲ ଙ୍କ ମଙ୍ଗଳବାର ଦିନ ହୃଦଘାତରେ ପରଲୋକ ଘଟିଛି | ତାଙ୍କର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପଞ୍ଚାବନ ବର୍ଷ ବୟସ ହୋଇଥିଲା । ସେ କଂଗ୍ରେସ ଦଳର ଜଣେ ଟାଣୁଆ କାର୍ଯ୍ୟକର୍ତ୍ତା ଥିଲେ । ସେ ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସମ୍ପାଦକ ସହ ବର୍ତ୍ତମାନ ଜଗତପୁର ୪୮ନଂ ୱାର୍ଡ କଂଗ୍ରେସ ସଭାପତି ଦାୟିତ୍ୱରେ ଥିଲେ । ସେ ନିଜ ଗ୍ରାମ ନଜରପୁର ସତ୍ୟନାରାୟଣ କ୍ଲବ୍ ଅନୁଷ୍ଠାନର ପ୍ରାକ୍ତନ ସମ୍ପାଦକ ସହ ଜଗତପୁର ମୁଖ୍ୟ ବଜାର କମିଟି ସଦସ୍ୟ, ଉତ୍କଳ ଦୁର୍ଗାପୂଜା କମିଟିର ସକ୍ରିୟ ସଦସ୍ୟ, ସ୍ଥାନୀୟ ଶ୍ରୀଶ୍ରୀ କୃଷ୍ଣେଶ୍ୱର ମନ୍ଦିର ପରିଚାଳନା କମିଟି ସଦସ୍ୟ, ଜଗତପୁର ଶାନ୍ତି କମିଟି ସଦସ୍ୟ, ନଜରପୁର ବିଦ୍ୟାଳୟ ପରିଚାଳନା କମିଟି ର ପ୍ରାକ୍ତନ ସଭାପତି, କଟକ-ଚୌଦ୍ୱାର ବିକାଶ ପରିଷଦର ଉପସଭାପତି, ନିମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ ପରିଚାଳନା କମିଟି ସଦସ୍ୟ ସହ ବହୁ ଅନୁଷ୍ଠାନ ସହିତ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ଥିଲେ । ତାଙ୍କର ପରଲୋକ ଖବର ପାଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ, ପ୍ରାକ୍ତନ ବିଧାୟକ ମହମ୍ମଦ ମୋକିମ, ସାଲେପୁର ପ୍ରାକ୍ତନ ବିଧାୟକ ପ୍ରକାଶ ବେହେରା, ବିଜେଡି କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ, କେଏମସି ଡେପୁଟୀ ମେୟର ଦମୟନ୍ତୀ ମାଝି, ୪୮ନଂ ୱାର୍ଡ କର୍ପୋରେଟର ନଳିନୀ ବେହେରା, କଂଗ୍ରେସ ନେତା ମାନସ ଚୌଧୁରୀ, ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତି, କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା, ବ୍ଲକ୍ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା, ବରିଷ୍ଠ ବିଜେପି ଓବିଶି ମୋର୍ଚ୍ଚା ସଭାପତି ମହେନ୍ଦ୍ର ମହାନ୍ତି, ଓଜେସି ର ନଗର ସଭାପତି ଗିରିବାଳା ବେହେରା, ଜଗତପୁର ଶାନ୍ତି କମିଟି ସଭାପତି ନିରଞ୍ଜନ ବିଶ୍ଵାଳ, ନଜରପୁର ଗ୍ରାମ ସତ୍ୟ ନାରାୟଣ କ୍ଲବ୍ ସଭାପତି ବିରଞ୍ଚି ନାରାୟଣ ସାମଲ ଓ ସମ୍ପାଦକ କାଳି କିଙ୍କର ମୁଖାର୍ଜୀ,ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ନିରୋଦ ଚନ୍ଦ୍ର ପଣ୍ଡା, ଅନିତା ମହାନ୍ତି, କୁନୁ ସାହୁ, ଦୟାନିଧି ନାୟକ, ଛାତ୍ରନେତା ଜିନେସ ଦାସ, ଚୌଦ୍ୱାର ନଗର କଂଗ୍ରେସ ସଭାପତି ହରିହର ପରିଡ଼ା, କଂଗ୍ରେସ ନେତା ସୁକାନ୍ତ ସାହାଣୀ, ନଗର କଂଗ୍ରେସ ଉପସଭାପତି ମାନସ ନାୟକ, ଶିକାରିପୁର ଗ୍ରାମ ସଭାପତି ଧୀରେନ୍ଦ୍ର ମହାନ୍ତି, ବଉଳେଇ ଗ୍ରାମ ସଭାପତି ସଚ୍ଚିଦାନନ୍ଦ ଶୁକ୍ଳ, ଫକିରପୁର ପଣ୍ଡାସାହି ସଭାପତି ଅଭୟ ପଣ୍ଡା, ପାଞ୍ଚଘରିଆ ସାହି ସଭାପତି ତିର୍ଥାନନ୍ଦ ପଣ୍ଡା, ଲକ୍ଷ୍ମଣପୁର ଗ୍ରାମ ସଭାପତି ବିଭୂତି ବେହେରା, ଜଗତପୁର ଯାତ୍ରା କମିଟି ସଭାପତି ବିଜୟ ଭୂୟାଁ, ଭୁବନପୂର ଗ୍ରାମ ସଭାପତି ଶ୍ରୀରାମ ପଣ୍ଡା, ସବରସାହି-ବୈକୁଣ୍ଠ ବିହାର ସଭାପତି ମନୋରଞ୍ଜନ ପଣ୍ଡା, କୃଷ୍ଣେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଯୁଗଳ କିଶୋର ପଣ୍ଡା ଓ ସମ୍ପାଦକ କାମପାଳ ଶତପଥୀ, ଶିକାରିପୁର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ମୂରବୀ ହୃଦାନନ୍ଦ ମହାନ୍ତି, ଯୁବନେତା ବିଶ୍ୱଜିତ୍ ମହାନ୍ତି, ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ,ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, ଡ଼ ଶୋଭନ୍ ମହାନ୍ତି,ଲଳିତ ଭୂୟାଁ, କିଶୋର ନାୟକ, ଅଭିମନ୍ୟୁ ବେହେରା, ସାମାଜିକ ଅନୁଷ୍ଠାନ ଆୱାରନେସ ସମ୍ପାଦକ ଗୌତ୍ତମ ବେହେରା ୪୯ନଂ ୱାର୍ଡ କଂଗ୍ରେସ ସଭାପତି ଦୁର୍ଯ୍ୟୋଧନ ପ୍ରଧାନ, କୁଳମଣି ବେହେରା, କଳ୍ପନା ଜେନା, ଲକ୍ଷ୍ମୀଧର ଶରଣଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ରଶ୍ମିକାନ୍ତ ସାମଲଙ୍କ ନଜରପୁର ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ସାମଲଙ୍କ ମରଶରୀରକୁ ସାହି ପରିକ୍ରମା କରାଯିବା ସମୟରେ ବିଭିନ୍ନ ସ୍ଥାନରେ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶେଷରେ ତାଙ୍କ ମରଶରୀରକୁ ସ୍ଥାନୀୟ ନିମପୁର ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା ।ତାଙ୍କର ଏକମାତ୍ର ପୁତ୍ର ଯଶୋବନ୍ତ ସାମଲ ମୁଖାଗ୍ନି ଦେଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପରିବାର ଆତ୍ମୀୟ ସ୍ୱଜନ ଜ୍ଞାନ୍ତି କୁଟୁମ୍ବ ସାହି ଭାଇ ଉପସ୍ଥିତ ଥିଲେ । ସ୍ୱର୍ଗତ ସାମଲଙ୍କ ବିୟୋଗରେ ବୁଧବାର ୧୨ତାରିଖ ଦିନ ଜଗତପୁର ମୁଖ୍ୟ ବଜାର ବନ୍ଦ ରହିବ ବୋଲି ବଜାର କମିଟି ଘୋଷଣା କରିଛନ୍ତି ।

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ପ୍ରତିବାଦ; ତହସିଲ ଓ କୃଷି କାର୍ଯ୍ୟାଳୟରେ ତାଲା
Aug 11, 2026•27 views

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ପ୍ରତିବାଦ; ତହସିଲ ଓ କୃଷି କାର୍ଯ୍ୟାଳୟରେ ତାଲା

ବରଗଡ : ଖରିଫ ଧାନ ଫସଲ ପଂଜୀକରଣରେ ଏଗ୍ରିଷ୍ଟାକକୁ ଥୋପି ଦେବାକୁ ବିରୋଧ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ କୃଷି ଅଧିକାରୀଙ୍କୁ ୬ ଦଫା ଦାବି ପତ୍ର ଦେବା ସହ ତହସିଲ ଓ କୃଷି କାର୍ଯ୍ୟାଳୟରେ ଦିନକୁ ପାଇଁ ତାଲା ବନ୍ଦ କରି ଚେତାବନୀ ଦେଇଛନ୍ତି। ଏଗ୍ରିଷ୍ଟାକକୁ ସଂପୂର୍ଣ୍ଣ ବନ୍ଦ ଉଚ୍ଛେଦ କରିବା, ପୂର୍ବରୁ ପଂଜୀକରଣ ଯେପରି ହେଉଥିଲା ସେପରି କରାଯିବା, ଜମିପଟ୍ଟା ନାମ (ଆରଓଆର୍) ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ନୂତନ ନିୟମ ଲାଗୁ ନ କରାଯାଉ, ଯେତେ ରେଜିଷ୍ଟ୍ରସନ କରାଯିବ ସମସ୍ତ ଜମିର ଟୋକନ ଦିଆଯାଉ, କୌଣସି ଚାଷୀଙ୍କୁ ଧାନ ବିକ୍ରିକୁ ବଂଚିତ କରା ନଯାଉ। ଦେବୋତ୍ତର ଜମିକୁ ପଂକୀରଣରେ ସାମିଲ କରାଯାଉ। ପଂଜୀକରଣ ସମୟରେ ଚାଷୀ କରିଥିବା ପଂଚୀକରଣର ପ୍ରମାଣପତ୍ର ଚାଷୀଙ୍କୁ ପ୍ରଦାନ କରବା ଦାବି ରହିଛି। ରାଜ୍ୟ ସରକାର ରବିବାର ଦିନ ଧାନ ପଂଜୀକରଣରେ ଏଗ୍ରିଷ୍ଟାକ୍ ବାଧ୍ୟତା ନୁହେଁ ବୋଲି ଘୋଷଣା କରିଥିଲେ ସୁଦ୍ଧା ପ୍ରତି ଫସଲ ପଂଜୀକରଣ, ବିକ୍ରି ସମୟରେ ନୂଆ ନୂଆଁ ନିୟମ ଆଣି ଚାଷୀଙ୍କୁ ହଇରାଣ କରୁଥିବାରୁ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ପୂର୍ବରୁ ସ୍ଥାନୀୟ ଦୁର୍ଗା ମନ୍ଦିରରୁ ଏକ ବିଶାଳ ରାଲିରେ ବାହାରି ତହସିଲ ଅଫିସକୁ ଯାଇଥିଲେ। ସେଠାରେ ରାଜ୍ୟ ସରକାରଙ୍କ ନିୟମକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତହସିଲ ଅଫିସରେ ତହସିଲଦାର କେ ରିଚି କୁମାର ଓ କୃଷି କାର୍ଯ୍ୟାଳୟରେ ବ୍ଳକ କୃଷି ଅଧିକାରୀ ପିଙ୍କୁସେନ କରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ତହସିଲଦାର ଦୀପକ ପତି, ସବରେଜିଷ୍ଟାର ଅଙ୍କିତ ପଣ୍ଡାଙ୍କ ଉପସ୍ଥିତିରେ ଥିବା ବେଳେ ସଂଗଠନ ସଭାପତି ଭୁବନ ପ୍ରଧାନ, ସଂପାଦକ ନରେନ୍ଦ୍ର ପ୍ରଧାନ, ଚାଷୀନେତା ବିରେନ୍ଦ୍ର କର, ଟିକେଲାଲ ମିଶ୍ର, ପାପା ରାଓ, ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ, ଡ଼ିପି ଜୟକୁମାର ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଆନ୍ଦୋଳନରେ କଂଗ୍ରେସ ଓ ବିଜେଡ଼ିର ବହୁ କର୍ମୀ, ଚାଷୀ ସାମିଲ ଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ