--:--:--
-- ---
Srishti News

ଅମିତ ପ୍ରଧାନ ଙ୍କ ସ୍ମୃତି ରେ ରକ୍ତଦାନ ଶିବିର, ଚିକିଟି ବିଧାୟକ, ଥାନା ଏଏସଆଇ ସମେତ 105ଜଣଙ୍କ ରକ୍ତଦାନ

Ganjam (ଗଞ୍ଜାମ)ରିପୋର୍ଟ : ଦୁର୍ଗାମାଧବ ମହାରଣା, ଚିକିଟିJuly 15, 202621 views
ଅମିତ ପ୍ରଧାନ ଙ୍କ ସ୍ମୃତି ରେ ରକ୍ତଦାନ ଶିବିର, ଚିକିଟି ବିଧାୟକ, ଥାନା ଏଏସଆଇ ସମେତ 105ଜଣଙ୍କ ରକ୍ତଦାନ
ଚିକିଟି, ୧୫/୭(ଦୁର୍ଗା ମାଧବ):ଲିଆଖାଇ ସ୍ଥିତ ରଞ୍ଜନ ପ୍ରଧାନ ଙ୍କ ବାସଭବନରେ ଅମିତ ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଚିକିଟି ମନୁସେନା ଏବଂ ସମ୍ବାଦ ଆମ ଓଡିଶା ସହଯୋଗ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମନୁସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶିବିର କୁ ଆରମ୍ଭ କରିଥିଲେ l ଏହି ଶିବିର ରୁ ମୋଟ ୧୦୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ରକ୍ତଦାନ କରିଥିଲେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା,କେ ତୁଳସାୟା ରେଡି, ପି. ଦେବରାଜ, ସନ୍ତୋଷ କୁମାର ରେଡି, ଵି. ଶ୍ରୀନୁ, କୈଳାଶ ଚନ୍ଦ୍ର ପ୍ରଧାନ, ପ୍ରମୁଖ 105 ଜଣ ରକ୍ତଦାତା।ଜଣେ ଭିନ୍ନକ୍ଷମ ମଧ୍ୟ ରକ୍ତ ଦାନ କରିଥିଲେ।ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଏହା ପୂର୍ବରୁ ୬୨ଥର ରକ୍ତ ଦେବା କଥା ପ୍ରକାଶ କରିଥିଲେ। ମନୁସେନା ଓ ସମ୍ବାଦ ଆମ ଓଡ଼ିଶାର ତରଫରୁ ଏଶିବିର କୁ ଚିକିଟି ପ୍ରତିନିଧି ବିଭୂଧେନ୍ଦ୍ର ପାଢ଼ୀ ଆୟୋଜନ କରିଥିଲେ ଓ ସ୍ଥାନୀୟ ଯୁବକ ମାନେ ପରିଚାଳନା କରିଥିଲେ।l ବ୍ରହ୍ମପୁର ରକ୍ତଭଣ୍ଡାର ରୁ ଡାକ୍ତର ଟୁନୁ ଭତ୍ରିଆ, ଗୋପାଳ ପଣ୍ଡା, ଦେବରାଜ ଭୋଇ, ବିକ୍ରମ ବିଦିତ, ଗୋପାଳ କୃଷ୍ଣ ସାହୁ, ଡମ୍ବରୁଧର କାର୍କୀ, ଆର. ପ୍ରଧାନ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ l