--:--:--
-- ---
Srishti News

Web News

ଲାଠିକଟା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
Jul 15, 2026•43 views

ଲାଠିକଟା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା : ଲାଠିକଟା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର  ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।      ଆଜି ମୋଟ ୯୭ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ। ୨୭ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୬୬ ଟି ସାମୁହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୫ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା।ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଥିିକ ସହାୟତା ପାଇଁ ୪ ଜଣ ବ୍ୟକ୍ତି ଆବେଦନ କରିଥିଲେ l  ସେମାନଙ୍କୁ ୩୭,୫୦୦ ତାଙ୍କର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା।        ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ଡିଏଫଓ ରବି ମୀ ନା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ, ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ଗୋଷ୍ଠି ଉନ୍ନୟନ ଅଧିକାରୀ ମାନସ ସାହୁ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଯେ ଆସନ୍ତା ସୋମବାର ୨୦ ଜୁଲାଇରେ ବଡ଼ଗାଁ ବ୍ଲକ ରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।

Rourkela (ରାଉରକେଲା) • ରିପୋର୍ଟ : ସୁବାଷ ଗୁପ୍ତା

ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସମାଜକୁ ସଚେତନ କରିଥାଏ.....  ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ
Jul 15, 2026•49 views

ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସମାଜକୁ ସଚେତନ କରିଥାଏ..... ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା: ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନକୂଲ୍ୟରେ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ ଏବଂ ବିଜ୍ଞାନ ଭିତ୍ତିକ କବିତା ପାଠ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ଅନଙ୍ଗ କୁମାର ପ୍ରହରାଜ ଏବଂ ବିଶିଷ୍ଟ ବିଜ୍ଞାନ ଗବେଷିକା, ଲୋକପ୍ରିୟ ବିଜ୍ଞାନ ଲେଖିକା ତଥା ବୈଜ୍ଞାନିକ ନୀଳାଚଳ ଫାଉଣ୍ଡେସନର ଟ୍ରଷ୍ଟି ଡ଼ ସରୋଜିନୀ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ' ଡିଜିଟାଲ ଯୁଗରେ ପ୍ରଭାବଶାଳୀ ବିଜ୍ଞାନ ସାହିତ୍ୟର ଆବଶ୍ୟକତା ' ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସଂପାଦକ ମନୋଜ କୁମାର ନନ୍ଦ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର୍ ଡ଼ ଗୋକୁଳାନନ୍ଦ ମହାପାତ୍ରଙ୍କ ସ୍ମୃତିରେ ସମର୍ପିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଲୋକପ୍ରିୟ ବିଜ୍ଞାନ ସାହିତ୍ୟ, ସମାଜକୁ ସଚେତନ କରିଥାଏ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଇତ୍ୟବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଡ଼ କୃତ୍ତିବାସ ନାୟକଙ୍କ ଵିଜ୍ଞାନ ଭିତ୍ତିକ ଗଳ୍ପ ପୁସ୍ତକ ' ମୁଁ ଵୈଜ୍ଞାନିକ ହେବି ' ଲୋକାର୍ପିତ କରାଯାଇଥିଲା। ଡ ସରୋଜିନୀ ସାହୁ, ରଶ୍ମିବାଳା ରାଉତରାୟ, ମଞ୍ଜୁଳା କୁମାରୀ ରଥ, ସୁସ୍ମିତା ମହାପାତ୍ର, ତ୍ରିଲୋଚନ ମଥାନ, ବ୍ରଜ ବିହାରୀ ଦାଶ, ଏବଂ ଚିତ୍ତ ରଞ୍ଜନ ବ୍ରହ୍ମାଙ୍କୁ ଲୋକପ୍ରିୟ ବିଜ୍ଞାନ ଲେଖକ ଭାବରେ ସମ୍ଵର୍ଦ୍ଧିତ କରାଯାଇଥିଲା। ଠିକ ସେହିପରି ହାଇଟେକ୍ ମେଡିକାଲ୍ କଲେଜର ପ୍ରଫେସର ଡାକ୍ତର ଗୀତାଞ୍ଜଳୀ ପତ୍ରୀ, ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପିକା ମଞ୍ଜୁଳା କୁମାରୀ ପାତ୍ର, ପୁଷ୍ପାରାଣୀ ପଟେଲ, ସୁକାନ୍ତି ନାୟକ,ୟଚିନ୍ଦ୍ର ଜେନା, ସ୍ମିତା ମହନ୍ତ, ନିରନ୍ତର ହରୋ, ବିପିନ୍ ସାମନ୍ତ ସିଂହାର, ଅପର୍ଣ୍ଣା ପଣ୍ତାଙ୍କୁ ବିଶିଷ୍ଟ ବିଜ୍ଞାନ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା। ନିଜ ବିଦ୍ୟାଳୟ ମାନଙ୍କରେ ବିଜ୍ଞାନ ବିଷୟରେ ସର୍ବାଧିକ ନମ୍ବର୍ ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେକ୍ଟର ୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଶୁଭଶ୍ରୀ ଶୁଭଜ୍ୟୋତି ପ୍ରଧାନ, ଆଶିଷ ନାଏକ, ଆଶୁତୋଷ ବେହେରା, ସେକ୍ଟର ୭ ଚିନ୍ମୟ ବିଦ୍ୟାଳୟରୁ ଜ୍ୟୋତି ଜୟଶ୍ରୀ ସାମଲ, ନିଖିଲ ମହାନ୍ତି, ଲୋହିତାକ୍ଷ ସାହୁ, ସେକ୍ଟର ୧୬ ସରକାରୀ ଉଚ୍ଚ ବିଦ୍ୟାଳୟରୁ ମନିସ ସାହୁ ,ଜଗଦୀଶ ଜେନା, ଅସ୍ମିତା ମଲ୍ଲ, ସେକ୍ଟର ୧୮ ଦୀପିକା ଶିକ୍ଷା ସଦନରୁ ବର୍ଷା କୁମାରୀ, ତେଜସ୍ଵିନୀ ନାୟକ ଏବଂ ନିଶା ଚୌଧୁରୀଙ୍କୁ ଏହି କ୍ରମରେ ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ ସ୍ୱରଚିତ କବିତା ପାଠ ଅଧିବେଶନରେ ଡାକ୍ତର ଗୀତାଞ୍ଜଳୀ ପତ୍ରୀ ସଭାପତିତ୍ୱ କରିଥିବାବେଳେ ମଞ୍ଜୁଳା କୁମାରୀ ରଥ ମୁଖ୍ୟଅତିଥି ଭାବେ ମଞ୍ଚାସୀନ ଥିଲେ। ଡଲିରାଣୀ ବ୍ରହ୍ମା ଓ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନା କରିଥିବା ଏହି କାର୍ଯ୍ୟକ୍ରମରେ ବହୁ କବି କବୟିତ୍ରୀ ବିଜ୍ଞାନ କବିତା ପାଠ କରିଥିଲେ। ଶେଷରେ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଶତାଧିକ ବୁଦ୍ଧିଜୀବୀ,କବି, ଲେଖକ, ଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଯୋଗଦାନ କରିଥିଲେ।

Rourkela (ରାଉରକେଲା) • ରିପୋର୍ଟ : ସୁବାଷ ଗୁପ୍ତା

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ
Jul 15, 2026•36 views

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି। ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି,କବି ଗୈ।ତମ ଦାସ ସମ୍ମାନିତ ଅତିଥି ଓ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ କର୍ମବୀର ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଆବାହକ ଓ ସମସ୍ତ ଅତିଥି କର୍ମବୀର ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଓଡିଆ ନବଜାଗରଣ ର ଅନ୍ୟତମ ପ୍ରମୁଖ ପୁରୋଧା ଗୌରୀଶଙ୍କରଙ୍କ ଓଡ଼ିଆ ଭାଷା ସୁରକ୍ଷା ଓ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅତୁଳନୀୟ ଅବଦାନ ଥିଲା। ସେ ଥିଲେ ଓଡ଼ିଆ ସାମ୍ବାଦିକତା ର ଜନକ ତଥା ଉତ୍କଳ ଦୀପିକାର ପ୍ରତିଷ୍ଠାତା ସମ୍ପାଦକ। ସେ ଥିଲେ ଓଡ଼ିଶାର ଆଲୋକ ବର୍ତ୍ତିକା । ଏହି ଅବସରରେ ଛାତ୍ରୀ ମମତାଶା ଆଫ୍ରିନ ଓ ଲଳିତା କୁମ୍ଭାର କର୍ମବୀର ଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ପଣ୍ଡିତ ପଦ୍ମଲୋଚନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ସ୍ମିତାରାଣୀ ନାୟକ, ଉପେନ୍ଦ୍ରନାଥ ଷଡ଼ଙ୍ଗୀ, କ୍ଷୀରୋଦ ସେଠୀ ଓ ଛାତ୍ରୀ ବିନିତା ସିଂ ପ୍ରମୁଖ ସହଯୋଗ କରିଥିଲେ।

Rourkela (ରାଉରକେଲା) • ରିପୋର୍ଟ : ସୁବାଷ ଗୁପ୍ତା

ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
Jul 15, 2026•44 views

ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା: ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ ଖସଡା ପ୍ରସ୍ତୁତି କୋଏଲ ନଗର ସ୍ଥିତ ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ୱ ତଥା ସହ ସାଧାରଣ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ରାମଚନ୍ଦ୍ର ନାୟକ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ଉପଦେଷ୍ଟା ଚିତ୍ତରଞ୍ଜନ ଦାସ ପ୍ରମୁଖ ସ୍ବତନ୍ତ୍ର ଅତିଥି ଓ ବିଶିଷ୍ଟ ଶ୍ରମିକନେତା ତଥା ଉପଦେଷ୍ଟା ପ୍ରଶାନ୍ତ ବେହେରା ମୁଖ୍ୟବକ୍ତା ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଉପାଦେୟ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସାମୁହିକ ପ୍ରଚେଷ୍ଟାରେ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତ ରଖିଥିଲେ। ଆଲୋଚନା ଗୁଡ଼ିକ ମଧ୍ୟରେ ଭୂମିହୀନ ୨୬ ହଜାର ଏକର ଇସ୍ପାତ କାରଖାନା ପାଇଁ ଜମି ଦାନ କରିଥିବା ସ୍ଥାନୀୟ ଜନସାଧାରଣଙ୍କ ସ୍ଥାୟୀ ସମାଧାନ,ଇସ୍ପାତ କାରଖାନା ର ସମ୍ପ୍ରସାରଣ କାର୍ଯ୍ୟକ୍ରମ କୁ ଶିଘ୍ର ରୁ ଶିଘ୍ର ସମ୍ପନ୍ନ କରିବା, ବିମାନ ବନ୍ଦରର ସମ୍ପ୍ରସାରଣ ଓ କେନ୍ଦ୍ର ବେସାମରିକ ବିଭାଗ କୁ ହସ୍ତାନ୍ତର କରିବା,ତାଳଚେର ବିମଳାଗଡ ରେଳପଥ ଯାହା ଦୀର୍ଘ ୬୦ ବର୍ଷ ତଳର ଦାବି କୁ ପୂର୍ଣ୍ଣାଙ୍ଗ କରିବା , ରାଉରକେଲା, ଯାଜପୁର ଓ କେନ୍ଦୁଝର କୁ ନେଇ ରେଳ ଡିଭିଜନ ପ୍ରତିଷ୍ଠା, ଯେହେତୁ ସୁନ୍ଦରଗଡ ଜିଲ୍ଲା ଆଦିବାସୀ ବହୁଳ ତେଣୁ ସୁନ୍ଦରଗଡ ଠାରେ ଆଦିବାସୀ ଆବାସିକ ମହାବିଦ୍ୟାଳୟ ପ୍ରତିଷ୍ଠା,ବିରମିତ୍ରପୁର ଠାରେ କୃଷି ମହାବିଦ୍ୟାଳୟ, ରାଉରକେଲା ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକ ବିଶ୍ବବିଦ୍ୟାଳୟ କରାଯିବା, ରାଉରକେଲା ସରକାରୀ ଡାକ୍ତରଖାନାକୁ ମେଡିକାଲ କଲେଜ କରିବା, ସମ୍ବଲପୁର, ରାଉରକେଲା ଓ କେନ୍ଦୁଝର ଜିଲ୍ଲାର ଶ୍ରମିକ ବହୁଳ ଅଞ୍ଚଳ ହୋଇଥିବାରୁ ରାଉରକେଲା ଠାରେ ଏକ ଇଏସଆଇସି ହସ୍ପିଟାଲ କରିବା,କେନ୍ଦୁଝର, ସାନଘାଗରା, ବଡଘାଘରା,ବଣେଇ, ଖଣ୍ଡାଧାର, ରାଉରକେଲା ବେଦବ୍ୟାସ ଠାରୁ ବଲାଙ୍ଗୀର ହରିଶଙ୍କର ପର୍ଯ୍ୟନ୍ତ ଏକ ପର୍ଯ୍ୟଟନ କରିଡର କରିବା, ରାଉରକେଲା, ରାଜଗାଙ୍ଗପୁର, ବିରମିତ୍ରପୁର ଏବଂ ରଘୁନାଥପାଲୀ ସହରକୁ ମିଶାଇ ବୃହତ୍ତ ରାଉରକେଲା, ସବୁଜ ରାଉରକେଲା ଖସଡା ପ୍ରସ୍ତୁତ କରି ମେଟ୍ରୋପଲିଟାନ ସିଟି କରିବା ଓ ଓଡ଼ିଆ ଭାଷା ସାହିତ୍ୟର ସଂସ୍କୃତି ର ପ୍ରତୀକ ଆଦର୍ଶ ପାଠାଗାର ସମ୍ପର୍କରେ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଅନ୍ୟ ବକ୍ତାଙ୍କ ମଧ୍ୟରେ ସର୍ବଶ୍ରୀ ରାଧାକାନ୍ତ ମିଶ୍ର,ଭରତ ବାଇ, ଅରବିନ୍ଦ ଦାସ, ଶଶଧର ପାତ୍ର, ନିରଞ୍ଜନ ଦାସ, ବିରେନ୍ ସେନାପତି, ଦିଗମ୍ବର ମହାନ୍ତି, ବିଚିତ୍ରାନନ୍ଦ ସାହୁ,ସଚଳା ପଣ୍ଡା ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅତିଥି ଓ ବକ୍ତାମାନେ ଏହି ସବୁ କାର୍ଯ୍ୟକ୍ରମରେ ଜିଲ୍ଲାର ସାଂସଦ, ରାଜ୍ୟସଭା ସାଂସଦ ଓ ଲୋକପ୍ରତିନିଧି ମାନେ ଉପଯୁକ୍ତ ଫୋରମ୍ ରେ ଦାବି ଉପସ୍ଥାପନ କରିବା ପାଇଁ ମତ ରଖିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସର୍ବଶ୍ରୀ ନିହାର ରାୟ, ସସ୍ମିତା ପ୍ରଧାନ, ବିଜୟ ବରାଳ, ରାଜୀବ ପାଣି, ଚକ୍ରାନ୍ତ ଜେନା, ଅକ୍ଷୟ ଦାସ, ଭଗବାନ ମହାପାତ୍ର, ଭଗବାନ ରାଉତ, ରଞ୍ଜିତ ଛୋଟରାୟ, ଗଙ୍ଗାଧର ଦାଶ, ବିଷ୍ଣୁଚରଣ ସାମଲ, ରାଜକିଶୋର ମିଶ୍ର,ଡ ଶକ୍ତି ପ୍ରସାଦ ସାମନ୍ତରାୟ, ନଳିନୀକାନ୍ତ ଧର, ସଞ୍ଜୀବ ମହାନ୍ତି, ସୁବ୍ରତ ମଲ୍ଲିକ, ବିକ୍ରମ ଆଚାର୍ଯ୍ୟ,ଜଗନ୍ନାଥ ରାଉତ, ଚନ୍ଦ୍ରଶେଖର ଶତପଥୀ, ସୁକାନ୍ତ ଖୁଣ୍ଟିଆ,ପ୍ରଦୀପ୍ତ ରାୟ, ଭୁବନାନନ୍ଦ ବେହେରା,ନିତ୍ୟାନନ୍ଦ ବିଶ୍ବାଳ, ଫକୀରମୋହନ ପାଣି, ହୃଷିକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମୁଖପାତ୍ର ଜଟାଧାରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • ରିପୋର୍ଟ : ସୁବାସ ଗୁପ୍ତା

ପରିତ୍ୟକ୍ତ ଦିୱାନ ବନ୍ଧ କେବେ ପରିଷ୍କାର ହେବ ?
Jul 15, 2026•105 views

ପରିତ୍ୟକ୍ତ ଦିୱାନ ବନ୍ଧ କେବେ ପରିଷ୍କାର ହେବ ?

ଗଞ୍ଜାମ: ଖଲ୍ଲିକୋଟ ଖଲ୍ଲିକୋଟ ଗଡ଼ର ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ହେଉଛନ୍ତି ସେତୁ ରାଜା। ପ୍ରଜାନୁରଞ୍ଜନ ପ୍ରଜାଵତ୍ସଳ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଖଲ୍ଲିକୋଟ ସହର ର ଚତୁଃପାର୍ଶ୍ଵରେ ପୁଷ୍କରିଣୀ ଖୋଳାଇଥିବା ଏକଥା କାଟି ହୋଇପାରିବ ନାହିଁ, ନିରାଟ ସତ୍ୟ । ପୁଷ୍କରିଣୀ ଗୁଡିକ ମଧ୍ୟରେ ଅଛି , ନେଳିଆ ବନ୍ଧ, ପାଵଚ୍ଛଵନ୍ଧ, ବଳିୟାର ସିଂ ବନ୍ଧ, ଲାଞ୍ଜିଵନ୍ଧ, ପରିଚ୍ଛାଵନ୍ଧ ନୂଆଁ ଘାଇ , ମର୍ଦ୍ଦରାଜ ସାଗର ଏହିପରି ଅନେକ ଛୋଟ ବଡ ପୁଷ୍କରିଣୀ ଦେଖିବାକୁ ମିଳେ। ସରକାର ଙ୍କ ଉଚ୍ଚକୋଟୀର ଚିନ୍ତା ଧାରା କୁ ସାକାର କରିବା ଆଳରେ ମୁକ୍ତା ଯୋଜନା କୁ ଆଧାର କରି ଜଳ ହିଁ ଜୀବନ କୁ ଆକ୍ଷିଠାରରେ ରଖି ଲକ୍ଷ ଲକ୍ଷ ଟଙ୍କାରେ କାମ ଦେଖାଇ ବିଲ୍ ଭାଉଚର ପାସ୍ କରି,ଏ ଶାସକ ପ୍ରଶାସକ ମାନେ ଶୋଷଣ କରୁଛନ୍ତି ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏବେ ଦେଖିବାକୁ ମିଳିଛି ମନମୁଖୀ ଶାସନରେ ନିମଗ୍ନ ଆମର ଖଲ୍ଲିକୋଟ ଏନ୍ ଏ ସି, ନଜର ପଡୁନାହିଁ ଖଲ୍ଲିକୋଟ ର ଉନ୍ନତି ମୂଳକ କାର୍ଯ୍ୟ କ୍ରମ ଉପରେ , ଚାଲିଛି ଶୀତଳ ଯୁଦ୍ଧ ଆଉ ବଳିପଡୁଛନ୍ତି ସାଧାରଣ ଜନତା। ଆଜିର ଏ ମୁଖ୍ୟ ବିଷୟ ପାଲଟିଛି ଦିୱାନ ବନ୍ଧ । ଦିୱାନ ବନ୍ଧର ପରିବେଶ ପ୍ରଦୂଷଣ ନେଇ ବାରମ୍ବାର ନିୟୁଜ୍ ମାଧ୍ୟମରେ ସରକାରଙ୍କୁ ତଥା କାର୍ଯ୍ୟ ରତ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦିପ ଖାଡଙ୍ଗା ଓ ବିନ୍ଧାଣି ବୋଲାଉଥିବା ଅଧ୍ୟକ୍ଷ ଶ୍ରୀ ନୀରଞ୍ଜନ ବେହେରାଙ୍କୁ ଅବଗତ କରାଇଥିଲେ ମଧ୍ୟ ଉକ୍ତ ବିଷୟକୁ କର୍ଣ୍ଣପାତ କରୁନଥିବା ଜଣାଯାଏ। ଯେହେତୁ ଦିୱାନ ବନ୍ଧ ଉପରେ ୭/୮ ସାହିର ବାସିନ୍ଦା ମାନେ ନୀର୍ଭର କରିଥାନ୍ତି , ପୁଣି ମଲାମୁତ୍ରିକା କାର୍ଯ୍ୟ ପାଇଁ ଏ ହେଉଛି ଏକମାତ୍ର ଭରସା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସରକାର ଙ୍କୁ ଜନସାଧାରଣ ଙ୍କ ନିବେଦନ ଯେ ସରକାର ଏହାର ସର୍ବାଙ୍ଗ ଉନ୍ନତି କ୍ଷେତ୍ରରେ ସହାୟ ହେଲେ ଖଲିକୋଟ ବାସିନ୍ଦା ମାନେ ବିଶେଷ ଉପକୃତ ହେବେ।

Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧି

ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ କଲେ ଶହସ୍ରାଧିକ ଶ୍ରଦ୍ଧାଳୁ
Jul 15, 2026•35 views

ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ କଲେ ଶହସ୍ରାଧିକ ଶ୍ରଦ୍ଧାଳୁ

ହାତୀବାରୀ-ଦେବସ୍ନାନ ପୂର୍ଣ୍ଣିମା ପରେ ଅନବସର ଘରେ ବିରାଜମାନ ଚତୁର୍ଥା ମୁରତି ଅନବସର ନୀତି କାନ୍ତି ପରେ ମଙ୍ଗଳ ବାର ନବଯୌବନ ବେଶରେ ଭକ୍ତ ମାନଙ୍କୁ ପ୍ରଥମ ଦର୍ଶନ ଦେବା ଶ୍ରୀ ଜଗନ୍ନାଥ ସଂସ୍କୃତି ର ଏହି ପବିତ୍ର ନୀତିକୁ ନବଯୌବନ ଦର୍ଶନ ବୋଲି କୁହାଯାଇଥାଏ, ରଥ ଯାତ୍ରା ପୂର୍ବରୁ ଆୟୋଜିତ ଦୃଲଭ ଦର୍ଶନ ପାଇଁ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା, ଅନବସର ଶେଷରେ ଶ୍ରୀଅଙ୍ଗରେ ନୂତନ ରଙ୍ଗ ଓ ଶୃଙ୍ଗାର ଲାଗିବ ପରେ ମହାପ୍ରଭୁ ନବଯୌବନ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି, ଆଜି ସୀମାନ୍ତ ନୂଆଗାଁ ବ୍ଲକର ହାତୀ ବାଡି ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବ ଯୌବନ ଭେଷ ଦେଖିବା ପାଇଁ ପ୍ରବଳ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା, ଏହି ନବଯୌବନ ଦର୍ଶନ ବିଶେଷ ମହତ୍ୱ ରହିଛି, ଏହି ଦିନ ମହାପ୍ରଭୁ ଙ୍କ ଦର୍ଶନ କଲେ ବିଶେଷ ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ବୋଲି ସାଧାରଣରେ ପ୍ରକାଶ କରିଛନ୍ତି, ଏହି ଅବସରରେ ହାତୀବାରି ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳିଥିଲା,ପୂଜକ ଭାବେ ବିରେନ୍ଦ୍ର କୁମାର ପଣ୍ଡା ପୂଜାର୍ଚ୍ଚନା କରିବା ସହ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l

Sundargarh (ସୁନ୍ଦରଗଡ଼) • ରିପୋର୍ଟ : ଗଣପତି ଦାସ, ହାତିବାରୀ

ଲଗାଣ ବର୍ଷାକୁ ଖାତିର ନକରି ‘ଅର୍ଫାନ୍ ରେଜିଷ୍ଟ୍ରେସନ୍’ ଜାରି, ଅନାଥ ଶିଶୁଙ୍କ ପାଇଁ ଆର୍ଥିକ ସହାୟତା ଆଶାରେ ଅଭିଭାବକଙ୍କ ଭିଡ଼
Jul 15, 2026•70 views

ଲଗାଣ ବର୍ଷାକୁ ଖାତିର ନକରି ‘ଅର୍ଫାନ୍ ରେଜିଷ୍ଟ୍ରେସନ୍’ ଜାରି, ଅନାଥ ଶିଶୁଙ୍କ ପାଇଁ ଆର୍ଥିକ ସହାୟତା ଆଶାରେ ଅଭିଭାବକଙ୍କ ଭିଡ଼

ବିଂଝାରପୁର (ଯାଜପୁର): ଲଗାଣ ବର୍ଷା ସତ୍ତ୍ୱେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପରିସରରେ ଅନାଥ ଶିଶୁମାନଙ୍କ ପାଇଁ ‘ଅର୍ଫାନ୍ ରେଜିଷ୍ଟ୍ରେସନ୍’ କାର୍ଯ୍ୟକ୍ରମ ଜାରି ରହିଛି। ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବିଂଝାରପୁର ସିଡିପିଓ ଓ ଅଙ୍ଗନୱାଡ଼ି କର୍ମୀମାନେ ମିଶି ପଞ୍ଜିକରଣ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ପଞ୍ଜିକରଣ ମାଧ୍ୟମରେ ଅନାଥ ଶିଶୁମାନେ ସରକାରୀ ଆର୍ଥିକ ସହାୟତା ପାଇବାର ସୁଯୋଗ ପାଇବେ ବୋଲି ଅଭିଭାବକମାନଙ୍କ ମଧ୍ୟରେ ଆଶା ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ତେବେ ଲଗାଣ ବର୍ଷା ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ମା' ଓ ଅଭିଭାବକମାନେ ବର୍ଷାରେ ଭିଜିଭିଜି ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ପଞ୍ଜିକରଣ ସମ୍ପନ୍ନ କରିଥିଲେ। ପଞ୍ଜିକରଣ ପରେ ସେମାନେ ବିକଳ ଅବସ୍ଥାରେ ନିଜ ଘରକୁ ଫେରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଶିଶୁମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଅଭିଭାବକମାନଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି।

Jajpur (ଯାଜପୁର) • ରିପୋର୍ଟ: ଉଦୟନାଥ ଜେନାଙ୍କ ସହ ରାଜୁ ଜେନା, ବିଂଝାରପୁର

ନିଯୁକ୍ତି ଦାବିରେ ଟ୍ରେନ୍ ଅଟକାଇଲେ ଜମିହରା ପରିବାର
Jul 15, 2026•53 views

ନିଯୁକ୍ତି ଦାବିରେ ଟ୍ରେନ୍ ଅଟକାଇଲେ ଜମିହରା ପରିବାର

ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ରେମୁଆଁ ଗ୍ରାମର ଏକ ଜମିହରା ପରିବାର ନିଯୁକ୍ତି ଦାବିରେ ସକାଳ ପ୍ରାୟ ୧୦ଟା ସମୟରେ ଲିଙ୍ଗରାଜ ଖଣିରୁ ବାଇପାସ୍ ମଧ୍ୟରେ ଥିବା ରେଳ ଲାଇନରେ ଧାରଣା ଦେଇ ଟ୍ରେନ୍ ଚଳାଚଳକୁ ବାଧା ଦେଇଥିଲେ। ଧାରଣାରତ ପରିବାରର ଅଭିଯୋଗ ଅନୁଯାୟୀ, ଏନ୍‌ଟିପିସି (NTPC) ରେଳ ପରିବହନ ପ୍ରକଳ୍ପ ପାଇଁ ସେମାନଙ୍କ ଜମି ଅଧିଗ୍ରହଣ କରିଥିଲେ। ମାତ୍ର ଜମି ହରାଇବା ପରେ ମଧ୍ୟ ପରିବାରର କୌଣସି ସଦସ୍ୟଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇନାହିଁ। ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ବାଧ୍ୟ ହୋଇ ସେମାନେ ରେଳ ଧାରଣାକୁ ଓହ୍ଲାଇଥିବା କହିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ସେଣ୍ଟ୍ରାଲ ୱାର୍କସପ୍‌ରେ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା
Jul 15, 2026•41 views

ସେଣ୍ଟ୍ରାଲ ୱାର୍କସପ୍‌ରେ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ତାଳଚେର: ତାଳଚେର ସେଣ୍ଟ୍ରାଲ ୱାର୍କସପ୍‌ସ୍ଥିତ ଏମ୍‌ସିଏଲ୍‌ ଇଲେକ୍ଟ୍ରିକାଲ୍ ସବ୍-ଷ୍ଟେସନ୍‌ରେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟରତ ଥିବା କିଛି କର୍ମଚାରୀଙ୍କୁ ନୂତନ ଟେଣ୍ଡର ପ୍ରକ୍ରିୟା ପରେ ନିଯୁକ୍ତ ହୋଇଥିବା ଠିକାଦାର କୌଣସି କାରଣ ଦର୍ଶାଇବା ବିନା କାମରୁ ବାଦ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ପୀଡ଼ିତ କର୍ମଚାରୀମାନେ ଏମ୍‌ସିଏଲ୍‌ର ଜେନେରାଲ୍ ମ୍ୟାନେଜରଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବାରୁ ବାଧ୍ୟ ହୋଇ ସେମାନେ ଆଜି ସେଣ୍ଟ୍ରାଲ ୱାର୍କସପ୍‌ ପରିସରରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି। କର୍ମଚାରୀମାନଙ୍କ ଦାବି ହେଉଛି, ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିବା ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯାଉ। ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ କର୍ମଚାରୀମାନେ ସତର୍କ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଆନ୍ଧ୍ରପ୍ରଦେଶରେ କୋଭିଡ୍ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ, ସଜାଗ ହେଲା ସ୍ୱାସ୍ଥ୍ୟ ବିଭାଗ
Jul 15, 2026•100 views

ଆନ୍ଧ୍ରପ୍ରଦେଶରେ କୋଭିଡ୍ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ, ସଜାଗ ହେଲା ସ୍ୱାସ୍ଥ୍ୟ ବିଭାଗ

ବ୍ରହ୍ମପୁର : ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କରୋନା ତଥା କୋଭିଡ-୧୯ ସଂକ୍ରମଣ ପୁଣି ଥରେ କାୟା ମେଲାଇବା ଆରମ୍ଭ କରିଛି। ଆନ୍ଧ୍ରରେ ସଂକ୍ରମଣ ବଢ଼ିବା ସହ କିଛି ଚିନ୍ତାଜନକ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଦୁଇ ରାଜ୍ୟ ମଧ୍ୟରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସୀମାନ୍ତ ଜିଲ୍ଲା ଗଞ୍ଜାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସଂକ୍ରମଣକୁ ପ୍ରାରମ୍ଭିକ ସ୍ତରରୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଜିଲ୍ଲାର ସମସ୍ତ ସରକାରୀ ହସ୍ପିଟାଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ 'ହାଇ ଆଲର୍ଟ'ରେ ରହିବାକୁ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି। ​ଜିଲ୍ଲାରେ କୋଭିଡ୍ ପରୀକ୍ଷା (Testing) ଉପରେ ଏବେ ସବୁଠାରୁ ଅଧିକ ଜୋର୍ ଦିଆଯାଇଛି। ନୂତନ ଗାଇଡଲାଇନ୍ ଅନୁଯାୟୀ, ଡାକ୍ତରଖାନାକୁ ଆସୁଥିବା ସମସ୍ତ ଗୁରୁତର ଶ୍ୱାସକ୍ରିୟା ଜନିତ ସମସ୍ୟା (SARI) ଥିବା ରୋଗୀଙ୍କ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ସାଧାରଣ ଥଣ୍ଡା, ଜ୍ୱର ଓ କାଶ (ILI) ଲକ୍ଷଣ ଥିବା ଅତିକମରେ ଶତକଡ଼ା ୫ ଭାଗ ରୋଗୀଙ୍କର ନିୟମିତ ବ୍ୟବଧାନରେ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡ, ଅକ୍ସିଜେନ ସପୋର୍ଟ ବେଡ୍ ଏବଂ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି।ପାରାସିଟାମଲ୍, ଓଆରଏସ, ଜିଙ୍କ୍, ଭିଟାମିନ ଏବଂ ଆବଶ୍ୟକୀୟ ଆଣ୍ଟିବାୟୋଟିକ ଭଳି ଜରୁରୀ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ​ତୃଣମୂଳ ସ୍ତରରେ ନଜର: ଗ୍ରାମାଞ୍ଚଳରେ କୌଣସି ସ୍ଥାନରେ ଜ୍ୱର କିମ୍ବା ଥଣ୍ଡାର କ୍ଲଷ୍ଟର (ଏକାଧିକ ସଂକ୍ରମିତ) ଦେଖାଗଲେ, ତୁରନ୍ତ ରିପୋର୍ଟ କରିବାକୁ ଆଶା ଏବଂ ଏଏନଏମ (ANM) କର୍ମୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ​ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି କୋଭିଡ୍ ପଜିଟିଭ୍ କେସ୍ ଚିହ୍ନଟ ହୋଇନାହିଁ, ତେଣୁ ଜନସାଧାରଣ ଆତଙ୍କିତ ନହୋଇ ସତର୍କ ରହିବା ଆବଶ୍ୟକ। ଆଗକୁ ପାର୍ବଣ ଓ ଜନସମାଗମ ଥିବାରୁ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା, ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରାଇନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରତିଦିନ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ଜନସ୍ୱାସ୍ଥ୍ୟ ୟୁନିଟ୍‌କୁ ରିପୋର୍ଟ ପ୍ରଦାନ କରିବେ।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ବ୍ରହ୍ମବରଦା ଅଙ୍ଗନବାଡ଼ି କେନ୍ଦ୍ର ନଂ - 11 ରେ ତାଲା
Jul 15, 2026•60 views

ବ୍ରହ୍ମବରଦା ଅଙ୍ଗନବାଡ଼ି କେନ୍ଦ୍ର ନଂ - 11 ରେ ତାଲା

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଅଙ୍ଗନବାଡ଼ି କେନ୍ଦ୍ର ନଂ- 11 ରେ ତାଲା ଝୁଲୁଛି ଥିବାର ଦେଖା ଯାଇଥିଲା।କେନ୍ଦ୍ର ଟି ବସ୍ତିର ଆଢ଼ୁଆଳରେ ଥିବାରୁ ତାହାର ସୁଯୋଗରେ ଅଙ୍ଗନବାଡି କର୍ମୀ ଓ ସହାଯ୍ୟକାରୀ ଫାଇଦା ମାରି ଚାଲିଛନ୍ତି।ଯାହାକି ବ୍ଲକ ର ସୁପର ଭାଉଜଙ୍କ ହାତରେ ଏଭଳି ଚାଲିଛି।ଘରେ ବସି ଏମାନେ ମାସକୁ ମାସ ରିପୋର୍ଟ ଠିକ୍ ଦେଉଛନ୍ତି ହେଲେ ନିଛକ ସତ କହିବାକୁ ଗଲେ ସିଡିପିଓ ଓ ସୁପରଭାଜରଙ୍କ ସଲା ସୁତୁରାରେ କେନ୍ଦ୍ର ଟି ଚାଲୁଥିବା ର ଲକ୍ଷ୍ୟ କରାଯାଉଛି। ଆମେ ସିଡିପିଓ ଏବଂ ସୁପରଭାଇଜର ସହ କଥା ହେଲା ପରେ ବି କଥାକୁ ହେ ଜ୍ଞାନ ମନେ କରିଥିଲେ। କେନ୍ଦ୍ର ଟି କେତେବେଳେ ଚାଲୁଛି ତ କେତେବେଳେ ବନ୍ଦ ରହୁଛି ତାହାର ଠିକ୍ ଠିକଣା ନାହଁ। ସରକାର ଙ୍କ ତରଫରୁ ଅଙ୍କନ ବାଡି କେନ୍ଦ୍ରକୁ ଆସୁଥିବା ସୁଜୀ,ଛତୁଆ ,ସୋଲା,ଖଜୁରୀ ବାଦାମ ଲଡୁ, ସୋୟାବିନ, ଅଣ୍ଡା ,ଭଳି ପୃଷ୍ଠିକର ଖାଦ୍ୟ ଯାଉଛି କୁଆଡେ ଏହା ଉପୋଭୋକ୍ତା ଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।ଦେଖାଯାଉ ଆଗାମୀ ଦିନରେ ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ଦାବି କରାଯାଉଛି।ସିଡିପିଓ କହିବା କଥା ଆପଣ ଯାହା କରିବା କଥା କରନ୍ତୁ।

Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ମେରା ଯୁବ ଭାରତ କଳାହାଣ୍ଡିର ଜିଲ୍ଲା ପରାମର୍ଶଦାତା କମିଟି ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ
Jul 15, 2026•41 views

ମେରା ଯୁବ ଭାରତ କଳାହାଣ୍ଡିର ଜିଲ୍ଲା ପରାମର୍ଶଦାତା କମିଟି ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୧୪ ଜୁଲାଇ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (MY Bharat)ର ଜିଲ୍ଲା ପରାମର୍ଶଦାତା କମିଟି (District Advisory Committee)ର ପ୍ରଥମ ବୈଠକ ଏବଂ ଜିଲ୍ଲା ସମନ୍ୱୟ କମିଟି (District Coordination Committee)ର ବୈଠକ ଭବାନୀପାଟଣା ସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ଯୁବ ସଶକ୍ତିକରଣ, ସ୍ୱେଚ୍ଛାସେବା, ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଏବଂ MY Bharat କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଉପରେ ଆଲୋଚନା କରାଯାଇଥିଲା। ଏ.ଡି.ଏମ୍ (ଜେନେରାଲ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଲାହାଣ୍ଡି ର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଏଜେଣ୍ଡା ଉପସ୍ଥାପନ କରିଥିଲେ। ସେ ଏପ୍ରିଲରୁ ଜୁନ୍–୨୦୨୬ ପର୍ଯ୍ୟନ୍ତ ଜିଲ୍ଲାରେ ଆୟୋଜିତ MY Bharat କାର୍ଯ୍ୟକ୍ରମର ସମୀକ୍ଷା, ୨୦୨୬–୨୭ ବାର୍ଷିକ କାର୍ଯ୍ୟଯୋଜନା, ବିଭିନ୍ନ ବିଭାଗ ସହ ସମନ୍ୱୟ ଏବଂ ଯୁବମାନଙ୍କ ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ବିବେକାନନ୍ଦ ମହାନନ୍ଦ (ଜିଲ୍ଲା ସଂସ୍କୃତି ଅଧିକାରୀ), ରମେଶ ଚନ୍ଦ୍ର ପାଢ଼ୀ (ଜିଲ୍ଲା କ୍ରୀଡ଼ା ଅଧିକାରୀ), ସାଧୁ ଶରଣ ପ୍ରସାଦ (DEO କାର୍ଯ୍ୟାଳୟ), ଜୟନ୍ତ କୁମାର ଦଣ୍ଡସେନା (NSS Programme Coordinator), ସୁବ୍ରତ କୁମାର ତ୍ରିପାଠୀ (Director, Jana Shikshan Sansthan, Kalahandi) ରୂପସିଂହ ରାଉତ (DPEO), ଶମ୍ଭୁ ବିଶି (Youth Leader, Kalahandi), ଦିନେଶ କୁମାର କନ୍ହର (DSSO-cum-DIPRO), ଡ଼ଃ ନିହାର ପଣ୍ଡା, ଅନ୍ସୁମାନ ବାବୁ (Representative, Child Protection Department), ଦୁତିଆ ବନଛୋର (APS, MY Bharat), ଙ୍କ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ସଂସ୍କୃତି, ଦକ୍ଷତା ବିକାଶ, ସୂଚନା ଓ ପ୍ରସାରଣ ସହ ବିଭିନ୍ନ ବିଭାଗର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ MY Bharat Portal (Mybharat.gov.in)ରେ ଅଧିକରୁ ଅଧିକ ଯୁବକ-ଯୁବତୀଙ୍କ ପଞ୍ଜୀକରଣ, ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ଯୁବ କ୍ଲବ ଓ ସ୍ୱେଚ୍ଛାସେବୀ ସଂଗଠନକୁ ପୋର୍ଟାଲ ସହ ସଂଯୁକ୍ତ କରିବା, ପ୍ରତ୍ୟେକ କଲେଜରେ ନୋଡାଲ ଅଫିସର ଓ କ୍ୟାମ୍ପସ ଆମ୍ବାସାଡର ନିଯୁକ୍ତି, ଯୁବମାନଙ୍କୁ ସରକାରୀ କାର୍ଯ୍ୟକ୍ରମ ଓ ସ୍ୱେଚ୍ଛାସେବା ସହ ଯୋଡ଼ିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ଏହାପରେ ଜିଲ୍ଲା ସମନ୍ୱୟ କମିଟିର ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ଦକ୍ଷତା ବିକାଶ, ସଂସ୍କୃତି ଓ ଅନ୍ୟାନ୍ୟ ବିଭାଗର ସହଯୋଗରେ ବର୍ଷସାରା ଯୁବମୁଖୀ କାର୍ଯ୍ୟକ୍ରମ ଆୟୋଜନ, ଗ୍ରାମ ଓ ସହରାଞ୍ଚଳରେ ଯୁବ କ୍ଲବଗୁଡ଼ିକୁ ସକ୍ରିୟ କରିବା, ସ୍ୱେଚ୍ଛାସେବାକୁ ପ୍ରୋତ୍ସାହନ ଦେବା ଏବଂ ଯୁବମାନଙ୍କ ନେତୃତ୍ୱ ବିକାଶ ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ MY Bharatର ଜିଲ୍ଲାବ୍ୟାପୀ ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସାମାଜିକ ସଚେତନତା କାର୍ଯ୍ୟକ୍ରମ, ନଶାମୁକ୍ତ ଭାରତ ଅଭିଯାନ ଓ ବ୍ୟାପକ ଯୁବ ପଞ୍ଜୀକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ଏବଂ ସଦସ୍ୟମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଥିଲା।

Kalahandi (କଳାହାଣ୍ଡି) • ରିପୋର୍ଟ:ରିତେଶ କୁମାର ମୁଣ୍ଡ, ଭବାନୀପାଟଣା