ଚାଳପୁର ସ୍ଥିତ ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟରପରିଚାଳନା କମିଟି ଗଠିତ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 15, 202635 views

ଖୋର୍ଦ୍ଧା-ନୟାଗଡ଼ ଜିଲ୍ଲାର ଚାନ୍ଦପୁରସ୍ଥିତ ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବିଦ୍ୟାଳୟ ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ବାହାଡା ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅଭିଭାବକ ଓ ଅଭିଭାବିକାଙ୍କ ମଧ୍ୟରୁ ବିଭିନ୍ନ ବର୍ଗର ୧୫ ଜଣ ସଭ୍ୟ ଓ ସଭ୍ୟାଙ୍କୁ ପରିଚାଳନା କମିଟି ପାଇଁ ମନୋନୀତ କରାଯାଇଥିଲା।
ପରବର୍ତ୍ତୀ ମନୋନୟନ ପ୍ରକ୍ରିୟାରେ ରାମକୃଷ୍ଣ ସାମନ୍ତରାୟ ସଭାପତି ଏବଂ ରଶ୍ମିତା ସାହୁ ଉପସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ।ନବନିର୍ବାଚିତ ସଭାପତି ଓ ଉପସଭାପତିଙ୍କୁ ବିଦ୍ୟାଳୟ ପକ୍ଷରୁ ମାନସ ବେହେରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି ପ୍ରସ୍ତାବକୁ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଗୋପାଳକୃଷ୍ଣ ନାୟକ, ସୁଶାନ୍ତ ମଲ୍ଲିକ, ବାସୁଦେବ ସାହୁ, ଦିପ୍ତି ସେନାପତି ଓ ଉପସ୍ଥିତ ସମସ୍ତ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମର୍ଥନ ଜଣାଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ବାହାଡା ସିଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସମ୍ପର୍କିତ ମାର୍ଗଦର୍ଶିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପ୍ତି ଘୋଷଣା କରିଥିଲେ।
