--:--:--
-- ---
Srishti News

Web News

ବର୍ଷା ଯୋଗୁଁ ରାସ୍ତା ନଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ
Jul 9, 2026•121 views

ବର୍ଷା ଯୋଗୁଁ ରାସ୍ତା ନଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ

ନୟାଗଡ ଜିଲ୍ଲା, ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଅନ୍ତର୍ଗତ ନଇତଇଲା ଗ୍ରାମ ର ସ୍କୁଲ ଠାରୁ ଆଦିବାସୀ ସାହି କୁ ସିମେଣ୍ଟ କଂକ୍ରିଟ ରାସ୍ତା ନଥିବାରୁ ଜନସାଧାରଣ ଲୋକେ ଯାତାୟାତ କରିବାରେ ବହୁତ ଅସୁବିଧା ହେଉଛନ୍ତି! ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତ ରେ ଜଣାଇଥିଲେ ମଧ୍ୟ ପଂଚାୟତ କତୃପକ୍ଷ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି! ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଜଣାଇଥିଲେ ମଧ୍ୟ ବ୍ଲକ ପ୍ରଶାସନଙ୍କ କୌଣସି ପଦକ୍ଷେପ କିମ୍ବା ଉତ୍ତର ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ସ୍ଥାନୀୟ ଲୋକେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି.

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଏମ୍‌ସିଏଲ୍‌ର ଅବହେଳା ଅଭିଯୋଗ; ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଣେ ମୃତ୍ୟୁ
Jul 9, 2026•71 views

ଏମ୍‌ସିଏଲ୍‌ର ଅବହେଳା ଅଭିଯୋଗ; ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଣେ ମୃତ୍ୟୁ

ତାଳଚେର: ତାଳଚେର ଅଞ୍ଚଳରେ ଏମ୍‌ସିଏଲ୍‌ର ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜଗନ୍ନାଥ ମାଇନ୍ସ ଇଲେକ୍ଟ୍ରିକ୍ ସବ୍‌-ଷ୍ଟେସନରୁ କ୍ୱାର୍ଟରଗୁଡ଼ିକୁ ଯାଇଥିବା ବିଦ୍ୟୁତ୍ ଲାଇନ୍‌ ଦୀର୍ଘଦିନ ଧରି ବିପଦଜନକ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ମରାମତି କରାଯାଇନଥିଲା। ଏହି ଅବହେଳା ଯୋଗୁଁ ଆଜି ଗୋବରା ଗ୍ରାମର ଗଣେଶ୍ୱର ବାରିକ (୪୨)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସେ ଘରୁ ନିଜ ବ୍ୟବସାୟ କାମରେ ବାହାରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମୃତ ଗଣେଶ୍ୱରଙ୍କ ପରିବାରରେ ପିତା ଶୋମନାଥ ବାରିକ, ପତ୍ନୀ ସୁନିତା ବାରିକ (୩୭), ୯ ବର୍ଷର ବଡ଼ ପୁଅ ଓ ୪ ବର୍ଷର ସାନ ପୁଅ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇ ସମଗ୍ର ପରିବାର ଶୋକାକୁଳ ହୋଇପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ବିପଦଜନକ ବିଦ୍ୟୁତ୍ ଲାଇନ୍‌ର ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ବିଦ୍ୟୁତ ସେବାରେ ଅବହେଳା ଅଭିଯୋଗ; TPCODL କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
Jul 9, 2026•61 views

ବିଦ୍ୟୁତ ସେବାରେ ଅବହେଳା ଅଭିଯୋଗ; TPCODL କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଢା ଗ୍ରାମ ପଞ୍ଚାୟତ ନିକଟରେ ଥିବା TPCODL କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାର୍ଯ୍ୟାଳୟକୁ ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଆସୁଥିବାବେଳେ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏହାସହ ନିକଟସ୍ଥ କୁଷ୍ଠରୋଗୀ କଲୋନୀର ଟ୍ରାନ୍ସଫର୍ମର ପ୍ରାୟ ପାଞ୍ଚ ଦିନ ହେଲା ପୋଡ଼ିଯାଇଥିବାରୁ ସମଗ୍ର ଅଞ୍ଚଳ ବିଦ୍ୟୁତ ବିହୀନ ରହିଛି। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ TPCODLର ଇଞ୍ଜିନିୟର ମନୋଜ ଖିଲାରଙ୍କ ବିରୋଧରେ ଅବହେଳା ଓ ଖାମଖିଆଲି ମନୋଭାବର ଅଭିଯୋଗ ମଧ୍ୟ ଆଣିଛନ୍ତି। ବିକ୍ଷୋଭକାରୀମାନେ ଚେତାବନୀ ଦେଇ କହିଛନ୍ତି ଯେ, ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଅଜବ ବିବାହ ପରମ୍ପରା: ଫଳରେ ତିଆରି ମାଳା ପିନ୍ଧି ଗାଁ ପରିକ୍ରମା କରନ୍ତି ନବଦମ୍ପତି
Jul 9, 2026•58 views

ଅଜବ ବିବାହ ପରମ୍ପରା: ଫଳରେ ତିଆରି ମାଳା ପିନ୍ଧି ଗାଁ ପରିକ୍ରମା କରନ୍ତି ନବଦମ୍ପତି

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସୁଲେଇପାଳ ଆଦିବାସୀ ବସ୍ତିରେ ଏକ ନିଆରା ବିବାହ ପରମ୍ପରା ଦେଖିବାକୁ ମିଳିଛି। ଏହି ବସ୍ତିରେ ବହୁ ସଂଖ୍ୟକ ବଣ୍ଡା ଜନଜାତିର ଲୋକ ବାସ କରୁଥିବାବେଳେ ସେମାନଙ୍କ ବିବାହ ରୀତିନୀତି ଅନ୍ୟ ସମାଜଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବିବାହ ଅବସରରେ ବର ଓ କନ୍ୟା ବିଭିନ୍ନ ପ୍ରକାରର ଫଳରେ ତିଆରି ମାଳା ପିନ୍ଧି ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ସମଗ୍ର ଗ୍ରାମ ପରିକ୍ରମା କରନ୍ତି। ଏହା ସେମାନଙ୍କ ପୁରାତନ ସଂସ୍କୃତି ଓ ପରମ୍ପରାର ଏକ ଅଭିନ୍ନ ଅଂଶ ବୋଲି ସ୍ଥାନୀୟମାନେ କହିଛନ୍ତି। ଆଧୁନିକତାର ପ୍ରଭାବ ସତ୍ତ୍ୱେ ମଧ୍ୟ ବଣ୍ଡା ଜନଜାତି ସେମାନଙ୍କ ପାରମ୍ପରିକ ବିବାହ ପ୍ରଥାକୁ ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରଖିଥିବାରୁ ଏହି ନିଆରା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଅସୁରକ୍ଷିତ ଅବସ୍ଥାରେ ସୋଲାର କମ୍ପାନୀ; ବିସ୍ଫୋରକ କଞ୍ଚାମାଲ ସଂରକ୍ଷଣକୁ ନେଇ ଉଠିଲା ପ୍ରଶ୍ନ
Jul 9, 2026•69 views

ଅସୁରକ୍ଷିତ ଅବସ୍ଥାରେ ସୋଲାର କମ୍ପାନୀ; ବିସ୍ଫୋରକ କଞ୍ଚାମାଲ ସଂରକ୍ଷଣକୁ ନେଇ ଉଠିଲା ପ୍ରଶ୍ନ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଢା ଗ୍ରାମ ପଞ୍ଚାୟତ ନିକଟରେ ଅବସ୍ଥିତ ଏକ ସୋଲାର କମ୍ପାନୀରେ ଡିନାମାଇଟ୍ ପ୍ରସ୍ତୁତି ପାଇଁ ବ୍ୟବହୃତ ବିସ୍ଫୋରକ କଞ୍ଚାମାଲ ସଂରକ୍ଷିତ ରଖାଯାଉଥିବା ଅଭିଯୋଗ ହୋଇଛି। ଏହି କଞ୍ଚାମାଲ ପରେ ବିଭିନ୍ନ କୋଇଲା ଖଣିକୁ ଉତ୍ତୋଳନ କାର୍ଯ୍ୟ ପାଇଁ ପଠାଯାଉଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସଂସ୍ଥାରେ କର୍ମଚାରୀ କାର୍ଯ୍ୟରତ ଥିଲେ ମଧ୍ୟ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ। ଏଭଳି ସମ୍ବେଦନଶୀଳ ସାମଗ୍ରୀ ସଂରକ୍ଷଣ ସ୍ଥଳରେ ଅଗ୍ନି ନିର୍ବାପଣ, ସୁରକ୍ଷା ମାନକ ଏବଂ ଜରୁରୀକାଳୀନ ପଦକ୍ଷେପ ପର୍ଯ୍ୟାପ୍ତ କି ନୁହେଁ, ସେନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଯଦି କୌଣସି ଅଘଟଣା ଘଟେ, ତାହାର ଦାୟିତ୍ୱ କିଏ ନେବ? ଏହି ପ୍ରସଙ୍ଗରେ ସମ୍ପୃକ୍ତ ବିଭାଗ ତୁରନ୍ତ ଯାଞ୍ଚ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଦାବି ହେଉଛି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ମୟ୍ଲୀପୁର ଗ୍ରାମପଞ୍ଚାୟତରେଶ୍ରୀ ଶ୍ରୀ ଶଙ୍କରଭଗବାନଙ୍କ ମନ୍ଦିରପ୍ରାଣପ୍ରତିଷ୍ଠା ଉତ୍ସବ
Jul 9, 2026•72 views

ମୟ୍ଲୀପୁର ଗ୍ରାମପଞ୍ଚାୟତରେଶ୍ରୀ ଶ୍ରୀ ଶଙ୍କରଭଗବାନଙ୍କ ମନ୍ଦିରପ୍ରାଣପ୍ରତିଷ୍ଠା ଉତ୍ସବ

ଖୋର୍ଦ୍ଧା-ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଲ୍ଲୀପୁର ଗ୍ରାମପଞ୍ଚାୟତର ପୋଡ଼ାପୁଟ ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଶଙ୍କର ଭଗବାନଙ୍କ ମନ୍ଦିର ପରିସରରେ ଧରମେଶ୍ୱର ଠାକୁରଙ୍କ ପ୍ରାଣପ୍ରତିଷ୍ଠା ଏବଂ ପ୍ରବେଶ ଉତ୍ସବ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି।ବେଦମନ୍ତ୍ର ଓ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣପ୍ରତିଷ୍ଠା ବିଧି ସମ୍ପନ୍ନ ହୋଇଥିବା ବେଳେ, ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବାସିନ୍ଦା ଏହି ପବିତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଧାର୍ମିକ ପରମ୍ପରା ଓ ଆଧ୍ୟାତ୍ମିକ ଭାବଧାରାକୁ ନେଇ ଆୟୋଜିତ ଏହି ଉତ୍ସବରେ ଭଜନ, କୀର୍ତ୍ତନ ଓ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା।ଧରମେଶ୍ୱର ଠାକୁରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ପୋଡ଼ାପୁଟ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ

Khordha (ଖୋର୍ଦ୍ଧା) • ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଠିକା କ୍ୟାମ୍ପରେ ଅଘଟଣ, ପାଇପ ତଳେ ଚାପିହୋଇ ଶ୍ରମିକ ଗୁରୁତର
Jul 9, 2026•55 views

ଠିକା କ୍ୟାମ୍ପରେ ଅଘଟଣ, ପାଇପ ତଳେ ଚାପିହୋଇ ଶ୍ରମିକ ଗୁରୁତର

କଳାହାଣ୍ଡି : ଏହି ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର ଗତ କୁସୁମ ଖୁଣ୍ଟି ମେଗା ପାନୀୟ ଯୋଗାଣ ଠିକା କେମ୍ପା ରେଆଜି ପାଇପି କାଟୁଥିବା ସମୟରେ ହଠାତ ରାଜସ୍ଥାନ ର ଶ୍ରମିକ ନଦିମ ଖାମ କାମ କରୁ ଥିବା ବେଳେ ନଦିମ ଖାମ ଙ୍କ ଅଣ୍ଟା ତଳକୁ ପାଇପ ତଳେ ଚାପି ହେଇ ଥିଲେ. ଠିକା ସସ୍ଥା ର ଜେସିବି କ୍ରେନ ସାହାଯ୍ୟ ରେ ଉଦ୍ଧାର କରାଯାଇଥିଲା କୁନ୍ତୁ ବିଫଳ ହେବା ପରେ କୋକସରା ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ପହଂଚି ବହୁ କଷ୍ଟରେ ଶ୍ରମିକ ସୁରକ୍ଷିତ ଭାବରେ ଉଦ୍ଧାର କରି ଥିଲେ ଏବଂ ଦେହ ଅସୁସ୍ଥ ହେବାରୁ ସ୍ଥାନୀୟ କୋକସରା ଚିକିତ୍ସା ଲୟ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ କୁ ସ୍ଥାନାନ୍ତର କରା ଯାଇଛି l ବିନା ସୁରକ୍ଷା ଉପକାରଣ ଏଠାରେ ବିପଦ ଜନକ କାମ କରାଯାଉଛି l

Kalahandi (କଳାହାଣ୍ଡି) • ରିପୋର୍ଟ : ରିତେଶ ମୁଣ୍ଡ, କୋକସରା

ବାରୁଇପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ନିହତ
Jul 9, 2026•42 views

ବାରୁଇପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ନିହତ

ବାରୁଇପୁର: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବାରୁଇପୁରଠାରେ ଘଟିଥିବା ଏକ ସେନ୍ସେସନାଲ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଗୁଳିରେ ପ୍ରାଣ ହରାଇଛି। ଗତକାଲି ବିଳମ୍ବିତ ରାତିରେ କ୍ରାଇମ ସିନ୍ ରିକ୍ରିଏସନ୍ (ଘଟଣାର ପୁନରାବୃତ୍ତି) ପାଇଁ ନିଆଯାଉଥିବା ସମୟରେ ପୋଲିସ ଏନକାଉଣ୍ଟରରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ​ପୋଲିସ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାମଲାର ଅଧିକ ତଦନ୍ତ ଏବଂ ଘଟଣାସ୍ଥଳର ସ୍ଥିତି ପରଖିବା ପାଇଁ ଗତକାଲି ରାତି ପ୍ରାୟ ୧୨:୪୫ ମିନିଟ୍ ସମୟରେ ଅଭିଯୁକ୍ତ ପ୍ରଭାସ ମଣ୍ଡଳକୁ ସୂର୍ଯ୍ୟପୁରସ୍ଥିତ କ୍ରାଇମ ସିନ୍‌କୁ ନିଆଯାଇଥିଲା। ​ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ପ୍ରଭାସ ହଠାତ୍ ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତଲ ଛଡ଼ାଇ ନେଇଥିଲା ଏବଂ ପୋଲିସ ଗାଡ଼ି ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା। ​ ପ୍ରତି ଆକ୍ରମଣ ଏବଂ ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ଜବାବୀ ଗୁଳି ଚଳାଯାଇଥିଲା। ପୋଲିସ ଗୁଳିରେ ପ୍ରଭାସ ଗୁରୁତର ଭାବେ ଆହତ ହୋଇଥିଲା। ​ ଗୁଳିବିଦ୍ଧ ଅଭିଯୁକ୍ତକୁ ତୁରନ୍ତ ସ୍ଥାନୀୟ ବାରୁଇପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା, ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ​ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ବାରୁଇପୁର ଅଞ୍ଚଳର ଜଣେ ୧୨ ବର୍ଷର ନାବାଳିକା ନିଖୋଜ ହୋଇଯାଇଥିଲେ। ରବିବାର ଦିନ ସ୍ଥାନୀୟ ଏକ ପୋଖରୀରୁ ଏକ ବସ୍ତା ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ପ୍ରଭାସ ମଣ୍ଡଳକୁ ଗିରଫ କରିଥିଲା। ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ଜୀବନ୍ତ ଅବସ୍ଥାରେ ପୋଖରୀକୁ ଫିଙ୍ଗି ହତ୍ୟା କରିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ନାବାଳିକା ପ୍ରତି ହୋଇଥିବା ଅତ୍ୟନ୍ତ ବର୍ବରତା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ​ପୋଲିସ ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT) ଜରିଆରେ ଅଧିକ ତଦନ୍ତ ଚଳାଇଛି।

ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Jul 9, 2026•39 views

ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର : ସୋର ତହସିଲ କାର୍ଯ୍ୟାଳୟ ପରିସରରେ ନୂତନ ଭବନ ପଛପାର୍ଶ୍ୱରେ ଥିବା ଖୋଲା ପଡ଼ିଆରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋର ତହସିଲର ଭାରପ୍ରାପ୍ତ ତହସିଲଦାର ଶ୍ରୀ କୃଷ୍ଣ ମୋହନ ସିଂହଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ପରିବେଶର ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା।ଏହି ଅବସରରେ ସେକ୍ସନ ଅଫିସର ଶ୍ରୀ ହିମାଂଶୁ ପଣ୍ଡା, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଭରତ ମଲ୍ଲିକ, କନିଷ୍ଠ ରାଜସ୍ୱ ସହାୟକ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା, ଶ୍ରୀ ରଞ୍ଜନ ମହାନ୍ତି, ଶ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ଓ ଜୈନବ ସୁଲତାନା, ସହକାରୀ ରାଜସ୍ୱ ନିରୀକ୍ଷକ ଅଲିଶା ପଣ୍ଡା, ଅମିନ ଶ୍ରୀ ହେମନ୍ତ କୁମାର ଦାସ ଓ ଶ୍ରୀମତୀ ହରପ୍ରିୟା ପଣ୍ଡା, ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ପ୍ରଦୀପ ରଞ୍ଜନ ଦାସ, ଶ୍ରୀମତୀ କବିତା ଦାସ ଏବଂ ଶ୍ରୀ କାମିନୀ ମିଶ୍ର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ମନୋଜ ବେହେରା ଓ ଶ୍ରୀ ଚିତ୍ତରଞ୍ଜନ ସାହୁ ସକ୍ରିୟ ସହଯୋଗ କରିଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ବୃକ୍ଷରୋପଣ ସହିତ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଏପରି ପରିବେଶ ସଚେତନତାମୂଳକ କାର୍ଯ୍ୟକ୍ରମ ସମାଜରେ ସବୁଜ ବିପ୍ଳବ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

Balasore (ବାଲେଶ୍ୱର) • ରିପୋର୍ଟ - ନିରୋଜ କୁମାର ସେଠୀ

ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୭୭ ତମ ବନମହୋସବ - ୨୦୨୬ ପାଳିତ
Jul 9, 2026•87 views

ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୭୭ ତମ ବନମହୋସବ - ୨୦୨୬ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକର ଜରିପୁଟଠାରେ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୭୭ତମ ବନ ମହୋତ୍ସବ–୨୦୨୬ ବନଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ପ୍ରାକୃତିକ ସନ୍ତୁଳନ ରକ୍ଷାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇଥିଲେ।ଏହି ଅବସରରେ ସମସ୍ତେ ମିଳିତ ଭାବେ ବୃକ୍ଷରୋପଣ କରି ଅଧିକରୁ ଅଧିକ ଗଛ ଲଗାଇବା ସହ ଏହାର ସୁରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ବନ ମହୋତ୍ସବ ମାଧ୍ୟମରେ ପରିବେଶ ସଂରକ୍ଷଣ ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

୭୭ତମ ବନ ମହୋତ୍ସବ ସପ୍ତାହ: ସୋଲଡ଼ା ମା' ଶୁରୁଙ୍ଗୀ ପୀଠରେ ବୃକ୍ଷରୋପଣ କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ
Jul 9, 2026•45 views

୭୭ତମ ବନ ମହୋତ୍ସବ ସପ୍ତାହ: ସୋଲଡ଼ା ମା' ଶୁରୁଙ୍ଗୀ ପୀଠରେ ବୃକ୍ଷରୋପଣ କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ତାଳଚେର: ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମ ପଞ୍ଚାୟତସ୍ଥିତ ପବିତ୍ର ସୋଲଡ଼ା ମା' ଶୁରୁଙ୍ଗୀ ପୀଠ ଏବଂ ଶୁରୁଙ୍ଗୀ ଗୁରୁକୁଳ ଆଶ୍ରମ ପରିସରରେ ଏକ ଦିବସୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ସବୁଜ ଅଭିଯାନରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ଓ ସବୁଜିମାର ପ୍ରସାର ପାଇଁ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ୱାନ ଜଣାଇଥିଲେ। ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ। ଆଜିର ଏକ ଛୋଟ ପ୍ରୟାସ ଆଗାମୀ ପିଢ଼ି ପାଇଁ ସୁସ୍ଥ, ସବୁଜ ଓ ସୁନ୍ଦର ପରିବେଶ ସୃଷ୍ଟିରେ ସହାୟକ ହେବ। ସେ ସମସ୍ତଙ୍କୁ ଗଛ ଲଗାଇବା ସହ ତାହାର ଯତ୍ନ ନେବାକୁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, କଣିହାଁ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ୦୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ, ତାଳଚେର ଉପ-ଜିଲ୍ଲାପାଳ, ତାଳଚେର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ତାଳଚେର ପୌରପରିଷଦର କାଉନସିଲରମାନେ ଉପସ୍ଥିତ ରହିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୭୭ ତମ ବନ ମହୋତ୍ସବ ପାଳିତ
Jul 9, 2026•83 views

୭୭ ତମ ବନ ମହୋତ୍ସବ ପାଳିତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମହୁ ପଞ୍ଚାୟତ ଅଧୀନରେ ଥିବା ସରକାରୀ ପ୍ରଥାମିକ ବିଦ୍ୟାଳୟ ରାଜନଗର ବନଖଣ୍ଡ ବିଭାଗ ର ରାଜନଗର ବନାଞ୍ଚଳ ପକ୍ଷରୁ ବନ ସପ୍ତାହ ପାଳିତ ହୋଇଛି l ଆଜିର ଏହି କାର୍ଯ୍ୟକ୍ରମରେ ବନ ବିଭାଗ, ବିଦ୍ୟାଳୟ, କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସରପଞ୍ଚ ସହ ସ୍ଥାନୀୟ ଲୋକେ ଉପସ୍ଥିତ ରହି ପରିବେଶ ସୁରକ୍ଷା ପ୍ରତି ନିଜର ଦାଇତ୍ୱ ବୋଧ ପ୍ରକାଶ କରିଥିଲେ l ଏହି ଅବସରରେ ବନ ବିଭାଗର ଅଧିକାରୀ ଏସିଏଫ ଗଗନ ବିହାରୀ ମଲ୍ଲିକଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରିଥିଲେ l ପ୍ରବଳ ବର୍ଷା ସତ୍ବେ କାର୍ଯ୍ୟକ୍ରମରେ କୌଣସି ବାଧା ସୃଷ୍ଟି ହୋଇନଥିଲା l ବରଂ ବର୍ଷାକୁ ପକୃତିର ଆର୍ଶୀବାଦ ବୋଲି ମାନି ନେଇ ସମସ୍ତେ ଉତ୍ସାହର ସହ ବୃକ୍ଷ ରୋପଣ ସାମିଲ ହୋଇଥିଲେ l ଛାତ୍ରଛାତ୍ରୀ ମାନେ ନିଜ ହାତରେ ଚାରା ଲଗାଇ ସେଗୁଡିକର ଯତ୍ନ ନେବାକୁ ସଂକଳ୍ପ ନେଇଥିଲେ l

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲ୍ଲୀପ ପରିଡା, କେନ୍ଦ୍ରାପଡ଼ା, ଆଳି