--:--:--
-- ---
Srishti News

Web News

ପରିତ୍ୟକ୍ତ ପରିବେଶରେ ଖଲ୍ଲିକୋଟ ଡିଆଇଇଟି ଛାତ୍ରାବାସ; ଅବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
Jun 29, 2026140 views

ପରିତ୍ୟକ୍ତ ପରିବେଶରେ ଖଲ୍ଲିକୋଟ ଡିଆଇଇଟି ଛାତ୍ରାବାସ; ଅବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ଗଞ୍ଜାମ: ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି)ର ଛାତ୍ରାବାସରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ଉଠିଛି। ୧୯୯୪ ମସିହାରେ ସ୍ଥାପିତ ଏହି ଅନୁଷ୍ଠାନର ଛାତ୍ରାବାସ ପରିସର ବର୍ତ୍ତମାନ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହୋଇଥିବା ସ୍ଥାନୀୟ ମହଲରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ଛାତ୍ରାବାସ ଚତୁଃପାର୍ଶ୍ୱରେ ଅଳିଆ-ଆବର୍ଜନା ଜମି ରହିଥିବାରୁ ସରୀସୃପଙ୍କ ଉପଦ୍ରବ ବଢ଼ିଛି। ବିଶେଷକରି ରାତିରେ ଛାତ୍ରଛାତ୍ରୀମାନେ ଶୌଚାଳୟକୁ ଯିବା ସମୟରେ ସାପ ଭଳି ବିଷଧର ପ୍ରାଣୀଙ୍କ ଭୟ ରହୁଥିବା କୁହାଯାଇଛି। ଚାରିଟି ଶୌଚାଳୟ ମଧ୍ୟରୁ ଦୁଇଟି ଅଚଳ ଥିବାରୁ ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି, ରୋଷେଇ ଘରର ସୁବିଧା ଅଭାବରୁ ଖୋଲା ଆକାଶ ତଳେ କାଠ ଜାଳି ଛାତ୍ରମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା କୁହାଯାଇଛି। ଏଥିପାଇଁ ପରିସରରେ ଥିବା ଆମ୍ବ ଗଛ କାଟି ତାହାର କାଠ ବ୍ୟବହାର କରାଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏହାସହ ଛାତ୍ରାବାସ ବାହାରେ ବିପୁଳ ପରିମାଣର ଅଳିଆ-ଆବର୍ଜନା ଜମି ରହିଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଛାତ୍ରମାନେ ସମସ୍ୟା ଉଠାଇବାକୁ ଭୟ କରୁଥିବା ଏବଂ ଅଭିଯୋଗ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଆଶଙ୍କା ରହିଥିବା ବୋଲି କେତେକ ସୂତ୍ର ଦାବି କରିଛନ୍ତି। ଅନ୍ୟପକ୍ଷରେ, ଅନୁଷ୍ଠାନକୁ ପ୍ରତିବର୍ଷ କଣ୍ଟିଜେନ୍ସି ବାବଦରେ ପ୍ରାୟ ୧୫ ଲକ୍ଷ ଟଙ୍କା ମିଳୁଥିବା ବେଳେ, ଏହି ଅର୍ଥର ବ୍ୟବହାର ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେତେକ ଅଧିକାରୀଙ୍କ ବିରୋଧରେ ଅନିୟମିତତାର ଅଭିଯୋଗ ମଧ୍ୟ କରାଯାଇଛି। ତେବେ, ଏହି ସମସ୍ତ ଅଭିଯୋଗର ସରକାରୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅଭିଯୋଗର ସତ୍ୟତା ଜାଣିବା ପାଇଁ ସମ୍ପୂର୍ଣ୍ଣ ତଦନ୍ତ ଓ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ମହଲ ଦାବି କରିଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ

ପୋଖରୀ ରେ ବୁଡି ନାବାଳକ ମୃତ
Jun 29, 2026147 views

ପୋଖରୀ ରେ ବୁଡି ନାବାଳକ ମୃତ

ଖୋର୍ଦ୍ଧା- ଗ୍ରୀଷ୍ମ ର ପ୍ରଭାବରୁ ରକ୍ଷା ପାଇବା ପାଇଁ ପୋଖରୀ ରେ ଗାଧୋଇବା ହେଲା କାଳ, ୩ ନାବାଳକ ପୋଖରୀ ରେ ଗାଧୋଉ ଥିବା ବେଳେ ପୋଖରୀ ରେ ବୁଡି ଜଣେ ନାବାଳକ ଙ୍କ ମୃତ ଘଟିଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୁନ୍ଦର ପୁର ଗ୍ରାମ ପଂଚାୟତ ର ଜଗଦଳା ପୋଖରୀ ରେ, ସେହି ଗାଁ ର ୩ ଜଣ ନାବାଳକ ଜଗଦଳା ପୋଖରୀ ରେ ପହଁ ରୁ ଥିବା ଅବସ୍ଥାରେ ପୋଖରୀ ରେ ବୁଡି ଯାଇଥିଲେ ଜଣେ ନାବାଳକ, ଓ ସ୍ଥାନୀୟ ଲୋକେ ଚେଷ୍ଟା କରି ଯେତେବେଳେ ବିଫଳ ହୋଇଥିଲେ ତାପରେ ଟାଙ୍ଗୀ ଅଗ୍ନିଶମ ବାହିନୀ କୁ ଖବରଥିଲେ, ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ନାବାଳକ କୁ ପୋଖରୀ ରୁ ଉଦ୍ଧାର କରିଥିଲେ। ପରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ନାବାଳକ ଙ୍କୁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ନାବାଳକ ର ନାମ ନିରଞ୍ଜନ ସେଠ ବୟସ ୧୪ ବର୍ଷ ପିତା ଙ୍କ ନାମ ସଂଜୟ କୁମାର ସେଠ ଘର ଚାରି ଘରିଆ ପାଟଣା,ସୁନ୍ଦର ପୁର ,ମୃତ ନାବାଳକ ଜଣକ ବାପା ମାଙ୍କର ଏକ ମାତ୍ର ପୁତ୍ର ବୋଲି ଜଣା ପଡିଛି, ବାପା ସଂଜୟ ସେଠ ମାନସିକ ଭାରସାମ୍ୟ ହରାଇ ଥିବା ଜଣା ପଡିଛି। ଖବର ପାଇ ଟାଙ୍ଗୀ ପୋଲିସ ଶବ ଟିକୁ ଜବତ କରି ତଦନ୍ତ ଚ଼ଳାଇଛି ।

Khordha (ଖୋର୍ଦ୍ଧା)ରିପୋର୍ଟ - ପ୍ରିୟଙ୍କା ମହାପାତ୍ର। ଖୋର୍ଦ୍ଧା

ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନରେ ସେଶପରିଚୟ ଆଶ୍ରମରେ ବସ୍ତ୍ର ଓ ଖାଦ୍ୟ ବଣ୍ଟନ
Jun 29, 202664 views

ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନରେ ସେଶପରିଚୟ ଆଶ୍ରମରେ ବସ୍ତ୍ର ଓ ଖାଦ୍ୟ ବଣ୍ଟନ

ରାଜ୍ୟର ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ୫୪ତମ ଜନ୍ମଦିନ ଅବସରରେ ପାଣିକୋଇଲିସ୍ଥିତ ସେଶପରିଚୟ ଆଶ୍ରମରେ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତାମାନେ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରି ଆଶ୍ରମର ଅନ୍ତେବାସୀମାନଙ୍କୁ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ବେଣୁଧର ଖଣ୍ଡେଇଙ୍କ ସମେତ କୃଷ୍ଣଚନ୍ଦ୍ର ବିଶ୍ୱାଳ, ଗଙ୍ଗା ଜେନା, ବିଜୟ କୁମାର ପଣ୍ଡା, ଗୟା ଜେନା, ଉଦିଆ ମଲ୍ଲିକ, ପାପି ସେଠୀ, ଧାମ ଶାସୁ, ବିଜୟ ଧଳ, ସୁଧାଂଶୁ ଘଡେଇ, କରୁଣାକର ମାଝୀ, ସୁଶାନ୍ତ ବେହେରା, କାଳିଆ ଧଳ, ଓକିଲ ବାରିକ, ନିରଞ୍ଜନ ପଣ୍ଡା ଓ କୈଳାସ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପ୍ରଣବ ପ୍ରକାଶ ଦାସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସେବା ଓ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛି।

Jajpur (ଯାଜପୁର)ରିପୋର୍ଟ: ବସନ୍ତ କୁମାର ମଲ୍ଲିକ, ପାଣିକୋଇଲି

ପ୍ରେମ ପାଇଁ ହାପି ମହାକୁଡ଼ଙ୍କୁ ହତ୍ୟା? ଘଟଣାସ୍ଥଳରେ ପହଞ୍ଚିଲେ ଭଦ୍ରକ SP, ୫ ଜଣଙ୍କୁ ପଚରାଉଚରା
Jun 29, 202680 views

ପ୍ରେମ ପାଇଁ ହାପି ମହାକୁଡ଼ଙ୍କୁ ହତ୍ୟା? ଘଟଣାସ୍ଥଳରେ ପହଞ୍ଚିଲେ ଭଦ୍ରକ SP, ୫ ଜଣଙ୍କୁ ପଚରାଉଚରା

ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅଧୀନ ଓଳଗ ଷାଠିବାଙ୍କୁଡା ଗାଁରେ ହାପି ମହାକୁଡ଼ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବାବେଳେ, ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜୋରଦାର କରିଛି। ଘଟଣାସ୍ଥଳରେ ଭଦ୍ରକ ଏସପି ମନୋଜ ରାଉତ ପହଞ୍ଚି ତଦନ୍ତର ଅଗ୍ରଗତି ସମୀକ୍ଷା କରିଛନ୍ତି। ବୈଜ୍ଞାନିକ ପ୍ରମାଣ ସଂଗ୍ରହ ସହ ପୋଲିସ ବିଭିନ୍ନ ତଥ୍ୟକୁ ଯାଞ୍ଚ କରୁଛି। ଏପର୍ଯ୍ୟନ୍ତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି,ଥିବାବେଳେ। ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ତେଣୁ ପ୍ରେମ ଜନିତ ହତ୍ୟା ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ, ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ପୁଷ୍ଟ ହୋଇନାହିଁ।

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଚମ୍ପିଆନ୍‌ସିପ୍–୨୦୨୬ ଉଦ୍ଘାଟିତ
Jun 29, 202673 views

ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଚମ୍ପିଆନ୍‌ସିପ୍–୨୦୨୬ ଉଦ୍ଘାଟିତ

ଅନୁଗୋଳ: ମୁନିସିପାଲିଟି ଟାଉନ୍ ହଲ୍‌ଠାରେ ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଡେଭେଲପମେଣ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ୧୨ତମ ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଚମ୍ପିଆନ୍‌ସିପ୍–୨୦୨୬ ରବିବାର ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉପସ୍ଥିତ ଖେଳାଳିମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରାଯିବା ସହ ଆୟୋଜକମାନଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଥିଲା। ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ଶ୍ରୀ ମନୋଜ ପ୍ରଧାନ, ଉପସଭାପତି ଶ୍ରୀ ପ୍ରତାପ ମାଝୀ, ସମ୍ପାଦକ ଶ୍ରୀ ପ୍ରଦୀପ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ତପନ ଦାସଙ୍କ ସମେତ ଆସୋସିଏସନର କର୍ମକର୍ତ୍ତା, ପ୍ରଶିକ୍ଷକ, ପ୍ରତିଯୋଗୀ ଓ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

କାବୁଲିପାଳରେ ୧୧.୦୪ କୋଟି ଟଙ୍କାର ଦୁଇଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ
Jun 29, 202691 views

କାବୁଲିପାଳରେ ୧୧.୦୪ କୋଟି ଟଙ୍କାର ଦୁଇଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ

ଅନୁଗୋଳ: କୁମୁରିସିଂହା ଗ୍ରାମ ପଞ୍ଚାୟତର କାବୁଲିପାଳ ଠାରେ ମୋଟ ୧୧.୦୪ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୭.୨୦ କୋଟି ଟଙ୍କା ବ୍ୟୟରେ କୁମୁରିସିଂହା–ଚମ୍ପତିମୁଣ୍ଡା ଭାୟା କାବୁଲିପାଳ–ବଲ୍ଳଭପୁର ସଡ଼କ ଏବଂ ୩.୮୪ କୋଟି ଟଙ୍କା ବ୍ୟୟରେ ରାମବେରଣୀ–ପାତେଳୀ ଭାୟା ଗଡତଇଳା ସଡ଼କର ଶିଳାନ୍ୟାସ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭାର ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଏବଂ ଅନୁଗୋଳ ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଉଭୟ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଦଳର ବହୁ ନେତୃବୃନ୍ଦ, ସ୍ଥାନୀୟ ଜନପ୍ରତିନିଧି ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି ଦୁଇଟି ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିବା ସହ ଗ୍ରାମାଞ୍ଚଳର ବିକାଶକୁ ଅଧିକ ଗତି ମିଳିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଏକ ପେଡ ମା କେ ନାମ ଓ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ
Jun 29, 202636 views

ଏକ ପେଡ ମା କେ ନାମ ଓ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜସୁନାଖଳା ତା ୨୮/୬ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା କୋଟଣୀ ଶିଳାସ୍ଥିତ ଅଗ୍ରଣ ଡିପି ଆଗ୍ରୋ ଇକୋ ରିଟ୍ରିଟ କମ୍ପାନୀ ଆନୁକୂଲ୍ୟରେ ଓ କମ୍ପାନୀ ଅଧକ୍ଷା ଦୀପ୍ତି ପ୍ରଭା ସାହୁଙ୍କ ଆବାହକତ୍ୱରେ ରବିବାର କୋଟଣିଶୀଳା ଡିପି ଆଗ୍ରୋ ଇକୋ ରିଟ୍ରିଟ କମ୍ପାନୀ ପରିସରରେ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି! ଏହି କାର୍ଯ୍ୟକ୍ରମକୁ ଶିଳ୍ପପତି ସର୍ବେଶ୍ୱର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଓଡିଶା ବିଧାନ ସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଓ ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ବିଜେପି ସମ୍ପାଦକ ଜୟନ୍ତ କୁମାର ନାୟକ,ରାଜସୁନାଖଳା ମଣ୍ଡଳ ବିଜେପି ସଭାପତି ଜ୍ୟୋତିରଞ୍ଜନ ସାହୁ, ଉପସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଭାରତ ମାତାଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଜଗନ କୁମାର ନାୟକ ମଞ୍ଚ ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ ! ଏହି ଅବସରରେ ମୁଖ୍ୟମନ୍ତ୍ରୀ ବନିକରଣ ଓ କୃଷି ଉଦ୍ୟୋଗ ଯୋଜନାରେ ଏକ ପେଡ ମା କେ ନାମ ପର ୧୦୦୦ ଉର୍ଦ୍ଧ ଚାରା ଆମ୍ବ, ପିଜୁଳି, ଡାଳିମ୍ବ ଓ ଅଁଳା ଆଦି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା !ପର୍ଯ୍ୟାୟ କ୍ରମେ ଆଉ ୫୦୦୦ ଚାରା ରୋପଣ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ପଢି କହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଓ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ପରିବେଶ ସୁରକ୍ଷା ଓ ମାତା ପ୍ରତି ସମ୍ମାନ ଜଣାଇବା ପାଇଁ ଆରମ୍ଭ କରାଯାଇଥିବା ଏକ ଅତି ସୁନ୍ଦର ଓ ଅଭିନବ ଜାତୀୟ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମକୁ ରାଜ୍ୟରେ ବ୍ୟାପକ ଭାବେ ସଫଳ କରାଯାଉଛି।ବୃକ୍ଷରୋପଣ ମାଧ୍ୟମରେ ଗ୍ଲୋବାଲ ୱାର୍ମିଂ ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ଜଳବାୟୁ ସମସ୍ୟାର ମୁକାବିଲା କରିବା ସହିତ ରାଜ୍ୟର ସବୁଜିମା ବୃଦ୍ଧି କରି ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରିବାକୁ ଉପସ୍ଥିତ ଜନସାଧାରଣ ମାନଙ୍କୁ ପରାମର୍ଶ ଦେଇଥିଲେ ! ଆସନ୍ତୁ ଆମେ ସମସ୍ତେ ମିଶି ଏହି ସବୁଜ ସଂକଳ୍ପ ନେବା ଏବଂ ପ୍ରତ୍ୟେକ ନାଗରିକ ନିଜ ଜନ୍ମଦାତ୍ରୀ ମାଆଙ୍କ ନାମରେ କିମ୍ବା ତାଙ୍କ ସ୍ମୃତିରେ ଗୋଟିଏ ଗଛ ଲଗାଇବl ପାଇଁ ଡିପି ଆଗ୍ରୋ ଇକୋ ରିଟ୍ରିକ କମ୍ପାନୀ ଅଧକ୍ଷା ଦୀପ୍ତି ପ୍ରଭା ସାହୁ ସମସ୍ତଙ୍କୁ କହିଥିଲେ ! ଏହି କାର୍ଯ୍ୟକ୍ରମକୁ ଡିପି ଅଗ୍ରୋ ଇକୋ ରିଟ୍ରିଟ କମ୍ପାନୀ ପରିବାରର ସମ୍ବିତ କୁମାର ସାହୁ, ସୁଜିତ କୁମାର ସାହୁ, ସୁନୀଲ କୁମାର ବେହେରା ଓ ଅମିତ କୁମାର ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ନୟାଗଡ଼ ଜିଲ୍ଲା ବିଜେପି ସମ୍ପାଦକ ଜୟନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Nayagarh (ନୟାଗଡ଼)ରିପୋର୍ଟ: ନିରଞ୍ଜନ ମହାପାତ୍ର, ରାଜସୁନାଖଳା

‘ମନ କି ବାତ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: ବିବାହ ଅବସରରେ ୩,୫୦୦ ଲୋକଙ୍କୁ ଦୁର୍ଘଟଣା ବୀମା ଦେଇ ଉଦାହରଣ ସୃଷ୍ଟି କଲା ନାନ୍ଦେଡ଼ର ପରିବାର
Jun 29, 202632 views

‘ମନ କି ବାତ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: ବିବାହ ଅବସରରେ ୩,୫୦୦ ଲୋକଙ୍କୁ ଦୁର୍ଘଟଣା ବୀମା ଦେଇ ଉଦାହରଣ ସୃଷ୍ଟି କଲା ନାନ୍ଦେଡ଼ର ପରିବାର

ନୂଆଦିଲ୍ଲୀ/ନାନ୍ଦେଡ଼: ଆଜିର ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକ ହୃଦୟସ୍ପର୍ଶୀ ଉଦାହରଣ ସେୟାର କରିଛନ୍ତି, ଯାହା ସମାଜ ପାଇଁ ଏକ ନୂତନ ପଥ ପ୍ରଦର୍ଶନ କରୁଛି। ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାର ବାହାଦୁରପୁରା ଗାଁର ପେଠକର ପରିବାର ନିଜ ଘରର ବିବାହ ଅବସରକୁ ଏକ ସାମାଜିକ ଉତ୍ସବରେ ପରିଣତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ସାଧାରଣତଃ ବିବାହ ଓ ଜନ୍ମଦିନ ଭଳି ଅବସରରେ ଲୋକେ ଉପହାର ବାଣ୍ଟନ୍ତି, କିନ୍ତୁ ଏହି ପରିବାର ଏକ ଅଲଗା ଓ ସମାଜମୂଖୀ ପଦକ୍ଷେପ ନେଇଛନ୍ତି। ପେଠକର ପରିବାର ଗାଁର ପ୍ରାୟ ୩,୫୦୦ ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କରି, ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର କଭର ଦେଇଛନ୍ତି। ଏହି ପଦକ୍ଷେପ ପଛରେ ଥିବା ଭାବନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଖୁସି ବାଣ୍ଟିବାର ଏହି ନୂଆ ଧାରା ସତ୍ୟରେ ପ୍ରେରଣାଦାୟକ। ଏହା କେବଳ ଉତ୍ସବ ନୁହେଁ, ଏକ ସମାଜିକ ଦାୟିତ୍ୱର ଉଦାହରଣ।” ପରିବାର ଲୋକେ କହିଛନ୍ତି ଯେ, ସେମାନେ ପୂର୍ବରୁ ଦେଖିଥିଲେ ଯେ ଦୁର୍ଘଟଣା ପରେ ଅନେକ ପରିବାର ଆର୍ଥିକ ସମସ୍ୟାରେ ପଡନ୍ତି। ଏହିଥିପାଇଁ ସେମାନେ ଭାବିଥିଲେ ଯେ ଏଭଳି ଏକ ଉପହାର ଦିଆଯାଉ, ଯାହା ଆପତ୍କାଳୀନ ସମୟରେ ସାହାଯ୍ୟ କରିପାରିବ। ଏହି ଅଭିନବ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ଓ ଅନେକେ ଏହାକୁ ଅନୁସରଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ‘ମନ କି ବାତ’ ମାଧ୍ୟମରେ ଏହି କାହାଣୀ ପ୍ରସାରିତ ହେବା ପରେ ଏହା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଯାଇଛି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ ପ୍ରଧାନ

ମାନବିକତାର ପରିଚୟ: ବୁଦା ଉହାଡ଼ରୁ ତିନି ମାସର ଶିଶୁ ପୁତ୍ର ଉଦ୍ଧାର, ଦେବଦୂତ ସାଜିଲେ ରାଜମିସ୍ତ୍ରୀ
Jun 29, 202646 views

ମାନବିକତାର ପରିଚୟ: ବୁଦା ଉହାଡ଼ରୁ ତିନି ମାସର ଶିଶୁ ପୁତ୍ର ଉଦ୍ଧାର, ଦେବଦୂତ ସାଜିଲେ ରାଜମିସ୍ତ୍ରୀ

ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରୁ ଆସିଛି ଏକ ଭାବବିହ୍ୱଳ କଲାଭଳି ଖବର। ​ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ରତ୍ନେଶ୍ୱରୀ ମନ୍ଦିର ବୁଲାଣି ରାସ୍ତାରେ ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟବିଦାରକ ଘଟଣା। ଦିଗପହଣ୍ଡି ବ୍ଲକ କରପଡା ପଂଚାୟତ ହାତୀଆଡି ଗ୍ରାମର ବାରିକ ମୁଳି ନାମକ ଜଣେ ରାଜମିସ୍ତ୍ରୀ କେ. ନୂଆଗାଁରୁ ନିଜ ଘରକାମ ସାରି ସନ୍ଧ୍ୟା ସମୟରେ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ରତ୍ନେଶ୍ଵରୀ ମନ୍ଦିର ବୁଲାଣି ରାସ୍ତା ପାର୍ଶ୍ୱରୁ ଏକ ଶିଶୁର କ୍ରନ୍ଦନ ଧ୍ୱନି ତାଙ୍କ କାନରେ ପଡ଼ିଥିଲା। ​ପ୍ରଥମେ ସେ ଆଗକୁ ଚାଲିଯାଇଥିଲେ ମଧ୍ୟ ମନରେ ସନ୍ଦେହ ହେବାରୁ ପୁଣି ପଛକୁ ଫେରି ଦେଖିଥିଲେ। ସେଠାରେ ଏକ ବୁଦା ଭିତରେ ପ୍ରାୟ ୩ ମାସର ଏକ ନିଷ୍ପାପ ଶିଶୁ ପୁତ୍ର କାନ୍ଦୁଥିବାର ସେ ଦେଖିବାକୁ ପାଇଥିଲେ। ବିଳମ୍ବ ନକରି ସେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରିବା ସହ କେ. ନୂଆଗାଁ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ​ଖବର ପାଇ କେ. ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକ ସଦଳବଳେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଗାଡ଼ିରେ ଶିଶୁଟିକୁ ପ୍ରାଥମିକ ଚିକିତ୍ସା ପାଇଁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଏବଂ ଭଲ ଥିବା ପ୍ରକାଶ କରିଛନ୍ତି। ​ଏ ସମ୍ପର୍କରେ ଚିକିଟି ସିଡିପିଓ (CDPO) ଙ୍କୁ ମଧ୍ୟ ଅବଗତ କରାଯାଇଛି। ଶିଶୁଟିର ଅଧିକ ଯତ୍ନ ଏବଂ ଉତ୍ତମ ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ବଡ଼ ମେଡିକାଲ (MKCG) କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି। ପରବର୍ତ୍ତୀ ସମୟରେ ଉପ-ଜିଲ୍ଲାପାଳ (Sub-Collector) ଙ୍କ ସ୍ତରରେ ଶିଶୁର ଭବିଷ୍ୟତର ଲାଳନପାଳନ ଏବଂ ସୁରକ୍ଷା ନେଇ ସରକାରୀ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ​କେଉଁ ପରିସ୍ଥିତିରେ ଏବଂ କାହିଁକି ଶିଶୁଟିକୁ ଏଭଳି ନିଛାଟିଆ ରାସ୍ତାକଡ଼ରେ ଫିଙ୍ଗିଦିଆଗଲା, ସେ ନେଇ ପୋଲିସ ତଦନ୍ତ ଚଳାଇଛି। ମାତ୍ର ସନ୍ଧ୍ୟା ସମୟରେ ରାଜମିସ୍ତ୍ରୀ ବାରିକ ମୁଳିଙ୍କ ସତର୍କତା ଓ ମାନବିକତା ଯୋଗୁଁ ଆଜି ଏକ ନିଷ୍ପାପ ଶିଶୁର ଜୀବନ ବଞ୍ଚିଯାଇପାରିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି।

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ହଜିବାକୁ ବସିଲାଣି ଆମ ଲୋକକଳା ଦାସକାଠିଆ
Jun 29, 202641 views

ହଜିବାକୁ ବସିଲାଣି ଆମ ଲୋକକଳା ଦାସକାଠିଆ

ଦାସକାଠିଆ ତାଳେ ତାଳେ କଳା ପରିବେଷଣ । ଅନ୍ୟତମ ଲୋକକଳା ଦାସକାଠିଆ। ଜଣେ ଗାୟକ ଜଣେ ପାଳିଆ ଦୁଇଟି ଲେଖାଏଁ କାଠି ବଜାଇ ପୌରାଣିକ କଥାବସ୍ତୁ ପରିବେଷଣ କରନ୍ତି। ଦାସକାଠିଆ ନାମ କହିଲେ ମୁଖରୁ ବାହାରି ପଡ଼େ ସ୍ୱର ମୂର୍ଚ୍ଚନା। ପୌରାଣିକ କଥାବସ୍ତୁ ଅନୁଯାୟୀ ପ୍ରଭୁ ରାମ ସ୍ଵର୍ଗଗମନ କରିବା ସମୟରେ ତାଙ୍କର ପ୍ରିୟ ଭକ୍ତ ହନୁମାନ ଏବଂ ନାରଦଙ୍କ ଦାସକାଠିଆ ମାଧ୍ୟ ମରେ ରାମାୟଣ,ମହାଭାରତ ପ୍ରଚାର କରିବାକୁ କହିଥିଲେ। ହନୁମାନ ଦାସଙ୍କ ନାମାନୁସାରେ ଦାସ ପରମ୍ପରାରୁ ଆରମ୍ଭହେଲା ଦାସକାଠିଆ। ଧାର୍ମିକ ଚେତନା ଜାଗରଣ ସହିତ ହାସ୍ୟରସାତ୍ମିକ ଶବ୍ଦ ଦର୍ଶକଙ୍କୁ ଭରପୁର ମନେରଞ୍ଜନ କରିଥାଏ ଏବେ ପାଶ୍ଚାତ୍ୟ ପ୍ରଭାବରେ ଆଧୁନିକ ନୃତ୍ଯପ୍ରତି ଆକର୍ଷଣ ବଢୁ ଥିବାରୁ ଲୋକ କଳାର ଚାହିଦା ଧୀରେ ଧୀରେ ଅପସରୀ ଯାଉଛି। ତଥାପି କିଛି ପାରମ୍ପରିକ କଳାପ୍ରେମୀ ଓ କଳାକାର ଦାସକାଠିଆକୁ ବଞ୍ଚେଇ ରଖୁଛନ୍ତି। ଢ଼େଙ୍କାନାଳ ଜିଲ୍ଲାରେ ପୀଢ଼ି ପରେ ପୀଢ଼ି ଦାସକାଠିଆ ଶିକ୍ଷାଦେବା ପାଇଁ କିଛି ସ୍ୱତନ୍ତ୍ର ସରକାରୀ ବ୍ୟବସ୍ଥା ନହିଁ। ପ୍ରେତ୍ସାହନ ଅଭାବରୁ ଏହି ଲୋକକଳା ଆଗକୁ ବଡ଼ି ନପରି ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଦାସକାଠିଆ କଳାକାର ପେଟପାଟଣକ ସରକାରୀ ଦୃଷ୍ଟିଦେଲେ ଏହି ଲୋକକଳା ବଞ୍ଚି ରହିବା ସହିତ ଆଦୃତ ହୋଇ ପାରିବ ।

Dhenkanal (ଢେଙ୍କାନାଳ)ରିପୋର୍ଟ: ରିତଞ୍ଜଳୀ ସାହୁ, ଭୁବନ

Major Breakthrough by Khariar Road Police: 21.856 kg of Ganja Seized, One Drug Peddler Arrested
Jun 29, 2026196 views

Major Breakthrough by Khariar Road Police: 21.856 kg of Ganja Seized, One Drug Peddler Arrested

Nuapada, June 28 In a major success against narcotics trafficking, Nuapada Police has seized 21.856 kg of contraband ganja and arrested one accused near Punjabipada Chowk under Khariar Road. According to police sources, at around 1:10 PM on June 27, a team from Jonk Police Station was on routine day patrol when they received reliable information about the illegal transportation of ganja near Punjabipada Chowk. Acting swiftly on the tip-off, the police intercepted a suspicious individual and conducted a search. During the search, the police recovered 21 kg 856 grams of ganja from the possession of the accused. The police also seized one mobile phone and ₹150 in cash from him. The arrested accused has been identified as Thakur Prasad Harpal (36), son of Jamar Harpal, a resident of Bharuapali village under Belpada Police Station in Balangir district. A case has been registered at Jonk Police Station vide Case No. 231 dated June 27, 2026, under Section 20(b)(ii)(C) of the Narcotic Drugs and Psychotropic Substances (NDPS) Act, 1985. The investigation is being carried out by Sub-Inspector J.R. Senapati of Jonk Police Station. Police are probing the source and intended destination of the seized contraband and are also trying to identify other persons involved in the drug trafficking network. Nuapada Police stated that it remains committed to taking strict action against the illegal trade and consumption of narcotic drugs and will continue its intensive crackdown on such activities across the district.

Nuapada (ନୂଆପଡ଼ା)Reporter: Malaya Meher

Childhood Memories Return with the Taste of Jamun: Friends Reconnect with Nature
Jun 29, 2026299 views

Childhood Memories Return with the Taste of Jamun: Friends Reconnect with Nature

Sinapali, June 28 In today’s fast-paced digital era, where mobile phones and social media dominate daily life, many simple joys of village childhood are gradually fading into memory. One such cherished tradition is gathering under a jamun tree during the monsoon, plucking the ripe purple fruits with friends, and reliving moments of pure happiness. Years ago, the arrival of the jamun season would fill village lanes with laughter. Children and youngsters would rush to nearby trees, some throwing ropes over the branches to shake the tree while others spread mosquito nets or cloth underneath to collect the fruits without damaging them. The real delight came later—mixing the freshly picked jamun with salt, red chilli powder, and coriander leaves to create a spicy, tangy treat. Purple-stained tongues, smiling faces, endless conversations under the shade of trees, and carefree afternoons formed some of the most treasured memories of rural life. Reviving this fading tradition, a group of young men from Sinapali recently gathered at Moolbasa village to celebrate the joy of nature. Using a rope to gently shake the branches and spreading a mosquito net beneath the tree to protect the fruits, they collected fresh jamun before enjoying it together with the traditional blend of salt, chilli, and coriander. The gathering not only offered a delicious seasonal experience but also brought back countless memories of childhood and strengthened the bond of friendship. Not long ago, children would eagerly wait for the jamun season, spending entire days outdoors in search of fruit-laden trees. Calls from parents often went unheard as they immersed themselves in nature’s playground. However, with rapid urbanisation, shrinking green spaces, and increasing dependence on digital entertainment, such experiences are becoming increasingly rare. The tradition of gathering around jamun trees, sharing fruits, laughter, and companionship is slowly disappearing from village life. Beyond its unique sweet-and-tangy taste, jamun (Indian blackberry) is also known for its remarkable health benefits. Rich in Vitamin C, iron, calcium, fibre, and antioxidants, it is believed to help regulate blood sugar levels, improve digestion, strengthen immunity, and keep the body refreshed. In traditional Ayurvedic medicine, its seeds, leaves, and bark have long been valued for their medicinal properties. Local residents believe that a jamun tree is much more than a fruit-bearing tree—it represents memories, friendship, community bonding, and a deep connection with nature. They feel that unless such native fruit trees are protected and more are planted, future generations may never experience the simple happiness that once defined rural childhood. The nostalgic gathering was attended by Naresh Meher (Naru), Jitendra Prasad Meher (Jitu), Pramod Meher, Dambarudhar Meher (Chhotu), Suryabhanu Meher, Krishna Meher, Hem Sagar Meher, Luru Meher, Rinku Meher, Birat Meher, Malaya Meher, along with several other friends. While the sweet and tangy flavour of jamun may last only for a season, the memories it creates remain etched in the heart forever—reminding us that sometimes the greatest happiness lies not in technology, but beneath the shade of a village tree with friends.

Nuapada (ନୂଆପଡ଼ା)By Malaya Meher