ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପଞ୍ଚସଖା ଶିକ୍ଷା ସେତୁ କାର୍ଯ୍ୟାରମ୍ଭ
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାAugust 9, 202665 views

ଚିକିଟି ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ବରିଷ୍ଠ ଶିକ୍ଷକଙ୍କୁ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେମାନେ ହେଲେ ଉକ୍ତ ବିଦ୍ୟାଳୟର ବିଦାୟୀ ଶିକ୍ଷକ ଗୋଦାବରୀ ପ୍ରଧାନ ଓ ଜଗମୋହନ ପୁର ବିଦ୍ୟାଳୟର ସୁରେନ୍ଦ୍ର ଗୈ।ଡ଼ । ଏଥି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନ ଶିକ୍ଷକ ଦେବରାଜ ମଳିକ। ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପନ୍ନଗଭୂଷଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଶିକ୍ଷକଙ୍କ ଦୀର୍ଘ ଜୀବନ କାମନା କରିବା ସହ ଶିକ୍ଷା ସେତୁ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ପୂର୍ବତନ ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ କୁରେଶୁ ସେଠୀ ଶିକ୍ଷକଙ୍କ ସମୁଚିତ କର୍ତ୍ତବ୍ୟ ସମ୍ପାଦନ ହିଁ ଦେଶର ଭବିଷ୍ୟତ ଗଠନରେ ସହାୟତା ହୋଇଥାଏ ବୋଲି ନୂତନ ଶିକ୍ଷା ନୀତି ପାଇଁ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସ୍ଥାନୀୟ ବଡ଼ ପଲଙ୍କ ସିଆରସି ଅମର କୁମାର ସାହୁ, ଏନପିଏସ ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ ପ୍ରଧାନ, ସଂପାଦକ ରଞ୍ଜନ ବ୍ରହ୍ମା, ମଞ୍ଚାସୀନ ଥିଲେ ଓ ନିଜ ନିଜ ବକ୍ତବ୍ୟରେ ବିଦାୟୀ ଶିକ୍ଷକ ଦୁଇଜଣଙ୍କ ବିଭିନ୍ନ କାର୍ଯ୍ୟର ପ୍ରଶଂସା କରିଥିଲେ।
ଉଭୟଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତତ୍ ସହିତ ବିଦାୟୀ ସଭାପତି ହରିହର ପାଢୀଙ୍କୁ ସମ୍ମାନିତ କରାଯାଇଥିଲା। ଏ କାର୍ଯ୍ୟକ୍ରମ ଭିତରେ ପଞ୍ଚସଖା ଶିକ୍ଷା ସଂଗଠନ ଆନୁକୁଲ୍ୟରେ ପେନାଲ ଟି.ଭି ସେଟ୍ କୁ ଶିକ୍ଷାଧିକାରୀ ଉଦ୍ଘାଟନ କରିଥିଲେ।ଶିକ୍ଷକ ଭବାନୀ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ ।କ୍ଲଷ୍ଟର ସମସ୍ତ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାଇନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

