ଖରିଫ ଧାନ ପଞ୍ଜିକରଣ କୁ ନେଇ ଦ୍ଵନ୍ଦ ରେ କୋକସରା ବ୍ଲକ ର ଚାଷି, ନୂଆ ଗାଇଡ ଲାଇନ କୁ ନେଇ ଚାଷି ଅସନ୍ତୋଷ। ଉଚ୍ଛେଦ ନହେଲେ ଆନ୍ଦୋଳନ ଚେତାବନୀ
Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରାAugust 9, 202669 views

ରାଜ୍ୟ ସରକାର ଚଳିତ ବର୍ଷ ୨୦୨୬/୨୭ ଖରିଫ ଧାନଚାଷ ବିକ୍ରି ପାଇଁ ବିଭିନ୍ନ କୃଷି ସମବାୟ ସମିତି ଓ କୃଷି ବିଭାଗର ଏଗ୍ରିଷ୍ଟାକ ପୋର୍ଟାଲ ରେ କୃଷକ ରେଜିଷ୍ଟ୍ରେସନ କୁ ବାଧ୍ୟତାମୂଳକ କରିଥିବା ବେଳେ ଧାନ ବିକ୍ରି ଅନ ଲାଇନ ପାଇଁ ଚଳିତ ମାସ ୬ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି ।ତେବେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ସରକାର ଙ୍କ ନୂତନ ଗାଇଡ଼ ଲାଇନ କୁ ନେଇ ଚାଷୀକୁଳ ଦ୍ଵନ୍ଦ ରେ ପଡି ଯାଇଛନ୍ତି। ବିଶେଷତଃ ବଂଶାନୁକ୍ରମେ ନିଜ ଜେଜେବାପା ଅମଳ ରୁ ଚାଷ କରୁଥିବା ଚାଷି, ନିଜ ନାମରେ ଜମି ନଥିବା ଚାଷି ଓ ଭାଗଚାଷୀ ମାନେ ପଞ୍ଜିକରଣ ରୁ ବାଦ ପଡିବା ନେଇ ଆଶଙ୍କା ଦେଖାଦେଇଛି। ସାଧାରଣତଃ ପ୍ରତିବର୍ଷ ଜୁଲାଇ ୧୫ ରୁ ଖରିଫ ଧାନ ଫସଲ ବିକ୍ରି ପାଇଁ ପି ପାସ ପୋର୍ଟାଲ ରେ ପଞ୍ଜିକରଣ ଆରମ୍ଭ ପୂର୍ବରୁ ହେଉଥିବା ବେଳେ ଚଳିତ ବର୍ଷ ବିଳମ୍ବ ରେ ଅଗଷ୍ଟ ୬ ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ରହିଛି, କିନ୍ତୁ ପଞ୍ଜିକରଣ କୁ ନେଇ ରାଜ୍ୟ ସରକାର ଜାରି କରିଥିବା ନୂତନ ସର୍ତ୍ତାବଳି ଚାଷି ଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ନିୟମ ଅନୁଯାୟୀ ଚାଷୀଙ୍କୁ କୃଷକ ରେଜିଷ୍ଟି ସଂଖ୍ୟା ଆଧାର ରେ ପଞ୍ଜିକରଣ କରିବାକୁ ପଡିବ। ଯେଉଁ ଚାଷି ମାନଙ୍କ ନାଁ ଜମି ପଟ୍ଟା ରେ ନାହିଁ ସେମାନଙ୍କ ପାଇଁ କର ବା ମର ସ୍ଥିତି ଉପୁଜିଛି। ଏପରିକି ଅନେକ କ୍ଷେତ୍ରରେ ଜମିପଟ୍ଟା ର ଉତ୍ତରାଧିକାରୀ ମାଳିକାନା ବଣ୍ଟନ ହୋଇ ନଥିବା ବେଳେ ଏବେ ମଧ୍ୟ ଜେଜେ ବାପା ଙ୍କ ନାଁ ରେ ଥିବା ଜମି କୁ ତୃତୀୟ ପିଢ଼ି ଚାଷ କରୁଛନ୍ତି। ସେହି ଉତ୍ତରାଧିକାରୀ ଚାଷି ଙ୍କ ନାଁ ଜମିପଟ୍ଟା ରେ ନାହିଁ,ପୂର୍ବରୁ ରାଜସ୍ବ ନିରୀକ୍ଷକ ଦେଉଥିବା ରିପୋର୍ଟ ଅନୁସାରେ ଏହି ଚାଷୀମାନେ ଧାନ ବିକ୍ରି ପାଇଁ ସହମତି ପତ୍ର ଦେଇ ପଞ୍ଜିକରଣ କରୁଥିଲେ। ଭାଗଚାଷୀ ଙ୍କ ପାଇଁ ନୂଆ ନିୟମ ବଡ଼ ସମସ୍ୟା ସୃଷ୍ଟି କରିଛି। ପୂର୍ବରୁ ଜମି ମାଲିକ ଙ୍କ ସହମତି ପତ୍ର ଓ ଆଧାର କାର୍ଡ କୁ ନେଇ ସେମାନେ ପଞ୍ଜିକରଣ କରି ପାରୁଥିଲେ କିନ୍ତୁ ଏବେ ଜମି ମାଲିକ ଙ୍କ ବାୟୋମେଟ୍ରିକ ଯାଞ୍ଚ କିମ୍ବା ପ୍ରତକ୍ଷ୍ୟ ଉପସ୍ଥିତି କୁ ବାଧ୍ୟତାମୂଳକ କରା ଯାଇଥିବାରୁ ଭାଗଚାଷୀ ଙ୍କ ପାଇଁ ପଞ୍ଜିକରଣ କରିବା କଷ୍ଟସାଧ୍ୟ ହେବ ବୋଳି କୋକସରା ବ୍ଲକ ଅଞ୍ଚଳ ର କୃଷକ ନେତା ଓ ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରି ସ୍ଥିତି ରେ ନୂଆ ଗାଇଡ଼ ଲାଇନ ରେ କେମିତି ପଞ୍ଜିକରଣ କରିବେ ସେନେଇ ଚାଷି ଙ୍କ ଅକଲ ଗୁଡୁମ ହୋଇ ଯାଇଛି। ସରକାର ଙ୍କ ଏହି ଜଟିଳ ନିୟମାବଳୀ କୁ ନେଇ ଚାଷି ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଏହି ପରି ପେକ୍ଷୀ ରେ ଆଜି କୋକସରା କଲ୍ୟାଣ ମଣ୍ଡପରେ ଚାଷୀ ଏକତ୍ରିତ ହୋଇ ଏଗ୍ରିଷ୍ଟାକ ନୁଆଁ ନିୟମ କୁ ବିରୋଧ କରି ୧୧ ତାରିଖ ରେ କୋକସରା ତହସିଲ ଦାର ଙ୍କୁ ଏକ ଦାବିପତ୍ର ଦେବା ପାଇଁ ନିଷ୍ପତି ହୋଇଛି l ଏନେଇ କୋକସରାରୁ ଆଲୋଚନା କରିଛନ୍ତି
