ଯାଜପୁର ବ୍ଳକ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ
Jajpur (ଯାଜପୁର)ଅନିଲ କୁମାର ଜେନାAugust 9, 202616 views

ଯାଜପୁର: ପବିତ୍ର କ୍ରାନ୍ତି ଦିବସ ଅବସରରେ ଯାଜପୁର ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ ପକ୍ଷରୁ ଯାଜପୁର ସହର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ନଗର କଂଗ୍ରେସର ସଭାପତି ନାରାୟଣ ଚନ୍ଦ୍ର ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ବିଧାନସଭାର ନେତା ସନ୍ତୋଷ ନନ୍ଦ ଯୋଗଦେଇ କଂଗ୍ରେସ ପତାକା ଉତ୍ତୋଳନ କରି ଉପସ୍ଥିତ ନେତୃମଣ୍ଡଳୀ ମାନଙ୍କୁ କ୍ରାନ୍ତି ଦିବସର ସ୍ମୃତିକୁ ବ୍ୟକ୍ତ କରିଥିଲେ । ଇତି ଅବସରରେ ସ୍ୱାଧୀନତା ସଂଗ୍ରାମରେ ସମସ୍ତ ମହାନ ଜନନେତାମାନଙ୍କୁ ଭକ୍ତିିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅଗଷ୍ଟ ୧୯୪୨ ମସିହାରେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଜାତିର ଜନକ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନର ଅବସାନ ପାଇଁ ସେମାନଙ୍କୁ ଦେଶରୁ ହଟାଇ ଭାରତ ବର୍ଷକୁ ସ୍ୱାଧୀନ କରିବା ପାଇଁ ଏହା ଥିଲା ସବୁଠାରୁ ସ୍ମରଣୀୟ ଓ ଦୁର୍ବିଶ ଲଢ଼େଇ । ଆଜି ଭାରତ ବର୍ଷ ସ୍ୱାଧୀନତା ପାଇଛି । ମହାତ୍ମା ଗାନ୍ଧୀ ସେତେବେଳେ ବ୍ରିିଠିଶ ସାମ୍ରାଜ୍ୟ ବିରୁଦ୍ଧରେ ଲଢ଼େଇ ଜାରି ରଖିଥିଲେ । ଏବେବି ଆଉ ଏକ ଲଢ଼େଇ ପାଇଁ ଆମ୍ଭମାନଙ୍କୁ ଏକଜୁଟ ହେବାକୁ ପଡ଼ିବ ଭାରତବର୍ଷର ସାମ୍ପ୍ରଦାୟିକ ମଂଜି ବୁଣୁଥିବା ଜାତି ସଂହତି ଅଖଣ୍ଡତା ଛାତ୍ର ଯୁବ କୃଷକଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାର ବିରୁଦ୍ଧରେ ଆସନ୍ତୁ ଆମେ ଏକଜୁଟ ହେଇ ଏହି ପତାକା ତଳେ ରହି ଶପଥ କରିବା କଷ୍ଟ ଲବ୍ଧ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖିବା ଓ କଂଗ୍ରେସ ନେତୃତ୍ୱରେ ବିକଶିତ ଭାରତବର୍ଷ ଗଠନ କରିବାକୁ ଶପଥ ନେବା ବୋଲି ଶ୍ରୀ ନନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନେତା ବିଷ୍ଣୁ ରାଉତ, ବ୍ଳକ ସଭାପତି ଗଦାଧର ଦାସ, ପୂର୍ଣ୍ଣ ଯେନା, ଦୁର୍ଯ୍ୟୋଧନ ବେହେରା, ଆଲୋକ ବେହେରା, ଭାଷ୍କର ମହାନ୍ତି, ଅନିଲ କୁମାର ଜେନା, ରଘୁନାଥ ସାହୁ, ବିଭୁତି ମହାପାତ୍ର, ଅରଜିତ ନାୟକ, ଗୋବିନ୍ ସାହୁ, ଅବଦୁଲ ରୌଫ, ନିକୁଞ୍ଜ ସାମଲ, ନକୁଳ ଦେବ ସାହୁ, ଅକ୍ଷୟ ଶତପଥି, ବିଦ୍ୟାଧର ବାରିକ, ବିଜୟ ମହାପାତ୍ର ପ୍ରଭୃତି ଦିବସରେ ଯୋଗଦେଇଥିଲେ ।
