--:--:--
-- ---
Srishti News

ବନ୍ୟା ପ୍ରପୀଡ଼ିତଙ୍କୁ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ରିଲିଫ୍ ବଣ୍ଟନ

Jajpur (ଯାଜପୁର)ଯାଜପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟAugust 9, 202616 views
ବନ୍ୟା ପ୍ରପୀଡ଼ିତଙ୍କୁ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ରିଲିଫ୍ ବଣ୍ଟନ
ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବୈନ୍ସେରିଆ ପଞ୍ଚାୟତ ଓ କିମ୍ଭିରିଆ ଗ୍ରାମରେ ବନ୍ୟା ପ୍ରପୀଡ଼ିତ ପରିବାରଙ୍କ ସହାୟତା ନିମନ୍ତେ ଓଡ଼ିଶା ଡିଜିଟାଲ ମହା ମିଡିଆ ସଂଘ ପକ୍ଷରୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘର ଉଦ୍ୟମରେ ବନ୍ୟା ଯୋଗୁଁ ଦୁର୍ଦ୍ଦଶାରେ ପଡ଼ିଥିବା ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। ବିପଦ ସମୟରେ ଅସହାୟ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସହଯୋଗ କରିବା ସଂଘର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଡିଜିଟାଲ ମହା ମିଡିଆ ସଂଘର ସଭାପତି ପଦ୍ମଲୋଚନ ନାୟକ, ସମ୍ପାଦକ ବସନ୍ତ ମାଲିକ, ରାଜ୍ୟ ସଦସ୍ୟ ମହେଶ୍ୱର ମହିଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ କରିଥିଲେ। ସଂଘର ସଦସ୍ୟମାନଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ମଧ୍ୟ ବିପଦ ସମୟରେ ଅସହାୟ ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗ ଜାରି ରଖିବାକୁ ସଂଘ ପକ୍ଷରୁ ପ୍ରୟାସ କରାଯିବ ବୋଲି କୁହାଯାଇଛି।